Category News

ଅମାନିଆ OAS ସଙ୍ଘ, ସୁପ୍ରିମକୋର୍ଟଙ୍କ ରାୟକୁ ଅସମ୍ମାନ କରି ଧର୍ମଘଟ

  • ସୁପ୍ରିମକୋର୍ଟକୁ ମାନୁ ନାହାନ୍ତି ଓଡ଼ିଶାର Oas ସଙ୍ଘ
  • ସୁପ୍ରିମକୋର୍ଟର 22 ବର୍ଷ ପୂର୍ବର ନିଷ୍ପତ୍ତିକୁ ଫୁ କରି ଉଡ଼େଇଦେଲେ Oas ସଙ୍ଘ
  • 2003 ଅଗଷ୍ଟ 6 ର ରାୟକୁ ବେଖାତିର କରୁଛନ୍ତି ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ।
  • ସରକାରୀ କର୍ମଚାରୀ ଧର୍ମଘଟ କରିବାର ଅଧିକାର ନାହିଁ ବୋଲି ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରିଛନ୍ତି ଓଡ଼ିଶାର ଅଫିସର

ଟି.କେ.ରଙ୍ଗରାଜନ ବନାମ ତାମିଲନାଡ଼ୁ ସରକାର ମାମଲାର ବିଚାର କରି ଜଷ୍ଟିସ୍ ଏମ ବି ଶାହ ଏବଂ ଏ ଆର ଲକ୍ଷ୍ମଣ ଗୁରୁତ୍ତ୍ୱପୁର୍ଣ୍ଣ ରାୟ ପ୍ରଦାନ କରିଥିଲେ । ସମ୍ବିଧାନ ବ୍ୟାଖ୍ୟା କରି ସରକାରୀ କର୍ମଚାରୀଙ୍କ ଆନ୍ଦୋଳନକୁ ରେଡ ସିଗନାଲ ଦେଇଥିଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ତ୍ୱପୁର୍ଣ୍ଣ ନ୍ୟାୟରେ କହିଥିଲେ ଯେ ଭାରତର ସମସ୍ତ କର୍ମଚାରୀଙ୍କ ପରି ରାଜ୍ୟର ପ୍ରଶାସନିକ ଅଧିକାରୀ ମାନଙ୍କର, ଧର୍ମଘଟ କରିବାର ମୌଳିକ କିମ୍ବା ଆଇନଗତ ଅଧିକାର ନାହିଁ । ସରକାରୀ କର୍ମଚାରୀ ମାନେ ଅଭିଯୋଗ ଉପସ୍ଥାପନ କରିବା ପାଇଁ ଧର୍ମଘଟ କରି ପାରିବେ ନାହିଁଧର୍ମଘଟ ସାର୍ବଜନୀନ ସେବାରେ ବାଧା ସୃଷ୍ଟି କରେ ଯାହାକି  ସରକାରୀ ଅଧିକାରୀଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସହିତ ଅସଙ୍ଗତ ।

