Category News

ଓଡ଼ିଶାରେ ବନ୍ଦ ହେବ ଗୋଚାଲାଣ

ଓଡ଼ିଶାରେ ଗୋହତ୍ୟା ବନ୍ଦ ହେବ । ଗୋହତ୍ୟା ବନ୍ଦ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଗୋହତ୍ୟା ହୋଇପାରିବନି। ଏଥର ଓଡ଼ିଶାରେ ଗୋହତ୍ୟା ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ହାଇକେର୍ଟ । ଓଡ଼ିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ୧୯୬୦କୁ କଡ଼ାକଡ଼ି ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । 

ରାଜ୍ୟରେ ଗୋଚାଲାଣ ଓ ଗୋହତ୍ୟା ଭଳି ଅପରାଧ ଦିନକୁ ଦିନ ବଢ଼ୁଛି। ଗୋ ହତ୍ୟା ଏବଂ ଗୋ ଚାଲାଣ ଯୋଗୁଁ ଗାଇଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ଆଇନ ଆଖିରେ ଧୂଳିଦେଇ ଗୋଚାଲାଣକାରୀ ନିର୍ଦ୍ୱନ୍ଦରେ ଗୋ ଚାଲାଣ କରୁଛନ୍ତି। ରାଜ୍ୟରୁ ପ୍ରତେକ ଦିନ ହଜାରହଜାର ଗାଇଙ୍କ ଚାଲାଣ ହେଉଛି। ପ୍ରତିଦିନ କେଉଁଠି ନା କେଉଁଠି ଗୋଚାଲାଣ ବେଳେ ଗାଡ଼ି ଧରାପଡ଼ିବାର ଖବର ଆସୁଛି। ଆଉ କେଉଁଠି ଗୋମାଂସ ଚୋରା ଚାଲାଣ ହେଉଛି ତ କେଉଁଠି ଗୋଚାଲାଣ। ପୋଲିସ ଅନେକ ସ୍ଥାନରେ ଜବତ କରୁଥିଲା ବେଳେ କିଛି କିଛି ଜାଗାରେ ବ୍ୟକ୍ତିଗତ ଫାଇଦା ପାଇଁ ସବୁ ଦେଖି ଅଣଦେଖା ମଧ୍ୟ ହେଉଛନ୍ତି । ପୂର୍ବରୁ ବିଜେଡି ସରକାରଠାରୁ ଆରମ୍ଭ କରି ବର୍ତ୍ତମାନର ବିଜେପି ସରକାର ପର୍ଯ୍ୟନ୍ତ ସମସ୍ତେ ଯେମିତି ଏଭଳି ଗୁରୁତ୍ତର ପ୍ରସଙ୍ଗକୁ କଡ଼ାକଡ଼ି ଭାବରେ ପ୍ରାଧାନ୍ୟ ଦେଇ ନାହାନ୍ତି । ଯେଉଁ,ଥିପାଇଁ ଗୋ ଚାଲାଣ ବନ୍ଦ ହେବା ପରିବର୍ତ୍ତେ ଦିନକୁଦିନ ବଢିବାରେ ଲାଗିଛି । ଯଦିଓ ଏହି ସବୁକୁ ରୋକିବା ପାଇଁ ଅନେକ ସମାଜସେବୀ ଏବଂ ସାଧାରଣ ଲୋକ ନିବେଦନ କରିଆସୁଛନ୍ତି , ସରକାର କିନ୍ତୁ  ଏହା ଉପରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ତେବେ ଓଡ଼ିଶା ହାଇକୋର୍ଟ ଏ ପ୍ରସଙ୍ଗକୁ ଗୁରୁତ୍ତର ସହ ନେବା ସହିତ ଗୋଚାଲଶଣ ଓ ଗୋମାଂସ ଚାଲାଣ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଯଦି ଓଡ଼ିଶା ପ୍ରିଭେନସନ୍ ଅଫ୍ କାଓ ସ୍ଲଟର ଆକ୍ଟ ୧୯୬୦କୁ  କଡ଼ାକଡ଼ି ପାଳନ କରିବେ ତେବେ ହୁଏତ ଓଡ଼ିଶାରେ ଗୋଚାଲାଣ ଓ ଗୋମାଂସ ଚାଲାଣ ବନ୍ଦ ହେବା ସହିତ ଗୋମାତା ସୁରକ୍ଷିତ ରହି ପାରନ୍ତେ ।

