ଓଡ଼ିଶାରେ ଚିନି କଳ ବନ୍ଦ, କିଏ ଦାୟୀ?

ମାସକ ଭିତରେ ଚିନି ଦର  କିଲୋ ପିଛା 20 ଟଙ୍କା ବଢ଼ିଗଲାଣି । ଏବେ 1 କିଲୋଗ୍ରାମ ଚିନିର ଦର 70 ଟଙ୍କାରେ ପହଞ୍ଚିଲାଣି । ଆଗକୁ ପାର୍ବଣର ଋତୁ ଆସୁଛି, ଚିନି ଦର ପୁଣି ବଢ଼ିପାରେ । ଦରକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର, ଅକ୍ଟୋବର 31 ତାରିଖ ମଧ୍ୟରେ 10 ଲକ୍ଷ ଟନ୍ Raw Sugar ବିଭିନ୍ନ ଦେଶରୁ ଆମଦାନୀ କରିବେ । ଆଉ ସେହି ଇମ୍ପୋଟେଟ୍ ସୁଗାର, Duty Free ଭାବେ ଆସିବ, Import Duty ଛାଡ ହେବ
କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତିକୁ ସୁଗାର ପଲିସରେ ଏକ ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି

  • ଆଖୁ ପ୍ରଚୁର ଅମଳର ଆଶା ରଖି ମାତ୍ର 10 ମାସ ପୂର୍ବରୁ, ମାନେ ନଭେମ୍ବର 2025ରେ, କେନ୍ଦ୍ର ସରକାର 15 ଲକ୍ଷ ଟନ୍ ଚିନି ବିଦେଶକୁ ରପ୍ତାନି ପାଇଁ ଅନୁମତି ଦେଇଥିଲେ
  • ପରବର୍ତ୍ତୀ ସମୟରେ 20 ଲକ୍ଷ ଟନକୁ ବୃଦ୍ଧି କରାଯାଇଥିଲା
  • କିନ୍ତୁ ମାତ୍ର 8 ଲକ୍ଷ ଟନ୍ ଚିନି ରପ୍ତାନି ହୋଇଛି ସେପଟେ ଘରୋଇ ଷ୍ଟକ୍ କମିଯିବା ଏବଂ ଦର ବୃଦ୍ଧି କାରଣରୁ ଚିନି ରପ୍ତାନି ଉପରେ କେନ୍ଦ୍ର ସରକାର କଟକଣା ଲଗାଇ ଦେଲେ
    କାହିଁକି ବଢ଼ୁଛି ଚିନି ଦର
    ଇଥାନଲର ବ୍ୟବହାର ବହୁତ ବଢିଛି । ସେଥିପାଇଁ ଚିନି ଉତ୍ପାଦନ କମିଯାଉଛି । ଅଭିଯୋଗକୁ କେନ୍ଦ୍ର ସରକାର ଅସ୍ୱୀକାର କରୁଛନ୍ତି । କେନ୍ଦ୍ର ଖାଉଟି ବ୍ୟାପାର ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହୁଛନ୍ତି ଯେ ଚିନି ଉତ୍ପାଦନ ହ୍ରାସର କାରଣ ହେଉଛି Red Rot ରୋଗ ଏବଂ ଏଲ୍-ନିନୋ ପ୍ରଭାବ   । କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ କୃଷି ଓ ଚିନି ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କର ସୂଚନା ଅନୁସାରେ, ଭାରତର ବାର୍ଷିକ ଆବଶ୍ୟକତା 280 ଲକ୍ଷ ଟନ୍ ।ବର୍ତ୍ତମାନ ଦେଶରେ 20ରୁ 25 ଲକ୍ଷ ଟନର ସର୍ପ୍ଲସ୍ ଚିନି ଉପଲବ୍ଧ ଅଛି  ।ଯଦି ଚିନି ସର୍ପ୍ଲସ୍ ଅଛି, ତାହାଲେ ଚିନି ଦର ମାସକ ମଧ୍ୟରେ 20 ଟଙ୍କା ବଢିଲା କାହିଁକି?