ମାତ୍ର ସୁପ୍ରିମକୋର୍ଟର ଏ ନିଷ୍ପତ୍ତି ବିରୁଦ୍ଧରେ ଯାଇଛନ୍ତି  ରାଜ୍ୟର oas ଏବଂ ors ଅଫିସର । ଏପରିକି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତିଶ୍ରୁତିକୁ ମଧ୍ୟ କର୍ଣ୍ଣପାତ କରୁ ନାହାନ୍ତି। ଭୁବନେଶ୍ୱର ମହାନଗର ନିଗମ ଅଫିସରେ BMCର ଅତିରିକ୍ତ କମିଶନର ରତିକାନ୍ତ ସାହୁଙ୍କୁ ମାଡ଼ ମାରିବା  ଘଟଣାକୁ ନେଇ ତେଜୁଛି ରାଜନୀତି। ସମୁହ ଛୁଟିରେ ଅଛନ୍ତି ପ୍ରଶାସନିକ ଅଧିକାରୀ । ବ୍ଲକ ଏବଂ ତହସିଲ ଅଫିସ ଛାଡ଼ି ଛୁଟିରେ ସରକାରୀ ବାବୁ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଆସ୍ୟୁରାନ୍ସ ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ଅନୁରୋଧ ପରେ ବି କାର୍ଯ୍ୟରେ ଯୋଗ ଦେବା ନାଁ ଧରୁ ନାହାନ୍ତି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା  ପରିଚାଳନା ସାଙ୍ଗକୁ ସମ୍ଭାବ୍ୟ ବର୍ଷା ବାତ୍ୟାର ମୁକାବିଲା ପାଇଁ ରେଡି ହେବା ପରିବର୍ତ୍ତେ ଛୁଟି ମୁହାଁ ସରକାରୀ ଅଫିସର । ଆକ୍ରମଣକାରୀଙ୍କୁ ପୋଲିସ୍ ଆରେଷ୍ଟ କଲା ପରେ ବି ୟାଙ୍କ ହୁକୁମ୍ ସରୁନି । ଯଦିଓ BMCର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ ଘଟଣାରେ BJP ମଧ୍ୟ ଆକ୍ସନ ନେଇଛି  ।      
                                     ମାମଲାରେ ସମ୍ପୃକ୍ତ କର୍ପୋରେଟର ଅପରୂପ ନାରାୟଣ ରାଉତ, ସଚିକାନ୍ତ ସ୍ୱାଇଁ, ସଞ୍ଜୀବ ମିଶ୍ର, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ପାର୍ଟି ପ୍ରେସିଡେଣ୍ଟ ମନମୋହନ ସାମଲ  ସସ୍ପେଣ୍ଡ ମଧ୍ୟ କରି ସାରିଛନ୍ତି । ତଥାପି ବାବୁଙ୍କ ମନ ବୁଝୁନି । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବିରେ ଅଡି ବସିଛି ସଙ୍ଘ । ଯିଏ କି ସେଦିନ ଘଟଣା ସ୍ଥଳରେ ଉପସ୍ଥିତ ହିଁ ନଥିଲେ । ଏପରିକି ଏ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ  ରାଜ୍ୟବ୍ୟାପୀ OAS ଅଫିସର ଛୁଟିରେ ରହିବେ ବୋଲି ଚେତାବନୀ ବି ଦେଇଛନ୍ତି । ଆଉ ଏ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ବିଜୁ ଜନତା ଦଳର ସରକାରରେ ପାୱାରଫୁଲ ହେଇଥିବା କିଛି ଅଫିସର। ପାୱାର ପ୍ରାକ୍ଟିସରେ ଏମାନେ ଏତେ ବିହ୍ୱଳ ଯେ ନା ସରକାରଙ୍କ କଥା ଶୁଣୁଛନ୍ତି ନା ସୁପ୍ରିମକୋର୍ଟର ନିର୍ଦ୍ଦେଶ ମାନୁଛନ୍ତି ।
                    6 ଅଗଷ୍ଟ 2003ର ରାୟକୁ ଖୋଲାଖୋଲି ଅମାନ୍ୟ କରୁଛନ୍ତି  ଓଏସ୍ ସଙ୍ଘତେବେ ଅଭିଯୁକ୍ତ ଗିରଫ ହେଇ ସାରିଲା ପରେ ବି ପଲିଟିକାଲ ଇଣ୍ଟେନସନ୍ ରଖି କାମବନ୍ଦ କରିବା ଓ ଶେଷରେ ଆଇନର ବିରୁଦ୍ଧରେ ଯାଇ ଛୁଟିରେ ରହିବା ଠିକ୍ ଉପାୟ ତ? ନା ବିଜୁ ଜନତା ଦଳର ପଲିଟିକାଲ ପ୍ରଫିଟ୍ ପାଇଁ ସୁପ୍ରିକୋର୍ଟକୁ ବି  ଏ ବାବୁ ମାନଙ୍କ ଚ୍ୟାଲେଞ୍ଜ?

ଶ୍ରୀଜଗନ୍ନାଥଙ୍କ ନାଁରେ ପର୍ଯ୍ୟାପ୍ତ ସଂପତ୍ତି, କିନ୍ତୁ ସରକାରୀ ଅନୁଦାନ ଭରସାରେ ଶ୍ରୀମନ୍ଦିର ପ୍ରଶାସନ