ବନ୍ଦ ହେବ ରେଜିଷ୍ଟର୍ଡ ଡାକ ସେବା

ଭାରତୀୟ ଡାକ ସେବାର ବଡ଼ ନିଷ୍ପତ୍ତି। ରେଜିଷ୍ଟ୍ରେଡ ଡାକ ସେବାର ଯୁଗ ସରିବାକୁ ଯାଉଛି। ଏଥର ଲୋକଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିବ। ଡ଼ାକସେବା ମହଙ୍ଗା ହେବ । ସେପ୍ଟେମ୍ବର ୧ ରୁ ଦେଶରେ ରେଜିଷ୍ଟ୍ରେଡ ଡାକ ସେବା ବନ୍ଦ ହେବ ୫୦ ବର୍ଷରୁ ଅଧିକ ସମୟ ଧରି ରେଜିଷ୍ଟ୍ରେଡ ଡାକସେବା ଲୋକଙ୍କ ବିଶ୍ୱାସ ଜିତିଥିଲା 25 ଟଙ୍କାରେ ପଠାଯାଇ ପାରୁଥିଲା ଗୁରୁତ୍ୱପୁଣ୍ଣ ଚିଠି। ମାତ୍ର ଏବେ ଏ ସବୁ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିବ। ରେଜେଷ୍ଟ୍ରି ଚିଠି ବଦଳରେ କରିବାକୁ ପଡ଼ିବ ସ୍ପିଡ ପୋଷ୍ଟ । ଯାହାପାଇଁ ଚିଠିପିଛା ଆହୁରି 16 ଟଙ୍କା ଅଧିକ ଦେବାକୁ ପଡ଼ିବ । ସବୁବର୍ଗର ଲୋକ ଏଥିରେ ପ୍ରଭାବିତ ହେଉଥିଲା ବେଳେ ଆର୍ଥିକ ଅନଗ୍ରସର ଏବଂ ମଧ୍ୟମ ଧରଣର ଲୋକ,କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ଏହା ବିଶେଷ ପ୍ରଭାବ ପକାଇବଗୁରୁତ୍ୱପୂର୍ଣ୍ଣ  ଚିଠି,ରାକ୍ଷୀ ଆଦି ପଠାଇବାକୁ ପକେଟରୁ ଅଧିକ  ଟଙ୍କା ଗଣିବାକୁ ପଡ଼ିବ। ଗୁରୁତ୍ତ୍ୱପୁର୍ଣ୍ଣ ଚିଠି, ସରକାରି ନୋଟିସ୍, ସରକାରୀ ଦସ୍ତାବିଜ, ନିଯୁକ୍ତି ପତ୍ର ରେଜିଷ୍ଟ୍ରି ପୋଷ୍ଟରେ ଆସ । କୋଟି କୋଟି ଭାରତୀୟ ଏ ସେବା ଉପରେ  ନିର୍ଭର କରନ୍ତି  । ରାକ୍ଷୀ, ବହି ଭଳି ଗୁରୁତ୍ୱ ରଖୁଥିବା ଜିନିଷ ମଧ୍ୟ ଭରସାର ସହ ରେଜେଷ୍ଟ୍ରି ମାଧ୍ୟମରେ ଡାକରେ ପଠାନ୍ତି । କମ୍ ଖର୍ଚ୍ଚରେ ଡାକସେବାରେ ଏସବୁ ସମ୍ଭବ ହେଉଥିଲା । ମାତ୍ର ଘରୋଇକରଣରେ ମାତିଥିବା ସରକାର ଲୋକଙ୍କ ପାଇଁ ପ୍ରଜୁର୍ଯ୍ୟ ଏ ସେବାର ମଧ୍ୟ ଘରୋଇକରଣ କରିଥିବା ଚର୍ଚ୍ଚା ହେଉଛି। ଡାକସେବା ରେ ଆଧୁନୀକରଣ ପାଇଁ ରେଜିଷ୍ଟ୍ରେଡ ଡାକ ସେବା ବନ୍ଦ ହେବା ସହ  ସ୍ପିଡ୍ ପୋଷ୍ଟ ସହ ମିଶ୍ରଣ ହେବ।

