Category Sports

BCCI ସେଣ୍ଟ୍ରାଲ କଣ୍ଟ୍ରାକ୍ଟ : ୩୪ ଖେଳାଳି,୪ଟି ଗ୍ରେଡ୍

  • BCCI କ୍ରିକେଟରଙ୍କ ବାର୍ଷିକ ଚୁକ୍ତିନାମା ଘୋଷଣା କରିଛି। ନୂତନ ଚୁକ୍ତିନାମାରେ ମୋଟ ୩୪ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି।
  • ଭାରତୀୟ ପୁରୁଷ କ୍ରିକେଟରଙ୍କ ଏହି କେନ୍ଦ୍ରୀୟ ଚୁକ୍ତିନାମା ୧ ଅକ୍ଟୋବର ୨୦୨୪ ରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ରହିଛି।
    ୩୪ଖେଳାଳି,୪ଟି ଗ୍ରେଡ୍
  • BCCIର ବାର୍ଷିକ ଚୁକ୍ତିନାମାରେ, ୩୪ ଜଣ ଖେଳାଳିଙ୍କୁ ୪ଟି ଗ୍ରେଡରେ ବିଭକ୍ତ କରାଯାଇଛି।
  • ପ୍ରତ୍ୟେକ ଖେଳାଳିଙ୍କୁ ତାଙ୍କ ଗ୍ରେଡ୍ ଅନୁସାରେ BCCIର ବାର୍ଷିକ ଏକ ରାଶି ପ୍ରଦାନ କରିବ।
  • A+ ଗ୍ରେଡ୍ ଖେଳାଳିଙ୍କୁ ସର୍ବାଧିକ ୭ କୋଟି ଟଙ୍କା ପ୍ରଦାନ କରାଯାଏ। A ଗ୍ରେଡ୍ ୱାନରେ ୫ କୋଟି,B ଗ୍ରେଡ୍ ଖେଳାଳିମାନେ ୩ କୋଟି,C ଗ୍ରେଡରେ ଅନ୍ତର୍ଭୁକ୍ତ ଖେଳାଳିମାନେ ବାର୍ଷିକ ୧ କୋଟି ଟଙ୍କା ପାଆନ୍ତି।

 

କେଉଁ ଖେଳାଳିମାନେ A+ ଏବଂ A ଗ୍ରେଡରେ ସ୍ଥାନ ପାଇଛନ୍ତି?

  • BCCI ବାର୍ଷିକ ଚୁକ୍ତିନାମାର A+ ଗ୍ରେଡରେ ୪ ଜଣ ଖେଳାଳିଙ୍କୁ ସ୍ଥାନ ଦେଇଛି।  ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରିତ ବୁମରାହ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଏହି ଗ୍ରେଡରେ ସ୍ଥାନ ପାଇଛନ୍ତି।
  • ସେହିପରି, ୬ ଜଣ ଖେଳାଳିଙ୍କୁ A ଗ୍ରେଡରେ ସାମିଲ କରାଯାଇଛି, ଯେଉଁଥିରେ ମହମ୍ମଦ ସିରାଜ, କେଏଲ ରାହୁଲ, ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି ଏବଂ ରିଷଭ ପନ୍ତ ଅଛନ୍ତି।
  • ଶ୍ରେୟସ ଆୟର B ଗ୍ରେଡକୁ ଫେରିଲେ, ଈଶାନଙ୍କୁ C ଗ୍ରେଡରେ ସ୍ଥାନ ମିଳିଛି
  • ନୂତନ ବାର୍ଷିକ ଚୁକ୍ତିନାମାରେ ଶ୍ରେୟସ ଆୟରଙ୍କୁ B ଗ୍ରେଡରେ ପ୍ରତ୍ୟାବର୍ତ୍ତନ କରୁଥିବାର ଦେଖିବାକୁ ମିଳିଛି। ଶ୍ରେୟସଙ୍କ ବ୍ୟତୀତ, ଏହି ଗ୍ରେଡରେ ଅନ୍ତର୍ଭୁକ୍ତ ଅନ୍ୟ ଚାରି ଜଣ ଖେଳାଳି ହେଲେ ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ, କୁଲଦୀପ ଯାଦବ ଏବଂ ଯଶସ୍ୱୀ ଜୟୱାଲ।
  • ମୋଟ ୧୯ ଜଣ ଖେଳାଳିଙ୍କୁ C ଗ୍ରେଡରେ ସ୍ଥାନ ମିଳିଛି, ସେମାନଙ୍କ ମଧ୍ୟରେ ଇଶାନ କିଶନ,ରିଙ୍କୁ ସିଂ, ତିଲକ ଭର୍ମା, ରୁତୁରାଜ ଗାଇକୱାଡ, ଶିବମ ଦୁବେ, ରବି ବିଷ୍ଣୁ, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ପ୍ରସାଦ କୃଷ୍ଣ, ରଜତ ପାଟିଦାର, ଧ୍ରୁବ ଜୁରେଲ, ସର୍ଫରାଜ ଖାନ୍ଧର, ବରୁଣ ଚକ୍ରବର୍ତ୍ତୀ ଏବଂ ହର୍ଷିତ ରାଣା ରହିଛନ୍ତି ।

