Category News

ମଧ୍ୟସ୍ଥତା ଆଇନ 2023 : ବିବାଦ ସମାଧାନର ମହୌଷଧି !      

ଦୁଇ ପକ୍ଷଙ୍କ ମଧ୍ୟରେ ଉପୁଜୁଥିବା ବିବାଦର ସମାଧାନ, ମଧ୍ୟସ୍ଥତା ମାଧ୍ୟମରେ କରାଯିବାର ଆବଶ୍ୟକତା ଅଛି କି ? ବିବାଦ ସମାଧାନରେ ଆଇନଜୀବୀଙ୍କ କେଉଁ ଭୂମିକା ରହିବା ଉଚିତ ? ଭାରତର ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ସଞ୍ଜିବ ସାନ୍ୟାଲ କହିଲେଣି ଯେ ଶହେରୁ ଅନେଶତଟି ମଧ୍ୟସ୍ଥତା ପ୍ରକ୍ରିୟା ସଫଳ ହେଉନାହିଁ ଏଥିପାଇଁ ସେ ନ୍ୟାୟିକ ପ୍ରକ୍ରିୟାକୁ ସମୀକ୍ଷା କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଏ ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା 15 ସେପ୍ଟେମ୍ବର 2023ରେ ପ୍ରଣିତ ମେଡିଏସନ୍ ବା ମଧ୍ୟସ୍ଥତା ଆଇନର ସଫଳତା ସମ୍ପର୍କରେ ବିଚାର କରାଯିବାର ଆବଶ୍ୟକତା ରହିଛି।
ମଧ୍ୟସ୍ଥତା ସ୍ୱେଚ୍ଛାକୃତ, ବାଧ୍ୟତା ମୂଳକ ନୁହେଁ (କେତେକ କମର୍ସିଆଲ ମାମଲା ବ୍ୟତୀତ)
ସିଙ୍ଗାପୁର କନଭେନସନ୍-2019ରେ ଭାରତ ପ୍ରଥମ ରାଷ୍ଟ୍ର ଭାବରେ ସ୍ୱାକ୍ଷର କଲା ପରେ ମେଡିଏସନ୍ ବା ମଧ୍ୟସ୍ଥତା ଆଇନକୁ ନେଇ ଅନେକ ଆଶା କରାଯାଉଥିଲା। ଏହି ଆଇନରେ ମଧ୍ୟସ୍ଥତାକୁ ସମ୍ପୂର୍ଣ୍ଣ ଭାବେ ସ୍ୱେଚ୍ଛାକୃତ ବୋଲି ବିବେଚନା କରାଯାଇଛି । ଅର୍ଥାତ୍ କୌଣସି ବ୍ୟକ୍ତି ମଧ୍ୟସ୍ଥତାକୁ ବାଧ୍ୟତା ମୂଳକ ଭାବେ ଗ୍ରହଣ କରିବାର ଆବଶ୍ୟକତା ନାହିଁ । ପୂର୍ବରୁ ଦେୱାନୀ ଓ କମର୍ସିଆଲ ବିବାଦ ପାଇଁ, ନିର୍ଦ୍ଧିଷ୍ଟ ମୂଲ୍ୟର ବିବାଦ ନିମନ୍ତେ ମଧ୍ୟସ୍ଥତା ବାଧ୍ୟତା ମୂଳକ ଥିଲା। ଯାହାର ଫଳସ୍ୱରୂପ, ଯେଉଁ ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ଅର୍ଥାତ୍ କମ୍ ସମୟ ମଧ୍ୟରେ କମର୍ସିଆଲ ବିବାଦ ଗୁଡ଼ିକର ସମାଧାନ ପାଇଁ କମର୍ସିଆଲ କୋର୍ଟ ଆଇନ ପ୍ରଣୟନ କରାଯାଇଥିଲା, ସେଗୁଡ଼ିକର ସମାଧାନ ପାଇଁ ମଧ୍ୟସ୍ଥତାକୁ ବାଧ୍ୟତା ମୂଳକ କରିବା ଫଳରେ ଦୀର୍ଘ ବର୍ଷ ଧରି କମର୍ସିଆଲ ବିବାଦ ଗୁଡ଼ିକ ମଧ୍ୟ ସଠିକ୍ ସମୟରେ ସମାଧାନ ହୋଇ ପାରୁନାହିଁ ।

