Category News

ପହଲଗାମ ଆକ୍ରମଣରେ ଲେଡି ୟୁଟୁବର ଲିଙ୍କ୍

ପହଲଗାମ ଆକ୍ରମଣକୁ ନେଇ ଗୋଟାଏ ପରେ ଗୋଟାଏ ତଥ୍ୟ ସାମ୍ନାକୁ ଆସୁଛି । ବିଦେଶି ଶତୃଙ୍କ ପ୍ରତ୍ୟକ୍ଷ ଆକ୍ରମଣ ସହିତ ଲୁଚିଥିବା ଭାରତୀୟ ଦେଶଦ୍ରୋହୀଙ୍କ ମୁଖା ଖୋଲୁଛି । ଦେଶରେ ରହି ଶତୃରାଷ୍ଟ୍ର ସହିତ ଷଡ଼ଯନ୍ତ୍ରରେ ସାମିଲ୍ ଅଛନ୍ତି ଇଣ୍ଡିଆନ୍ ୟୁଟ୍ୟୁବର । ଯେଉଁ ତଥ୍ୟକୁ ନେଇ ତନାଘନା ଆରମ୍ଭ ହୋଇଛି । ପାକିସ୍ତାନ ପାଇଁ ଗୁପ୍ତଚର ସାଜିବା ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ହୋଇଛନ୍ତି । ଏପ୍ରିଲ ୨୨ରେ ଦକ୍ଷିଣ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦ ଆକ୍ରମଣ ଦିନ ପାକିସ୍ତାନ ସହ ସେ ଯୋଗାଯୋଗରେ ଥିଲେ ।

ତେବେ କେଉଁ ଉଦ୍ଦେଶ୍ୟରେ ଜ୍ୟୋତି ISI ସହ ସେଦିନ ଯୋଗାଯୋଗରେ ଥିଲେ ଏବଂ କଣ ସବୁ ସେଦିନ କଥାବାର୍ତ୍ତା ହୋଇଥିଲେ ଏବେ ସେସବୁ ଉପରୁ ପରଦା ଉଠାଇବା ପାଇଁ ଜ୍ୟୋତିଙ୍କୁ ୫ ଦିନିଆ ରିମାଣ୍ଡରେ ନିଆଯାଇଛି। ଜ୍ୟୋତି ପ୍ରାୟୋଜିତ ଟ୍ରିପ୍ ରେ ନିୟମିତ ପାକିସ୍ତାନ ଯାଉଥିଲେ, ଥରେ ଚୀନ୍ ବି ଯାଇଛନ୍ତି। ପହଲଗାମ୍ ଆକ୍ରମଣ ପୂର୍ବରୁ ମଧ୍ୟ ସେ ପାକିସ୍ତାନରେ ଥିଲେ। ବ୍ୟାଙ୍କ ଟ୍ରାଞ୍ଜାକ୍ସନ ନେଇ ଡିଟେଲ୍ସର ଯାଞ୍ଚ ଚାଲିଛି। କେଉଁସବୁ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଅଧିକାରୀଙ୍କ ସହ ସେ ଯୋଗାଯୋଗରେ ଥିଲେ, ତାର ବି ଖୋଳତାଡ଼ କରାଯାଉଛି। ଜ୍ୟୋତିକୁ ପାକିସ୍ତାନୀ ଏଜେନ୍ସୀ ଏକ ଆସେଟ୍ ଭଳି ବ୍ୟବହାର କରୁଥିବାର ପ୍ରମାଣ ମିଳିଛି। ଆକ୍ରମଣ ପରେ ସେ ପାକିସ୍ତାନର ପକ୍ଷ ନେଇ ଭିଡ଼ିଓ ଜାରୀ ମଧ୍ୟ କରିଥିଲେ । ତେବେ କେବଳ ଜ୍ୟୋତି ନୁହନ୍ତି ପୁରୀ ଝିଅ ତଥା ଓଡିଆ କଣ୍ଟେଣ୍ଟ କ୍ରିଏଟର ପ୍ରିୟଙ୍କା ସେନାପତି ମଧ୍ୟ ଏବେ ସ୍କାନରରେ । ଜ୍ୟୋତି ମାଲହୋତ୍ରାଙ୍କୁ କିଛି ଗୁପ୍ତ ତଥ୍ୟ ଦେଇଛନ୍ତି କି ନାହିଁ ତାର ଖୋଳତାଡ ଚାଲିଛି। ଜ୍ୟୋତିଙ୍କ ସହିତ ତାଙ୍କର ଫଟୋ ଓ ଭିଡ଼ିଓର ଯାଞ୍ଚ କରିବା ସହ ପାକିସ୍ତାନ କରତାରପୁର ଗସ୍ତ ନେଇ ତଦନ୍ତ ଚାଲିଛି । 

