Date Archives May 2025

ରୋହିତଙ୍କ ପରେ କିଏ ?

ଭାରତୀୟ ଟେଷ୍ଟ କ୍ରିକେଟ ଟିମରୁ କ୍ୟାପ୍ଟେନସିପ ଛାଡ଼ିଛନ୍ତି ରୋହିତ ଶର୍ମା। ଅଧିନାୟକ ପଦବୀରୁ ରୋହିତ ଶର୍ମାଙ୍କ ଅବସର ଘୋଷଣା ପରେ ଏହି ସ୍ଥାନ କିଏ ପୂରଣ  କରିବ ତାକୁ ନେଇ ଚର୍ଚ୍ଚା। କାହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଛି। ରୋହିତଙ୍କ ସ୍ଥାନ ପୂରଣ କରିବା ନେଇ ଅନେକ କ୍ରିକେଟର ଆଶାୟୀ। ରୋହିତଙ୍କ ପରେ ଯଶପ୍ରୀତ ବୁମରା କ୍ୟାପ୍ଟେନ୍ ହେବା ନେଇ ଆଲୋଚନା ହେଉଥିଲା। ତେବେ ସେ ଆହତ ହେଇଥିବା କାରଣରୁ ତାଙ୍କର ଚାନ୍ସ କମ୍ ବୋଲି ଆକଳନ କରାଯାଉଛି ।
 ଆଉ ଏମିତିରେ ବି ବୋଲର ମାନଙ୍କୁ କ୍ୟାପ୍ଟେନ୍ କରିବାର ପରମ୍ପରା ଭାରତରେ ନାହିଁ। ଅନ୍ୟ ପକ୍ଷରେ ଯୁବ ଖେଳାଳିଙ୍କୁ କ୍ୟାପ୍ଟେନ୍ କରିବା ଉପରେ BCCI ଗୁରୁତ୍ ଦେଉଛି। ପ୍ରତିଭାବାନ ବ୍ୟାଟର ଶୁବମନ ଗିଲ୍‌ କିମ୍ବା ରିଷଭ ପନ୍ତଙ୍କ ମଧ୍ୟରୁ ଜଣଙ୍କୁ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ବିଦେଶ ମାଟିରେ ଭଲ ପ୍ରଦର୍ଶନ କରିପାରୁଥିବା ବିସ୍ଫୋରକ କିପର-ବ୍ୟାଟର ରିଷଭ ପନ୍ତଙ୍କୁ ଉପ-ଅଧିନାୟକ ଦାୟିତ୍ୱ ମିଳିପାରେ। ୪୨ରୁ ଅଧିକ ଆଭରେଜ୍‌ ରଖିଥିବା ପନ୍ତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ଶତକ ହାସଲ କରିପାରିଛନ୍ତି। ତାଙ୍କର ୭ଟି ସ୍କୋର ୯୦ରୁ ୯୯ ମଧ୍ୟରେ ରହିଛି। ଏଥିଯୋଗୁ ପନ୍ତଙ୍କୁ ଏହି ଫର୍ମାଟରେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ବିବେଚନା କରାଯାଉଛି।

