Posts by Bartaman Odisha

ଚମକିବ ଶ୍ରୀମନ୍ଦିର ରତ୍ନଭଣ୍ଡାର,ଜଷ୍ଟିସ ରଥଙ୍କ ୱାରେଣ୍ଟି-୧୦୦ ବର୍ଷ

  • ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗକୁ ନେଇ ମତ ରଖିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ
  • ମାସେ ଭିତରେ ମରାମତି କାମ ସରିବା ନେଇ ସେ ପ୍ରତିକ୍ରିୟା ଦେଇଛନ୍ତି ।
  • ମରାମତି କାମ କ୍ଷୀପ୍ର ଗତିରେ ଚାଲିଥିବା ସେ ପ୍ରକାଶ କରିଛନ୍ତି ।
  • ଭିତର ପାଚେରୀ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ଓ ମରାମତିକୁ ଯତ୍ନ ସହକାରେ କରାଯାଉଥିବା ସେ କହିଛନ୍ତି
  • ୭୫ରୁ ୧୦୦ ବର୍ଷ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ କରାଯାଉଛି ବୋଲି ପ୍ରକାଶ କରିବା ସହ ଉଚିତ ଓ ଉନ୍ନତମାନର ମ୍ୟାଟେରିଆଲ୍ ବ୍ୟବହାର ନେଇ ମଧ୍ୟ ସୂଚନା ଦେଇଛନ୍ତି ।

              ସୁରକ୍ଷିତ ହେବ ଅବହେଳିତ ରତ୍ନଭଣ୍ଡାର

  • ପୂର୍ବ ସରକାରରେ ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗଠାରୁ ନେଇ ରତ୍ନଭଣ୍ଡାରର ସୁରକ୍ଷା ଓ ଦୁରାବସ୍ଥା ଭକ୍ତମହଲକୁ ଅସନ୍ତୋଷ କରିଥିଲା ।
  • ଚାରିଦ୍ୱାର ନ ଖୋଲିବା,ରତ୍ନଭଣ୍ଡାରର ରତ୍ନ ସୁରକ୍ଷିତ ନ ରଖିବା ନେଇ ବିଜେଡିକୁ ଟ୍ରୋଲ୍ କରିଥିଲା ବିଜେପି ।
  • ୨୦୧୮ ମସିହାରୁ ଭିତର ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ରହିଥିବା ଜାଣି ମଧ୍ୟ ମରାମତି କରିବା ଦିଗରେ ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବା ବେଳେ ASI ତରଫରୁ ଅଗଷ୍ଟ ୨୦୨୨ରେ ରତ୍ନଭଣ୍ଡାର ମରାମତି କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିଲା।
  • ମାତ୍ର ପୂର୍ବ ସରକାରରେ କୌଣସି ବୈଠକରେ ରତ୍ନଭଣ୍ଡାର ମରାମତି କିମ୍ବା ଖୋଲିବା ଦିଗରେ ଆଲୋଚନା ହୋଇନଥିଲା
  • ଏପରିକି ରତ୍ନଭଣ୍ଡାର ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟକୁ ବାରମ୍ବାର ଭୂଆଁ ବୁଲାଇଥିବା ବେଳେ ନିର୍ଦ୍ଧାରିତ ତାରିଖରେ ସତ୍ୟପାଠ ଦାଖଲ ହୋଇ ପାରି ନଥିଲା
  • ବିଜେପି କ୍ଷମତାକୁ ଆସିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ତତ୍ପରତା ପ୍ରକାଶ କରିଥିଲା।
  • 14 ଜୁଲାଇ 2024 ରେ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ୧୧ଜଣିଆ ହାଇଲେବଲ କମିଟି ଭିତର ରତ୍ନ ଭଣ୍ଡାରକୁ ଖୋଲିଥିଲେ
  • ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ବାହାର ଭିତର ରତ୍ନ ଭଣ୍ଡାର ଖୋଲି ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଟେକନିକାଲ୍ ଟିମ୍ ଏସବୁ ଅନୁଧ୍ୟାନ କରିଥିଲେ ।
  • ଓଡ୍ରାଫ୍ ଟିମ୍ , ଅଗ୍ନିଶମ ଏବଂ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ବି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଲାଇଟ୍, କଟର, ଜେନେରେଟର୍, ଫାୟାର୍ ମାସ୍କ, ମେଟାଲ୍ ଡିଟେକ୍ଟର ବ୍ୟବହାର କରଯାଇ ଜୁଲାଇ 14ରେ ବାହାର ରତ୍ନଭଣ୍ଡାର ଖୋଲି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରି ଭିତର ରତ୍ନଭଣ୍ଡାର ଖୋଲି ସ୍ଥିତି ଠିକ୍ ନଥିବା ଅନୁଧ୍ୟାନ କରିଥିଲେ ।
  • ଭିତର ଭଣ୍ଡାରକୁ ଆଲୋକିକରଣ କରାଯିବା ସହ ପୁରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିଲା । ASI ଦ୍ୱାରା ଲେଜର ସ୍କାନିଂ ପରେ ରତ୍ନଭଣ୍ଡାର ଅବସ୍ତା ଭଲ ନଥିବା ସ୍ପଷ୍ଟ ହୋଇଥିଲା । ଜୁଲାଇ 16 ରୁ ମରାମତି କାମ ଆରମ୍ଭ ହୋଇ ଯାଇଥିଲା ।
  • ଭିତର ରତ୍ନଭଣ୍ଡାର ମରାମତି କାମ ଖୁବ୍ ଜୋରରେ ଚାଲିଥିବା ବେଳେ ଚଳିତ ମାସ ଶେଷସୁଦ୍ଧା ମରାମତି ସରିବା ନେଇ ଜଷ୍ଟିଷ ରଥ ପ୍ରତିକ୍ରିୟା ଦେଇଛନ୍ତି ।
  • ରତ୍ନଭଣ୍ଡାରର ସ୍ଥାୟୀତ୍ୱକୁ ଆଖିରେ ରଖି ମଜବୁତ୍ କାମ ହେଉଥିବା ଜଷ୍ଟିସ ରଥ କହିଛନ୍ତି ।