ବେଇମାନ ଟ୍ରମ୍ପ୍, ଭରସା ଯୋଗ୍ୟ ନୁହନ୍ତି

ଭରସା ଯୋଗ୍ୟ ନୁହନ୍ତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କୁ ବିଶ୍ୱାସ କରିବା ଅର୍ଥ ନିଜ ପାଇଁ ବିପଦକୁ ନିମନ୍ତ୍ରଣ କରିବା । ପ୍ରଥମେ ଚୀନକୁ ବର୍ବାଦ କରିବାକୁ ଲଗାଇଲେ ୧୪୫ ପ୍ରତିଶତ ଟାରିଫ୍, ଆଉ ଏବେ ବନ୍ଧୁତାର ହାତ ବଢେଇଛନ୍ତି । ଆମେରିକା ଓ ଚୀନ ଉଭୟ ଉଭୟ ଦେଶ ଉପରେ ଅତିରିକ୍ତ ଟାରିଫ ଲଗାଇବାରୁ ଉଭୟ ଦେଶ ମଧ୍ୟରେ ୬୦୦ ଆରବ ଡଲାର ବ୍ୟବସାୟ ବନ୍ଦ ହୋଇଯାଇଥିଲା । ଏହାଫଳରେ ସପ୍ଲାଏ ଚେନ୍ ପ୍ରଭାବିତ ହେବା ସହ ଅନେକ କମ୍ପାନୀ କର୍ମଚାରୀ ଛଟେଇ ଆରମ୍ଭ କରିଦେଇଥିଲେ । ଏହାକୁ ନେଇ ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ଚାପ ପଡିଥିଲା ।
ଅପ୍ରେଲ ମାସରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଭଳି ବିଶ୍ୱର ଅନେକ ଦେଶ ଉପରେ ଟାରିଫ୍ ଲଗାଇଲେ ତାହା ସାରା ବିଶ୍ୱକୁ ଚମକାଇଦେଲା । ଚୀନକୁ ବର୍ବାଦ କରିବାକୁ କହି ଟ୍ରମ୍ପ ଚୀନ ଉପରେ ୧୪୫ ପ୍ରତିଶତ ଟାରିଫ୍ ଲଗାଇଥିଲେ । ଲାଗୁଥିଲା ଯେମିତ ଆମେରିକା ଚୀନର ସମସ୍ତ ବ୍ୟବସାୟକୁ ବର୍ବାଦ କରିଦେବ । ଟ୍ରମ୍ପ ତାଙ୍କ ଭାଷଣରେ ଚୀନକୁ ବର୍ବାଦ କରିଦେବା କଥା  ମଧ୍ୟ କହିଥିଲେ।