ସରକାରୀ ତଥ୍ୟ ଅନୁସାରେ ରେଜେଷ୍ଟ୍ରି ପୋଷ୍ଟର ଚାହିଦା କମୁଛି। ୨୦୧୧ରୁ 2012ରେ ୨୪କୋଟିରୁ ଅଧିକ ହୋଇଥିଲା ବେଳେ ୨୦୧୯ ରେ ଏ ସଂଖ୍ୟା କମି ୧୮ କୋଟିରେ ପହଞ୍ଚିଥିଲା  ।ରେଜିଷ୍ଟର୍ଡ ଚିଠିରେ 25% ହ୍ରାସ ହେବାରୁ ଏଭଳି ନିଷ୍ପତ୍ତି ନେଇଛି ଡାକବିଭାଗ । କୋରିଅର ସହ ପାଦ ମିଳାଇ ଚାଲି ପାରୁନଥିବାରୁ ସ୍ପିଡ୍ ପୋଷ୍ଟ ସହ ମର୍ଜ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏ ନିଷ୍ପତ୍ତି ପାଇଁ ଖର୍ଚ୍ଚ ବଢିବା ସହିତ ଅନେକ ଦିନ ଧରି ସେବା ଯୋଗାଇ ଆସୁଥିବା ରେଜିଷ୍ଟର୍ଡ ଚିଠିର ଯୁଗ ସରିବାକୁ ଯାଉଥିବାରୁ ଅସନ୍ତୋଷ ସୃଷ୍ଟି ହେଉଛି।

ଚୟନ କରିବା ବଦଳରେ, ହାତେଇ ନେଲେ ଅଧ୍ୟକ୍ଷ ପଦ

ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ମନୋଜ ଆହୁଜା ବ୍ୟକ୍ତି ଏକ କିନ୍ତୁ ଅନେକ ପଦର ଅଧିକାରୀ ଓଡ଼ିଶାରେ ମୁଖ୍ୟ ଶାସନ ସଚିବ, ଦିଲ୍ଲୀରେ ମୁଖ୍ୟ ରେସିଡେନ୍ସ କମିଶନର ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଅଛନ୍ତି ମନୋଜ ଆହୁଜାନିୟମ କାନୁନକୁ ମାଡ଼ି ମକଚି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ପଦକୁ ମାଡ଼ି ବସିଛନ୍ତି । ପ୍ରଦୂଷଣ ବୋର୍ଡରେ ସ୍ୱଚ୍ଛତା ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି ଓଡ଼ିଶା ପ୍ରଶାସନିକ ସେବାର ମୁଖ୍ୟ ଶ୍ରୀଯୁକ୍ତ ଆହୁଜା ମହାଶୟ। ଗତ ବର୍ଷ ନଭେମ୍ବର 25 ତାରିଖରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଥିଲାସେହି ବିଜ୍ଞପ୍ତି ଅନୁସାରେ ଦେଶର ସମସ୍ତ ରାଜ୍ୟର ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତି ହେବା କଥା। ସେହି ବିଜ୍ଞପ୍ତି ଆଧାରରେ ଏକ ଚୟନ କମିଟି ଗଠନ ହେବପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ପଦ ପାଇଁ ଚୟନ କମିଟି ତିନି ଜଣଙ୍କ ନାଁ ସୁପାରିଶ କରିବ । ସେହି ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଭାବେ ସର୍ବାଧିକ ତିନି ବର୍ଷ ପାଇଁ ନିଯୁକ୍ତି ଦେଇ ପାରିବେ । ଏପରିକି ତିନି ବର୍ଷିଆ କାର୍ଯ୍ୟକାଳ ସରିବା ପୂର୍ବରୁ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ଯଦି ପଞ୍ଚଷଠି ବର୍ଷ ହେଇଯାଉଛି ତାହେଲେ ମଧ୍ୟ ତାଙ୍କୁ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପଡ଼ିବ ।

