Category News

କଂଗ୍ରେସ ଛାଡି, ଜାତିଆଣ ରାଜନୀତି କରିବେ ବିଜୁଙ୍କ ଅବୁଝା ପୁଅ !

  • ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଶ୍ରୀକାନ୍ତ ଜେନାଙ୍କୁ ଭେଟିବା ନେଇ ଓଡ଼ିଶା ପଲିଟିକ୍ସର ଟେମ୍ପରେଚର ବଢିଛି ।
  • ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ଓଡ଼ିଶା ଆସିବା ଏବଂ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ଭୁବନେଶ୍ୱର ବାସଭବନକୁ ଯିବା, ନିଶ୍ଚିତ ଏକ ହଟ୍ ଟପିକ୍ ।
  • କାରଣ ଅଖିଳେଶ ହେଉଛନ୍ତି ସମାଜବାଦୀ ପାର୍ଟି(SP)ର ସଭାପତି ଓ ଶ୍ରୀକାନ୍ତ ହେଉଛନ୍ତି ପ୍ରଦେଶ କଂଗ୍ରେସର ପଲିଟିକାଲ୍ ଆଫାୟର୍ସ କମିଟିର ସଦସ୍ୟ।
  • ଦୁଇ ଜଣଙ୍କ ବୈଠକ ପରେ SPକୁ ଓଡ଼ିଶାରେ ସଙ୍ଗଠିତ କରିବା ପାଇଁ ଅଖିଳେଶଙ୍କ ବିବୃତ୍ତି, ନିଶ୍ଚିତ ପକ୍ଷେ ଆଲୋଚନାର ବିଷୟ ବସ୍ତୁ।
  • ଶ୍ରୀକାନ୍ତ ଜେନା କଣ କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟିରେ ମିଶିବେ?

          ଓଡ଼ିଶାରେ SPର ନାହିଁ 1% ଭୋଟ
ଶ୍ରୀକାନ୍ତ ଜେନାଙ୍କୁ ପ୍ରଦେଶ କଂଗ୍ରେସର ପଲିଟିକାଲ୍ ଆଫାୟାର୍ସ କମିଟିରେ ନିଯୁକ୍ତି ମିଳିଛି। ନିଯୁକ୍ତିର 24 ଘଣ୍ଟା ନ ପୁରୁଣୁ ଶ୍ରୀକାନ୍ତ, SP ମୁଖ୍ୟଙ୍କ ସହ ମିଟିଂକୁ ନେଇ ଅନେକ ସସ୍ପେନ୍ସ। ଶ୍ରୀକାନ୍ତ କ’ଣ SPକୁ ଓଡ଼ିଶାରେ ଲିଡ୍ କରିବେ ? କାରଣ ଦଳ ପରିବର୍ତ୍ତନ କରିବା ଶ୍ରୀକାନ୍ତ ଜେନାଙ୍କ ପାଇଁ କିଛି ନୂଆ କଥା ନୁହେଁ ! 1977ରେ ଜନତା ପାର୍ଟି ଟିକଟେରେ ବରୀ-ଡେରାବିଶରୁ ବିଧାୟକ ଭାବେ କ୍ୟାରିଅର ଆରମ୍ଭ କରିଥିବା ଶ୍ରୀକାନ୍ତ ପରେ ଜନତା ଦଳ, କଂଗ୍ରେସ ଟିକେଟରେ ଲଢି 3 ଥର ବିଧାୟକ ଓ 4 ଥର ସାଂସଦ ହୋଇଛନ୍ତି।
 କଥା ଉଠୁଛି ଓଡ଼ିଶାରେ ଆଦୌ ସଙ୍ଗଠନ ନଥିବା SPକୁ ଶ୍ରୀକାନ୍ତ ଜେନା କ’ଣ ନେତୃତ୍ୱ ଦେଇ ପାରିବେ?
2024 ନିର୍ବାଚନର ଫଳାଫଳ କହୁଛି ଲୋକସଭା ନିର୍ବାଚନରେ
SPର ଓଡ଼ିଶାରେ ଭୋଟ୍ ହାର ଥିଲା ମାତ୍ର 0.03 % ଏବଂ ବିଧାନସଭାରେ ଥିଲା ମାତ୍ର 0.07% । ଓଡ଼ିଶାରେ ଜନାଧାର ନଥିବା ସମାଜବାଦୀ ପାର୍ଟିର ସାଇକେଲ ଚିହ୍ନକୁ ଶ୍ରୀକାନ୍ତ କିଭଳି ଭୋଟରଙ୍କ ପାଖରେ ପହଞ୍ଚାଇବ !

