Category News

PAC-ବିଜୟଙ୍କ ପରେ ଭାଙ୍ଗିଥିଲା, ପାଣ୍ଡିଆନଙ୍କ ପାଇଁ ଗଢ଼ା ହେଲା

25 ବର୍ଷ ପରେ ବିଜୁ ଜନତା ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି ପଲିଟିକାଲ୍ ଆଫେୟାର୍ସ କମିଟି ବା PACର ପୁର୍ନଗଠନ କରାଯାଇଛି BJDର ଆଜନ୍ମ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ PAC ଗଠନ ହୋଇଛି ସେହି କମିଟିରେ ଅନ୍ୟ 9 ଜଣ ସଦସ୍ୟ ରହିଛନ୍ତି। ବିଶ୍ୱାସଘାତକତା କରି ବିଜୟ ମହାପାତ୍ରଙ୍କ ଟିକେଟ କାଟିବା ପରେ 2000 ମସିହାରୁ ପଲିଟିକାଲ୍ ଆଫେୟାର୍ସ କମିଟିକୁ ଭାଙ୍ଗି ଦେଇଥିଲେ ନବୀନ। ତେବେ ବିଜୁ ଜନତା ଦଳର ପୁର୍ନଗଠିତ PACରେ ଅଛନ୍ତି ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାର୍ଣ୍ଣିଂ, ଟୁକୁନୀ ସାହୁ, ସସ୍ମିତ୍ ପାତ୍ର ଏବଂ ସନ୍ତୃପ୍ତ ମିଶ୍ର। ଏହି ନବଗଠିତ କମିଟିକୁ ଦେଖିଲେ ଲାଗୁଛି ଏହା ପଲିଟିକାଲ୍ ଆଫେୟାର୍ସ କମିଟି ନୁହେଁ ଏଇଟା ହେଉଛି ପାଣ୍ଡିଆନ ଆଫେୟାର୍ସ କମିଟିକାରଣ PACର ସମସ୍ତ ସଦସ୍ୟ, ଅଣଓଡ଼ିଆ ଭୈରବ ପାଣ୍ଡିଆନଙ୍କ କଥାରେ ଉଠବସ୍ ହେଉଛନ୍ତି । ତେଣୁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି PACକୁ BJD ନିଜ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଛନ୍ତି ପାଣ୍ଡିଆନ୍।

କାରଣ ୱାକଫ୍ ସଂଶୋଧନ ବିଲ୍ ସପକ୍ଷରେ ଭୋଟ ଦେଇ BJDକୁ ଲୋକହସା କରିଥିବା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, PACରେ ରହିବା ପାଣ୍ଡିଆନଙ୍କ ଦବଦବାକୁ ସୂଚାଉଛି । ସେହିଭଳି ରାଜନୀତିରେ ବର୍ଷେ ପୂରଣ କରି ନଥିବା ସନ୍ତୃପ୍ତ ମିଶ୍ର ମଧ୍ୟ ପାଣ୍ଡିଆନଙ୍କର ଜଣେ ଦୃଢ ସମର୍ଥକ । ପ୍ରଣବ ପ୍ରକାଶ ଦାସ ଏବଂ ପାଣ୍ଡିଆନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ଜାଣିଛି ସାରା ଓଡ଼ିଶା । ଏବେ ପ୍ରଣବଙ୍କର ନିକଟତର ସଞ୍ଜୟ ଦାସବର୍ମାଙ୍କୁ PACରେ ସ୍ଥାନ ମିଳିବା, ପାଣ୍ଡିଆନଙ୍କ ବିନା ଇସାରାରେ ଏହା ଅସମ୍ଭବ ପ୍ରମିଳା ମଲ୍ଲିକ, ସୁଦାମ ମାର୍ଣ୍ଣିଂ ଓ ଟୁକୁନୀ ସାହୁ ପାଣ୍ଡିଆନଙ୍କ ହଁରେ YES କହିବା ନେତା। ସେହିଭଳି ପୂର୍ବତନ ବାଚସ୍ପତି ବିକ୍ରମ ଆରୁଖ ଓ ନିରଞ୍ଜନ ପୂଜାରୀ ସେମାନଙ୍କର ନିର୍ବାଚନ ମଣ୍ଡଳୀ ଭିତରେ ସୀମିତ ସାରା ଓଡ଼ିଶାର ରାଜନୀତିକୁ ଭଲ ଭାବରେ ବୁଝିନଥିବା ଏହି 9 ଜଣଙ୍କୁ PACର ସଦସ୍ୟ କରାଇ BJDକୁ ହାଇଜାକ୍ କରିନେଲେ ପାଣ୍ଡିଆନ୍
ଚର୍ଚ୍ଚା ହେଉଥିଲା BJD ବିଧାୟକ ଦଳର ଉପନେତା  ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଅରୁଣ ସାହୁ, ପ୍ରତାପ କେଶରୀ ଦେବ,  ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟପ୍ରତାପ ଜେନା PACର ମେମ୍ବର ହେବେ
BJDର ପ୍ରତିଷ୍ଠାତା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ PACର ନମ୍ବର-2ର ଦାୟିତ୍ୱ ମିଳିବ କିନ୍ତୁ ବିଗତ ଦିନରେ ଦଳୀୟ ସଙ୍ଗଠନକୁ ନେଇ ଭିନ୍ନ ମତ ରଖୁଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପାଣ୍ଡିଆନଙ୍କ ରୋଷର ଶିକାର ହେବାକୁ ପଡ଼ିଲା। ଶେଷରେ BJD ରାଜ୍ୟ କୃଷକ ମୋର୍ଚ୍ଚାର ଆବାହକ ହେଲେ ପ୍ରସନ୍ନ ଆଚାର୍ଯ୍ୟ।

