କଂଗ୍ରେସକୁ ହରାଇଲେ କଂଗ୍ରେସ ନେତା

ନୂଆପଡ଼ାରେ କଂଗ୍ରେସର ପରାଜୟ ପରେ ଦଳର ନେତାଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ କେବଳ ଯେ ବିଭୀଷଣ କହି ଆକ୍ଷେପ କରିଛନ୍ତି ତାହା ନୁହେଁ ବରଂ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦେଇଛନ୍ତି । ଯାହାକୁ ନେଇ କଂଗ୍ରେସରେ ଚାପା ଉତ୍ତେଜନା ଆରମ୍ଭ ହୋଇଯାଇଛି । ନୂଆପଡ଼ା ବାଇ ଇଲେକ୍ସନର ରେଜଲ୍ଟ ଭକ୍ତଙ୍କୁ ନିରାଶ କରିଛି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ 1, 23, 869 ଭୋଟ ହାତେଇଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି 40,121 ଭୋଟ୍ । ଯଦିଓ ବିଜେଡିକୁ ପଛରେ ପକାଇ କଂଗ୍ରେସ ଦୁଇ ନମ୍ବରରେ ରହିଛି କିନ୍ତୁ ନୂଆପଡ଼ା ସିଟ୍ ହାତେଇ ପାରିନି। ଯାହାକୁ ନେଇ ଭକ୍ତ ଦାସ କଂଗ୍ରେସ ପାର୍ଟିର କିଛି ନେତାଙ୍କୁ ଇସାରା କରିଛନ୍ତି । କଂଗ୍ରେସ ଟିକେଟରେ ଲଢିଥିବା ଘାସିରାମ ମାଝୀ ବି ଏ କଥା ସ୍ୱୀକାର କରିଛନ୍ତି କି କେନ୍ଦ୍ରୀୟ ନେତୃତ୍ୱଙ୍କ ପ୍ରଚାରର ଅଭାବ ସାଙ୍ଗକୁ ଟଙ୍କା ଖର୍ଚ୍ଚ ନ କରିବା କଗ୍ରେସର ଭୋଟ କମାଇଥିଲା । 2024 ନିର୍ବାଚନରେ ସ୍ୱାଧୀନ ଭାବରେ ଲଢି ଘାସିରାମ ମାଝୀ 50 ହଜାରରୁ ଅଧିକ ଭୋଟ ପାଇଥିଲା ବେଳେ ବାଇ ଇଲେକ୍ସନରେ ତାଠାରୁ 10 ହଜାର କମ୍ ଭୋଟ୍ ପାଇଛନ୍ତି ।

କଂଗ୍ରେସର ଭୋଟ କମିବା ପଛରେ କଂଗ୍ରେସ ନେତାଙ୍କର ହିଁ ହାତ ଥିବା କହିଛନ୍ତି ଭକ୍ତ ଦାସ । ସିଧା ସିଧା ନାଁ ନନେଇ ବିଭୀଷଣ ଶବ୍ଦର ବ୍ୟବହାର କରିଛନ୍ତି ।ଦଳରେ ଥାଇ ଆତ୍ମଘାତୀ କାର୍ଯ୍ୟ କରି କ୍ଷତି ପହଞ୍ଚାଇଥିବା ବିଭୀଷଣମାନଙ୍କୁ କଦାପି ବରଦାସ୍ତ କରା‌ଯିବ ନାହିଁ ବୋଲି ଚେତାବନୀ ବି ଦେଇଛନ୍ତି।  ଏମିତିରେ ବି କଂଗ୍ରସର ଷ୍ଟାର ପ୍ରଚାରକ ତାଲିକାରେ କିଛି ପପୁଲାର ଲିଡରଙ୍କର ନାଁ ନଥିବାରୁ ଭକ୍ତଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଭକ୍ତ ଦାସ ମାଇଲେଜ୍ ନେବାକୁ ଆଉ କାହାକୁ ଆଗକୁ ଛାଡ଼ୁ ନଥିବା କଥା ମଧ୍ୟ କୁହାଗଲା । ସାମ୍ନାକୁ ନ ଆସିଲେ ମଧ୍ୟ ଅନେକ ବରିଷ୍ଠ ନେତା ଏ କଥାରେ ସହମତ ଥିଲେ । ତେଣୁ ହୁଏତ ଭକ୍ତଙ୍କଠୁ ପ୍ରତିଶୋଧ ନେବାକୁ ନୂଆପଡ଼ା କ୍ଷେତ୍ରରେ ସେମାନେ ଆବଶ୍ୟକୀୟ ସାହାଯ୍ୟ କରି ନଥିଲେ ।  କଂଗ୍ରେସରେ ରହି କଂଗ୍ରେସର ବିଜୟ ଚାହୁଁ ନଥିଲେ । ଏମିତି କିଛି  ଟାର୍ଗେଟ କରି ଭକ୍ତଦାସ କଂଗ୍ରେସ ନେତାଙ୍କୁ  ବିଭୀଷଣ ବୋଳି କହିବା ସହିତ ଦୃଢ କାର୍ଯ୍ୟାନୁଷ୍ଟାନର କଥା ମଧ୍ୟ କହିଛନ୍ତି । ତେଣୁ ଭକ୍ତଙ୍କ ନେତୃତ୍ୱରେ  କଂଗ୍ରେସ ହୁଏତ ଏତର ପ୍ରତିକ୍ରିୟାଶୀଳ ହୋଇ ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ।

