Category News

ଛଡ଼ା ଫୁଲରୁ ଧୂପ ତିଆରି କରିବ BMC

ଭୁବନେଶ୍ୱରରେ ଆରମ୍ଭ ହେବ ନୂଆ ଯୋଜନା। ଗଣେଶ ପୂଜାରୁ ଏକ ନୂଆ ପ୍ରୋସେସ ଆପଣେଇବ ଭୁବନେଶ୍ୱର ମହାନଗର ନିଗମ (BMC) । ପୂଜା ହେଇସାରିଥିବା ଫୁଲରୁ ତିଆରି ହେବ ଧୂପକାଠି । ବଳିଥିବା ପୂଜା ଦ୍ରବ୍ୟକୁ ସଂଗ୍ରହ କରି ଧୂପକାଠି ତିଆରି କରିବାକୁ ବଡ଼ ପଦକ୍ଷେପ ନେବ ଭୁବନେଶ୍ୱର ମହାନଗର ନିଗମ। ଠାକୁରଙ୍କ ପୂଜାରେ ଲାଗିବ ପୂଜା ହେଇସାରିଥିବା ଫୁଲ ଆଗକୁ ଗଣେଶ ପୂଜା ଆସୁଛି, ଭୁବନେଶ୍ୱରରେ ଧୁମଧାମରେ ଏ ପର୍ବ ପାଳନ ହେବ ଭୁବନେଶ୍ୱରର ଅନେକ ଜାଗାରେ ପୁଜା ହେଉଥିବାରୁ ବହୁତ ପରିମାଣରେ ପୁଜାଫୁଲ ସହ ଅନେକ ପୁଜା ଉପକରଣ ବଳିବ । ଯାହାକୁ ଫିଙ୍ଗି ନଦେଇ ସେଥିରୁ ପୂଜା ଉପକରଣ ତିଆରି କରାଯିବା ଭଳି ଅଭିନବ ପଦକ୍ଷେପ ନିଆଯିବ । ଉତ୍ସବରେ ଲାଗି ହେଉଥିବା ଫୁଲ ଏବଂ ପୂଜାର୍ଚ୍ଚନ ପରେ  ବର୍ଜ୍ୟର ଅନୁପଯୁକ୍ତ ନିଷ୍କାସନ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରିବା ସହ ଭକ୍ତମାନଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଥାଏ । ପରିବେଶର ସ୍ୱଚ୍ଛତା ସହ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇ  ଭୁବନେଶ୍ୱର ମହାନଗର ନିଗମ ଫୁଲ ଏବଂ ପୂଜା ବର୍ଜ୍ୟରେ ଉପଯୁକ୍ତ ସଂଗ୍ରହ ଏବଂ ପ୍ରକ୍ରିୟାକରଣ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ସଂଗୃହୀତ ବର୍ଜ୍ୟରୁ ଧୂପକାଠି ଭଳି ମୂଲ୍ୟବାନ ଉତ୍ପାଦର ପ୍ରକ୍ରିୟାକରଣ କରାଯିବ । ଅର୍ଥାତ୍ ଠାକୁରଙ୍କ ପାଖରୁ ଆସୁଥିବା ଏହି ସମସ୍ତ ପୂଜାଫୁଲ ପୁଣି ସେହି ଠାକୁରଙ୍କ ପାଖରେ ଲାଗି ହେବ।

କେବଳ ଫୁଲ ଏବଂ ପୂଜା ବର୍ଜ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ପ୍ରତ୍ୟେକ ଜୋନରେ ଏକ ନିର୍ଦ୍ଦିଷ୍ଟ ସ୍ୱେଚ୍ଛାସେବୀ ସଂଗଠନକୁ ଗୋଟିଏ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯିବ ସେଥିରେ ଅନ୍ୟ କୌଣସି ଆବର୍ଜନା ସଂଗ୍ରହ କରାଯିବ ନାହିଁ। ସଂଗୃହୀତ ବର୍ଜ୍ୟବସ୍ତୁ କେବଳ ପୂଜା ମଣ୍ଡପରୁ ସଂଗ୍ରହ କରାଯିବ ଏବଂ ପ୍ରକ୍ରିୟାକରଣ କରି ଧୁପ ତିଆରି କରାଯିବ। ଏଥିପାଇଁ ଲୋକମାନଙ୍କୁ ସଚେତନ କରାଯିବାର ଯୋଜନା ରହିଛିସାନିଟାରୀ ଷ୍ଟାଫ୍ ଏବଂ ଏନ୍. ଜି. ଓ. ପ୍ରତିନିଧିମାନେ ବ୍ୟାପକ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ ପରିଚାଳନା କରିବେ । କର୍ପୋରେଟର ଏବଂ ଅନ୍ୟ ଗୋଷ୍ଠୀର  ସଦସ୍ୟମାନଙ୍କୁ ସ୍ଥାନୀୟ ବାସିନ୍ଦା/ପୂଜା ମଣ୍ଡପଗୁଡିକୁ ଏହି ସେବା ବିଷୟରେରେ ସୂଚନା ପ୍ରଦାନ କରିବା ଦିଗରେ ସାହାଯ୍ୟ କରିବାକୁ ଅନୁରୋଧ କରାଯାଇଛି ।

