Category Sports

ଅଣ ଓଡ଼ିଆଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

  • ଓଡ଼ିଆ ଅସ୍ମିତାକୁ ଶକ୍ତ ଚାପୁଡ଼ା
  • ଓଡ଼ିଆ ଖେଳାଳୀଙ୍କୁ ଅଣଦେଖା
  • ଛତିଶଗଡ଼ ପ୍ରୀତିରେ ଅଣ ଓଡ଼ିଆ IAS ଅଫିସର
  • ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନକୁ ଶସ୍ତା କରିଦେଲେ କ୍ରୀଡ଼ାମନ୍ତ୍ରୀ
  • ଛତିଶଗଡ଼ ଖେଳାଳୀଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ
  • ବିଜୁ ଜନତା ଦଳର ତାମିଲ ପ୍ରୀତି, ଓଡ଼ିଶା ବିଜେପିର ଛତିଶଗଡ଼ ପ୍ରୀତି
  • ଓଡ଼ିଶାର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରକୁ ନେଇ ପୁଣି ବିବାଦ ଗତବର୍ଷ କ୍ରୀଡ଼ା ସମ୍ମାନରୁ ବିଜୁ ପଟ୍ଟନାୟକଙ୍କ ନାଁ ହଟାଇ ଦେଇଥିଲେ ଏବର୍ଷ ଛତିଶଗଡ଼ର ଅନିମେଷ କୁଜୁରଙ୍କୁ ପୁରସ୍କାର ଦେଇଦେଲେ। ଯାହାକୁ ନେଇ ତୁମ୍ବି ତୋଫାନ।

ଗତ ଅଗଷ୍ଟ 29 ତାରିଖ ଥିଲା ଜାତୀୟ କ୍ରୀଡ଼ା ଦିବସ ଓଡ଼ିଶା ସରକାରଙ୍କ ପକ୍ଷରୁ 2024 ବର୍ଷ ପାଇଁ 8ଟି ବିଭାଗ ନିମନ୍ତେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଗଲା, ଯାହାଙ୍କ ମଧ୍ୟରେ ଥିଲେ ଅନିମେଷ କୁଜୁରଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଥିବା ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ହାଇ ପର୍‌ଫରମାସ୍ ସେଣ୍ଟରରେ ରହୁଛନ୍ତି ଅନିମେଷ। ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ କରୁଛନ୍ତି । କିନ୍ତୁ ତାଙ୍କର ନିଜ ଘର ହେଉଛି ପଡ଼ୋଶୀ ରାଜ୍ୟ ଛତିଗଡ଼ର ଯଶପୁର ଜିଲ୍ଲା ଘୁଇଟାଙ୍ଗର ଗ୍ରାମରେ। ନିୟମ ଅନୁସାରେ କେବଳ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା କ୍ରୀଡ଼ାବିତ୍ ହିଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇବାକୁ ହକଦାର। ମାତ୍ର ଏଥର ଆୱାର୍ଡ ପାଇଛନ୍ତି ଅଣ ଓଡ଼ିଆ  ।

22 ବର୍ଷୀୟ ଅନିମେଷ ବର୍ତ୍ତମାନ ଦେଶର ଦ୍ରୁତତମ ଧାବକ ଭାବେ ଜଣାଶୁଣା। 100 ଏବଂ 200 ମିଟର ରନିଂ ରେସରେ ନ୍ୟାସନାଲ୍ ରେକର୍ଡର ଅଧିକାରୀଏପରିକି, ଚଳିତ ମାସ 13ରୁ ଟୋକିଓରେ ହେଉଥିବା ବିଶ୍ୱ ଆଥଲେଟିକ୍ସ ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱ କରିବେ। ଅନିମେଷଙ୍କ ଟ୍ୟାଲେଣ୍ଟକୁ ନେଇ ସନ୍ଦେହ ନାହିଁକିନ୍ତୁ ତାଙ୍କୁ ପୁରସ୍କାର ଦେବା ଆଇନ ବିରୋଧୀ ।ନିୟମ ଅନୁସାରେ, ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପାଇବା ପାଇଁ ଜଣେ ପ୍ରାର୍ଥୀ, ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେନଚେତ୍ ଅତି କମରେ 7 ବର୍ଷ ହେବ ଓଡ଼ିଶାରେ ରହୁଥିବେସେହି ନିୟମ ଯୋଗୁ ମାଇକେଲ୍ କିଣ୍ଡୋଙ୍କ ଭଳି ମହାନ ହକି ଖେଳାଳି, ମରିଗଲେ ପଛେ, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇ ପାରିଲେ ନାହିଁ

