Category Sports

ରୋହିତଙ୍କ ଅବସର ପଛରେ କିଏ?

ଆଉ ଧଳା ଡ୍ରେସରେ ନଜର ଆସିବେନି ସଫଳ କ୍ୟାପ୍ଟେନ୍ । ଅଧିନାୟକ ଭାବେ ଟେଷ୍ଟ ଫର୍ମାଟରୁ ବିଦାୟ ନେଇଛନ୍ତି ହିଟ୍‌ମ୍ୟାନ୍ ରୋହିତ ଶର୍ମା । ୩୮ ବର୍ଷ ବୟସରେ କରିଛନ୍ତି ଟେଷ୍ଟକୁ ଅଲବିଦା । ରୋହିତଙ୍କ ଫ୍ୟାନ୍ସ ଏ ନିଷ୍ପତ୍ତିକୁ ନେଇ ବେଶ୍ ଖୁସି ନାହାନ୍ତି । ତେବେ ବହୁତ ଭଲ ରେକର୍ଡ ଥାଇ ରୋହିତ ଶର୍ମା କାହିଁକି କ୍ୟାପ୍ଟେନସିପ୍ ଛାଡ଼ିଲେ ତାକୁ ନେଇ ଚର୍ଚ୍ଚା । 
                             ଟେଷ୍ଟରେ ରୋହିତ ଶର୍ମା ଟ୍ରାକ୍ ରେକର୍ଡ ଯଦିଓ ବେଶ୍‌ ଭଲ ରହିଥିଲା । କିନ୍ତୁ କିଛି ଦିନ ହେଲା ଫର୍ମକୁ ନେଇ ସେ ସଂଘର୍ଷ କରୁଥିଲେ । ଟେଷ୍ଟରେ ଖରାପ ପ୍ରଦର୍ଶନ କାରଣରୁ ତାଙ୍କୁ BCCI କାଳେ ଟେଷ୍ଟ ଫର୍ମାଟରେ ନେବାକୁ ମନା କରିଦେଇଥିବା ଶୁଣିବାକୁ ମିଳୁଛି । ସେହି କାରଣରୁ ହୁଏତ ହଠାତ୍ ଟେଷ୍ଟରୁ ଅବସର ନେଇଥାଇପାରନ୍ତି ରୋହିତ ।

ଟେଷ୍ଟ ରେକର୍ଡ
ଭାରତ ପାଇଁ ମୋଟ ୬୭ଟି ଟେଷ୍ଟ ଖେଳିଥିବା ରୋହିତ ଶର୍ମା ୪୦.୫୭ ହାରରେ ମୋଟ ୪୩୦୧ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୨ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ ରହିଛି । ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୨୧୨ ରନ୍ । ଏହା ଛଡା ଗୋଟିଏ ଓ୍ୱିକେଟ ବି ନେଇଛନ୍ତି । ରୋହିତ ମୋଟ ୧୫୯ଟି T-20 ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ମୋଟ ୪୨୩୧ ରନ୍ କରିଛନ୍ତି । ଆଉ ଏହି ରନ୍ ମଧ୍ୟରେ ୫ଟି ଶତକ ଏବଂ ୩୨ଟି ଅର୍ଦ୍ଧଶତକ ରହିଛି । ଟି୨୦ରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୨୧ ରନ୍ । ଓ୍ୱାନଡେରେ ହିଟମ୍ୟାନ୍‌ଙ୍କ ସର୍ବାଧିକ ସ୍କୋର ହେଉଛି ୨୬୪ ରନ୍ । ଯାହାକି ଏବେ ବି କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ହୋଇ ରହିଛି ।

