Category News

ଜଗଦୀପ ଧନଖଡ଼ଙ୍କ ପାଇଁ ବେଲ୍ ପାଇଥିଲେ ସଲମନ ଖାଁ

 ଭାରତର ଉପରାଷ୍ଟ୍ରପତି ଆସନରେ ବସିଥିବା ଜଗଦୀପ ଧନଖଡ଼ ଇସ୍ତଫା ଦେଲା ପରେ  ତାଙ୍କୁ ନେଇ ଅନେକ ସତ ସାମ୍ନାକୁ ଆସିଛି। ପଲିଟିକ୍ସକୁ ଆସିବା ପୂର୍ବରୁ ଓକିଲାତି କରୁଥିଲେ ଜଗଦିପ ଧଡ଼ଖଡ଼। ଉପରାଷ୍ଟ୍ରପତି ରାଜ୍ୟପାଳ ହେବା ପୂର୍ବରୁ ସେ ଜଣେ ପ୍ରସିଦ୍ଧ ଓକିଲ ଥିଲେ। ଅନେକ ଚର୍ଚ୍ଚିତ କେଶ୍ ଲଢି ଚର୍ଚ୍ଚାକୁ ମଧ୍ୟ ଆସିଛନ୍ତି । ସଲମାନ ଖାଁଙ୍କୁ ବେଲ୍ ମିଳିବାରେ ଜଗଦୀପ ଧନଖଡ଼ଙ୍କ ହାତ ଥିଲା। ନିଜର ବଳିଷ୍ଠ ଯୁକ୍ତି ବଳରେ ଅନେକ ସେଲିବ୍ରେଟିଙ୍କୁ ବେଲ୍ ମିଳିଛି। ସେଲିବ୍ରେଟିଙ୍କ କେଶ୍ ଲଢନ୍ତି ଜଗଦୀପ ଧନଖଡ଼। ସଲମାନ ଖାଁ, ସୈଫ୍ ଅଲ୍ଲୀ ଖାଁ ସୋନାଲୀ ବେନ୍ଦ୍ରେଙ୍କ କେଶ୍ ଲଢିଛନ୍ତି । ଉପରାଷ୍ଟ୍ରପତି ହେବା ପୂର୍ବରୁ ଜଗଦୀପ ଧନଖଡ଼ ହାଇ ପ୍ରୋଫାଇଲ ଲୟର ଥିଲେ।ବହୁ ଚର୍ଚ୍ଚିତ ମାମଲାରେ ସେ  ଓକିଲାତି କରିଛନ୍ତି।

୧୯୯୮ ମସିହାରେ ଜଗଦୀପ ଧନଖଡ଼ ସଲମାନ ଖାନଙ୍କ ସହ ଜଡ଼ିତ କୃଷ୍ଣସାର ମୃଗ ଶିକାର ମାମଲାରେ ଲଢ଼ିଥିଲେ। ଏହି ମାମଲାରେ ସେ ସଲମାନ ଖାନ, ସୈଫ ଅଲୀ ଖାନ, ତବୁ, ନୀଲମ ଏବଂ ସୋନାଲୀ ବେନ୍ଦ୍ରେଙ୍କ ଭଳି ଅନ୍ୟ ଅଭିଯୁକ୍ତଙ୍କ ପାଇଁ ପକ୍ଷ ରଖିଥିଲେ। ଧନଖଡଙ୍କ ଯୋଗୁଁ ଏହି ଅଭିନେତାଙ୍କୁ ବେଲ୍ ମିଳିଥିଲା । ସୂରଜ ବଡ଼ଜାତିୟାଙ୍କ ନିର୍ଦ୍ଦେଶନାରେ ‘ହମ ସାଥ-ସାଥ ହେଁ’ ଚଳଚ୍ଚିତ୍ରର ସୁଟିଂ ସମୟରେ ରାଜସ୍ଥାନର ଯୋଧପୁର ନିକଟସ୍ଥ କନକାନି ଗାଁରେ କୃଷ୍ଣସାର ମୃଗ ଶିକାର ଘଟଣା ଘଟିଥିଲା। ଏହି ମାମଲାରେ ଦୁଇଟି କୃଷ୍ଣସାର ମୃଗ ଶିକାର ହୋଇଥିବା ଅଭିଯୋଗ ଉଠିଥିଲା। ଭାରତର ବନ୍ୟଜନ୍ତୁ ସୁରକ୍ଷା ଅଧିନିମ-୧୯୭୨ ଅନୁଯାୟୀ, ଲୁପ୍ତପ୍ରାୟ ପ୍ରଜାତି ଭାବେ କୃଷ୍ଣସାର ମୃଗକୁ ଅନ୍ତର୍ଭୂକ୍ତ କରାଯାଇଛି। ତେଣୁ ଏମାନଙ୍କୁ ଶିକାର କରିବା ଏକ ଆଇନଗତ ଅପରାଧ ହୋଇଥିବାରୁ ଏଥିରେ  ସଲମାନ ଖାଁ ଛନ୍ଦି ହୋଇଥିଲେ । ସଲମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ସେହି ବର୍ଷ ସଲମାନ ଖାନଙ୍କୁ ଯୋଧପୁର ପୋଲିସ ଆରେଷ୍ଟ କରିଥିଲା। ଏ ମାମଲାରେ ସଲମାନଙ୍କ ପାଇଁ ଯୁକ୍ତି କରିଥିବା ପ୍ରଥମ ଓକିଲ ଥିଲେ ଧନଖଡ। ୧୯୯୮ରେ ସେ ସଲମାନ ଓ ଅନ୍ୟମାନଙ୍କୁ ବେଲ ମିଳିବାରେ ସାହାଯ୍ୟ କରିଥିଲେ।

