Category News

ସାଂସଦଙ୍କ ସତର୍କବାଣୀ : ପଞ୍ଚାୟତ ନିର୍ବାଚନରେ ଦଶା ଭୋଗିବ BJP

  • ମୁଖ୍ୟମନ୍ତ୍ରୀଙ୍କ ଉପରେ ଭୀଷଣ କ୍ଷୁବ୍ଧ ହେଇଛନ୍ତି ବିଜେପି ସାଂସଦ ।
  • ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଆଗରେ ବିଜେପିର 18 ସାଂସଦ ଅସନ୍ତୋଷ ଝାଡିଛନ୍ତି ।
  • ସମସ୍ତଙ୍କ ସମାନ ଅଭିଯୋଗ, ଓଡ଼ିଶାରେ ସରକାର ଠିକ ଭାବେ ଚାଲୁନାହିଁ ।
  • ଓଡ଼ିଶାରେ ବିଜେପିର 25 ବର୍ଷିଆ ଶାସନର ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ସପ୍ନ ଦେଖୁଛନ୍ତି, ସେହି ସପ୍ନ ଅଧୁରା ରହିଯିବ।
  • ରାଜ୍ୟ ସରକାରଙ୍କ ପ୍ରଶାସନିକ ବିଫଳତା କାରଣରୁ ଭୈରବ ପାଣ୍ଡିଆନ, ଏବେ ବାହାରକୁ ଆସିବା ପାଇଁ ସୁଯୋଗ ପାଉଛନ୍ତି।
  • ସାଂସଦ ମାନଙ୍କୁ ମୁଖ୍ୟମନ୍ତ୍ରୀ, ଆଦୌ ବିଶ୍ଵାସକୁ ନେଉନାହାଁନ୍ତି। କୌଣସି ପ୍ରସଙ୍ଗରେ ସେମାନଙ୍କ ସହ ଆଲୋଚନା ବି କରୁନାହାଁନ୍ତି ।
  • ଆଉ ଦେଢ଼ ବର୍ଷ ପରେ ପଞ୍ଚାୟତ ନିର୍ବାଚନ। ତା’ପୂର୍ବରୁ ଅବ୍ୟବସ୍ଥା ସଜାଡ଼ିବାକୁ ପଡ଼ିବ। ନହେଲେ ହୁଏତ ପଞ୍ଚାୟତ ସ୍ତରରେ କ୍ଷମତା ହାତେଇବା ସମ୍ଭବ ହେବନାହିଁ ବୋଲି ସତର୍କବାଣୀ ଦେଇଛନ୍ତି ସାଂସଦ ।
  • ସରକାର ଓ ସଂଗଠନ ଭିତରେ ଯଦି ସଭାପତି ସଠିକ ସମନ୍ଵୟ ନରଖନ୍ତି, ତେବେ ଏହା ବଡ଼ ବିପଦ ଘଟାଇବ ବୋଲି ସାଂସଦ ମାନେ ଚେତାଇ ଦେଇଛନ୍ତି।
  • ସାଂସଦ ମାନଙ୍କର ଏଭଳି ଆଭିମୁଖ୍ୟକୁ ଗୋଟି ଗୋଟି କରି ଲେଖିଲେ, ବିଜେପି ସଂଗଠନ ସଂପାଦକ ମାନସ ମହାନ୍ତି

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାଂସଦ ମାନଙ୍କର ଏହି ବିଷୋଦଗାର ଓଡ଼ିଶାରେ ନୁହେଁ, ନୂଆଦିଲ୍ଲୀରେ ଦେଖିବାକୁ ମିଳିଛି। ଗତ ମଙ୍ଗଳବାର(22 ଜୁଲାଇ)ର ସେହି ବୈଠକ ହୋଇଛି, ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝର ସାଂସଦ ଅନନ୍ତ ନାଏକଙ୍କର ବାସଭବନରେ । ସେହି ବୈଠକରେ ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ଉପସ୍ଥିତ ଥିଲେ। 3 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ୱିନୀ ବୈଷ୍ଣବ ସେହି ବୈଠକକୁ ଆସିନଥିଲେ । ଅସୁସ୍ଥତା କାରଣରୁ ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଏବଂ ଦିଲ୍ଲୀ ବାହାରେ ଥିବା ପୁରୀ ସାଂସଦ ସମ୍ବିତ ପାତ୍ର ଅନୁପସ୍ଥିତ ଥିଲେ। ଆରମ୍ଭ କରିଥିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀସଭାପତିଙ୍କୁ ସତ ଶୁଣିବାକୁ ଚାହୁଁଛନ୍ତି କି ?, ପ୍ରଶ୍ନ କରି, ରାଜ୍ୟ ସରକାରଙ୍କ ବିଫଳତାକୁ ଗୋଟି ଗୋଟି କରି ଗଣାଇ ଦେଲେ।