ସମୟ ସୀମା : ମୂଳ 120 ଦିନ + ଅତିରିକ୍ତ 60 ଦିନ (ସମ୍ମତି ଅନୁସାରେ)
ସଠିକ୍ ସମୟରେ ମଧ୍ୟସ୍ଥତାକୁ ଶେଷ କରିବା ଲାଗି ନୂଆ ଆଇନରେ 120 ଦିନର ସମୟ ସୀମା ଧାର୍ଯ୍ୟ କରାଯାଇଛି କିନ୍ତୁ ଉଭୟ ପକ୍ଷର ସମ୍ମତି କ୍ରମେ ଏହି ସମୟ ସୀମା ମଧ୍ୟ ଆଉ 60 ଦିନ ବୃଦ୍ଧି କରା ଯାଇପାରେ କେଉଁ ମାମଲା ଗୁଡ଼ିକ ମଧ୍ୟସ୍ଥତାର ଅନ୍ତର୍ଭୁକ୍ତ ନୁହେଁ ସେଥିପାଇଁ ଏହି ଆଇନରେ ଗୋଟିଏ ତାଲିକା ପ୍ରସ୍ତୁତ କରାଯାଇଛି।
ଅପରାଧିକ, ଟ୍ୟାକ୍ସ, ପରିବେଶ, ଜମି ଅଧିଗ୍ରହଣ ମାମଲାକୁ ବାଦ
ଅପରାଧ ମୂଳକ ବିବାଦ କିମ୍ବା କୌଣସି ସରକାରୀ କିମ୍ବା ଆଇନତଃ ଅଧିକୃତ କର୍ତ୍ତୃପକ୍ଷଙ୍କ ନିକଟରେ ଥିବା ବିବାଦ କିମ୍ବା କୌଣସି ବିବାଦ ଯେଉଁଥିରେ ତୃତୀୟ ପକ୍ଷର ଅଧିକାରର ଉଲ୍ଲଙ୍ଘନ ହେବ, ସେଗୁଡ଼ିକୁ ଏହି ମଧ୍ୟସ୍ଥତା ଆଇନର ପରିଧିରୁ ବାଦ୍ ଦିଆଯାଇଛି। ପରିବେଶ ସମ୍ପର୍କୀୟ ମାମଲା, ଟିକସ ସମ୍ପର୍କୀୟ ମାମଲା, ଇଲେକ୍ଟ୍ରିସିଟି ସମ୍ପର୍କୀୟ ଓ ଜମି ଅଧିଗ୍ରହଣ ସମ୍ପର୍କୀୟ ମାମଲା ଗୁଡ଼ିକୁ ମଧ୍ୟସ୍ଥତା ଅଯୋଗ୍ୟ ବିବାଦ ବୋଲି ଏହି ଆଇନରେ ଉଳ୍ଲେଖ କରାଯାଇଛି।
ଲୋକ ଅଦାଲତରେ ଲାଗୁ ନୁହେଁ
ଏହି ଆଇନ ଲୋକ ଅଦାଲତ କିମ୍ବା ଚିରସ୍ଥାୟୀ ଲୋକ ଅଦାଲତରେ କୌଣସି ବିଚାର କ୍ଷେତ୍ରରେ ଲାଗୁ ହେବନାହିଁ କିନ୍ତୁ ଏହି ନୂଆ ଆଇନକୁ ଅଧିକ ବିଶ୍ୱସନୀୟ କରିବା ପାଇଁ ସରକାରୀ ବିବାଦ ଗୁଡ଼ିକୁ ଅନ୍ତର୍ଭୁକ୍ତ କରିବା ପାଇଁ ସଂସଦୀୟ କମିଟି ଦେଇଥିବା ପ୍ରସ୍ତାବକୁ ଏହି ଆଇନରେ ଆଂଶିକ ଭାବରେ ଗ୍ରହଣ କରାଯାଇଛି
ଏହି ଆଇନ କେବଳ ସରକାରଙ୍କ ବାଣିଜ୍ୟିକ ବିବାଦ ଗୁଡ଼ିକର ସମାଧାନ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ କୋର୍ଟ କିମ୍ବା ଟ୍ରିବ୍ୟୁନାଲ୍ ଚାହିଁଲେ କୌଣସି ମାମଲାକୁ ମଧ୍ୟ ମକଦ୍ଦମାର ଶୁଣାଣୀର ଯେ କୌଣସି ସମୟରେ ଏହାକୁ ମଧ୍ୟସ୍ଥତା ଆଇନ 2023କୁ ବ୍ୟବହାର କରି ମଧ୍ୟସ୍ଥତା ପାଇଁ ପଠାଇ ପାରିବେ ସେ କ୍ଷେତ୍ରରେ କୋର୍ଟ ଗୁଡ଼ିକ ମଧ୍ୟ ଅନ୍ତରୀଣ ଆଦେଶ ନେଇ କୌଣସି ପକ୍ଷରୁ ଏହି ମଧ୍ୟସ୍ଥତାକୁ ମାନି ନେବା ପାଇଁ ବାଧ୍ୟ କରିପାରିବେ ନାହିଁ। ଏହି ଆଇନ୍ ଅନୁଯାୟୀ ଭାରତରେ ଗୋଟାଏ ମଧ୍ୟସ୍ଥତା ପରିଷଦ ଓ ରାଜ୍ୟସ୍ତରରେ ମଧ୍ୟ ମଧ୍ୟସ୍ଥତା ପରିଷଦ ଗଠନର ପରିକଳ୍ପନାକୁ ସ୍ଥାନ ଦିଆଯାଇଛି ।

