Posts by Bartaman Odisha

IPLରେ ମ୍ୟାଚ୍ ଫିକ୍ସିଂ

  • Lucknow Super Giants ବିପକ୍ଷରେ ଜିତିବାକୁ ଯାଉଥିବା ମ୍ୟାଚ୍ ହାରିବା ପରେ Rajasthan Royals ଉପରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ।
  • ଏହି ମ୍ୟାଚରେ ରାଜସ୍ଥାନକୁ ବିଜୟ ପାଇଁ ଶେଷ ଓଭରରେ ୯ ରନର ଆବଶ୍ୟକ ଥିଲା । ମାତ୍ର ବୋଲର ଓବେଶ ଖାନଙ୍କ ସୁନ୍ଦର ବୋଲିଂ ଫଳରେ LSG ୨ ରନରେ ମ୍ୟାଚ ଜିତି ନେଇଥିଲା ।
  • ଏହି ମ୍ୟାଚରେ ରାଜସ୍ଥାନକୁ ବିଜୟ ପାଇଁ ଶେଷ ଓଭରରେ ୯ ରନର ଆବଶ୍ୟକ ଥିଲା ।
  • ମାତ୍ର ବୋଲର ଓବେଶ ଖାନଙ୍କ ସୁନ୍ଦର ବୋଲିଂ ଫଳରେ ଏଲଏସ୍ ୨ ରନରେ ମ୍ୟାଚ ଜିତି ନେଇଥିଲା ।
  • ଏହା ଗୋଟିଏ ଘଟଣା ନୁହେଁ, ଅନ୍ୟ ଏକ ମ୍ୟାଚରେ ମଧ୍ୟ ରାଜସ୍ଥାନ ଜିତିବା ମ୍ୟାଚ ହାରି ଯାଇଥିଲା । ଯାହାକୁ ନେଇ ରାଜସ୍ଥାନ କ୍ରିକେଟ ଆସୋସିଏସନର ଏଡ୍-ହକ୍ କମିଟିର ସଂଯୋଜକ ଜୟଦୀପ ବିହାନୀ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଖେଳୁଥିବା ରାଜସ୍ଥାନ ରୟାଲ୍ସ ଟିମ୍ ଉପରେ ମ୍ୟାଚ୍ ଫିକ୍ସିଂର ଅଭିଯୋଗ ଆଣିଛନ୍ତି । 
  • ଜୟଦୀପ ବିହାନୀଙ୍କ ଅଭିଯୋଗ ପରେ ଏବେ ଆଇପିଏଲରେ ମ୍ୟାଚ ଫିକ୍ସିଂକୁ ନେଇ ଚାରିଆଡେ ଚର୍ଚ୍ଚା ।

BJDକୁ ବୁଡ଼ାଇବେ ୫ ନେତା!

  • ବରିଷ୍ଠ ନେତା ବିଜୁ ଜନତା ଦଳର ଦୋଳାୟମାନ ସ୍ଥିତିକୁ ନେଇ ଜଣଙ୍କ ପରେ ଜଣେ ଟାର୍ଗେଟ୍ କରି ଆସୁଥିଲା ବେଳେ ଏଥିରୁ ବାଦ୍ ପଡ଼ୁନାହାନ୍ତି ଯୁବନେତା ।
  • ପୂର୍ବରୁ ବିଧାୟକ ଅରବିନ୍ଦ ମହାପାତ୍ର,ପୂର୍ବତନ ବିଧାୟକ ସମ୍ବିତ୍ ରାଉତରାୟ ମୁହଁ ଖୋଲିସାରିଥିଲା ବେଳେ ଏବେ ସାମ୍ନାକୁ ଆସିଛନ୍ତି ଭୁବନେଶ୍ୱର କର୍ପୋରେଟର,ଅମରେଶ ଜେନା ଓରଫ୍ ବାଇଁଆ ।
  • ବାଇଁଆଙ୍କ କହିବା କଥା,ଦଳ କାଳେ ଏବେ ଷଡ଼ଯନ୍ତ୍ରକାରୀଙ୍କ କବଳରେ ।
  • ଯେଉଁମାନେ ପ୍ୟାରୀମୋହନ ମହାପାତ୍ରଙ୍କ କ୍ଲୋଜ୍ ଥିଲେ ସେମାନେ ଏବେ ନବୀନ ପଟ୍ଟନାୟକଙ୍କ କ୍ଲୋଜ୍ ।
  • ଯେମିତି ସେମାନେ ପ୍ୟାରୀଙ୍କୁ ବୁଡ଼ାଇଛନ୍ତି ନବୀନଙ୍କୁ ବି ବୁଡ଼ାଇଦେବେ ।
  • ଯଦିଓ ବାଇଁଆ ନାଁ ନେଇ ନାହାନ୍ତି,ତଥାପି 5 ନେତାଙ୍କ ପାଇଁ ବିଜେଡି ବଦନାମ୍ ହେଉଥିବା କହିଛନ୍ତି ।
  • ଯଦିଓ ବାକି 4 ନେତାଙ୍କୁ ଚିହ୍ନଟ କରିବାରେ ଅନୁମାନଗତ ତ୍ରୁଟିର ସମ୍ଭାବନା ଅଛି, ସଞ୍ଜୟ ଦାସ ବର୍ମାଙ୍କ ନାଁ କନଫର୍ମ । ବାଇଁଆଙ୍କ ସମର୍ଥକ ସଞ୍ଜୟ ଦାସ ବର୍ମାଙ୍କୁ ଘେରିଲା ପରେ ଏ କଥା ସ୍ପଷ୍ଟ ହୋଇ ସାରିଛି ।