AI ନେବ ୨ କୋଟି ଚାକିରି

ଚାକିରୀ ପ୍ରତି ବିପଦ । ୨ କୋଟି ଚାକିରୀ ନେଇପାରେ AI । AI ଯୋଗୁଁ ୨ କୋଟି ଚାକିରି ଅସ୍ଥିରତା ଦେଇ ଗତି କରୁଛି। AIର ବହୁଳ ବ୍ୟବହାର ଦ୍ୱାରା ସହଜରେ କାମ ହେଇ ଯାଉଥିବାରୁ ୨ କୋଟି ଲୋକଙ୍କ ଛଟେଇର ସମ୍ଭାବନା ଦେଖାଦେଇଛି । ଯଦି ଏ ଆକଳନ ସତ ହୁଏ ତେବେ ଇଣ୍ଡିଆର ମିଡିଲ କ୍ଲାସ୍ ଫ୍ୟାମିଲିଙ୍କୁ ବହୁତ ଅସୁବିଧା ସାମ୍ନା କରିବାକୁ ପଡ଼ିପାରେ। ଚାକିରି ହରାଇବା ପରେ ସେମାନଙ୍କର ମାନସିକ ସନ୍ତୁଳନ ସାଙ୍ଗକୁ ପରିବାର ଚଳେଇବାରେ ସମସ୍ୟା ସୃଷ୍ଟି ହୋଇପାରେ । ମଧ୍ୟବିତ୍ତଙ୍କ ପାଇଁ ବଡ଼ ସଂକଟ ମାଡିଆସୁଛି । ନୀତି ନିର୍ମାତା ମାନେ ତୁରନ୍ତ ପଦକ୍ଷେପ ନ ନେଲେ ଚାକିରୀ କ୍ଷେତ୍ରରେ ବିରାଟ ସମସ୍ୟା ସୃଷ୍ଟି ହୋଇପାରେ।