ବିରାଟ କୋହଲି ନିକଟ ଭବିଷ୍ୟତରେ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିବାରୁ ସିଲେକ୍ସନ୍ କମିଟି ତାଙ୍କୁ ଇଂଲଣ୍ଡ ଟୁର୍‌ ପାଇଁ କ୍ୟାପ୍ଟେନ୍ କରି ନ ପାରେ। ତେବେ ଏ ସମସ୍ୟା ଭିତରେ ଯାହାଙ୍କ ନାଁ କୁ ନେଇ ସବୁଠୁ ବେଶି ଚର୍ଚ୍ଚା ହେଉଛି ସେ ହେଉଛନ୍ତି ଶୁଭମନ୍ ଗିଲ୍। ରୋହିତଙ୍କ ପରେ ଶୁଭମନ୍ ଗିଲ୍ ହିଁ ଉପଯୁକ୍ତ କ୍ରିକେଟର ବୋଲି ତାଙ୍କ ଉପରେ ବେଶୀ ଆସ୍ଥା ରଖାଯାଉଥିବା କୁହାଯାଉଛି । ରୋହିତଙ୍କ ଟେଷ୍ଟ କ୍ୟାରିୟରରେ ୧୨ ଶତକ ଏବଂ ୧୮ ଅର୍ଦ୍ଧଶତକ ସାମିଲ ରହିଛି । ସେ ୬୭ ଟେଷ୍ଟରେ ୪୦.୫୭ ହାରରେ ୪୩୦୧ ରନ କରିଛନ୍ତି ।
                  ଅନ୍ୟ ପକ୍ଷରେ ଶୁବମନ ଗିଲ ଟେଷ୍ଟରେ ୧୮୯୩ ରନ କରିଛନ୍ତି। ୩୨ଟି ଟେଷ୍ଟ ଖେଳି ୫ ଶତକ ଓ ୭ ଅର୍ଦ୍ଧଶତକ ସହିତ ୩୫ ଆଭରେଜରେ ରନ ସ୍କୋର କରିଛନ୍ତି। ଭାରତୀୟ କ୍ରିକେଟର ପ୍ରିନ୍ସ ଭାବେ ପ୍ରସିଦ୍ଧି ହାସଲ କରିଥିବା ଗିଲ ବର୍ତ୍ତମାନ IPL ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସର କ୍ୟାପ୍ଟେନସିପ କରୁଛନ୍ତି। ଗିଲଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ଭାବେ ବିବେଚନା କରାଯାଉଥିବା ବେଳେ ତାଙ୍କୁ କ୍ୟାପ୍ଟେନ ଦାୟିତ୍ୱ ମିଳିବାର ସମ୍ଭାବନାକୁ ଆଡ଼େଇ ଦିଆ ଯାଇ ନପାରେ ।

ପାକିସ୍ତାନୀ ଫ୍ୟାନ୍ସଙ୍କ ଚିନ୍ତାରେ ବଲିଉଡ, ସରୁନି ପାକିସ୍ତାନ ପ୍ରେମ

ନାଁ କୁ ହିନ୍ଦୁସ୍ତାନୀ କିନ୍ତୁ ହୃଦୟ ପାକିସ୍ତାନୀ। ରହୁଛନ୍ତି ଭାରତରେ, ନୀରବରେ ସମର୍ଥନ କରୁଛନ୍ତି ପାକିସ୍ତାନକୁ। ଦେଶପ୍ରେମକୁ ନେଇ ତିଆରି ଫିଲ୍ମରେ ରିଲରେ ରୋଲ୍ ତ କରୁଛନ୍ତି, ମାତ୍ର ରିୟଲଟିରେ କରୁଛନ୍ତି କିଛି ଭିନ୍ନ କାମ। ବଲିଉଡ଼ର ପାକିସ୍ତାନ ପ୍ରେମ ଜଳଜଳ କରି ଦେଖୁଛନ୍ତି ଦେଶବାସୀ। ପାକିସ୍ତାନର ସେଲିବ୍ରେଟି ଏପରି ଘଡ଼ିସନ୍ଧି ମୂହୁର୍ତ୍ତରେ ନିଜ ଦେଶ ସପକ୍ଷରେ ରହିଥିଲା ବେଳେ ଭାରତର ସୁପରଷ୍ଟାର କିନ୍ତୁ ବେଇମାନୀ କରୁଥିବା ନଜର ଆସୁଛି। ଦେଶରେ ରହି ଶତୃଦେଶ ପ୍ରତି ତାଙ୍କର ଭିତିରି ପ୍ରେମ ବାରି ହେଇ ଯାଉଛି ।

ସୁପରଷ୍ଟାରଙ୍କ ପାକିସ୍ତାନ ପ୍ରେମ
ପହେଲଗାମ୍ ଆକ୍ରମଣକୁ ନେଇ ଦେଶବ୍ୟାପୀ ନିନ୍ଦା କରାଯାଉଥିଲା ବେଳେ କିଛି ସୁପରଷ୍ଟାର ମୁହଁରେ ତାଲା ଦେଇ ବସିଛନ୍ତି। ଅପରେସନ ସିନ୍ଦୂରଏବଂ ପାକିସ୍ତାନର ଘୃଣ୍ୟ ଆକ୍ରମଣ ପ୍ରୟାସକୁ ନେଇ ଅମିତାଭ ବଚ୍ଚନ, ଶାହରୁଖ ଖାନ ଏବଂ ସଲମାନ ଖାନ କିଛି ବି କହୁ ନାହାଁନ୍ତି। ଏହି କାରଣରୁ ଏମାନେ ସମସ୍ତେ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ୍‌ ହେଉଛନ୍ତି। ଜମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ଅମିତାଭ ବଚ୍ଚନ ତାଙ୍କ ଟ୍ୱିଟରରେ କିଛି ଲେଖି ନାହାଁନ୍ତି। ଦେଶର ଏହି ଘଡିସନ୍ଧି ମୁହୂର୍ତ୍ତରେ ଶାହରୁଖ ଖାନ ଏବଂ ସଲମାନ ଖାନ ମଧ୍ୟ ମୁହଁ ଖୋଲୁ ନାହାନ୍ତି।