ବିଚକ୍ଷଣ ଅରୁଣ ସାହୁଙ୍କୁ OBC ସେଲର ଆବାହକ କରାଯାଇ ସାବାଡ୍ କରାଯାଇଛି । ତାଙ୍କୁ ରଗେଇବା ପାଇଁ BJD OBC ସେଲ୍ ଆବାହକ ପଦକୁ ଦଳର ଉପସଭାପତି ପଦ ସହ ସମତୁଲ କରିବାର ପ୍ରେସ୍ ରିଲିଜ୍ ଜାରି କରାଯାଇଛି । ସେହିଭଳି ଦେବୀ ମିଶ୍ରଙ୍କୁ ସିନିୟର୍ ଭାଇସ୍ ପ୍ରେସିଡେଣ୍ଟ (ମୁଖ୍ୟାଳୟ) ପଦ ଦେଇ ଶଙ୍ଖଭବନ ଜଗିବାର ଦାୟିତ୍ୱ ଦିଆଯାଇଛି ଆଉ ପ୍ରତାପ ଜେନା, ଅତନୁ ସବ୍ୟସଚୀ ନାୟକଙ୍କୁ ଉପସଭାପତିର ଲଲିପପ୍ ଦିଆଯାଇଛି। ଅପରପକ୍ଷରେ BJD ନିର୍ବାଚନ ପରିଚାଳନା ପାଇଁ ରିଟର୍ଣ୍ଣିଂ ଅଫିସର ଦାୟିତ୍ୱ ତୁଲାଉଥିବା ପ୍ରତାପ ଦେବଙ୍କୁ ନା PACରେ ଜାଗା ମିଳିଲା ନା ସଙ୍ଗଠନରେ।
ଏସବୁକୁ ଦେଖିଲେ ଲାଗୁଛି ସିନିୟରଙ୍କୁ ଆଉଟ୍ କରିବା ଯୋଜନାରେ ସଫଳ ହୋଇଛନ୍ତି ପାଣ୍ଡିଆନ ବିଜୁ ଜନତା ଦଳର ଅଧିକାଂଶ ପ୍ରତିଷ୍ଠାତା ସଭ୍ୟଙ୍କୁ ନବୀନ ପଟ୍ଟନାୟକ ଯେପରି ବିଦା କରିଥିଲେ, ଠିକ୍ ସେମିତି ସିନିୟର ମାନଙ୍କୁ କୋଣଠେସା କରିଛନ୍ତି ପାଣ୍ଡିଆନ