ଏରିଆରେ ହାରିଥିବା ନେତାଙ୍କ କବଳରେ ଭୁବନେଶ୍ୱର ରାଜନୀତି
ଅମରେଶ ଜେନା ବିଜୁ ଜନତା ଦଳର କିଛି ବରିଷ୍ଠ ନେତାଙ୍କ ବିରୁଦ୍ଧରେ ବିଷୋଦ୍ଗାର କରିଛନ୍ତି ।

ଅମରେଶଙ୍କ କହିବା କଥା-

  • ’ପ୍ୟାରୀମୋହନ ମହାପାତ୍ରଙ୍କର ଯିଏ କ୍ଲୋଜ୍ ଥିଲେ ସିଏ ନବୀନ ପଟ୍ଟନାୟକଙ୍କ କ୍ଲୋଜ୍,
  • ସେମାନେ ପ୍ୟାରୀଙ୍କୁ ବୁନେଇଥିଲେ ନବୀନବାବୁଙ୍କୁ ବି ବୁଡେଇଦେବେ,
  • ଯୋଉ ବରିଷ୍ଠ ନେତା ମେଳି କରିଥିଲେ, ତାଙ୍କ ନିର୍ଦ୍ଦେଶରେ କାମ ହେଉଛି
  • ଏରିଆରେ ହାରିକି କିଛି ନେତା ଜିଲ୍ଲା ସାରା ମୁଣ୍ଡ ପୁରୋଉଛନ୍ତି
  • ହାରିବା ନେତା ସେମାନଙ୍କ ଜିଲ୍ଲାରେ ରହିବା କଥା, ଏଠି କଣ କାମ?
  • ମୂଷା ହୋଇ ବିଜେଡିର ଚେର କାଟି ଚାଲିଛନ୍ତି
  • ଗୋଟିଏ ଲୋକ ମୁଣ୍ଡରେ ଦୋଷ ଲଦି ଖସିଯିବାକୁ ଚାହୁଁଛନ୍ତି
  • ୨୪ ବର୍ଷର ଶାସନରେ ନିଜ ନିର୍ବାଚନ କ୍ଷେତ୍ରରେ କାହିଁକି ବହୁ ଭୋଟରେ ହାରିଲେ
  • ଅହଂକାର ବଢ଼ିଲା, ଭୁବନେଶ୍ବରରେ ରାଜନୀତି କରିବାରୁ ହାରିଲେ
  • ପାଣ୍ଡିଆନଙ୍କ ଜାଗା ନେବାକୁ ପାଣିକୁ ଗୋଳିଆ କରୁଛନ୍ତି
  • ଏବେ ବିଜେଡି ୪ ଫାଳ ହୋଇଯାଇଛି
  •  ଷଡ଼ଯନ୍ତ୍ରକାରୀଙ୍କ କବଳରେ ଦଳ ଅଛି, ଏମାନେ ବିଜେଡିକୁ ବୁଡେଇଦେବେ
  • ଏବେ ବି ଷଡ଼ଯନ୍ତ୍ରକାରୀ ନିଜକୁ ପାଓ୍ୱାରଫୁଲ୍ ଭାବୁଛନ୍ତି
  • ବିଜେଡିକୁ ୫ ନେତା ବୁଡ଼େଇଦେବେ’

ରିଲରେ ହିରୋ,ରିୟଲରେ ମନି ଲଣ୍ଡର!

