Date Archives May 2025

ବାହା ହେଉ ନାହାନ୍ତି ଓଡ଼ିଶାର ଅଧା ଯୁବପୀଢ଼ି

ସଂସାର କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ଯୁବପୀଢି । ବାହାଘର ପାଇଁ ଇଛା କରୁନାହାନ୍ତି ଯୁବବର୍ଗ । ବାହାଘର ଓ ସଂସାର ପ୍ରତି ବିମୁଖ ହେବାର ମାନସିକତା ଦିନକୁ ଦିନ ବଢିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଅବିବାହିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ପରିସ୍ଥିତି ଏମିତି ଦିଗକ ଗତି କରିଛି ଯେ ଜନସଂଖ୍ୟାର ଅଧା ଏବେ ବ୍ୟାଚଲର। ଜାତୀୟସ୍ତରରେ ଜନସଂଖ୍ୟାର ୫୧.୨%ଯୁବପୀଢ଼ି ଅବିବାହିତ । ୫୬.୪% ପୁରୁଷ ଅବିବାହିତ ରହିଥିଲା ବେଳେ ୪୫.୮% ମହିଳା ଅବିବାହିତ।

ଓଡ଼ିଶାର ଅଧା ଯୁବପୀଢ଼ିଙ୍କ ସଂସାର ପ୍ରତି ଆଗ୍ରହ ନାହିଁ
ଓଡ଼ିଶାରେ ଯୁବପୀଢ଼ି ସଂସାର ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ସମୁଦାୟ ଜନସଂଖ୍ୟାର ୪୬.୫% ବିବାହ କରି ନାହାନ୍ତି। ଓଡ଼ିଶାରେ ୫୧.୬% ପୁରୁଷ ଏବଂ ୪୧.୨% ମହିଳା ଅବିବାହିତ ଅଛନ୍ତି। ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ମାତ୍ରାରେ ବାହାଘର ପ୍ରତି ଅନାଗ୍ରହି। ଓଡ଼ିଶାରେ ୪୯.୨% ବିବାହିତ । ୪୨.୨% ପୁରୁଷ ଓ ୪୬.୭% ମହିଳା  ବର୍ଗ ବିବାହ କରିଛନ୍ତି।

ତେବେ କେବଳ ଓଡ଼ିଶା ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଅବିବାହିତ ଯୁବପୀଢ଼ି ଏବେ ଜାତୀୟ ସମସ୍ୟାରେ ପରିଣତ ହୋଇଛି ।ଦେଶ ହେଉ ବା ରାଜ୍ୟ ବିବାହ ପ୍ରତି ପିଲାଙ୍କ ଆଗ୍ରହ କମୁଛି । ଏକାଏକା ଜୀବନ ବଞ୍ଚିବାକୁ ପସନ୍ଦ କରୁଛନ୍ତି ଯୁବପୀଢ଼ି । ଦେଶରେ ଜନସଂଖ୍ୟାର ୪୫.୫% ବିବାହ କରିଥିଲା ବେଳେ ବାକି ଅବିବାହିତ। ୪୨.୫% ପୁରୁଷ ଓ ୪୯%  ମହିଳା ବର୍ଗ ବିବାହ କରିଛନ୍ତି ।         
                   
ରିପୋର୍ଟ ଅନୁଯାୟୀ ଜାମ୍ମୁ ଓ କଶ୍ମୀରରେ ସର୍ବାଧିକ ଅବିବାହିତ ଅଛନ୍ତି । ଜନସଂଖ୍ୟାର ୫୭.୩% ଅବିବାହିତ । ଏହି ରାଜ୍ୟ ପଛକୁ ଦ୍ୱିତୀୟରେ ରହିଛି ଉତ୍ତର ପ୍ରଦେଶ। ସେଠାରେ ୫୬.୮% ଅବିବାହିତ। ବିହାରରେ ସର୍ବାଧିକ ୬୩.୧% ପୁରୁଷ ଅବିବାହିତ । ସେହିପରି ଉତ୍ତରାଖଣ୍ଡରେ ୬୧.୭% ଯୁବପୀଢ଼ି ଅବିବାହିତ। ଅବିବାହିତ ପୁରୁଷ ବର୍ଗରେ ଓଡ଼ିଶା ୧୭ତମ ସ୍ଥାନରେ  ରହିଛି। ସେହିପରି ମହିଳାଙ୍କ କ୍ଷେତ୍ରରେ  ବିହାରରେ ମଧ୍ୟ ସର୍ବାଧିକ ମହିଳା ଅବିବାହିତ । ସେଠାରେ ୫୪.୫% ମହିଳା ଅଛନ୍ତି। ଏହି ବର୍ଗରେ ୧୬ତମ ସ୍ଥାନରେ ରହିଛି ଓଡ଼ିଶା।