କମ୍ପାନିଗୁଡ଼ିକର କାରବାରରେ ଏଆଇର ମାତ୍ରାଧିକ ଇନଭଲପମେଣ୍ଟ ପାଇଁ ଚାକିରୀ ବିପଦରେ। ନିଯୁକ୍ତି ବଜାରରେ ଅନିଶ୍ଚିତତା ଧିରେଧିରେ ବଢୁଛି। ଆଇଟି, ବ୍ୟାଙ୍କିଙ୍ଗ୍ ଏବଂ ମିଡିଆ ଫିଲ୍ଡରେ ଗିଗ୍ ଜବ୍ ନେଇଯାଇପାରେ। ଭାରତକୁ ଏହାର ସମ୍ପୂର୍ଣ ପ୍ରଭାବ ସହିବା ପାଇଁ ଦୁଇରୁ ତିନି ବର୍ଷ ଲାଗିବ। ଏ ସମୟରେ ନିଯୁକ୍ତିର ଏକ ବଡ଼ ଅଂଶ ଉଭାନ ହୋଇଯାଇପାରେ।ସେତେବେଳେ ଭାରତ ଏକ ବଡ଼ ଗିଗ୍ ଅର୍ଥନୀତି ପାଲଟିବ। ଯୋଉ ସେକ୍ଟର କମ୍ ଖର୍ଚ୍ଚରେ ଦକ୍ଷତା ବଢ଼ାଇବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇକୁ ଆପଣାଉଛନ୍ତି। ସେ ସେକ୍ଟରରେ ଛଟେଇର ସମ୍ଭାବନା ବେଶୀ। ଆଡଭାଟାଇଜ୍ ପାଇଁ ଡିଜାଇନ ବି ଏଆଇ ଦ୍ୱାରା ହେିଯାଥିବାରୁ ଡିଜାଇନର ମାନଙ୍କର ଚାକିରୀ ଯିବାକୁ ବସିଲାଣି । ସେହିଭଳି ବିଭିନ୍ନ ପ୍ରକାରର କାମ ଏଆଇ ଦ୍ୱାରା ସହଜରେ ହେଇଯାଉଥିବାରୁ ପାଖାପାଖି ୨ କୋଟି ଲୋକ  ଚାକିରୀ ହରେଇପାରନ୍ତି।

ୟୁନିଭରସିଟିରୁ ତିଆରି ହେଉଛନ୍ତି ଆତଙ୍କବାଦୀ

ୟୁନିଭରସିଟି ନାଁରେ ଆତଙ୍କବାଦ କାରଖାନା । ଡାକ୍ତରଙ୍କ ପରିବର୍ତ୍ତେ ତିଆରି ହେଉଛନ୍ତି ଆତଙ୍କବାଦୀ ।ଟେରରିଷ୍ଟଙ୍କ ଲିଙ୍କରେ ଅଲ୍‌-ଫଲାହ ୟୁନିଭରସିଟିଦିଲ୍ଲୀରେ ଘଟିଥିବା କାର୍‌ ବିସ୍ଫୋରଣ, ଯେତିକି ଭୟଙ୍କର ସେତିକି ଅମାନୁଷିକ। ଏ ଘଟଣା ସହ ରହିଛି ଫରିଦାବାଦର ଧୌଜ ଅଞ୍ଚଳରେ ଥିବା ଅଲ୍‌-ଫଲାହ ୟୁନିଭରସିଟିର ଲିଙ୍କ୍। ବିସ୍ଫୋରଣରେ ସମ୍ପୃକ୍ତ ଆତଙ୍କୀଙ୍କ ସହ ଏହି ୟୁନିଭରସିଟିର ସମ୍ପର୍କ ରହିଛି।

