ବିପଦରେ ମହିଳା, ନାବାଳିକାଙ୍କୁ ଜାଳିଦେଲେ

ଏଫ୍ ଏମ୍ କଲେଜର ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ରାଜନୀତି ଥମିନି। ୟାରି ଭିତରେ ପୁରୀ ଜିଲ୍ଲା ପିପିଲିର ବଳଙ୍ଗାରେ ଅଭାବନୀୟ ଘଟଣା ଘଟିଛି। ନାବାଳିକାଙ୍କୁ ନିଆଁ ଲଗେଇ ଦେଇଛନ୍ତି ଦୁର୍ବୃର୍ତ୍ତ। ସୂଚନା ମୁତାବକ, ସକାଳୁ ସାଙ୍ଗ ଘରକୁ ଯାଉଥିଲା ବାଟରେ ନାବାଳିକାକୁ ୩ ଦୁର୍ବୃତ୍ତ ଉଠାଇ ନେଇଥିଲେ । ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ନେଇଯାଇ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜାଳିଦେଇଛନ୍ତି। କିଛି ସ୍ଥାନୀୟ ଲୋକ ନିଆଁ ଲିଭାଇବା ସହ ନାବାଳିକାକୁ ଉଦ୍ଧାର କରିଛନ୍ତି । ପିପିଲି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ପୀଡ଼ିତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ନାବାଳିକାଙ୍କର ଶରିରର 70% ପୋଡ଼ିଯାଇଛି । ଗୁରୁତର ଅବସ୍ଥାରେ ସେ ଏମ୍ସରେ ଚିକିତ୍ସିତ ହେଉଛନ୍ତି।

ଘଟଣାସ୍ଥଳରେ ପହଞ୍ଚି ପୁରୀ ଏସପି ପିନାକ ମିଶ୍ର ତଦନ୍ତ କରୁଛନ୍ତି। ନାବାଳିକାଙ୍କର ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି। ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାକୁ ବେଶୀ ଦିନ ବିତି ନଥିଲା ବେଳେ ରାସ୍ତା ମଝିରେ ଦିନ ଆଲୁଅରେ ଏଭଳି ଅଘଟଣକୁ ନେଇ ଚର୍ଚ୍ଚା ହେଉଛି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବିରୋଧୀ ଅଭିଯୋଗ କରୁଥିଲା ବେଳେ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି।

Visited 1 times, 1 visit(s) today
Share this post

Leave A Comment

Your email address will not be published. Required fields are marked *