ଓଡ଼ିଶାରେ ବାର୍ଷିକ 2 ଲକ୍ଷ 33 ହଜାର ମେଟ୍ରିକ୍ ଚନ୍ ଚିନିର ଆବଶ୍ୟକତା ଅଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ କହିଛନ୍ତି ।  ବିଜେପି ବିଧାୟକ ଅମର ନାୟକଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଲେ ଯେ ଓଡ଼ିଶାରେ ଥିବା 2ଟି ଚିନି କଳରୁ ବାର୍ଷିକ ମାତ୍ର 29,412 ମେଟ୍ରିକ୍ ଟନ୍ ଚିନି ଉତ୍ପାଦନ ହେଉଛି । ଓଡ଼ିଶାର ଚାହିଦା ପୂରଣ କରିବା ପାଇଁ ବାକି 2ଲକ୍ଷ 4 ହଜାର କ୍ୱିଣ୍ଟାଲ ଚିନି ବାହାର ରାଜ୍ୟରୁ କିଣାଯାଉଛି।  ଆତ୍ମନିର୍ଭର ଭାରତ ଯେମିତି ସ୍ଲୋଗାନରେ ସୀମିତ, ଠିକ୍ ସେମିତି ଆତ୍ମନିର୍ଭର ଓଡ଼ିଶା ମଧ୍ୟ ଭାଷଣରେ ଅଟକି ରହିଯାଇଛି। ଏବେ ଓଡ଼ିଶାରେ ମାତ୍ର 2ଟି sugar mill operational– ଆସ୍କା ଏବଂ ଢେଙ୍କାନାଳ  । ଆଉ 4ଟି ଚିନିକଳ ବନ୍ଦ ବରଗଡ଼ ସୁଗାର ମିଲ୍, ବଲାଙ୍ଗୀରର ବିଜୟାନନ୍ଦ ସୁଗାର ମିଲ୍ ,ବଡ଼ମ୍ବା ସୁଗାର ମିଲ୍ ଏବଂ ନୟାଗଡ଼ ସୁଗାର କଂପ୍ଲେକ୍ସ ବନ୍ଦ ହୋଇ ପଡ଼ିଛି ।

ଓଡ଼ିଶାର 4ଟି sugar-mill closures ସବୁ BJD ସରକାର ଶାସନ କାଳରେ ଘଟିଛି   । ଯାହା ଦ୍ୱାରା ଆଖୁଚାଷୀ ପ୍ରଭାବିତ ହେଲେ ଏବଂ ଚିନିର ଦର ମଧ୍ୟ ଆଜି ବଢୁଛି  । ତେବେ  ବର୍ତ୍ତମାନର BJP ସରକାର କଣ କରୁଛି?

  • 2024ରୁ ମୋହନ ଚରଣ ମାଝୀଙ୍କ ଙ୍କ BJP ସରକାର ଆସିବା ପରେ ବନ୍ଦ sugar mills ପୁନରୁଦ୍ଧାର କି ପଦକ୍ଷେପ ନେଇଛନ୍ତି?
  • ଗତ 26 ମାସ ମଧ୍ୟରେ ମୋହନ ସରକାର କରିଛନ୍ତି କଣ?
  • ବଲାଙ୍ଗୀର ଜିଲ୍ଲାରେ ଥିବା ବିଜୟାନନ୍ଦ ସୁଗାର ମିଲର ପୁନରୁଦ୍ଧାର ପାଇଁ 2025ରେ ଓଡ଼ିଶା ସରକାର India Potash Limited (IPL) ମାଧ୍ୟମରେ approval ଦେଇ ଚୁପ୍ ବସି ପଡିଛନ୍ତି
  • ସେହିଭଳି ଅମିତ ଶାହ ଆସିଲେ ବଡ଼ମ୍ବା ସୁଗାର ମିଲର ପୁନରୁଦ୍ଧାର ହେବ ବୋଲି କେବଳ ଆୟୋଜନ ହେଉଛି
  • ₹352 କୋଟି ଟଙ୍କା ବ୍ୟୟ କରି India Potash Limited ବଡ଼ମ୍ବା ସୁଗାର ମିଲକୁ ପୁଣି ଆରମ୍ଭ କରିବ ବୋଲି ମୋହନ ସରକାର ପ୍ରଚାର କରୁଛନ୍ତି । କିନ୍ତୁ ଏଯାଅଁ ଫଳ ଶୂନ
  • ଯଦି 4ଟି ଚିନି କଳକୁ ମୋହନ ମାଝୀଙ୍କର ସରକାର ଆରମ୍ଭ କରିପାରନ୍ତେ, ଓଡ଼ିଶାର ପ୍ରାୟ 30,000 ଚାଷୀ ଅର୍ଥକାରୀ ଆଖୁ ଚାଷ କରି ଲାଭାନ୍ୱିତ ହୋଇପାରନ୍ତେ। ଆଉ ଚିନି କ୍ଷେତ୍ରରେ ଓଡ଼ିଶା ଆତ୍ମନିର୍ଭର କ୍ଷେତ୍ରରେ ଅଗ୍ରସର ହୋଇପାରନ୍ତା।
    ଏ ଷ୍ଟୋରୀ ଲେଖିଛନ୍ତି- ବିଜୟ କେତନ ବରାଳ
Visited 1 times, 1 visit(s) today
Share this post

Leave A Comment

Your email address will not be published. Required fields are marked *