୧୮ ମିନିଟରେ ସେଞ୍ଚୁରୀ,୩ ଓଭରରେ ବିସ୍ଫୋରକ ବ୍ୟାଟିଂ

୩ ଓଭରରେ ସେଞ୍ଚୁରୀ। ହୁଏତ ଏହା ଆପଣମାନଙ୍କୁ ଅବିଶ୍ୱସନୀୟ ଲାଗିପାରେ,କିନ୍ତୁ ଏକଥା ସମ୍ପୂର୍ଣ୍ଣ ସତ । ୧୯୩୧ ମସିହାରେ ବ୍ଲାକହିଥ୍ ଏବଂ ଲିଥ୍ଗୋ ମଧ୍ୟରେ ଏକ ମ୍ୟାଚ୍‌ରେ ସାର୍ ଡନ୍ ବ୍ରାଡମ୍ୟାନ୍ ମାତ୍ର ତିନି ଓଭରରେ ୧୦୦ ରନ୍ କରିଥିଲେ। ବ୍ଲାକହିଥ୍ ପାଇଁ ଖେଳି,ସେତେବେଳର ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ମାତ୍ର ୧୮ ମିନିଟ୍‌ରେ ତାଙ୍କର ବିସ୍ଫୋରକ ଶତକ ପୂରଣ କରିଥିଲେ। ଅବଶ୍ୟ ସେ ସମୟରେ ଗୋଟାଏ ଓଭରରେ ଆଠଟି ବଲ ଥିଲା।

ମ୍ୟାଚ୍‌ଟି ନ୍ୟୁ ସାଉଥ୍ ୱେଲ୍ସର ବ୍ଲୁ ମାଉଣ୍ଟେନ୍ସରେ ହୋଇଥିଲା । ସେହି ମ୍ୟାଚ୍‌ରେ, ବ୍ରାଡମ୍ୟାନ୍ ପ୍ରଥମ ଓଭରରେ ୩୮ରନ୍ ମାରିଥିଲେ । ପରବର୍ତ୍ତୀ ଓଭରଟି ହୋରି ବେକରଙ୍କ ଦ୍ୱାରା ବୋଲ୍ କରାଯାଇଥିଲା ଏବଂ ଅଷ୍ଟ୍ରେଲିଆର ତୃତୀୟ ନମ୍ବର ଖେଳାଳି ପୁଣି ଷ୍ଟ୍ରାଇକ୍‌ରେ ଥିଲେ କାରଣ ସେ ପୂର୍ବ ଓଭରର ଶେଷ ବଲ୍‌ରେ ଗୋଟିଏ ସିଙ୍ଗଲ୍ ସ୍କୋର କରିଥିଲେ। ବ୍ରାଡମ୍ୟାନ୍ ବ୍ଲାକ୍‌ ଦ୍ୱିତୀୟ ଓଭରରେ 40 ରନ (6, 4, 4, 6, 6, 4,6,4) କରିଥିଲେ। ତୃତୀୟ ଓଭରରେ 24 ରନ୍ ସଂଗ୍ରହ କରି ତିନି ଓଭରରୁ ମୋଟ ୧୦୨ ରନ୍ ହୋଇଥିଲା । ତାଙ୍କୁ କ୍ରିଜରେ ମାତ୍ର ୧୮ ମିନିଟ ସମୟ ଅତିବାହିତ କରିବାକୁ ପଡିଥିଲା । ଏହି ମୁକାବିଲାରେ ସାର ଡନ ବ୍ରଡମ୍ୟାନ ୨୫୬ ରନର ଧୂଆଁଧାର ପାରି ଖେଳିଥିଲେ । ଯେଉଁଥିରେ ଥିଲା ୨୯ ଚୌକା ଓ ୧୪ ଛକା ।