ଜଗନ୍ନାଥଙ୍କ ଉପରେ, ମମତାଙ୍କ ଆଖି

ପଟ୍ଟଚିତ୍ର, କେବଳ ଚିତ୍ରକଳା ନୁହେଁ ବରଂ ଓଡ଼ିଆଙ୍କ ଭାବର ଉତ୍ତରଣ, ଆବେଗର ସଂସ୍କରଣ, କଳା କ୍ଷେତ୍ରରେ ନିଆରା ପାହାଚର ଆରୋହଣ। ତାଳପତ୍ର ଉପରେ ଆମ ଐତିହ୍ୟର ଖୋଦେଇ ପଟ୍ଟଚିତ୍ର, ବସ୍ତ୍ର ଉପରେ ଆମ କାରୁକାର୍ଯ୍ୟର କଳାତ୍ମକ ଦିଗ ଆମ ପଟ୍ଟଚିତ୍ର ଆମ କୀର୍ତ୍ତିର କୀର୍ତ୍ତନ ସାଙ୍ଗକୁ ମହାନତାର ମୃଦଙ୍ଗର ଆଭୂଷଣ ଆମ ପଟ୍ଟଚିତ୍ର ଆବେଗ, ଭାବାବେଗର କଳା-କୋଣାର୍କ ଆମ ପଟ୍ଟଚିତ୍ର। କିନ୍ତୁ ଏବେ ପ୍ରଶ୍ନଘେରରେ ପଟ୍ଟଚିତ୍ର ରସଗୋଲା କାହାର ଭଳି ଏବେ ପରବର୍ତ୍ତୀ ପ୍ରସଙ୍ଗ ପାଲଟିଛି ପଟ୍ଟଚିତ୍ର କାହାର ଚିତ୍ର? ଓଡ଼ିଶାର କୀର୍ତ୍ତି, ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ନିଜ ନାଁରେ କରାଇ ନେବାରେ ପାରଙ୍ଗମ ପଶ୍ଚିମବଙ୍ଗ।
ଅଣସର ଘରେ ଦାରୁ ବିଗ୍ରହ, ଦର୍ଶନ ଦିଅନ୍ତି ପଟ୍ଟ ଦିଅଁ
ତେବେ ଶ୍ରୀଜଗନ୍ନାଥ ସଂସ୍କୃତି ସହ ତ ପଟ୍ଟଚିତ୍ରର ସଂପର୍କ ଅତି ନିବିଡ଼, ଏକଥା ବୋଧହୁଏ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅଜଣା ! ସ୍ନାନ ପୂର୍ଣ୍ଣିମାରେ ସ୍ନାନ କରିବା ପରେ ଜ୍ୱରରେ ପଡନ୍ତି ଚତୁର୍ଦ୍ଧା ମୂରତି । ସେ ସମୟରେ ୧୫ ଦିନ ଯାଏଁ ଅଣସର ଘରେ ଚାଲେ, ମହାପ୍ରଭୁଙ୍କ ଉପଚାର। ଶ୍ରଦ୍ଧାଳୁମାନେ ଦାରୁ ବିଗ୍ରହଙ୍କୁ ଦର୍ଶନ କରିବାର ସୁଯୋଗ ପାଆନ୍ତି ନାହିଁ । କିନ୍ତୁ ବିଶ୍ୱ ନିଅନ୍ତା, ସେ ସମୟରେ ପଟ୍ଟ ଦିଅଁ ବେଶରେ ଦର୍ଶନ ଦିଅନ୍ତି ଭକ୍ତମାନଙ୍କୁ । ଆଉ ଅଧା ଗଢ଼ା ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା, ହାତ-ଗୋଡ଼ ଥାଇ ପଟ୍ଟଚିତ୍ରରେ ଶୋଭା ପାଆନ୍ତି। ହାତରେ ଶଙ୍ଖ-ଚକ୍ର-ଗଦା ପଦ୍ମର ଆୟୁଧରେ ଦୃଶ୍ୟମାନ ହୁଅନ୍ତି ଭାଇ-ଭଉଣୀ। ଦାରୁ ବିଗ୍ରହଙ୍କୁ ପଟ୍ଟଚିତ୍ରରେ ଆଙ୍କିଥାନ୍ତି ଚିତ୍ରକର ସେବାୟତ । ପୁରୀ ଦୋଳମଣ୍ଡପ ସାହି ଓ ବାସେଳୀ ସାହିର ରହିଛି ଚିତ୍ରକର ସେବାୟତଙ୍କ ସ୍ୱତନ୍ତ୍ର ସାହି। ଛତି-ଚାମର, ତୂରୀ ଏବଂ ବଜ୍ରନ୍ତ୍ରୀ ଧରି ଚିତ୍ରକର ସେବାୟତଙ୍କ ଘରକୁ ପ୍ରତିବର୍ଷ ଶ୍ରୀମନ୍ଦିରରୁ ଆସିଥାଏ ଆଜ୍ଞାମାଳ। ପୂଜାର୍ଚ୍ଚନା ପରେ ପଟ୍ଟଚିତ୍ରରେ ଅଙ୍କିତ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ନେଇ ଶ୍ରୀମନ୍ଦିର ଫେରିଥାନ୍ତି ସେବାୟତ। ଶ୍ରୀଜଗନ୍ନାଥ ସଂସ୍କୃତି ସହ ତ ପଟ୍ଟଚିତ୍ରର ସଂପର୍କ ତ ଯୁଗ ଯୁଗର।