  • ସମ୍ପତ୍ତି ଥାଇ ବି ସରକାରଙ୍କ ଉପରେ ନିର୍ଭରଶୀଳ ଶ୍ରୀମନ୍ଦିର ପ୍ରଶାସନ
  • ହୁଣ୍ଡିରୁ ଆଦାୟ ହେଉଛି କୋଟି କୋଟି ଟଙ୍କା, ତଥାପି ସରକାରଙ୍କ ହାତଟେକାକୁ ଭରସା
  • ଜବର ଦଖଲରେ ଜଗନ୍ନାଥଙ୍କର ଶହ ଶହ ଏକର ଜମି
  • ପ୍ରଶାସନ ପାଖରେ ନାହିଁ ଅଧାରୁ ଅଧିକ ଜମିର ସତ୍ୱଲିପି
  • ଭାଗଚାଷୀଙ୍କ ଠାରୁ ମିଳୁନି ଦେବସ୍ୱ
  • ଖଣି ମାଫିଆଙ୍କ କବଜାରେ ଶ୍ରୀମନ୍ଦିର ସମ୍ପତ୍ତି
    ଶ୍ରୀମନ୍ଦିର ନାଁରେ ରହିଛି ପର୍ଯ୍ୟାପ୍ତ ଧନ ସମ୍ପତ୍ତି। ଓଡ଼ିଶାର ୨୩ଟି ଜିଲ୍ଲାରେ ଶ୍ରୀମନ୍ଦିର ନାଁରେ ଅଛି ୬୦ ହଜାର ୪୧୦ ଏକର ଏବଂ ୬ଟି ବାହାର ରାଜ୍ୟରେ ୩୯୫ ଏକର ୨୫୨ ଡିସିମିଲି ଭୂସମ୍ପତ୍ତି ରହିଛି
  • ରାଜା ରାଜୁଡା ଓ ଶ୍ରଦ୍ଧାଳୁମାନେ ପୁରୀ ଶ୍ରୀମନ୍ଦିର ପାଇଁ ପ୍ରାୟ ୬୦,୮୦୫ ଏକର ଜମି ବ୍ୟବସ୍ଥା କରିଥିବା ବେଳେ ଏଥିରୁ ଅଧାରୁ ଅଧିକ ଜମିର କାଗଜପତ୍ର ପ୍ରଶାସନ ପାଖରେ ନାହିଁ।
  • ମହାପ୍ରଭୁଙ୍କ ଜମିରୁ ଖଣିଜ ଲୁଟ ବି ଚାଲିଛି
  • ଗ୍ରିନ୍‍ ଟ୍ରିବ୍ୟୁନାଲ ଭଳି ସଂସ୍ଥା ଶ୍ରୀମନ୍ଦିର ପ୍ରଶାସନକୁ କ୍ଷତିପୂରଣ ପାଇଁ ଦେବାକୁ ନିର୍ଦ୍ଦେଶ ବି ଦେଇଛନ୍ତି
    କଥା ହେଉଛି ରାଜସ୍ୱ ବିଭାଗ ଚାହିଁଲେ ରାଜ୍ୟର ୨୩ଟି ଜିଲ୍ଲାରେ ଥିବା ଜଗନ୍ନାଥଙ୍କ ଭୂସମ୍ପତ୍ତି, ଶ୍ରୀମନ୍ଦିର ପ୍ରଶାସନ ହାତକୁ ଆସିପାରିବ। ସରକାର ଚାହିଁଲେ ୬ଟି ରାଜ୍ୟରେ ଥିବା ଭୂସମ୍ପତ୍ତିରୁ କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ କରିପାରିବେ।

 ୧୯୯୯ରୁ ୨୦୧୬ ମସିହା ଭିତରେ ୩୦୦ ଏକରରୁ ଅଧିକ ଜମି ବିକ୍ରି କରାଯାଇ ୧୦କୋଟିରୁ ଅଧିକ ଅର୍ଥ ଶ୍ରୀମନ୍ଦିର କର୍ପସ ପାଣ୍ଠିରେ ରଖାଯାଇଛି

  • ଯେଉଁ ଭୂସମ୍ପତ୍ତି ଜବର ଦଖଲରେ ଅଛି, ସେଗୁଡିକୁ ମଧ୍ୟ ବିକ୍ରି କରି କର୍ପସ ପାଣ୍ଠି ବୃଦ୍ଧି କରାଯାଇ ପାରନ୍ତା।
  • ବେଦାନ୍ତ ବିଶ୍ୱବିଦ୍ୟାଳୟ ଲାଗି ଶ୍ରୀମନ୍ଦିରର ଯେଉଁ ଅମୃତ ମଣୋହି ଜମି ଦିଆ ଯାଇଥିଲା ତାହା ସୁପ୍ରିମକୋର୍ଟରେ ନାକଚ ହେଲା ପରେ ଏବେ ଶ୍ରୀମନ୍ଦିର ଖାତାକୁ ଫେରିବା କଥା।
  • ସେପଟେ ୧୯୮୩ ମସିହାରୁ ଶ୍ରୀମନ୍ଦିରରେ ହୁଣ୍ଡି ବସା ଯିବା ସହ ସ୍ୱତନ୍ତ୍ର ଅଧିନିୟମ ବଳରେ ଫାଉଣ୍ଡେସନ୍ ଫଣ୍ଡର ବ୍ୟବସ୍ଥା ହୋଇଛି ତଥ୍ୟ କହୁଛି ଗତ 3ଟି ଆର୍ଥିକ ବର୍ଷରେ ହୁଣ୍ଡି, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସୂତ୍ରରୁ 113 କୋଟି 2 ଲକ୍ଷ 55 ହଜାର 889 ଟଙ୍କା ଆଦାୟ ହୋଇଛି।

ସେହିପରି ଦାନ ସୂତ୍ରରେ ଗତ 3ଟି ଆର୍ଥିକ ବର୍ଷରେ 12 କେ.ଜି 284 ଗ୍ରାମ୍ ସୁନା ଅଳଙ୍କାର ମିଳିଥିବା ବେଳେ ରୂପା ଅଳଙ୍କାର ମିଳିଛି 214 କେ.ଜି 130 ଗ୍ରାମ୍। ହୁଣ୍ଡି ଟଙ୍କା ବ୍ୟାଙ୍କରେ ରଖି ସୁଧ ମଧ୍ୟ ଆସୁଛି । ତଥାପି ସ୍ଥିତି ସୁଧୁରୁନି ।
ଯଦି ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ସମନ୍ୱୟ ରୁହନ୍ତା, ତାହେଲେ ଭୂସମ୍ପତ୍ତିରୁ     ଯଥେଷ୍ଟ ଆୟ ଆସନ୍ତା। ଆଉ ସରକାରଙ୍କ ହାତଟେକାକୁ ଭରସା ନକରି ଶ୍ରୀମନ୍ଦିର ବ୍ୟବସ୍ଥା ନିଜ ସମ୍ପତ୍ତିରେ ଚାଲନ୍ତା।