ଚମତ୍କାର; ଜମ୍ମୁ-କାଶ୍ମୀରରେ ବିଶ୍ୱର ସର୍ବୋଚ୍ଚ ରେଲୱେ ବ୍ରିଜ୍ ‘ଚେନାବ’

  • ଭାରତରେ ନିର୍ମାଣ ହୋଇଛି ବିଶ୍ଵର ସର୍ବୋଚ୍ଚ ରେଲୱେ ବ୍ରିଜ୍। ଜମ୍ମୁ କାଶ୍ମୀରର ରିୟାସି ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମିତ ଏହି ବ୍ରିଜର ଉଚ୍ଚତା ୩୫୯ ମିଟର ।
  • କାଶ୍ମୀରକୁ ଭାରତର ଅବଶିଷ୍ଟ ରେଳ ନେଟୱାର୍କ ସହ ଯୋଡ଼ିବାରେ ଚେନାବ ବ୍ରିଜ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରିବ। ବ୍ରିଜ୍‌ର ଲମ୍ବ ୧.୩୧୫ କିଲୋମିଟର ହୋଇଥିବାବେଳେ ଏହାକୁ ନଦୀପତ୍ତନଠାରୁ ୩୫୯ ମିଟର ଉଚ୍ଚରେ ନିର୍ମାଣ କରାଯାଇଛି।
  • ସୂଚନାଯୋଗ୍ୟ ପ୍ୟାରିସ୍‌ର ଇଫେଲ୍‌ ଟାଓ୍ୱାରର ଉଚ୍ଚତାଠାରୁ ବ୍ରିଜ୍‌ର ଉଚ୍ଚତା ଅଧିକ ରହିଛି। ବ୍ରିଜ୍‌ଟି ରିୟାସି ଜିଲା ସଲାଲ-ଏ ରେଳ ଷ୍ଟେଶନ୍‌ରୁ ଦୁଗା ରେଳ ଷ୍ଟେଶନ୍‌କୁ ସଂଯୋଗ କରିବ ।
  • ଚେନାବ ନଦୀ ବ୍ରିଜ୍‌ ଜମ୍ମୁ-କାଶ୍ମୀର ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଷ୍ଟିଲରେ ତିଆରି ହୋଇଥିବା ରେଳବ୍ରିଜ୍‌ରେ ମୋଟ ୯୩ ଗୋଟି ସେଗ୍‌ମେଣ୍ଟ ଥିବାବେଳେ ପ୍ରତ୍ୟେକ ସେଗ୍‌ମେଣ୍ଟର ଓଜନ ୮୫ ଟନ୍‌ ରହିଛି।
  • ଉଦ୍ଧମପୁର-ଶ୍ରୀନଗର-ବାମୁଲା ରେଳ ଲିଙ୍କ୍‌ ପ୍ରୋଜେକ୍ଟ ଅଧୀନରେ ବିଶ୍ୱର ଉଚ୍ଚତମ ରେଳ ବ୍ରିଜ୍‌ ନିର୍ମାଣ କରାଯାଇଛି। ଏଥିରେ ମୋଟ ୩୦,୩୫୦ ଟନ୍‌ ଷ୍ଟିଲ୍‌ ବ୍ୟବହାର କରାଯାଇଛି।
  • ଆଫକନ୍ସ ଇନ୍‌ଫ୍ରାଷ୍ଟ୍ରକ୍ଚର ଏଲ୍‌ଟିଡି ପକ୍ଷରୁ ନିର୍ମିତ ଏହି ବ୍ରିଜ୍‌ ପାଖରେ ୧୨୦ ଟନ୍‌ ଓଜନ ଧାରଣ କରିବାର କ୍ଷମତା ରହିଛି।
  • ଚେନାବ ବ୍ରିଜ ହେଉଛି ଜମ୍ମୁ କାଶ୍ମୀରରେ ନିର୍ମାଣାଧୀନ ଉଦ୍ଧମପୁର-ଶ୍ରୀନଗର-ବାରାମୁଲା (ୟୁଏସବିଆରଏଲ) ରେଳ ପ୍ରକଳ୍ପର ଏକ ପ୍ରମୁଖ ଅଂଶ। ଏହାକୁ ଉତ୍ତର ରେଳପଥ ପକ୍ଷରୁ ନିର୍ମାଣ କରାଯାଇଛି।