କିନ୍ତୁ ଅଚାନକ୍ ଟ୍ରମ୍ପଙ୍କ ମନ ବଦଳିଯାଇଛି । ଏବେ ଟାରିଫ୍ ଲଗାଇ ଚୀନକୁ ବର୍ବାଦ କରିବା ପରିବର୍ତ୍ତେ ଚୀନ ସହ ବ୍ୟବସାୟକୁ ବ୍ୟାପକ କରୁଛନ୍ତି ଏହାସହ ଏବେ ୧୪୫ ପ୍ରତିଶତ ଟାରିଫରୁ ୧୧୫ ପ୍ରତିଶତ ଟାରିଫ୍ ପ୍ରତ୍ୟାହାର କରିଛନ୍ତିଅର୍ଥାତ ଏବେ ଚୀନ ଉପରେ ମାତ୍ର ୩୦ ପ୍ରତିଶତ ଟାରିଫ୍ ଲଗାଇବ ଆମେରିକା । ୧୨୫ ପ୍ରତିଶତ ଟାରିଫ୍ ହ୍ରାସ କରି ମାତ୍ର ୧୦ ପ୍ରତିଶତ ଲଗାଇବ ବୋଲି ଘୋଷଣା କରିଛି ।  
     ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ମଧ୍ୟ ହସ୍ତକ୍ଷେପ କରି ଯୁଦ୍ଧ ବନ୍ଦ କରାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଭାରତର ଶକ୍ତି ସାମର୍ଥ୍ୟ ଥାଇ ସୁଦ୍ଧା ଟ୍ରମ୍ପଙ୍କ ପ୍ରସ୍ତାବ ଯୋଗୁଁ ଅସ୍ତ୍ରବିରତି ଘୋଷଣା କରିଛି ।

ତେବେ ପାକିସ୍ତାନକୁ ଭିତିରି ସମର୍ଥନ ଦେଉଥିବା ଆମେରିକା କଥାରେ ଭରସା କରି ଭାରତ ଆଉ ବିଶ୍ୱାସଘାତକତାର ଶିକାର ହେବନି ତ?

ବାହା ହେଉ ନାହାନ୍ତି ଓଡ଼ିଶାର ଅଧା ଯୁବପୀଢ଼ି

ସଂସାର କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ଯୁବପୀଢି । ବାହାଘର ପାଇଁ ଇଛା କରୁନାହାନ୍ତି ଯୁବବର୍ଗ । ବାହାଘର ଓ ସଂସାର ପ୍ରତି ବିମୁଖ ହେବାର ମାନସିକତା ଦିନକୁ ଦିନ ବଢିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଅବିବାହିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ପରିସ୍ଥିତି ଏମିତି ଦିଗକ ଗତି କରିଛି ଯେ ଜନସଂଖ୍ୟାର ଅଧା ଏବେ ବ୍ୟାଚଲର। ଜାତୀୟସ୍ତରରେ ଜନସଂଖ୍ୟାର ୫୧.୨%ଯୁବପୀଢ଼ି ଅବିବାହିତ । ୫୬.୪% ପୁରୁଷ ଅବିବାହିତ ରହିଥିଲା ବେଳେ ୪୫.୮% ମହିଳା ଅବିବାହିତ।

ଓଡ଼ିଶାର ଅଧା ଯୁବପୀଢ଼ିଙ୍କ ସଂସାର ପ୍ରତି ଆଗ୍ରହ ନାହିଁ
ଓଡ଼ିଶାରେ ଯୁବପୀଢ଼ି ସଂସାର ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ସମୁଦାୟ ଜନସଂଖ୍ୟାର ୪୬.୫% ବିବାହ କରି ନାହାନ୍ତି। ଓଡ଼ିଶାରେ ୫୧.୬% ପୁରୁଷ ଏବଂ ୪୧.୨% ମହିଳା ଅବିବାହିତ ଅଛନ୍ତି। ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ମାତ୍ରାରେ ବାହାଘର ପ୍ରତି ଅନାଗ୍ରହି। ଓଡ଼ିଶାରେ ୪୯.୨% ବିବାହିତ । ୪୨.୨% ପୁରୁଷ ଓ ୪୬.୭% ମହିଳା  ବର୍ଗ ବିବାହ କରିଛନ୍ତି।