ମନ୍ତ୍ରୀ ପଦ ହିଁ ସବୁକିଛି
ଯଦିଓ ଶ୍ରୀକାନ୍ତ ଜେନାଙ୍କ ଅତୀତର ନିର୍ବାଚନ ସଫଳତାର ଚିଠା ଖୁବ୍ ଲମ୍ବା। ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦରେ ବରୀ-ଡେରାବିଶରୁ ଲଗାତର 3 ଥର ଜିତିଥିଲେ । ସେହିଭଳି କଟକ ଲୋକସଭା ଆସନରୁ 2 ଥର ଏବଂ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଥରେ ଜିତି 4 ଜଣ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ ସେ ସ୍ଥାନ ପାଇଛନ୍ତି। ଭି.ପି.ସିଂହଙ୍କ କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ ଥିଲେ। ପ୍ରଧାନମନ୍ତ୍ରୀ ଏଚ୍.ଡି.ଦେବଗୌଡା ଓ ଆଇ.କେ ଗୁଜୁରାଲଙ୍କ କ୍ୟାବିନେଟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ମନ୍ତ୍ରୀର ଦାୟିତ୍ୱ ନିର୍ବାହ କରିଥିଲେ ଶ୍ରୀକାନ୍ତ ଜେନା। ଯାହା ଓଡ଼ିଶାର କୌଣସି ନେତା ହାସଲ କରିନାହାନ୍ତି।
ତେବେ 1996ରେ ବିଜୁ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ କରାଇ ନଦେବାର ଶ୍ରୀକାନ୍ତ ଜେନାଙ୍କ ଚକ୍ରାନ୍ତ ଥିଲା ବୋଲି ଚର୍ଚ୍ଚା ହୁଏ । ବିଜୁ ବାବୁଙ୍କୁ ଧୋକା ଦେବା ପରେ ଶ୍ରୀକାନ୍ତ ଜେନା ନିନ୍ଦିତ ହେଲେ ଏବଂ ଭୋଟରଙ୍କ ଦ୍ୱାରା ପ୍ରତ୍ୟାଖାତ ମଧ୍ୟ ହେଲେ । କିନ୍ତୁ 2009 ନିର୍ବାଚନ ପୂର୍ବରୁ ପ୍ୟାରୀ ମହାପାତ୍ରଙ୍କ ସହ ଭିତିରି ବୁଝାମଣା କଲେ ବିଜୁ ବାବୁଙ୍କ ଅବୁଝା ପୁଅ ଶ୍ରୀକାନ୍ତ । ଆଉ BJDର ନୀରବ ସମର୍ଥନରେ ବାଲେଶ୍ୱର ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହେଲେ । ଯଦିଓ ଲୋକସଭାକୁ ଏଣ୍ଟ୍ରି ମିଳିଗଲା, କିନ୍ତୁ ଶ୍ରୀକାନ୍ତ ଜେନାଙ୍କ ପ୍ରୋଫାଇଲ୍ ହ୍ରାସ ପାଇଲା।
ଏକଦା ଦେବଗୌଡ଼ା ଓ ଗୁଜରାଲଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଥିବା ଶ୍ରୀକାନ୍ତ ଜେନା, କ୍ଷମତା ଲୋଭରେ ମନମୋହନ ସିଂହଙ୍କ କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ ପଦର ଶପଥ ନେଲେ। ଆଉ ବିଶୃଙ୍ଖଳିତ ଆଚରଣ ପାଇଁ 2019ରେ କଂଗ୍ରେସ ଦଳରୁ ନିଲମ୍ବିତ ହୋଇଥିଲେ । ତେବେ ଗତ ନିର୍ବାଚନ ପୂର୍ବରୁ 6 ମାର୍ଚ୍ଚ 2024ରେ କଂଗ୍ରେସକୁ ଫେରି ଆସିଥିଲେ ଶ୍ରୀକାନ୍ତ ଜେନା।
ଆଉ 2024 ନିର୍ବାଚନରେ ବାଲେଶ୍ୱର ଭୋଟରଙ୍କ ଦ୍ୱାରା ସେ ପ୍ରତ୍ୟାଖ୍ୟା ହୋଇଛନ୍ତି। ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ 3, 26, 858 ଭୋଟ ବ୍ୟବଧାନରେ ପରାଜିତ ହୋଇ ସେ ତୃତୀୟ ସ୍ଥାନରେ ଥିଲେ।
               ଖୁସି ହେବେ ଭକ୍ତ
ଏବେ ସାମାଜିକ ନ୍ୟାୟ ପ୍ରଦାନ ନାଁରେ ଅଖିଳେଶଙ୍କ ସହ ବୈଠକ କଲେଣି । ଓଡ଼ିଶାରେ ଜାତିଭିତ୍ତିକ ରାଜନୀତିର ଗୁରୁତ୍ୱ ନଥିଲା ବେଳେ ହିନ୍ଦୁଙ୍କୁ ଜାତି ଭିତ୍ତିରେ ବାଣ୍ଟୁଥିବା SPକୁ ବଳ ଦେବାରେ ସକ୍ଷମ ହେବେ କି ଶ୍ରୀକାନ୍ତ ଜେନା ? ତେବେ ବିଚକ୍ଷଣ ଶ୍ରୀକାନ୍ତ କଂଗ୍ରେସ ଛାଡିଲେ, ସର୍ବାଧିକ ଖୁସି ହୋଇପାରନ୍ତି ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସ । କାରଣ ଭକ୍ତ ଦାସ ଜାଣିଛନ୍ତି ଯିଏ ବିଜୁ ପଟ୍ଟନାୟକଙ୍କ ନହେଲା, ସେହି ଶ୍ରୀକାନ୍ତ ଜେନା କଂଗ୍ରେସରେ ରହିଲେ ତାଙ୍କ ବିରୁଦ୍ଧରେ ନିଶ୍ଚିନ୍ତ ଚକ୍ରାନ୍ତ କରିବେ !