ବିଦେଶୀ ମଧ୍ୟସ୍ଥିଙ୍କ ପାଇଁ ନିର୍ଦ୍ଧିଷ୍ଟ ଶିକ୍ଷାଗତ ଯୋଗ୍ୟତା
ମଧ୍ୟସ୍ଥତା ଆଇନ, 2023 ଅନୁଯାୟୀ, ଜଣେ ଭାରତୀୟ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରିପାରିବେ, କିନ୍ତୁ ବିଦେଶୀ ମଧ୍ୟସ୍ଥିଙ୍କ ପାଇଁ ନିର୍ଦ୍ଧିଷ୍ଟ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ଏହି ଆଇନ ଅନୁଯାୟୀ ମଧ୍ୟସ୍ଥତା ସେବା ପ୍ରଦାନ କରୁଥିବା ଏକ ମେଡିଏସନ୍ ସର୍ଭିସ ପ୍ରୋଭାଇଡର ଥାଏ ଯେଉଁଠାରେ ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ସହଯୋଗ କରିଥାନ୍ତି। ମଧ୍ୟସ୍ଥତା ସ୍ୱେଚ୍ଛାମୂଳକ ହେବା ଦରକାର ଓ ତାହା ଲିଖିତ ଆକାରରେ ହେବ ମଧ୍ୟସ୍ଥିଙ୍କୁ ମଧ୍ୟ ବିବାଦ ସହ ନିଜ ସ୍ୱାର୍ଥ ନଥିବା ବିଷୟରେ ଲିଖିତ ଘୋଷଣା ଦେବାକୁ ପଡିବ।
180 ଦିନ ମଧ୍ୟରେ ଅପିଲ/ଚ୍ୟାଲେଞ୍ଜ
ମଧ୍ୟସ୍ଥତାର ଫଳାଫଳ ଏକ ଚୁକ୍ତିନାମା ଭାବରେ ବିଚାର ହେବ ଓ ଏହାକୁ କୋର୍ଟର ଡିଗ୍ରୀ ବା ଜଜମେଣ୍ଟ ଭାବରେ ମାନ୍ୟତା ମିଳିପାରିବ। ଏହି ଚୁକ୍ତିନାମା କେବଳ ଠକେଇ, ଦୁର୍ନୀତି ବା ଅଯୋଗ୍ୟତା ଆଧାରରେ 180 ଦିନ ମଧ୍ୟରେ ଚ୍ୟାଲେଞ୍ଜ କରିହେବ।
ଆଇନ କାର୍ଯ୍ୟକାରିତା ନିରୀକ୍ଷଣ ସଂସ୍ଥା ଆବଶ୍ୟକତା
ଏହି ଆଇନ ଗୋଷ୍ଠୀଗତ ବିବାଦ (ଅଞ୍ଚଳ, ପରିବାର ବିବାଦ) ପାଇଁ ମଧ୍ୟ ସମ୍ମାନିତ ବ୍ୟକ୍ତି ବା ନିରପେକ୍ଷ ମଧ୍ୟସ୍ଥି ଦ୍ୱାରା ସମାଧାନର ଅବଧାନ ରଖେ। 15 ସେପ୍ଟେମ୍ବର 2023ରେ ଗେଜେଟରେ ପ୍ରକାଶିତ ହେଲେ ମଧ୍ୟ, ଏହାର କାର୍ଯ୍ୟକାରିତା ଉପରେ ସରକାର ଯଥେଷ୍ଟ ଧ୍ୟାନ ଦେଉନାହାନ୍ତି। ଫଳରେ, ଏହାର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁନାହିଁ। ଅନ୍ୟ ଦେଶ ଗୁଡିକ ଯେପରି ଆଇନର କାର୍ଯ୍ୟକାରିତା ଉପରେ ନିରୀକ୍ଷଣ କରୁଥାନ୍ତି, ଭାରତରେ ମଧ୍ୟ ସେଭଳି ସଂସ୍ଥାର ଆବଶ୍ୟକ।
ଏ ଲେଖାଟି -ବିଭୁପ୍ରସାଦ ତ୍ରିପାଠୀ
(ବରିଷ୍ଠ ଆଇନଜୀବୀ, ଓଡ଼ିଶା ହାଇକୋର୍ଟ)

ହସ୍ପିଟାଲରେ ଥିଲେ ଢୋଲକିଆ, ସାହାଯ୍ୟ କଲେନି ବବି !

ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଓ ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ରାସ୍ତାରେ ପୂର୍ବତନ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି

  • 1997 ମସିହା ଏପ୍ରିଲ 17ରେ ଯେତେବେଳେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହୋଇଥିଲା, ସେ ସମୟରେ ଦିଲ୍ଲୀର ଏସକର୍ଟ ହସ୍ପିଟାଲ୍ ବିଲ୍ ଦେବାକୁ ପଛଘୁଞ୍ଚା ଦେଇଥିଲେ ବିଜୁ ବାବୁଙ୍କ ଦୁଇ ପୁଅ ପ୍ରେମ ଓ ନବୀନ
  • ଏସକର୍ଟ ହସ୍ପିଟାଲ୍ ଅଧିକାରୀ, ଚିକିତ୍ସା ବିଲ୍ ମାଗିବା ବେଳେ, ଦୁଇ ଭାଇ ହାତ ଠାରି ଦେଇଥିଲେ ତତ୍କାଳୀନ ଜନତା ଦଳ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କ ଆଡ଼କୁ କାରଣ ଶେଷ ସମୟରେ ବିଜୁ ବାବୁ ରହୁଥିଲେ, ଦିଲ୍ଲୀପ ରାୟଙ୍କ ପାଖରେଦିଲ୍ଲୀପ ରାୟ ହିଁ ପୈଠ କରିଥିଲେ ଏସକର୍ଟ ହସ୍ପିଟାଲ ବିଲ୍

ନବୀନଙ୍କ ରାସ୍ତାରେ ବବି
ଏହି ଘଟଣାର କିଛି ଅଂଶ ମିଶୁଛି, ନୂଆପଡାର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ କ୍ଷେତ୍ରରେହେଲେ ଏଠି ସ୍କ୍ରିପ୍ଟ ଟିକେ ଅଲଗାବିଜୁ ଜନତା ଦଳର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ, ଚେନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ପୁଅ ଜୟଙ୍କ ବ୍ୟାଙ୍କ କାରବାରକୁ ନେଇ ଅସୁବିଧା ଥିଲା ବୋଲି ଶୁଣିବାକୁ ମିଳୁଛି ।