ଷ୍ଟାର କ୍ରିକେଟରଙ୍କ ଅଯୋଗ୍ୟ ପୁଅ,୩ ବର୍ଷରେ କରିଛନ୍ତି ୧୩ ରନ୍

ସଚିନ ତେନ୍ଦୁଲକର କ୍ରିକେଟ ଜଗତର ଗଡ ଭାବରେ ବେଶ୍ ଜଣାଶୁଣା । ନିଜର ନିଆରା ରେକର୍ଡ ପାଇଁ ସେ ସବୁବେଳେ କ୍ରିକେଟ ଜଗତରେ ସ୍ୱତନ୍ତ୍ର ସ୍ଥାନ ପାଇ ଆସିଛନ୍ତି । ୱାର୍ଲ୍ଡକପ୍ ହେଉ ବା ୱାନଡେ ମ୍ୟାଚ୍, ସବୁ କ୍ଷେତ୍ରରେ ସଚିନଙ୍କ ଅବଦାନ ସ୍ୱତନ୍ତ୍ର । ପିଲାଟି ଦିନୁ କ୍ରିକେଟ ପ୍ରତି ଅହେତୁକ ଆଗ୍ରହ ରଖିଥିବା ସଚିନ ଦିନକୁଦିନ ରେକର୍ଡର ପାହାଚ ଚଢି ଷ୍ଟାର ପାଲଟି ଯାଇଥିଲା ବେଳେ ତାଙ୍କ ପୁଅ ଅର୍ଜୁନ ତେନ୍ଦୁଲକର କିନ୍ତୁ ପୂରା ଫ୍ଲପ୍ । ବାପାଙ୍କ ରେକର୍ଡରୁ କାଣିଚାଏ ବି ହାସଲ କରି ପାରି ନାହାନ୍ତି ଅର୍ଜୁନ । କେବଳ ବାପାଙ୍କ ନେମ୍ ଫେମକୁ ୟୁଜ୍ କରି କ୍ରିକେଟ ଫିଲ୍ଡରେ ଜାଗା ମାଡ଼ିଥିବା ଅର୍ଜୁନ ପାଲଟି ଯାଇଛନ୍ତି ଷ୍ଟାର ବାପାଙ୍କ ଫ୍ଲପ୍ ପୁଅ

୩ ବର୍ଷରେ ୧୩ ରନ୍

ସଚିନ ତେନ୍ଦୁଲକର IPLରେ ମୁମ୍ୱାଇ ଇଣ୍ଡିଆନ୍ସରେ ସଦସ୍ୟ ଥିଲେ । ଦଳ ପାଇଁ ତାଙ୍କର ଅନେକ ଅବଦାନ ବି ରହିଛି । ସେ ଏବେ ଦଳରେ ନାହାନ୍ତି, କିନ୍ତୁ ତାଙ୍କ ପୁଅ ଦଳର ସଦସ୍ୟ ରହିଛନ୍ତି । ମାତ୍ର ଆଜି ଯାଏଁ ସେ କୌଣସି ଚମତ୍କାର ପ୍ରଦର୍ଶନ କରିପାରିନାହାନ୍ତି । ତେଣୁ ଦଳରେ ତାଙ୍କୁ ସୁଯୋଗ ବି ମିଳିପାରୁନାହିଁ । ବେଞ୍ଚରେ ବସି ବସି ଯାଉଛନ୍ତି ଅର୍ଜୁନ୍ । ଅର୍ଜୁନ ତେନ୍ଦୁଲକର ୨୦୨୧ରୁ ମୁମ୍ୱାଇ ଇଣ୍ଡିଆନ୍ସ ଦଳରେ ରହିଛନ୍ତି । ଆହତ କାରଣରୁ ଏହି ସିଜିନରେ ସେ ଖେଳିପାରିନଥିଲେ । ଏହାପରେ ୨୦୨୨ରେ ତାଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିନଥିଲା ।  ୨୦୨୩ରେ ସେ ଡେବ୍ୟୁ କରିଥିଲେ, ଆଉ ୪ ମ୍ୟାଚ ଖେଳିଥିଲେ । ସେହିପରି ୨୦୨୪ରେ ମାତ୍ର ଗୋଟିଏ ମ୍ୟାଚ ଖେଳିଥିଲେ । ଏହି ୩ ବର୍ଷରେ ସେ ମାତ୍ର ୫ ମ୍ୟାଚ ଖେଳି ୩ ଓ୍ବିକେଟ ନେବା ସହ ୧୩ ରନ କରିଛନ୍ତି ।