ନବୀନଙ୍କ ପାଣ୍ଡିଆନ ପ୍ରେମ, BJDକୁ ଭାଙ୍ଗିଦେବ !

ଭୈରବ ପାଣ୍ଡିଆନଙ୍କୁ ନେଇ BJDରେ ଓପନ୍ ଲଢେଇ। ଲୋକସଭାରେ ଶୂନ ଥିବା BJD, ପାଣ୍ଡିଆନଙ୍କ ପାଇଁ ରାଜ୍ୟସଭାରେ ଦି’ ଫାଳ। ୱାକଫ୍ ସଂଶୋଧନ ବିଲରେ ପାଣ୍ଡିଆନଙ୍କ ବିବେକାନୁମୋଦିତ ଭୋଟିଂ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସାଂସଦ ଦେବାଶିଷ ସାମନ୍ତରାୟ ଓ ମୁନ୍ନା ଖାଁ। ପାଣ୍ଡିଆନଙ୍କୁ ନବୀନ ପଟ୍ଟନାୟକଙ୍କ ସମର୍ଥନ ଥିଲେ ମଧ୍ୟ କେବଳ 2 ସାଂସଦ ନୁହେଁ, 12 ବିଧାୟକ ଖୋଲାଖୋଲି ବିରୋଧ କଲେଣି।