ଚର୍ଚ୍ଚାରେ ଭାରତୀୟ 
ଭାରତୀୟ ଇଂଜିନିୟରିଂ ଜ୍ଞାନକୌଶଳର ସର୍ବୋତ୍କୃଷ୍ଟ ଉଦାହରଣ ହେଉଛି ଚେନାବ। ବିଶ୍ୱର କୌଣସି ଦେଶଠାରୁ ଭାରତୀୟଙ୍କ ଶୈଳୀ କିଛି କମ୍‍ ନୁହେଁ । ଏହି ଦୃଢ଼ ନିଷ୍ପତ୍ତି, ଭାରତକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିଛି । ବିଶେଷଜ୍ଞ ଓ ଯନ୍ତ୍ରୀମାନେ ଚେନାବର ଏହି ରେଳ ବ୍ରିଜ୍‍କୁ ତିଆରି କରି ବିଶ୍ୱ ଇତିହାସରେ ଭାରତକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି ।
ଚେନାବ ବ୍ରିଜର ବିଶେଷତ୍ୱ

  • ଚେନାବ ରେଳ ବ୍ରିଜର ଉଚ୍ଚତା ଫ୍ରାନ୍ସର ପ୍ରସିଦ୍ଧ ଆଇଫିଏଲ୍ ଟାୱାରଠାରୁ ୨୯ ମିଟର ଉଚ୍ଚ। ଆଇଫିଏଲ୍ ଟାୱାରର ଉଚ୍ଚତା ୩୩୦ ମିଟର ହୋଇଥିବାବେଳେ ଚେନାବ ବ୍ରିଜର ଉଚ୍ଚତା ୩୫୯ ମିଟର। ପ୍ରାୟ ୧,୫୦୦ କୋଟି ଟଙ୍କାର ବଜେଟରେ ବ୍ରିଜଟିକୁ ନିର୍ମାଣ କରାଯାଇଛି। ଏହାର ଲମ୍ଭ ୧.୩ କିଲୋମିଟର ରହିଛି
  • ଚେନାବ ବ୍ରିଜର ନିର୍ମାଣରେ ୨୯,୦୦୦ ମେଟ୍ରିକ୍ ଟନ ଷ୍ଟିଲ ବ୍ୟବହାର କରାଯାଇଥିବାବେଳେ ୬୬,୦୦୦ କ୍ୟୁବିକ ମିଟର କଂକ୍ରିଟର ବ୍ୟବହାର କରାଯାଇଛି। ଏହା ଉପରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଟ୍ରେନ ଚାଲି ପାରିବ।
  • ତେବେ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଜକୁ ଡିଆରଡିଓର ସହାୟତାରେ ବ୍ଲାଷ୍ଟପ୍ରୁଫ କରାଯାଇଛି। ଏହାସହ ୨୦୦ କିଲୋମିଟରରୁ ଅଧିକ ବେଗରେ ବହୁଥିବା ପବନକୁ ବ୍ରିଜ ସହ୍ୟ କରିପାରିବ ଏବଂ ବ୍ରିଜକୁ ବଡ଼ଧରଣର ଭୂମିକମ୍ପକୁ ସହ୍ୟ କରିବା ଭଳି ନିର୍ମାଣ କରାଯାଇଛି।
  • ଜମ୍ମୁ କାଶ୍ମୀରର ଉଦ୍ଧମପୁରରୁ ଶ୍ରୀନଗର ଦେଇ ବାରାମୁଲାକୁ ରେଳ ଲାଇନ (ୟୁଏସବିଆରଏଲ) ପ୍ରକଳ୍ପ ଅଧୀନରେ ୨୦୦୪ ମସିହାରେ ଚେନାବ ବ୍ରିଜ୍ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ। ୨୦୦୮ରେ ଆଫକନ୍ସ ଇନଫ୍ରାଷ୍ଟ୍ରକ୍ଚର୍ସକୁ ଏହାର ଠିକା ମିଳିଥିଲା। ୨୦୧୦ ମସିହାରେ ଏହା ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ବିଭିନ୍ନ କାରଣରୁ ନିର୍ମାଣ କାମ ଠିକ୍ ଭାବେ ହୋଇପାରୁନଥିଲା।