ଏଥିପାଇଁ ବି ଏମ ସି ତରଫରୁ ସ୍ୱତନ୍ତ୍ର ହେଲ୍ପଲାଇନ ନମ୍ବର ବି  ଜାରି ହୋଇଛି ।୧୯୨୯ରେ କଲ୍ କରି ଏହି ସେବାର ଲାଭ ଉଠାଇପାରିବେ । ଏଥିପାଇଁ ସମସ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ସଦସ୍ୟା ସହଯୋଗ କରିବା ସହ ଜନ ସଚେତନତା ସୃଷ୍ଟି କରିବା ପାଇଁ ବିଏମ୍ ସି ପକ୍ଷରୁ ଅନୁରୋଧ କରାଯାଇଛି । ଏଥର ଗଣେଶ ପୂଜାରେ ଏମିତି କିଛି ନୂଆ ପ୍ରୟାସରେ ଯୋଡ଼ି ହୁଅନ୍ତୁ,ଭୁବନେଶ୍ୱରକୁ ଆହୁରି ସୁନ୍ଦର କରନ୍ତୁ।

ପୂରଣ ହେଉନି ପୃଥ୍ୱୀରାଜଙ୍କ ପ୍ରତିଶ୍ରୁତି, କେବେ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ପୂର୍ବ ସରକାରରେ ଶ୍ରୀଜଗନ୍ନାଥଙ୍କୁ ନେଇ ଅନେକ ପ୍ରହସନ ହେଇଥିଲା ବେଳେ ବିଜେପି ସରକାରରେ ବି କିଛି କମ୍ ପ୍ରହସନ ହେଇନି । ରଥଯାତ୍ରାରେ ବଳଭଦ୍ରଙ୍କ ବିଗ୍ରହ ଖସି ପଡ଼ିବା ସହ ଚଳିତ ବର୍ଷ ରଥଯାତ୍ରାରେ ଦଳଚକଟାରେ ଭକ୍ତଙ୍କ ମୃତ୍ୟୁର କଳଙ୍କ ଲାଗିଛି । ଯଦିଓ ସରକାରକୁ ଆସିବା ପରେ ପ୍ରାଥମିକତା ଦେଇ ଚାରିଦ୍ୱାର ଖୋଲିବାର କାମ ବିଜେପି ସରକାର କରିଛି କିନ୍ତୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ହୋଇପାରୁନି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ପ୍ରାୟ ବର୍ଷେ ହେଲା ଯୋଜନା ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ନା କାମ ସରୁଛି, ନା ଶ୍ରଦ୍ଧାଳୁ ଧାଡ଼ିରେ ଯାଇ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରିପାରୁଛନ୍ତି । ଦର୍ଶନ କରିବାକୁ ଶ୍ରଦ୍ଧାଳୁ ବିଭିନ୍ନ ପ୍ରକାରର ଅସୁବିଧାର ସାମ୍ନା କରୁଛନ୍ତି।