  • ପାଣ୍ଡିଆନଙ୍କୁ ଦୃଢ ବିରୋଧ କରୁଛନ୍ତି ବିଜୁ ଜନତା ଦଳର ପ୍ରତିଷ୍ଠାତା ସଭ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରି ବରିଷ୍ଠ ବିଧାୟକ ।
  • ଆଉ ପ୍ରସନ୍ନ ଆଚାର୍ଯ୍ୟଙ୍କ ପଟ୍ଟଶିଷ୍ୟ ନିରଞ୍ଜନ ପୂଜାରୀ, କ୍ଷମତାଚ୍ୟୁତ ପାଣ୍ଡିଆନଙ୍କୁ ଗ୍ରହଣ କରିବା ମୁଡରେ ନାହାଁନ୍ତି ।
  • ପାଣ୍ଡିଆନଙ୍କୁ ଇଙ୍ଗିତ କରି ଲଗାତର 8ଥର ବିଧାୟକ ହୋଇଥିବା ରାଜା ସ୍ୱାଇଁ କହିଲେଣି, BJDକୁ ହାଇଜାକ୍ କରିବା ପାଇଁ ଚେଷ୍ଟା ହେଉଛି।
  • ନବୀନଙ୍କ ବାଲ୍ୟବନ୍ଧୁ ଅନଙ୍ଗ ଉଦୟ ସିଂହଦେଓଙ୍କ ପୁଅ କଳିକେଶ, ପାଣ୍ଡିଆନଙ୍କର ଜଣେ ଘୋର ବିରୋଧି ।
  • ନବୀନଙ୍କୁ ଜଣେ ମିଥ୍ୟାବାଦୀ ଭାବେ ପ୍ରମାଣିତ କରିଥିବା BJDର ପ୍ରତିଷ୍ଠାତା ସଭ୍ୟ ପ୍ରଭାତ ତ୍ରିପାଠୀଙ୍କ ପୁଅ ତଥା ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ବିରୋଧି କ୍ୟାମ୍ପରେ।
  • ବଦ୍ରି ପାତ୍ର ଓ ସନା ମହାକୁଡଙ୍କ ଭଳି କେନ୍ଦୁଝର ଜିଲ୍ଲାର 3 BJD ବିଧାୟକ ପାଣ୍ଡିଆନଙ୍କ ନାଁ ଶୁଣିଲେ ଚିଡୁଛନ୍ତି ।
  • ନିର୍ବାଚନୀ ରାଜନୀତିରୁ ବାପା ପ୍ରଭାତ ବିଶ୍ୱାଳଙ୍କୁ ଦୂରେଇ ରଖାଯିବାକୁ ଗ୍ରହଣ କରୁନାହାଁନ୍ତି ପୁଅ ତଥା ବିଧାୟକ ସୌଭିକ ବିଶ୍ୱାଳ ।
  • ଆଉ ବିଜୟ ମହାପାତ୍ରଙ୍କ ପୁଅ ତଥା BJD ବିଧାୟକ ଅରବିନ୍ଦ ମହାପାତ୍ର କହୁଛନ୍ତି ପାଣ୍ଡିଆନ କିଏ ମୁଁ ଜାଣିନି ।
  • ସେହିଭଳି ଭେଟେରାନ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତି ପାଣ୍ଡିଆନଙ୍କ ନେତୃତ୍ୱକୁ ପସନ୍ଦ କରୁନାହାନ୍ତି । ରାଜ୍ୟସଭା ସାଂସଦ ଶୁଭାଶିଷ (ଲକି) ଖୁଣ୍ଟିଆଙ୍କ ପ୍ରତି ପାଣ୍ଡିଆନଙ୍କ ଅହେତୁକ ସମର୍ଥନ, ସୁନିଲ ମହାନ୍ତିଙ୍କୁ ବିରୋଧ କରିବାକୁ ଖୋରାକ୍ ଯୋଗାଉଛି।
  • ଆଉ 2019 ମନ୍ତ୍ରିମଣ୍ଡଳରୁ ଅଧାରୁ ବିତାଡିତ ହୋଇଥିବା ଅରୁଣ ସାହୁ, ପାଣ୍ଡିଆନଙ୍କୁ ଘେରିବା ପାଇଁ ସୁଯୋଗ ଅପେକ୍ଷାରେ ଥିଲେ।

ତେବେ BJD ଟିକେଟରେ ପ୍ରଥମ ଥର ବିଧାୟକ ହୋଇଥିବା 15 ଜଣ, ପାଣ୍ଡିଆନଙ୍କୁ ନୀରବ ସମର୍ଥନ ଦେଉଛନ୍ତି। ପାଣ୍ଡିଆନଙ୍କ ଦୟାରୁ BJD ଟିକେଟ ପାଇ ବିଧାନସଭାକୁ ଏଣ୍ଟ୍ରି ମାରିଥିବା ସେହି ବିଧାୟକଙ୍କ ଚଏସ୍ ଅଣଓଡ଼ିଆ ଭୈରବ ହେବା ସ୍ୱାଭାବିକ।
ଅପର ପକ୍ଷରେ ନବୀନ ପଟ୍ଟନାୟକଙ୍କୁ ନେତା ମାନୁଥିବା 23 ବିଧାୟକଙ୍କ ପରୋକ୍ଷ ସମର୍ଥନ ପାଉଛନ୍ତି ପାଣ୍ଡିଆନ।ସେହି 23 ବିଧାୟକଙ୍କ ପସନ୍ଦ ଯଦିଓ ପାଣ୍ଡିଆନ ନୁହନ୍ତି, କିନ୍ତୁ ଶଙ୍ଖଚିହ୍ନ ଏବଂ ନବୀନଙ୍କ ନେତୃତ୍ୱରେ ସେମାନେ ବିଜୟ ହୋଇଥିବାରୁ ସେମାନେ ଏବେ ସାଇଲେଣ୍ଟ।