ରାଜଧାନୀ ସୁଖ ସରିଲା : ହରଡ଼ଘଣାରେ ପୂର୍ବତନ ସାଂସଦଙ୍କ ସ୍ୱାମୀ

ମୋହନ ମାଝୀ ସରକାରଙ୍କ ହାବୁଡରେ ପଡ଼ିଛନ୍ତି BJD ମାର୍କା OAS ଅଫିସର ସରକାରୀ ଚାକିରୀରେ ରହି ନବୀନ ପଟ୍ଟନାୟକଙ୍କ ଗୁଣଗାନ କରିବା ମହଙ୍ଗା ପଡ଼ିଛି । BJD ଫ୍ରେଣ୍ଡଲି ବାବୁଙ୍କୁ ମିଳୁଛି ବଦଳି ଦଣ୍ଡ। ଯୋଉଥିରେ ଯୋଡ଼ି ହେଇଛନ୍ତି ପୂର୍ବତନ BJD ସାଂସଦ ସର୍ମିଷ୍ଠା ସେଠୀଙ୍କ ସ୍ୱାମୀ ରବୀନ୍ଦ୍ର ସେଠୀ ପୂର୍ବରୁ ନବୀନ ନିବାସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରୁଥିଲେ ରବି ବାବୁBJDର ପରାଜୟ ପରେ ଓଡ଼ିଶା ବନ ଉନ୍ନୟନ ନିଗମର ମୁଖ୍ୟ  ପ୍ରବନ୍ଧକ ଭାବେ ଭୁବନେଶ୍ୱରରେ ଦାୟିତ୍ଵ ପାଇଲେ। ଏବେ ତାଙ୍କୁ KBKର ଯୁଗ୍ମ ପରିଚାଳକ ଭାବେ ବଦଳି କରାଯାଇଛି ରାଜଧାନୀରୁ କୋରାପୁଟ ବିଦା ହେଇଛନ୍ତି OAS ଅଫିସର ରବୀନ୍ଦ୍ର ସେଠୀ।