ଅନ୍ୟପଟେ ଛତିଶଗଡ଼ର ଅନିମେଷ କୁଜୁର 2023ରେ ବର୍ଷେ ପାଇଁ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବା ଲାଗି ଅନୁମତି ପାଇଥିଲେ ଗୋଟିଏ ବର୍ଷ ପୂରଣ ପରେ ବିନା ଅନୁମତି ପତ୍ରରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି ପ୍ରଶ୍ନ ଉଠୁଛି, 2002ରୁ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ସମ୍ମାନ ପାଇବା ପାଇଁ କଣ ଆମ ରାଜ୍ୟର କୌଣସି ଖେଳାଳି ଯୋଗ୍ୟ ନଥିଲେ ?
ତେବେ ରାଜ୍ୟ କ୍ରୀଡ଼ା ପୁରସ୍କାର ପାଇଁ ଯୋଗ୍ୟ ପ୍ରାର୍ଥୀ ବାଛିବା ଦାୟିତ୍ୱ ଏକ କମିଟିରଅଣଓଡ଼ିଆ IAS କ୍ରୀଡ଼ା ସଚିବ ସଚିନ୍ ରାମଚନ୍ଦ୍ର ଯାଦବ କମିଟିର ଅଧ୍ୟକ୍ଷ ଥିଲାବଳେ କ୍ରୀଡ଼ା ନିର୍ଦ୍ଦେଶକ ଯେଦୁରା ବିଜୟ ହେଉଛନ୍ତି ଆବାହକଏହା ବ୍ୟତୀତ ଜଣେ ଅଲିମ୍ପିଆନ୍, ଅର୍ଜୁନ ପୁରସ୍କାର ବିଜେତା, ବିଜୁ ପଟ୍ଟନାୟକ ପୁରସ୍କାର ବିଜୟୀ କ୍ରୀଡ଼ାବିତ୍ ଓ କ୍ରୀଡ଼ା ସାମ୍ବାଦିକ, ଓଡ଼ିଶା ଅଲମ୍ପିକ ସଂଘର ସମ୍ପାଦକ ଓ ଜଣେ ବେସରକାରୀ କ୍ରୀଡା ପ୍ରଶାସକ ସେହି କମିଟିର ସଦସ୍ୟI
ମନୋନୟନ କମିଟି ଯୋଗ୍ୟ ପ୍ରାର୍ଥୀ ସ୍ଥିର କରିବା ପରେ ଅନୁମୋଦନ ପାଇଁ ତାଲିକା, ଯାଇଥିଲା କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ପାଖକୁ। କିନ୍ତୁ ମନୋନୀତ ପ୍ରାର୍ଥୀଙ୍କ ତାଲିକା ପୁରସ୍କାର ପ୍ରଦାନ ଉତ୍ସବ ପର୍ଯ୍ୟନ୍ତ ଗୁପ୍ତ ରଖାଯାଇ ଥିଲା। ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପାଇଁ ଅନିମେଷ କୁଜୁରଙ୍କ ନାଁ ଆସିବା ବେଳେ ଏହାର ଦୃତ ପ୍ରତିବାଦ କରିଥିଲେ ଉପସ୍ଥିତ କ୍ରୀଡ଼ା ସାମ୍ବାଦିକ । କିନ୍ତୁ ଅନ୍ୟମାନେ ଅନିମେଷଙ୍କୁ ଓଡ଼ିଶାର ଗର୍ବ ଓ ଗୌରବ ଦର୍ଶାଇ ଛତିଶଗଡ଼ ହାତକୁ ଟେକିଦେଲେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