  • ଶେଷରେ ୨୦୧୭ ମସିହାରେ ବ୍ରିଜ ନିର୍ମାଣର କାମକୁ ତ୍ଵରାନ୍ୱିତ କରାଗଲା। ମଝିରେ କୋଭିଡ୍ ମହାମାରୀ କାରଣରୁ ପ୍ରକଳ୍ପର କାମ ପୁଣି ବାଧାପ୍ରପ୍ତ ହୋଇଥିଲା। ୨୦୨୨ ମସିହା ଅଗଷ୍ଟ ମାସରେ ବ୍ରିଜ କାମ ଶେଷ ହୋଇଥିବାବେଳେ ୨୦୨୪ ଫେବ୍ରୁଆରି ମାସରେ ଏହାପରେ ରେଳ ଲାଇନ ବିଛା ଯାଇଥିଲା।
  • ତେବେ ସ୍ଥାନୀୟ ଅଞ୍ଚଳର ଭୌଗଳିକ ସ୍ଥିତି ଏବଂ ପାଣିପାଗକୁ ଦୃଷ୍ଟିରେ ରଖି ଚେନାବ ବ୍ରିଜକୁ ଏକ ଆର୍ଚ (ଗୋଲାକାର) ବ୍ରିଜ ସଦୃଶ ନିର୍ମାଣ କରାଯାଇଛି। ବ୍ରିଜ୍ ନିର୍ମାଣରେ ଡିଆରଡିଓ ଏବଂ ଭାରତୀୟ ରେଳବାଇର କୋଙ୍କଣ ରେଲୱେ ଡିଭିଜନ ବୈଷୟିକ ସହାୟତା ପ୍ରଦାନ କରିଛନ୍ତି।
  • ଚେନାବ ବ୍ରିଜର ନିର୍ମାଣକୁ ଅନୁମତି ମିଳିବାର ପ୍ରାୟ ୨ ଦଶନ୍ଧି ପରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏଥିରେ ଟ୍ରେନର ଟ୍ରାଇଲ ରନ୍ ହୋଇଥିବାବେଳେ ଖୁବ୍ ଶୀଘ୍ର ଏହା ଉପର ଦେଇ ରେଳ ଚଳାଚଳ କରିବ।
  • ୨୦ ବର୍ଷରୁ ଅଧିକ ସମୟ ଧରି ବ୍ରିଜ ନିର୍ମାଣ କାମ ଆରମ୍ଭ ହୋଇଥିଲା ବେଳେ ୫୨୫ ଲକ୍ଷରୁ ଅଧିକ ମାନବ ଦିବସ ନିଯୁକ୍ତି ସୃଷ୍ଟି ହୋଇଛି । ଏହି ପ୍ରକଳ୍ପ ନିର୍ମାଣ ଅବଧି ମଧ୍ୟରେ ଜମ୍ମୁ-କାଶ୍ମୀରର ସ୍ଥାନୀୟ ଲୋକଙ୍କୁ ୬୫ ପ୍ରତିଶତ ନିଯୁକ୍ତି ଦିଆଯାଇଥିଲା ବେଳେ ଜମି ଦେଇଥିବା ୮୦୪ଙ୍କୁ ରେଳବାଇରେ ନିଯୁକ୍ତି ଦିଆଯାଇଛି ।
  • ଭାରତର ଇଂଜିନିୟରିଂ ଦକ୍ଷତା ଚର୍ଚ୍ଚାକୁ ଆସିଛି । ଏପ୍ରିଲ 19 ରେ ଏହାର ଉଦ୍ଘାଟନ ହେବାକୁ ଥିବା ଚର୍ଚ୍ଚା ହେଉଥିଲା ବେଳେ ପାଗର ପ୍ରତିକୂଳତା ପାଇଁ ଉଦ୍ଘାଟନ କାର୍ଯ୍ୟ ସ୍ଥଗିତ ହେବାର ସମ୍ଭାବନା ରହିଛି। କିଛିଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭ ଉଦ୍‍ଘାଟନ କରିବେ ବୋଲି ଶୁଣିବାକୁ ମିଳୁଛି ।

ଡ୍ରେସିଂରୁମ ଡିଷ୍ଟର୍ବାନ୍ସ,ବିଦା ହେଲେ କୋଚ୍

BCCI ନେଲା ବଡ଼ କାର୍ଯ୍ୟାନୁଷ୍ଠାନ । ଚଳିତବର୍ଷ ବର୍ଡର ଗାଭାସ୍କର ଟ୍ରଫି ସିରିଜ ଭାରତ ହାରିବା ପରେ ଆଭିମୁଖ୍ୟ କଡ଼ା କରୁଛି BCCI