୫ଟି ସିଜିନରେ ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ୱାଇ ଇଣ୍ଡିଆନ୍ସ ନିଜ ଦଳରେ ସାମିଲ କରୁଛି ସତ କିନ୍ତୁ କମ ସୁଯୋଗ ଦେଉଛି । ଏହାକୁ ନେଇ ବର୍ତ୍ତନମାନ ପ୍ରଶ୍ନ ଉଠୁଛି, ଯଦି ଅର୍ଜୁନଙ୍କ ପ୍ରଦର୍ଶନ ଭଲ ନାହିଁ କାହିଁକି ଦଳ ତାଙ୍କୁ ୫ ବର୍ଷ ହେବ ଟିମରେ ସାମିଲ କରୁଛି? କଣ ସଚିନ ତେନ୍ଦୁଲକରଙ୍କ ପାଇଁ ମୁମ୍ୱାଇ ଅର୍ଜୁନଙ୍କୁ ଦଳରେ ରଖୁଛି? ୨୦୨୧ରେ ମୁମ୍ୱାଇ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା । ଏହାପରେ ୪ଟି ସିଜିନରେ ୩୦ ଲକ୍ଷ ଟଙ୍କାରେ ମୁମ୍ୱାଇ ତାଙ୍କୁ ଦଳରେ ସାମିଲ କରିଛି । ପ୍ରତ୍ୟକ ବର୍ଷ ଆଇପିଏଲରେ ନୂଆ ନୂଆ ଷ୍ଟାର ବାହାରୁଛନ୍ତି । ଚମତ୍କାର ପ୍ରଦର୍ଶନ କରି ରାତାରାତି ହିରୋ ହୋଇଯାଉଛନ୍ତି । ବିଶ୍ୱ କ୍ରିକେଟର ବଡ଼ ଚେହେରା ସଚିନ ତେନ୍ଦୁଲକରଙ୍କ ପୁଅ କିନ୍ତୁ ବହୁ ପଛରେ ପଡ଼ିଯାଇଛନ୍ତି ।

୨୦ କୋଟିର ବିଜ୍ଞାପନକୁ କାହିଁକି ନା କହିଥିଲେ ସଚିନ୍

ସଚିନ ତେନ୍ଦୁଲକରଙ୍କୁ ଖାଲିରେ କ୍ରିକେଟର ଗଡ୍ କୁହାଯାଏନି। ତାଙ୍କର ବ୍ୟକ୍ତିତ୍ୱ,ଚରିତ୍ର ସାଙ୍ଗକୁ ଖେଳିବାର ଶୈଳୀ ତାଙ୍କୁ ସବୁଦିନ ପାଇଁ ଚର୍ଚ୍ଚାରେ ରଖିଆସିଛି ।ତେବେ ଏପ୍ରିଲ 24 ହେଉଛି  ଗଡ୍‌ ଅଫ୍‌ କ୍ରିକେଟ୍‌’ ଅର୍ଥାତ ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ। ଏହି ଦିନଟିକୁ କେବଳ ଦେଶ ନୁହେଁ, ସାରା ବିଶ୍ୱ ପାଳନ କରେ। ଭାରତର ପ୍ରତ୍ୟେକ ଗଳିରେ କ୍ରିକେଟକୁ ପହଞ୍ଚାଇବାରେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ତାଙ୍କରି ପାଇଁ ଲକ୍ଷ ଲକ୍ଷ ଯୁବକ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ।ଯେତେ ବି କ୍ରିକେଟର କ୍ରିଜରେ ରାଜ୍ କରନ୍ତୁ ନା କାହିଁକି ସଚିନ କିନ୍ତୁ ଫ୍ୟାନ୍ସଙ୍କ ମନରେ ଖାସ୍ ଜାଗା ନେଇ ରହିବେ।