ରିଲ୍ ଓ ରିୟଲ ଲାଇଫ ଭିତରେ ଢେର୍ ତଫାତ୍ । ଅନ୍ ସ୍କ୍ରୀନରେ ରୋଲ୍ କରୁଥିବା ଆକ୍ଟର ଆକ୍ଟ୍ରେସଙ୍କ ଅଫ୍ ସ୍କ୍ରୀନର ବାସ୍ତବତା ଭିତର ଢେର୍ ତଫାତ୍ । ଅଭିନୟ ମାଧ୍ୟମରେ ବେଶ୍ ଲୋକପ୍ରିୟତା ପାଇଥିବା  ସୁରପଷ୍ଟାର ମହେଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED )ର ସମନ ହୋଇଛି । ରିଲରେ ଆଦର୍ଶ ଚରିତ୍ରରେ ଅଭିନୟ କରୁଥିବା ମହେଶଙ୍କୁ ରିଅଲ-ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ସମନ କରାଯାଇଛି । ଏପ୍ରିଲ ୨୭ତାରିଖ ଦିନ ହାଇଦ୍ରାବାଦ ସ୍ଥିତି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ କିଛି ସ୍ଥାନରେ ଚଢ଼ାଉ ବି କରାଯାଇଛି । ତେବେ ଏହି ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ ଦୁଇଟି ରିଅଲ-ଇଷ୍ଟେଟ କମ୍ପାନୀ ସହ ଜଡ଼ିତ ମାମଲାରେ ଏହି ସମନ ହୋଇଛି ।

ମହେଶ ବାବୁଙ୍କୁ ସମନ, ୬କୋଟିର ଠକେଇ ଅଭିଯୋଗ

  • ମନି ଲଣ୍ଡ୍ରିଂ ମାମଲାରେ ମହେଶ ବାବୁଙ୍କୁ ସମନ ହୋଇଛି 
  • ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି
  • ଏପ୍ରିଲ ୨୭ରେ ହାଜର ହେବାକୁ ଇଡିର ନିର୍ଦ୍ଦେଶ
  • ରିଅଲ ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲା
  • ଠିକ୍ ସମୟରେ କାମ ସରିନଥିବା ସହ ଟଙ୍କା ହେରଫେର ଅଭିଯୋଗ
  • ସାଇ ସୂର୍ଯ୍ୟା ଡେଭଲପର୍ସ ଓ ସୁରାନା ଗ୍ରୁପ ଡେଭଲପର୍ସ ସହ ଜଡ଼ିତ ମାମଲା
  • ଗ୍ରାହକଙ୍କୁ ଠକିଥିବା ଅଭିଯୋଗ
  • ଏହି ୨ରିଅଲ ଇଷ୍ଟେଟ ଫାର୍ମର ବ୍ରାଣ୍ଡ ଆମ୍ବାସଡର ଥିଲେ ମହେଶ ବାବୁ
  • ନିର୍ଦ୍ଧାରିତ ସମୟରେ କାମ ଶେଷ କରିନଥିବାରୁ ମାମଲା ହୋଇଛି 
  • ‘ଗ୍ରୀନ ମିଡୋଜ’ ନାମକ ଯୋଜନାକୁ ନେଇ ତଦନ୍ତ ହେଉଛି 
  • ସାଇ ସୂର୍ଯ୍ୟା ଡେଭଲପର୍ସ ମାଲିକ ସତୀଶ ଚନ୍ଦ୍ର ଗୁପ୍ତାଙ୍କ ନାଁରେ ଅଭିଯୋଗ ରହିଛି
  • ସାଇ ସୂର୍ଯ୍ୟା ଡେଭଲପର୍ସଠାରୁ ମହେଶ ବାବୁ ପାଖାପାଖି ୬କୋଟି ଟଙ୍କା ନେଇଛନ୍ତି 
  • ବିଜ୍ଞାପନ ଚୁକ୍ତି ବାବଦରେ ଏହି ଟଙ୍କା ନେଇଥିବା ଅଭିଯୋଗ