  • ଶୁଣିବାକୁ ମିଳୁଛି ସାଂସଦ ଅନନ୍ତ ନାଏକ କହିଲେ, ଦଲାଲଙ୍କ ଘେରରେ ଏବେ ମୁଖ୍ୟମନ୍ତ୍ରୀ ରହିଛନ୍ତି,
  • ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ, ମୋହନ ସରକାରଙ୍କ କାର୍ଯ୍ୟକଳାପର ବିଫଳତାକୁ ଶାଣିତ ଢଙ୍ଗରେ ଦଳର ନେତୃତ୍ୱଙ୍କ ଆଗରେ ବଖାଣିଛନ୍ତି,
  • ଉପମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ତଥା ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ ଅତି ଭାବୁକ ହୋଇ ଓଡ଼ିଶା ସରକାରଙ୍କ ବିଫଳତାକୁ ବର୍ଣ୍ଣନା କରିଛନ୍ତି
                           ପୂର୍ଣ୍ଣକାଳୀନ ସଭାପତି ହେବା ପରେ ମନମୋହନ ସାମଲଙ୍କ ଦିଲ୍ଲୀରେ ସବୁ ସାଂସଦ ମାନଙ୍କ ସହ ଏହି ପ୍ରଥମ ବୈଠକର ରାଜନୈତିକ ଗୁରୁତ୍ଵ ରହିଛି । ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସରଳ ଲୋକ ବୋଲି ଅଧିକାଂଶ ସାଂସଦ କହିଥିଲେ। କିନ୍ତୁ ତାଙ୍କ ଅଫିସ ହିଁ ଦଳ, ନେତା ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ ବଡ଼ ପାଚେରୀ ଠିଆ କରାଇଛି । କେତେ ଜଣ ସାଂସଦ ମଧ୍ୟ ଦର୍ଶାଇଥିଲେ ଯେ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଅମଳରେ ଜଣେ ସବୁ ନିଷ୍ପତ୍ତି ନେଉଥିଲେ। ଆଉ କାହା ପାଖକୁ ଧାଇଁବାର ଆବଶ୍ୟକତା ନଥିଲା। କିନ୍ତୁ ଏ ସରକାରରେ 5 ଜଣ ମାମଲତି କରୁଛନ୍ତି। କାହା ପାଖକୁ ଗଲେ କାମ ହେବ କେହି ଜାଣି ପାରୁନାହାନ୍ତି ।
              ସାଂସଦମାନେ କହିଥିଲେ ଯେ, ଆଉ ଦେଢ଼ ବର୍ଷ ପରେ ପଞ୍ଚାୟତ ନିର୍ବାଚନ। ତା’ପୂର୍ବରୁ ଅବ୍ୟବସ୍ଥା ସଜାଡ଼ିବାକୁ ପଡ଼ିବ। ରଥଯାତ୍ରାରୁ ଆରମ୍ଭ କରି ଯେଉଁସବୁ ଘଟଣା ଘଟୁଛି ତାହା ଜନମାନସକୁ ପ୍ରଭାବିତ କରୁଛି । ସରକାର ଓ ସଂଗଠନ ଭିତରେ ଯଦି ସଭାପତି ସଠିକ୍ ସମନ୍ଵୟ ନରଖନ୍ତି ତେବେ ଏହା ବଡ଼ ବିପଦ ଘଟାଇବ ବୋଲି ସେମାନେ ମନମୋହନ ଏବଂ ବିଜୟପାଲଙ୍କୁ ଚେତାଇ ଦେଇଥିଲେ। ମନମୋହନ ସବୁ କଥା ଶୁଣିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଏବାବଦରେ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଆସନ୍ତା 29 ତାରିଖରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଯିବାର ରହିଛି, ସେ ସମୟରେ ସାଂସଦ ମାନଙ୍କୁ ଭେଟିପାରନ୍ତି ।
    ଏହି ଷ୍ଟୋରୀକୁ ଲେଖିଛନ୍ତି, ବିଜୟ କେତନ ବରାଳ