OAS ଆନ୍ଦୋଳନର ମାଷ୍ଟର ମାଇଣ୍ଡ
BJD ସରକାର ସମୟରେ ରବୀନ୍ଦ୍ର ସେଠୀ ପାୱାରଫୁଲ ଥିଲେକିନ୍ତୁ BJD କ୍ଷମତାରୁ ହଟିବା ପରେ ମଧ୍ୟ ସରକାରୀ ଖୋଳପା ଭିତରେ ରହି ନବୀନଙ୍କ ଚାଲର ଗୋଟି ଚଳାଉଥିଲେ ରବି ବାବୁ। ଗତ ଜୁନ୍ 30ରେ BMC ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମରା ଘଟଣାରେ ରାଜନୀତି ତୀବ୍ର ହୋଇଥିଲାମାଡ଼ ମାରିଥିବା ବ୍ୟକ୍ତିମାନଙ୍କୁ ଗିରଫ କରିବା ସତ୍ତ୍ୱେ BJP ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଆରେଷ୍ଟ ଦାବି କରିଥିଲା OAS ସଙ୍ଘଏପରିକି ଅଫିସର ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ରାଜ୍ୟସାରା ଅଚଳାବସ୍ଥା ସୃଷ୍ଟି କରିଥିଲେ ଓ ସରକାରଙ୍କୁ ନାକେଦମ କରିଥିଲେ। ଯାହାର ମାଷ୍ଟର ମାଇଣ୍ଡ, ରବୀନ୍ଦ୍ର ସେଠୀ ଥିଲେ ବୋଲି କୁହାଗଲା

ଜଗାଙ୍କ ଗିରଫର ପ୍ରତିଶୋଧ
ବାଧ୍ୟ ହୋଇ କମିଶନରେଟ୍ ପୋଲିସ ଜଗନ୍ନାଥ ପ୍ରଧାନଙ୍କ ଗିରଫ କରିଥିଲା ତେବେ OAS ସଂଘର ଛତ୍ରଛାୟାରେ ରହି ମୋହନ ସରକାରକୁ ଅକଳରେ ପକାଉଥିବା BJD ମାର୍କା ରବି ସେଠୀଙ୍କ ଉପରେ ହୋଇଛି ସର୍ଜିକାଲ ଷ୍ଟ୍ରାଇକ୍BJDର ମାମଲତକାର ସାଜିଥିବା ରବୀନ୍ଦ୍ର ସେଠୀଙ୍କୁ କୋରାପୁଟ ବଦଳି କରାଯାଇଥିବା ବେଳେ ଆଗକୁ ବି କାହାର ପାଳି ପଡ଼ିପାରେ !

ଉପରାଷ୍ଟ୍ରପତିଙ୍କୁ କିଏ ଦିଅନ୍ତି ଭୋଟ୍

ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଇସ୍ତଫା ଦେଲା ନୂଆ ଉପରାଷ୍ଟ୍ରପତି ଚୟନ ପ୍ରକ୍ରିୟା ପାଇଁ ପ୍ରକ୍ରିୟା  ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର ଦେଶକୁ ମିଳିବେ ନୂଆ ଉପରାଷ୍ଟ୍ରପତି। କମ୍ ଦିନ ଭିତରେ  ନିର୍ବାଚନ ତାରିଖ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜଗଦୀପ ଧନଖଡ଼ ଇସ୍ତଫା ଦେଇଥିବା ବେଳେ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ଏବଂ ଏହାର ନିର୍ବାଚନ ପ୍ରକ୍ରିୟା କେମିତି ହେବ ସେନେଇ ଚର୍ଚ୍ଚା। ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ନାମ ସାମ୍ନାକୁ ଆସିନାହିଁ ତଥାପି ଅନେକ ନେତାଙ୍କ ନାଁ ଚର୍ଚ୍ଚାକୁ ଆସିଛି।