କିନ୍ତୁ ସେମାନଙ୍କ ମଧ୍ୟରୁ ଗଣେଶ୍ୱର ବେହେରା, ଅଧୀରାଜ ପାଣିଗ୍ରାହୀ ଏବଂ ଯୋଗୋଶ ସିଂଙ୍କ ପରି ବିଧାୟକ, ନିଜର ପୁରୁଣା ଦଳ କଂଗ୍ରେସକୁ ଫେରିବେ ନାହିଁ ବୋଲି ଏ ଗ୍ୟାରେଣ୍ଟି କେହି ଦେଇ ପାରିବେ ନାହିଁ ।

BJDରୁ ହଟିଯିବ ସଂଗଠନ ସମ୍ପାଦକ ପଦ !

ବିଜୁ ଜନତା ଦଳରେ ବିବାଦ ଏବେ ଉଗ୍ର। ଭୈରବ ପାଣ୍ଡିଆନଙ୍କୁ ନେଇ ବରିଷ୍ଠଙ୍କ ଟାର୍ଗେଟରେ ନବୀନ ପଟ୍ଟନାୟକ। ପ୍ରଭାତ ତ୍ରିପାଠୀ ଓ ଅମର ଶତପଥୀଙ୍କ ପରି ବରିଷ୍ଠ BJD ନେତା, ନବୀନଙ୍କୁ “ମିଛୁଆ” ଉପାଧିରେ ସମ୍ବୋଧିତ କଲାବେଳେ, ପ୍ରଫୁଲ୍ଲ ମଲ୍ଲିକଙ୍କ ପରି ସିନିୟର କହୁଛନ୍ତି- “ନବୀନ ବାବୁ, ନାଲିଆଖି ଦେଖାନ୍ତୁ ନାହିଁ”।
କିନ୍ତୁ ଯାହା ପାଇଁ ଏତେ ସବୁ ନାଟ, ସେହି ପାଣ୍ଡିଆନ ମହାଶୟ, ନିଜ କୋଟରୀକୁ ଧରି BJD ସଂଗଠନ ନିର୍ବାଚନ କାମରେ ଲାଗିଛନ୍ତି। ଆସନ୍ତା 19 ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ BJD ରାଜ୍ୟ ସଭାପତି ଘୋଷଣା ହୋଇପାରନ୍ତି। ତାହାରି ଭିତରେ ନିଜର ସମସ୍ତ ବିରୋଧି ତଥା ପ୍ରତିଭାବାନ ନେତାଙ୍କୁ କୋଣଠେସା କରିବାରେ ଲାଗିଛନ୍ତି ପାଣ୍ଡିଆନ। ଗୋଡ଼ାଣିଆଙ୍କୁ ଜିଲ୍ଲା ସଭାପତିର ଦାୟିତ୍ୱ ଦେଇ ଖୋସାମତିଆ ନେତାଙ୍କୁ ରାଜ୍ୟସ୍ତରୀୟ ପଦରେ ବସାଇବା ଯୋଜନାରେ ଅଛନ୍ତି ପାଣ୍ଡିଆନ।