ଆଗକୁ କାର୍ତ୍ତିକ ମାସ ଆସୁଛି, ଏ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ନାହିଁ ନଥିବା ଗହଳି ହେବ । ତେବେ ଏ ସମସ୍ୟାର ସମାଧାନ ପାଇଁ  କେବେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ ସେନେଇ ପ୍ରଶ୍ନ ଉଠୁଛି। କାର୍ତ୍ତିକ ମାସରେ  ଲକ୍ଷାଧିକ ଭକ୍ତ ପୁରୀ ଆସିବେ। ବାହାରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା ଥିବା ବେଳେ ଭିତର ଦର୍ଶନ ହୋଇପାରିଲା ନାହିଁ । ଜାନୁଆରିରୁ ପୁରୀରେ ଭିତର ଦର୍ଶନ ଲାଗି ଧାଡ଼ି ବ୍ୟବସ୍ଥା ଲାଗୁ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ । 7 ମାସ ବିତିଯାଇଥିଲେ ବି ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପୂରଣ ହେଇପାରିଲାନି । ଜାନୁଆରି ସରି ସେପ୍ଟେମ୍ବର ହେବାକୁ ବସିଲାଣି, ତଥାପି ଧାଡ଼ି ବ୍ୟବସ୍ଥା ହୋଇପାରିଲାନି । ୧୬ ପିଲାର ବିଶିଷ୍ଟ ଅଞ୍ଚଳରେ ୬ ଥାକିଆ ଦର୍ଶନ ବ୍ୟବସ୍ଥା ଆପଣାଇବାକୁ କୁହାଯାଉଥିଲା। ଭିତର ଦର୍ଶନ ସମୟରେ ସାତ ପାହାଚ ଦ୍ଵାରରେ ପ୍ରବେଶ କରି ଭକ୍ତ ଘଣ୍ଟି ଦ୍ଵାର ଓ ଗାରଦ ଦ୍ଵାରରେ ବାହାରି ପାରିବେ।  ଘଣ୍ଟି ଦ୍ଵାରରେ ମହିଳା ଓ ବରିଷ୍ଠ ନାଗରିକ, ଗାରଦ ଦ୍ଵାରରେ ପୁରୁଷଙ୍କ ପାଇଁ ପ୍ରସ୍ଥାନ ରହିବ। କିନ୍ତୁ ଏଯାଏଁ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ଯଦିଓ ସେପ୍ଟେମ୍ବର 15 ସୁଦ୍ଧା ଧାଡ଼ି ଦର୍ଶନର ବ୍ୟବସ୍ଥା ହେବା କଥା କୁହାଯାଉଛି ।ତଥାପି ପୁର୍ବ ପ୍ରତିଶ୍ରୁତି ରଖି ପାରି ନଥିବାରୁ ଏ କଥା ମଧ୍ୟ ଭରସାଯୋଗ୍ୟ ନୁହେଁ । ଭିତର ଦର୍ଶନରେ ସମସ୍ୟା ଯୋଗୁଁ ଭକ୍ତଙ୍କ ଅସନ୍ତୋଷ ବଢିବାରେ ଲାଗିଛି। ତେବେ କେବେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନର ବ୍ୟବସ୍ଥା ଲାଗୁ ହେଉଛି ଏବଂ ଦେଇଥିବା କଥାକୁ ସରକାର କେବେ ପୂରଣ କରୁଛନ୍ତି ତାକୁ ହିଁ ଅପେକ୍ଷା  ।

 

ସଞ୍ଜୟଙ୍କୁ ସାଂସଦଙ୍କ ପ୍ରଶ୍ନ: ଆମକୁ ନପଚାରି ଦିଲ୍ଲୀ କାହିଁକି ଆସିଲ ?

ସଞ୍ଜୟ ଦାସବର୍ମାଙ୍କୁ BJDର ରାଜ୍ୟସଭା ସାଂସଦ ପଚାରିଲେ, ଆମକୁ ନଜଣାଇ କାହିଁକି ଆସିଲ ଦିଲ୍ଲୀ? ଆମକୁ ନପଚାରି ନିର୍ବାଚନ କମିଶନଙ୍କୁ କାହିଁକି ଭେଟିଲ? ନିର୍ବାଚନ କମିଶନଙ୍କ ଭେଟିବା ପାଇଁ ପ୍ରସ୍ତୁତ ଲିଷ୍ଟରୁ ଆମ ନାଁ କାହିଁକି ବାଦ୍ ଦିଆଗଲା? କେଉଁ ଅଧିକାରରେ ଏପରି ଉଦ୍ୟମ କରିଛନ୍ତି ବୋଲି ସଞ୍ଜୟଙ୍କୁ ପଚାରିଲେ BJD ସାଂସଦ ସଞ୍ଜୟ ଦାସବର୍ମା ହେଉଛନ୍ତି ସେହି ନେତା, ଯାହାଙ୍କ ପାଇଁ ପୁରୀ ଜିଲ୍ଲା BJDରେ ଅନେକ ଗୋଷ୍ଠୀ ଲଗାତର ପରାଜିତ ହୋଇ ମଧ୍ୟ ଦଳରେ ଜାହିର କରୁଛନ୍ତି ନିଜର ସ୍ଥିତି । କେବଳ ସଞ୍ଜୟ ଦାସବର୍ମା ନୁହଁନ୍ତି ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କୁ ମଧ୍ୟ ଘେରିଛନ୍ତି BJDର 6 ସାଂସଦ ।