ଓଡ଼ିଶାରେ ନାହାନ୍ତି ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ସମାସ୍କନ୍ଦ ନେତା

‘ଉଚ୍ଚକୂଳରେ ଜନ୍ମ ହେବା  ଦୈବର ଅଧିନ,କିନ୍ତୁ ପୁରୁଷକାର ମୋର ଅଧିନ’। ବେଣୀ ସଂହାରମର ସଂଳାପ ଥିଲା ତାଙ୍କ  ଜୀବନର ମୂଳମନ୍ତ୍ର । ସାହିତ୍ୟ ଏବଂ ସାମ୍ବାଦିକତାରେ ରୁଚି ରଖିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଅର୍ଥାତ୍ ଜେବି ୧୯୭୦ ଦଶକରେ କରିଥିଲେ ରାଜନୈତିକ ଭାଗ୍ୟ ପରୀକ୍ଷା। ୧୯୭୧ରେ କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇ ପାର୍ଲିଆମେଣ୍ଟରେ ପାଦ ଥାପିଥିବା ଜେବି ନିଜର ବିଚକ୍ଷଣତା ବଳରେ ଇନ୍ଦିରାଗାନ୍ଧିଙ୍କ ଶାସନରେ ୧୯୭୩ରୁ ୭୫  ପ୍ରତିରକ୍ଷା ଉପମନ୍ତ୍ରୀ,୧୯୭୭ରେ ରାଷ୍ଟ୍ରମନ୍ତ୍ରୀ ହେବା ସହ ବେସାମରିକ ବିମାନ ଚଳାଚଳ,ପର୍ଯ୍ୟଟନ ଓ ଶ୍ରମ ବିଭାଗ କରି ଗୁରୁତ୍ତ୍ୱପୂଣ୍ଣ ବିଭାଗରେ ମନ୍ତ୍ରୀ ହୋଇଛନ୍ତି। ମାତ୍ର 25 ବର୍ଷରେ ସେ ଇଷ୍ଟର୍ଣ୍ଣ ଟାଇମସ୍ ଏବଂ ପ୍ରଜାତନ୍ତ୍ରର ସମ୍ପାଦକ ବି ହୋଇଛନ୍ତି।

ସାହିତ୍ୟ,ରାଜନୀତି ଓ ସାମ୍ବାଦିକତାର ତ୍ରୀବେଣୀ ସଙ୍ଗମ ଜେ.ବି

ସାହିତ୍ୟ,ସାମ୍ବାଦିକତା ଏବଂ ରାଜନୀତିର ଧୂରୀଣ ବିନ୍ଧାଣୀ ଜେବି ଓଡ଼ିଶା ରାଜନୀତିରେ ଅନିଶ୍ଚିନ୍ତତା ଏବଂ ଅସ୍ଥିରତାର ସରକାର ପ୍ରଥାରେ ଟାଣିଥିଲେ ପୁର୍ଣ୍ଣଛେଦ। ହରେକୃଷ୍ଣ ମହତାବ,ନବକୃଷ୍ଣ ଚୌଧୁରୀ,ନୀଳମଣୀ ରାଉତରାୟଙ୍କ ଭଳି ନେତା ସ୍ଥିର ସରକାର ଗଢିବାକୁ ହୋଇଥିଲେ ବିଫଳ। ସେ କିନ୍ତୁ ୧୯୮୦ରୁ ୯୦ ଦୁଇ ପାଳି ଏବଂ ୧୯୯୫ରୁ ୯୯ ଯାଏଁ ନିରବଛିନ ମୁଖ୍ୟମନ୍ତ୍ରୀ ହୋଇ ଗଢିଥିଲେ ସ୍ଥିର ସରକାର। ନବୀନ ପଟ୍ଟନାୟକ  ଯଦିଓ ସର୍ବାଧିକ ସମୟର ମୁଖ୍ୟମନ୍ତ୍ରୀ ଜେବିଙ୍କ କଣ୍ଟ୍ରୋଲ କିନ୍ତୁ ୩୧୪ ବ୍ଲକରେ ଥିଲା।
ଶିଳ୍ପର ସ୍ଥପତି ଜାନକି ବଲ୍ଲଭ ପଟ୍ଟନାୟକ ୧୦୦୦ ଦିନରେ ୧୦୦୦ ଶିଳ୍ପର ଆହ୍ୱାନ  ଦେଇ ଏକ ବିପ୍ଳବ ଆରମ୍ଭ କରିଥିଲେ। ତାଙ୍କ ସମୟରେ ୧୯୮୦ରେ ଓମଫେଡ୍ ପ୍ରତିଷ୍ଠା ହେବା ସହ ଅଣ୍ଡା ଉତ୍ପାଦନ ପାଇଁ ମୁଣ୍ଡ ଟେକିଥିଲା ଓପୋଲୋଫେଡ୍। ଲୁଲୁ ମହାପାତ୍ରଙ୍କ ପରି ଛାତ୍ରନେତା ସୃଷ୍ଠିରେ ସେ ଥିଲେ ସଫଳ ବିନ୍ଧାଣୀ।