  • ଡ୍ରେସିଂ ରୁମରୁ କଥାବାର୍ତ୍ତା ଲିକ୍ ହେବା ଯୋଗୁଁ BCCI ଟିମ୍ ଇଣ୍ଡିଆର ସହାୟକ କୋଚ ଅଭିଷେକ ନାୟରଙ୍କୁ ବିଦା କରିଛି । ତାଙ୍କ କାର୍ଯ୍ୟକାଳ ୮ ମାସ ପୂର୍ବରୁ ଆରମ୍ଭ ହୋଇଥିଲା ।
  • ବର୍ଡର ଗାଭାସ୍କର ଟ୍ରଫି ସିରିଜ ହାରିବା ପରେ BCCI ରିଭ୍ୟୁ ମିଟିଂ କରିଥିଲା, ଏଥିରେ ଟିମ୍ ମ୍ୟାନେଜମେଣ୍ଟର ଜଣେ ସଦସ୍ୟ ଅଭିଯୋଗ କରିଥିଲେ କି, ଡ୍ରେସିଂ ରୁମରୁ କଥା ବାହାରକୁ ଯାଉଛି ।
  • ଖବର ମୁତାବକ, ଟିମ୍ ଇଣ୍ଡିଆର ସହାୟକ କୋଚ ଅଭିଷେକ ନାୟରଙ୍କ ବ୍ୟତୀତ ଫିଲ୍ଡିଂ କୋଚ ଟି ଦିଲ୍ଲୀପ ଏବଂ ଟ୍ରେନର ସୋହମ ଦେଶାଇଙ୍କୁ ମଧ୍ୟ ବିଦା କରାଯାଇଛି । ନାୟରଙ୍କ ସ୍ଥାନରେ ଟିମରେ କାହାକୁ ନିଯୁକ୍ତି ମିଳିବ ତାହାକୁ ନେଇ ଚର୍ଚ୍ଚା ।
  • ତେବେ ଟି ଦିଲ୍ଲୀପଙ୍କ କାମ ଆସିଷ୍ଟାଣ୍ଟ କୋଚ ରିୟାନ ଟେନ ଡିସ୍କାଟେ କରିବେ । ଟ୍ରେନର ସୋହମ ଦେଶାଇଙ୍କ ସ୍ଥାନରେ ଏଡ୍ରିଅନ ଲି ରୁ ନେବେ । ସେ ଏବେ ଆଇପିଏଲରେ ପଞ୍ଜାବ କିଙ୍ଗସ ଟିମ୍ ସହିତ ଜଡିତ ରହିଛନ୍ତି ।

ବିଜୁଙ୍କ ସମାଧିକୁ ନେଇ ମିଛ କହିଛନ୍ତି ପାଣ୍ଡିଆନ

17 ଏପ୍ରିଲ 1997ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହେଲା। ବିଜୁ ବାବୁଙ୍କ ଅନ୍ତିମ ଦର୍ଶନ ପାଇଁ ଭୁବନେଶ୍ୱରରୁ ସ୍ୱର୍ଗ ଦ୍ୱାର ପର୍ଯ୍ୟନ୍ତ ଥିଲା ଜନସମୁଦ୍ର। ଯଦିଓ ଭୋଟରଙ୍କ ବିଶ୍ୱାସ ଜିଣିବାରେ ଶତ ପ୍ରତିଶତ ସଫଳ ନଥିଲେ, କିନ୍ତୁ ପ୍ରତ୍ୟେକ ଓଡ଼ିଆଙ୍କ ହୃହୟର ରାଜା ଥିଲେ ବିଜୁ ବାବୁ । ତାଙ୍କର ଶେଷ କୃତ୍ୟରେ ଉପସ୍ଥିତ ଥିଲେ, ପ୍ରଧାନମନ୍ତ୍ରୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ। ସେଥିପାଇଁ ତ ବିଜୁଙ୍କ ଅନ୍ତିମ ଯାତ୍ରା ଏବଂ ଶେଷକୃତ୍ୟର ସମସ୍ତ ଦାୟିତ୍ୱ ନେବାକୁ ବାଧ୍ୟ ହୋଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲବ ପଟ୍ଟନାୟକ
ବିଜୁ ବାବୁଙ୍କ ଲୋକପ୍ରିୟତା ଦେଖି, ସାନ ପୁଅ ନବୀନ ପଟ୍ଟନାୟକ ଧାଇଁ ଆସିଲେ ଓଡ଼ିଶା। ବାପାଙ୍କ ଆସିକା ଆସନରୁ ଜିତି ଲୋକସଭାରେ ଏଣ୍ଟ୍ରି ମାରିଲେ। ଆଉ ତାପରେ ବାପାଙ୍କ ନାଁରେ ବିଜୁ ଜନତା ଦଳ(BJD) ଗଠନ କରି କେନ୍ଦ୍ରମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ। ଭୁବନେଶ୍ୱର ୟୁନିଟ୍-6ର Qtr No. 6R-3କୁ ଥିବା ବାପା ବିଜୁଙ୍କର ଜନତା ଦଳ ଅଫିସକୁ BJDର ରାଜ୍ୟ କାର୍ଯ୍ୟାଳୟ କରିଦେଲେ ନିଜ ମୁଖ୍ୟମନ୍ତ୍ରୀତ୍ୱ କାଳରେ BJDର ରାଜ୍ୟ କାର୍ଯ୍ୟାଳୟକୁ ଲାଗି ରହିଥିବା ଅନ୍ୟ 3ଟି ସରକାରୀ ପ୍ଲଟକୁ BJDକୁ ଆବଣ୍ଟିତ କଲେ ନବୀନ