ମେ’୧୬ରୁ IPL

ପୁଣି ଆରମ୍ଭ ହେବାକୁ ଯାଉଛି ବନ୍ଦ ପଡ଼ିଥିବା IPL । ପାକିସ୍ତାନ ସହ ଯୁଦ୍ଧ କାରଣରୁ ମେ ୯ ତାରିଖରୁ IPL ମ୍ୟାଚ୍ ବନ୍ଦ କରାଯାଇଥିଲା । ଦେଶରେ ଯୁଦ୍ଧ ସ୍ଥିତି ଲାଗି ରହିଥିବା ବେଳେ କ୍ରିକେଟ୍ ମ୍ୟାଚ କରିବାକୁ ଠିକ୍ ଭାବିନଥିଲା BCCI । ଆଇପିଏଲ ୨୦୨୫ ର ବାକିଥିବା ମ୍ୟାଚ ଚଳିତ ମାସ ୧୬ ତାରିଖରୁ ଆରମ୍ଭରୁ ହୋଇପାରେ। ଏହାସହ ଚଳିତମାସ ୩୦ ତାରଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇପାରେ ବୋଲି BCCI ସୂଚନା ଦେଇଛି।

IPL ୨୦୨୫ରେ ମୋଟ ୭୪ ଟି ମ୍ୟାଚ ଖେଳାଯିବାର ଥିଲା । ମେ୮ ତାରିଖ ପର୍ଯ୍ୟନ୍ତ ୫୮ ଟି ମ୍ୟାଚ୍ ଖେଳାଯାଇଛି। ୧୬ ଟି ମ୍ୟାଚ୍ ବାକି ରହିଛି। ୧୨ଟି ଲିଗ୍ ଓ ୪ ଟି ପ୍ଲେ ଅଫ୍ ମ୍ୟାଚ୍ ବାକି ରହିଛି। ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ରାଜସ୍ଥାନର ଦୁଇଟି ଲେଖାଏଁ ଲିଗ୍ ମ୍ୟାଚ୍ ବାକି ରହିଛି। ବାକି ଟିମର ୩ ଟି ଲେଖାଏଁ ଲିଗ୍ ମ୍ୟାଚ ବାକି ରହିଛି। ଧର୍ମଶାଳାରେ ଦିଲ୍ଲୀ ଓ ପଞ୍ଜାବ ମ୍ୟାଚ୍‌ ଅଧାରୁ ବନ୍ଦ କରାଯିବା ସହିତ ଆଇପିଏଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବାତିଲ କରିଦିଆଯାଇଛି। IPL ଇତିହାସରେ ପ୍ରଥମ ଥର ପାଇଁ ଏମିତି ସ୍ଥିତି ଦେଖିବାକୁ ମିଳିଛି । ଭାରତ ଏବଂ ପାକିସ୍ତାନ ଉଭୟ ଅସ୍ତ୍ରବିରତି ପାଇଁ ରାଜି ହେବା ପରେ ଅଧାରୁ ବନ୍ଦ ହୋଇଥିବା ଟୁର୍ଣ୍ଣାମେଣ୍ଟ ପୁଣି ଥରେ ଖେଳାଯିବା ନେଇ ଚର୍ଚ୍ଚା ଜୋର ଧରିଛି ।