  • ସେଥିପାଇଁ ଜୟ କୁଆଡେ ବବି ଦାସଙ୍କୁ 15ରୁ 20 ଲକ୍ଷ ଟଙ୍କା ଧାର ମାଗିଥିଲେ ବ୍ୟାଙ୍କ ଟ୍ରାଞ୍ଜାକସନ୍ ସ୍ୱାଭାବିକ ହେବା ମାତ୍ରେ ଟଙ୍କା ଫେରାଇ ଦେଇଥାନ୍ତେସେହି ପ୍ରସ୍ତାବରେ ବବି ରାଜି ହୋଇଥିଲେ ବି ଚର୍ଚ୍ଚା ହେଉଛି ।
  • ’ଣ ହେଲା କେଜାଣି, ଆଉ ଜୟଙ୍କ ଫୋନ ଉଠାଇଲେ ନାହିଁ ବବି ଦାସ
  • ଅନ୍ୟ ଆଡୁ ଟଙ୍କା ଯୋଗାଡ଼ କରି ହସ୍ପିଟାଲ୍ ବିଲ୍ ପୈଠ କରିଥିଲେ ଜୟକିନ୍ତୁ ବାପାଙ୍କୁ ବଞ୍ଚାଇ ପାରିଲେ ନାହିଁ
       ବବି ଦାସଙ୍କ ଏହି ଦୋମୁହାଁ ଗୁଣ ଯୋଗୁଁ ଆଜି ଢୋଲକିଆ ପରିବାର, ବିଜେଡି ଉପରେ ଖପ୍ପା ଥିବା ଶୁଣୁବାକୁ ମିଳୁଛି ସେପଟେ ବବି ଦାସଙ୍କୁ ଅଘୋଷିତ ଭାବେ ନୂଆପଡା ଦାୟିତ୍ୱ ଦେଇଛନ୍ତି ବିଜେଡିର ଛାୟା ସୁପ୍ରିମୋ ଭୈରବ ପାଣ୍ଡିଆନ ଯାହାକୁ ବିରୋଧ କରୁଛନ୍ତି ଢୋଲକିଆ ପରିବାରଯଦି ବବି ଦାସ ନୂଆପଡା ଉପନିର୍ବାଚନ ଦାୟିତ୍ୱ ନେବେ, ଜୟ BJP ଯିବେ, ନ ହେଲେ BJP ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ବୋଲି ନୂଆପଡାରେ ଚର୍ଚ୍ଚା ହେଲାଣି

ହେଲିକପ୍ଟର ଭଡ଼ା କରିଥିଲେ
ତେବେ ବବି ଦାସଙ୍କ ଠାରୁ ଧାର ନେଇ ଟଙ୍କା ଫେରାଇ ଦେଇଥାନ୍ତେ ଜୟ, ଏ କଥାରେ ଦ୍ୱିମତ ନାହିଁକାରଣ ଢୋଲକିଆ ପରିବାର ଏକ ସମ୍ଭ୍ରାନ୍ତ ଇତାହାସ ରଖନ୍ତି ବ୍ୟବସାୟୀ ପରିବା, ଆର୍ଥିକ ଦୃଷ୍ଟିରୁ ଖୁବ ସ୍ୱଚ୍ଛଳ ।  2014 ରେ ନିର୍ବାଚନ ହାରିବା ସତ୍ୱେ, ତତ୍କାଳୀନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କୁ ନିଜ ସ୍କୁଲ କାର୍ଯ୍ୟକ୍ରମରେ ହେଲିକପ୍ଟର ଭଡ଼ା କରି ନୂଆପଡ଼ା ନେଇଥିଲେ ରାଜେନ୍ଦ୍ର ଢୋଲକିଆକିନ୍ତୁ ବବି ଦାସ ନିଜ ଦଳର ବରିଷ୍ଠ ବିଧାୟକଙ୍କ ପରିବାରର ଅନୁରୋଧ ରଖିଲେନି ଯେଉଁଠି ଆଜି ବି ବବିଙ୍କୁ ଅନେକ ବିଜେଡି ନେତା Closest to ପାଣ୍ଡିଆନ ମାନନ୍ତି
ଜୟ ନ ଲଢ଼ିବେ ପଛେ, ବବି ଦାସଙ୍କୁ ପାନେ ଚଖାଇ, ବିଜୁ ଜନତା ଦଳର ଅସ୍ତିତ୍ୱ ଦୋହଲାଇବାକୁ ବିଦ୍ରୋହୀ ହେବେ, ସେ କଥା ଏଡାଇ ହେବ ନାହିଁ !…
ଏହି ଷ୍ଟୋରୀକୁ ଲେଖିଛନ୍ତି-ଦେବେନ୍ଦ୍ର କୁମାର ନାୟକ

ନବରାତ୍ରିରୁ ନୂଆ GST

ନବରାତ୍ରୀରୁ ଲାଗୁ ହୋଇଛି ନୂଆ GST। ଏଥର ସାମଗ୍ରୀ ଶସ୍ତା ହେବ, ଲୋକଙ୍କ ସଞ୍ଚୟ ବଢିବ। ସେପ୍ଟେମ୍ବର 3 ତାରିଖରେ  GSTକୁ ନେଇ ସରକାର କରିଥିବା ଘୋଷଣା ଲାଗୁ ହୋଇଛି । ଏଥର କେବଳ ତିନିଟି ସ୍ଲାବରେ ଜିଏସଟି ରହିଛି। ପୂର୍ବରୁ ଥିବା 12% ଏବଂ  28% GST ସ୍ଲାବ ହଟିଛି। 5% ଓ 18%, 40% ସ୍ଲାବରେ ମିଳୁଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ। ତମାଖୁ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ ପାଇଁ 40% ଜିଏସଟି ଲାଗୁ ହୋଇଛି। ଆଗରୁ  ଲାଇଫ୍ ଇନ୍ସୁରାନ୍ସ ଏବଂ ହେଲଥ ଇନ୍ସୁରାନ୍ସରେ GST  ଦେବାକୁ ପଡ଼ୁଥିଲା ବେଳେ ଏଥିରୁ GST ଛାଡ଼ କରାଯାଇଛି। 33 ପ୍ରକାରର ମେଡିସିନରେ ଦେଉଥିବା GSTରୁ ମୁକ୍ତି ପାଇଛନ୍ତି ରୋଗୀ ।