ଶଙ୍ଖ ଭବନ ପାଇଁ ଆଇନ ବାଟବଣା

ନିୟମ କାନୁନକୁ ମୋଡି ମକଚି ରାସ୍ତା ବା ସଡ଼କ କିସମର ଜମିକୁ ଘରବାଡ଼ି କରି BJD ଅଫିସ ପାଇଁ ଆବଣ୍ଟିତ କଲେ। ଶେଷରେ 4ଟି ପ୍ଲଟକୁ ମିଶାଇ 1 ଏକର 183 ଡେସିମିଲି ଜାଗା ଉପରେ ନିର୍ମାଣ ହେଲା ଶଙ୍ଖ ଭବନ। ସାରା ବିଶ୍ୱ କରୋନା ଭୟରେ କ୍ୱାରଣ୍ଟାଇନରେ ଥିଲାବେଳେ, କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଲା BJDର ଉଚ୍ଚ ଅଟ୍ଟାଳିକା ଶଙ୍ଖ ଭବନ ଏହାକୁ ଯେପରି ଅତ୍ୟାଧୁନିକ କରାଯାଇ ପାରିବ, ସେଥିପାଇଁ ଦାୟିତ୍ୱରେ ରହିଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ
ତେବେ ଶଙ୍ଖ ଭବନକୁ ଭବ୍ୟ କରିବା ପାଇଁ ସବୁ ପ୍ରକାର ବେଆଇନ କାର୍ଯ୍ୟ କରି ପାଣି ପରି ଟଙ୍କା ଉଡ଼ାଇ ଥିବା ନବୀନ ପଟ୍ଟନାୟକ, ନିଜ ବାପା ବିଜୁ ବାବୁଙ୍କ ନିମନ୍ତେ ସମାଧିଟିଏ କରିବା ପାଇଁ କାହିଁକି ଅନିଚ୍ଛୁକ? ବିଜୁ ବାବୁଙ୍କ ଅଧୁରା ସ୍ୱପ୍ନର କଥା କହି 24 ବର୍ଷ ମୁଖ୍ୟମନ୍ତ୍ରୀ ରହିଲେ ନବୀନ ପଟ୍ଟନାୟକ । କିନ୍ତୁ ଜଣେ ପୁଅର କାର୍ଯ୍ୟ କରିବାକୁ ଉଚିତ ଭାବିଲେ ନାହିଁ। ନବୀନ ବାବୁ ଓ ତାଙ୍କ ପାର୍ଟି ବିଜୁଙ୍କୁ କେବଳ ରାଜନୀତି ପାଇଁ ବ୍ୟବହାର କରିଛନ୍ତି ।

ବିଜୁଙ୍କ ନାଁରେ ପାଣ୍ଡିଆନଙ୍କ ମିଛ
ନବୀନଙ୍କ ଗୁରୁତ୍ୱ ବଢ଼ାଇବା ପାଇଁ ବିଜୁ ପଟ୍ଟନାୟକଙ୍କ ନାଁରେ ବିଦେଶ ମାଟିରେ ଡାହା ମିଛ କହିଲେ ପାଣ୍ଡିଆନ ମିଥ୍ୟାବାଦୀ ପାଣ୍ଡିଆନ ଦୁବାଇରେ କହିଲେ ଯେତେବେଳେ ପୁରୀ ସ୍ୱର୍ଗଦ୍ୱାରରେ ବିଜୁ ବାବୁଙ୍କ ସମାଧି ଥିବା କଥା ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ, ତତକ୍ଷଣାତ୍ ନବୀନ ପଟ୍ଟନାୟକ ପ୍ରତିକ୍ରିୟାଶୀଳ ହେଲେ ପରିବାରବାଦର ଉର୍ଦ୍ଧ୍ୱକୁ ଯାଇ ବିଜୁଙ୍କ ସମାଧି, ସ୍ୱର୍ଗ ଦ୍ୱାରରୁ ହଟେଇବାକୁ କହିଲେ
ମାତ୍ର ପାଣ୍ଡିଆନଙ୍କ କଥା ଥିଲା ମିଛ ପେଡିର କାହାଣୀ । ପ୍ରକୃତ କଥା ହେଲା, ବିଜୁ ବାବୁଙ୍କ ଦେହାନ୍ତର ଠିକ୍ 3 ମାସ ପରେ ଅର୍ଥାତ 17 ଜୁଲାଇ 1997ରେ ସ୍ୱର୍ଗଦ୍ୱାରରେ ତାଙ୍କର ସମାଧି କରାଗଲା। ବିଜୁ ବାବୁଙ୍କ ସମାଧି ରହିଲା ସର୍ବସାଧାରଙ୍କ ପାଇଁ ଉଦ୍ଧିଷ୍ଟ ସ୍ଥାନ ସ୍ୱର୍ଗଦ୍ୱାରରେ ।