କାହିଁକି ବାରମ୍ବାର ବଦଳୁଥିଲେ ଭାରତର ପ୍ରଧାନମନ୍ତ୍ରୀ? ବର୍ଷେ ଭିତରେ କ୍ଷମତାରେ ଥିଲେ ୪ ନେତା

ଭାରତୀୟ ରାଜନୀତି ଏବଂ ଅର୍ଥନୀତିରେ ନବେ ଦଶକ ଆଣିଥିଲା ପରିବର୍ତ୍ତନର ସମୟ। ଗୋଟାଏ ପଟେ  ଅର୍ଥନୈତିକ ଅସ୍ଥିରତା ଲାଗି ରହିଥିଲା ବେଳେ ଅନ୍ୟ ପଟେ ରାଜନୀତିର ପଶାପାଲିରେ ଗୋଟି ଚାଳନାକୁ ନେଇ ଚକିତ ହେଉଥିଲେ ଦେଶବାସୀ । ସମୟ ଏମିତି ଥିଲା ଯେ କ୍ଷମତାକୁ କେନ୍ଦ୍ରୀଭୁତ କରି ରଖିବା ସହଜ ହୋଇ ନଥିଲା। ଜଣଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ହସ୍ତାନ୍ତର ହେଉଥିଲା କ୍ଷମତା । ପ୍ରଧାନମନ୍ତ୍ରୀ ଭଳି ପ୍ରମୁଖ ଆସନକୁ ନେଇ ଲାଗି ରହିଥିଲା ଅସ୍ଥିରତା। ଦେଶରେ ଏମିତି ବି ହେଉଥିଲା ଯେ କାହାର ଚୌକି କେତେବେଳେ ଚାଲିଯାଉଥିଲା ତାକୁ ନେଇ କୌଣସି ଅନୁମାନ ବି ନଥିଲା । ସମୟ ଏମିତି ଥିଲା ଯେ ଯଦି କୌଣସି ସମର୍ଥକ ସମର୍ଥନ ପ୍ରତ୍ୟାହାର କରୁଥିଲେ ତ ପ୍ରଧାନମନ୍ତ୍ରୀଙ୍କ ଆସନ ଟଳମଳ ହେଉଥିଲା । 1990 ଦଶକରେ ଏମିତି ବି ହୋଇଥିଲା ଯେତେବେଳେ ଗୋଟାଏ ବର୍ଷରେ 4 ପ୍ରଧାନ ମନ୍ତ୍ରୀ ଦେଖିଥିଲା ଭାରତ । ଅଚାନକେ ହଟୁଥିଲେ ରେସରୁ ପ୍ରଧାନମନ୍ତ୍ରୀ । ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ ହେବା ତ ଦୂରର କଥା ଗୋଟାଏ ବର୍ଷ ପୁରଣ କରିବାକୁ ବି ସମର୍ଥ ହୋଇ ନଥିଲେ ନେତା ।

1996ରେ ଏ କାହାଣୀ ଆରମ୍ଭ ହୁଏ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କଠାରୁ । 1991 ଜୁନ୍ 21 ରେ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ ପି.ଭି ନରସିଂହ ରାଓ। କଂଗ୍ରେସର ପ୍ରଚାର ଅପେକ୍ଷା ଦଳକୁ ଭଲ ରେଜଲ୍ଟ ଦେଇଥିଲା ରାଜୀବ ଗାନ୍ଧିଙ୍କ ମୃତ୍ୟୁ ପରର ସମ୍ବେଦନଶିଳତାସିମ୍ପାଥି ଭୋଟକୁ ଆଧାର କରି ଜିତିଥିଲେ ନରସିଂହ ରାଓ। ଶପଥ ଗ୍ରହଣଠାରୁ 4 ବର୍ଷ ଯାଏ ସୁରୁଖୁରୁରେ ଚାଲିଥିବା ଶାସନ ପରେ ଶେଷ ସମୟରେ ହିଁ ସୃଷ୍ଟି ହୋଇଥିଲା ଅସ୍ଥିରତା । 1995ରୁ ତାଙ୍କ କ୍ରେଡିଟ କମିବାରେ ଲାଗିଲା । ଦଳର ଅନେକ ନେତାଙ୍କୁ ନେଇ ଆସିଲା ଦୁର୍ନୀତିର ଅଭିଯୋଗଏପରିକି ତାଙ୍କ କାର୍ଯ୍ୟକାଳର ଶେଷ ଦିନକୁ  ଇୟର ଅଫ୍ ସ୍କାମ୍ ବି କୁହାଗଲାଦ ଗ୍ରେଟ ସୁଗାର ସ୍କାଣ୍ଡଲ ବି ତାଙ୍କୁ ତଳକୁ ଆଣିଥିଲା । 1996ରେ ତାଙ୍କ ନାଁ ସହ ଦାଉଦ ଇବ୍ରାହିମଙ୍କ ନାଁ ଯୋଡିହବା, ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ସୁରଜ ମଣ୍ଡଳଙ୍କୁ ଲାଞ୍ଚ ଦେବା ଘଟଣା  ଆଦି ତାଙ୍କ ଇମେଜ୍ ଡାଉନ୍ କଲା। କଂଗ୍ରେସ ପ୍ରତି ଲୋକଙ୍କ ବିଶ୍ୱାସ ତୁଟିବାକୁ ଲାଗିଲା । ଦଳରୁ ଅଲଗା ହୋଇ କିଛି ନେତା ଦଳ ବି ଗଠନ କଲେ।  ତା ମଧ୍ୟରୁ ଏନ୍.ଡି ତିୱାରୀ ଅଲ୍ ଇଣ୍ଡିଆ ଇନ୍ଦିରା କଂଗ୍ରେସ,ମାଧବରାଜ ସିଦ୍ଧିଆଙ୍କ ମଧ୍ୟପ୍ରଦେଶ ବିକାଶ କଂଗ୍ରେସ, G. K. Moopanar ଙ୍କ ତାମିଲ ମନିଲା କଂଗ୍ରେସ ଆଦି କଂଗ୍ରେସର ସ୍ଥିତି ଦୋହଲାଇ ଦେଲା। କାରଣ ସେତେବେଳେ ଏ ନେତାଙ୍କ ଦବଦବା କିଛି କମ୍ ନଥିଲା । 5 ବର୍ଷର କାର୍ଯ୍ୟକାଳ ପୁରଣ କରି 16 ମେ 1996ରେ ଆସନରୁ ହଟିଲେ ପି ଭି ନରସିଂହ ରାଓ। ଭି ପି ସିଂହ,ମୋରାରଜୀ ଦେଶାଇଙ୍କ ଭଳି ଅଣ ଗାନ୍ଧି ନେତା ପାଞ୍ଚ ବର୍ଷ ପାଇଁ କ୍ଷମତାରେ ରହିନଥିଲା ବେଳେ ଏ କ୍ଷେତ୍ରରେ ରେକର୍ଡ କରିଥିଲେ ପି ଭି ନରସିଂହ ରାଓ ।