                       ନମ୍ବର 2 ରେସରେ ସଞ୍ଜୟ
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,
BJDରେ ଆଉ ସଂଗଠନ ସଂପାଦକ ପଦ ରହି ନପାରେ ! ଅଣଓଡ଼ିଆ ପାଣ୍ଡିଆନ ଏତେ ପାଓ୍ୱାରଫୁଲ୍ ଯେ ପୂର୍ବରୁ BJDର “ମହାସଚିବ” ପଦକୁ ଉଚ୍ଛେଦ କରିଥିଲେ । BJPକୁ କପି କରୁଥିବା ପାଣ୍ଡିଆନ ମହାଶୟ, BJDରେ ସଂଗଠନ ସମ୍ପାଦକ ପଦ ସୃଷ୍ଟି କଲେ। ଫଳରେ 5 ମାର୍ଚ୍ଚ 2020 ବିଜୁ ଜୟନ୍ତୀରେ ପ୍ରଣବ ପ୍ରକାଶ ଦାସ ଓରଫ ବବି BJDର ସଂଗଠନ ସମ୍ପାଦକ ଭାବେ ନିଯୁକ୍ତ ହେଲେ। କିନ୍ତୁ 2024 ନିର୍ବାଚନରେ BJD ପରାଜିତ ହେବା ପରେ ହେଲିକପ୍ଟରରେ ଉଡୁଥିବା ପାଣ୍ଡିଆନ ବାବୁ ଏବେ ସଂଗଠନ ସମ୍ପାଦକ ପଦକୁ ଉଚ୍ଛେଦ କରିବା ଯୋଜନାରେ…।
                     ପଲିଟିକାଲ୍ ଆଫାୟାର୍ସ କମିଟି
ସଂଗଠନ ସମ୍ପାଦକ ଏବଂ ସାଧାରଣ ସମ୍ପାଦକ ମୁଖ୍ୟାଳୟ ଭଳି ଦୁଇଟି ପଦକୁ ହଟାଇ ପଲିଟିକାଲ୍ ଆଫାୟାର୍ସ କମିଟି କରିବାକୁ ପ୍ଲାନ୍ ହେଉଛି । ଯେଉଁଥିରେ ବରିଷ୍ଠ ଏବଂ ଯୁବ ନେତୃତ୍ୱ ସଦସ୍ୟ ରହିବେ । ନବୀନ ପଟ୍ଟନାୟକ ସେହି କମିଟିର ଅଧ୍ୟକ୍ଷ ହୋଇପାରନ୍ତି । BJDର ପଦ ମର୍ଯ୍ୟାଦାରେ ନବୀନଙ୍କ ପଛକୁ ସଞ୍ଜୟ ଦାସବର୍ମାଙ୍କୁ ଫିଟ୍ କରିପାରନ୍ତି ପାଣ୍ଡିଆନା । କାରଣ ପାଣ୍ଡିଆନା ଜାଣିଛନ୍ତି, ସଞ୍ଜୟ ଜଣେ ବିଫଳ ନେତା। ନିଜ ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରିରୁ ଲଢ଼ିବାକୁ ଭୟ କରି ସତ୍ୟବାଦୀରୁ ଲଢି, ପରାଜିତ ହୋଇଛନ୍ତି ସଞ୍ଜୟ। ସେ କୌଣସି ପରିସ୍ଥିତିରେ ପାଣ୍ଡିଆନଙ୍କ ପାଇଁ ବିପଦ ହୋଇନପାରନ୍ତି! ବରଂ Yes Boss କହି ପାଣ୍ଡିଆନଙ୍କ ଆଜ୍ଞାଧିନ ହୋଇଯିବେ ସଞ୍ଜୟ ଦାସବର୍ମା।

               ପାଣ୍ଡିଆନଙ୍କ କଳା କାରନାମା ଜାଣନ୍ତି ବବି
କିନ୍ତୁ ପାଣ୍ଡିଆନଙ୍କ ସବୁ କଳା କାରନାମାର ମୁଖସାକ୍ଷୀ ବବି ଦାସ, ଭବିଷ୍ୟତରେ କଣ୍ଟା ହୋଇପାରନ୍ତି
। ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ଆଗରେ ରଖି ବବି ଦାସ କିଛି ବି ଖେଳ କରିପାରନ୍ତି । ସିନିୟର ପଲିଟିଆସନଙ୍କ ପୁଅ ମାନଙ୍କୁ ମେଳି କରିବା ପାଇଁ ଆର୍ଥିକ ସହଯୋଗ ବି ଦେଇପାରନ୍ତି। ତେଣୁ ସବୁ ଜାଣୁଥିବା ପାଣ୍ଡିଆନଙ୍କ ଫୁର୍ମୂଲାରେ ରେଡ୍ ଜୋନକୁ ଆସି ଯାଇଛନ୍ତି ବବି। ସେଥିପାଇଁ ସାଙ୍ଗଠନିକ ସମ୍ପାଦକ ପଦ ହଟିପାରେ?
ପୂର୍ବରୁ ତ ବବିଙ୍କୁ ପାୱାରଲେସ୍ କରିବାକୁ ଚକ୍ରାନ୍ତ ହୋଇଥିଲା। ପାଣ୍ଡିଆନଙ୍କ ଚକ୍ରାନ୍ତରେ ସମ୍ବଲପୁର ଲଢ଼ିବାକୁ ଗଲେନି ଯେ, ଲୋକସଭା ତ ଦୂରର କଥା ବିଧାନସଭାର ରାସ୍ତା ବି ତାଙ୍କ ପାଇଁ ବନ୍ଦ ହୋଇଗଲା। ନିଜେ ଜିତିଥିବା ଯାଜପୁର ସିଟରେ ମା
’ଙ୍କୁ ଲଢ଼ାଇ ଥିଲେ ହୁଏତ ଉପ-ନିର୍ବାଚନ ଜରିଆରେ ବିଧାନସଭା ଆସି ପାରିଥାଆନ୍ତେ। ମାତ୍ର କୋରେଇରୁ ମା’ଙ୍କୁ ଲଢ଼ାଇ ପରାଜୟର ସ୍ୱାଦ ଚାଖିଲେ। ନା’ ବବି ଲୋକସଭା ଯାଇପାରିଲେ,ନା’ ମା’ ବିଧାନସଭା। ଆଉ ନିର୍ବାଚନ ପରେ ଭାଇ ଭବପ୍ରକାଶ ଦାସ ଗିରଫ ହୋଇ ଜେଲ୍ ଗଲେ।
ବବି ଦାସଙ୍କ ଭିତରେ କୁହୁଳୁ ଥିବା ନିଆଁକୁ ପ୍ରଶମିତ କରିବା ପାଇଁ ପାଣ୍ଡିଆନ, ବବିଙ୍କୁ ପାଓ୍ୱାରଲେସ୍ କରୁଛନ୍ତି। ଆଉ ବବି ଦାସଙ୍କୁ ଚେକମେଟ୍ ଦେବା ପାଇଁ ସଞ୍ଜୟ ଦାସବର୍ମାଙ୍କୁ ପ୍ରମୋଟ କରିପାରନ୍ତି ପାଣ୍ଡିଆନ !

