ଭାରତର ଉପରାଷ୍ଟ୍ରପତି ଆସନରେ ବସିଥିବା ଜଗଦୀପ ଧନଖଡ଼ ଇସ୍ତଫା ଦେଲା ପରେ ତାଙ୍କୁ ନେଇ ଅନେକ ସତ ସାମ୍ନାକୁ ଆସିଛି। ପଲିଟିକ୍ସକୁ ଆସିବା ପୂର୍ବରୁ ଓକିଲାତି କରୁଥିଲେ ଜଗଦିପ ଧଡ଼ଖଡ଼। ଉପରାଷ୍ଟ୍ରପତି ରାଜ୍ୟପାଳ ହେବା ପୂର୍ବରୁ ସେ ଜଣେ ପ୍ରସିଦ୍ଧ ଓକିଲ ଥିଲେ। ଅନେକ ଚର୍ଚ୍ଚିତ କେଶ୍ ଲଢି ଚର୍ଚ୍ଚାକୁ ମଧ୍ୟ ଆସିଛନ୍ତି । ସଲମାନ ଖାଁଙ୍କୁ ବେଲ୍ ମିଳିବାରେ ଜଗଦୀପ ଧନଖଡ଼ଙ୍କ ହାତ ଥିଲା। ନିଜର ବଳିଷ୍ଠ ଯୁକ୍ତି ବଳରେ ଅନେକ ସେଲିବ୍ରେଟିଙ୍କୁ ବେଲ୍ ମିଳିଛି। ସେଲିବ୍ରେଟିଙ୍କ କେଶ୍ ଲଢନ୍ତି ଜଗଦୀପ ଧନଖଡ଼। ସଲମାନ ଖାଁ, ସୈଫ୍ ଅଲ୍ଲୀ ଖାଁ ସୋନାଲୀ ବେନ୍ଦ୍ରେଙ୍କ କେଶ୍ ଲଢିଛନ୍ତି । ଉପରାଷ୍ଟ୍ରପତି ହେବା ପୂର୍ବରୁ ଜଗଦୀପ ଧନଖଡ଼ ହାଇ ପ୍ରୋଫାଇଲ ଲୟର ଥିଲେ।ବହୁ ଚର୍ଚ୍ଚିତ ମାମଲାରେ ସେ ଓକିଲାତି କରିଛନ୍ତି।

୧୯୯୮ ମସିହାରେ ଜଗଦୀପ ଧନଖଡ଼ ସଲମାନ ଖାନଙ୍କ ସହ ଜଡ଼ିତ କୃଷ୍ଣସାର ମୃଗ ଶିକାର ମାମଲାରେ ଲଢ଼ିଥିଲେ। ଏହି ମାମଲାରେ ସେ ସଲମାନ ଖାନ, ସୈଫ ଅଲୀ ଖାନ, ତବୁ, ନୀଲମ ଏବଂ ସୋନାଲୀ ବେନ୍ଦ୍ରେଙ୍କ ଭଳି ଅନ୍ୟ ଅଭିଯୁକ୍ତଙ୍କ ପାଇଁ ପକ୍ଷ ରଖିଥିଲେ। ଧନଖଡଙ୍କ ଯୋଗୁଁ ଏହି ଅଭିନେତାଙ୍କୁ ବେଲ୍ ମିଳିଥିଲା । ସୂରଜ ବଡ଼ଜାତିୟାଙ୍କ ନିର୍ଦ୍ଦେଶନାରେ ‘ହମ ସାଥ-ସାଥ ହେଁ’ ଚଳଚ୍ଚିତ୍ରର ସୁଟିଂ ସମୟରେ ରାଜସ୍ଥାନର ଯୋଧପୁର ନିକଟସ୍ଥ କନକାନି ଗାଁରେ କୃଷ୍ଣସାର ମୃଗ ଶିକାର ଘଟଣା ଘଟିଥିଲା। ଏହି ମାମଲାରେ ଦୁଇଟି କୃଷ୍ଣସାର ମୃଗ ଶିକାର ହୋଇଥିବା ଅଭିଯୋଗ ଉଠିଥିଲା। ଭାରତର ବନ୍ୟଜନ୍ତୁ ସୁରକ୍ଷା ଅଧିନିମ-୧୯୭୨ ଅନୁଯାୟୀ, ଲୁପ୍ତପ୍ରାୟ ପ୍ରଜାତି ଭାବେ କୃଷ୍ଣସାର ମୃଗକୁ ଅନ୍ତର୍ଭୂକ୍ତ କରାଯାଇଛି। ତେଣୁ ଏମାନଙ୍କୁ ଶିକାର କରିବା ଏକ ଆଇନଗତ ଅପରାଧ ହୋଇଥିବାରୁ ଏଥିରେ ସଲମାନ ଖାଁ ଛନ୍ଦି ହୋଇଥିଲେ । ସଲମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେହି ବର୍ଷ ସଲମାନ ଖାନଙ୍କୁ ଯୋଧପୁର ପୋଲିସ ଆରେଷ୍ଟ କରିଥିଲା। ଏ ମାମଲାରେ ସଲମାନଙ୍କ ପାଇଁ ଯୁକ୍ତି କରିଥିବା ପ୍ରଥମ ଓକିଲ ଥିଲେ ଧନଖଡ। ୧୯୯୮ରେ ସେ ସଲମାନ ଓ ଅନ୍ୟମାନଙ୍କୁ ବେଲ ମିଳିବାରେ ସାହାଯ୍ୟ କରିଥିଲେ।