କିଏ ସମ୍ଭାଳିବେ ରାଜ୍ୟସଭା

ଜୁଲାଇ 21ରେ ଉପରାଷ୍ଟ୍ରପତି ଆସନରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ଼। କାର୍ଯ୍ୟକାଳ ସରିବାକୁ ଆହୁରି ଦୁଇବର୍ଷ ବାକି ଥିଲା ବେଳେ ଜଗଦୀପ ଧନଖଡ଼ଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର୍। ରାଜ୍ୟସଭାର ମୁଖ୍ୟ ଦାୟିତ୍ୱ ଉପରାଷ୍ଟ୍ରପତିଙ୍କ ଉପରେ ନ୍ୟସ୍ତ ଥିବାରୁ ମୌସୁମୀ ଅଧିବେଶନ ସୁପରିଚାଳନା ପାଇଁ ଯଥାଶୀଘ୍ର ନିର୍ବାଚନ ହେବ। ଏମିତିରେ ବି ସମ୍ବିଧାନର ଧାରା ୬୮ର ଉପଧାରା ୨ ଅନୁଯାୟୀ ମୃତ୍ୟୁ, ଇସ୍ତଫା, ଅପସାରଣ କିମ୍ବା ଅନ୍ୟ କୌଣସି କାରଣରୁ ଉପରାଷ୍ଟ୍ରପତି ପଦ ଖାଲି ହେବା ପରେ ସେହି ପଦବୀ ପୂରଣ ପାଇଁ ଯଥାଶୀଘ୍ର ନିର୍ବାଚନ ହେବା ଜରୁରି। ଏହି ପଦ ପାଇଁ ନିର୍ବାଚିତ ବ୍ୟକ୍ତି ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ପୂରା ୫ ବର୍ଷ ପର୍ଯ୍ୟନ୍ତ ପଦରେ ରହିବେ।

ତେବେ ସୂଚନା ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପ୍ରକ୍ରିୟା ଆରମ୍ଭ କରିବାର ସମ୍ଭାବନା ରହିଛି। ନୂତନ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପ୍ରକ୍ରିୟା ଗୋଟିଏ ମାସ ମଧ୍ୟରେ ସମାପ୍ତ ହେବ ବୋଲି ଆଶା କରାଯାଉଛି। ଯଦିଓ ଏଥିପାଇଁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିଜ୍ଞପ୍ତି ଜାରି ହୋଇନାହିଁ ତଥାପି ସମ୍ଭାବ୍ୟ ପ୍ରାର୍ଥିଙ୍କୁ ନେଇ ଅନୁମାନର ଅଙ୍କକଶା ଚାଲିଛି।ଉପରାଷ୍ଟ୍ରପତି ପ୍ରସଙ୍ଗରେ ବିଭିନ୍ନ ପ୍ରାର୍ଥିଙ୍କ ନାଁ ଚର୍ଚ୍ଚାକୁ ଆସୁଛି। ଯୋଉ ଚର୍ଚ୍ଚାରେ ଅଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଜେପିର ବରିଷ୍ଠ ନେତା ସାଙ୍ଗକୁ ବିରୋଧୀ ଦଳର ଚର୍ଚ୍ଚିତ ଚେହେରା ଯିଏ ଏବେ ବିଜେପି ମୁହାଁ । ତେବେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତାକୁ ହିଁ ଅପେକ୍ଷା ।
ଉପରାଷ୍ଟ୍ରପତି ରେସରେ ସବୁଠୁ ଆଗରେ ଅଛନ୍ତି ଜେପି ନଡ୍ଡା। ବିଜେପିର ଅଧ୍ୟକ୍ଷ ଭାବରେ କାମ କରି ଆସିଥିବା ନଡ୍ଡା ହୁଏତ ରାଜ୍ୟସଭା ଦାୟିତ୍ୱ ନେଇ ପାରନ୍ତି। ଏମିତିରେ ବି ଦେଖିବାକୁ ଗଲେ ବିଜେପିର ନୂଆ ଅଧ୍ୟକ୍ଷ ନିର୍ବାଚନ ଚୁଡ଼ାନ୍ତ ପ୍ରକ୍ରିୟାରେ ପହଞ୍ଚିଛି। ଖୁବ୍ ଶୀଘ୍ର ବିଜେପିକୁ ନୂଆ ରାଷ୍ଟ୍ରିୟ ଅଧ୍ୟକ୍ଷ ମିଳିବେ । 2020ରୁ ଏ ଦାୟିତ୍ୱ ସମ୍ଭାଳୁଥିବା ଜେପି ନଡ୍ଡା ଏଥିରୁ ମୁକ୍ତ ହେବାକୁ ଯାଉଥିବାରୁ ଏ ନୂଆ ଦାୟିତ୍ୱ ତାଙ୍କୁ ମିଳିପାରେ ବୋଲି ଚର୍ଚ୍ଚା ।