କିନ୍ତୁ ବିଡ଼ମ୍ବନା, ଚୟନ କମିଟିର ଅଧ୍ୟକ୍ଷ ହେବାକୁ ଯୋଗ୍ୟ ବ୍ୟକ୍ତି ମନୋଜ ଆହୁଜା, ଏବେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ପଦକୁ ହାତେଇ ନେଇଛନ୍ତି। ନିୟମ ଅନୁସାରେ ଚୟନ କମିଟିର ଅଧ୍ୟକ୍ଷ ହେବେ  ସମ୍ପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ।  ଏହାସହ ସେହି ଚୟନ କମିଟିରେ ଚାରି ଜଣ ସଦସ୍ୟ ରହିବେ।
ଚୟନ କମିଟିର ସ୍ୱରୁପ
1. ମୁଖ୍ୟ ଶାସନ ସଚିବ-ଅଧ୍ୟକ୍ଷ
2.ରାଜ୍ୟ କାର୍ମିକ ବିଭାଗର ପ୍ରମୁଖ ଶାସନ ସଚିବ-ସଭ୍ୟ
3.କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିର୍ଦ୍ଦେଶକ ପାହିଆର ଜଣେ ଅଧିକାରୀ-ସଭ୍ୟ
4.ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ଜଣେ ପରିବେଶ ବିଶେଷଜ୍ଞ-ସଭ୍ୟ
5.ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ଶାସନ ସଚିବ-ସଭ୍ୟ
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଚେୟାରମ୍ୟାନ ଚୟନ କମିଟିର ଅଧ୍ୟକ୍ଷ ହେବା କଥା ଶ୍ରୀଯୁକ୍ତ ଆହୁଜା। କିନ୍ତୁ ଚୟନ କରିବା ପରିବର୍ତ୍ତେ ସେହି ପଦକୁ  ମାଡ଼ି ବସିଛନ୍ତି ମନୋଜ ଆହୁଜା

ଅପରପକ୍ଷରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଆଇନ କାନୁନ ଜାଣି ମଧ୍ୟ ନିଜର ଫାଇଦା ପାଇଁ ଅତୀତରେ ଅନେକ ଥର ନିଜ ସ୍ୱାର୍ଥପର ମନୋଭାବର ପରିଚୟ ଦେଇଛନ୍ତି । ଓଡ଼ିଶାରେ ଚାକିରୀ ସୃଷ୍ଟି ସହିତ ଉତ୍ପାଦକ ରୋଜଗାର ସୁବିଧା ନିମନ୍ତେ  ନିଜ ସ୍ତ୍ରୀ ଆରତୀ ଆହୂଜାଙ୍କ ସମ୍ପୃକ୍ତି ଥିବା କନଭର୍ଜେନ୍ସ ଫାଉଣ୍ଡେସନ TCF ସହ MOU ସ୍ୱାକ୍ଷର ହୋଇଛି । TCFର ଶାଖା ଦ ଉଦଇତି ସଂସ୍ଥାର ପରାମର୍ଶଦାତା ବୋର୍ଡର ମେମ୍ବର ହେଉଛନ୍ତି ମନୋଜଙ୍କ ସ୍ତ୍ରୀଓଡ଼ିଶାର ବିଭିନ୍ନ ପ୍ରୋଜେକ୍ଟରେ ନିଜ ପରିବାରର ଫାଇଦା ଦେଖୁଥିବା ମନୋଜ ଆହୁଜା ସିଲେକ୍ସନ କରିବା ପରିବର୍ତ୍ତେ ନିଜକୁ ସିଲେକ୍ଟ କରୁଛନ୍ତି ।