2014ରେ ଅଲ୍‌-ଫଲାହ ୟୁନିଭରସିଟିର ନିଜସ୍ୱ ମେଡିକାଲ କଲେଜ ଆରମ୍ଭ କରିଥିଲାଯେଉଁ କଲେଜରେ ମେଡିକାଲ ସାଇନ୍ସ ସହିତ ଆତଙ୍କୀ ଶିକ୍ଷା ମଧ୍ୟ ଦିଆଯାଉଥିବା ଖବର ଆସୁଛି । ଦିଲ୍ଲୀ ବିସ୍ଫୋରଣ ପରେ ପୁଲିସ ଏବଂ ଏନ୍‌ଆଇଏର ଏକ ମିଳିତ ଟିମ୍‌ ସେହି କଲେଜରେ ଚଢ଼ଉ କରିଥିଲେଆତଙ୍କୀ ସଙ୍ଗଠନ ଜୈସ୍‌-ଇମହମ୍ମଦ ଏବଂ ଅନ୍‌ସାର ଗଜୱାତୁଲ-ହିନ୍ଦ୍‌ର ଏକ ଆନ୍ତର୍ଜାତିକ ନେଟୱାର୍କ ଏ ୟୁନିଭରସିଟି  ସହ ଯୋଡିହୋଇ ରହିଥିବା ଯାଞ୍ଚରୁ ଜଣା ପଡ଼ୁଛି ।
ଏହି ନେଟୱାର୍କ ଶିକ୍ଷାନୁଷ୍ଠାନ ଆଢ଼ୁଆଳରେ ଫଣ୍ଡ ଟ୍ରାନ୍ସଫର, ଆତଙ୍କୀ ନିଯୁକ୍ତି ଓ ବିସ୍ଫୋରକ ସାମଗ୍ରୀ ଏକାଠି କରିବା ଭଳି କାର୍ଯ୍ୟ କରୁଥିଲା। ଏପରିକି ୟୁନିଭରସିଟି ଲ୍ୟାବରେ ଆରଡିଏକ୍ସ ଭଳି ବିସ୍ଫୋରକ ପ୍ରସ୍ତୁତ କରାଯାଉଥିବା ପୁଲିସ ସନ୍ଦେହ କରୁଛି । ତଦନ୍ତରୁ ଏକଥା ମଧ୍ୟ ସାମ୍‌ନାକୁ ଆସିଛି କି ଦିଲ୍ଲୀ ବିସ୍ଫୋରଣର ମାଣ୍ଡରମାଇଣ୍ଡ ଆତଙ୍କୀ ଡକ୍ଟର ମହମ୍ମଦ ଉମର ନବି ଏ ୟୁନିଭରସିଟିର ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ ସେ ଏକ ହ୍ୟୁଣ୍ଡାଇ ଆଇ-୨୦ କାର୍‌ ନେଇ ସେଠାରୁ ବାହାରି ଯାଇଥିଲା ଏବଂ ଦିଲ୍ଲୀରେ ବିସ୍ଫୋରଣ କରିଥିଲା । କେବଳ ମହମ୍ମଦ ଉମର ନବି ନୁହେଁ ଅନେକ ଜଣ ଏ ୟୁନିଭରସିଟିରୁ ବାହାରି ଆତଙ୍କୀ କାର୍ଯ୍ୟରେ ଲିପ୍ତ ଥିବା ତଥ୍ୟ ସାମ୍ନାକୁ ଆସୁଛି ।

ବେଇମାନ କିଏ?

ନୂଆପଡ଼ା ବାଇ-ଇଲେକ୍ସନକୁ ଆଉ ମାତ୍ର 3 ଦିନ ବାକି। ବେଇମାନ ଶବ୍ଦ ବର୍ତ୍ତମାନ ପଲିଟିକାଲ ପାର୍ଟିଙ୍କ ପାଇଁ ମୁଖ୍ୟ ମୁଦ୍ଧା ପାଲଟିଛି। ନଭେମ୍ବର 3 ତାରିଖରେ ନୂଆପଡ଼ାରେ ନବୀନ ପଟ୍ଟନାୟକପ୍ରଚାର ସମୟରେ ବେଇମାନ ଶବ୍ଦ ବ୍ୟବହାର କରିଥିଲେ । ତାଙ୍କ ସହ ବେଇମାନୀ ହୋଇଥିବା କହିଥିଲେ ନବୀନ । ଯାହାର କାଉଣ୍ଟର ଆଟାକ୍ କରି ସିଧାସଳଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କିଏ ବେଇମାନ ବୋଲି କହି ତାତ୍ସଲ୍ୟ କରିଛନ୍ତି ।