କ୍ରିକେଟକୁ ଏତେ ପ୍ରସିଦ୍ଧ କରିଥିବା ଏବଂ ଭାରତରେ ଏହି ଖେଳର ଭଗବାନ କୁହାଯାଉଥିବା ସଚିନ ୨୪ ଏପ୍ରିଲ ୨୦୨୫ ରେ ୫୨ ବର୍ଷ ବୟସରେ ପାଦ ଦେଇଛନ୍ତି। ମରାଠି ପରିବାରରେ ସଚିନଙ୍କ ଜନ୍ମ । ବାପା ଜଣେ ଲେଖକ ଏବଂ କବି। ଭାଇ ମଧ୍ୟ ଜଣେ ଚିତ୍ରକର। ଫେମସ ସଂଗୀତଜ୍ଞ ସଚିନ୍ ଦେବ ବର୍ମନଙ୍କ ନାମ ଅନୁସାରେ ସଚିନଙ୍କ ନାମକରଣ ହୋଇଛି।୧୪  ବର୍ଷ ବୟସରେ ୧୯୮୭ ମସିହାରେ ଭାରତ-ଜିମ୍ବାୱେ ମଧ୍ୟରେ ହେଉଥିବା ବିଶ୍ୱ କପ୍‌ରେ ସଚିନ ବଲ୍‌-ବଏ ଥିଲେ। ୧୯୯୭, ୧୯୯୯, ୨୦୦୧, ୨୦୦୨, ୨୦୦୮, ୨୦୧୦ ମସିହାରେ ୧୦୦୦ ଲେଖାଏଁ ଟେଷ୍ଟ୍‍ ରନ୍‌ କରିଥିବା ସଚିନଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ ‘ରନ୍‌ ମେସିନ୍‌’ ନାମରେ ଲୋକେ ଜାଣିଲେ।ସମୟକ୍ରମେ ସେ ପାଲଟିଗଲେ କ୍ରିକେଟର ଗଡ୍ ।
                   ତେବେ ବିଭିନ୍ନ ସମୟରେ କ୍ରିକେଟର ଓ ଆକ୍ଟର ଆଡ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରୁଥିଲା ବେଳେ ସଚିନ କିନ୍ତୁ ଏ କ୍ଷେତ୍ରରେ ନିଜ ନିଆରା ବ୍ୟକ୍ତିତ୍ୱର ପରିଚୟ ଦେଇଛନ୍ତି । ୨୦କୋଟି ଟଙ୍କା ପ୍ରତି ଲୋଭାଶକ୍ତ ନ ହୋଇ ନିଜ ବିବେକର ପରିଚୟ ଦେଇଛନ୍ତି । ୨୦୧୦ ମସିହାରେ ସଚିନଙ୍କୁ ଏକ ମଦ କମ୍ପାନୀର ବିଜ୍ଞାପନ କରିବାକୁ ୨୦ କୋଟି ଟଙ୍କାର ଅଫର୍‌ ଆସିଥିଲା। ମାତ୍ର ସେ ବାପାଙ୍କ ନିକଟରେ କରିଥିବା ଶପଥ ଯୋଗୁ ସେ  ବିଜ୍ଞାପନ ପାଇଁ ମନା କରିଦେଇଥିଲେ। ସଚିନ ତାଙ୍କ ବାପାଙ୍କୁ କଥା ଦେଇଥିଲେ କି ସେ କେବେ ବି ନିଶାଦ୍ରବ୍ୟର ବିଜ୍ଞାପନ କରିବେ ନାହିଁ ।ତେଣୁ ସେ ଏ ବିଜ୍ଞାପନରୁ ଦୂରେଇ ରହିଥିଲେ ।