ତେବେ ବିବାଦର ମୂଳବିନ୍ଦୁ ହେଲା-2024 ସାଧାରଣ ନିର୍ବାଚନରେ ମତଦାନରେ ଅନିୟମିତତାର ଅଭିଯୋଗକୁ ନେଇ ଏହି ପ୍ରସଙ୍ଗରେ ପୂର୍ବରୁ BJDର ପ୍ରତିନିଧି ଦଳ 23 ଡିସେମ୍ବର 2024 ଏବଂ 11 ମାର୍ଚ୍ଚ 2025ରେ 2 ଥର ନିର୍ବାଚନ କମିଶନଙ୍କୁ ଭେଟିଥିଲେ। ଉଭୟ ଥର ସାକ୍ଷାତ ପାଇଁ BJDର ସାଂସଦ ମାନେ ନିର୍ବାଚନ କମିଶନଙ୍କ ସହ ସାକ୍ଷାତ ସମୟ ସ୍ଥିର କରିବା ସହ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଥିଲେ। କିନ୍ତୁ 19 ଅଗଷ୍ଟ 2025(ଗତକାଲି)ରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିବା ସମୟରେ ସାଂସଦ ମାନଙ୍କୁ ପଚରା ଗଲା ନାହିଁ। ସଂସଦର ମୌସୁମୀ ଅଧିବେଶନ ଚାଲିଛି, ସମସ୍ତ ସାଂସଦ ଦିଲ୍ଲୀରେ ଉପସ୍ଥିତ ଅଛନ୍ତି, କିନ୍ତୁ ସୁଲତା ଦେଓଙ୍କ ବ୍ୟତୀତ ଅନ୍ୟ କାହାରିଙ୍କୁ ଅବଗତ କରାଯାଇ ନଥିଲା।
ଦେବୀ ମିଶ୍ର ହଟହଟା
ଏହାକୁ ନେଇ ବିଜୁ ଜନତା ଦଳରେ ଘମାସନ। ନିର୍ବାଚନ କମିଶନଙ୍କୁ ସାକ୍ଷାତ ପାଇଁ ପ୍ରଦାନ ହୋଇଥିବା ତାଲିକାରେ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଦେବୀପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅମର ପଟ୍ଟନାୟକ, ଭୃଗୁ ବକ୍ସିପାତ୍ର ଏବଂ ସାଂସଦ ସୁଲତା ଦେଓଙ୍କ ନାମ ଥିଲା। ତେବେ ଦିଲ୍ଲୀରେ ଉପସ୍ଥିତ ଥାଇ ସୁଦ୍ଧା ଅନ୍ୟ ସାଂସଦଙ୍କୁ କାହିଁକି ଡକା ଯାଉନାହିଁ ବୋଲି ଦଳୀୟ ସାଂସଦ ମାନେ କହିବା ପରେ ଦେବୀ ମିଶ୍ର ଫୋନ କରି ଆସିବାକୁ ସେମାନଙ୍କୁ ଅନୁରୋଧ କରିଥିଲେ। ଆମ ନାମ ପ୍ରଥମରୁ କାହିଁକି ନାହିଁ ବୋଲି କେତେ ଜଣ ସାଂସଦ ପଚାରିବାରୁ ଦେବୀ ମିଶ୍ର ଉତ୍ତର ଦେଇପାରି ନଥିଲେ। ଫଳରେ ନିର୍ବାଚନ କମିଶନଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ଏବଂ ସାମ୍ବାଦିକ ସମ୍ମିଳନୀକୁ ସାଂସଦ ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ଶୁଭାଶିଷ ଖୁଣ୍ଟିଆ, ନିରଞ୍ଜନ ବିଶି, ମୁଜିବୁଲ୍ଲା ଖାନ ଓ ଦେବାଶିଷ ସାମନ୍ତରାୟ ବର୍ଜନ କଲେ।