ରୋହିତ କୋହଲିଙ୍କ ପରେ ଗିଲ୍-ଗମ୍ଭୀର

ରୋହିତ-କୋହଲିଙ୍କ ଯୁଗ ଶେଷ। ଉଭୟଙ୍କ ବିନା ଇଣ୍ଡିଆ ଟିମରେ ଆରମ୍ଭ ହୋଇଛି ଏକ ନୂଆ ଯୁଗ। ସ୍ପଟଲାଇଟରେ ରହିଛନ୍ତି 25 ବର୍ଷୀୟ ୟଙ୍ଗଷ୍ଟାର ଶୁଭମନ୍ ଗିଲ୍। ଲିଡ୍‌ସର ହେଡିଂଲେ ପଡ଼ିଆରେ ଶୁକ୍ରବାର ଠାରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍। ଏହି ପ୍ରଥମ ମ୍ୟାଚ୍ ସହ ଭାରତୀୟ କ୍ରିକେଟ୍‌ରେ ଆନୁଷ୍ଠାନିକ ଭାବେ ଗିଲ୍-ଗମ୍ଭୀର ଯୁଗର ଶୁଭାରମ୍ଭ ହେବ। ଶୁବମନ ଗିଲ୍‌ଙ୍କ ନେତୃତ୍ୱରେ ପ୍ରଥମ ଥର ଭାରତୀୟ କ୍ରିକେଟ୍ ଦଳ ମ୍ୟାଚ୍ ଖେଳି ନୂଆ ଅଭିଯାନ ଆରମ୍ଭ କରିବ। ଦୁଇ ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ୍‌ର ଦୁଇ ମହାନ ତାରକା ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ପରେ ଗିଲ୍ ଆନୁଷ୍ଠାନିକ ଭାବେ ଏହି ଟେଷ୍ଟ୍‌ରୁ ଭାରତୀୟ କ୍ରିକେଟ୍‌ର ମଙ୍ଗ ଧରିବେ। ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ ଓପନର୍ ଗୌତମ ଗମ୍ଭୀରଙ୍କ ପାଇଁ ମଧ୍ୟ ଏହା ଏକ ନୂଆ ଅନୁଭୁତି ଆଣିଦବ।

୧୮ବର୍ଷ ପରେ ଗିଲ୍-ଗମ୍ଭୀର ଯୋଡ଼ି ଇଂଲଣ୍ଡରେ ଭାରତୀୟ କ୍ରିକେଟ୍ ଦଳକୁ ଜିତେଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ। ଭାରତ ଶେଷ ଥର ପାଇଁ ୨୦୦୭ ମସିହାରେ ଇଂଲଣ୍ଡରେ ଟେଷ୍ଟ୍ ଶୃଙ୍ଖଳା ଜିତିଥିଲା। ଏଣୁ ଗିଲ୍-ଗମ୍ଭୀର ଭାରତର ଏହି ୧୮ବର୍ଷର ଅପେକ୍ଷାରେ ବିରାମ ଲଗାଇ ପାରିବେ କି ନାହିଁ ସେ ଚର୍ଚ୍ଚା ଏବେ ଚାରିଆଡ଼େ ଜୋର୍ ଧରିଛି । ଭାରତ ୨୦୨୫-୨୭ ଲାଗି ତା’ର ବିଶ୍ୱ ଟେଷ୍ଟ୍‌ ଚାମ୍ପିଅନସିପ୍ ଅଭିଯାନ ଆରମ୍ଭ କରିବ। ସେଥିପାଇଁ ଏହାର ଗୁରୁତ୍ୱ ବହୁଗୁଣ ବଢ଼ିଛି। କୋହଲି ଓ ରୋହିତଙ୍କ ଅବସର ପରେ ଭାରତୀୟ କ୍ରିକେଟ୍ ଦଳ ମଧ୍ୟ ଏକାଧିକ ଯୁବ ତାରକାଙ୍କୁ ସୁଯୋଗ ଦେଇଛି। ଏହି ଗସ୍ତ ସେମାନଙ୍କ ପାଇଁ ମଧ୍ୟ ବଡ଼ ପରୀକ୍ଷା ଭାବେ ଉଭା ‌ହେବାକୁ ଯାଉଛି । ଭାରତର ସର୍ବକନିଷ୍ଠ ଟେଷ୍ଟ୍ ଅଧିନାୟକ ହେବାର ଗୌରବ ହାସଲ କରିଥିବା ଗିଲ୍‌ଙ୍କ ନେତୃତ୍ୱ ଶୈଳୀ ଉପରେ ମଧ୍ୟ ସମସ୍ତଙ୍କ ଖାସ୍ ନଜର ରହିବ। ଗିଲ୍‌ଙ୍କ ନେତୃତ୍ୱରେ ଭାରତ ୨୦୨୪ ମସିହା ଜୁଲାଇ ମାସରେ ଜିମ୍ବାୱେ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୪-୧ରେ ଜିତିଥିଲା। ଇଂଲଣ୍ଡରେ ମଧ୍ୟ ସେ ଏହି ସଫଳତା ଦୋହରାଇବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଗିଲ-ଗମ୍ଭୀରଙ୍କ ଯୋଡ଼ି ଇଣ୍ଡିଆ ଟିମ ପାଇଁ କେତେ ଶୁଭଙ୍କର ସାବ୍ୟସ୍ତ ହେଉଛି ତାହା ରେଜଲ୍ଟ କହିବ।୧୮ବର୍ଷ ପରେ ଲଗେଇପାରିବେ ତ ହାରିବାରେ ବ୍ରେକ୍।