ତେବେ କେବଳ ଓଡ଼ିଶା ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଅବିବାହିତ ଯୁବପୀଢ଼ି ଏବେ ଜାତୀୟ ସମସ୍ୟାରେ ପରିଣତ ହୋଇଛି ।ଦେଶ ହେଉ ବା ରାଜ୍ୟ ବିବାହ ପ୍ରତି ପିଲାଙ୍କ ଆଗ୍ରହ କମୁଛି । ଏକାଏକା ଜୀବନ ବଞ୍ଚିବାକୁ ପସନ୍ଦ କରୁଛନ୍ତି ଯୁବପୀଢ଼ି । ଦେଶରେ ଜନସଂଖ୍ୟାର ୪୫.୫% ବିବାହ କରିଥିଲା ବେଳେ ବାକି ଅବିବାହିତ। ୪୨.୫% ପୁରୁଷ ଓ ୪୯%  ମହିଳା ବର୍ଗ ବିବାହ କରିଛନ୍ତି ।         
                   
ରିପୋର୍ଟ ଅନୁଯାୟୀ ଜାମ୍ମୁ ଓ କଶ୍ମୀରରେ ସର୍ବାଧିକ ଅବିବାହିତ ଅଛନ୍ତି । ଜନସଂଖ୍ୟାର ୫୭.୩% ଅବିବାହିତ । ଏହି ରାଜ୍ୟ ପଛକୁ ଦ୍ୱିତୀୟରେ ରହିଛି ଉତ୍ତର ପ୍ରଦେଶ। ସେଠାରେ ୫୬.୮% ଅବିବାହିତ। ବିହାରରେ ସର୍ବାଧିକ ୬୩.୧% ପୁରୁଷ ଅବିବାହିତ । ସେହିପରି ଉତ୍ତରାଖଣ୍ଡରେ ୬୧.୭% ଯୁବପୀଢ଼ି ଅବିବାହିତ। ଅବିବାହିତ ପୁରୁଷ ବର୍ଗରେ ଓଡ଼ିଶା ୧୭ତମ ସ୍ଥାନରେ  ରହିଛି। ସେହିପରି ମହିଳାଙ୍କ କ୍ଷେତ୍ରରେ  ବିହାରରେ ମଧ୍ୟ ସର୍ବାଧିକ ମହିଳା ଅବିବାହିତ । ସେଠାରେ ୫୪.୫% ମହିଳା ଅଛନ୍ତି। ଏହି ବର୍ଗରେ ୧୬ତମ ସ୍ଥାନରେ ରହିଛି ଓଡ଼ିଶା।

ପାକିସ୍ତାନୀ ଫ୍ୟାନ୍ସଙ୍କ ଚିନ୍ତାରେ ବଲିଉଡ, ସରୁନି ପାକିସ୍ତାନ ପ୍ରେମ

ନାଁ କୁ ହିନ୍ଦୁସ୍ତାନୀ କିନ୍ତୁ ହୃଦୟ ପାକିସ୍ତାନୀ। ରହୁଛନ୍ତି ଭାରତରେ, ନୀରବରେ ସମର୍ଥନ କରୁଛନ୍ତି ପାକିସ୍ତାନକୁ। ଦେଶପ୍ରେମକୁ ନେଇ ତିଆରି ଫିଲ୍ମରେ ରିଲରେ ରୋଲ୍ ତ କରୁଛନ୍ତି, ମାତ୍ର ରିୟଲଟିରେ କରୁଛନ୍ତି କିଛି ଭିନ୍ନ କାମ। ବଲିଉଡ଼ର ପାକିସ୍ତାନ ପ୍ରେମ ଜଳଜଳ କରି ଦେଖୁଛନ୍ତି ଦେଶବାସୀ। ପାକିସ୍ତାନର ସେଲିବ୍ରେଟି ଏପରି ଘଡ଼ିସନ୍ଧି ମୂହୁର୍ତ୍ତରେ ନିଜ ଦେଶ ସପକ୍ଷରେ ରହିଥିଲା ବେଳେ ଭାରତର ସୁପରଷ୍ଟାର କିନ୍ତୁ ବେଇମାନୀ କରୁଥିବା ନଜର ଆସୁଛି। ଦେଶରେ ରହି ଶତୃଦେଶ ପ୍ରତି ତାଙ୍କର ଭିତିରି ପ୍ରେମ ବାରି ହେଇ ଯାଉଛି ।

