Category News

ଜେଲରେ ଛାତ୍ର ନେତା: କଲେଜ ଇଲେକ୍ସନରେ କିଏ ଧରିବେ କଂଗ୍ରେସର ମଙ୍ଗ

ଆଗକୁ ଛାତ୍ର ସଂସଦ ନିର୍ବାଚନ ଆସୁଛି। ଛାତ୍ର ସଂସଦ ନିର୍ବାଚନରେ ମୁଖ୍ୟତଃ BJD,BJP ଏବଂ କଂଗ୍ରେସ ପ୍ରାର୍ଥି ଦେଇ କଲେଜ ସ୍ତରରେ ରାଜନୈତିକ ମୂଳଦୁଆ ମଜବୁତ୍ କରନ୍ତି । ତ୍ରିମୁଖି ଲଢେଇର ଦାୟିତ୍ୱ ନିଅନ୍ତି ତିନି ଦଳର ଛାତ୍ର ସଭାପତି । ବିଜେଡ଼ିର ଛାତ୍ର ସଙ୍ଗଠନ ବିଜୁ ଛାତ୍ର ଜନତା ଦଳ(BCJD) ବିଜେପିର ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ଦାୟିତ୍ୱ ନେବାକୁ ସଭାପତି ରହିଥିଲା ବେଳେ କଂଗ୍ରେସ ଛାତ୍ର ସଙ୍ଗଠନର ମୁଖିଆ ନାହାନ୍ତି । ଜୁଲାଇ ୨୧ ତାରିଖରୁ ଉଦିତ ପ୍ରଧାନ ଛାତ୍ର କଂଗ୍ରେସ ସଭାପତି ପଦରୁ ବିଦା ହେବା ପରେ ଏହି ପୋଷ୍ଟ ଏବେ ଫାଙ୍କା ପଡ଼ିଛି। ବିନା ମୁଖିଆରେ ଚାଲିଛି ଛାତ୍ର କଂଗ୍ରେସ।

6 ବର୍ଷ ହେବ ବାତିଲ ହୋଇଥିବା ଛାତ୍ର ସଂସଦ ନିର୍ବାଚନ ପୁଣି ଆରମ୍ଭ ହେବ। ଛାତ୍ର କଂଗ୍ରେସ ସଭାପତି ରେସରେ ଏକାଧିକ ଚେହେରା ଅଛନ୍ତି। ଛାତ୍ର କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ସମ୍ପାଦକ ମନଷା ତ୍ରିପାଠୀ ଛାତ୍ର କଂଗ୍ରେସ ସଭାପତି ରେସରେ ଆଗରେ ଅଛନ୍ତି। ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସମ୍ପାଦକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର କଂଗ୍ରେସ ନେତା ଅଖିଳେଶ ଯାଦବ, ଛାତ୍ର କଂଗ୍ରେସର ନେତା ବିଭୂତି ଭୂଷଣ ମହାପାତ୍ର ମଧ୍ୟ ଛାତ୍ର ସଭାପତି ଲବିରେ ଅଛନ୍ତି । ଏମାନଙ୍କ ସହିତ ଅନ୍ୟ ଛାତ୍ର ନେତାଙ୍କ ନାଁ ଚର୍ଚ୍ଚାରେ ଥିଲା ବେଳେ ଭକ୍ତ ଦାସଙ୍କ ମୋହରକୁ ଅପେକ୍ଷା । ପୂର୍ବ ଅପେକ୍ଷା ଅଧିକ ଆକ୍ଟିଭ ହେଉଥିବା କଂଗ୍ରେସ କଲେଜ ସ୍ତରରେ ସଙ୍ଘଠନ ସୁଦୃଢ କରିବାକୁ ହେଲଷ ଟାଣୁଆ ନେତା ବାଛିବାକୁ ପଡ଼ିବ ।