 ସାଂସଦମାନେ ଗଲେ କୁଆଡେ?
ଅନ୍ୟପଟେ ସାକ୍ଷାତ ବେଳେ ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର BJD ପ୍ରତିନିଧି ଦଳଙ୍କୁ ପଚାରିଲେ, ଦଳର ଅନ୍ୟ ସାଂସଦ କୁଆଡ଼େ ଗଲେ? ଏହାପରେ କନ୍‌ଷ୍ଟିଚ୍ୟୁସନ୍ କ୍ଲବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ 6 ସାଂସଦ ଅନୁପସ୍ଥିତ ରହିଲେ। ଶୁଣିବାକୁ ମିଳୁଛି ସଞ୍ଜୟ ଦାସବର୍ମା ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ BJD ସାଂସଦଙ୍କୁ ନିର୍ବାଚନ କମିଶନଙ୍କ ସହ ସାକ୍ଷାତ ଏବଂ ସାମ୍ବାଦିକ ସମ୍ମିଳନୀରୁ ଦୂରେଇ ରଖିବା ପାଇଁ ପରାମର୍ଶ ଦେଇଥିଲେ।
ଏ ଷ୍ଟୋରୀକୁ ଲେଖିଛନ୍ତି-ବିଜୟ କେତନ ବରାଳ

କ୍ରୀଡ଼ା ବଜେଟ୍ ବଢୁଛି, ଖେଳାଳି ବଢୁ ନାହାନ୍ତି

ଓଡ଼ିଶାରେ ଖେଳକୁ ନେଇ ବଜେଟ ବଢୁଛି , କ୍ରୀଡ଼ାର ବିକାା ପାଇଁ ଅନେକ ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି। ମାତ୍ର ଖେଳାଳି ବଢୁ ନାହାନ୍ତି। ଓଡ଼ିଶାରୁ  ଆଖିଦୃଶିଆ ଇଣ୍ଟରନ୍ୟାସନାଲ ପ୍ଲେୟର୍ସ ବାହାରୁ ନାହାନ୍ତି । ଆଶା ତୁଳନାରେ ଅନ୍ତର୍ଜାତୀୟ ଖେଳାଳୀଙ୍କ ସଂଖ୍ୟା କମ୍ ରହୁଛି। ହାତ ଗଣତି କିଛି ଖେଳାଳିଙ୍କୁ ବାଦ ଦେଲେ ଓଡ଼ିଶାରୁ ଅନ୍ତର୍ଜାତୀୟ ପ୍ରତିଭା ବାହାରୁ ନାହାଁନ୍ତି। ହକିରେ ଓଡିଶାର କ୍ରୀଡ଼ା ସୀମିତ ରହିଯାଉଛି। ଫୁଟବଲ, ବାସ୍କେଟବଲ, ବ୍ୟାଡମିଣ୍ଟନ, କ୍ରିକେଟ ଭଳି ଅନେକ  କ୍ରୀଡ଼ାରେ ଓଡିଶା ବହୁ ପଛରେ  ରହିଯାଇଛି। ଗୋଟାଏ ପଟେ ଓଡିଶା ଅଲିମ୍ପିକ୍ସ ଆୟୋଜନର ସ୍ୱପ୍ନ ଦେଖୁଥିଲା ବେଳେ ଅନ୍ୟପଟେ ଖେଳାଳୀଙ୍କ ସଂଖ୍ୟା ନିରାଶଜନକ ସ୍ଥିତିରେ ରହିଛି।