Plain Crash ନେଉଛି ନେତାଙ୍କ ଜୀବନ

ଏୟାର-କ୍ରାସ୍ ଫୁଲ୍ ଷ୍ଟପ୍ ପକାଇଛି ୫ଜଣ ମୁଖ୍ୟମନ୍ତ୍ରୀଙ୍କର ପଲିଟିକାଲ୍ କ୍ୟାରିୟରରେ। ଲୋକସଭାର ସିଟିଂ ବାଚସ୍ପତିଙ୍କ କାର୍ଯ୍ୟକାଳକୁ ପୂରଣ ହେବାକୁ ଦେଲାନି ବିମାନ ଦୁର୍ଘଟଣା। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅଙ୍କ ଜୀବନ ନେଇଛି ବିମାନ ପ୍ଲେନରେ ଏଣ୍ଡ ହୋଇଛି ଅନେକ ନେତାଙ୍କ ପଲିଟିକାଲ୍ କ୍ୟାରିୟର। ନିକଟରେ ଅହମଦବାଦଠାରେ ଏୟାର ଇଣ୍ଡିଆର ଇଣ୍ଟର ନ୍ୟାସନାଲ୍ ଫ୍ଲାଇଟ ଦୁର୍ଘଟଣା ଅତ୍ୟନ୍ତ ହୃହୟ ବିଦାରକ। ୨୦୨୫ ଜୁନ୍ ୧୨ରେ ଅହମଦାବାଦର ଏୟାର କ୍ରାସରେ ଆରପାରିକୁ ଯାତ୍ରା କରିଛନ୍ତି ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ। ୨୦୧୬ ରୁ ୨୦୨୧ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିଲେ ବିଜୟ ରୂପାନୀ। ମେୟରରୁ ଚିଫ୍ ମିନିଷ୍ଟର ହୋଇଥିବା ରୂପାନୀଙ୍କର ପଲିଟିକାଲ୍ ଲାଇଫରେ ପୂଣ୍ଣଛେଦ ପଡ଼ିଛି। କେବଳ ବିଜୟ ରୂପାନୀ ନୁହନ୍ତି, ଭାରତର ଅନେକ ରାଜନେତା ଏୟାର୍ କ୍ରାସରେ ପ୍ରାଣ ହରେଇଛନ୍ତି କିଛି ଦୁର୍ଘଟଣାକୁ ଷଡ଼ଯନ୍ତ୍ର ବୋଲି କୁହାଯାଉଥିଲା ବେଳେ ଆଉ କିଛି ଥିଲା ଅପ୍ରତ୍ୟାଶିତ

ତେବେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଫାଷ୍ଟ ଇଣ୍ଡିଆନ୍ ପଲିଟିସିଆନ୍ ହେଉଛନ୍ତି ବଲବନ୍ତରାୟ ମେହେଟ୍ଟା। ୧୯୬୫ରେ ଇଣ୍ଡୋ-ପାକ୍ ଯୁଦ୍ଧ ସମୟରେ ଗୁଜୁରାଟର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ବଳବନ୍ତରାୟ ମେହଟ୍ଟାଙ୍କର ବିମାନରେ ଦେହାନ୍ତ ହୋଇଥିଲା। ତାଙ୍କର ବିମାନକୁ ପାକିସ୍ତାନ ବାୟୁସେନାର ଜେଟ୍ ଖସାଇ ଦେଇଥିଲା। ଭାରତ-ପାକିସ୍ତାନ ବର୍ଡରରେ ଆୟୋଜିତ ଏକ ପୋଗ୍ରାମକୁ ଗଲାବେଳେ ଅଧାରେ ଅଟକି ଥିଲେ ବଳବନ୍ତରାୟ। ସେଇଠୁ ହିଁ ଆରମ୍ଭ ହେଲା ବିମାନରେ ନେତାଙ୍କ ଶେଷ ନିଶ୍ୱାସର ଯାତ୍ରା।ଏହା ପରେ ଥିଲା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁର୍ନମ ସିଂହଙ୍କର ପାଳି। ୧୯୭୩ ମେ ୩୧ ତାରିଖରେ ଦିଲ୍ଲୀରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରେଇଲେ ଗୁର୍ନମ ସିଂହଙ୍କର
ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଆନ୍ଧ୍ର ପ୍ରଦେଶର ସିଟିଂ ଚିଫ୍ ମିନିଷ୍ଟର ୱାଇ.ଏସ୍.ରାଜଶେଖର ରେଡ୍ଡି ପାଗ ଖରାପ ଯୋଗୁ YSRଙ୍କ ସ୍ୱତନ୍ତ୍ର ବିମାନ, ୨୦୦୯ ସେପ୍ଟେମ୍ବର ୨ରେ ଜଙ୍ଗଲରେ ଖସି ପଡିଥିଲା। ଫଳରେ ଆନ୍ଧ୍ରର ସିଟିଂ ଚିଫ୍ ମିନିଷ୍ଟରଙ୍କ ଦେହାନ୍ତ ହୋଇଥିଲା।

