ଉପରାଷ୍ଟ୍ରପତିଙ୍କୁ କିଏ ଦିଅନ୍ତି ଭୋଟ୍

ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଇସ୍ତଫା ଦେଲା ନୂଆ ଉପରାଷ୍ଟ୍ରପତି ଚୟନ ପ୍ରକ୍ରିୟା ପାଇଁ ପ୍ରକ୍ରିୟା  ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ଦେଶକୁ ମିଳିବେ ନୂଆ ଉପରାଷ୍ଟ୍ରପତି। କମ୍ ଦିନ ଭିତରେ  ନିର୍ବାଚନ ତାରିଖ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଇସ୍ତଫା ଦେଇଥିବା ବେଳେ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ଏବଂ ଏହାର ନିର୍ବାଚନ ପ୍ରକ୍ରିୟା କେମିତି ହେବ ସେନେଇ ଚର୍ଚ୍ଚା। ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ନାମ ସାମ୍ନାକୁ ଆସିନାହିଁ ତଥାପି ଅନେକ ନେତାଙ୍କ ନାଁ ଚର୍ଚ୍ଚାକୁ ଆସିଛି।

ଉପରାଷ୍ଟ୍ରପତି ନିର୍ବାଚନ: କିଏ ଦିଅନ୍ତି ଭୋଟ୍ ?
ଉପରାଷ୍ଟ୍ରପତିଙ୍କ ନିର୍ବାଚନରେ ସାଧାରଣ ଜନତା ଭାଗ ନିଅନ୍ତି ନାହିଁ । ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ହିଁ ଏ ଭୋଟର ଅଂଶଗ୍ରହଣ କରନ୍ତି। 
ଲୋକସଭାର ୫୪୩ ଜଣ ସାଂସଦ ଏବଂ ରାଜ୍ୟସଭାର ୨୫୦ ଜଣ ସାଂସଦଙ୍କୁ ମିଶାଇ ମୋଟ୍ ୭୯୩ ଜଣ ସଦସ୍ୟ ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇଥାଆନ୍ତି। ଏ ଭୋଟ ହିଁ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରେ। ଉପରାଷ୍ଟ୍ରପତିଙ୍କ ନିର୍ବାଚନ ଆନୁପାତିକ ପ୍ରତିନିଧିତ୍ୱ ପଦ୍ଧତି ଅନୁସାରେ ହୋଇଥାଏ। ଏଥିରେ ଭୋଟିଂ ଏକ ବିଶେଷ ପ୍ରଣାଳୀରେ ହୁଏ, ଯାହାକୁ ଏକକ ସଂକ୍ରମଣୀୟ ଭୋଟ୍ ପ୍ରଣାଳୀ କୁହାଯାଏ। ଭୋଟିଂ ସମୟରେ ଭୋଟରଙ୍କୁ ଗୋଟିଏ ହିଁ ଭୋଟ୍ ଦେବାକୁ ପଡ଼େ, କିନ୍ତୁ ତାଙ୍କୁ ନିଜ ପସନ୍ଦ ଆଧାରରେ ପ୍ରାର୍ଥୀମାନଙ୍କ ପାଇଁ ପ୍ରାଥମିକତା ସ୍ଥିର କରିବାକୁ ହୋଇଥାଏ । ବାଲାଟ୍ ପେପରରେ ଭୋଟରଙ୍କୁ ନିଜର ପ୍ରଥମ ପସନ୍ଦକୁ ୧, ଦ୍ୱିତୀୟ ପସନ୍ଦକୁ ୨ ଏବଂ ସେହି କ୍ରମରେ ପ୍ରାଥମିକତା ସ୍ଥିର କରିବାକୁ ପଡ଼େ। 

ଉପରାଷ୍ଟ୍ରପତି ହେବା ପାଇଁ ଯୋଗ୍ୟତା କ?
ଉପରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ପ୍ରଥମ ଯୋଗ୍ୟତା ହେଉଛି ଭାରତର ନାଗରିକତ୍ୱ । ତାଙ୍କ ବୟସ ୩୫ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ ଏବଂ ସେ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହେବାର ସମସ୍ତ ଯୋଗ୍ୟତା ପୂରଣ କରୁଥିବା ଆବଶ୍ୟକ ।  ଉପରାଷ୍ଟ୍ରପତି ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ ୧୫ ହଜାର ଟଙ୍କା ଜମା କରିବାକୁ ମଧ୍ୟ ପଡ଼ିଥାଏ । ନିର୍ବାଚନରେ ହାରିଗଲେ କିମ୍ବା ମୋଟ ଭୋଟର ୧/୬ ଭାଗ ଭୋଟ୍ ନ ପାଇଲେ ଏହି ରାଶି ଫେରସ୍ତ ହୋଇଯାଏ ।

Visited 5 times, 1 visit(s) today
Share this post

Leave A Comment

Your email address will not be published. Required fields are marked *