BJD ସରକାରଠାରୁ ଆରମ୍ଭ କରି BJP ସରକାର, କାହା ଅମଳରେ ବି ସ୍ଥିତି ସୁଧୁରିନି । ଭିତ୍ତିଭୂମି ବିକାଶ ନେଇ ସରକାର ଅନେକ କଥା କହିଥିଲେ ବି ଅନ୍ତର୍ଜାତୀୟ ଖେଳାଳି ବାହାରି  ପାରୁନାହାନ୍ତି । ହାତ ଗଣତି କିଛି ଖେଳାଳିଙ୍କୁ ବାଦ ଦେଲେ ଏବେ ଜାତୀୟ ସ୍ତରରେ ଓଡ଼ିଶା ଖେଳାଳି କମ। ହକିକୁ ଛାଡ଼ିଦେଲେ ଅନ୍ୟ ଖେଳରେ ରାଜ୍ୟ ବହୁ ପଛରେ ପଡ଼ିଛି। କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ବଜେଟ ବଢ଼ିଛି। ଚଳିତ ବର୍ଷ ୧୨୧୦ କୋଟିରୁ ୧୩୧୫ କୋଟିରେ ବଜେଟ ପହଞ୍ଚିଛି ।
୨୦୧୬ରେ ରିଓ ଅଲିମ୍ପିକ୍ସରେ ସର୍ବାଧିକ ୬ ଓଡ଼ିଆ ଖେଳାଳି ଭାଗ ନେଇଥିଲେ। ଆଥଲେଟିକ୍ସରେ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ ଏବଂ ମହିଳା ହକିରେ ଦୀପଗ୍ରେସ ଏକ୍କା, ନମିତା ଟପ୍ପୋ, ସୁନୀତା ଲାକ୍ରା, ଲିଲିମା ମିଞ୍ଜ ବେଶ ନାଁ କମାଇଛନ୍ତି। ୨୦୨୧ ଟୋକିଓ ଅଲିମ୍ପିକ୍ସ ଖେଳାଳିଙ୍କ ସଂଖ୍ୟା ୫କୁ ଖସି ଆସିଥିଲା। ଆଉ ୨୦୨୪  ପ୍ୟାରିସ ଅଲିମ୍ପିକ୍ସରେ ସାମିଲ ହୋଇଥିଲେ ମାତ୍ର ୨ ଓଡ଼ିଆ। ହକିରେ ଅମିତ ରୋହିଦାସ ଏବଂ ଜାଭଲୀନରେ କିଶୋର ଜେନା ଭାଗ ନେଇଥିଲେ । ଯାହାର ସଂଖ୍ୟା ଓ ସଫଳତା ଅତି ନଗଣ୍ୟ

ଅନ୍ୟପଟରେ ଦେଖିବାକୁ ଗଲେ ଓଡିଶା କ୍ରୀଡ଼ା ବଜେଟର ଏକ ତୃତୀୟାଂଶ ହେଉଛି ହରିୟାଣା କ୍ରୀଡା ବଜେଟ। କିନ୍ତୁ ହରିୟାଣା କ୍ରୀଡ଼ାବିତ ବିଭିନ୍ନ ଖେଳରେ ଦେଶରେ ପ୍ରଭାବ ବିସ୍ତାର କରିଛନ୍ତି। ମାତ୍ର  ଓଡ଼ିଶାରେ ହାଇ ବଜେଟ ପରେ ବିସ୍ଥିତି ସୁଧୁରନ ।ତେଣୁ କେବଳ ବଜେଟ ନୁହେଁ ତୃଣମୂଳ ସ୍ତରରୁ ପ୍ରତିଭା ବିକାଶ ଆବଶ୍ୟକତା ରହିଛି ବୋଲି କ୍ରୀଡ଼ା ବିଶେଷଜ୍ଞ ମତ ରଖିଛନ୍ତି । ଭବିଷ୍ୟତରେ କେବଳ ବଜେଟ ବଢେଇ ନଦେଇ ଖେଳାଳି ସୃଷ୍ଟି ଦିଗରେ ସରକାର ଧ୍ୟାନ ଦିଅନ୍ତୁ।

 

ପାଣ୍ଡିଆନଙ୍କ ଧମକ, ନବୀନଙ୍କ ବିଷୟରେ ପଚାରିଲେ ପିଟିକି ବିଦା କରିଦେବେ

ବିଜୁ ଜନତା ଦଳର ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କୁ ଭୈରବ ପାଣ୍ଡିଆନଙ୍କ ଧମକ । VRS ନେଇଥିବା ଏହି ଅଣଓଡ଼ିଆ ଅଫିସର ଭୈରବ ପାଣ୍ଡିଆନ, ନାଲିଆଖି ଦେଖାଇ BJD ନେତାଙ୍କୁ କହିଲେ..