ନୀରବତାକୁ ନିନ୍ଦା,ଫୋକସରେ ପାକିସ୍ତାନୀ ଫ୍ୟାନ୍ସ
ଅପରେସନ ସିନ୍ଦୂର ଏବଂ ପାକିସ୍ତାନ ଦ୍ୱାରା ଭାରତ ଉପରେ ଆକ୍ରମଣ ସମ୍ପର୍କରେ ଶାହରୁଖ ଖାନ, ଅମିତାଭ ବଚ୍ଚନ, ସଲମନ ଖାନ୍ ସୋସିଆଲ ମିଡିଆରେ କୌଣସି ପ୍ରତିକ୍ରିୟା ଦେଇ ନଥିବାରୁ ସୋସିଆଲ ମିଡିଆରେ ଅଭିନେତାଙ୍କୁ କଡ଼ା ସମାଲୋଚନା କରାଯାଉଛି। ଅପରପକ୍ଷରେ, କିଛି ପାକିସ୍ତାନୀ ୟୁଜର ଶାହରୁଖ ଖାନଙ୍କ ନୀରବତାକୁ ପ୍ରଶଂସା କରିଛନ୍ତି।
ଜଣେ ପାକିସ୍ତାନୀ ୟୁଜର ଲେଖିଛନ୍ତି, “ଆପଣ ଏହି ରାଜନୀତିରେ ସାମିଲ ନ ହୋଇଥିବାରୁ ହୃଦୟରୁ ଆପଣଙ୍କୁ ବହୁତ ବହୁତ ସମ୍ମାନ। ଆପଣଙ୍କ ପାକିସ୍ତାନୀ ପ୍ରଶଂସକମାନେ ଆପଣଙ୍କୁ ବହୁତ ଭଲ ପାଆନ୍ତି ଏବଂ ଆପଣଙ୍କ ନୀରବତା ଆମ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ।” ଅନ୍ୟପକ୍ଷରେ ଜଣେ ଭାରତୀୟ ୟୁଜର୍‌ ଲେଖିଛନ୍ତି, “ପହଲଗାମ ଏବଂ ଅପରେସନ ସିନ୍ଦୂରକୁ ନେଇ ଆପଣଙ୍କଠାରୁ ନୀରବତା ଆଶା କରାଯାଉ ନଥିଲା।ଲାଗୁଛି ଭାରତରେ ରହିବା ପରେ ମଧ୍ୟ ତାଙ୍କ ହୃଦୟ ପାକିସ୍ତାନୀ।’’ ଶାହରୁଖଙ୍କୁ ନିର୍ଲଜ ବୋଲି ବି କହିଛନ୍ତି ।
ପାକିସ୍ତାନ ବିରୁଦ୍ଧରେ କହିବାକୁ ସଲମନଙ୍କର ସାହସ ନାହିଁ