BJP ପାଇଁ ଝିଅ ଅସୁରକ୍ଷିତ

ନାରୀ ମାନେ ନିଆଁରେ ଜାଳିହୋଇ ମୃତ୍ୟୁବରଣ କରିବା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। 4 ସପ୍ତାହରେ ଗଲାଣି ଚାରି ନାରୀଙ୍କ ଜୀବନ। ଜୁଲାଇ 12 ରୁ ଅଗଷ୍ଟ 12 ଅର୍ଥାତ ଗୋଟାଏ ମାସରେ ଚାରିଜଣ ନାରୀ ନିଆଁରେ ଜଳି ପ୍ରାଣ ହରାଇବା ଘଟଣାରେ ସୋସିଆଲ ମିଡ଼ିଆରେ ସମବେଦନା ଜଣାଇବା ସହ ଏଥିପାଇଁ BJP କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଗୋଟାଏ ମାସ ଭିତରେ ବାଲେଶ୍ୱର ଏଫ୍ ଏମ୍ କଲେଜ ଛାତ୍ରୀ, ବଳଙ୍ଗା ପୀଡ଼ିତା, ପଟ୍ଟାମୁଣ୍ଡାଇ ଯୁବତୀଙ୍କ ସହ ବରଗଡ଼ ଗାଇସିଲେଟର ଜଣେ ନାବାଳିକା ନିଆଁରେ ଜଳି ପ୍ରାଣ ହରେଇଛନ୍ତି। ରାଜ୍ୟରେ ଏଭଳି ଘଟଣା ବଢୁଥିବାରୁ କ୍ଷୋଭ ପ୍ରକାଶ କରିବା ସହ ପରୋକ୍ଷରେ ବିଜେପିକୁ ଟାର୍ଗେଟ କରିଛନ୍ତି।

ନବୀନ ପଟ୍ଟନାୟକ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ ‘‘ବିଜେପିର ଶାସନ, ବ୍ୟବସ୍ଥା ଉପରେ ଭରସା ବଜାୟ ରଖିବାରେ ବିଫଳ ହୋଇଛି। ଝିଅମାନଙ୍କ ପାଇଁ ସୁନିଶ୍ଚିତ ହେବା ସମ୍ଭବ ହେଉନି । ଯେଉଁଠି ସେମାନେ ସୁରକ୍ଷିତ ଥିବେ, ସେମାନଙ୍କ କଥା ଶୁଣା ଯାଉଥିବ ଏବଂ ସେମାନଙ୍କ ଗୁରୁତ୍ୱ ଥିବ। ଏପରି ହୃଦୟବିଦାରକ ଧାରାକୁ ରୋକିବା ପାଇଁ ବିଜେପି ସରକାର ଆଉ କେତେ ସମୟ ଅପେକ୍ଷା କରିବ? ବିଜେପି ସରକାରର ଏପରି ଅସ୍ୱାଭାବିକ ନୀରବତା ଏବଂ ସ୍ଥାଣୁତା ଓଡ଼ିଶାର ଝିଅମାନଙ୍କୁ ଆହୁରି ଅସୁରକ୍ଷିତ କରିଦେଉଛି।’’

ଓଡ଼ିଶାରେ ବନ୍ଦ ହେବ ଗୋଚାଲାଣ

ଓଡ଼ିଶାରେ ଗୋହତ୍ୟା ବନ୍ଦ ହେବ । ଗୋହତ୍ୟା ବନ୍ଦ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଗୋହତ୍ୟା ହୋଇପାରିବନି। ଏଥର ଓଡ଼ିଶାରେ ଗୋହତ୍ୟା ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ହାଇକେର୍ଟ । ଓଡ଼ିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ୧୯୬୦କୁ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । 