ସୁପରଷ୍ଟାରଙ୍କ ପାକିସ୍ତାନ ପ୍ରେମ
ପହେଲଗାମ୍ ଆକ୍ରମଣକୁ ନେଇ ଦେଶବ୍ୟାପୀ ନିନ୍ଦା କରାଯାଉଥିଲା ବେଳେ କିଛି ସୁପରଷ୍ଟାର ମୁହଁରେ ତାଲା ଦେଇ ବସିଛନ୍ତି। ଅପରେସନ ସିନ୍ଦୂରଏବଂ ପାକିସ୍ତାନର ଘୃଣ୍ୟ ଆକ୍ରମଣ ପ୍ରୟାସକୁ ନେଇ ଅମିତାଭ ବଚ୍ଚନ, ଶାହରୁଖ ଖାନ ଏବଂ ସଲମାନ ଖାନ କିଛି ବି କହୁ ନାହାଁନ୍ତି। ଏହି କାରଣରୁ ଏମାନେ ସମସ୍ତେ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ୍‌ ହେଉଛନ୍ତି। ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ଅମିତାଭ ବଚ୍ଚନ ତାଙ୍କ ଟ୍ୱିଟରରେ କିଛି ଲେଖି ନାହାଁନ୍ତି। ଦେଶର ଏହି ଘଡିସନ୍ଧି ମୁହୂର୍ତ୍ତରେ ଶାହରୁଖ ଖାନ ଏବଂ ସଲମାନ ଖାନ ମଧ୍ୟ ମୁହଁ ଖୋଲୁ ନାହାନ୍ତି।

ନୀରବତାକୁ ନିନ୍ଦା,ଫୋକସରେ ପାକିସ୍ତାନୀ ଫ୍ୟାନ୍ସ
ଅପରେସନ ସିନ୍ଦୂର ଏବଂ ପାକିସ୍ତାନ ଦ୍ୱାରା ଭାରତ ଉପରେ ଆକ୍ରମଣ ସମ୍ପର୍କରେ ଶାହରୁଖ ଖାନ, ଅମିତାଭ ବଚ୍ଚନ, ସଲମନ ଖାନ୍ ସୋସିଆଲ ମିଡିଆରେ କୌଣସି ପ୍ରତିକ୍ରିୟା ଦେଇ ନଥିବାରୁ ସୋସିଆଲ ମିଡିଆରେ ଅଭିନେତାଙ୍କୁ କଡ଼ା ସମାଲୋଚନା କରାଯାଉଛି। ଅପରପକ୍ଷରେ, କିଛି ପାକିସ୍ତାନୀ ୟୁଜର ଶାହରୁଖ ଖାନଙ୍କ ନୀରବତାକୁ ପ୍ରଶଂସା କରିଛନ୍ତି।
ଜଣେ ପାକିସ୍ତାନୀ ୟୁଜର ଲେଖିଛନ୍ତି, “ଆପଣ ଏହି ରାଜନୀତିରେ ସାମିଲ ନ ହୋଇଥିବାରୁ ହୃଦୟରୁ ଆପଣଙ୍କୁ ବହୁତ ବହୁତ ସମ୍ମାନ। ଆପଣଙ୍କ ପାକିସ୍ତାନୀ ପ୍ରଶଂସକମାନେ ଆପଣଙ୍କୁ ବହୁତ ଭଲ ପାଆନ୍ତି ଏବଂ ଆପଣଙ୍କ ନୀରବତା ଆମ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ।” ଅନ୍ୟପକ୍ଷରେ ଜଣେ ଭାରତୀୟ ୟୁଜର୍‌ ଲେଖିଛନ୍ତି, “ପହଲଗାମ ଏବଂ ଅପରେସନ ସିନ୍ଦୂରକୁ ନେଇ ଆପଣଙ୍କଠାରୁ ନୀରବତା ଆଶା କରାଯାଉ ନଥିଲା।ଲାଗୁଛି ଭାରତରେ ରହିବା ପରେ ମଧ୍ୟ ତାଙ୍କ ହୃଦୟ ପାକିସ୍ତାନୀ।’’ ଶାହରୁଖଙ୍କୁ ନିର୍ଲଜ ବୋଲି ବି କହିଛନ୍ତି ।
ପାକିସ୍ତାନ ବିରୁଦ୍ଧରେ କହିବାକୁ ସଲମନଙ୍କର ସାହସ ନାହିଁ