କ୍ରିକେଟରଙ୍କ ଫିଟନେସ୍ ମାପିବ BCCI

Board of Control for Cricket in India (BCCI) ଖେଳାଳିଙ୍କ ଫିଟନେସ ପରୀକ୍ଷା କରିବା ପାଇଁ ନୂଆ ନିୟମ ପ୍ରଚଳନ କରିଛି। ଯୋଉ ନିୟମର ନାଁ ହେଉଛି ବ୍ରୋଙ୍କୋ ଟେଷ୍ଟ। ରଗବି ଖେଳରେ ଏ ଟେଷ୍ଟ କରାଯାଏ । ଏ ଟେଷ୍ଟକୁ ଏବେ କ୍ରିକେଟରେ ପ୍ରୟୋଗ କରାଯାଇଛିଏହା ଖେଳାଳିଙ୍କ ଏରୋବିକ କ୍ଷମତା ଏବଂ ରନିଂ ଷ୍ଟାମିନା ପରୀକ୍ଷା କରିବ। କେବଳ ଏତିକି ନୁହେଁ କେତେ ସ୍ପିଡ଼ରେ ବୋଲରମାନେ ଦୌଡି ପାରୁଛନ୍ତି ଏ ଟେଷ୍ଟ ମଧ୍ୟ BCCI ଅବଜର୍ଭ କରିବ । ଏହି ପରୀକ୍ଷାରେ ପାସ କରିବା ପରେ ହିଁ ଖେଳାଳିଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯିବ। ଖେଳାଳିଙ୍କ ଷ୍ଟାମିନା ବୃଦ୍ଧି କରିବା ଏବଂ ସେମାନଙ୍କୁ ଦୀର୍ଘ ସମୟ ପାଇଁ ଫିଟ ରଖିବା ପାଇଁ ବ୍ରୋଙ୍କୋ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି।

ବ୍ରୋଙ୍କୋ ଟେଷ୍ଟରେ, ଖେଳାଳିଙ୍କୁ ଗୋଟିଏ ସେଟରେ ୨୦ ମିଟର, ୪୦ ମିଟର ଏବଂ ୬୦ ମିଟରର ସଟଲ ରନ କରିବାକୁ ପଡିବ। ଏହିପରି ମୋଟ ପାଞ୍ଚଟି ସେଟ ବିନା ବ୍ରେକରେ ଦୌଡ଼ିବାକୁ ପଡ଼ିବ। 1200 ମିଟରର ଏ ରନିଂ ଟେଷ୍ଟକୁ ସାରିବାକୁ ମାତ୍ର 6 ମିନିଟ ସମୟ ଦିଆଯିବ । ୬ ମିନିଟ ମଧ୍ୟରେ ବ୍ରୋଙ୍କୋ ପରୀକ୍ଷା ପାସ କରିବାକୁ ପଡ଼ିବ । ଇଣ୍ଡିଆନ ବୋଲର ଟେଷ୍ଟ କ୍ରିକେଟରେ ଲମ୍ବା ସ୍ପେଲ ବୋଲିଂ କରିବାରେ ବିଫଳ ହୋଇଛନ୍ତି। ଏବେକାର ରେକର୍ଡକୁ ଦେଖିଲେ ଇଂଲଣ୍ଡ ଗସ୍ତରେ, କେବଳ ମହମ୍ମଦ ସିରାଜ ପାଞ୍ଚଟି ଟେଷ୍ଟ ଖେଳିପାରିଥିଲେ, ଏବଂ ପ୍ରତ୍ୟେକ ସେସନରେ ସମାନ ଗତିରେ ବୋଲିଂ କରିଥିଲେ। ବାକି ବୋଲରମାନେ ଲମ୍ବା ସ୍ପେଲ ବୋଲିଂ କରି ପାରି ନଥିଲେ ।ସେଥିପାଇଁ ଏହି ନୂତନ ଫିଟନେସ ପରୀକ୍ଷା ପ୍ରଚଳନ କରାଯାଇଛି। ଏନର୍ଜି ଏବଂ କଣ୍ଡିସନିଂ ଟ୍ରେନର ଆଡ୍ରିଆନ ଲେ ରକ୍ସ ବ୍ରୋଙ୍କୋ ଟେଷ୍ଟ ପାଇଁ ସୁପାରିଶ କରିଥିଲା ବେଳେ ମେନ୍ କୋଚ୍  ଗୌତମ ଗମ୍ଭୀର ସହମତି ଦେଇଛନ୍ତି ।

ସୁନିଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଗିଲ୍

ୟୁଥ୍ କ୍ରିକେଟର ଶୁବମନ୍ ଗିଲଙ୍କ ବଡ଼ ସଫଳତା । ଆଇସିସି ଟେଷ୍ଟ ରାକିଂରେ ଟପ୍ ଟେନରେ ସ୍ଥାନ ପାଇଛନ୍ତି ଶୁବମନ୍ ଗିଲ। ଟେଷ୍ଟ ରାକିଂରେ ହାଇ ଜମ୍ପ ମାରିବା ସହିତ  ୨୧ ନମ୍ବର ସ୍ଥାନରୁ ଉପରକୁ ଉଠିଛନ୍ତି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ପାରିରୁ ଏହି ସଫଳତା ମିଳିଛି।
ଦ୍ୱିତୀୟ ଟେଷ୍ଟର ପ୍ରଥମ ଇଂନିସରେ ଦ୍ୱିଶତକ ଓ ଦ୍ୱିତୀୟ ଇଂନିସରେ ଶତକ ମାରିଥିଲେ ଭାରତୀୟ କ୍ରିକେଟ ଟିମର ଟେଷ୍ଟ ଅଧିନାୟକ ଗିଲ୍। ଏହି ଇନିଂସ ବଳରେ ସେ ୧୫ ଜଣ ଖେଳାଳିଙ୍କୁ ପଛରେ ପକାଇଛନ୍ତି। ତେବେ ଇଂଲଣ୍ଡ ପ୍ରତିଭାବାନ ହ୍ୟାରୀ ବ୍ରୁକ ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ଟେଷ୍ଟ କ୍ରିକେଟରେ ଜୋ ରୁଟଙ୍କୁ ହଟାଇ ହ୍ୟାରି ବ୍ରୁକ୍ ଏକ ନମ୍ବର ସ୍ଥାନକୁ ଯାଇଛନ୍ତି । ରୁଟ୍ ଗୋଟିଏ ସ୍ଥାନ ତଳକୁ ଖସି ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି । ଅନ୍ୟ ପକ୍ଷରେ ଭାରତର ନବ ନିଯୁକ୍ତ ଟେଷ୍ଟ ଅଧିନାୟକ ଗିଲ ସୁନିଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। 

ଇଂଲଣ୍ଡର ଏହି ଖେଳାଳି ପ୍ରଥମ ଟେଷ୍ଟର ପ୍ରଥମ ଇଂନିସରେ ୯୯ ଓ ଦ୍ୱିତୀୟ ଇଂନିସରେ ଶତକ ମାରିଥିଲେ। ଯାହା ତାଙ୍କୁ ଆଇସିସି ଟେଷ୍ଟ ରାକିଂର ଏକ ନମ୍ବର ସ୍ଥାନରେ ପହଞ୍ଚାଇଛି। ଦୁଇଟି ଟେଷ୍ଟରେ ଜୋ ରୁଟ୍ ଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। କେନ ଓ୍ବିଲିୟମସନ ତୃତୀୟ ସ୍ଥାନରେ ଥିବା ବେଳେ ୟଶସ୍ୱୀ ଜଶଓ୍ୱାଲ ଚତୁର୍ଥ ଏବଂ ଷ୍ଟିଭ ସ୍ମିଥ୍ ପଞ୍ଚମ ସ୍ଥାନରେ ରହିଛନ୍ତି। ଟେମ୍ବା ବାଭୁମା ୭ମ ସ୍ଥାନରେ ରହିଛନ୍ତି। ରିଷଭ ପନ୍ତ ତଳକୁ ଖସି ଅଷ୍ଟମ ସ୍ଥାନକୁ ଚାଲି ଆସିଛନ୍ତି । ନବମ ସ୍ଥାନରେ କାମିନ୍ଦୁ ମେଣ୍ଡିସ୍ ଓ ୧୦ମ ସ୍ଥାନରେ ଅଛନ୍ତି ଜେମି ସ୍ମିଥ।