ସରକାରଙ୍କ ଏ ନିଷ୍ପତ୍ତିରେ ଚାଷୀ ବିଶେଷ ଭାବେ ଉପକୃତ ହେବେ। ଚାଷୀମାନେ ପୂର୍ବରୁ ପାଖାପାଖି 13% ଜିଏସଟି ଦେଉଥିଲା ବେଳେ ଏଥର କେବଳ 5% ଜିଏସଟି ଦେବେ। ଚାଷୀଙ୍କ କାମରେ ଲାଗୁଥିବା ଟ୍ରାକ୍ଟର,ଟ୍ରାକ୍ଟର ଟାୟାର ଏବଂ ବିଭିନ୍ନ ପାର୍ଟସ୍, ଜୈବ-କୀଟନାଶକ,ଚାଷ ଅମଳରେ ବ୍ୟବହୃତ ଉପକରଣ ପାଇଁ ମାତ୍ର 5 %  ଟ୍ୟାକ୍ସ ଦେବାକୁ ପଡ଼ିବ ।
                     ସେହିଭଳି ଚିକିତ୍ସା କ୍ଷେତ୍ରରେ ମହଙ୍ଗା ମାଡ଼ରୁ ଲୋକଙ୍କୁ ମୁକ୍ତି ମିଳିଛି। ସ୍ୱାସ୍ଥ୍ୟ ସାମଗ୍ରୀ ଥର୍ମୋ‌ମିଟର, ମେଡିକାଲ୍‌ ଅକ୍ସିଜେନ୍, ଗ୍ଲୁକୋମିଟର ଆଦି ପାଇଁ ଆଜିଠାରୁ  5% ଟ୍ୟାକ୍ସ । ମଧ୍ୟବିତ୍ତଙ୍କ ସଉକ ପୂରଣ କରିବା ଏଥର ଅଧିକ ସହଜ ହୋଇଛି। ଟିଭି, AC, ମନିଟର ଓ ପ୍ରୋଜେକ୍ଟର, ୱାସିଂ ମେସିନ ଶସ୍ତା ହୋଇଛି । ଆଗରୁ  28 %  ଟ୍ୟାକ୍ସ ଦେବାକୁ ପଡ଼ୁଥିଲା ବେଳେ ଏଥର 10% ଟ୍ୟାକ୍ସ ଆହୁରି କମିଛି । ଏସବୁ ଜିନିଷ ପାଇଁ ମାତ୍ର 18% ଟ୍ୟାକ୍ସ ଦେବାକୁ ପଡ଼ିବ । ସାମ୍ପୁ, ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ, ରୋଷେଇ ସାମଗ୍ରୀ, ଚକୋଲେଟ୍, କଫି, ନୁଡଲ୍ସ, ଘିଅ, ଆଜିଠୁ ଶସ୍ତାରେ ମିଳିବ ।
                  ଶିକ୍ଷାକୁ ଗୁରୁତ୍ତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ସାମଗ୍ରୀ କ୍ଷେତ୍ରରେ ରେଟ୍ କମିଛି। ମ୍ୟାପ୍, ଚାର୍ଟ, ଗ୍ଲୋବ, ପେନସିଲ୍, ଖାତା ବହି, ରବରରେ ଜିରୋ ଜିଏସଟି। ଏସବୁ ସାମଗ୍ରୀ ଉପରେ ଆଉ ଜିଏସଟି ଦେବାକୁ ପଡ଼ିବ ନାହିଁ। ଯାହାଫଳରେ ଛାତ୍ରଛାତ୍ରୀ ଉପକୃତ ହେବେ। ତେବେ ସବୁ କ୍ଷେତ୍ରରେ ଶସ୍ତା ହୋଇଥିଲା ବେଳେ ହାନିକାରକ ଓ ଅତି ବିଳାସପୂର୍ଣ୍ଣ ସାମଗ୍ରୀ କ୍ଷାତ୍ରରେ ଦର କମିନାହିଁ। ପାନ ମସଲା, ସିଗାରେଟ୍, ଗୁଟଖା, ତମାଖୁ ଦ୍ରବ୍ୟ, ଜର୍ଦା, କୋଲଡ୍ରିଙ୍କସରେ ୪୦% ଟ୍ୟାକ୍ସ ଲାଗିଛି ।

ଓଡ଼ିଶାରେ ସ୍କୁଟରରେ ବୁଲୁଥିଲେ ମୋଦି

ପ୍ରାୟ ୫୦ ବର୍ଷ ତଳେ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ଯୁବ ପ୍ରଚାରକ, ପୁରୀ ଜିଲ୍ଲା କଣାସ ବ୍ଲକରେ ପହଞ୍ଚନ୍ତିଗୋଟିଏ ଦଦରା ସ୍କୁଟରରେ ଆସି, ବକୁ ଗାଁରେ ଥିବା ଭିକାରୀ ଚରଣ ବିଦ୍ୟାନିକେତନରେ ରାତ୍ରିଯାପନ କରନ୍ତି। ରୁଟି-ଡାଲମା ଖାଇବା ପରେ କ୍ଷିର ପିଇ ନିକଟରେ ଥିବା ପୋଖରୀରେ ଗାଧାନ୍ତି। ଏହାପରେ ଓଡ଼ିଶା ଇତିହାସ ଓ ସଂସ୍କୃତି ଉପରେ ଆଲୋଚନାରେ ମଜ୍ଜିଯାନ୍ତି RSSର“ଇତିହାସ ପୁର୍ନଲିଖନ ସଂକଳନ ସମିତି”ର ସଭ୍ୟ ଥିବା ସେହି ବ୍ୟକ୍ତିଙ୍କର ଉଦ୍ଦେଶ୍ୟ ଥିଲା ଓଡ଼ିଶାର ଗୌରବମୟ କଳା, ସଂସ୍କୃତି ଏବଂ ଐତିହ୍ୟକୁ ଅତି ନିଖୁଣ ଭାବରେ ଅନୁଧ୍ୟାନ କରିବା। ସେହି ବ୍ୟକ୍ତିଙ୍କ ନାମ ଥିଲା, ନରେନ୍ଦ୍ର ଦାମୋଦର ଦାସ ମୋଦି