କେବେ ଗୀତ ଗୋବିନ୍ଦକୁ ନିଜର ବୋଲି ଦାବି କରୁଥିବା ପଶ୍ଚିମବଙ୍ଗ ପୁଣି କେବେ ଜୟଦେବଙ୍କୁ ନିଜ ମାଟିର ବୋଲି କହିଛି ପଶ୍ଚିମବଙ୍ଗର ଚକ୍ରାନ୍ତର ଜହର ଏତେ ଯେ, ମିଠାରେ ବି ସେ ତିକ୍ତ ଲଢେଇ କରିଛି । ଚଞ୍ଚକତା କରି ରସଗୋଲାରେ GI ଟ୍ୟାଗ୍ ବି ହାସଲ କରିଥିଲା ପଶ୍ଚିମବଙ୍ଗ । ଯଦିଓ ପରବର୍ତ୍ତୀ ପରିସ୍ଥିତିରେ ଦୀର୍ଘ ବର୍ଷର ଲଢେଇ ପରେ ୨୦୧୯ ମସିହା ଜୁଲାଇ ୨୯ ରେ ଓଡ଼ିଶାକୁ ରସଗୋଲା କ୍ଷେତ୍ରରେ GI ଟ୍ୟାଗ୍ ମିଳିଥିଲାକିନ୍ତୁ ପଶ୍ଚିମବଙ୍ଗ ୨୦୧୭ ମସିହାରେ GI ଟ୍ୟାଗ୍ ହାସଲ କରି ସାରିଥିଲା। ୧୯୬୮ ମସିହାରେ ପଶ୍ଚିମବଙ୍ଗରୁ ହିଁ ରସଗୋଲାର ଉତ୍ପତ୍ତି ବୋଲି କହି ଅଜବ ଯୁକ୍ତି କରିଥିଲେ। ଯେତେବେଳେ କି ୫୦୦ ବର୍ଷ ପୂର୍ବର ଦାଣ୍ଡି ରାମାୟଣରେ ରସଗୋଲାର ବର୍ଣ୍ଣନା ଅଛି । ମାଦଳା ପାଞ୍ଜିରେ ବି ଏ କଥା ଉଲ୍ଲେଖ ଅଛି ରଥଯାତ୍ରା ଯେବେଠୁ, ରସଗୋଲା ସେବେଠୁ ପରୋକ୍ଷ ଭାବେ ଜଗନ୍ନାଥଙ୍କ ଠାରୁ ପଶ୍ଚିମବଙ୍ଗର ରସଗୋଲା ବେଶୀ ପୁରୁଣା ବୋଲି ପ୍ରମାଣ କରିବାକୁ ଚାହୁଁଥିଲା।
ପଟ୍ଟଚିତ୍ରର ଜିଆଇ ଟ୍ୟାଗ୍
୨୦୦୮ରେ ଓଡ଼ିଶାର ପଟ୍ଟଚିତ୍ରକୁ GI ଟ୍ୟାଗ୍ ମିଳିଲା। ମିଳିବା ବି ସ୍ୱାଭାବିକ କଥା ପଟ୍ଟଚିତ୍ରର କ୍ଷେତ୍ର ଓଡ଼ିଶା। ପୁରୀ ଜିଲ୍ଲା ରଘୁରାଜପୁରରେ ଖୁନ୍ଦି ହୋଇଛି ପଟ୍ଟଚିତ୍ରର ଚିତ୍ରଶିଳ୍ପ ପତ୍ର ଉପରେ କଅଁଳି ଆସିଛି, ଅନନ୍ୟ କଳାର ବୀଜପତ୍ର କାହିଁ କେବେଠାରୁ । କପଡ଼ାରେ କମ୍ପମାନ ହୋଇଛି ଆମ ପଟ୍ଟଚିତ୍ର । ମାତ୍ର, ଫର୍ଜରି କରି ଏ ରେକର୍ଡ ବି ହାତେଇ ନେଇଛି ପଶ୍ଚିମବଙ୍ଗ। ଆମର ଅପାରଗତା କହିବା ଅଥବା ପଶ୍ଚିମବଙ୍ଗର ଚକ୍ରାନ୍ତ କହିବା..
   ୨୦୧୮ ରେ ପଟ୍ଟଚିତ୍ର କ୍ଷେତ୍ରରେ
GI ଟ୍ୟାଗ୍ ହାସଲ କରିଛି ପଶ୍ଚିମବଙ୍ଗ। ସେ ପୁଣି ଇଂରାଜୀରେ ଓଡ଼ିଆ ପଟ୍ଟଚିତ୍ର ଶବ୍ଦ ସହ ବନାନଗତ ସାମଞ୍ଜସ୍ୟତାରେ ସାମାନ୍ୟ ବିଚ୍ୟୁତି କରି। ଅର୍ଥାତ୍ ଓଡ଼ିଶାର ପଟ୍ଟଚିତ୍ର (Pattachitra) GI ଟ୍ୟାଗ୍ ହାସଲ କରିଛି । କିନ୍ତୁ ଇଂରାଜୀ ଅକ୍ଷର Tର ଅପବ୍ୟବହାର କରି  Patchitra GI ଟ୍ୟାଗ୍ ହାସଲ କରିଛି ପଶ୍ଚିମବଙ୍ଗ
ତେବେ ପ୍ରସଙ୍ଗ ହେଉଛି ପଟ୍ଟଚିତ୍ର କାହାର ? ସମାନ ନାଁରେ କାହିଁକି ପଶ୍ଚିମବଙ୍ଗ GI ଟ୍ୟାଗ୍ ନେଇଛି ? ଯେତେବେଳେ ଆମେ କୌଣସି ପ୍ରସଙ୍ଗରେ ସମ୍ମାନ ହାସଲ କରିବାକୁ ଚାହୁଁ ସବୁତକ ତଥ୍ୟ, ଉପାଦାନ ଆମର ନିଜସ୍ୱ ହେବା ଜରୁରୀ। ନିଜସ୍ୱ ହେଲେ ହିଁ  ଏଥିରେ ସ୍ୱଚ୍ଛତା ଆସେ। ଯଦି ସେ ଦୃଷ୍ଟିରୁ ବିଚାର କରାଯାଏ ତେବେ ପଟ୍ଟଚିତ୍ରର କଳାକୃତି ଓ ନାଁର ଆକୃତ୍ତି ଓଡ଼ିଶାର ନିଜସ୍ୱ। ପଶ୍ଚିମବଙ୍ଗ ଯେଉଁ କ୍ଷେତ୍ରରେ ଟ୍ୟାଗ୍ ହାସଲ କରିଛି ସେ ପଟ୍ଟଚିତ୍ର ନୁହେଁ ବରଂ ପଟ୍ ଚିତ୍ର (Pot, Patua