ଉପରାଷ୍ଟ୍ରପତି ଆସନକୁ ନେଇ ରିଲିଜିୟନ୍ ଚାଲ୍ ଖେଳିପାରେ ବିଜେପି । ବିଜେପିକୁ ମୁସଲମାନ ବିରୋଧି କହି ଅନେକ ସମୟରେ ସମାଲୋଚନା କରାଯାଉଥିବାରୁ ହୁଏତ ଜଣେ ଅଣହିନ୍ଦୁଙ୍କୁ ମଧ୍ୟ ଏ ଆସନ ମିଳିପାରେ। ଏମିତିରେ ବି ରାଜ୍ୟପାଳ ଆସନ ଛାଡ଼ି ଉପରାଷ୍ଟ୍ରପତି ହେବାର ଉଦାହରଣ କିଛି କମ୍ ନାହିଁ । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ବିହାର ରାଜ୍ୟପାଳ ଅରିଫ୍ ମହମ୍ମଦ ଖାଁଙ୍କୁ ଏ ଆସନ ମିଳିବାର ଚାନ୍ସ ବେଶୀ। କେବଳ ବିହାର ରାଜ୍ୟପାଳ ନୁହନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତୀଷ କୁମାର ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ଏମିତିରେ ଦେଖିବାକୁ ଗଲେ ବିଜେପି ଯେ ବିହାରର ମୁଖ୍ୟମନ୍ତ୍ରୀ ଆସନ ଚାହୁଁଛି ତାହା କାହାକୁ ଅଛପା ନାହିଁ । ଯୋଉଥିରେ ବାଧକ ସାଜୁଛନ୍ତି ନୀତୀଷ କୁମାର। ପଲଟୁରାମ କୁହାଯାଉଥିବା ନୀତୀଷ କ୍ଷମତା ନ ମିଳିଲେ କେତେବେଳେ ବି ମଙ୍ଗ ମୋଡ଼ି ପାରନ୍ତି। ସେ ଦୃଷ୍ଟିରୁ ଦେଖିବାକୁ ଗଲେ ହୁଏତ ନୀତୀଷଙ୍କୁ ବି ଗୁରୁତ୍ୱ ମିଳିପାରେ । ନୀତୀଷଙ୍କୁ ଉପରାଷ୍ଟ୍ରପତି ଭାବେ ଥଇଥାନ୍ କରିଦେଲେ ବିଜେପିକୁ ହୁଏତ ବିହାରର CM ସିଟଟା ବି ମିଳିଯାଇପାରେ। 