  • I am Down, Not Out
  • ଦରକାର ପଡିଲେ ଏଇଠୁ ପିଟି ପିଟି ବିଦା କରିଦେବି
  • ନବୀନଙ୍କ ଭାଇ(ପ୍ରେମ ପଟ୍ଟନାୟକ)ଙ୍କୁ କହି BJDରୁ ସସ୍‌ପେଣ୍ଡ କରିଦେବି
    ଆପଣଙ୍କୁ ଏକଥା ସବୁ ଟିକେ ଅଡ଼ୁଆ ଲାଗୁଥିବ । ହେଲେ ଏକଥା ଆମେ କହୁନାହୁଁ ବରଂ ଏହି ଶବ୍ଦ ଗୁଡ଼ିକ ଭୈରବ ପାଣ୍ଡିଆନଙ୍କର । ଯିଏ ଏବେ BJD ମୁଣ୍ଡରେ ବସି ତାଣ୍ଡବ କରୁଛନ୍ତି । ନବୀନ ନିବାସ କି ଶଙ୍ଖଭବନରେ ନୁହେଁ, ସମ୍ ହସ୍ପିଟାଲ କରିଡରରେ BJD ନେତାଙ୍କୁ ପିଟିବେ ବୋଲି କହିଛନ୍ତି ଭୈରବ ।
    ତେବେ ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଓରଫ ରାଜା ସ୍ୱାଇଁଙ୍କୁ ଟାର୍ଗେଟ କରିଥିଲେ ଭୈରବ । କିନ୍ତୁ ରାଜା ସ୍ୱାଇଁଙ୍କୁ ନପାଇ କ୍ରୀତଦାସ ମାର୍କା BJD ନେତା ପ୍ରଣବ ପ୍ରକାଶ ଦାସଙ୍କ ସମେତ ସଞ୍ଜୟ ଦାସବର୍ମା, ପ୍ରଣବ ବଳବନ୍ତ ରାୟଙ୍କ ଦେଖାଇ ଭୀଷଣ ଗାଳି ଦେଲେ ଭୈରବ। ଆଉ ସେଠି ଉପସ୍ଥିତ ଥିଲେ BJD ବିଧାୟକ ଅରୁଣ ସାହୁ, ସୁଶାନ୍ତ ରାଉତ, ବ୍ୟୋମକେଶ ରାୟ, ବିଶ୍ୱରଞ୍ଜନ ମଲ୍ଲିକଦେବୀରଞ୍ଜନ ତ୍ରିପାଠୀଙ୍କ ସହ ଅନେକ ଯୁବଛାତ୍ର ସଂଗଠନର ସଦସ୍ୟ।

ତେବେ ଘଟଣାର ମୂଳ ବିନ୍ଦୁ ହେଉଛନ୍ତି BJD ସଭାପତି ନବୀନ ପଟ୍ଟନାୟକ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇ ଭୁବନେଶ୍ୱର ସମ୍ ଅଲଟି-ମେଟ୍ ମେଡିକାଲରେ ରବିବାର ସଂଧ୍ୟାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଦେଖିବା ପାଇଁ BJDର ବରିଷ୍ଠ ନେତାମାନେ ସେଠାରେ ପହଞ୍ଚିଥିଲେ। ହେଲେ ସେଇଠି ନବୀନଙ୍କୁ ଭେଟିବେ କ’ଣ ଓଲଟା ପାଣ୍ଡିଆନଙ୍କ ଠାରୁ ଗାଳି ମନ୍ଦ ଶୁଣିଥିଲେ।
ଡାକ୍ତରଙ୍କ ସୂଚନା ଅନୁସାରେ 2 ଦିନ ହେବ ନବୀନଙ୍କର ଝାଡ଼ାବାନ୍ତି ହେଉଥିଲା । କିନ୍ତୁ ତାଙ୍କୁ ତୁରନ୍ତ ମେଡିକାଲ ନିଆ ଯାଇନଥିଲା। ଏକଥା ଶୁଣି ରାଜା ସ୍ୱାଇଁ ହସ୍ପିଟାଲରେ ଉପସ୍ଥିତ ଥିବା ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନଙ୍କୁ ପଚାରିଲେ, ଯଦି ନବୀନ ବାବୁ‌ଙ୍କ ଦେହ 2 ଦିନ ହେବ ଖରାପ ହେଲାଣି ତେବେ ତାଙ୍କୁ ତୁରନ୍ତ ମେଡିକାଲ କାହିଁକି ଅଣା ଯାଇନଥିଲା? ହେଲେ ସୁଜତା ଉତ୍ତର ଦେଇନଥିଲେ ସେଠାରୁ ରାଗ ତମତମ ହୋଇ ଚାଲି ଯାଇଥିଲେ। ଏହାର କିଛି ସମୟ ପରେ ଭୈରବ ପାଣ୍ଡିଆନ ସେଠାରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ରାଜା ସ୍ୱାଇଁ ହସ୍ପିଟାଲରୁ ବାହାରି ଯାଇଥିଲେ।
     ରାଜା ସ୍ୱାଇଁଙ୍କୁ ନପାଇ, ହସ୍ପିଟାଲରେ ଥିବା ଅନ୍ୟ BJD ନେତାଙ୍କୁ ଧମକାଇ ପାଣ୍ଡିଆନ କହିଲେ I am Down, Not Out’ମୁଁ ଚାହିଁଲେ ନବୀନ ପଟ୍ଟନାୟକଙ୍କ ବଡ ଭାଇଙ୍କୁ କହି ବିଜୁ ଜନତା ଦଳରୁ ସସ୍‌‌ପେଣ୍ଡ କରିଦେବି । ଏଇଠୁ ପିଟି ପିଟି ବିଦା କରିଦେବି’।
ତେବେ ଏଠି ପ୍ରଶ୍ନ,