ରାଜ୍ୟରେ ଗୋଚାଲାଣ ଓ ଗୋହତ୍ୟା ଭଳି ଅପରାଧ ଦିନକୁ ଦିନ ବଢ଼ୁଛି। ଗୋ ହତ୍ୟା ଏବଂ ଗୋ ଚାଲାଣ ଯୋଗୁଁ ଗାଇଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ଆଇନ ଆଖିରେ ଧୂଳିଦେଇ ଗୋଚାଲାଣକାରୀ ନିର୍ଦ୍ୱନ୍ଦରେ ଗୋ ଚାଲାଣ କରୁଛନ୍ତି। ରାଜ୍ୟରୁ ପ୍ରତେକ ଦିନ ହଜାରହଜାର ଗାଇଙ୍କ ଚାଲାଣ ହେଉଛି। ପ୍ରତିଦିନ କେଉଁଠି ନା କେଉଁଠି ଗୋଚାଲାଣ ବେଳେ ଗାଡ଼ି ଧରାପଡ଼ିବାର ଖବର ଆସୁଛି। ଆଉ କେଉଁଠି ଗୋମାଂସ ଚୋରା ଚାଲାଣ ହେଉଛି ତ କେଉଁଠି ଗୋଚାଲାଣ। ପୋଲିସ ଅନେକ ସ୍ଥାନରେ ଜବତ କରୁଥିଲା ବେଳେ କିଛି କିଛି ଜାଗାରେ ବ୍ୟକ୍ତିଗତ ଫାଇଦା ପାଇଁ ସବୁ ଦେଖି ଅଣଦେଖା ମଧ୍ୟ ହେଉଛନ୍ତି । ପୂର୍ବରୁ ବିଜେଡି ସରକାରଠାରୁ ଆରମ୍ଭ କରି ବର୍ତ୍ତମାନର ବିଜେପି ସରକାର ପର୍ଯ୍ୟନ୍ତ ସମସ୍ତେ ଯେମିତି ଏଭଳି ଗୁରୁତ୍ତର ପ୍ରସଙ୍ଗକୁ କଡ଼ାକଡ଼ି ଭାବରେ ପ୍ରାଧାନ୍ୟ ଦେଇ ନାହାନ୍ତି । ଯେଉଁ,ଥିପାଇଁ ଗୋ ଚାଲାଣ ବନ୍ଦ ହେବା ପରିବର୍ତ୍ତେ ଦିନକୁଦିନ ବଢିବାରେ ଲାଗିଛି । ଯଦିଓ ଏହି ସବୁକୁ ରୋକିବା ପାଇଁ ଅନେକ ସମାଜସେବୀ ଏବଂ ସାଧାରଣ ଲୋକ ନିବେଦନ କରିଆସୁଛନ୍ତି , ସରକାର କିନ୍ତୁ  ଏହା ଉପରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ତେବେ ଓଡ଼ିଶା ହାଇକୋର୍ଟ ଏ ପ୍ରସଙ୍ଗକୁ ଗୁରୁତ୍ତର ସହ ନେବା ସହିତ ଗୋଚାଲଶଣ ଓ ଗୋମାଂସ ଚାଲାଣ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଯଦି ଓଡ଼ିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ୧୯୬୦କୁ  କଡ଼ାକଡ଼ି ପାଳନ କରିବେ ତେବେ ହୁଏତ ଓଡ଼ିଶାରେ ଗୋଚାଲାଣ ଓ ଗୋମାଂସ ଚାଲାଣ ବନ୍ଦ ହେବା ସହିତ ଗୋମାତା ସୁରକ୍ଷିତ ରହି ପାରନ୍ତେ ।

ବନ୍ଦ ହେବ ରେଜିଷ୍ଟର୍ଡ ଡାକ ସେବା

ଭାରତୀୟ ଡାକ ସେବାର ବଡ଼ ନିଷ୍ପତ୍ତି। ରେଜିଷ୍ଟ୍ରେଡ ଡାକ ସେବାର ଯୁଗ ସରିବାକୁ ଯାଉଛି। ଏଥର ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ। ଡ଼ାକସେବା ମହଙ୍ଗା ହେବ । ସେପ୍ଟେମ୍ବର ୧ ରୁ ଦେଶରେ ରେଜିଷ୍ଟ୍ରେଡ ଡାକ ସେବା ବନ୍ଦ ହେବ ୫୦ ବର୍ଷରୁ ଅଧିକ ସମୟ ଧରି ରେଜିଷ୍ଟ୍ରେଡ ଡାକସେବା ଲୋକଙ୍କ ବିଶ୍ୱାସ ଜିତିଥିଲା 25 ଟଙ୍କାରେ ପଠାଯାଇ ପାରୁଥିଲା ଗୁରୁତ୍ୱପୁଣ୍ଣ ଚିଠି। ମାତ୍ର ଏବେ ଏ ସବୁ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିବ। ରେଜେଷ୍ଟ୍ରି ଚିଠି ବଦଳରେ କରିବାକୁ ପଡ଼ିବ ସ୍ପିଡ ପୋଷ୍ଟ । ଯାହାପାଇଁ ଚିଠିପିଛା ଆହୁରି 16 ଟଙ୍କା ଅଧିକ ଦେବାକୁ ପଡ଼ିବ । ସବୁବର୍ଗର ଲୋକ ଏଥିରେ ପ୍ରଭାବିତ ହେଉଥିଲା ବେଳେ ଆର୍ଥିକ ଅନଗ୍ରସର ଏବଂ ମଧ୍ୟମ ଧରଣର ଲୋକ,କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ଏହା ବିଶେଷ ପ୍ରଭାବ ପକାଇବଗୁରୁତ୍ୱପୂର୍ଣ୍ଣ  ଚିଠି,ରାକ୍ଷୀ ଆଦି ପଠାଇବାକୁ ପକେଟରୁ ଅଧିକ  ଟଙ୍କା ଗଣିବାକୁ ପଡ଼ିବ। ଗୁରୁତ୍ତ୍ୱପୁର୍ଣ୍ଣ ଚିଠି, ସରକାରି ନୋଟିସ୍, ସରକାରୀ ଦସ୍ତାବିଜ, ନିଯୁକ୍ତି ପତ୍ର ରେଜିଷ୍ଟ୍ରି ପୋଷ୍ଟରେ ଆସ । କୋଟି କୋଟି ଭାରତୀୟ ଏ ସେବା ଉପରେ  ନିର୍ଭର କରନ୍ତି  । ରାକ୍ଷୀ, ବହି ଭଳି ଗୁରୁତ୍ୱ ରଖୁଥିବା ଜିନିଷ ମଧ୍ୟ ଭରସାର ସହ ରେଜେଷ୍ଟ୍ରି ମାଧ୍ୟମରେ ଡାକରେ ପଠାନ୍ତି । କମ୍ ଖର୍ଚ୍ଚରେ ଡାକସେବାରେ ଏସବୁ ସମ୍ଭବ ହେଉଥିଲା । ମାତ୍ର ଘରୋଇକରଣରେ ମାତିଥିବା ସରକାର ଲୋକଙ୍କ ପାଇଁ ପ୍ରଜୁର୍ଯ୍ୟ ଏ ସେବାର ମଧ୍ୟ ଘରୋଇକରଣ କରିଥିବା ଚର୍ଚ୍ଚା ହେଉଛି। ଡାକସେବା ରେ ଆଧୁନୀକରଣ ପାଇଁ ରେଜିଷ୍ଟ୍ରେଡ ଡାକ ସେବା ବନ୍ଦ ହେବା ସହ  ସ୍ପିଡ୍ ପୋଷ୍ଟ ସହ ମିଶ୍ରଣ ହେବ।