ଅପରେସନ୍ ସିନ୍ଦୁରଏବଂ ପାକିସ୍ତାନ ଦ୍ୱାରା ଭାରତ ଉପରେ ଆକ୍ରମଣକୁ ନେଇ କିଛି କହି ନଥିବାରୁ ସଲମାନ ଖାନଙ୍କୁ ମଧ୍ୟ ୟୁଜର୍ସମାନେ ଟ୍ରୋଲ୍ କରୁଛନ୍ତି। ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, – ‘ଅପରେସନ୍ ସିନ୍ଦୂର???’, ଚାଲନ୍ତୁ, ଅପରେସନ ସିନ୍ଦୂରର ଷ୍ଟୋରୀ ପୋଷ୍ଟ କରନ୍ତୁ। ଆଉ ଜଣେ ଲେଖିଛନ୍ତି – ସାହସ ଅଛି ତ, ପାକିସ୍ତାନ ବିରୁଦ୍ଧରେ କହିକି ଦେଖାଅ।
ବିଗ୍ ବିଙ୍କର ଲଜ୍ଜା ନାହିଁ
ବିଗ୍ ବିଙ୍କର ଲଜ୍ଜା ନାହିଁ
 ବୋଲି କହି ଟ୍ରୋଲ୍ କରିଛନ୍ତି ଫ୍ୟାନ୍ସ। ଅମିତାଭ ବଚ୍ଚନ ଗତ ୧୫ ଦିନ ଧରି ସୋସିଆଲ ମିଡିଆରେ ନୀରବ ରହିଛନ୍ତି। ସେ ପହଲଗାମ ଆକ୍ରମଣ ବିଷୟରେ କିମ୍ବା ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଭାରତ ଦ୍ୱାରା ହୋଇଥିବା ଆକ୍ରମଣ ବିଷୟରେ କିଛି କହି ନାହାନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଅମିତାଭ ବଚ୍ଚନଙ୍କୁ ସମାଲୋଚନା କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି – ଆଜି ବି କୌଣସି ଲଜ୍ଜା ନାହିଁ। ଆଉ ଜଣେ ଅମିତାଭଙ୍କୁ ଥଟ୍ଟା କରି ଲେଖିଛନ୍ତି – ସେ ରେଖା ଜୀଙ୍କ ସହ କୋଡ୍ ମାଧ୍ୟମରେ କଥା ହେଉଛନ୍ତି। କାରଣ ଜୟା ଜି ତାଙ୍କୁ ମେସେଜିଂ କରୁଥିବାର ଧରିନେଲେ। ଆଉ ଜଣେ ଲେଖିଛନ୍ତି – ତାଙ୍କର ଅଲଗା ପ୍ରକାରର ଯୁଦ୍ଧ ଚାଲିଛି। ଆଉ ଜଣେ ଲେଖିଛନ୍ତି – ପ୍ରଥମେ କେହି ତାଙ୍କଠାରୁ ଫୋନ୍ ଛଡ଼ାଇ ନିଅନ୍ତୁ।

ପାକିସ୍ତାନର ଭରସା, ଚୀନର ଡୁପ୍ଲିକେଟ ଅସ୍ତ୍ର

ଠକିଗଲା ପାକିସ୍ତାନ। ଚୀନ୍ ସହ ବନ୍ଧୁତା କରି ଯୁଦ୍ଧ କ୍ଷେତ୍ରରେ ଧୋକା ଖାଇଛି ପାକିସ୍ତାନ । ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଲଢେଇ ମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ ଭାରତକୁ ସାମ୍ନା କରିବାକୁ ପ୍ରୟୋଗ କରୁଥିବା ଅସ୍ତ୍ରଶସ୍ତ୍ର ଧ୍ୱଂସ ହେବାକୁ ଖୁବ୍ କମ୍ ସମୟ ଲାଗୁଛି।  ପାକିସ୍ତାନକୁ ତା ମିତ୍ର ଚାଇନା ଦ୍ୱାରା ଯୋଗାଣ କରାଯାଇଥିବା ଅତ୍ୟାଧୁନିକ ଡ୍ରୋନ ଏବଂ ଅସ୍ତ୍ରଶସ୍ତ୍ର ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ମାତ୍ର କିଛି ମିନିଟରେ ଧ୍ୱଂସ କରାଯାଇଛି। ଏହି ଘଟଣା ପାକିସ୍ତାନର ସାମରିକ କ୍ଷମତା ଏବଂ ଚାଇନାର ପ୍ରଯୁକ୍ତିବିଦ୍ୟା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମେ ୮ ଓ ୯ ତାରିଖର ମଧ୍ୟରାତ୍ରୀରେ ପାକିସ୍ତାନ ଚାଇନା ନିର୍ମିତ ଡ୍ରୋନ ଏବଂ ମିସାଇଲ ବ୍ୟବହାର କରି ଜମ୍ମୁ, ପଠାନକୋଟ, ଚଣ୍ଡୀଗଡ଼ ସମେତ ଭାରତର ଉତ୍ତର ଓ ପଶ୍ଚିମାଞ୍ଚଳର ଅନେକ ସାମରିକ ଅଡ୍ଡା ଉପରେ ଆକ୍ରମଣର ଚେଷ୍ଟା କରିଥିଲା। କିନ୍ତୁ ଭାରତର ଅତ୍ୟାଧୁନିକ S-400 ଏୟାର ଡିଫେନ୍ସ ସିଷ୍ଟମ ଏବଂ DRDO ଦ୍ୱାରା ବିକଶିତ ଆଣ୍ଟି-ଡ୍ରୋନ ଟେକ୍ନୋଲୋଜି ଏହି ସମସ୍ତ ଡ୍ରୋନ ଏବଂ ମିସାଇଲକୁ ଆକାଶରେ ହିଁ ଧ୍ୱଂସ କରି ଦେଇଛି।