ଡ୍ରେସିଂରୁମ ଡିଷ୍ଟର୍ବାନ୍ସ,ବିଦା ହେଲେ କୋଚ୍

BCCI ନେଲା ବଡ଼ କାର୍ଯ୍ୟାନୁଷ୍ଠାନ । ଚଳିତବର୍ଷ ବର୍ଡର ଗାଭାସ୍କର ଟ୍ରଫି ସିରିଜ ଭାରତ ହାରିବା ପରେ ଆଭିମୁଖ୍ୟ କଡ଼ା କରୁଛି BCCI

  • ଡ୍ରେସିଂ ରୁମରୁ କଥାବାର୍ତ୍ତା ଲିକ୍ ହେବା ଯୋଗୁଁ BCCI ଟିମ୍ ଇଣ୍ଡିଆର ସହାୟକ କୋଚ ଅଭିଷେକ ନାୟରଙ୍କୁ ବିଦା କରିଛି । ତାଙ୍କ କାର୍ଯ୍ୟକାଳ ୮ ମାସ ପୂର୍ବରୁ ଆରମ୍ଭ ହୋଇଥିଲା ।
  • ବର୍ଡର ଗାଭାସ୍କର ଟ୍ରଫି ସିରିଜ ହାରିବା ପରେ BCCI ରିଭ୍ୟୁ ମିଟିଂ କରିଥିଲା, ଏଥିରେ ଟିମ୍ ମ୍ୟାନେଜମେଣ୍ଟର ଜଣେ ସଦସ୍ୟ ଅଭିଯୋଗ କରିଥିଲେ କି, ଡ୍ରେସିଂ ରୁମରୁ କଥା ବାହାରକୁ ଯାଉଛି ।
  • ଖବର ମୁତାବକ, ଟିମ୍ ଇଣ୍ଡିଆର ସହାୟକ କୋଚ ଅଭିଷେକ ନାୟରଙ୍କ ବ୍ୟତୀତ ଫିଲ୍ଡିଂ କୋଚ ଟି ଦିଲ୍ଲୀପ ଏବଂ ଟ୍ରେନର ସୋହମ ଦେଶାଇଙ୍କୁ ମଧ୍ୟ ବିଦା କରାଯାଇଛି । ନାୟରଙ୍କ ସ୍ଥାନରେ ଟିମରେ କାହାକୁ ନିଯୁକ୍ତି ମିଳିବ ତାହାକୁ ନେଇ ଚର୍ଚ୍ଚା ।
  • ତେବେ ଟି ଦିଲ୍ଲୀପଙ୍କ କାମ ଆସିଷ୍ଟାଣ୍ଟ କୋଚ ରିୟାନ ଟେନ ଡିସ୍କାଟେ କରିବେ । ଟ୍ରେନର ସୋହମ ଦେଶାଇଙ୍କ ସ୍ଥାନରେ ଏଡ୍ରିଅନ ଲି ରୁ ନେବେ । ସେ ଏବେ ଆଇପିଏଲରେ ପଞ୍ଜାବ କିଙ୍ଗସ ଟିମ୍ ସହିତ ଜଡିତ ରହିଛନ୍ତି ।