Art)ଯଦି ବି ପଶ୍ଚିମବଙ୍ଗ GI ଟ୍ୟାଗ୍ ପାଇଁ ଆବେଦନ କଲା ତେବେ ପଟ୍ଟଚିତ୍ର ନାଁରେ ଟ୍ୟାଗ୍ କାହିଁକି ? Bengal Scroll Paintings, ପଟ୍ଟୱା ନାଁରେ ବି GI ଟ୍ୟାଗ୍ ପାଇଁ ଆବେଦନ କରି ହୋଇଥାଆନ୍ତା । ସ୍ଥାନୀୟ ଅଞ୍ଚଳରେ ତ ଏହି ନାଁ ହିଁ ପରିଚୟ । କିନ୍ତୁ ନା! ପଶ୍ଚିମବଙ୍ଗର ଆଖି ତ ଓଡ଼ିଶାର କଳାକୀର୍ତ୍ତି ଉପରେ। ସେ ରସଗୋଲା ହେଉ, କି ପଟ୍ଟଚିତ୍ର ।
        ପଟ୍ଟଚିତ୍ରକୁ ସାରା ବିଶ୍ୱରେ ଚିହ୍ନେଇ ଥିବା ଓଡ଼ିଶାର ଚିହ୍ନକୁ ହଜେଇ ଦେବା ପାଇଁ ବଡ଼ ଧରଣର ଚକ୍ରାନ୍ତ ଚାଲିଛି । 10 ବର୍ଷ ହେବ କେବଳ ପଟ୍ଟଚିତ୍ରର ପ୍ରମୋସନ୍ କରିବା ପାଇଁ ପଶ୍ଚିମବଙ୍ଗ ପଟ୍ଟୀଗାନ, ପଟ୍ଟମାୟା ଭଳି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମର ଆୟୋଜନ କରୁଛି ବିଭ୍ରାନ୍ତିକର ତଥ୍ୟ ଦେଇ ଓଡ଼ିଶାର ଐତିହ୍ୟର ଇତି କ୍ଷେତ୍ରରେ ଚକ୍ରାନ୍ତ ରଚୁଛନ୍ତି ପଶ୍ଚିମବଙ୍ଗ ସରକାର। ଆମର ନିଷ୍କ୍ରିୟତା ଓ ନିଷ୍ପ୍ରଭ ମନୋଭାବ ଯୋଗୁଁ କୁମ୍ଭୀରକୁ ଗୋଳିଆ ପାଣି ସୁହାଇଲା ଭଳି ପଶ୍ଚିମବଙ୍ଗକୁ GI ଟ୍ୟାଗ୍ ମିଳିଯାଉଛି
  ଭକ୍ତି ନୁହେଁ, ବ୍ୟବସାୟ
କେବଳ ଏତିକି ନୁହେଁ ଦୀଘାରେ ଜଗନ୍ନାଥ ମନ୍ଦିର କରିବା ବି ପଶ୍ଚିମବଙ୍ଗର ଚକ୍ରାନ୍ତର ଚକ୍ରି । ଜଗନ୍ନାଥ ବିଶ୍ୱର ଦେବତା। ପୁର-ପଲ୍ଲୀରୁ ବିଶ୍ୱର କୋଣ ଅନୁକୋଣରେ ମହାପ୍ରଭୁ ସର୍ବପୂଜ୍ୟ। ଆଉ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ବିରୋଧାଭାସର ପ୍ରଶ୍ନ ଉଠୁନି ମାତ୍ର ଜଗନ୍ନାଥଙ୍କ ଭକ୍ତି ଅପେକ୍ଷା, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନରେ ରହିଛି ଚକ୍ରାନ୍ତର ଅପଢା ଉକ୍ତି । ତାଙ୍କର ପ୍ରମୁଖ ଉଦ୍ଦେଶ୍ୟ, ଯୋଉ ବଙ୍ଗୀୟ ଭକ୍ତମାନେ ଓଡ଼ିଶା ବୁଲିବାକୁ ଆସୁଛନ୍ତି ସେମାନଙ୍କୁ ଓଡ଼ିଶା ଆସିବାରୁ ଅଟକେଇବା। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ କ୍ଷତି ପହଞ୍ଚାଇବା। ସେଥିପାଇଁ ଦୀଘା ସମୁଦ୍ର କୂଳରେ ଅବିକଳ ମନ୍ଦିର ଗଢି ଦେଲେ, ବଙ୍ଗୀୟ ଶ୍ରଦ୍ଧାଳୁ ପୁରୀ ନଆସି ସେଠାକୁ ଯିବେ, ଆଉ ସେଠାକାର ପର୍ଯ୍ୟଟନ ଶିଳ୍ପ ବଢିବ ବାସ୍ତବରେ ମମତାଙ୍କ ଚକ୍ରାନ୍ତର ଦୈର୍ଘ୍ୟ ଢେର୍ ଲମ୍ବା।
           ନିଜ ରାଜ୍ୟର ବିକାଶ କରିବା ଭଲ କଥା, ପର୍ଯ୍ୟଟନ କ୍ଷେତ୍ର ବି ବଢୁ, ସେଥିରେ କିଛି କହିବାର ନାହିଁ। ମାତ୍ର ଅବିକଳ ଜଗନ୍ନାଥ ମନ୍ଦିର ଗଢ଼ିବା, ଶ୍ରୀମନ୍ଦିରର ଅବିକଳ ରୀତିନୀତି କରିବା ପଛରେ କି ଉଦ୍ଦେଶ୍ୟ ଅଛି ? ଏ ମନ୍ଦିର ପ୍ରତିଷ୍ଠା ପାଇଁ କିଛି ପୁରୀ ସେବକ ବଡ଼ ପଟୁଆରରେ ବି ଗଲେ ହଁ ଯିବାଟା ସ୍ୱାଭାବିକ କଥା, ଭରପୁର ଟଙ୍କା ମିଳିବ, ଦିଅଁଙ୍କ କଥା କିଏ ପଚାରେ ଯେ ?