ଉପରାଷ୍ଟ୍ରପତି ନିର୍ବାଚନ: କିଏ ଦିଅନ୍ତି ଭୋଟ୍ ?
ଉପରାଷ୍ଟ୍ରପତିଙ୍କ ନିର୍ବାଚନରେ ସାଧାରଣ ଜନତା ଭାଗ ନିଅନ୍ତି ନାହିଁ । ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ହିଁ ଏ ଭୋଟର ଅଂଶଗ୍ରହଣ କରନ୍ତି। 
ଲୋକସଭାର ୫୪୩ ଜଣ ସାଂସଦ ଏବଂ ରାଜ୍ୟସଭାର ୨୫୦ ଜଣ ସାଂସଦଙ୍କୁ ମିଶାଇ ମୋଟ୍ ୭୯୩ ଜଣ ସଦସ୍ୟ ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇଥାଆନ୍ତି। ଏ ଭୋଟ ହିଁ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରେ। ଉପରାଷ୍ଟ୍ରପତିଙ୍କ ନିର୍ବାଚନ ଆନୁପାତିକ ପ୍ରତିନିଧିତ୍ୱ ପଦ୍ଧତି ଅନୁସାରେ ହୋଇଥାଏ। ଏଥିରେ ଭୋଟିଂ ଏକ ବିଶେଷ ପ୍ରଣାଳୀରେ ହୁଏ, ଯାହାକୁ ଏକକ ସଂକ୍ରମଣୀୟ ଭୋଟ୍ ପ୍ରଣାଳୀ କୁହାଯାଏ। ଭୋଟିଂ ସମୟରେ ଭୋଟରଙ୍କୁ ଗୋଟିଏ ହିଁ ଭୋଟ୍ ଦେବାକୁ ପଡ଼େ, କିନ୍ତୁ ତାଙ୍କୁ ନିଜ ପସନ୍ଦ ଆଧାରରେ ପ୍ରାର୍ଥୀମାନଙ୍କ ପାଇଁ ପ୍ରାଥମିକତା ସ୍ଥିର କରିବାକୁ ହୋଇଥାଏ । ବାଲାଟ୍ ପେପରରେ ଭୋଟରଙ୍କୁ ନିଜର ପ୍ରଥମ ପସନ୍ଦକୁ ୧, ଦ୍ୱିତୀୟ ପସନ୍ଦକୁ ୨ ଏବଂ ସେହି କ୍ରମରେ ପ୍ରାଥମିକତା ସ୍ଥିର କରିବାକୁ ପଡ଼େ। 

ଉପରାଷ୍ଟ୍ରପତି ହେବା ପାଇଁ ଯୋଗ୍ୟତା କ?
ଉପରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ପ୍ରଥମ ଯୋଗ୍ୟତା ହେଉଛି ଭାରତର ନାଗରିକତ୍ୱ । ତାଙ୍କ ବୟସ ୩୫ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ ଏବଂ ସେ ରାଜ୍ୟସଭା ସଦସ୍ୟ ଭାବରେ ନିର୍ବାଚିତ ହେବାର ସମସ୍ତ ଯୋଗ୍ୟତା ପୂରଣ କରୁଥିବା ଆବଶ୍ୟକ ।  ଉପରାଷ୍ଟ୍ରପତି ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କୁ ୧୫ ହଜାର ଟଙ୍କା ଜମା କରିବାକୁ ମଧ୍ୟ ପଡ଼ିଥାଏ । ନିର୍ବାଚନରେ ହାରିଗଲେ କିମ୍ବା ମୋଟ ଭୋଟର ୧/୬ ଭାଗ ଭୋଟ୍ ନ ପାଇଲେ ଏହି ରାଶି ଫେରସ୍ତ ହୋଇଯାଏ ।

