Date Archives March 2026

ଭାରତର ପ୍ରତିଶୋଧ,ଫାଇନାଲ ଖେଳି ପାରିବନି ଇଂଲଣ୍ଡ

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚରେ ଇଣ୍ଡିଆ ୱିନ୍ କରିଛି। 2026-T20 ବିଶ୍ୱକପର ଏହି ସେମିଫାଇନାଲ ମ୍ୟାଚ ଉଭୟ ଇନିଂସରେ 499ରନ ସଂଗ୍ରହ କରିଥିଲା। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୫୩ ରନ୍‌ ହାତେଇଥିଲେ। ଏହାର ଜବାବରେ ଇଂଲଣ୍ଡ ଦଳ 246 ରନ୍ କରିବାକୁ ସକ୍ଷମ ହୋଇଥିଲା ଏବଂ ମ୍ୟାଚକୁ ୭ ରନ୍‌ରେ ହାରିଯାଇଥିଲା। 4 ବର୍ଷ ପରେ ଇଣ୍ଡିଆ ଟିମ୍ ଇଂଲଣ୍ଡଠୁ ପ୍ରତିଶୋଧ ନେଇଛି । ନିଜ ମାଟିରେ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ମୁକାବିଲା କରିଛି। ପୂର୍ବରୁ 2022ରେ,ଏହି T20 ବିଶ୍ୱକପ ସେମିଫାଇନାଲରେ ଇଣ୍ଡିଆ- ଇଂଲଣ୍ଡ ପରସ୍ପର ସହିତ ମୁହାଁମୁହିଁ ହୋଇଥିଲେ, ଏଥିରେ ଇଂଲଣ୍ଡ ଜିତିଥିଲା ଓ ଇଣ୍ଡିଆ ହାରିଯାଥିଲା । 4 ବର୍ଷ ପରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ସେମି ଫାଇନାଲରେ ହରାଇ ପରାଜୟର ପ୍ରତିଶୋଧ ନେଇଛି।

ୱାଙ୍ଖେଡେ ଷ୍ଟାଡିୟମର ଦମଦାର ମ୍ୟାଚରେ ପ୍ରଦର୍ଶନ ଅତି ରୋମାଞ୍ଚକର ଥିଲା। ମ୍ୟାଚ ସମୟରେ ଉଭୟ ଦଳର ବୋଲର ଖୁବ୍ ଭଲ ପ୍ରଦର୍ଶନ କରିଛନ୍ତି। ୱାଙ୍ଖେଡେ ପିଚ୍‌ରେ ଅନ୍ୟ ବୋଲରମାନେ ୧୨ରୁ ଅଧିକ ଇକୋନୋମି ରେଟରେ ରନ ଦେଉଥିଲେ,ବୁମରା ମାତ୍ର ୮.୨ ଇକୋନୋମି ରେଟ ସହିତ ଇଂଲଣ୍ଡକୁ ଚକମା ଦେଇଛନ୍ତି। ତାଙ୍କର ଶେଷ ୧୨ ବଲ୍‌ରେ ମାତ୍ର ୧୪ ରନ ହାତେଇଛନ୍ତି ବିପକ୍ଷ ଖେଳାଳି। ଏହି ମ୍ୟାଚ ସମୟରେ, ବୁମରା ଆଉ ଏକ ବଡ଼ ମାଇଲଖୁଣ୍ଟ ହାସଲ କରିଥିଲେ ସେ ଅନ୍ତର୍ଜାତୀୟ କ୍ରିକେଟ୍ରେ ୫୦୦ ଉଇକେଟ ମଧ୍ୟ  ପୂରଣ କରିଛନ୍ତି। ୨୫୪ ରନର ଲକ୍ଷ୍ୟ ପିଛା କରି ଇଂଲଣ୍ଡ ୧୭ତମ ଓଭର ସୁଦ୍ଧା ୫ ଉଇକେଟ ହରାଇ ୨୦୯ ରନ କରିଥିଲା। ସେଠାରୁ ଇଂଲଣ୍ଡକୁ ଜିତିବା ପାଇଁ ୧୮ ବଲ୍‌ରେ ୪୫ ରନ ଆବଶ୍ୟକ ଥିଲା।। କିନ୍ତୁ ବୁମରା ଟିମ ଇଣ୍ଡିଆର ଇନିଂସର ୧୮ତମ ଓଭର ବୋଲିଂ କରୁଥିଲେ।ଏହି ଓଭର ମ୍ୟାଚ୍‌ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହେଲା।ସେ ଏହି ଓଭରରେ କେବଳ ୬ ରନ ଦେଇଥିଲେ, ଯାହା ମ୍ୟାଚର ମୋଡ଼ ବଦଳାଇ ଦେଇଥିଲା।ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୫୩ ରନ୍ ହାତେଇଥିଲା ବେଳେ ୨୪୬ ରନ୍ ହାତେଇ ଇଂଲଣ୍ଡ ଫାଇନାଲରୁ ବାଦ୍ ପଡ଼ିଛି।

ୱାର୍ଲକପ୍ ମନୋରଞ୍ଜନ ନୁହେଁ !