AI ନେଉଛି IT ଚାକିରି

ଚାକିରି କ୍ଷେତ୍ରରେ ବଡ଼ ବିପଦ ସୃଷ୍ଟି ହେଉଛି । ୧୨ ହଜାର କର୍ମଚାରୀ ଚାକିରି ହରାଇବେ । AI ପାଇଁ ବିପଦରେ କର୍ମଚାରୀଙ୍କ ଚାକିରି  । TCSରେ ଚାକିରୀ କରୁଥିବା କର୍ମଚାରୀଙ୍କ କ୍ଷେତ୍ରରେ ଏମିତି ହେବାକୁ ଯାଉଛି । ଚାକିରି କ୍ଷେତ୍ରରେ ବଡ଼ ବିପଦ ଆସୁଥିବା କୁହାଯାଉଛି । ଟିସିଏସ୍‌ରେ 12 ହଜାର କର୍ମଚାରୀଙ୍କ ଛଟେଇ ନିଷ୍ପତ୍ତି ହୋଇଥିବା କୁହାଯାଉଛି । ଯଦିଓ ଏନେଇ କମ୍ପାନି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ମାତ୍ର ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ଚାଲିଛି । ଭାରତର ସର୍ବବୃହତ ସୂଚନା ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ ସଂସ୍ଥା ଟାଟା କନ୍‌ସଲ୍‌ଟାନ୍ସ ସର୍ଭିସେସ୍ ବା ଟିସିଏସ୍ ଏକ ବଡ଼ ଧରଣର ଛଟେଇ ଯୋଜନା ଘୋଷଣା କରିଥିବା କୁହାଯାଉଛି । କମ୍ପାନି ୨୦୨୬ ମଧ୍ୟରେ ନିଜର ପ୍ରାୟ ୨ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ, ଯାହାଫଳରେ ୧୨,୦୦୦ରୁ ଅଧିକ କର୍ମଚାରୀ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ଦେଶରେ ଅନେକ ଲୋକ ଏହି କମ୍ପାନି ଉପରେ ନିର୍ଭର କରନ୍ତି । ଭଲ ଦରମା ସାଙ୍ଗକୁ ଅନେକ ଯୋଜନା ମିଳୁଥିବାରୁ କମ୍ପାନିରେ ଚାକିରି କରିବା ପାଇଁ ଅନେକ ଆଶାୟୀ ଥାଆନ୍ତି । ମାତ୍ର କମ୍ପାନି ଏବେ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟିସିଏସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେ. କୃତିବାସନଙ୍କ ଅନୁଯାୟୀ, ବଦଳୁଥିବା ପ୍ରଯୁକ୍ତିବିଦ୍ୟା, ବିଶେଷକରି AI ର ବ୍ୟାପକ ପ୍ରୟୋଗ ଏବଂ କାର୍ଯ୍ୟଶୈଳୀରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି
IT Industryକମ୍ପାନି ଏହି ନିଷ୍ପତ୍ତି ନେଇଛି । ତେବେ ଯେଉଁ କର୍ମଚାରୀମାନେ ପ୍ରଭାବିତ ହେବେ ସେମାନଙ୍କୁ ସବୁ ପ୍ରକାର ସହାୟତା ମିଳିବ ବୋଲି କମ୍ପାନି ପ୍ରତିଶ୍ରୁତି ଦେଇଛି । ଏହି ସହାୟତା ପ୍ୟାକେଜରେ ଛଟେଇ ପ୍ୟାକେଜ୍, ନୋଟିସ୍ ଅବଧି ପାଇଁ ସମ୍ପୂର୍ଣ୍ଣ ଦରମା, ବର୍ଦ୍ଧିତ ସ୍ୱାସ୍ଥ୍ୟବୀମା ଆଦିକୁ ଅନ୍ତର୍ଭୁକ୍ତ କରାଯିବ ।

କୋହ୍ଲାପୁରରେ ପ୍ରତିଷ୍ଠା ହେଉଛି, ହାଇକୋର୍ଟ ସର୍କିଟ ବେଞ୍ଚ

ଚଳିତ ମାସ(ଅଗଷ୍ଟ) ୧୮ରୁ ମହାରାଷ୍ଟ୍ରର କୋହ୍ଲାପୁରରେ ହାଇକୋର୍ଟର ଏକ ସର୍କିଟ ବେଞ୍ଚ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ମହାରାଷ୍ଟ୍ରର ୬ଟି ଜିଲ୍ଲାବାସୀ ଯଥା- କୋହ୍ଲାପୁର, ସତାରା, ସଙ୍ଗଲି, ସୋଲାପୁର, ରତ୍ନଗିରି ଓ ସିନ୍ଧୁଦୁର୍ଗର ଲୋକମାନେ ଉପକୃତ ହେବେ । ପୂର୍ବରୁ ମହାରାଷ୍ଟ୍ରରେ ବମ୍ବେ ସମେତ ନାଗପୁର ଏବଂ ଔରଙ୍ଗାବାଦରେ ହାଇକୋର୍ଟର ଦୁଇଟି ସ୍ଥାୟୀ ବେଞ୍ଚ ରହିଛି। ଅର୍ଥାତ ମହାରାଷ୍ଟ୍ରର ପ୍ରାୟ ୧୩ କୋଟି ୩୯ ଲକ୍ଷ ଲୋକଙ୍କ ପାଇଁ ରାଜ୍ୟର ୩୬ଟି ଜିଲ୍ଲାରେ ହାଇକୋର୍ଟର ୩ଟି ବେଞ୍ଚ କାର୍ଯ୍ୟକାରୀ ହେଉଥିଲା। ଏବେ ଯୋଡି ହେବାକୁ ଯାଉଛି କୋହ୍ଲାପୁର ସର୍କିଟ ବେଞ୍ଚ
                            ଅନ୍ୟପଟେ ଓଡ଼ିଶାର ୩୦ଟି ଜିଲ୍ଲାର ଲୋକସଂଖ୍ୟା ପ୍ରାୟ ୪ କୋଟି ୮୦ ଲକ୍ଷ ହୋଇଥିବା ବେଳେ, ହାଇକୋର୍ଟର ଆଉ ଏକ ବେଞ୍ଚ ପ୍ରତିଷ୍ଠା ହୋଇପାରୁନାହିଁ। ଏପରିକି ଗତ ବର୍ଷ ସେପ୍ଟମ୍ବର ୨ରେ ବିଧାୟକ କଳିକେଶ ସିଂହ ଦେଓମନୋହର ରନଧାରୀଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ କୌଣସି ପ୍ରସ୍ତାବ ନାହିଁ। ସୁପ୍ରିମକୋର୍ଟଙ୍କ ଦ୍ୱାହି ଦେଇ ଓଡ଼ିଶା ସରକାର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି ।

