ମାସକୁ ୧୦୦୦ କୋଟି GST ହରାଇବ ଓଡ଼ିଶା

GST (Goods and Services Tax) କୁ ନେଇ ଓଡ଼ିଶା ବଡ଼ ଧରଣର କ୍ଷତି ସହିବାକୁ ଯାଉଛି । ସେପ୍ଟେମ୍ବର 3 ଓ 4 ରେ GST ପରିଷଦ ବୈଠକ ହେବ । ଯେଉଁଥିରେ ଚାରିଥାକିଆ GST ସ୍ଲାବକୁ 2 ଥାକିଆ କରିବାକୁ ଯୋଜନା ହେବ । GST ସ୍ଲାବରେ ହ୍ରାସ ଘଟିଲେ ରାଜ୍ୟକୁ କ୍ଷତି ସହିବାକୁ ପଡ଼ିବ। ରାଜ୍ୟର ରାଜସ୍ୱ ହାନୀ ହେଲେ ସେ ସବୁକିଏ ଭରଣା କରିବ ଏ ପର୍ଯ୍ୟନ୍ତ ସେ ନେଇ କୌଣସି ସ୍ପଷ୍ଟୀକରଣ ଆସିନାହିଁ । ଏସବୁର କ୍ଷତିପୂରଣ କିଏ ଭରଣା କରିବ ତାହା ଏବେ ବଡ଼ ପ୍ରସଙ୍ଗ । GST ସ୍ଲାବ୍ ହ୍ରାସ ହେଲେ  GST କ୍ଷେତ୍ରରେ 20 % ଲସ୍ ହେବ। ସେ ଆଧାରରେ ଦେଖିଲେ ଡ଼ିଶାରେ ମାସକୁ 5000 କୋଟି GST ସଂଗ୍ରହ ହେଉଛି । ସ୍ଲାବ୍ କମିଲେ ମାସକୁ 1000 କୋଟିର ରାଜସ୍ୱ ଡ଼ିଶାକୁ ହରାଇବାକୁ ପଡ଼ିବ।

8 ଟି ଅଣ NDA ଶାସିତ ରାଜ୍ୟ ହିମାଚଳପ୍ରଦେଶ, ଝାଡ଼ଖଣ୍ଡ, ତାମିଲନାଡୁ, ତେଲେଙ୍ଗାନା, କଣ୍ଣାଟକ, କେରଳ, ପଞ୍ଜାବ, ପଶ୍ଚିମବଙ୍ଗର ଫାଇନାନ୍ସ ମିନିଷ୍ଟର କ୍ଷତିପୂରଣ ଭରଣା ନେଇ GST ପରିଷଦକୁ ପ୍ରଶ୍ନ କରିବାର ଯୋଜନା ରହିଛି । ମାତ୍ର ଏନେଇ ଓଡ଼ିଶାର ଆଭିମୁଖ୍ୟ କଣ ରହିବ ତାହା ସ୍ପଷ୍ଟ ହୋଇନି । ଅଗଷ୍ଟ 29ରେ ଭୁବନେଶ୍ୱରରେ ଆୟୋଜିତ ବିକଶିତ ଓଡ଼ିଶା 2026 ସମ୍ମୀଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବକ୍ତବ୍ୟରୁ ଆଭିମୁଖ୍ୟ ସମ୍ପର୍କରେ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ । GST କମିଲେ କଣ ଲାଭ ମିଳିବ ସେ ନେଇ ଆଲୋଚନା କରିଥିଲା ବେଳେ ରାଜସ୍ୱ କ୍ଷତିପୂରଣ ବାବଦରେ କିଛି ବି କହିନାହାନ୍ତି ।

ରିପୋର୍ଟ ଅନୁଯାୟୀ 2017-18 ରେ ଓଡ଼ିଶାକୁ 2348 କୋଟି, 2018-19 ରେ 4241 କୋଟି, 2019-20 ରେ 5332 କୋଟି, 2020-21 ରେ 4243 କୋଟି ଟଙ୍କାର GST କ୍ଷତିପୂରଣ ମିଳିଛି2017 ମସିହାରୁ ଏ ପର୍ଯ୍ୟନ୍ତ ଓଡ଼ିଶା ପ୍ରାୟ 16,165 କୋଟି ଟଙ୍କା GST କ୍ଷତିପୂରଣ ପାଇଥିଲା ବେଳେ 2023 ଓ 2024 ରେ କୌଣସି GST କ୍ଷତିପୂରଣ ମିଳିନାହିଁ । 2025-26 ଆର୍ଥିକ ବର୍ଷରେ ଏହି କ୍ଷତିପୂରଣ ବାବଦ ସରକାର 3000 କୋଟି ପାଇବା କଥା । ତେବେ GST କ୍ଷେତ୍ରରେ 3000 କୋଟି ବକେୟା ଥିଲା ବେଳେ ମାସକୁ 1000 କୋଟିର ଲସ୍ ଅର୍ଥନୀତିକୁ ପ୍ରଭାବିତ କରିବ।

Visited 1 times, 1 visit(s) today
Share this post

Leave A Comment

Your email address will not be published. Required fields are marked *