କାହା ପାଇଁ ରାଜଧାନୀ ହୋଇଛି ଭୁବନେଶ୍ୱର

  • ପ୍ରତିଷ୍ଠା ଦିବସ ପାଳୁଛି ଭୁବନେଶ୍ୱର।ରାଜଧାନୀର ଏ ରାଜକୀୟ ଉତ୍ସବକୁ ନେଇ ରହିଛି ଢେର୍ ଉତ୍ସାହ।77 ତମ ପ୍ରତିଷ୍ଠା ଦିବସକୁ ନେଇ ବେଶ୍ ଚଳଚଞ୍ଚଳ ଭୁବନେଶ୍ୱର।
  • ଏପ୍ରିଲ 13,1948ରେ ଭୁବନେଶ୍ୱର ରାଜଧାନୀର ଶିଳାନ୍ୟାସ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ,ଯେଉଁ ଘଟଣାକୁ ବିତିଗଲାଣି ଅନେକ ବର୍ଷ।
  • ଭୁବନେଶ୍ୱରକୁ ରାଜଧାନୀ କରାଇବା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ ସମୟରେ ମୁଖ୍ୟମନ୍ତ୍ରୀ ଥିବା ଡକ୍ଟର ହରେକୃଷ୍ଣ ମହତାବ।
  • ମହତାବଙ୍କ ନିମନ୍ତ୍ରଣ କ୍ରମେ ଶିଳାନ୍ୟାସ କରିଥିଲେ ସେ ସମୟର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ।
  • ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ହେବା ପୂର୍ବରୁ କଟକ ହିଁ ଓଡ଼ିଶାର ରାଜଧାନୀ ଥିଲା
  • କଟକରେ ବିଭିନ୍ନ କାର୍ଯ୍ୟାଳୟ ପାଇଁ ଜାଗାର ଅଭାବ ହିଁ ଭୁବନେଶ୍ୱରକୁ ରାଜଧାନୀ କରାଇବାର ବାଟ ଫିଟେଇଥିଲା ।
  • କଟକରେ ଅଫିସ୍ ପରିଚାଳନା ଗତ ଅସୁବିଧା ସାଙ୍ଗକୁ ନୂଆ ଅଫିସ ଖୋଲିବାର ପ୍ରତିବନ୍ଧକ ରାଜଧାନୀ ନିଷ୍ପତ୍ତିକୁ ପ୍ରଶ୍ନଘେରକୁ ଆଣିଥିଲା ।
  • ରାଜଧାନୀ ସ୍ଥାନାନ୍ତରିକରଣ ସେ ସମୟରେ ପ୍ରମୁଖ ଆବଶ୍ୟତା ପାଲଟିଥିବା ବେଳେ ବିଭିନ୍ନ ଅଞ୍ଚଳକୁ ନେଇ ଭିନ୍ନ ଭିନ୍ନ ପ୍ରସ୍ତାବ ଆସିଥିଲା ।
  • ପାଇକମାଟି ଖୋର୍ଦ୍ଧାକୁ କିଛି ନେତା ତାର ଐତିହାସିକ ଗୁରୁତ୍ତ୍ୱ ଦର୍ଶାଇ ରାଜଧାନୀ କରାଇବାକୁ ପ୍ରସ୍ତାବ ଦେଇଥିଲା ବେଳେ ଆଉ କିଛି ନେତା କଟକରେ ହିଁ ରାଜଧାନୀ ରହିବାକୁ ଦିଆଯାଉ କହି ଯୁକ୍ତି ବାଢିଥିଲେ ।
  • ସେ ସମୟରେ ରାଜଧାନୀ ପାଇଁ ସ୍ଥାନ ଚୟନ ଗୁରୁ ଗମ୍ଭୀର ସମସ୍ୟା ପାଲଟି ସାରିଥିଲା,ଯେଉଁ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଏତେଟା ସହଜସାଧ୍ୟ ନ ଥିଲା।
  • ମାତ୍ର ସେ ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରି ସମସ୍ତ ପ୍ରସ୍ତାବକଙ୍କୁ ନିଜ ଯୁକ୍ତିରେ ନୀରବ କରାଇ ପାରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ ହରେକୃଷ୍ଣ ମହତାବ ।
  • ସର୍ବସମ୍ମତି କ୍ରମେ ଭୁବନେଶ୍ୱରକୁ ହିଁ ଓଡ଼ିଶାର ରାଜଧାନୀ ସ୍ଥାନାନ୍ତରିତ ହୋଇଥିଲା ।
  • 1948 ଏପ୍ରିଲ 13 ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ଏହାର ଶୁଭ ଶିଳାନ୍ୟାସ କରିଥିଲେ ।