ସରକାରୀ ତଥ୍ୟ ଅନୁସାରେ ରେଜେଷ୍ଟ୍ରି ପୋଷ୍ଟର ଚାହିଦା କମୁଛି। ୨୦୧୧ରୁ 2012ରେ ୨୪କୋଟିରୁ ଅଧିକ ହୋଇଥିଲା ବେଳେ ୨୦୧୯ ରେ ଏ ସଂଖ୍ୟା କମି ୧୮ କୋଟିରେ ପହଞ୍ଚିଥିଲା  ।ରେଜିଷ୍ଟର୍ଡ ଚିଠିରେ 25% ହ୍ରାସ ହେବାରୁ ଏଭଳି ନିଷ୍ପତ୍ତି ନେଇଛି ଡାକବିଭାଗ । କୋରିଅର ସହ ପାଦ ମିଳାଇ ଚାଲି ପାରୁନଥିବାରୁ ସ୍ପିଡ୍ ପୋଷ୍ଟ ସହ ମର୍ଜ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏ ନିଷ୍ପତ୍ତି ପାଇଁ ଖର୍ଚ୍ଚ ବଢିବା ସହିତ ଅନେକ ଦିନ ଧରି ସେବା ଯୋଗାଇ ଆସୁଥିବା ରେଜିଷ୍ଟର୍ଡ ଚିଠିର ଯୁଗ ସରିବାକୁ ଯାଉଥିବାରୁ ଅସନ୍ତୋଷ ସୃଷ୍ଟି ହେଉଛି।

ଚୟନ କରିବା ବଦଳରେ, ହାତେଇ ନେଲେ ଅଧ୍ୟକ୍ଷ ପଦ

ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମନୋଜ ଆହୁଜା ବ୍ୟକ୍ତି ଏକ କିନ୍ତୁ ଅନେକ ପଦର ଅଧିକାରୀ ଓଡ଼ିଶାରେ ମୁଖ୍ୟ ଶାସନ ସଚିବ, ଦିଲ୍ଲୀରେ ମୁଖ୍ୟ ରେସିଡେନ୍ସ କମିଶନର ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଅଛନ୍ତି ମନୋଜ ଆହୁଜାନିୟମ କାନୁନକୁ ମାଡ଼ି ମକଚି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ପଦକୁ ମାଡ଼ି ବସିଛନ୍ତି । ପ୍ରଦୂଷଣ ବୋର୍ଡରେ ସ୍ୱଚ୍ଛତା ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି ଓଡ଼ିଶା ପ୍ରଶାସନିକ ସେବାର ମୁଖ୍ୟ ଶ୍ରୀଯୁକ୍ତ ଆହୁଜା ମହାଶୟ। ଗତ ବର୍ଷ ନଭେମ୍ବର 25 ତାରିଖରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଥିଲାସେହି ବିଜ୍ଞପ୍ତି ଅନୁସାରେ ଦେଶର ସମସ୍ତ ରାଜ୍ୟର ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତି ହେବା କଥା। ସେହି ବିଜ୍ଞପ୍ତି ଆଧାରରେ ଏକ ଚୟନ କମିଟି ଗଠନ ହେବପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ପଦ ପାଇଁ ଚୟନ କମିଟି ତିନି ଜଣଙ୍କ ନାଁ ସୁପାରିଶ କରିବ । ସେହି ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଭାବେ ସର୍ବାଧିକ ତିନି ବର୍ଷ ପାଇଁ ନିଯୁକ୍ତି ଦେଇ ପାରିବେ । ଏପରିକି ତିନି ବର୍ଷିଆ କାର୍ଯ୍ୟକାଳ ସରିବା ପୂର୍ବରୁ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ଯଦି ପଞ୍ଚଷଠି ବର୍ଷ ହେଇଯାଉଛି ତାହେଲେ ମଧ୍ୟ ତାଙ୍କୁ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପଡ଼ିବ ।