ରାମଙ୍କ ନାଁ ଶୁଣିଲେ ରାଗନ୍ତି
ଦୁଃଖ ତ ଏତିକି, ମମତା ବାନାର୍ଜୀଙ୍କ ଭଳି ଜଣେ ହିନ୍ଦୁ ବିରୋଧୀ ନେତ୍ରୀ ଯିଏ ରାମ ନାମ ଶୁଣିଲେ ଚିହିଁକି ଉଠୁଛନ୍ତି ହିନ୍ଦୁ ବିରୋଧୀ ମାନସିକତା ରଖୁଥିବା ଥିବା ମମତା, ମୁର୍ଶିଦାବାଦରେ ହିନ୍ଦୁ ନରସଂହାର ବେଳେ  ଚୁପ୍ ରହିଲେ, ସେ ପୁଣି କୋଉ ଭକ୍ତି ଭାବରେ ଜଗନ୍ନାଥ ମନ୍ଦିର ଗଢ଼ିଛନ୍ତି ?ଆମକୁ ମନେ ରଖିବାକୁ ହେବ, ଜଗନ୍ନାଥ ବିଶ୍ୱର ଦେବତା, ବିଷର ନୁହେଁ । ସକାଳ ଧୂପର ଧୂଆଁ ଠାରୁ ସନ୍ଧ୍ୟା ଦୀପର ନିଆଁରେ ଏ ଜାତି ଯାହାକୁ ଆରାଧନା କରେ ସେ ଶ୍ରୀଜଗନ୍ନାଥ। ସେ ଖାଲି ଆମ ଆରାଧ୍ୟ ନୁହଁନ୍ତି ବରଂ ଆମ ଅସରନ୍ତି ଅଧ୍ୟାୟଆମକୁ ସଚେତନ ରହିବାକୁ ପଡ଼ିବ, ନଚେତ ରସଗୋଲା ଓ ପଟ୍ଟଚିତ୍ରକୁ ନେଇ ପଶ୍ଚିମବଙ୍ଗ ଯୋଉ ଚକ୍ରାନ୍ତ କରିଛି, କିଏ ଜାଣେ କେତେବେଳେ ସେମାନଙ୍କ ପାଇଁ ଏ ପ୍ରସଙ୍ଗ ବି ଆସିପାରେ ଯାହାର ଶୀର୍ଷକ ଥିବ ‘ଜଗନ୍ନାଥ କାହାର ?’