ଚାଇନା ଦ୍ୱାରା ଯୋଗାଣ କରାଯାଇଥିବା ଏହି ଡ୍ରୋନଗୁଡ଼ିକ ଅତ୍ୟନ୍ତ ଉନ୍ନତ ଏବଂ ଉଚ୍ଚ ଶକ୍ତିସମ୍ପନ୍ନ ଥିଲା ବୋଲି ଦାବି କରାଯାଉଥିଲେ ବି ଅସଲରେ ଏସବୁ ଡୁପ୍ଲିକେଟ। ଭାରତର ରାଡାର ସିଷ୍ଟମ ଏବଂ ଇନଟରସେପ୍ଟର ମିସାଇଲ ଏହାକୁ ସହଜରେ ଚିହ୍ନଟ କରି ନଷ୍ଟ କରିଦେଇଛି। ଏହି ଘଟଣା ପାକିସ୍ତାନକୁ ଚାଇନାର ପ୍ରଯୁକ୍ତିବିଦ୍ୟା ଉପରେ ଅତ୍ୟଧିକ ନିର୍ଭରଶୀଳତାର ଏକ ବଡ଼ ଝଟକା ଦେଇଛି।ଏହି ଘଟଣା ଚାଇନା-ପାକିସ୍ତାନ ବନ୍ଧୁତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ଚାଇନାର ଟେକ୍ନୋଲୋଜି ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଆଗରେ ଫେଲ୍ ମାରିବା ପାକିସ୍ତାନକୁ ଏକ ବଡ଼ ଧୋକା ବୋଲି କୁହାଯାଉଛି ।

ଯୁଦ୍ଧ ପାଇଁ IPL ସ୍ଥଗିତ

ଭାରତ ଓ ପାକିସ୍ତାନ ମଧ୍ୟରେ ଘମାଘୋଟ ଲଢେଇକୁ ନେଇ ଅନେକ କିଛି ପରିବର୍ତ୍ତନ ଘଟୁଛି। ଭାରତର ଅତର୍କିତ ଆକ୍ରମଣରେ ଛାନିଆ ପାକିସ୍ତାନ। ଯଦିଓ ଭାରତର ସାମର୍ଥ୍ୟ ଆଗରେ ପାକିସ୍ତାନର ସତ୍ତା ନାହିଁ, ତଥାପି ପାଲଟା ଆକ୍ରମଣର ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇ ନପାରେ। ଏ ସବୁ ପରିସ୍ଥିତିକୁ ଅନୁଧ୍ୟାନ କରି  IPL ସିଜିନ 18 ବନ୍ଦ ହୋଇଛି। ଭାରତ-ପାକିସ୍ତାନ ଯୁଦ୍ଧ ଯୋଗୁଁ ଏଭଳି ବଡ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର IPL ୨୦୨୫ ଉପରେ BCCI ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି । ବାହାର ଦେଶର ପ୍ଲେୟର ନିଜ ଦେଶକୁ  ଫେରିବାକୁ ଚାହୁଁଛନ୍ତି। BCCI ବିଦେଶୀ ଖେଳାଳିମାନଙ୍କୁ ଘରକୁ ପଠାଇବା କ୍ଷେତ୍ରରେ ପ୍ରାଥମିକତା ଦେଇଛି ।

ଭାରତ-ପାକିସ୍ତାନ ଉତ୍ତେଜନା ଯୋଗୁଁ ବୁଧବାର ପଞ୍ଜାବ ଏବଂ ଦିଲ୍ଲୀ ମ୍ୟାଚକୁ ମଝିରେ ବାତିଲ କରାଯାଇଥିଲା। ଏହା ସହିତ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମକୁ ଖାଲି କରାଯାଇଥିଲା। ଖେଳାଳିମାନଙ୍କୁ ଧର୍ମଶାଳାରୁ ଦିଲ୍ଲୀ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଲାଯାଇଛି। ଖେଳାଳି ଏବଂ ସହାୟକ କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଆଣିବା ପାଇଁ BCCI ବନ୍ଦେ ଭାରତ ଟ୍ରେନର ବ୍ୟବସ୍ଥା କରିଛି।
BCCI ସଚିବ ଦେବଜିତ ସାଇକିଆ କହିଛନ୍ତି, ‘‘ବର୍ତ୍ତମାନ ପରିସ୍ଥିତି ଭଲ ନାହିଁ, ସେଥିପାଇଁ ଆମେ ମେ ୮ତାରିଖର ମ୍ୟାଚ୍ ବାତିଲ କରିଛୁ । ପଡ଼ୋଶୀ ଦେଶ ପରିସ୍ଥିତିକୁ ଆହୁରି ଖରାପ କରିବାକୁ ଚେଷ୍ଟା କରୁଛି । ଖେଳାଳି, ଦର୍ଶକ ଏବଂ ସହାୟକ କର୍ମଚାରୀଙ୍କ ସୁରକ୍ଷା ଆମର ପ୍ରାଥମିକତା । ଆମେ ଜାତିର ସର୍ବୋତ୍ତମ ସ୍ୱାର୍ଥ ପାଇଁ  ନିଷ୍ପତ୍ତି ନେଇଛୁ।’’