ଦାଦନର ବିରୋଧି ଜେବି କେନ୍ଦୁଝରରେ ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରି,ବାଲେଶ୍ୱରରେ ଟାୟାର ଶିଳ୍ପ ଏବଂ ଭଦ୍ରକରେ ଚାର୍ଜକ୍ରୋମ,ନାଲକୋ ପ୍ରତିଷ୍ଠା ସହ  ନୁଆହାଟରେ ଶ୍ରୀ ଜଗନ୍ନାଥ ସୁତାକଳର ସ୍ଥାପନ କରି ଶିଳ୍ପର ସ୍ଥାପନା କରିଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକ କଳିଙ୍ଗ ଷ୍ଟୁଡିଓ ସହ ପ୍ରତିଷ୍ଠା କରିଥିଲେ ଓଡିଶା ଚଳଚ୍ଚିତ୍ର ଉନ୍ନୟନ ସଂସ୍ଥା । କ୍ରୀଡ଼ାର ବିକାଶ ପାଇଁ ଛାତ୍ରାବାସ, ଜବାହର ଲାଲ୍ ଇନଡୋର ଷ୍ଟାଡ଼ିୟମ୍ ଆଦି ତାଙ୍କର ପରିକଳ୍ପନା । ହୋଟେଲକୁ ଶିଳ୍ପର ମାନ୍ୟତା ବି ତାଙ୍କରି ପ୍ରୟାସ।
ଓଡିଶାର ଚର୍ଚ୍ଚିତ ବ୍ୟକ୍ତିଙ୍କ ଗହଣରେ ଶ୍ରେଷ୍ଠରେ ସେ ରହି ଆସିଛନ୍ତି। ସେ ଏକାଧାରରେ ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଏବଂ ବିରୋଧିଦଳ ନେତା ହୋଇଛନ୍ତି ଯାହା ଓଡିଶାର କୌଣଷି ନେତାଙ୍କ ପାଖରେ ନାହିଁ । ବିଜୁପଟ୍ଟନାୟକ ଯଦିଓ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ କିନ୍ତୁ ରାଜ୍ୟପାଳ ହୋଇନାହାନ୍ତି। ସେହିପରି ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ହୋଇଥିଲେ ସୁଦ୍ଧା ବିରୋଧିଦଳ ନେତା ହୋଇ ପାରନାହାନ୍ତି। ସାହିତ୍ୟ ,ସଂସ୍କୃତି, ରାଜନୀତିରେ ଧୂରୀଣ ଏହି ନେତା ଙ୍କର ୨୦୧୫ ଅପ୍ରେଲ ୨୧ ରେ ଦେହାନ୍ତ ହେବା ପରେ ଏକ ଯୁଗର ଅବସାନ ହୋଇଛି।