କାହିଁକି ପାଳନ ହୁଏ ଅକ୍ଷୟ ତୃତୀୟା

 କୃଷିପ୍ରଧାନ ରାଜ୍ୟ ଓଡ଼ିଶା । କୃଷି ହେଉଛି କୃଷକର ପରିଚୟ । ଓଡି଼ଶାରେ ଏହି ପବିତ୍ର ଦିନଠାରୁ ଆରମ୍ଭ ହୁଏ ଖରିଫ୍ ଫସଲ । ଏହିଦିନ ମାଟି ମାଆଙ୍କୁ ପୂଜାକରି କୃଷକମାନେ କ୍ଷେତରେ ଅଖିମୁଠି ଅନୁକୂଳ କରିଥାନ୍ତି । ତେବେ କେବଳ କୃଷି ନୁହେଁ ବିଭିନ୍ନ ଦିଗରୁ ଅକ୍ଷୟ ତୃତୀୟାର ଗୁରୁତ୍ତ୍ୱ ଓ ମହାତ୍ମ୍ୟ ରହିଛି।

ଅଖିମୁଠି ଅନୁକୁଳ
 ଭଲ ଅମଳ ଆଶାରେ କୃଷକମାନେ ଅକ୍ଷୟ ତୃତୀୟାର ଅମୃତବେଳାରେ ତାଙ୍କର କ୍ଷେତରେ ହଳ ବୁଲାଇଥାନ୍ତି । ଅଖି ମୁଠିଭରା ଧାନ ବିହନକୁ ଗଉଣୀରୁ କାଢ଼ି ବିଲର ପ୍ରତ୍ୟେକଟି ଜାଗାରେ ପକାଇଥାନ୍ତି । ଏହିଦିନ ଚାଷକାର୍ଯ୍ୟ ଆରମ୍ଭ କଲେ ଭଲ ଅମଳ ହୁଏ ବୋଲି ବିଶ୍ୱାସ ରହିଛି । ପୁରାଣଶାସ୍ତ୍ର ଅନୁସାରେ ଏହିଦିନ ଶୁଭକର୍ମ ଅନୁଷ୍ଠିତ ହୋଇଥିଲା । ଭଗବାନ ଶ୍ରୀକୃଷ୍ଣ ପ୍ରାଣୀ ଓ ଜୀବଜନ୍ତୁମାନଙ୍କର ପରିପାଳନ ନିମିତ୍ତ ପ୍ରଥମେ ମର୍ତ୍ତ୍ୟମଣ୍ଡଳରେ ଯବ ଶସ୍ୟ ଉତ୍ପାଦନ କରିଥିଲେ । ତେଣୁ ଏକ ବିଧି ରହିଛି, ଯିଏ ଅକ୍ଷୟ ତୃତୀୟା ଦିନ ଯବ ଶସ୍ୟରେ ପୁରୁଷୋତ୍ତମ ଶ୍ରୀ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା ସହିତ ବିଭିନ୍ନପ୍ରକାର ପ୍ରାର୍ଥନା କରି ତାଙ୍କୁ ସନ୍ତୁଷ୍ଟ କରିଥାଏ ସେ ଅକ୍ଷୟଫଳ ଲାଭକରେ । ଏହିଦିନ ମଧ୍ୟ ପତିତପାବନୀ ଗଙ୍ଗାଙ୍କର ଆବିର୍ଭାବ ହୋଇଥିଲା । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ଏହିଦିନ ରଥକାଠର ଅନୁକୂଳ ମଧ୍ୟ ହୋଇଥାଏ ।

କୁହାଯାଏ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କୁ ଏହିଦିନ ଅକ୍ଷୟ ପାତ୍ର ପ୍ରଦାନ କରିଥିଲେ, ଯେଉଁ ଅକ୍ଷୟ ପାତ୍ର ଦ୍ୱାରା ସେ ମୁନି ଦୁର୍ବାସା ଏବଂ ତାଙ୍କର ସମସ୍ତ ଶିଷ୍ୟଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ । ଗୋଟିଏ କ୍ଷୁଦ୍ର ଅନ୍ନକଣିକା ରହିଯାଇଥିଲା ସେହି ଅନ୍ନକଣିକାକୁ ଭଗବାନ ଶ୍ରୀକୃଷ୍ଣଙ୍କୁ ଯେତେବେଳେ ସେ ସମର୍ପଣ କରିଥିଲେ ସେତେବେଳେ ମୁନି ଦୁର୍ବାସା ଏବଂ ତାଙ୍କର ସମସ୍ତ ଶିଷ୍ୟମଣ୍ଡଳୀଙ୍କର କ୍ଷୁଧା ମେଣ୍ଟିଯାଇଥିଲା । ସେଥିପାଇଁ  ଅକ୍ଷୟ ତୃତୀୟାର ମହାତ୍ମ୍ୟ ଢେର୍ ବେଶୀ ।

ପାକିସ୍ତାନର ସ୍ୱାଧିନତା ସଂଗ୍ରାମୀ-ଆତଙ୍କବାଦୀ

ପାକିସ୍ତାନ ପାଇଁ ଆତଙ୍କବାଦୀ ହିଁ ସ୍ୱାଧିନତା ସଂଗ୍ରାମୀ । ଏଭଳି ଅମାନବୀୟ ବୟାନ ଦେଇଛନ୍ତି ଖୋଦ୍ ପାକିସ୍ତାନ ଉପ ପ୍ରଧାନମନ୍ତ୍ରୀ ଇସାକ ଦାର । ଜମ୍ମୁ କାଶ୍ମିରର ପହଲଗାମରେ ଘଟିଥିବା ଅମାନବୀୟ ଘଟଣାରେ ବିଶ୍ୱବ୍ୟାପୀ ଆତଙ୍କବାଦୀଙ୍କୁ ନିନ୍ଦା କରାଯାଉଥିଲା ବେଳେ ସେମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ କହି ନିଜ ନୀଚ୍ଚ ମାନସିକତାର ପରିଚୟ ଦେଇଛି ପାକିସ୍ତାନ । ପଛପଟୁ ଛୁରି ମାରିବାରେ ଅଭ୍ୟସ୍ତ ପାକିସ୍ତାନର ଏଭଳି ଅମାନୁଷିକ କାମ ସାଙ୍ଗକୁ ଅମାନବୀୟ ବୟାନକୁ ସବୁ ମହଲରୁ ନିନ୍ଦା କରାଯାଉଛି। ଆତଙ୍କବାଦକୁ ସବୁବେଳେ ସମର୍ଥନ ଦେଇ ଆସୁଥିବା ପାକିସ୍ତାନର ଆତଙ୍କବାଦ ପ୍ରେମ ଏଥର ଭାରି ପଡ଼ିବ । ଗୋଟାଏ ପଟେ ପ୍ରଧାନମନ୍ତ୍ରୀ ଆତଙ୍କବାଦୀଙ୍କ ଭୂଖଣ୍ଡ ଧ୍ୱଂସ କରିଦିଆଯିବ ବୋଲି କଡ଼ା ଚେତାବନୀ ଦେଇଥିଲା ବେଳେ ଆଉ ଗୋଟାଏ ପଟେ ଗୃହମନ୍ତ୍ରୀ ଅମିତ ଶାହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ  କହିଲେଣି ପାକିସ୍ତାନୀଙ୍କୁ ତୁରନ୍ତ ତଡ଼ । ଏହି ଆକ୍ରମଣ ପରେ ଭାରତ ସରକାର ପଡ଼ୋଶି ଦେଶ ପାକିସ୍ତାନ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ସିନ୍ଧୁ ଜଳ ଚୁକ୍ତିନାମା ବନ୍ଦ କରିବା ଭଳି ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି।