ଋତୁରାଜ ଗାଏକ୍ୱାଡଙ୍କ ସ୍ଥାନ ପୂରଣ କରିବେ ୧୭ ବର୍ଷୀୟ ଖେଳାଳୀ

  • IPLକୁ ନେଇ କ୍ରିକେଟ ଲଭରଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଥିଲା ବେଳେ ବିଶେଷ କରି ମାହିଙ୍କ ଟିମକୁ ନେଇ ରହିଛି ବିଶେଷ ଆଗ୍ରହ ।
  • ଧୋନୀଙ୍କ ନେତୃତ୍ୱରେ ପରିଚାଳିତ Chennai Super Kings (CSK) ଟିମକୁ ନେଇ ବେଶ୍ ଉତ୍ସାହିତ କ୍ରିକେଟ ପ୍ରେମୀ।
  • ତେବେ ଚର୍ଚ୍ଚାରେ ରହି ଆସୁଥିବା CSK ଏବେ ଆଉ ଏକ ନୂଆ କାରଣ ପାଇଁ ଚର୍ଚ୍ଚାକୁ ହିଟ୍ କରିଛି।
  • CSKରେ ସାମିଲ ହେବାକୁ ଯାଉଛନ୍ତି ୧୭ ବର୍ଷୀୟ ମୁମ୍ବାଇ ବ୍ୟାଟର ଆୟୁଷ ମହାତ୍ରେ ।
  • IPL ପ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ବଦଳରେ ଆୟୁଷଙ୍କୁ ସିଲେକ୍ଟ କରିଛି।
  • କହୁଣୀ ଜନିତ ଆହତ ସମସ୍ୟା ଯୋଗୁ ଗାଏକ୍ୱାଡ ୨୦୨୫ ଆଇପିଏଲରେ ଆଉ ନଜର ଆସିବେ ନାହିଁ।ତେଣୁ ଚେନ୍ନାଇ ତାଙ୍କ ବଦଳରେ ୧୭ ବର୍ଷୀୟ ମୁମ୍ବାଇ ବ୍ୟାଟର ଆୟୁଷ ମହାତ୍ରେଙ୍କ ସହ ଚୁକ୍ତି କରିଛି।
  • ଏପ୍ରିଲ ୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଆୟୁଷ ଚେନ୍ନାଇ ଟିମରେ ସାମିଲ ହେବେ ବୋଲି ଜଣାପଡ଼ିଛି ।
  • ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଆୟୁଷଙ୍କୁ ପ୍ରଥମେ ଚେନ୍ନାଇ ପକ୍ଷରୁ ଟ୍ରାଏଲ ପାଇଁ ଡକା ଯାଇଥିଲେ।ଟ୍ରାଏଲରେ ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏଥିଯୋଗୁ ଚେନ୍ନାଇ ୨୦୨୫ ଆଇପିଏଲ ପାଇଁ ତାଙ୍କ ସହ ଚୁକ୍ତି କରିଛି।
  • ଏପ୍ରିଲ ୧୦ରେ ଗାଏକ୍ୱାଡ ଆହତ ସମସ୍ୟା ଯୋଗୁ ଆଇପିଏଲ ୨୦୨୫ରୁ ବାଦ ପଡ଼ିଥିଲେ।
  • ଆୟୁଷ ନିଜ ହୋମ ଟାଉନରେ ଆର୍ଥାତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ବେଳକୁ ଚେନ୍ନାଇ ଟିମରେ ଯୋଗ ଦେବେ।

ଆୟୁଷ ମହାତ୍ରେ କିଏ?

  • ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ପ୍ରଥମ ଟି-୨୦ ବିଶ୍ୱକପ ଜିତିବାର କିଛି ମାସ ପୂର୍ବରୁ ଅର୍ଥାତ ୨୦୦୭ ମସିହା ଜୁଲାଇ ମାସରେ ଆୟୁଷ ମହାତ୍ରେ ଜନ୍ମ ଗ୍ରହଣ କରିଥିଲେ।
  • ମୁମ୍ବାଇ ଉପକଣ୍ଠରେ ଥିବା ବିରାରରେ ଆୟୁଷଙ୍କ ଜନ୍ମ,୬ ବର୍ଷ ବୟସରୁ ଆୟୁଷ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ।
  • ୨୦୨୩ ଡିସେମ୍ବର ମାସରେ ୧୭ ବର୍ଷୀୟ ଆୟୁଷ ମୁମ୍ବାଇକୁ ଅଣ୍ଡର ୨୩ ବର୍ଗରେ ପ୍ରଥମଥର ପ୍ରତିନିଧିତ୍ୱ କରିଥିଲେ। ଏହାର ୧୦ ମାସ ମଧ୍ୟରେ ସେ ମୁମ୍ବାଇର ସିନିୟର ଟିମ ପାଇଁ ଖେଳିଥିଲେ। ବର୍ତ୍ତମାନ ସୁଦ୍ଧା ୧୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୫୦୪ ରନ କରିଛନ୍ତି। ରଣଜୀ ଟ୍ରଫିରେ ସେ ୨ଟି ଶତକ ମାରିଛନ୍ତି।
  • ମୁମ୍ବାଇ ପାଇଁ ସେ ୭ଟି ୫୦ ଓଭର ଫର୍ମାଟ ମ୍ୟାଚ୍‌ରେ ୪୫୮ ରନ କରିଛନ୍ତି। ଏହି ଫର୍ମାଟରେ ବି ସେ ୨ଟି ଶତକ ମାରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୩୫.୫୦ ରହିଥିବା ବେଳେ ଆଭରେଜ ୬୫.୪୨। ୨୦୨୪ ଡିସେମ୍ବର ମାସରେ ନାଗାଲାଣ୍ଡ ବିପକ୍ଷ ବିଜୟ ହଜାରେ ଟ୍ରଫିରେ ଆୟୁଷ ୧୧୭ ବଲରେ ୧୮୧ ରନର ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।