ବେଇମାନର ସଂଜ୍ଞା କ? ବେଇମାନ କାହାକୁ କୁହାଯାଏ ?  ବୋଲି ପ୍ରଶ୍ନ କରିବା ସହ ବୋଧହୁଏ ନବୀନଙ୍କ ସ୍କ୍ରିପ୍ଟ ରାଇଟର୍ ବେଇମାନର ସଂଜ୍ଞା କ, ତାହା ବୁଝାଇ ନାହାନ୍ତି ବୋଲି ମଞ୍ଚ ଉପରୁ ଟାର୍ଗେଟ କରିଥିଲେ ମୋହନ ମାଝୀ।
ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କ ଆଣି ପ୍ରାର୍ଥୀ କରିଥିଲା ବିଜେଡି କାକଟପୁରରେ ବିଜେପି ତୁଷାରକାନ୍ତି ବେହେରାଙ୍କୁ ଟିକେଟ ଦେଇ ସାରିଥିଲା ପରେ ମନ୍ତ୍ରୀପଦର ଲୋଭ ଦେଖାଇ କିଏ ଚୋରି କରିଥିଲା ବୋଲି ପ୍ରଶ୍ନ କରିଥଇଲେ ମୋହନ ମାଝୀ।  ସେହିପରି କଂଗ୍ରେସର ପୂର୍ବତନ ବିରୋଧୀ ଦଳ ନେତାଙ୍କୁ ଯେତେବେଳେ ବିଜେଡି ନେଇଯାଇଥିଲା, ସେତେବେଳେ କିଏ ବେଇମାନି କରିଥିଲା? ବୋଲି କହିଛନ୍ତି ମୋହନ। ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ କରି ନଳିନୀ ମହାନ୍ତିଙ୍କ ପର୍ଯ୍ୟନ୍ତ କାହାକୁ ସେ ଛାଡ଼ି ନାହାନ୍ତି। ଜଣେ ପରେ ଜଣେ ନେତାଙ୍କୁ ଧକ୍କା ମାରି ଦଳରୁ ବାହାର କରି ଦେଇଥିଲେ ନବୀନ । ତାହେଲେ କିଏ ବେଇମାନ କହି ପ୍ରଶ୍ନ କରିବା ସହିତ ପରୋକ୍ଷରେ ନବୀନଙ୍କୁ ବେଇମାନ କହିଛନ୍ତି ମୋହନ ମାଝୀ।

ତେବେ ବେଇମାକୁ ନେଇ ଏ ଲଢେଇ ନବୀନ-ମୋହନଙ୍କ ଭିତରେ ସୀମିତ ନ ରହି ତୃଣମୁଳ ସ୍ତରରେ ବି ଜାରି ରହିଛି । ଉଭୟ ବିଜେଡି ଓ ବିଜେପିର କର୍ମୀ ନେତା ପରସ୍ପରକୁ ବେଇମାନ କହିବାରେ ଲାଗିଛନ୍ତି। ଜୟ ଢୋଲକିଆ ବିଜେଡି ଛାଡି ବିଜେପିରୁ ଲଢୁଥିବାରୁ ତାଙ୍କୁ ବିଜେଡ଼ି ତରଫରୁ ଟାର୍ଗେଟ କରାଯାଉଥଇଲା ବେଳେ ନବୀନଙ୍କ ପୁରୁଣା ସମ୍ପର୍କର ହିସାବ ଦେଉଛନ୍ତି ବିଜେପି ସମର୍ଥକ ।

 