ତେବେ ଏସବୁ ଭିତରେ ରାଜ୍ୟସଭାର ଉପାଧ୍ୟକ୍ଷ ଥିବା ହରିବଂଶ ନାରାୟଣଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସୁଛି। ଜେଡ଼ିୟୁର ରାଜ୍ୟସଭା ସାଂସଦ ହରିବଂଶ ନାରାୟଣ 2018 ଓ 2024 ରେ ରାଜ୍ୟସଭା ଉପାଧ୍ୟକ୍ଷ ହୋଇଛନ୍ତି । ତାଙ୍କୁ ହୁଏତ ଉପରାଷ୍ଟ୍ରପତି କରି ରାଜ୍ୟସଭାର ସ୍ଥାୟୀ ଅଧ୍ୟକ୍ଷ କରାଯାଇପାରେ । ଏ ଲିଷ୍ଟରେ କଂଗ୍ରେସ ନେତା ଶଶୀ ଥରୁରଙ୍କର ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଶଶୀ ଥରୁରଙ୍କୁ କଂଗ୍ରେସ ଏବେ ଭୀଷଣ ଅବହେଳା କରୁଛି ଆଉ ଏମିତିରେ ବି ଶଶୀ ଥରୁର ମୋଦୀ ଶାହଙ୍କ ନିକଟତର ହେଉଛନ୍ତି। ବିଭିନ୍ନ ପ୍ରସଙ୍ଗରେ ମୋଦୀଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ହୁଏତ ଏଭଳି ଅପରଚ୍ୟୁନିଟିକୁ ବିଜେପି ମିସ୍ କରି ନପାରେ  ଶଶୀ ଥରୁରଙ୍କୁ ଉପରାଷ୍ଟ୍ରପତି କରି କଂଗ୍ରେସ ଶିବିରରରୁ ବଡ଼ ଯୋଦ୍ଧାଙ୍କୁ ନିଜ ଆଡ଼କୁ ଆଣିବନି ତ ବିଜେପି?

ଜଗଦୀପ ଧନଖଡ଼ଙ୍କ ଇସ୍ତଫା, କାର୍ଯ୍ୟକାଳ ନ ସରୁଣୁ ଗାଦି ଛାଡ଼ିଛନ୍ତି ତିନି ଉପରାଷ୍ଟ୍ରପତି

ମୌସୁମୀ ଅଧିବେଶନ ପ୍ରଥମ ଦିନରେ ହିଁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଇସ୍ତଫା ଦେଇଛନ୍ତି । ୨୦୨୫ ଜୁଲାଇ ୨୧ରେ ସେ ଇସ୍ତଫା ଦେଇଛନ୍ତି।ଧନଖଡ଼ଙ୍କ ଇସ୍ତଫା ପରେ ରାଜନୈତିକ ଆଲୋଚନା ତେଜୁଛି । କାର୍ଯ୍ୟକାଳ ସରିବାର 2 ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ତେବେ କାର୍ଯ୍ୟକାଳ ସରିବା ପୂର୍ବରୁ ଆସନ ଛାଡ଼ିବାରେ ଜଗଦୀପ ଧନଖଡ଼ ପ୍ରଥମ ନୁହନ୍ତି, ତାଙ୍କ ପୂର୍ବରୁ ତିନିଜଣ ଉପରାଷ୍ଟ୍ରପତି କାର୍ଯ୍ୟକାଳ ସରିବା ପୂର୍ବରୁ ହିଁ ଆସନ ଛାଡ଼ିଛନ୍ତି। ରାଷ୍ଟ୍ରପତି ହେବାପାଇଁ ଉପରାଷ୍ଟ୍ରପତି ଆସନରୁ ଇସ୍ତଫା ଦେଇଛନ୍ତି।

