ୟୁନିଭରସିଟିରୁ ତିଆରି ହେଉଛନ୍ତି ଆତଙ୍କବାଦୀ

ୟୁନିଭରସିଟି ନାଁରେ ଆତଙ୍କବାଦ କାରଖାନା । ଡାକ୍ତରଙ୍କ ପରିବର୍ତ୍ତେ ତିଆରି ହେଉଛନ୍ତି ଆତଙ୍କବାଦୀ ।ଟେରରିଷ୍ଟଙ୍କ ଲିଙ୍କରେ ଅଲ୍‌-ଫଲାହ ୟୁନିଭରସିଟିଦିଲ୍ଲୀରେ ଘଟିଥିବା କାର୍‌ ବିସ୍ଫୋରଣ, ଯେତିକି ଭୟଙ୍କର ସେତିକି ଅମାନୁଷିକ। ଏ ଘଟଣା ସହ ରହିଛି ଫରିଦାବାଦର ଧୌଜ ଅଞ୍ଚଳରେ ଥିବା ଅଲ୍‌-ଫଲାହ ୟୁନିଭରସିଟିର ଲିଙ୍କ୍। ବିସ୍ଫୋରଣରେ ସମ୍ପୃକ୍ତ ଆତଙ୍କୀଙ୍କ ସହ ଏହି ୟୁନିଭରସିଟିର ସମ୍ପର୍କ ରହିଛି।

2014ରେ ଅଲ୍‌-ଫଲାହ ୟୁନିଭରସିଟିର ନିଜସ୍ୱ ମେଡିକାଲ କଲେଜ ଆରମ୍ଭ କରିଥିଲାଯେଉଁ କଲେଜରେ ମେଡିକାଲ ସାଇନ୍ସ ସହିତ ଆତଙ୍କୀ ଶିକ୍ଷା ମଧ୍ୟ ଦିଆଯାଉଥିବା ଖବର ଆସୁଛି । ଦିଲ୍ଲୀ ବିସ୍ଫୋରଣ ପରେ ପୁଲିସ ଏବଂ ଏନ୍‌ଆଇଏର ଏକ ମିଳିତ ଟିମ୍‌ ସେହି କଲେଜରେ ଚଢ଼ଉ କରିଥିଲେଆତଙ୍କୀ ସଙ୍ଗଠନ ଜୈସ୍‌-ଇମହମ୍ମଦ ଏବଂ ଅନ୍‌ସାର ଗଜୱାତୁଲ-ହିନ୍ଦ୍‌ର ଏକ ଆନ୍ତର୍ଜାତିକ ନେଟୱାର୍କ ଏ ୟୁନିଭରସିଟି  ସହ ଯୋଡିହୋଇ ରହିଥିବା ଯାଞ୍ଚରୁ ଜଣା ପଡ଼ୁଛି ।
ଏହି ନେଟୱାର୍କ ଶିକ୍ଷାନୁଷ୍ଠାନ ଆଢ଼ୁଆଳରେ ଫଣ୍ଡ ଟ୍ରାନ୍ସଫର, ଆତଙ୍କୀ ନିଯୁକ୍ତି ଓ ବିସ୍ଫୋରକ ସାମଗ୍ରୀ ଏକାଠି କରିବା ଭଳି କାର୍ଯ୍ୟ କରୁଥିଲା। ଏପରିକି ୟୁନିଭରସିଟି ଲ୍ୟାବରେ ଆରଡିଏକ୍ସ ଭଳି ବିସ୍ଫୋରକ ପ୍ରସ୍ତୁତ କରାଯାଉଥିବା ପୁଲିସ ସନ୍ଦେହ କରୁଛି । ତଦନ୍ତରୁ ଏକଥା ମଧ୍ୟ ସାମ୍‌ନାକୁ ଆସିଛି କି ଦିଲ୍ଲୀ ବିସ୍ଫୋରଣର ମାଣ୍ଡରମାଇଣ୍ଡ ଆତଙ୍କୀ ଡକ୍ଟର ମହମ୍ମଦ ଉମର ନବି ଏ ୟୁନିଭରସିଟିର ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ ସେ ଏକ ହ୍ୟୁଣ୍ଡାଇ ଆଇ-୨୦ କାର୍‌ ନେଇ ସେଠାରୁ ବାହାରି ଯାଇଥିଲା ଏବଂ ଦିଲ୍ଲୀରେ ବିସ୍ଫୋରଣ କରିଥିଲା । କେବଳ ମହମ୍ମଦ ଉମର ନବି ନୁହେଁ ଅନେକ ଜଣ ଏ ୟୁନିଭରସିଟିରୁ ବାହାରି ଆତଙ୍କୀ କାର୍ଯ୍ୟରେ ଲିପ୍ତ ଥିବା ତଥ୍ୟ ସାମ୍ନାକୁ ଆସୁଛି ।

Visited 1 times, 1 visit(s) today
Share this post

Leave A Comment

Your email address will not be published. Required fields are marked *