ଓଡ଼ିଶା ସହ ନରେନ୍ଦ୍ର ମୋଦିଙ୍କର ୫୦ ବର୍ଷର ସମ୍ପର୍କ
ସେତେବେଳେ ଏଇ ନାମ ଏତେ ବଡ଼ ନଥିଲା। ଇଏ ସେହି ସମୟର କଥା ଯେତେବେଳେ ଇନ୍ଦିରା ଇଜ୍ ଇଣ୍ଡିଆ ଓ ଇଣ୍ଡିଆ ଇଜ୍ ଇନ୍ଦିରା ବୋଲି କଂଗ୍ରେସ ଚାଟୁକାର କହୁଥିଲେ। ଆଉ ନରେନ୍ଦ୍ର ମୋଦି ସେତେବେଳେ ଗାଁରୁ ଗାଁ ବୁଲୁଥିଲେ
୧୯୭୫ ମସିହାରେ ଯେତେବେଳେ କଣାସ ବ୍ଲକକୁ ମୋଦି ଆସିଥିଲେ, ସେତେବେଳେ ତାଙ୍କ ସହିତ ଥିଲେ କୃଷ୍ଣଚନ୍ଦ୍ର ଜଗଦ୍ଦେବ। ମୋଦି, ଭିକାରୀ ଚରଣ ବିଦ୍ୟାନିକେତନରେ ରାତ୍ରିଯାପନ କରିଥିଲେ । ସେହି ସମୟର କଥା ମନେ ପକାଇ କୃଷ୍ଣଚନ୍ଦ୍ର ଜଗଦ୍ଦେବ କୁହନ୍ତି, ଓଡ଼ିଶା ସହ ପ୍ରଧାନମନ୍ତ୍ରୀଙ୍କର ସଂପର୍କ ଆଜିର ନୁହେଁ , ୫୦ ବର୍ଷ ତଳର
ସ୍କୁଟରରେ ବସି ମୋଦି ପୁରୀ ଜିଲ୍ଲାର କଣାସ, ଡେଲାଙ୍ଗ ଏବଂ ବ୍ରହ୍ମଗିରି ଅଞ୍ଚଳରେ ବୁଲିଥିଲେ। ଶୁଣିଥିଲେ ୧୮୧୭ ପାଇକ ବିଦ୍ରୋହର କାହାଣୀ। ବକ୍ସିଙ୍କ ବିରତ୍ୱର ଗାଥା, ପାଇକଙ୍କ ଅଦମ୍ୟ ସାହାସ, ମୋଦିଙ୍କୁ ଅବିଭୂତ କରିଥିଲା। ଯାହାକୁ ସେ ନିଜ ଯାତ୍ରାର ଅନେକ ବର୍ଷ ପରେ ବି ଭୁଲି ନଥିଲେ ୪ ଦଶନ୍ଧି ପରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ୨୦୧୭ରେ ଧୁମଧାମରେ ନୂଆଦିଲ୍ଲୀରେ ପାଳିତ ହୋଇଥିଲା ପାଇକ ବିଦ୍ରୋହର ୨ ଶହ ବର୍ଷପୂର୍ତ୍ତି । ପାଇକ ବିଦ୍ରୋହ” ର ସମ୍ମାନରେ ସ୍ୱତନ୍ତ୍ର ଭାରତୀୟ ମୁଦ୍ରା ଏବଂ ଏକ ପୋଷ୍ଟାଲ୍ ଷ୍ଟାମ୍ପର ଶୁଭାରମ୍ଭ କଲେ। ରାଜଭବନର ଏକ ସ୍ୱତନ୍ତ୍ର ଉତ୍ସବରେ “ପାଇକ ବିଦ୍ରୋହ” ର ସଂଗ୍ରାମୀ ପରିବାରଙ୍କୁ ସମ୍ମାନୀତ କଲେ, ନରେନ୍ଦ୍ର ମୋଦୀ।

ଜଗନ୍ନାଥ ପ୍ରେମୀ ମୋଦି
ଓଡ଼ିଆ ସଂସ୍କୃତି-ବୀରତ୍ୱର ପ୍ରଶଂସକ ନରେନ୍ଦ୍ର ମୋଦୀ, ଜଗନ୍ନାଥ ମହାପ୍ରଭୁଙ୍କର ପ୍ରଗାଢ଼ ବିଶ୍ୱାସୀ। କ୍ଷମତା-ବ୍ୟସ୍ତତା, ପଲିଟିକ୍ସ-ପାଓ୍ୱାର ମଧ୍ୟରେ ପ୍ରଭୁଙ୍କ ଆଶିଷ ଲାଭ ନିମନ୍ତେ ଶ୍ରୀକ୍ଷେତ୍ରକୁ ଆସିବାରେ କେବେବି ଅବହେଳା କରିନାହାଁନ୍ତି ଗୁଜରାଟର ମୁଖ୍ୟମନ୍ତ୍ରୀତ୍ୱ କାଳରେ ହେଉ ଅବା ପ୍ରଧାନମନ୍ତ୍ରୀ ଭାବେ, କାଳିଆ ସାଆନ୍ତେଙ୍କ ନିକଟରେ ମୋଦୀଜୀଙ୍କର ଶ୍ରଦ୍ଧାଭାବ ସେମିତି ଅତୁଟ ରହିଛି।