ତେବେ ଇସାକ ଦାରଙ୍କ ଏହି ବୟାନର ଉଚିତ ଜବାବ ଦେଇଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ଦାନିଶ କାନେରିଆ। ପୂର୍ବତନ ପାକିସ୍ତାନୀ ହିନ୍ଦୁ କ୍ରିକେଟର ଦାନିଶ କାନେରିଆ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ X ରେ ଏକ ପୋଷ୍ଟ ସେୟାର କରି ପାକିସ୍ତାନୀ ଉପ-ପ୍ରଧାନମନ୍ତ୍ରୀଙ୍କ ବୟାନ ବିରୋଧରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ୨୨ ଏପ୍ରିଲ ମଙ୍ଗଳବାର ଦିନ ଜମ୍ମୁ-କାଶ୍ମୀରର ପହଲଗାମରରେ ଏହି ଆତଙ୍କବାଦୀ ଆକ୍ରମଣ ଘଟିଥିଲା, ଯେଉଁଥିରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହା ପରଠାରୁ କେବଳ ଦେଶ ନୁହେଁ ବରଂ ବିଶ୍ୱର ପ୍ରତ୍ୟେକ କୋଣରୁ ଅନେକ ପ୍ରକାରର ପ୍ରତିକ୍ରିୟା ଆସୁଛି। ସେହି ସମୟରେ, ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀଙ୍କ ଏଭଳି ଅମାନବୀୟ ବୟାନକୁ କଡ଼ା ଭାଷାରେ ନିନ୍ଦା କରାଯାଉଛି ।

ଆକ୍ସନ ମୋଡରେ ସରକାର,ଭାଙ୍ଗିଲା ଆତଙ୍କବାଦୀର ଘର

ପହଲଗାମରେ ଆତଙ୍କବାଦୀ ଆକ୍ରମଣକୁ ନେଇ କଡ଼ା ଜବାବ ଦେଇଥିଲେ ପ୍ରଧାନମନ୍ତ୍ରୀଆତଙ୍କବାଦୀଙ୍କ ଭୂଖଣ୍ଡ ମାଟିରେ ମିଶାଇଦେବାକୁ ପଞ୍ଚାୟତିରାଜ ଦିବସ ଅବସରରେ ବିହାର ମାଟିରୁ ଦେଇଥିଲେ  ରଣହୁଙ୍କାର । ଆକ୍ରମଣକାରୀ ଓ ଷଡ଼ଯନ୍ତ୍ରକାରୀଙ୍କୁ, କଳ୍ପନାଠୁ ବି ଅଧିକ ଦଣ୍ଡ ଦିଆଯିବ ବୋଲି ସ୍ପଷ୍ଟ କରିଥିଲେ ପ୍ରଧାନମନ୍ତ୍ରୀ। ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବ, ବିନା ଦଣ୍ଡରେ ଆତଙ୍କବାଦୀ ଖସି ପାରିବେନି ବୋଲି କହିଥିଲେ ମୋଦୀ। ଆତଙ୍କବାଦୀଙ୍କ ସମର୍ଥନକାରୀଙ୍କୁ ମଧ୍ୟ କଠୋର ଦଣ୍ଡ ଦେବାକୁ ପ୍ରଧାନମନ୍ତ୍ରୀ କହିଥିଲା ବେଳେ ମାଟିରେ ମିଶିଛି ଆତଙ୍କବାଦୀ ଆସିଫ୍ ଶେଖ୍‌ଆଦିଲ ଗୁରିର ଘର।

ଆଇଡି ବିସ୍ଫୋରଣରେ ଆତଙ୍କବାଦୀଙ୍କ ଘର ଉଡାଇ ଦିଆଯାଇଛି । ଜମ୍ମୁ-କାଶ୍ମୀରର ତ୍ରାଲ ଓ ବିଜ୍‌ବେହାରାରେ ଥିବା ଘରକୁ ମାଟିରେ ମିଶାଇ ଦେଇଛନ୍ତି ଭାରତୀୟ ସେନା । ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଆସିଫ୍‌ର ସମ୍ପୃକ୍ତି ଥିବା ସନ୍ଦେହରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଯେଉଁ ସ୍କେଚ୍ ଓ ଫଟୋ ଜାରି କରାଯାଇଥିଲା। ସେଥିରେ ଆସିଫ୍‌ ଓ ଆଦିଲ ସମ୍ପୃକ୍ତି ରହିଥିବା ପ୍ରମାଣ ମିଳିଛି । ମୋଦିଙ୍କ କଥାକୁ 24 ଘଣ୍ଟା ନ ପୁରୁଣୁ ମାଟିରେ ମିଶିଛି ଆତଙ୍କବାଦୀଙ୍କ ଭୂଖଣ୍ଡ ।