ଅପରେସନ୍ ସିନ୍ଦୁରଏବଂ ପାକିସ୍ତାନ ଦ୍ୱାରା ଭାରତ ଉପରେ ଆକ୍ରମଣକୁ ନେଇ କିଛି କହି ନଥିବାରୁ ସଲମାନ ଖାନଙ୍କୁ ମଧ୍ୟ ୟୁଜର୍ସମାନେ ଟ୍ରୋଲ୍ କରୁଛନ୍ତି। ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, – ‘ଅପରେସନ୍ ସିନ୍ଦୂର???’, ଚାଲନ୍ତୁ, ଅପରେସନ ସିନ୍ଦୂରର ଷ୍ଟୋରୀ ପୋଷ୍ଟ କରନ୍ତୁ। ଆଉ ଜଣେ ଲେଖିଛନ୍ତି – ସାହସ ଅଛି ତ, ପାକିସ୍ତାନ ବିରୁଦ୍ଧରେ କହିକି ଦେଖାଅ।
ବିଗ୍ ବିଙ୍କର ଲଜ୍ଜା ନାହିଁ
ବିଗ୍ ବିଙ୍କର ଲଜ୍ଜା ନାହିଁ
 ବୋଲି କହି ଟ୍ରୋଲ୍ କରିଛନ୍ତି ଫ୍ୟାନ୍ସ। ଅମିତାଭ ବଚ୍ଚନ ଗତ ୧୫ ଦିନ ଧରି ସୋସିଆଲ ମିଡିଆରେ ନୀରବ ରହିଛନ୍ତି। ସେ ପହଲଗାମ ଆକ୍ରମଣ ବିଷୟରେ କିମ୍ବା ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତ ଦ୍ୱାରା ହୋଇଥିବା ଆକ୍ରମଣ ବିଷୟରେ କିଛି କହି ନାହାନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଅମିତାଭ ବଚ୍ଚନଙ୍କୁ ସମାଲୋଚନା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି – ଆଜି ବି କୌଣସି ଲଜ୍ଜା ନାହିଁ। ଆଉ ଜଣେ ଅମିତାଭଙ୍କୁ ଥଟ୍ଟା କରି ଲେଖିଛନ୍ତି – ସେ ରେଖା ଜୀଙ୍କ ସହ କୋଡ୍ ମାଧ୍ୟମରେ କଥା ହେଉଛନ୍ତି। କାରଣ ଜୟା ଜି ତାଙ୍କୁ ମେସେଜିଂ କରୁଥିବାର ଧରିନେଲେ। ଆଉ ଜଣେ ଲେଖିଛନ୍ତି – ତାଙ୍କର ଅଲଗା ପ୍ରକାରର ଯୁଦ୍ଧ ଚାଲିଛି। ଆଉ ଜଣେ ଲେଖିଛନ୍ତି – ପ୍ରଥମେ କେହି ତାଙ୍କଠାରୁ ଫୋନ୍ ଛଡ଼ାଇ ନିଅନ୍ତୁ।