ସେହିଭଳି ୨୦୧୧ ଏପ୍ରିଲ ୩୦ରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରେଇଥିଲେ ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋରଜୀ ଖାଣ୍ଡୁ । ଚୀନ୍ ସୀମାରେ ଖାଣ୍ଡୁଙ୍କ ସହ ଯାଇଥିଲା ୫ ସହଯାତ୍ରୀଙ୍କ ଜୀବନ।ଏୟାର କ୍ରାସରେ ପ୍ରାଣ ହରେଇଥିବା ନେତାଙ୍କ ଭିତରେ ରହିଛନ୍ତି ଲୋକସଭାର ପୂର୍ବତନ ବାଚସ୍ପତି ତଥା ବାଲଯୋଗୀ ୨୦୦୨ ମାର୍ଚ୍ଚ ୩’ରେ ଏକ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ମଝି ଆକାଶରେ ଯାଇଥିଲା ଜୀବନ।
କିନ୍ତୁ ଏସବୁ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ପୁଅ ସଞ୍ଜୟଙ୍କର ଅକାଳ ବିୟୋଗ ହୋଇଥିଲା୧୯୮୦ ମସିହା ଜୁନ୍ ୩ର ସକାଳ ୮ଟା ୧୦ ସମୟରେ ସଫଦରଜଙ୍ଗ ଏୟାରପୋର୍ଟ ନିକଟରେ ସଞ୍ଜୟ ଗାନ୍ଧିଙ୍କ ପ୍ଲେନ୍ କ୍ରାସ୍ ହେବା ଫଳରେ ତାଙ୍କର ଦେହାନ୍ତ ହୋଇଥିଲା। ଦିଲ୍ଲୀ ଫ୍ଲାଇଂ କ୍ଲବର ଏକ ବିମାନରେ ଏରିଏଲ୍ ଷ୍ଟଣ୍ଟ ଦେଉଥିବା ବେଳେ ପ୍ରାଣ ହରେଇଥିଲେ ସଞ୍ଜୟ। ଅନ୍ୟପଟେ ସଞ୍ଜୟ ଗାନ୍ଧିଙ୍କ ବଡ଼ଭାଇ ରାଜୀବଙ୍କ ସାଙ୍ଗ ମାଧବରାଓ ସିନ୍ଧିଆ ମଧ୍ୟ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୨୦୦୧ସେପ୍ଟେମ୍ବର ୩୦ରେ କାନପୁରକୁ ଏକ ରାଲିକୁ ଯାଉଥିଲା ବେଳେ ଅଧାରେ ଅଟକିଥିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସିନ୍ଧିଆଙ୍କ ଯାତ୍ରା। ଉତ୍ତର ପ୍ରଦେଶ ମୈନପୁରି ଜିଲ୍ଲା ଭୋଗାଓଁରେ ଏକ ଚାଟାର୍ଟ ଫ୍ଲାଇଟ୍ ଦୁର୍ଘଟଣାରେ ସିନ୍ଧିଆଙ୍କର ମୃତ୍ୟୁ ହୋଇଥିଲା।

