ଗୋଟାଏ ଦିନରେ ହଜାରେ ମ୍ୟାଚ୍

ହକି ଇଣ୍ଡିଆର ବଡ଼ ଘୋଷଣା। ଗୋଟାଏ ଦିନରେ ଖେଳାଯିବ 1000 ମ୍ୟାଚ୍ । ଇଣ୍ଡିଆନ ହକିର 100 ବର୍ଷ ପୂର୍ତ୍ତି ଅବସରରେ ହକି ଇଣ୍ଡିଆ ସ୍ୱତନ୍ତ୍ର ନିଷ୍ପତ୍ତି ନେଇଛି। ଦେଶର ପ୍ରତେକ ଜିଲ୍ଲାରେ ଏକାସାଙ୍ଗରେ ମ୍ୟାଚ୍ ଖେଳାଯିବ। ଉଭୟ ମହିଳା ଓ ପୁରୁଷଙ୍କ ଭିତରେ କଡ୍ଡା ଟକର ହେବ। ନଭେମ୍ବର ୭ ତାରିଖରେ ଭାରତୀୟ ହକି ଅଭିଯାନକୁ ୧୦୦ବର୍ଷ ପୂରିବାକୁ ଯାଉଥିବାରୁ ହକି ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଭାରତୀୟ ହକିର ସ୍ୱତନ୍ତ୍ର ସମାରୋହ ଅବସରରେ ସମଗ୍ର ଦେଶରେ ଉତ୍ସବ ପାଳନ କରାଯିବ, ଯେଉଁଥିରେ ଏକାସମୟରେ ୧୦୦୦ ମ୍ୟାଚ୍‌ ଆୟୋଜନ କରାଯିବ। ଦେଶର ପ୍ରତ୍ୟେକ ଜିଲାରେ ଗୋଟିଏ ଲେଖାଏଁ ପୁରୁଷ ଓ ମହିଳା ମ୍ୟାଚ୍‌ ଖେଳାଯିବ। ଏଥିରେ ମୋଟ ଉପରେ ୩୬,୦୦୦ ଖେଳାଳି ଭାଗ ନେବେ। ଦେଶର ପ୍ରତ୍ୟେକ କୋଣରୁ ହକି ଖେଳାଳିଙ୍କୁ ଏକତ୍ରିତ କରିବା ପାଇଁ ହକି ଇଣ୍ଡିଆ ଏହି ପଦକ୍ଷେପ ନେଉଛି ।

ଜାତୀୟ ଓ ତୃଣମୂଳସ୍ତରରେ ପ୍ରତିଯୋଗିତା ଆୟୋଜନ କ୍ଷେତ୍ରରେ ଦିଆଯାଉଥିବା ଆର୍ଥିକ ସହାୟତାରେ ଆଖିଦୃଶିଆ ବୃଦ୍ଧି କରାଯାଇଛି। ଏବେଠାରୁ ଜାତୀୟ ସିନିୟର ପୁରୁଷ ଓ ମହିଳା ଚାମ୍ପିୟନଶିପ୍‌ ଆୟୋଜନ ଲାଗି ୭୦ ଲକ୍ଷ ଦିଆଯିବ। ସେହିଭଳି ଜୁନିୟର ବାଳକ, ବାଳିକା, ସବ୍‌-ଜୁନିୟର ବାଳକ ଓ ସବ୍‌-ଜୁନିୟର ବାଳିକା ଜାତୀୟ ଚାମ୍ପିୟନଶିପ୍‌ ଲାଗି ୩୦ ଲକ୍ଷ ଲେଖାଏ ଫେଡେରେଶନ ପକ୍ଷରୁ ଦିଆଯିବ। ଏହା ବ୍ୟତୀତ ପ୍ରତ୍ୟେକ ରାଜ୍ୟକୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଓ ଜିଲା ସଂଗଠନକୁ ସମର୍ଥନ କରିବା ପାଇଁ ୨୫ ଲକ୍ଷ ଲେଖାଏ ଦିଆଯିବ ବୋଲି Hockey India ପକ୍ଷରୁ ଘୋଷଣା କରାଯାଇଛି।ସ୍ଥାନୀୟ ସ୍ତରରେ ଆର୍ଥିକ ବାଧାକୁ ହ୍ରାସ କରି ଭିତ୍ତିଭୂମିକୁ ସଶକ୍ତ କରିବା, ପ୍ରତିଯୋଗିତାର କ୍ୱାଲିଟିରେ ବୃଦ୍ଧି ଓ ଅଧିକରୁ ଅଧିକ ଦଳକୁ ପ୍ରତିଯୋଗିତାରେ ସାମିଲ କରିବା ପାଇଁ ଅନୁଦାନରେ ବୃଦ୍ଧି କରାଯାଇଛି। ଏହାଦ୍ୱାରା ହଜାର ହଜାର ଉଦୀୟମାନ ଖେଳାଳି, କୋଚ୍‌, ତୃଳମୂଳ ସ୍ତରର ଅଧିକାରୀ ଲାଭବାନ ହେବେ।

ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଏନେଇ ସୂଚନା ଦେଇଛନ୍ତି। ଭାରତୀୟ ହକିକୁ ୧୦୦ ବର୍ଷ ପୂରିବାକୁ ଯାଉଥିବାରୁ ସାରା ଦେଶରେ ଉତ୍ସବ ଜରିଆରେ ଭାରତୀୟ ହକିକୁ ଆଗକୁ ନେଇଥିବା ପ୍ରତ୍ୟେକ ଖେଳାଳି, କୋଚ୍‌ ଓ ପ୍ରଶଂସକଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Visited 33 times, 1 visit(s) today
Share this post

Leave A Comment

Your email address will not be published. Required fields are marked *