୧୯୬୯ ମସିହା ଜୁଲାଇ ୨୦ରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ତତ୍କାଳୀନ ଉପରାଷ୍ଟ୍ରପତି ଭି.ଭି.ଗିରି। ୧୯୬୭ ମସିହାରେ ଭି.ଭି.ଗିରି ଉପରାଷ୍ଟ୍ରପତି ହୋଇଥିଲେ। ୧୯୬୯ ମେ ମାସରେ ତତ୍କାଳୀନ ରାଷ୍ଟ୍ରପତି ଜାକିର ହୁସେନଙ୍କ ପରଲୋକ ହେଇଥିବାରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପ‌ାଇଁ ଶ୍ରୀ ଗିରିଙ୍କୁ ଉପରାଷ୍ଟ୍ରପତି ପଦରୁଓହରିବାକୁ ପଡ଼ିଥିଲା। ଇନ୍ଦିରା ଗାନ୍ଧୀଙ୍କ ଦୃଢ଼ ସମର୍ଥନ କାରଣରୁ ୧୯୬୯ ଅଗଷ୍ଟ ୨୦ରେ ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ଉପରାଷ୍ଟ୍ରପତିରୁ ରାଷ୍ଟ୍ରପତି ସାଜିଥିଲେ ଭି.ଭି ଗିରି । ସେ 1967 ମେ 13 ରୁ 1969 ମେ 3 ଯାଏଁ ଉପରାଷ୍ଟ୍ରପତି ଆସନରେ ବସିଥିଲେ।
     ସେହିଭଳି ରାମସ୍ୱାମୀ ଭେଙ୍କଟରମଣ ରାଷ୍ଟ୍ରପତି ହେବା ପାଇଁ ଉପରାଷ୍ଟ୍ରପତି ପଦରୁ ୧୯୮୭ ମସିହାରେ ଇସ୍ତଫା ଦେଇଥିଲେ। ସେ 1984 ମସିହା ଅଗଷ୍ଟ 31 ତାରିଖରୁ 1987 ମସିହା ଜୁଲାଇ 24 ଯାଏଁ ଉପରାଷ୍ଟ୍ରପତି ଆସନରେ ବସିଲା ପରେ ପରବର୍ତ୍ତି ସମୟରେ ରାଷ୍ଟ୍ରପତି ହୋଇଥିଲେ।
ତେବେ ସ୍ଵାଧୀନତା ପରେ କାର୍ଯ୍ୟକାଳ ସରିବା ପୂର୍ବରୁ କୌଣସି ଉପରାଷ୍ଟ୍ରପତି ଇସ୍ତଫା ଦେବା ଏବଂ ରାଷ୍ଟ୍ରପତି ନିର୍ବାଚନ ନ ଲଢ଼ିବା ପ୍ରଥମ ଘଟଣା। ଏ ପର୍ଯ୍ୟନ୍ତ ମୋଟ ୧୪ ଉପରାଷ୍ଟ୍ରପତିଙ୍କ ମଧ୍ୟରୁ ୬ ଜଣ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ହୋଇଛନ୍ତି। ଯୋଉ ଲିଷ୍ଟରେ ଅଛନ୍ତି Dr S Radhakrishnan, Dr Zakir Hussain, V V Giri, R Venkataraman, Dr Shankar Dayal Sharma ଓ K R Narayanan

ଅବଶ୍ୟ ୨୦୦୨ ପରଠାରୁ ଏହି ପ୍ରକ୍ରିୟା ଏକ ପ୍ରକାରର ବନ୍ଦ ହୋଇଯାଇଛି। ସବୁଥର ୨ ଜଣ ନୂଆ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଆଇନଜୀବୀରୁ ଉପରାଷ୍ଟ୍ରପତି ହୋଇଥିବା ଜଗଦୀପ ଧନଖଡ଼ ୨୦୧୯ରୁ ୨୦୨୨ ଯାଏ ପଶ୍ଚିମବଙ୍ଗ ରାଜ୍ୟପାଳ ଥିଲେ। ୨୦୨୨ରେ ହଠାତ୍ ତାଙ୍କ ନାଁ ଉପରାଷ୍ଟ୍ରପତି ଭାବେ ସାମ୍ନାକୁ ଆସିଲା। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଧନଖଡ଼ ଇସ୍ତଫା ଦେଇଥିଲା ବେଳେ ପରବର୍ତ୍ତି ଉପରାଷ୍ଟ୍ରପତି କିଏ ହେବେ ତାକୁ ନେଇ ଚର୍ଚ୍ଚା ।

ନାରୀ ସଶକ୍ତିକରଣ ନାଁରେ ମୁଖ୍ୟ ସଚିବ ସ୍ତ୍ରୀଙ୍କ ସଂସ୍ଥାକୁ ଅନୁଗ୍ରହ !