IPLରୁ ହଟିଲେ ପୁରୁଣା ଚମ୍ପିଅନ୍

ଏଥର IPLକୁ ମିଳିବ ନୂଆ ଚମ୍ପିଅନ। ରିପିଟ ହେବନି ପୁରୁଣା ଟିମ୍ । ଅନେକ ଥର ଟ୍ରଫି ହାତେଇଥିବା ଟିମ୍ ଏଥର ବାଦ୍ ପଡ଼ିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍, ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡର୍ସ୍ ଆଦି ଫାଇନାଲରେ ନାହାନ୍ତି । ପ୍ରଥମ ଦୁଇ ସ୍ଥାନରେ ରହିଥିବା ଦଳ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲ୍ ଖେଳିବେ । ଜୁନ୍ 1ର ମୁକାବିଲାରେ ମୁମ୍ବାଇ ପ୍ରଥମ ବ୍ୟାଟିଂ କରି ୨୦୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶ୍ରେୟସ ଆୟରଙ୍କ ବିସ୍ଫୋରକ ପାଳି ବଳରେ ଗୋଟିଏ ଓଭର ପୁର୍ବରୁ ବିଜୟ ହାସଲ କରି ନେଇଥିଲା ଦଳ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଷଷ୍ଠଥରର ବିଜୟ ଲକ୍ଷ ହାସଲ ହୋଇ ନ ପାରି ଏଥିରେ ବ୍ରେକ୍ ଲାଗିଛି ।


ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଜୁନ୍ 3 ର ଫାଇନାଲ ମ୍ୟାଚ୍ ପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି । ଚମ୍ପିଅନ୍ସ ଟ୍ରଫି ହାତେଇବାକୁ ଅନେକ ଟିମ୍ ଆଶା ରଖିଥିଲା ବେଳେ କେବଳ ଦୁଇଟି ଟିମ୍ ହିଁ ଏ କ୍ଷେତ୍ରରେ ଫାଇନାଲକୁ ଯାଇଛନ୍ତି ।ତେବେ ଫାଇନାଲ୍ ପୂର୍ବର ମ୍ୟାଚ୍ ରୋମାଞ୍ଚକର ଥିଲାବେଳେ    କିଏ ବାଜିମାତ୍ କରୁଛି ତାହା ଦେଖିବା ବାକି ।

ଯୁବରାଜଙ୍କ ପାଇଁ ସକ୍ସେସ୍ ଶୁଭମନ୍ ଗିଲ୍!

ଇଣ୍ଡିଆ ଟେଷ୍ଟ ଟିମର କ୍ୟାପ୍ଟେନ୍ ଭାବେ ନିଯୁକ୍ତ ହୋଇଛନ୍ତି ଶୁଭମନ ଗିଲ୍। ରୋହିତ୍ ଶର୍ମାଙ୍କ ପରେ ଶୁଭମନଙ୍କୁ ମିଳିଛି ଗୁରୁଦାୟିତ୍ୱ। ଟେଷ୍ଟ ଟିମର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ କିଏ ରିପ୍ଲେସ୍ କରିପାରିବେ ସେ ନେଇ ଯୋଗ୍ୟତା ଓ ଦକ୍ଷତାର କଥା ଉଠିଥିଲା ବେଳେ ଉଭୟରେ ନିଜର ଶ୍ରେଷ୍ଠତ୍ୱ ପ୍ରମାଣ କରି ଶୁଭମନ୍ ଗିଲ୍ କ୍ୟାପ୍ଟେନସିପ୍ ହାତେଇଛନ୍ତି। ତେବେ ଶୁଭମନଙ୍କ ଏ ସଫଳତା ପଛରେ ଯୁବରାଜ ସିଂଙ୍କ ହାତ ଅଛି ବୋଲି ମନ୍ତବ୍ୟ ଦେଇଛନ୍ତି ଯୁବରାଜଙ୍କ ବାପା ଯୋଗରାଜ ସିଂହ। ଯୁବରାଜଙ୍କ ମେଣ୍ଟରସିପ ଓ ଶୁବମନଙ୍କ ପିତାଙ୍କ କଠିନ ପରିଶ୍ରମ ତାଙ୍କୁ ସଫଳତମ କ୍ରିକେଟର ଭାବେ ଗଢି ତୋଳିଥିବା କହିଛନ୍ତି ୟୋଗରାଜ।