ପାକିସ୍ତାନର ଭରସା, ଚୀନର ଡୁପ୍ଲିକେଟ ଅସ୍ତ୍ର

ଠକିଗଲା ପାକିସ୍ତାନ। ଚୀନ୍ ସହ ବନ୍ଧୁତା କରି ଯୁଦ୍ଧ କ୍ଷେତ୍ରରେ ଧୋକା ଖାଇଛି ପାକିସ୍ତାନ । ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଲଢେଇ ମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ ଭାରତକୁ ସାମ୍ନା କରିବାକୁ ପ୍ରୟୋଗ କରୁଥିବା ଅସ୍ତ୍ରଶସ୍ତ୍ର ଧ୍ୱଂସ ହେବାକୁ ଖୁବ୍ କମ୍ ସମୟ ଲାଗୁଛି।  ପାକିସ୍ତାନକୁ ତା ମିତ୍ର ଚାଇନା ଦ୍ୱାରା ଯୋଗାଣ କରାଯାଇଥିବା ଅତ୍ୟାଧୁନିକ ଡ୍ରୋନ ଏବଂ ଅସ୍ତ୍ରଶସ୍ତ୍ର ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ମାତ୍ର କିଛି ମିନିଟରେ ଧ୍ୱଂସ କରାଯାଇଛି। ଏହି ଘଟଣା ପାକିସ୍ତାନର ସାମରିକ କ୍ଷମତା ଏବଂ ଚାଇନାର ପ୍ରଯୁକ୍ତିବିଦ୍ୟା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମେ ୮ ଓ ୯ ତାରିଖର ମଧ୍ୟରାତ୍ରୀରେ ପାକିସ୍ତାନ ଚାଇନା ନିର୍ମିତ ଡ୍ରୋନ ଏବଂ ମିସାଇଲ ବ୍ୟବହାର କରି ଜମ୍ମୁ, ପଠାନକୋଟ, ଚଣ୍ଡୀଗଡ଼ ସମେତ ଭାରତର ଉତ୍ତର ଓ ପଶ୍ଚିମାଞ୍ଚଳର ଅନେକ ସାମରିକ ଅଡ୍ଡା ଉପରେ ଆକ୍ରମଣର ଚେଷ୍ଟା କରିଥିଲା। କିନ୍ତୁ ଭାରତର ଅତ୍ୟାଧୁନିକ S-400 ଏୟାର ଡିଫେନ୍ସ ସିଷ୍ଟମ ଏବଂ DRDO ଦ୍ୱାରା ବିକଶିତ ଆଣ୍ଟି-ଡ୍ରୋନ ଟେକ୍ନୋଲୋଜି ଏହି ସମସ୍ତ ଡ୍ରୋନ ଏବଂ ମିସାଇଲକୁ ଆକାଶରେ ହିଁ ଧ୍ୱଂସ କରି ଦେଇଛି।

ଚାଇନା ଦ୍ୱାରା ଯୋଗାଣ କରାଯାଇଥିବା ଏହି ଡ୍ରୋନଗୁଡ଼ିକ ଅତ୍ୟନ୍ତ ଉନ୍ନତ ଏବଂ ଉଚ୍ଚ ଶକ୍ତିସମ୍ପନ୍ନ ଥିଲା ବୋଲି ଦାବି କରାଯାଉଥିଲେ ବି ଅସଲରେ ଏସବୁ ଡୁପ୍ଲିକେଟ। ଭାରତର ରାଡାର ସିଷ୍ଟମ ଏବଂ ଇନଟରସେପ୍ଟର ମିସାଇଲ ଏହାକୁ ସହଜରେ ଚିହ୍ନଟ କରି ନଷ୍ଟ କରିଦେଇଛି। ଏହି ଘଟଣା ପାକିସ୍ତାନକୁ ଚାଇନାର ପ୍ରଯୁକ୍ତିବିଦ୍ୟା ଉପରେ ଅତ୍ୟଧିକ ନିର୍ଭରଶୀଳତାର ଏକ ବଡ଼ ଝଟକା ଦେଇଛି।ଏହି ଘଟଣା ଚାଇନା-ପାକିସ୍ତାନ ବନ୍ଧୁତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ଚାଇନାର ଟେକ୍ନୋଲୋଜି ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଆଗରେ ଫେଲ୍ ମାରିବା ପାକିସ୍ତାନକୁ ଏକ ବଡ଼ ଧୋକା ବୋଲି କୁହାଯାଉଛି ।