  • ଖେଳରେ ମନୋରଞ୍ଜନକୁ ପୁରୁଣା କ୍ୟାପ୍ଟେନଙ୍କ ବିରୋଧ
  • ଲେଜର ଶୋ କୁ ନେଇ ପ୍ରଶ୍ନ ଉଠାଇଲେ ଫେମସ୍ କ୍ରିକେଟର
  • ରିଟାୟାର୍ଡ କ୍ୟାପ୍ଟେନ୍ ରବି ଶାସ୍ତ୍ରୀ ଓ ସୁନୀଲ ଗାଭାସ୍କରଙ୍କ ଅସନ୍ତୋଷ
  • ଖେଳରେ ଏଣ୍ଟରଟେନମେଣ୍ଟକୁ ବିରୋଧ
    ୱାର୍ଲ୍ଡକପ୍ ଭଳି ସିରିୟସ୍ ମ୍ୟାଚରେ ଏଣ୍ଟରଟେନମେଣ୍ଟର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଇଣ୍ଡିଆ ଟିମର ପୂର୍ବତନ କ୍ୟାପ୍ଟେନ୍। ରବି ଶାସ୍ତ୍ରୀ ଓ ସୁନୀଲ ଗାଭାସ୍କର ମିଳିତ ଭାବେ ଲେଜର ଶୋ କୁ ବିରୋଧ କରୁଛନ୍ତି । ସିରିୟସ୍ ଖେଳରେ ଏପରି ଖାମଖିଆଲି ପ୍ଲେୟରର୍ସଙ୍କ କନସନଟ୍ରେସନରେ ବାଧା ସୃଷ୍ଟି କରିପାରେ ବୋଲି ମତ ରଖିଛନ୍ତି। ଯାହା ଖେଳ ମଝିରେ ଆଦୌ ହେବା କଥା ନୁହେଁ ବୋଲି ଉଭୟଙ୍କ ମତ ।
    ମାର୍ଚ୍ଚ 1 ତାରିଖରେ  ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ ୱାର୍ଲ୍ଡକପର ସୁପର୍‌-8 ମ୍ୟାଚ୍‌ର ବ୍ରେକ୍ ‌ବେଲେ ଲେଜର ସୋ’ କରାଯାଇଥିଲା। ଯାହାକୁ ନେଇ ଦୁଇ ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ଓ ରବି ଶାସ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି।

ସେ ସମୟରେ  ୧୯୬ ରନ୍‌ର ବିଜୟ ଲକ୍ଷରୁ ଭାରତ ପଛୁଆ ଥିଲା ବେଳେ ଲେଜର ଶୋ ଅନାବଶ୍ୟକ ଥିଲା ବୋଲି ଉଭୟ ମତ ରଖିଛନ୍ତି । କାରଣ ଏହି ୩ ମିନିଟ୍‌ର ବିରତି ବେଳେ ଷ୍ଟାଡିୟମ୍‌ର ଲାଇଟକୁ ବନ୍ଦ କରାଯାଇ ଲେଜର ଶୋ ହୋଇଥିଲା। ଯାହା ଫଳରେ ଏହି କିଛି ସମୟ ପୂରା ଷ୍ଟାଡିୟମ୍‌ ଅନ୍ଧକାର ହୋଇଯାଇଥିଲା। ଏପରି  ହଠାତ ଲାଇଟ ଚେଞ୍ଜ  ବ୍ୟାଟର୍‌ଙ୍କ ଧ୍ୟାନ ଓ ଦୃଷ୍ଟିରେ ବାଧା ଦେଇପାରେ ବୋଲି ଗାଭାସ୍କର ଓ ଶାସ୍ତ୍ରୀ ଚିନ୍ତା ପ୍ରକାଶ  କରିବା ସହ ବିରୋଧ ମଧ୍ୟ କରିଛନ୍ତି । ଗାଭାସ୍କର କହିଛନ୍ତି, ‘‘ପାନୀୟ ବିରତି ବେଳେ ଅଢ଼େଇ କିମ୍ବା ତିନି ମିନିଟ୍‌ ଲେଜର୍‌ ଶୋ ବ୍ୟାଟର୍‌ କିମ୍ବା ଅନ୍ୟ କାହା ପାଇଁ ସହଜ ହୋଇ ନଥିବ। ଚାରିପାଖରେ ଅନ୍ଧାର କରିବା ପରେ ଲାଇଟ ପୁଣି ଥରେ ଜଳିବ। ଏଥିରେ ଅଭ୍ୟସ୍ତ ହେବା କଷ୍ଟକର କଥା। ଏଥି ସହିତ ୱାର୍ଲ୍ଡକପରେ  ମନୋରଞ୍ଜନର ଆବଶ୍ୟକତା କଣ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ସେହିଭଳି ରବୀ ଶାସ୍ତ୍ରୀ ମଧ୍ୟ ଏହାକୁ ବିରୋଧ କରିବା ସହ ଏମିତି କରି  ଖେଳାଳୀଙ୍କ କନସନଟ୍ରୋସନ୍ ବ୍ରେକ୍ ନ କରିବାକୁ କହିଛନ୍ତି ।