IPLରେ ମ୍ୟାଚ୍ ଫିକ୍ସିଂ

  • Lucknow Super Giants ବିପକ୍ଷରେ ଜିତିବାକୁ ଯାଉଥିବା ମ୍ୟାଚ୍ ହାରିବା ପରେ Rajasthan Royals ଉପରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ।
  • ଏହି ମ୍ୟାଚରେ ରାଜସ୍ଥାନକୁ ବିଜୟ ପାଇଁ ଶେଷ ଓଭରରେ ୯ ରନର ଆବଶ୍ୟକ ଥିଲା । ମାତ୍ର ବୋଲର ଓବେଶ ଖାନଙ୍କ ସୁନ୍ଦର ବୋଲିଂ ଫଳରେ LSG ୨ ରନରେ ମ୍ୟାଚ ଜିତି ନେଇଥିଲା ।
  • ଏହି ମ୍ୟାଚରେ ରାଜସ୍ଥାନକୁ ବିଜୟ ପାଇଁ ଶେଷ ଓଭରରେ ୯ ରନର ଆବଶ୍ୟକ ଥିଲା ।
  • ମାତ୍ର ବୋଲର ଓବେଶ ଖାନଙ୍କ ସୁନ୍ଦର ବୋଲିଂ ଫଳରେ ଏଲଏସ୍ ୨ ରନରେ ମ୍ୟାଚ ଜିତି ନେଇଥିଲା ।
  • ଏହା ଗୋଟିଏ ଘଟଣା ନୁହେଁ, ଅନ୍ୟ ଏକ ମ୍ୟାଚରେ ମଧ୍ୟ ରାଜସ୍ଥାନ ଜିତିବା ମ୍ୟାଚ ହାରି ଯାଇଥିଲା । ଯାହାକୁ ନେଇ ରାଜସ୍ଥାନ କ୍ରିକେଟ ଆସୋସିଏସନର ଏଡ୍-ହକ୍ କମିଟିର ସଂଯୋଜକ ଜୟଦୀପ ବିହାନୀ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଖେଳୁଥିବା ରାଜସ୍ଥାନ ରୟାଲ୍ସ ଟିମ୍ ଉପରେ ମ୍ୟାଚ୍ ଫିକ୍ସିଂର ଅଭିଯୋଗ ଆଣିଛନ୍ତି । 
  • ଜୟଦୀପ ବିହାନୀଙ୍କ ଅଭିଯୋଗ ପରେ ଏବେ ଆଇପିଏଲରେ ମ୍ୟାଚ ଫିକ୍ସିଂକୁ ନେଇ ଚାରିଆଡେ ଚର୍ଚ୍ଚା ।

BCCI ସେଣ୍ଟ୍ରାଲ କଣ୍ଟ୍ରାକ୍ଟ : ୩୪ ଖେଳାଳି,୪ଟି ଗ୍ରେଡ୍

  • BCCI କ୍ରିକେଟରଙ୍କ ବାର୍ଷିକ ଚୁକ୍ତିନାମା ଘୋଷଣା କରିଛି। ନୂତନ ଚୁକ୍ତିନାମାରେ ମୋଟ ୩୪ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି।
  • ଭାରତୀୟ ପୁରୁଷ କ୍ରିକେଟରଙ୍କ ଏହି କେନ୍ଦ୍ରୀୟ ଚୁକ୍ତିନାମା ୧ ଅକ୍ଟୋବର ୨୦୨୪ ରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ରହିଛି।
    ୩୪ଖେଳାଳି,୪ଟି ଗ୍ରେଡ୍
  • BCCIର ବାର୍ଷିକ ଚୁକ୍ତିନାମାରେ, ୩୪ ଜଣ ଖେଳାଳିଙ୍କୁ ୪ଟି ଗ୍ରେଡରେ ବିଭକ୍ତ କରାଯାଇଛି।
  • ପ୍ରତ୍ୟେକ ଖେଳାଳିଙ୍କୁ ତାଙ୍କ ଗ୍ରେଡ୍ ଅନୁସାରେ BCCIର ବାର୍ଷିକ ଏକ ରାଶି ପ୍ରଦାନ କରିବ।
  • A+ ଗ୍ରେଡ୍ ଖେଳାଳିଙ୍କୁ ସର୍ବାଧିକ ୭ କୋଟି ଟଙ୍କା ପ୍ରଦାନ କରାଯାଏ। A ଗ୍ରେଡ୍ ୱାନରେ ୫ କୋଟି,B ଗ୍ରେଡ୍ ଖେଳାଳିମାନେ ୩ କୋଟି,C ଗ୍ରେଡରେ ଅନ୍ତର୍ଭୁକ୍ତ ଖେଳାଳିମାନେ ବାର୍ଷିକ ୧ କୋଟି ଟଙ୍କା ପାଆନ୍ତି।