ଇଂରାଜୀରେ କୁହାଯାଏ କୁଇଡ୍ ପ୍ରୋ କୋ, ଯାହାର ଅର୍ଥ ହେଲା ନେଣଦେଣଅର୍ଥାତ କିଛି ଦେଲେ, କିଛି ମିଳେ ମୋହନ ମାଝୀ ସରକାରଙ୍କ ବିରୁଦ୍ଧରେ ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି ଓଡ଼ିଶାରେ ଚାକିରୀ ସୃଷ୍ଟି ସହିତ ଉତ୍ପାଦକ ରୋଜଗାର ସୁବିଧା ନିମନ୍ତେ ଏକ ବୁଝାମଣାପତ୍ର ବା MOU ସ୍ୱାକ୍ଷର ହୋଇଛି ଅଭିଯୋଗ ଆସିଛି, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ପତ୍ନୀ ଜଡିତ ଥିବା ସଂସ୍ଥା ବିରୋଧରେ। ଯେଉଁ ଏନ୍‌ଜିଓ ସହ ମୁଖ୍ୟ ଶାସନ ସଚିବଙ୍କ ପତ୍ନୀ ଜଡ଼ିତ ସେହି ସଂସ୍ଥା ସହ ଓଡ଼ିଶା ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିବା କେତେ ଯୁକ୍ତିସଂଗତ ? କ’ଣ ପାଇଁ କନଭର୍ଜେନ୍ସ ଫାଉଣ୍ଡେସନ TCF ସହ MOU ସ୍ୱାକ୍ଷରିତ ହୋଇଛି ? ଯେଉଁ ସଂସ୍ଥା ସହ ମୁଖ୍ୟ ଶାସନ ସଚିବଙ୍କ ପତ୍ନୀଙ୍କ ସମ୍ପର୍କ ଅଛି ସେହି ସଂସ୍ଥା ସହ ରାଜିନାମା ବିବାଦ ସୃଷ୍ଟି କରିବ ନାହିଁ କି ?

କୃଷି ଉତ୍ପାଦନ ବୃଦ୍ଧି, ଜୀବିକାରେ ଉନ୍ନତି ଏବଂ ମହିଳାଙ୍କୁ ପାଇଁ ନିରନ୍ତର ନିଯୁକ୍ତି ମିଳିବା ଲକ୍ଷ୍ୟରେ ଗତ ଫେବ୍ରୁଆରୀ 13 ତାରିଖରେ MOU ସ୍ୱାକ୍ଷର ହେଲା। ଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, TCFଆଶିଷ ଧାଓ୍ୱନଙ୍କ ଉପସ୍ଥିତିରେ ଓଡ଼ିଶା ସରକାର,TCF ସହ MOU ସ୍ୱ।କ୍ଷର ହେଲା। ରାଜ୍ୟର ବିକାଶ ଏବଂ ନିଯୁକ୍ତି ବୃଦ୍ଧି ଦିଗରେ TCF ଉପାଦେୟ ସମର୍ଥନ ଯୋଗାଇ ଦେବ ବୋଲି କୁହାଗଲାକିନ୍ତୁ ବିବାଦର ବିନ୍ଦୁଟି ହେଲା, TCF ଏବଂ ଉଦଇତି ଫାଉଣ୍ଡେସନ୍ ପରସ୍ପର ସହ ଜଡ଼ିତ । TCFର ଏକ ଶାଖା ହେଉଛି ଉଦଇତି ମହିଳାଙ୍କ ଆର୍ଥିକ ସଶକ୍ତି କରଣରେ କାର୍ଯ୍ୟ କରୁଥିବା ଉଦଇତି ସଂସ୍ଥାର ପରାମର୍ଶଦାତା ବୋର୍ଡର ସଦସ୍ୟା ହେଲେ ଆରତୀ ଆହୂଜା। ଆରତୀ ହେଉଛନ୍ତି ଭାରତ ସରକାରଙ୍କ ପୂର୍ବତନ ଶ୍ରମ ଓ ନିଯୁକ୍ତି ସଚିବ। କିନ୍ତୁ ଆରତୀଙ୍କ ବଡ଼ ପରିଚୟ ହେଲା ସେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ସ୍ତ୍ରୀ