ସାଂସଦଙ୍କ ସତର୍କବାଣୀ : ପଞ୍ଚାୟତ ନିର୍ବାଚନରେ ଦଶା ଭୋଗିବ BJP

  • ମୁଖ୍ୟମନ୍ତ୍ରୀଙ୍କ ଉପରେ ଭୀଷଣ କ୍ଷୁବ୍ଧ ହେଇଛନ୍ତି ବିଜେପି ସାଂସଦ ।
  • ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଆଗରେ ବିଜେପିର 18 ସାଂସଦ ଅସନ୍ତୋଷ ଝାଡିଛନ୍ତି ।
  • ସମସ୍ତଙ୍କ ସମାନ ଅଭିଯୋଗ, ଓଡ଼ିଶାରେ ସରକାର ଠିକ ଭାବେ ଚାଲୁନାହିଁ ।
  • ଓଡ଼ିଶାରେ ବିଜେପିର 25 ବର୍ଷିଆ ଶାସନର ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ସପ୍ନ ଦେଖୁଛନ୍ତି, ସେହି ସପ୍ନ ଅଧୁରା ରହିଯିବ।
  • ରାଜ୍ୟ ସରକାରଙ୍କ ପ୍ରଶାସନିକ ବିଫଳତା କାରଣରୁ ଭୈରବ ପାଣ୍ଡିଆନ, ଏବେ ବାହାରକୁ ଆସିବା ପାଇଁ ସୁଯୋଗ ପାଉଛନ୍ତି।
  • ସାଂସଦ ମାନଙ୍କୁ ମୁଖ୍ୟମନ୍ତ୍ରୀ, ଆଦୌ ବିଶ୍ଵାସକୁ ନେଉନାହାଁନ୍ତି। କୌଣସି ପ୍ରସଙ୍ଗରେ ସେମାନଙ୍କ ସହ ଆଲୋଚନା ବି କରୁନାହାଁନ୍ତି ।
  • ଆଉ ଦେଢ଼ ବର୍ଷ ପରେ ପଞ୍ଚାୟତ ନିର୍ବାଚନ। ତା’ପୂର୍ବରୁ ଅବ୍ୟବସ୍ଥା ସଜାଡ଼ିବାକୁ ପଡ଼ିବ। ନହେଲେ ହୁଏତ ପଞ୍ଚାୟତ ସ୍ତରରେ କ୍ଷମତା ହାତେଇବା ସମ୍ଭବ ହେବନାହିଁ ବୋଲି ସତର୍କବାଣୀ ଦେଇଛନ୍ତି ସାଂସଦ ।
  • ସରକାର ଓ ସଂଗଠନ ଭିତରେ ଯଦି ସଭାପତି ସଠିକ ସମନ୍ଵୟ ନରଖନ୍ତି, ତେବେ ଏହା ବଡ଼ ବିପଦ ଘଟାଇବ ବୋଲି ସାଂସଦ ମାନେ ଚେତାଇ ଦେଇଛନ୍ତି।
  • ସାଂସଦ ମାନଙ୍କର ଏଭଳି ଆଭିମୁଖ୍ୟକୁ ଗୋଟି ଗୋଟି କରି ଲେଖିଲେ, ବିଜେପି ସଂଗଠନ ସଂପାଦକ ମାନସ ମହାନ୍ତି

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାଂସଦ ମାନଙ୍କର ଏହି ବିଷୋଦଗାର ଓଡ଼ିଶାରେ ନୁହେଁ, ନୂଆଦିଲ୍ଲୀରେ ଦେଖିବାକୁ ମିଳିଛି। ଗତ ମଙ୍ଗଳବାର(22 ଜୁଲାଇ)ର ସେହି ବୈଠକ ହୋଇଛି, ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝର ସାଂସଦ ଅନନ୍ତ ନାଏକଙ୍କର ବାସଭବନରେ । ସେହି ବୈଠକରେ ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର ମଧ୍ୟ ଉପସ୍ଥିତ ଥିଲେ। 3 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ୱିନୀ ବୈଷ୍ଣବ ସେହି ବୈଠକକୁ ଆସିନଥିଲେ । ଅସୁସ୍ଥତା କାରଣରୁ ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଏବଂ ଦିଲ୍ଲୀ ବାହାରେ ଥିବା ପୁରୀ ସାଂସଦ ସମ୍ବିତ ପାତ୍ର ଅନୁପସ୍ଥିତ ଥିଲେ। ଆରମ୍ଭ କରିଥିଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀସଭାପତିଙ୍କୁ ସତ ଶୁଣିବାକୁ ଚାହୁଁଛନ୍ତି କି ?, ପ୍ରଶ୍ନ କରି, ରାଜ୍ୟ ସରକାରଙ୍କ ବିଫଳତାକୁ ଗୋଟି ଗୋଟି କରି ଗଣାଇ ଦେଲେ।