 

କେଉଁ ଖେଳାଳିମାନେ A+ ଏବଂ A ଗ୍ରେଡରେ ସ୍ଥାନ ପାଇଛନ୍ତି?

  • BCCI ବାର୍ଷିକ ଚୁକ୍ତିନାମାର A+ ଗ୍ରେଡରେ ୪ ଜଣ ଖେଳାଳିଙ୍କୁ ସ୍ଥାନ ଦେଇଛି।  ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରିତ ବୁମରାହ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଏହି ଗ୍ରେଡରେ ସ୍ଥାନ ପାଇଛନ୍ତି।
  • ସେହିପରି, ୬ ଜଣ ଖେଳାଳିଙ୍କୁ A ଗ୍ରେଡରେ ସାମିଲ କରାଯାଇଛି, ଯେଉଁଥିରେ ମହମ୍ମଦ ସିରାଜ, କେଏଲ ରାହୁଲ, ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି ଏବଂ ରିଷଭ ପନ୍ତ ଅଛନ୍ତି।
  • ଶ୍ରେୟସ ଆୟର B ଗ୍ରେଡକୁ ଫେରିଲେ, ଈଶାନଙ୍କୁ C ଗ୍ରେଡରେ ସ୍ଥାନ ମିଳିଛି
  • ନୂତନ ବାର୍ଷିକ ଚୁକ୍ତିନାମାରେ ଶ୍ରେୟସ ଆୟରଙ୍କୁ B ଗ୍ରେଡରେ ପ୍ରତ୍ୟାବର୍ତ୍ତନ କରୁଥିବାର ଦେଖିବାକୁ ମିଳିଛି। ଶ୍ରେୟସଙ୍କ ବ୍ୟତୀତ, ଏହି ଗ୍ରେଡରେ ଅନ୍ତର୍ଭୁକ୍ତ ଅନ୍ୟ ଚାରି ଜଣ ଖେଳାଳି ହେଲେ ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ, କୁଲଦୀପ ଯାଦବ ଏବଂ ଯଶସ୍ୱୀ ଜୟୱାଲ।
  • ମୋଟ ୧୯ ଜଣ ଖେଳାଳିଙ୍କୁ C ଗ୍ରେଡରେ ସ୍ଥାନ ମିଳିଛି, ସେମାନଙ୍କ ମଧ୍ୟରେ ଇଶାନ କିଶନ,ରିଙ୍କୁ ସିଂ, ତିଲକ ଭର୍ମା, ରୁତୁରାଜ ଗାଇକୱାଡ, ଶିବମ ଦୁବେ, ରବି ବିଷ୍ଣୁ, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ପ୍ରସାଦ କୃଷ୍ଣ, ରଜତ ପାଟିଦାର, ଧ୍ରୁବ ଜୁରେଲ, ସର୍ଫରାଜ ଖାନ୍ଧର, ବରୁଣ ଚକ୍ରବର୍ତ୍ତୀ ଏବଂ ହର୍ଷିତ ରାଣା ରହିଛନ୍ତି ।