ବାଂଲାଦେଶୀଙ୍କୁ ତଡ଼ିବା ମୁଡରେ ନାହିଁ ମୋହନ ସରକାର

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ବାଂଲାଦେଶ ଓ ମିଆଁମାରରୁ ଆସିଥିବା ସନ୍ଦିଗ୍ଧଙ୍କ ଭାରତୀୟ ନାଗରିକତା ଦାବିକୁ ଯାଞ୍ଚ କରିବା ପାଇଁ ୩୦ ଦିନର ଅବଧି ନିର୍ଦ୍ଧାରଣ କରିଥିଲେ ୩୦ ଦିନ ପରେ, ଯଦି ସେମାନଙ୍କ ଦସ୍ତାବିଜ ଯାଞ୍ଚ ହୋଇପାରେ ନାହିଁ, ତେବେ ସେମାନଙ୍କୁ ଦେଶାନ୍ତର କରାଯିବ, ଏହା ଜଣାପଡ଼ିଛି।
ମେ ୧୯ତାରିଖର ନିର୍ଦ୍ଦେଶନାମାରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଓ ଦେଶାନ୍ତର କରିବା ପାଇଁ ସେମାନଙ୍କର ବୈଧାନିକ କ୍ଷମତା ପ୍ରୟୋଗ କରିବାକୁ କହିଥିଲାଏହାସହ ଦେଶାନ୍ତର ପୂର୍ବରୁ ବ୍ୟକ୍ତିମାନଙ୍କୁ ରଖିବା ପାଇଁ ଜିଲ୍ଲା ସ୍ତରରେ ପର୍ଯ୍ୟାପ୍ତ ଅଟକ କେନ୍ଦ୍ର ବା Detention Centre ସ୍ଥାପନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ବିଭିନ୍ନ ରାଜ୍ୟରେ ବେଆଇନ ଅନୁପ୍ରବେଶକାରୀଙ୍କ ପାଇଁ Detention Centre ଖୋଲାଯାଇଛି। କିନ୍ତୁ ଓଡ଼ିଶାରେ ଖୋଲାଗଲାଣି କି ? ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣା ଏବଂ ଗୁଜରାଟରେ ବାଂଲାଦେଶୀ ହଟାଓ ଅଭିଯାନ ଜୋର୍‍ ଧରିଥିବାବେଳେ ଓଡ଼ିଶା ଏତେ ନିଷ୍କ୍ରିୟତା ଦେଖାଇଛି କାହିଁକି? କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ୩୦ ଦିନିଆ କଣ୍ଟ ପୂରଣ କରିପାରିବେ କି ମୋହନ ମାଝୀଙ୍କ ସରକାର? ଡବଲ ଇଞ୍ଜିନ ସରକାର ହୋଇ ମଧ୍ୟ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପାଳନ କରିବା ବାବଦରେ କୌଣସି ଠୋସ୍‍ ପଦକ୍ଷେପ ନେଇନାହାଁନ୍ତି ଓଡ଼ିଶାର ବିଜେପି ସରକାର।

ଇତି ମଧ୍ୟରେ ଶାହଙ୍କ ନିର୍ଦ୍ଦେଶକୁ ସପ୍ତାହ ବିତିଲାଣି । ଆଉ ଏବେ ମୁଖ୍ୟମନ୍ତ୍ରୀ ମାତିଲେଣି ସରକାରଙ୍କ ବର୍ଷ ପୂର୍ତ୍ତିର ଉତ୍ସବରେ ଏଣୁ ବାଂଲାଦେଶୀ ଓ ରୋହିଙ୍ଗିଆଙ୍କ କଥା କାହିଁକି ଚିନ୍ତା କରିବ ଭାଜପା ସରକାର? ବର୍ଷପୂର୍ତ୍ତି ଉତ୍ସବ ସରୁସରୁ ଆସିଯିବ ରଥଯାତ୍ରାରଥ ପରେ ବର୍ଷା। ବର୍ଷା ପରେ ବନ୍ୟା । ତେଣୁ ବାଂଲାଦେଶୀଙ୍କ କଥା ଭୁଲିଗଲେ ବି ଚଳିବ।ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ୧୨ ଜଣ ଚିହ୍ନଟ ପାକ୍‍ ନାଗରିକଙ୍କୁ ଦେଶାନ୍ତର ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେକିନ୍ତୁ ମାତ୍ର ଜଣେ ପାକିସ୍ତାନକୁ ଗଲେ । ବାକି ୧୧ ଜଣଙ୍କ ପାଇଁ କେନ୍ଦ୍ର ଠାରୁ ନିର୍ଦ୍ଦେଶ ମଗାଯାଇଛି ବୋଲି ଉଚ୍ଚ ପୋଲିସ କର୍ତ୍ତୃପକ୍ଷ କହିଥିଲେ । କିନ୍ତୁ ଶେଷ ପର୍ଯ୍ୟନ୍ତ କେନ୍ଦ୍ର କ’ଣ କହିଲା ଏବଂ କାହିଁକି ୧୧ ପାକ୍‍ ନାଗରିକଙ୍କୁ ବହିଷ୍କାର କରାଯାଇ ପାରିଲା ନାହିଁ
ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ମାରାତ୍ମକ ଭାବେ ଅଧିକ । କିନ୍ତୁ ୮ବର୍ଷ ପୂର୍ବେ ଯେଉଁ ସାଢ଼େ ୩ ହଜାରରୁ କିଛି ଅଧିକ ବାଂଲାଦେଶୀ କେନ୍ଦ୍ରାପଡ଼ା ଓ ଅନ୍ୟ କେତେକ ଉପକୂଳ ଜିଲାରୁ ଚିହ୍ନଟ ହୋଇଥିଲେ, ସେମାନଙ୍କ ଛଡ଼ା ଆଉ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ବି ହୋଇନାହିଁ । ଏକ ଅଟକଳ ଅନୁସାରେ ଓଡ଼ିଶାରେ ଲକ୍ଷାଧିକ ବାଂଲାଦେଶୀ ନାଗରିକ ବେଆଇନ ଭାବେ ରହୁଛନ୍ତି । ଭାରତରେ ଏମାନଙ୍କ ସଂଖ୍ୟା ୨କୋଟିରୁ ଅଧିକ । ତା’ଛଡ଼ା ରୋହିଙ୍ଗିଆ ମୁସଲମାନ ବି ଅଛନ୍ତି । ରୋହିଙ୍ଗିଆ ମାନଙ୍କୁ ତଡ଼ିବା ବେଳେ ଏହା ବିରୋଧରେ ସେମାନେ ସୁପ୍ରିମକୋର୍ଟକୁ ଯାଇଥିଲେ । ସୁପ୍ରିମକୋର୍ଟ ମେ ୮ ତାରିଖରେ ସ୍ପଷ୍ଟ କରିଦେଲେ ଯେ ଭାରତରେ ରହିବାର ଅଧିକାର ଭାରତୀୟ ନାଗରିକଙ୍କର ଅଛି। ରୋହିଙ୍ଗିଆଙ୍କର ନାହିଁ । ଭାରତ ଏକ ଧର୍ମଶାଳା ନୁହେଁ । ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ପରେ କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇ ବେଆଇନ ବାଂଲାଦେଶୀ ଓ ରୋହିଙ୍ଗିଆଙ୍କୁ ତଡ଼ିବା ନିମନ୍ତେ କହିଥିଲେ ।ଗତ ୬ ମାସରେ ଦିଲ୍ଲୀରୁ କେବଳ ୭୭୦ ଜଣ ବାଂଲାଦେଶୀଙ୍କୁ ଠାବ କରି ପଠାଇ ଦିଆଯାଇଛି । ସୀମା ସୁରକ୍ଷା ବାହିନୀ ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଏସ୍‍ଏଫ୍‍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ପଶ୍ଚିମବଙ୍ଗ ପରି ଓଡ଼ିଶାରେ ମଧ୍ୟ ବାଂଲାଦେଶୀ ପ୍ରେମୀ ନେତାଙ୍କ ସଂଖ୍ୟା କିଛି କମ ନୁହେଁ । ରାସନ କାର୍ଡ଼ ଓ ଭୋଟର ପରିଚୟ ପତ୍ରଧାରୀ ବାଂଲାଦେଶୀମାନେ ଆମ ଭାଇ ବୋଲି କହି ଭୁବନେଶ୍ୱର ମେୟର ସୁଲୋଚନା ଦାସ ବଡ଼ ହଟହଟା ହୋଇଛନ୍ତି ।

ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସ୍ୱୀକାର କରିସାରିଛନ୍ତି ଯେ ବସ୍ତି ଗୁଡ଼ିକରେ ବାଂଲାଦେଶୀ ଆଡ୍ଡା ଜମାଇ ବସିଛନ୍ତି।ସେମାନେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି । ଫେରିବାଲା, କବାଡ଼ିବାଲାଙ୍କ ଭିତରେ ବାଂଲାଦେଶୀଙ୍କ ସଂଖ୍ୟା ଅଧିକ ବିଭିନ୍ନ ବିଲ୍ଡର୍ସଙ୍କ ପାଖରେ କାମ କରୁଥିବା ଲୋକଙ୍କ ଭିତରେ ସେମାନଙ୍କ ସଂଖ୍ୟା କିଛି କମ ନୁହେଁ । ସେମାନେ ବଙ୍ଗଳା କହୁଥିବାରୁ ଅନେକଙ୍କର ଧାରଣା ଯେ ସେମାନେ ପଶ୍ଚିମବଙ୍ଗର ଲୋକ । ସେମାନେ ମଧ୍ୟ ମୁର୍ସିଦାବାଦ କିମ୍ବା ମେଦିନିପୁରର ଲୋକ କହି ଚକମା ଦେଖାଉଛନ୍ତି  ।
ଫିଙ୍ଗର ପ୍ରିଣ୍ଟ ଏବଂ ଫେସିଆଲ୍‍ ରେକଗ୍‍ନିସନ ସିଷ୍ଟମ ଅନୁସାରେ ବାଂଲାଦେଶର ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ଯେଉଁ ବ୍ୟବସ୍ଥା ଦିଲ୍ଲୀ, ଗୁଜରାଟ ଏବଂ ମହାରାଷ୍ଟ୍ରରେ ଗ୍ରହଣ କରାଯାଉଛି, ତାହା ମଧ୍ୟ ଓଡ଼ିଶାରେ ଲାଗୁ ହେବା ଜରୁରୀ । ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗୁଇନ୍ଦା ସୂତ୍ର, ସ୍ଥାନୀୟ ଲୋକ, ନଥିପତ୍ର ଯାଞ୍ଚ ଏବଂ ବାୟୋମେଟ୍ରିକ୍‍ ଚିହ୍ନଟ ପ୍ରକ୍ରିୟାରେ ଧରିହେବ ।