  • ଭୈରବ ପାଣ୍ଡିଆନ କିଏ ? ଏବେ ବି କଣ ସେ BJDରେ ଅଛନ୍ତି? ନା ସେ ଜଣେ ନେତା ନା ସେ ଜଣେ BJD କର୍ମୀ ? ଦଳର କିଛି ପଦରେ ନଥାଇ ଏଭଳି ଧମକ ଦେବାକୁ ସାହସ ପାଉଛନ୍ତି କେମିତି ?
  • ଓଡ଼ିଶାର 24 ବର୍ଷ ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ କ’ଣ କେବଳ ଅଣଓଡ଼ିଆ ଭୈରବ ପାଣ୍ଡିଆନଙ୍କର ?
    କଥା ଏଇଠି ସରି ନାହିଁ… ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଧ୍ୟ ନବୀନଙ୍କୁ ଭେଟିବାକୁ ମେଡିକାଲରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ଭେଟିବାକୁ ଦେଇନଥିଲେ ଭୈରବ । ବରଂ ଅତି ଅସମ୍ମାନନୀୟ ଢଙ୍ଗରେ ଭକ୍ତ ଦାସଙ୍କୁ କହିଲ, ଡାକ୍ତର ମାନଙ୍କୁ କାହିଁକି ପଚାରୁଛ । ଏହାପରେ ଭକ୍ତ ଦାସ ପାଣ୍ଡିଆନଙ୍କୁ କହିଥିଲେ. ‘ତମେ ସେହି ଲୋକ ନା, ଯିଏ ମୋ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଉପ-ଜିଲ୍ଲାପାଳ ଥିଲBJDକୁ ପକେଟ୍ ପୂରାଇ ଥିବା ଭୈରବ ଭକ୍ତଙ୍କୁ ଜବାବ ଦେଇଥିଲେ, ସେତେବେଳେ ଆପଣ ପରାଜିତ ହୋଇଥିଲେପୁଣି ଭକ୍ତ ପଚାରିଥିଲେ.. ବିଜୁ ବାବୁ ଯେତେବଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ ତାଙ୍କୁ ସମସ୍ତେ ଭେଟି ପାରୁଥିଲେ, କିନ୍ତୁ ନବୀନଙ୍କୁ କାହିଁକି ନୁହେଁ?

ପଲିଟିକାଲ୍ ସିଷ୍ଟମକୁ ହତ୍ୟା କରି ଓଡ଼ିଶାରେ ଅଫିସର ରାଜ ଚଳାଉ ଥିବା ପାଣ୍ଡିଆନଙ୍କୁ ତ ଓଡ଼ିଶାବାସୀ ଭୋଟ ମାଧ୍ୟମରେ ପ୍ରତ୍ୟାଖାନ କଲେ। କ୍ରୀତଦାସ ମାନସିକତା ରଖିଥିବା BJD ନେତାମାନେ, ଅଣଓଡ଼ିଆ ଭୈରବ ପାଣ୍ଡିଆନଙ୍କ ଗୋଲାମୀରୁ ନିଜକୁ ମୁକ୍ତ କରାଇବେ ?