 

୪୮ ଘଣ୍ଟାରେ ଶେଷ ହେଇଯିବ ପାକିସ୍ତାନ

ପହେଲଗାମ ଆକ୍ରମଣର ପ୍ରତିଶୋଧ ନବାକୁ ଯାଇ ଅପରେସନ ସିନ୍ଦୂର ମାଧ୍ୟମରେ କଡ଼ା ଜବାବ ଦେଇଛି ଭାରତ। 100ରୁ ଉର୍ଦ୍ଧ୍ୱ ଆତଙ୍କବାଦୀଙ୍କୁ ନିପାତ କରି ହାସଲ କରିଛି ବଡ଼ ସଫଳତା । ଏ ସବୁକୁ ନେଇ ବିଭିନ୍ନ ସ୍ତରରେ ପ୍ରତିକ୍ରିୟା ହସ୍ତଗତ ହେଉଥିଲା ବେଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବିସ୍ଫୋରକ ବୟାନ ଦେଇଛନ୍ତି । ଯୁଦ୍ଧ ହେବାର 48 ଘଣ୍ଟା ଭିତରେ ପାକିସ୍ତାନ ମାଟିରେ ମିଶିଯିବ ବୋଲି କହିଛନ୍ତି ଜୟନାରାୟଣ ।

ପାକିସ୍ତାନ ପାଗଳ ହେଇ ଗଲାଣି
ଯୁଦ୍ଧ ପ୍ରସଙ୍ଗରେ ପାକିସ୍ତାନର ଶକ୍ତି ଓ ସାମର୍ଥ୍ୟକୁ ନେଇ ଅଟ୍ଟହାସ୍ୟ କରିଛନ୍ତି ଜୟନାରାୟଣ । ପାକିସ୍ତାନକୁ ନଙ୍ଗା ଭୁଖାର ଦେଶ ବୋଲି କହି ଯୁଦ୍ଧ କରିବାକୁ ସେ ଅକ୍ଷମ ବୋଲି ଉପହାସ ବି କରିଛନ୍ତି । ଏଥିସହିତ ପାକିସ୍ତାନ ପାଗଳ ହୋଇଗଲାଣି ବୋଲି ବି କହିଛନ୍ତି । ଚାଇନା ବଳରେ ସେ ଯେତେ ଡେଇଁଲେ ବି ଦୁର୍ବଳ । ଯୁଦ୍ଧ ହେଲେ 48 ଘଣ୍ଟା ଭିତରେ ପୃଥିବୀପୃଷ୍ଠରୁ ପାକିସ୍ତାନ ଲୋପ ପାଇଯିବ। ଭୂଗୋଳରୁ ହଟିକି ଇତିହାସକୁ ପଳେଇବ। ୪୮ ଘଣ୍ଟା ବି ତିଷ୍ଠିବନି।
ତାଙ୍କର ସୈନ୍ୟ ବାହିନୀକୁ ଆମେ ମାରିନୁ, ଉଗ୍ର ପନ୍ଥୀଙ୍କୁ ମାରିଛୁ ସେ ଆମର ସାଧାରଣ ଲୋକଙ୍କୁ ମାରିଛନ୍ତି । ବିମାନ ତ ଯାଇନି,କୋଉ ଯୁଦ୍ଧ ବିମାନ ସେ ଖସେଇଛନ୍ତି କୁହନ୍ତୁ ବୋଲି କହି ମିଛୁଆ ପାକିସ୍ତାନ ମୁଖ୍ୟଙ୍କୁ ଅଟ୍ଟହାସ୍ୟ କରିଛନ୍ତି ଜୟନାରାୟଣ ।