  • ଶୁଣିବାକୁ ମିଳୁଛି ସାଂସଦ ଅନନ୍ତ ନାଏକ କହିଲେ, ଦଲାଲଙ୍କ ଘେରରେ ଏବେ ମୁଖ୍ୟମନ୍ତ୍ରୀ ରହିଛନ୍ତି,
  • ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ, ମୋହନ ସରକାରଙ୍କ କାର୍ଯ୍ୟକଳାପର ବିଫଳତାକୁ ଶାଣିତ ଢଙ୍ଗରେ ଦଳର ନେତୃତ୍ୱଙ୍କ ଆଗରେ ବଖାଣିଛନ୍ତି,
  • ଉପମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ତଥା ବଲାଙ୍ଗିର ସାଂସଦ ସଂଗୀତା ସିଂହଦେଓ ଅତି ଭାବୁକ ହୋଇ ଓଡ଼ିଶା ସରକାରଙ୍କ ବିଫଳତାକୁ ବର୍ଣ୍ଣନା କରିଛନ୍ତି
                           ପୂର୍ଣ୍ଣକାଳୀନ ସଭାପତି ହେବା ପରେ ମନମୋହନ ସାମଲଙ୍କ ଦିଲ୍ଲୀରେ ସବୁ ସାଂସଦ ମାନଙ୍କ ସହ ଏହି ପ୍ରଥମ ବୈଠକର ରାଜନୈତିକ ଗୁରୁତ୍ଵ ରହିଛି । ଅବଶ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସରଳ ଲୋକ ବୋଲି ଅଧିକାଂଶ ସାଂସଦ କହିଥିଲେ। କିନ୍ତୁ ତାଙ୍କ ଅଫିସ ହିଁ ଦଳ, ନେତା ଓ ମୁଖ୍ୟମନ୍ତ୍ରୀଙ୍କ ଭିତରେ ବଡ଼ ପାଚେରୀ ଠିଆ କରାଇଛି । କେତେ ଜଣ ସାଂସଦ ମଧ୍ୟ ଦର୍ଶାଇଥିଲେ ଯେ ନବୀନ ପଟ୍ଟନାୟକଙ୍କ ସରକାରଙ୍କ ଅମଳରେ ଜଣେ ସବୁ ନିଷ୍ପତ୍ତି ନେଉଥିଲେ। ଆଉ କାହା ପାଖକୁ ଧାଇଁବାର ଆବଶ୍ୟକତା ନଥିଲା। କିନ୍ତୁ ଏ ସରକାରରେ 5 ଜଣ ମାମଲତି କରୁଛନ୍ତି। କାହା ପାଖକୁ ଗଲେ କାମ ହେବ କେହି ଜାଣି ପାରୁନାହାନ୍ତି ।
              ସାଂସଦମାନେ କହିଥିଲେ ଯେ, ଆଉ ଦେଢ଼ ବର୍ଷ ପରେ ପଞ୍ଚାୟତ ନିର୍ବାଚନ। ତା’ପୂର୍ବରୁ ଅବ୍ୟବସ୍ଥା ସଜାଡ଼ିବାକୁ ପଡ଼ିବ। ରଥଯାତ୍ରାରୁ ଆରମ୍ଭ କରି ଯେଉଁସବୁ ଘଟଣା ଘଟୁଛି ତାହା ଜନମାନସକୁ ପ୍ରଭାବିତ କରୁଛି । ସରକାର ଓ ସଂଗଠନ ଭିତରେ ଯଦି ସଭାପତି ସଠିକ୍ ସମନ୍ଵୟ ନରଖନ୍ତି ତେବେ ଏହା ବଡ଼ ବିପଦ ଘଟାଇବ ବୋଲି ସେମାନେ ମନମୋହନ ଏବଂ ବିଜୟପାଲଙ୍କୁ ଚେତାଇ ଦେଇଥିଲେ। ମନମୋହନ ସବୁ କଥା ଶୁଣିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଏବାବଦରେ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ଆସନ୍ତା 29 ତାରିଖରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଯିବାର ରହିଛି, ସେ ସମୟରେ ସାଂସଦ ମାନଙ୍କୁ ଭେଟିପାରନ୍ତି ।
    ଏହି ଷ୍ଟୋରୀକୁ ଲେଖିଛନ୍ତି, ବିଜୟ କେତନ ବରାଳ

କିଏ ସମ୍ଭାଳିବେ ରାଜ୍ୟସଭା

ଜୁଲାଇ 21ରେ ଉପରାଷ୍ଟ୍ରପତି ଆସନରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ଼। କାର୍ଯ୍ୟକାଳ ସରିବାକୁ ଆହୁରି ଦୁଇବର୍ଷ ବାକି ଥିଲା ବେଳେ ଜଗଦୀପ ଧନଖଡ଼ଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର୍। ରାଜ୍ୟସଭାର ମୁଖ୍ୟ ଦାୟିତ୍ୱ ଉପରାଷ୍ଟ୍ରପତିଙ୍କ ଉପରେ ନ୍ୟସ୍ତ ଥିବାରୁ ମୌସୁମୀ ଅଧିବେଶନ ସୁପରିଚାଳନା ପାଇଁ ଯଥାଶୀଘ୍ର ନିର୍ବାଚନ ହେବ। ଏମିତିରେ ବି ସମ୍ବିଧାନର ଧାରା ୬୮ର ଉପଧାରା ୨ ଅନୁଯାୟୀ ମୃତ୍ୟୁ, ଇସ୍ତଫା, ଅପସାରଣ କିମ୍ବା ଅନ୍ୟ କୌଣସି କାରଣରୁ ଉପରାଷ୍ଟ୍ରପତି ପଦ ଖାଲି ହେବା ପରେ ସେହି ପଦବୀ ପୂରଣ ପାଇଁ ଯଥାଶୀଘ୍ର ନିର୍ବାଚନ ହେବା ଜରୁରି। ଏହି ପଦ ପାଇଁ ନିର୍ବାଚିତ ବ୍ୟକ୍ତି ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ପୂରା ୫ ବର୍ଷ ପର୍ଯ୍ୟନ୍ତ ପଦରେ ରହିବେ।