BJDକୁ ବିକି ଦେଇଥାଆନ୍ତେ ପାଣ୍ଡିଆନ

ବିଜୁ ଜନତା ଦଳକୁ ନେଇ ବିଭିନ୍ନ ନେତାଙ୍କ ଅସନ୍ତୋଷ ଧିରେଧିରେ ପଦାକୁ ଆସୁଛି।ବିଶେଷକରି ବରିଷ୍ଠ ନେତା ଏବେ ନବୀନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଦେଲେଣି।ଦଳ ଭିତରେ ଥିବା ପ୍ରଫୁଲ୍ଲ ମଲ୍ଲିକ,ନୃସିଂହ ସାହୁଙ୍କ ଭଳି ନେତା ଟାର୍ଗେଟ କରିବା ସହ ଏ ଧାରାରେ ସାମିଲ ହେଲେଣି ଦଳରେ ନଥିବା ନେତା। ନବୀନଙ୍କୁ ନେଇ ପୁଞ୍ଜିଭୂତ ଅସନ୍ତୋଷ ଧିରେ ଧିରେ ପଦାକୁ ଆସୁଛି।ଯୋଉଥିରେ ସାମିଲ ହୋଇଛନ୍ତି ବିଜେଡି ଟିକେଟରେ ସାଂସଦ ହୋଇ ପରେ ଦଳ ଛାଡି ବିଜେପିରେ ମିଶିଥିବା ପ୍ରସନ୍ନ ପାଟ୍ଟଶାଣୀ।ନବୀନଙ୍କୁ ନେଇ ବିଷୋଦ୍ଗାର କରିଛନ୍ତି ପ୍ରସନ୍ନ।ବାବାଙ୍କ ଟାର୍ଗେଟ୍‌ରେ ନବୀନ ଓ ପାଣ୍ଡିଆନ। ବୁଲେଇ ବଙ୍କାଇ ନୁହେଁ ବରଂ ସିଧାସଳଖ କହିଛନ୍ତି BJDର ଏ ଅବସ୍ଥା ଲାଗି ପାଣ୍ଡିଆନ ହିଁ ଦାୟୀ। ଖାଲି ଏତିକି ନୁହେଁ BJD ବୁଡ଼ିଯାଉଥିବା କଥା ବି ସେ କହିଛନ୍ତି। ବିଜେଡି ନେତା ଏବେ ଅଣନିଃଶ୍ବାସୀ ହୋଇଗଲେଣି,ଦଳ ୩ ଭାଗ ହୋଇଯିବ ପଛେ ପାଣ୍ଡିଆନଙ୍କୁ ନବୀନ ଛାଡ଼ିବେନି ଏବଂ ନବୀନଙ୍କ ଚେତାବନୀ କିଛି କାମ ଦେବନି ବୋଲି ରୋକଠୋକ୍‌ ଶୁଣେଇଛନ୍ତି ପ୍ରସନ୍ନ। 

Continue reading →