ଯୁବରାଜଙ୍କ ପାଇଁ ସଫଳ ଗିଲ୍

ଶୁଭମନ୍ ଗିଲଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି କହିଥିବା ବେଳେ ଏହାର ସମସ୍ତ ଶ୍ରେୟ ଯୁବରାଜ ସିଂଙ୍କୁ ଯିବ ବୋଲି କହିଛନ୍ତି ୟୋଗରାଜ ସିଂ। ସବୁବେଳେ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା କ୍ରିକେଟର ୟୋଗରାଜ ସିଂ ଭାରତୀୟ ଟେଷ୍ଟ ଦଳର ନବନିଯୁକ୍ତ ଅଧିନାୟକ ଶୁବମନ ଗିଲଙ୍କୁ ନେଇ ବୟାନ ଦେଇଛନ୍ତି। ସେ କହିଛନ୍ତି ‘‘ଶୁଭମନ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି। ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ଅଧିନାୟକ ମଧ୍ୟ ରହିବେ। ତେବେ ଜଣେ ସଫଳ କ୍ରିକେଟର ହେବାକୁ ଯେଉଁ ଦିଗଦର୍ଶନ ଆବଶ୍ୟକ ତାହା ଯୁବରାଜଙ୍କ ଠାରୁ ପାଇଥିବା କାରଣରୁ ଗିଲ ଏତେ ବାଟ ଆସି ପାରିଛନ୍ତି।ଯୁବରାଜ ଜଣେ ଅତ୍ୟନ୍ତ ବୁଦ୍ଧିମାନ କ୍ରିକେଟର। ସେ ଗିଲଙ୍କୁ ନିଜ ଅଧୀନରେ ନେବା କାରଣରୁ ହିଁ ସେ ଜଣେ ଭଲ ଖେଳାଳି ଓ ଅଧିନାୟକ ଭାବେ ନିଜକୁ ପ୍ରମାଣିତ କରି ପାରିଛନ୍ତି। ଗିଲ ସମସ୍ତ ଫର୍ମାଟରେ ନିଜର ଦକ୍ଷତା ଓ ଟେକନିକ ବଳରେ ସମସ୍ତଙ୍କୁ ପ୍ରଭାବିତ କରି ପାରିଛନ୍ତି।‘‘ ୨୫ ବର୍ଷୀୟ ଗିଲ ଟେଷ୍ଟ ଟିମର ଅଧିନାୟକ ଭାବେ ନୂତନ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ବେଳେ ସେ ସଫଳ ହେବା ନେଇ ୟୋଗରାଜ ଆଶା କରିଛନ୍ତି। ୨୦୨୪ରେ ଜିମ୍ବାୱେ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଗିଲ ଭାରତର କ୍ୟାପଟେନ ରହିଥିଲେ ଶୁଭମନ୍ ଗିଲ୍। ୨୦୨୦-୨୧ରେ ଡେବ୍ୟୁ କରିଥିବା ଶୁବମନ ଏ ପର୍ଯ୍ୟନ୍ତ ୩୨ଟି ଟେଷ୍ଟରୁ ୧୮୯୩ ରନ୍ କରିଛନ୍ତି। ଏଥିରେ ୫ ସେଞ୍ଚୁରୀ ସହ ୭ଟି ହାଫ୍ ସେଞ୍ଚୁରୀ ରହିଛି। କ୍ୟାପ୍ଟେନ୍ ରେସରେ ଥିବା ସମସ୍ତଙ୍କୁ ପଛରେ ପକାଇ ଶୁଭମନ୍ ଏ ସଫଳତା ହାସଲ କରିଛନ୍ତି। ତେବେ ଶୁଭମନଙ୍କ ଏ ସଫଳତା ପଛରେ ଯୁବରାଜଙ୍‌କ ପ୍ରମୁଖ ଭୂମିକା ଥିବା ୟୋଗରାଜଙ୍କ ଷ୍ଟେଟମେଣ୍ଟକୁ ନେଇ ଏବେ କ୍ରିକେଟ ମହଲରେ ଚର୍ଚ୍ଚା।