ତେବେ ସୂଚନା ଅନୁଯାୟୀ ଭାରତୀୟ ନିର୍ବାଚନ କମିଶନ ଏହି ପ୍ରକ୍ରିୟା ଆରମ୍ଭ କରିବାର ସମ୍ଭାବନା ରହିଛି। ନୂତନ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପ୍ରକ୍ରିୟା ଗୋଟିଏ ମାସ ମଧ୍ୟରେ ସମାପ୍ତ ହେବ ବୋଲି ଆଶା କରାଯାଉଛି। ଯଦିଓ ଏଥିପାଇଁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିଜ୍ଞପ୍ତି ଜାରି ହୋଇନାହିଁ ତଥାପି ସମ୍ଭାବ୍ୟ ପ୍ରାର୍ଥିଙ୍କୁ ନେଇ ଅନୁମାନର ଅଙ୍କକଶା ଚାଲିଛି।ଉପରାଷ୍ଟ୍ରପତି ପ୍ରସଙ୍ଗରେ ବିଭିନ୍ନ ପ୍ରାର୍ଥିଙ୍କ ନାଁ ଚର୍ଚ୍ଚାକୁ ଆସୁଛି। ଯୋଉ ଚର୍ଚ୍ଚାରେ ଅଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଜେପିର ବରିଷ୍ଠ ନେତା ସାଙ୍ଗକୁ ବିରୋଧୀ ଦଳର ଚର୍ଚ୍ଚିତ ଚେହେରା ଯିଏ ଏବେ ବିଜେପି ମୁହାଁ । ତେବେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତାକୁ ହିଁ ଅପେକ୍ଷା ।
ଉପରାଷ୍ଟ୍ରପତି ରେସରେ ସବୁଠୁ ଆଗରେ ଅଛନ୍ତି ଜେପି ନଡ୍ଡା। ବିଜେପିର ଅଧ୍ୟକ୍ଷ ଭାବରେ କାମ କରି ଆସିଥିବା ନଡ୍ଡା ହୁଏତ ରାଜ୍ୟସଭା ଦାୟିତ୍ୱ ନେଇ ପାରନ୍ତି। ଏମିତିରେ ବି ଦେଖିବାକୁ ଗଲେ ବିଜେପିର ନୂଆ ଅଧ୍ୟକ୍ଷ ନିର୍ବାଚନ ଚୁଡ଼ାନ୍ତ ପ୍ରକ୍ରିୟାରେ ପହଞ୍ଚିଛି। ଖୁବ୍ ଶୀଘ୍ର ବିଜେପିକୁ ନୂଆ ରାଷ୍ଟ୍ରିୟ ଅଧ୍ୟକ୍ଷ ମିଳିବେ । 2020ରୁ ଏ ଦାୟିତ୍ୱ ସମ୍ଭାଳୁଥିବା ଜେପି ନଡ୍ଡା ଏଥିରୁ ମୁକ୍ତ ହେବାକୁ ଯାଉଥିବାରୁ ଏ ନୂଆ ଦାୟିତ୍ୱ ତାଙ୍କୁ ମିଳିପାରେ ବୋଲି ଚର୍ଚ୍ଚା ।

