ମୌସୁମୀ ଅଧିବେଶନ ପ୍ରଥମ ଦିନରେ ହିଁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଇସ୍ତଫା ଦେଇଛନ୍ତି । ୨୦୨୫ ଜୁଲାଇ ୨୧ରେ ସେ ଇସ୍ତଫା ଦେଇଛନ୍ତି।ଧନଖଡ଼ଙ୍କ ଇସ୍ତଫା ପରେ ରାଜନୈତିକ ଆଲୋଚନା ତେଜୁଛି । କାର୍ଯ୍ୟକାଳ ସରିବାର 2 ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ତେବେ କାର୍ଯ୍ୟକାଳ ସରିବା ପୂର୍ବରୁ ଆସନ ଛାଡ଼ିବାରେ ଜଗଦୀପ ଧନଖଡ଼ ପ୍ରଥମ ନୁହନ୍ତି, ତାଙ୍କ ପୂର୍ବରୁ ତିନିଜଣ ଉପରାଷ୍ଟ୍ରପତି କାର୍ଯ୍ୟକାଳ ସରିବା ପୂର୍ବରୁ ହିଁ ଆସନ ଛାଡ଼ିଛନ୍ତି। ରାଷ୍ଟ୍ରପତି ହେବାପାଇଁ ଉପରାଷ୍ଟ୍ରପତି ଆସନରୁ ଇସ୍ତଫା ଦେଇଛନ୍ତି।

୧୯୬୯ ମସିହା ଜୁଲାଇ ୨୦ରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ତତ୍କାଳୀନ ଉପରାଷ୍ଟ୍ରପତି ଭି.ଭି.ଗିରି। ୧୯୬୭ ମସିହାରେ ଭି.ଭି.ଗିରି ଉପରାଷ୍ଟ୍ରପତି ହୋଇଥିଲେ। ୧୯୬୯ ମେ ମାସରେ ତତ୍କାଳୀନ ରାଷ୍ଟ୍ରପତି ଜାକିର ହୁସେନଙ୍କ ପରଲୋକ ହେଇଥିବାରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ଶ୍ରୀ ଗିରିଙ୍କୁ ଉପରାଷ୍ଟ୍ରପତି ପଦରୁଓହରିବାକୁ ପଡ଼ିଥିଲା। ଇନ୍ଦିରା ଗାନ୍ଧୀଙ୍କ ଦୃଢ଼ ସମର୍ଥନ କାରଣରୁ ୧୯୬୯ ଅଗଷ୍ଟ ୨୦ରେ ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ଉପରାଷ୍ଟ୍ରପତିରୁ ରାଷ୍ଟ୍ରପତି ସାଜିଥିଲେ ଭି.ଭି ଗିରି । ସେ 1967 ମେ 13 ରୁ 1969 ମେ 3 ଯାଏଁ ଉପରାଷ୍ଟ୍ରପତି ଆସନରେ ବସିଥିଲେ।
ସେହିଭଳି ରାମସ୍ୱାମୀ ଭେଙ୍କଟରମଣ ରାଷ୍ଟ୍ରପତି ହେବା ପାଇଁ ଉପରାଷ୍ଟ୍ରପତି ପଦରୁ ୧୯୮୭ ମସିହାରେ ଇସ୍ତଫା ଦେଇଥିଲେ। ସେ 1984 ମସିହା ଅଗଷ୍ଟ 31 ତାରିଖରୁ 1987 ମସିହା ଜୁଲାଇ 24 ଯାଏଁ ଉପରାଷ୍ଟ୍ରପତି ଆସନରେ ବସିଲା ପରେ ପରବର୍ତ୍ତି ସମୟରେ ରାଷ୍ଟ୍ରପତି ହୋଇଥିଲେ।
ତେବେ ସ୍ଵାଧୀନତା ପରେ କାର୍ଯ୍ୟକାଳ ସରିବା ପୂର୍ବରୁ କୌଣସି ଉପରାଷ୍ଟ୍ରପତି ଇସ୍ତଫା ଦେବା ଏବଂ ରାଷ୍ଟ୍ରପତି ନିର୍ବାଚନ ନ ଲଢ଼ିବା ପ୍ରଥମ ଘଟଣା। ଏ ପର୍ଯ୍ୟନ୍ତ ମୋଟ ୧୪ ଉପରାଷ୍ଟ୍ରପତିଙ୍କ ମଧ୍ୟରୁ ୬ ଜଣ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ହୋଇଛନ୍ତି। ଯୋଉ ଲିଷ୍ଟରେ ଅଛନ୍ତି Dr S Radhakrishnan, Dr Zakir Hussain, V V Giri, R Venkataraman, Dr Shankar Dayal Sharma ଓ K R Narayanan।

ଅବଶ୍ୟ ୨୦୦୨ ପରଠାରୁ ଏହି ପ୍ରକ୍ରିୟା ଏକ ପ୍ରକାରର ବନ୍ଦ ହୋଇଯାଇଛି। ସବୁଥର ୨ ଜଣ ନୂଆ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଆଇନଜୀବୀରୁ ଉପରାଷ୍ଟ୍ରପତି ହୋଇଥିବା ଜଗଦୀପ ଧନଖଡ଼ ୨୦୧୯ରୁ ୨୦୨୨ ଯାଏ ପଶ୍ଚିମବଙ୍ଗ ରାଜ୍ୟପାଳ ଥିଲେ। ୨୦୨୨ରେ ହଠାତ୍ ତାଙ୍କ ନାଁ ଉପରାଷ୍ଟ୍ରପତି ଭାବେ ସାମ୍ନାକୁ ଆସିଲା। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଧନଖଡ଼ ଇସ୍ତଫା ଦେଇଥିଲା ବେଳେ ପରବର୍ତ୍ତି ଉପରାଷ୍ଟ୍ରପତି କିଏ ହେବେ ତାକୁ ନେଇ ଚର୍ଚ୍ଚା ।