  • ଲୋକଙ୍କ ଭାବନକୁ ଦୃଷ୍ଟିରୁ କଂଗ୍ରେସ ମଧ୍ୟ ବିଜୁଙ୍କ ସମାଧି ନିର୍ମାଣକୁ ବିରୋଦ୍ଧ କରିନଥିଲା।
  • କିନ୍ତୁ 1999ରେ ଆଇନଜୀବୀ ରମେଶ ପ୍ରସାଦ ସିଂହ, ପୁରୀ ସିଭିଲ୍ କୋର୍ଟରେ କେସ୍ କଲେସର୍ବସାଧାରଣ ଜାଗାରେ ବିଜୁ ବାବୁଙ୍କର କାହିଁକି ସମାଧି ରହିବ ବୋଲି ପ୍ରଶ୍ନ କଲେ।
  • ମାମଲାର ଶୁଣାଣି କରି ବିଚାରପତି ଶ୍ରୀମୟୀ ଆଚାର୍ଯ୍ୟ 27 ଡିସେମ୍ବର 2014ରେ ସ୍ୱର୍ଗ ଦ୍ୱାରରୁ ବିଜୁ ବାବୁଙ୍କ ସମାଧି ହଟେଇବାକୁ ଅର୍ଡର ଦେଲେ
  • ସେ ସମୟରେ ଭୈରବ ପାଣ୍ଡିଆନ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସଚିବ।
    ପାଣ୍ଡିଆନ ବାବୁ ଏସବୁ ଜାଣି ମଧ୍ୟ 2023 ମେ ମାସରେ ଦୁବାଇରେ ଅନୁଷ୍ଠିତ ଓଡ଼ିଆ ମାନଙ୍କ ଏକ ସମ୍ମିଳନୀରେ ବିଜୁ ପଟ୍ଟନାୟକଙ୍କ ସମାଧି ସଂପର୍କରେ ମିଛ କହିଥିଲେ।
    କେବଳ ପାଣ୍ଡିଆନ କାହିଁକି ବିଜୁ ବାବୁଙ୍କ ନାଁ ବ୍ୟବହାର କରି ନବୀନ ପଟ୍ଟନାୟକ ଭୋଟ ହାତେଇଛନ୍ତି। ଦିଲ୍ଲୀର ଏକ ହସ୍ପିଟାଲରେ ବିଜୁ ବାବୁ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲା ବେଳେ ନବୀନ ମାତ୍ର 2ଥର ଦେଖିବାକୁ ଯାଇଥିଲେ। ମାତ୍ର ବାପାଙ୍କ ମୃତ୍ୟୁ ପରେ ପ୍ରତିବର୍ଷ ମାର୍ଚ୍ଚ 5ରେ ବିଜୁ ଜୟନ୍ତୀ ପାଳନଆଉ ଏପ୍ରିଲ 17ରେ ବିଜୁଙ୍କ ତିରୋଧାନ ଦିବସରେ ଗୁଣ କୀର୍ତ୍ତନ କରି ନବୀନ ଜଣେ ସ୍ୱାର୍ଥବାଦୀ ରାଜନେତାର କର୍ତ୍ତବ୍ୟ ସାରି ଦେଉଛନ୍ତି କିନ୍ତୁ 24 ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ନବୀନ ବାବୁ ଚାହିଁଥିଲେ ଶଙ୍ଖ ଭବନ ପରି ନହେଲା ନାହିଁ ,ବାପାଙ୍କ ନାଁରେ ସମାଧିଟିଏ ତ କରି ପାରିଥାଆନ୍ତେ !

ଗରମରୁ ମୁକ୍ତି ଦେବ PM Modi AC Yojana

  • ଖରାଦିନ ଆସିଗଲେ ବଢୁଥିବା ତାପମାତ୍ରାକୁ ନେଇ ସମସ୍ତେ ଚିନ୍ତିତ ହୋଇ ଯାଆନ୍ତି । ତାତି ରେକର୍ଡ ପରେ ରେକର୍ଡ ଭାଙ୍ଗିବାକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ ।
  • ଗ୍ରୀଷ୍ମର ପ୍ରଭାବରୁ ତାତି ଯେତେ ବଢୁଛି AC ବିକ୍ରି ମଧ୍ୟ ସେତେ ବଢିବାରେ ଲାଗିଛି ।
  • ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୨୧-୨୨ ମସିହାରେ ୮୪ ଲକ୍ଷ AC ବିକ୍ରି ହୋଇଥିଲା, ଯାହା ୨୦୨୩-୨୪ ମସିହାରେ ୧.୧ କୋଟିକୁ ବୃଦ୍ଧି ପାଇଛି।
  • AC ଚାହିଦା ଯୋଗୁଁ, ପ୍ରତିବର୍ଷ ପାୱାର ଗ୍ରୀଡ୍ ଏବଂ ପାୱାର ବ୍ୟବହାର ଉପରେ ଚାପ ବୃଦ୍ଧି ପାଉଛି।
  • ଏହି ଚ୍ୟାଲେଞ୍ଜର ମୁକାବିଲା ପାଇଁ, ସରକାର ପ୍ରଧାନମନ୍ତ୍ରୀ ମୋଦୀ ଏସି ଯୋଜନା ଯୋଜନା (PM Modi AC Yojana)ରେ କାମ କରୁଛନ୍ତି।

ଆପଣ କିପରି ଲାଭବାନ ହେବେ?