ଉପରାଷ୍ଟ୍ରପତି ଆସନକୁ ନେଇ ରିଲିଜିୟନ୍ ଚାଲ୍ ଖେଳିପାରେ ବିଜେପି । ବିଜେପିକୁ ମୁସଲମାନ ବିରୋଧି କହି ଅନେକ ସମୟରେ ସମାଲୋଚନା କରାଯାଉଥିବାରୁ ହୁଏତ ଜଣେ ଅଣହିନ୍ଦୁଙ୍କୁ ମଧ୍ୟ ଏ ଆସନ ମିଳିପାରେ। ଏମିତିରେ ବି ରାଜ୍ୟପାଳ ଆସନ ଛାଡ଼ି ଉପରାଷ୍ଟ୍ରପତି ହେବାର ଉଦାହରଣ କିଛି କମ୍ ନାହିଁ । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ବିହାର ରାଜ୍ୟପାଳ ଅରିଫ୍ ମହମ୍ମଦ ଖାଁଙ୍କୁ ଏ ଆସନ ମିଳିବାର ଚାନ୍ସ ବେଶୀ। କେବଳ ବିହାର ରାଜ୍ୟପାଳ ନୁହନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତୀଷ କୁମାର ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ଏମିତିରେ ଦେଖିବାକୁ ଗଲେ ବିଜେପି ଯେ ବିହାରର ମୁଖ୍ୟମନ୍ତ୍ରୀ ଆସନ ଚାହୁଁଛି ତାହା କାହାକୁ ଅଛପା ନାହିଁ । ଯୋଉଥିରେ ବାଧକ ସାଜୁଛନ୍ତି ନୀତୀଷ କୁମାର। ପଲଟୁରାମ କୁହାଯାଉଥିବା ନୀତୀଷ କ୍ଷମତା ନ ମିଳିଲେ କେତେବେଳେ ବି ମଙ୍ଗ ମୋଡ଼ି ପାରନ୍ତି। ସେ ଦୃଷ୍ଟିରୁ ଦେଖିବାକୁ ଗଲେ ହୁଏତ ନୀତୀଷଙ୍କୁ ବି ଗୁରୁତ୍ୱ ମିଳିପାରେ । ନୀତୀଷଙ୍କୁ ଉପରାଷ୍ଟ୍ରପତି ଭାବେ ଥଇଥାନ୍ କରିଦେଲେ ବିଜେପିକୁ ହୁଏତ ବିହାରର CM ସିଟଟା ବି ମିଳିଯାଇପାରେ। 

ତେବେ ଏସବୁ ଭିତରେ ରାଜ୍ୟସଭାର ଉପାଧ୍ୟକ୍ଷ ଥିବା ହରିବଂଶ ନାରାୟଣଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସୁଛି। ଜେଡ଼ିୟୁର ରାଜ୍ୟସଭା ସାଂସଦ ହରିବଂଶ ନାରାୟଣ 2018 ଓ 2024 ରେ ରାଜ୍ୟସଭା ଉପାଧ୍ୟକ୍ଷ ହୋଇଛନ୍ତି । ତାଙ୍କୁ ହୁଏତ ଉପରାଷ୍ଟ୍ରପତି କରି ରାଜ୍ୟସଭାର ସ୍ଥାୟୀ ଅଧ୍ୟକ୍ଷ କରାଯାଇପାରେ । ଏ ଲିଷ୍ଟରେ କଂଗ୍ରେସ ନେତା ଶଶୀ ଥରୁରଙ୍କର ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଶଶୀ ଥରୁରଙ୍କୁ କଂଗ୍ରେସ ଏବେ ଭୀଷଣ ଅବହେଳା କରୁଛି ଆଉ ଏମିତିରେ ବି ଶଶୀ ଥରୁର ମୋଦୀ ଶାହଙ୍କ ନିକଟତର ହେଉଛନ୍ତି। ବିଭିନ୍ନ ପ୍ରସଙ୍ଗରେ ମୋଦୀଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ହୁଏତ ଏଭଳି ଅପରଚ୍ୟୁନିଟିକୁ ବିଜେପି ମିସ୍ କରି ନପାରେ  ଶଶୀ ଥରୁରଙ୍କୁ ଉପରାଷ୍ଟ୍ରପତି କରି କଂଗ୍ରେସ ଶିବିରରରୁ ବଡ଼ ଯୋଦ୍ଧାଙ୍କୁ ନିଜ ଆଡ଼କୁ ଆଣିବନି ତ ବିଜେପି?