କିନ୍ତୁ ବିଡ଼ମ୍ବନା, ଚୟନ କମିଟିର ଅଧ୍ୟକ୍ଷ ହେବାକୁ ଯୋଗ୍ୟ ବ୍ୟକ୍ତି ମନୋଜ ଆହୁଜା, ଏବେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ପଦକୁ ହାତେଇ ନେଇଛନ୍ତି। ନିୟମ ଅନୁସାରେ ଚୟନ କମିଟିର ଅଧ୍ୟକ୍ଷ ହେବେ  ସମ୍ପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ।  ଏହାସହ ସେହି ଚୟନ କମିଟିରେ ଚାରି ଜଣ ସଦସ୍ୟ ରହିବେ।
ଚୟନ କମିଟିର ସ୍ୱରୁପ
1. ମୁଖ୍ୟ ଶାସନ ସଚିବ-ଅଧ୍ୟକ୍ଷ
2.ରାଜ୍ୟ କାର୍ମିକ ବିଭାଗର ପ୍ରମୁଖ ଶାସନ ସଚିବ-ସଭ୍ୟ
3.କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିର୍ଦ୍ଦେଶକ ପାହିଆର ଜଣେ ଅଧିକାରୀ-ସଭ୍ୟ
4.ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ଜଣେ ପରିବେଶ ବିଶେଷଜ୍ଞ-ସଭ୍ୟ
5.ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ-ସଭ୍ୟ
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚେୟାରମ୍ୟାନ ଚୟନ କମିଟିର ଅଧ୍ୟକ୍ଷ ହେବା କଥା ଶ୍ରୀଯୁକ୍ତ ଆହୁଜା। କିନ୍ତୁ ଚୟନ କରିବା ପରିବର୍ତ୍ତେ ସେହି ପଦକୁ  ମାଡ଼ି ବସିଛନ୍ତି ମନୋଜ ଆହୁଜା

ଅପରପକ୍ଷରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଆଇନ କାନୁନ ଜାଣି ମଧ୍ୟ ନିଜର ଫାଇଦା ପାଇଁ ଅତୀତରେ ଅନେକ ଥର ନିଜ ସ୍ୱାର୍ଥପର ମନୋଭାବର ପରିଚୟ ଦେଇଛନ୍ତି । ଓଡ଼ିଶାରେ ଚାକିରୀ ସୃଷ୍ଟି ସହିତ ଉତ୍ପାଦକ ରୋଜଗାର ସୁବିଧା ନିମନ୍ତେ  ନିଜ ସ୍ତ୍ରୀ ଆରତୀ ଆହୂଜାଙ୍କ ସମ୍ପୃକ୍ତି ଥିବା କନଭର୍ଜେନ୍ସ ଫାଉଣ୍ଡେସନ TCF ସହ MOU ସ୍ୱାକ୍ଷର ହୋଇଛି । TCFର ଶାଖା ଦ ଉଦଇତି ସଂସ୍ଥାର ପରାମର୍ଶଦାତା ବୋର୍ଡର ମେମ୍ବର ହେଉଛନ୍ତି ମନୋଜଙ୍କ ସ୍ତ୍ରୀଓଡ଼ିଶାର ବିଭିନ୍ନ ପ୍ରୋଜେକ୍ଟରେ ନିଜ ପରିବାରର ଫାଇଦା ଦେଖୁଥିବା ମନୋଜ ଆହୁଜା ସିଲେକ୍ସନ କରିବା ପରିବର୍ତ୍ତେ ନିଜକୁ ସିଲେକ୍ଟ କରୁଛନ୍ତି ।