  • ରିସାଇକ୍ଲିଂକାରୀଙ୍କୁ AC ଫେରସ୍ତ କରନ୍ତୁ: ଏକ ସାର୍ଟିଫାଏଡ ରିସାଇକ୍ଲିଂ ସେଣ୍ଟରରେ ପୁରୁଣା ACଜମା କରନ୍ତୁ ଏବଂ ପ୍ରମାଣପତ୍ର ପାଇ ନୂତନ AC କିଣିବା ଉପରେ ରିହାତି ପାଆନ୍ତୁ ।
  • ରିହାତିର ଲାଭ: ବ୍ଲୁ ଷ୍ଟାର, ଭୋଲଟାସ୍, ଏଲଜି ଭଳି ବଡ଼ ବ୍ରାଣ୍ଡ ପୁରୁଣା AC ବଦଳରେ ନୂତନ AC କିଣିବା ଉପରେ ଗ୍ରାହକମାନଙ୍କୁ ରିହାତିର ଲାଭ ଦେଇପାରିବେ।
  • ବିଦ୍ୟୁତ୍ ବିଲ୍‌ରେ ରିହାତିର ଲାଭ: ବିଦ୍ୟୁତ୍ ବଣ୍ଟନ କମ୍ପାନୀଗୁଡ଼ିକ ସହିତ ମିଳିତ ଭାବରେ,ସରକାର ନୂତନ AC କିଣୁଥିବା ଗ୍ରାହକମାନଙ୍କୁ ବିଦ୍ୟୁତ୍ ବିଲ୍‌ରେ ରିହାତି ଦେବାକୁ ବିଚାର କରୁଛନ୍ତି।
  • ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସୀ ଅନୁଯାୟୀ, ଆପଣଙ୍କର ପୁରୁଣା ACକୁ ୫-ଷ୍ଟାର ରେଟିଂ AC ସହିତ ବଦଳାଇବା ଦ୍ୱାରା ବାର୍ଷିକ ଆପଣଙ୍କର ବିଦ୍ୟୁତ୍ ବିଲ୍ ରେ ୬,୩୦୦ ଟଙ୍କା ସଞ୍ଚୟ ହୋଇପାରିବ। ଏହା କେବଳ ଲୋକଙ୍କ ପକେଟ ଉପରେ ବୋଝ ହ୍ରାସ କରିବ ନାହିଁ ବରଂ ପାୱାର ଗ୍ରୀଡ ଉପରେ ଚାପ ମଧ୍ୟ ହ୍ରାସ ପାଇପାରିବ ।

କିପରି ଟଙ୍କା ସଞ୍ଚୟ କରିବେ?
ଏହି ନୂତନ ଯୋଜନା ମାଧ୍ୟମରେ ଆପଣ ଟଙ୍କା ସଞ୍ଚୟ କରିପାରିବେ ।ଏହାର ଉଦ୍ଦେଶ୍ୟ ହେଉଛି ଲୋକମାନେ ସେମାନଙ୍କର ପୁରୁଣା ଏବଂ ବିଦ୍ୟୁତ୍ ବ୍ୟବହାରକାରୀ ACକୁ ବଦଳାଇ ଫାଇଭ୍ ଷ୍ଟାର (5 Star) ମଡେଲ କିଣିବେ। ଏହା କରିବା ଦ୍ୱାରା ଲୋକମାନେ ମଧ୍ୟ ଉପକୃତ ହେବେ, 5 Star AC ପ୍ରତି ମାସରେ କମ୍ ବିଦ୍ୟୁତ୍ ବ୍ୟବହାର କରିବ ଯାହା ଫଳରେ ବିଦ୍ୟୁତ୍ ବିଲ୍ ମଧ୍ୟ ହ୍ରାସ ପାଇବ। କେବଳ ବିଦ୍ୟୁତ୍ ବିଲ୍ ନୁହେଁ ବରଂ ପାୱାର ଗ୍ରୀଡ୍ ଉପରେ ଚାପ ମଧ୍ୟ ହ୍ରାସ ପାଇବ।
ଦି ବିଜିନେସ୍ ଷ୍ଟାଣ୍ଡାର୍ଡ ରିପୋର୍ଟ ଅନୁଯାୟୀ, ଏହି ଯୋଜନା ଶକ୍ତି ମନ୍ତ୍ରଣାଳୟ ଏବଂ ଶକ୍ତି ଦକ୍ଷତା ବ୍ୟୁରୋ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଏହି ଯୋଜନା ଇଣ୍ଡିଆ କୁଲିଂ ଆକ୍ସନ ପ୍ଲାନ ଭଳି ଦୀର୍ଘକାଳୀନ ଯୋଜନା ସହିତ ସମନ୍ୱୟ ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ଅଧୀନରେ ଲୋକମାନଙ୍କୁ ବିଭିନ୍ନ ସୁବିଧା ଦେବା ବିଷୟରେ ମଧ୍ୟ ଆଲୋଚନା ହେଉଛି ଯାହା ଦ୍ଵାରା ଅଧିକରୁ ଅଧିକ ଲୋକ ଏହି ଯୋଜନାର ଲାଭ ଉଠାଇପାରିବେ।