ଅବଶ୍ୟ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ସମ୍ବଲପୁର ଆଇନଜୀବୀଙ୍କ ଆନ୍ଦୋଳନ ମାମଲାର ଶୁଣାଣି କରି ୨୦୨୨ ଡିସେମ୍ବରରେ ସୁପ୍ରିମକୋର୍ଟ କହିଥିଲେ ଯେ ଏବେ ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି ହୋଇଛି। ତେଣୁ ଓଡ଼ିଶାରେ ହାଇକୋର୍ଟର ଏକ ନୂଆ ବେଞ୍ଚ ପ୍ରତିଷ୍ଠା ଦାବି ଅପ୍ରସଙ୍ଗ ହୋଇଯାଇଛି। କିନ୍ତୁ ଭାରତର ପ୍ରଧାନ ବିଚାରପତି ବି.ଆର୍. ଗଭାଇ କୋହ୍ଲାପୁର ସର୍କିଟ ବେଞ୍ଚ ପ୍ରତିଷ୍ଠାକୁ ସମର୍ଥନ କରିଛନ୍ତି । ବିଭିନ୍ନ କେସରେ କୋହ୍ଲାପୁର ଅଞ୍ଚଳର ଲୋକମାନେ ବମ୍ବେ ହାଇକୋର୍ଟକୁ ଯିବା ଫଳରେ ଅସୁବିଧାର ସମ୍ମୁଖୀନ ହେବା ସହ ଖର୍ଚ୍ଚାନ୍ତ ହେଉଛନ୍ତି। କୋହ୍ଲାପୁର ହାଇକୋର୍ଟର ଏକ ଖଣ୍ଡପୀଠ ପ୍ରତିଷ୍ଠା ହେଲେ ଲୋକମାନଙ୍କୁ ମୁମ୍ବାଇ ଯିବାକୁ ପଡିବ ନାହିଁ।
      ଯଦି ବମ୍ବେ ହାଇକୋର୍ଟ ଠାରୁ ପ୍ରାୟ ୩୮୧ କିଲୋମିଟର ଦୂରରେ ଥିବା କ୍ଲୋହାପୁର ସର୍କିଟ ବେଞ୍ଚ ପ୍ରତିଷ୍ଠା ହୋଇପାରିଲା। ତେବେ କଟକ ଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ରହୁଥିବା ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ କାହିଁକି ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା କିପରି ଅପ୍ରାସଙ୍ଗିକ? ମହାରାଷ୍ଟ୍ର ୬ଟି ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଧ୍ୟାନ ଦେଇ ଯଦି କ୍ଲୋହାପୁରରେ ସର୍କିଟ ବେଞ୍ଚ ପ୍ରତିଷ୍ଠା ହେଉଛି ? ତାହେଲେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରାଯିବା ଉଚିତ କି ?
   ଦୋଷ ଲଦିବା ପାଇଁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଦେଇ ଚୁପ୍ ବସି ପଡୁଥିବା ପୂର୍ବର ବିଜେଡି ସରକାରଙ୍କ ବାଟରେ ବର୍ତ୍ତମାନର ବିଜେପି ସରକାର ଯିବେ ? ନା’ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ବାସ୍ତବ ରୂପ ଦେବେ ମୋହନ ମାଝୀଙ୍କ ସରକାର ?
ଏ ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