ମହାପ୍ରଭୁ ଜଗନ୍ନାଥ, ଓଡ଼ିଶାର ଆଦି ଦେବତା। ଓଡ଼ିଶାର ଆଦିବାସୀଙ୍କ ଦେବତା। କୋଟି ଓଡ଼ିଆଙ୍କ ମଉଡ଼ମଣି ଜଗନ୍ନାଥଙ୍କ ପ୍ରତି ମୋଦିଙ୍କ ମନରେ ଯେତିକି ସମ୍ମାନ, ଓଡ଼ିଶାର ଆଦିବାସୀଙ୍କ ପ୍ରତି ମଧ୍ୟ ସେତିକି ଭାବ ରହିଛି ତାଙ୍କ ମନରେ। ଯାହାର ଉଦାହରଣ, ରାଷ୍ଚ୍ରପତି ଭାବେ ଜଣେ ଓଡ଼ିଆ ଆଦିବାସୀଙ୍କ ନାମ ଘୋଷଣା। ଓଡ଼ିଶାର ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଏବେ ଦେଶର ମହାମହିମ ।
ଓଡ଼ିଆଙ୍କୁ ମୋଦିଙ୍କ ଗୁରୁତ୍ତ୍ୱ
ମୋଦି ’ଦଶକ’ ଅମଳ,  ଓଡ଼ିଆଙ୍କର ପ୍ରତିଷ୍ଠା ଓ ପାୱାର ’ଅମଳ’ର ଦଶକ କହିଲେ ଭୁଲ ହେବ ନାହିଁ। ରାୟସୀନା ହିଲରେ ଯଦି ଜଣେ ଓଡ଼ିଆ ଅଛନ୍ତି, ତେବେ ରିଜର୍ଭ ବ୍ୟାଙ୍କର ପ୍ରଥମ ଓଡ଼ିଆ ଗଭର୍ଣ୍ଣର ହୋଇଥିଲେ ଶକ୍ତିକାନ୍ତ ଦାସ। ସେମତି ଭାରତର ଚତୁର୍ଦ୍ଦଶ ସିଏଜି ଥିଲେ, ଆଉ ଜଣେ ଓଡ଼ିଆ ଗିରିଶ ଚନ୍ଦ୍ର ମୁର୍ମୁ।  ପ୍ରଧାନମନ୍ତ୍ରୀଙ୍କର ବର୍ତ୍ତମାନର 2 ଜଣ ପ୍ରଧାନ ପ୍ରମୁଖ ସଚିବ ଉଭୟ ଓଡ଼ିଆ
ଓଡ଼ିଆଙ୍କୁ ପଦ୍ମଶ୍ରୀ ଉପହାର
କମଳା ପୂଜାରୀ, ଜିତେନ୍ଦ୍ରିୟ ହରିପାଲ, ଲୋକକବି ହଳଧର ନାଗ, ଚା ବିକାଳି-ପ୍ରକାଶ ରାଓ, ଶିକ୍ଷା ପାଇଁ ଉତ୍ସର୍ଗୀକୃତ ନନ୍ଦ ପୃଷ୍ଟିଙ୍କ ପରି ଅନେକ ସାଧାରଣ ବକ୍ତିଙ୍କ ଅସାଧାରଣ ପ୍ରତିଭାକୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି ନରେନ୍ଦ୍ର ମୋଦି।  ଓଡ଼ିଶାରେ ସବୁ ଅଛି କିନ୍ତୁ ଏହା କେବଳ ‘ବେଷ୍ଟ କେପ୍ଟ ସିକ୍ରେଟ୍ ଅଫ୍ ଇଣ୍ଡିଆ’ ହୋଇ ରହିଯାଇଥିଲା। ସେହି ସିକ୍ରେଟକୁ ବିଶ୍ୱ ମଞ୍ଚରେ ରଖିଲେ ପ୍ରଧାନମନ୍ତ୍ରୀ ମୋଦି ଜି-୨୦ର ଶିଖର ସମ୍ମିଳନୀର ପ୍ରତୀକ, ଭାବେ କୋଣାର୍କ ଚକ୍ରକୁ ସ୍ଥାନିତ କରି, ପୁରା ଦୁନିଆକୁ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନା ବାବଦରେ ଜଣାଇଲେ । ବିଶ୍ୱର ଶକ୍ତିଶାଳୀ ନେତାଙ୍କୁ କୋଣାର୍କ ଚକ୍ର ଆଗରେ ସ୍ୱାଗତ କରି ଓଡ଼ିଶା ଟୁରିଜମର ବ୍ରାଣ୍ଡ ଆମ୍ବାସଡର ହୋଇଗଲେ ମୋଦି
ଏ ଷ୍ଟୋରୀ ଲେଖିଛନ୍ତି- ବିଜୟ କେତନ ବରାଳ

ଯିଏ ଭୁଲ ଧରିବେ, ସେ BJDରୁ ବିଦା ହେବେ

  • ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, BJDରୁ ନିଲମ୍ବିତ
  • BJD ବିରୋଧୀ ମନ୍ତବ୍ୟ ପାଇଁ ନିଲମ୍ୱନ
  • କିନ୍ତୁ ନିଲମ୍ବନ ପୂର୍ବରୁ BJDରୁ ଇସ୍ତଫା ଦେଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ
  • ଦଳ ଠିକ୍ ନ ଚାଲିଲେ, BJD ଛାଡ଼ିବେ ବୋଲି ସେପ୍ଟେମ୍ବର 11 ତାରିଖରେ କହିଥିଲେ ପ୍ରଫୁଲ୍ଲ
  • ବିରୋଧୀ ଦଳ ଭାବେ BJD ସଠିକ୍ ଭୂମିକା ନିର୍ବାହ କରୁନଥିବା କହିଥିଲେ ପ୍ରଫୁଲ୍ଲ ମଲ୍ଲିକ
  • ନିଜ ପ୍ରତିକ୍ରିୟାର ପରଦିନ ଅର୍ଥାତ ସେପ୍ଟେମ୍ବର 12 ସକାଳୁ ବ୍ୟକ୍ତିଗତ କାରଣ ଦର୍ଶାଇ, BJDର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରଫୁଲ ମଲ୍ଲିକ
  • ତାଙ୍କ ଉପରେ BJD ଆସ୍ଥା ପ୍ରକଟ କରିଥିବାରୁ ଦଳ ପ୍ରତି କୃତଜ୍ଞତା ଜଣାଇ, BJD ସଭାପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇ ଦେଲେ
PRAFULLA MALLIK RESIGHN
ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା

ଅନ୍ୟପଟେ ବିଜୁ ଜନତା ଦଳରେ ଥିବା ପାଣ୍ଡିଆନ ସମର୍ଥକ, ପ୍ରତାପ ଜେନାଙ୍କ ଦସ୍ତଖତରେ ସେପ୍ଟେମ୍ବର 12ରେ ଜାରି ହେଲା ଏକ ପ୍ରେସ ରିଲିଜ୍BJD ଉପସଭାପତି ପ୍ରତାପ ଜେନାଙ୍କ ଦସ୍ତଖତରେ ଜାରି ହୋଇଥିବା ପ୍ରେସ ରିଲିଜରେ ଦର୍ଶାଗଲା ଯେ ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିଲେ ପ୍ରଫୁଲ୍ଲ ମଲ୍ଲିକ

କିନ୍ତୁ ବାସ୍ତବ କଥା ହେଉଛି BJDର ଅଧିକାଂଶ ବରିଷ୍ଠ ନେତାଙ୍କ ସହ ଭୈରବ ପାଣ୍ଡିଆନଙ୍କର ପଟୁ ନାହିଁ। ସେଥିପାଇଁ ପ୍ରଫୁଲ୍ଲ ମଲ୍ଲିକଙ୍କ ପରି ବରିଷ୍ଠ ନେତାଙ୍କୁ କୋଣଠେସା କରିବାକୁ ଚାହୁଁଛନ୍ତି ପାଣ୍ଡିଆନ। ଆଉ ପାଣ୍ଡିଆନଙ୍କର ଢ଼ାଲ ହୋଇଛନ୍ତି ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କ ମୋହରେ ନବୀନ ଏମିତି ବାୟା ଯେ କାମକ୍ଷା ନଗର ଆସନରୁ 4 ଥରର ବିଧାୟକ ହୋଇଥିବା ପ୍ରଫୁଲ ମଲ୍ଲିକଙ୍କୁ ଦଳ ଛାଡିବା ଲାଗି ବାଧ୍ୟ କରାଗଲା।
ସେପଟେ ପାଣ୍ଡିଆନ ନିଜର ହୁକମାତି ଜାହିର କରୁଛନ୍ତି। ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିବା ପ୍ରଫୁଲ୍ଲ ମଲ୍ଲିକଙ୍କ ଇସ୍ତଫା ପରେ, ତାଙ୍କୁ ଦଳରୁ ନିଲମ୍ବନ କରାଯିବାର ଭୁଲ ଖବରକୁ ବଜାରକୁ ଛଡା ଯାଉଛି। ଯେମିତି ବିଜୁ ଜନତା ଦଳର ପ୍ରତିଷ୍ଠାତା ସଭ୍ୟ ପ୍ରଭାତ ତ୍ରିପାଠୀଙ୍କ କ୍ଷେତ୍ରରେ ନବୀନ ପଟ୍ଟନାୟକ ମିଛ କହିଥିଲେ।

ଗତ ଏପ୍ରିଲ 9 ତାରିଖରେ ନବୀନ ପଟ୍ଟନାୟକ କହିଲେ ଯେ ପ୍ରଭାତ ତ୍ରିପାଠୀ BJDରେ ନାହାଁନ୍ତି ଚିଟଫଣ୍ଡ ଦୁର୍ନୀତି ମାମଲାରେ ପ୍ରଭାତଙ୍କୁ ନିଲମ୍ବନ କରାଯାଇଛିକିନ୍ତୁ ଚିଟଫଣ୍ଡ ମାମଲା ବିଚାରାଧୀନ ଥିବାରୁ ପ୍ରଭାତ ତ୍ରିପାଠୀଙ୍କ ଉପରୁ 2017ରେ ନିଲମ୍ବନ ଆଦେଶ ଉଠାଇଥିଲେ ନବୀନ । ଏପରିକି 2019ର ଏକ ନିର୍ବାଚନୀ ସଭାରେ ନବୀନ ପଟ୍ଟନାୟକପ୍ରଭାତ ତ୍ରିପାଠୀ ଏକାଠି ଭାଷଣ ଦେଇଥିଲେ କିନ୍ତୁ 2025 ଏପ୍ରିଲରେ ନବୀନଙ୍କ ନୟନ ପିତୁଳା ପାଣ୍ଡିଆନଙ୍କୁ ଭିଲେନ୍ ଆଖ୍ୟା ଦେଇଥିଲେ ପ୍ରଭାତ ତ୍ରିପାଠୀ। ଯେଉଁଥିପାଇଁ ପ୍ରଭାତ ତ୍ରିପାଠୀ ବିଜୁ ଜନତା ଦଳରେ ନାହାଁନ୍ତି ବୋଲି ମିଛ କହିଥିଲେ ନବୀନ ପଟ୍ଟନାୟକ ଆଉ ସେପ୍ଟମ୍ବର 12 ତାରିଖରେ ଇତିହାସର ହେଲା ପୁନରାବୃତ୍ତି । ପୁଣି ପାଣ୍ଡିଆନଙ୍କ ପାଇଁ ପ୍ରତାପ ଜେନା ମିଛ କହିଲେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ସାରିଥିବା ପ୍ରଫୁଲ୍ଲ ମଲ୍ଲିକଙ୍କୁ BJDରୁ ନିଲମ୍ବନ କରାଯିବା ନାଟକ ରଚାଗଲା।
ଏ ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