BCCI ସେଣ୍ଟ୍ରାଲ କଣ୍ଟ୍ରାକ୍ଟ : ୩୪ ଖେଳାଳି,୪ଟି ଗ୍ରେଡ୍

  • BCCI କ୍ରିକେଟରଙ୍କ ବାର୍ଷିକ ଚୁକ୍ତିନାମା ଘୋଷଣା କରିଛି। ନୂତନ ଚୁକ୍ତିନାମାରେ ମୋଟ ୩୪ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି।
  • ଭାରତୀୟ ପୁରୁଷ କ୍ରିକେଟରଙ୍କ ଏହି କେନ୍ଦ୍ରୀୟ ଚୁକ୍ତିନାମା ୧ ଅକ୍ଟୋବର ୨୦୨୪ ରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ରହିଛି।
    ୩୪ଖେଳାଳି,୪ଟି ଗ୍ରେଡ୍
  • BCCIର ବାର୍ଷିକ ଚୁକ୍ତିନାମାରେ, ୩୪ ଜଣ ଖେଳାଳିଙ୍କୁ ୪ଟି ଗ୍ରେଡରେ ବିଭକ୍ତ କରାଯାଇଛି।
  • ପ୍ରତ୍ୟେକ ଖେଳାଳିଙ୍କୁ ତାଙ୍କ ଗ୍ରେଡ୍ ଅନୁସାରେ BCCIର ବାର୍ଷିକ ଏକ ରାଶି ପ୍ରଦାନ କରିବ।
  • A+ ଗ୍ରେଡ୍ ଖେଳାଳିଙ୍କୁ ସର୍ବାଧିକ ୭ କୋଟି ଟଙ୍କା ପ୍ରଦାନ କରାଯାଏ। A ଗ୍ରେଡ୍ ୱାନରେ ୫ କୋଟି,B ଗ୍ରେଡ୍ ଖେଳାଳିମାନେ ୩ କୋଟି,C ଗ୍ରେଡରେ ଅନ୍ତର୍ଭୁକ୍ତ ଖେଳାଳିମାନେ ବାର୍ଷିକ ୧ କୋଟି ଟଙ୍କା ପାଆନ୍ତି।

 

କେଉଁ ଖେଳାଳିମାନେ A+ ଏବଂ A ଗ୍ରେଡରେ ସ୍ଥାନ ପାଇଛନ୍ତି?

  • BCCI ବାର୍ଷିକ ଚୁକ୍ତିନାମାର A+ ଗ୍ରେଡରେ ୪ ଜଣ ଖେଳାଳିଙ୍କୁ ସ୍ଥାନ ଦେଇଛି।  ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରିତ ବୁମରାହ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଏହି ଗ୍ରେଡରେ ସ୍ଥାନ ପାଇଛନ୍ତି।
  • ସେହିପରି, ୬ ଜଣ ଖେଳାଳିଙ୍କୁ A ଗ୍ରେଡରେ ସାମିଲ କରାଯାଇଛି, ଯେଉଁଥିରେ ମହମ୍ମଦ ସିରାଜ, କେଏଲ ରାହୁଲ, ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି ଏବଂ ରିଷଭ ପନ୍ତ ଅଛନ୍ତି।
  • ଶ୍ରେୟସ ଆୟର B ଗ୍ରେଡକୁ ଫେରିଲେ, ଈଶାନଙ୍କୁ C ଗ୍ରେଡରେ ସ୍ଥାନ ମିଳିଛି
  • ନୂତନ ବାର୍ଷିକ ଚୁକ୍ତିନାମାରେ ଶ୍ରେୟସ ଆୟରଙ୍କୁ B ଗ୍ରେଡରେ ପ୍ରତ୍ୟାବର୍ତ୍ତନ କରୁଥିବାର ଦେଖିବାକୁ ମିଳିଛି। ଶ୍ରେୟସଙ୍କ ବ୍ୟତୀତ, ଏହି ଗ୍ରେଡରେ ଅନ୍ତର୍ଭୁକ୍ତ ଅନ୍ୟ ଚାରି ଜଣ ଖେଳାଳି ହେଲେ ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ, କୁଲଦୀପ ଯାଦବ ଏବଂ ଯଶସ୍ୱୀ ଜୟୱାଲ।
  • ମୋଟ ୧୯ ଜଣ ଖେଳାଳିଙ୍କୁ C ଗ୍ରେଡରେ ସ୍ଥାନ ମିଳିଛି, ସେମାନଙ୍କ ମଧ୍ୟରେ ଇଶାନ କିଶନ,ରିଙ୍କୁ ସିଂ, ତିଲକ ଭର୍ମା, ରୁତୁରାଜ ଗାଇକୱାଡ, ଶିବମ ଦୁବେ, ରବି ବିଷ୍ଣୁ, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ପ୍ରସାଦ କୃଷ୍ଣ, ରଜତ ପାଟିଦାର, ଧ୍ରୁବ ଜୁରେଲ, ସର୍ଫରାଜ ଖାନ୍ଧର, ବରୁଣ ଚକ୍ରବର୍ତ୍ତୀ ଏବଂ ହର୍ଷିତ ରାଣା ରହିଛନ୍ତି ।