ଖୋଲୁଛି ସମୀରଙ୍କ କଳାଚିଠା,ଭୁବନରୁ ମାଡ଼ ଚମ୍ପୁଆରୁ ତଡ଼ା

ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ରାଜନୀତି ତେଜୁଛିସୌମ୍ୟାଶ୍ରୀ ବିଶିଙ୍କ ପାଇଁ ନ୍ୟାୟ ଦାବିରେ ଚାଲିଛି ରାଜ୍ୟବ୍ୟାପୀ ଆନ୍ଦୋଳନ  ।ବିଜୁ ଜନତା ଦଳ ୧୬ ତାରିଖରେ ଲୋକସେବା ଭବନ ଘେରାଉ କରିଥିଲା ବେଳେ କଂଗ୍ରେସ ଓଡ଼ିଶା ବନ୍ଦ କରିଛି । ସୌମ୍ୟାଶ୍ରୀଙ୍କ ଆତ୍ମାହୁତିର ମୁଖ୍ୟ ଅଭିଯୁକ୍ତ ସମୀର ସାହୁଙ୍କ ମୁଖା ଖୋଲୁଛି  । ସୌମ୍ୟାଶ୍ରୀ ବିଶିଷ୍ଟ ଅଭିଯୋଗ ଆଧାରରେ ଯାହା ପାଇଁ ସେ ଆତ୍ମାହୁତି ଦେଇଥିଲେ ସେ ଯୌନ ରାକ୍ଷସଙ୍କ କଳାଚିଠାରେ କଳଙ୍କ ଭର୍ତ୍ତିକେବଳ ସୌମ୍ୟାଶ୍ରି ନୁହଁନ୍ତି ଏମିତି ଅନେକ ଛାତ୍ରୀଙ୍କୁ ଧମକେଇଥିଲେ ସମୀରଧିରେ ଧିରେ ଏ ତଥ୍ୟ ସାମ୍ନାକୁ ଆସୁଛିସମୀରଙ୍କ ଯୌନ ଲାଳସାର ଶିକାର ହୋଇଛନ୍ତି ଅନେକ ଛାତ୍ରୀସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ସମୀରଙ୍କ ବିକୃତ ମାନସିକତା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛିକେବଳ ଏଫ୍ ଏମ୍ ନୁହେଁ ସବୁ ଅନ୍ୟ କଲେଜର ବି ଲମ୍ବିଛି କଳା କାରନାମାର ଚେରକୋଉଠି ମାଡ଼ ଖାଇଛନ୍ତି ତ ପୁଣି କୋଉଠି ତଡା ଖାଇଛନ୍ତି । ଚାକିରୀ ଆରମ୍ଭରୁ ହିଁ ନିଜ ଯୌନ ଲାଳସା ପାଇଁ ମାଡ଼ ଖାଇଛନ୍ତି। ସମୀର ଢେଙ୍କାନାଳ ଜିଲ୍ଲାର ବାଜିରାଉତ ମେମୋରିଆଲ କଲେଜରେ ଚାକିରି ଆରମ୍ଭ କରିଥିଲେ। ଝିଅଙ୍କୁ ଖରାପ ନଜରରେ ଦେଖିବା ଏତେ ମହଙ୍ଗା ପଡିଥିଲା ଯେ ସାରଙ୍କ ଗୋଡ ଭାଙ୍ଗିଥିଲେ ଛାତ୍ରଛାତ୍ରୀ। ଭୁବନରୁ ତଡା ଖାଇ ଚମ୍ପୁଆ ଚନ୍ଦ୍ର ଶେଖର କଲେଜକୁ ଯାଇ ସେଠି ମଧ୍ୟ ନିଜର ବ୍ଲାକ ଫାଇଲ ଓପନ୍ କରି ଧରା ପଡ଼ିଥିଲେ।

ଚମ୍ପୁଆରେ ଦେଢ ବର୍ଷର ଚାକିରିରେ କ୍ଲାସ ବାହାନାରେ ଛାତ୍ରୀଙ୍କୁ ଅଟକାଇ ରଖୁଥିଲେ ସମୀର। ସରଳତାର ସୁଯୋଗ ନେଇ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । କେବଳ କ୍ଲାସ ରୁମ ନୁହେଁ ଲେଡିଜ ହଷ୍ଟେଲ ରେ ବି ଅବାଧ ପ୍ରବେଶ କରୁଥିଲେ ।  ପାଠ ବୁଝେଇବା ଆଳରେ ଛାତ୍ରୀଙ୍କୁ ହଇରାଣ କରୁଥିଲେ। ଛାତ୍ରୀଙ୍କ ସହ ଅନେକଥର ବାହାରେ ବୁଲି ଧରା  ମଧ୍ୟ ପଡ଼ିଛନ୍ତି ତେବେ ପ୍ରଶ୍ନ ଉଠୁଛି ଏତେ ସବୁ ଅଭିଯୋଗ ପରେ କେମିତି ତିଷ୍ଠିଲେ ଏଭଳି ଚରିତ୍ରହୀନ ଅଧ୍ୟାପକ? ବଦଳି କରି ଆଉ ଏକ ଶିକ୍ଷାନୁଷ୍ଠାନକୁ କେମିତି ବିପଦକୁ ଠେଲି ଦେଉଥିଲା ଶିକ୍ଷା ବିଭାଗ ? ସବୁ ଜାଣିବା ପରେ ବି କାହିଁକି ସମୀରଙ୍କ ପ୍ରତି ନିଆଯାଇନଥିଲା ଦୃଢ଼ କାର୍ଯ୍ୟାନୁଷ୍ଠାନ? ଯଦି ସମୀରଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରା ଯାଇଥାଆନ୍ତା ହୁଏତ ସୌମ୍ୟାଶ୍ରୀଙ୍କ ଏ ପରିସ୍ଥିତି ଦେଖିବାକୁ ପଡ଼ି ନ ଥାଆନ୍ତା ।

Visited 12 times, 1 visit(s) today
Share this post

Leave A Comment

Your email address will not be published. Required fields are marked *