ରାଜୁ ଢୋଲକିଆଙ୍କ ମୃତ୍ୟୁ ପାଇଁ BJD ଦାୟି

ନୂଆପଡ଼ା ଉପନିର୍ବାଚନର ସମୟ ଯେତିକି ପାଖେଇ ଆସୁଛି ନୂଆପଡ଼ାକୁ ନେଇ ସେତିକି ନୂଆ କଥା ଶୁଣିବାକୁ ମିଳୁଛି । 3 ପ୍ରମୁଖ ଦଳ ନିର୍ବାଚନ ଜିତିବା ପାଇଁ ଗୋଟି ଚାଳନା କରୁଥିବା ବେଳେ ସ୍ୱର୍ଗତଃ ରାଜୁ ଢୋଲକିଆଙ୍କୁ ନେଇ ଉଭୟ ବିଜେଡି ଓ ବିଜେପି ଭିତରେ ଟଣାଓଟଣା ଜାରି ରହିଛି । ପୋଷ୍ଟରରେ ଫଟ ମାରିବା ହେଉ କି ରାଜୁଙ୍କ ପକେଟ୍ ଭୋଟ ସବୁଠି ଦୁଇଦଳ ଭାଗ ବସାଉଛନ୍ତି। ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାରରେ ବିଜେପିକୁ ପ୍ରାର୍ଥୀ ଚୋର କହିଥିଲେ। ନୂଆପଡ଼ାର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ ୟା ପରେ ବିସ୍ଫୋରକ ବୟାନ ଦେଇଛନ୍ତି। କଳ୍ପନା କହିଛନ୍ତି ବିଜେଡିର ଅଣଦେଖା ରାଜେନ୍ଦ୍ରଙ୍କ ମୃତ୍ୟୁର ଅନ୍ୟତମ କାରଣ। ରାଜେନ୍ଦ୍ର ଢୋଲକିଆଙ୍କୁ ବିଜେଡି ଉଚିତ ସମ୍ମାନ ଦେଇନି ବୋଲି ସେ ଅସନ୍ତୋଷ ଝାଡ଼ିଛନ୍ତି। ଶେଷ ସମୟରେ ବି ତାଙ୍କ ପାଖରେ ବିଜେଡି ନଥିଲା ବୋଲି କଳ୍ପନା କହିଛନ୍ତି । ଯୋଉ ଦଳରେ ରାଜେନ୍ଦ୍ର ଢୋଲକିଆ ଶେଷ ପର୍ଯ୍ୟନ୍ତ ଥିଲେ ସେ ଦଳର ନେତା ରାଜୁଙ୍କ ସହ ନଥିଲେ । ଯାହା ରାଜୁଙ୍କୁ ଆଘାତ ଦେବା ସହ ମୃତ୍ୟୁର ଅନ୍ୟତମ କାରଣ ସାଜିଥିବା କଳ୍ପନା ସ୍ପଷ୍ଟ କରିଛନ୍ତି। ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମଧ୍ୟ ଏ କଥା ପ୍ରକାଶ କରିଛନ୍ତି କି ରାଜୁଙ୍କ ଦେହ ଖରାପ ଥିଲା ବେଳେ ନବୀନ ପଟ୍ଟନାୟକ ଦେଖା କରିବାକୁ ଆସି ନଥିଲେ । ଏପରିକି ଶ୍ରଦ୍ଧାଞ୍ଜଳି ସଭାରେ ମଧ୍ୟ ତାଙ୍କର ଦେଖା ନଥିଲା ।

ଜୟ ବିକ୍ରି ହୋଇନାହିଁ- କଳ୍ପନା ଢୋଲକିଆ
ରାଜେନ୍ଦ୍ର ଢୋଲକିଆ ବିଜେଡିରେ ବିଧାୟକ ଥିଲାବେଳେ ତାଙ୍କ ପୁଅ ଜୟ ଢୋଲକିଆ ବିଜେଡି ବଦଳରେ ବିଜେପିରୁ ପ୍ରାର୍ଥୀ ହେବାର କାରଣ ବିଷୟରେ ଜୟଙ୍କ ମା କଳ୍ପନା ଉତ୍ତର ରଖିଛନ୍ତି । ଜୟ ଢୋଲକିଆ ଟଙ୍କା ପାଇଁ ବିଜେପି ପାଖରେ ବିକ୍ରି ହୋଇଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ବିଜେଡି ରାଜୁଙ୍କୁ ଗୁରୁତ୍ୱ ଦେଇ ନଥିବାରୁ ଜୟ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ବିଜେପି ପୋଷ୍ଟରରେ ରାଜୁ ଢୋଲକିବଙ୍କ ଫଟ ରହିବା ନେଇ ସମାଲୋଚନା ହେଉଥିଲାବେଳେ କଳ୍ପନା କହିଛନ୍ତି କି ରାଜୁଙ୍କ ଫଟ କୋଉଠି ରହିବ ଏ ନିଷ୍ପତ୍ତି ପରିବାର ନେବେ। ବିଜେଡି ନୁହେଁ !