ଉଦଇତି ୱେବ୍‌ସାଇଟ୍‌ରେ ଉଲ୍ଲେଖ ଅଛି ଯେ ଏହି ସଂସ୍ଥାଟି ଓଡ଼ିଶା ସରକାରଙ୍କ ସହିତ କାର୍ଯ୍ୟ କରୁଛି। ମହିଳା ନିଯୁକ୍ତି ସଶକ୍ତି କରଣ ବ୍ୟାପାରରେ ମହାରାଷ୍ଟ୍ର, ଓଡ଼ିଶା ଏବଂ ଉତ୍ତର ପ୍ରଦେଶଙ୍କ ସହ କାର୍ଯ୍ୟ କରୁଛି ଉଦଇତି TCFଉଦଇତି ଅଭିନ୍ନ। ନୀତି ଓ ନିୟତ ଠିକ ନରହିଲେ ବିବାଦ ସୃଷ୍ଟି ହେବ। ଆଉ ମୁଖ୍ୟ ସଚିବଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଅଡୁଆରେ ପଡ଼ି ପାରନ୍ତି

ବଢିବ ରିଚାର୍ଜ ପ୍ଲାନ୍ !

  • ଉପଭୋକ୍ତାଙ୍କୁ ବଡ଼ ଝଟକା, ରିଚାର୍ଜ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା
  • ମହଙ୍ଗା ହବ ରିଚାର୍ଜ ପ୍ଲାନ୍
  • ପୁଣି ରିଚାର୍ଜ ପ୍ଲାନ୍ ବଢେଇବେ ଟେଲିକମ କମ୍ପାନୀ
  • ଏ ନେଇ ଆଶଙ୍କା ବଢ଼ିବାରେ ଲାଗିଛି
  • ଏହି ନିୟମ ଚଳିତ ବର୍ଷ ଶେଷ ସୁଦ୍ଧା ଲାଗୁ ହେବାକୁ ଯାଉଛି । ୨୦୨୫ ଶେଷ ସୁଦ୍ଧା ରିଚାର୍ଜ ମୂଲ୍ୟରେ ବଡ଼ ଧରଣର  ପରିବର୍ତ୍ତନ ଆସିପାରେ । ଟାରିଫର ବୃଦ୍ଧି ହେବା ନେଇ ଗ୍ରାହକ ଚିନ୍ତାରେ ।
  • ଗତ କିଛି ମାସ ମଧ୍ୟରେ ଗ୍ରାହକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନଜରରେ ରଖି ଟେଲିକମ୍ କମ୍ପାନୀ ଗୁଡ଼ିକ ରିଚାର୍ଜ ମୂଲ୍ୟରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି । ରିଚାର୍ଜର ମୂଲ୍ୟ ୧୦-୧୨ ପ୍ରତିଶତ ବଢାଇବା ପାଇଁ ଟେଲିକମ୍ କମ୍ପାନୀ ଗୁଡ଼ିକ ଯୋଜନା କରିଥିବା ଜଣାପଡ଼ିଛି।

ଜୁଲାଇ 2024ରେ ଟେଲିକମ୍ କମ୍ପାନୀ ରିଚାର୍ଜ ପ୍ଲାନ୍ ବଢେଇଥିଲା। ଜିଓ, ଏୟାରଟେଲ ଭୋଡାଫୋନ୍ ସିମ୍ ଆଦି ନିଜର ରିଚାର୍ଜ ପ୍ଲାନ୍ ବଢେଇ 11 ରୁ 23% ବୃଦ୍ଧି କରିଥିଲେ। ଟାରିଫ୍ ମହାଙ୍ଗାରୁ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡ଼ିଥିଲା । ପୁଣି ଥରେ ସେଇ ଟ୍ରିକ୍ ରିପିଟ ହେଲେ ମିଡିଲ ଓ ହାଇ ପ୍ଲାନ୍ ୟୁଜ୍ କରୁଥିବା ୟୁଜର୍ସ ଏଥର ବେଶୀ ହଇରାଣ ହେବେ। 300 ରୁ 500 ବା ତା ଠୁ ଅଧିକ ରିଚାର୍ଜ କରୁଥିଲେ ପକେଟରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ପ୍ରତିମାସରେ 100ରୁ ଅଧିକ ଟଙ୍କା ଏକ୍ସଟ୍ରା ଖର୍ଚ୍ଚ ହୋଇପାରେ । 2 କି 3ଟା ସିମ୍ ବ୍ୟବାହାର କରୁଥିବା ଗ୍ରାହକ ବେଶୀ ଖର୍ଚ୍ଚାନ୍ତ ହେବେ।