ମାତ୍ର ଅପ୍ରେଲ 1996ରେ ହୋଇଥିବା ଲୋକସଭା ନିର୍ବାଚନରେ 161ଟି ଆସନ ଜିତି କଂଗ୍ରେସକୁ ପଛରେ ପକାଇ ଆଗରେ ରହିଲା ଭାରତୀୟ ଜନତା ପାର୍ଟି। 1996 ମେ 16ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ  କରିଥିଲେ ଅଟଳ ବିହାରୀ ବାଜପେୟୀ। ମାତ୍ର ରାଜନୈତିକ ଅସ୍ଥିରତା ପାଇଁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଯାଇ ଫେଲ ହେଲେ ଅଟଳ। 13 ଦିନରେ ଭାଙ୍ଗିଗଲା ସରକାର। ସରକାର ଭାଙ୍ଗିଲା ପରେ ଯଦିଓ କଂଗ୍ରେସ ଉପରେ ସମସ୍ତଙ୍କ ନଜର ଥିଲା । ସେଥର କିନ୍ତୁ କ୍ଷମତାକୁ ଆସିବାକୁ ଚାହୁଁନଥିଲା କଂଗ୍ରେସ।Asom Gana Parishad, cpi,cpm Janata Dal, Samajwadi Party, Tamil Maanila Congress, Telugu Desam Party ଆଦି ତେରଟି ଦଳ ମିଶି ଗଠବନ୍ଧନ କଲେ। ଯାହା ସେ ସମୟରେ ୟୁନାଇଟେଡ ଫ୍ରଣ୍ଟ ଅଫ୍ ଇଣ୍ଡିଆ ନାଁରେ ପରିଚିତ ଥିଲା । ତାଙ୍କର ସିଟ ସଂଖ୍ୟା ଥିଲା 192। ମାତ୍ର ସରକାର ପାଇଁ ଏହା ଯଥେଷ୍ଟ ନ ହେବାରୁ କଂଗ୍ରେସ ଏହାକୁ ସରକାର ଗଢିବାରେ ସାହାଯ୍ୟ କଲା । ଭିପିସିଂହ,ଜ୍ୟୋତିବାସୁ, ଚନ୍ଦ୍ରବାବୁ ନାଇଡୁ ଆଦିଙ୍କ ନାଁ ଚର୍ଚ୍ଚା ହେଉଥିଲା ବେଳେ  ଲାଲୁ ପ୍ରସାଦ ଯାଦବ ଏମିତି ଏକ ନାଁ ପ୍ରସ୍ତାବ ଦେଇଥିଲେ ଯେ ସେ କଣ୍ଣାଟକର ଚିଫ୍ ମିନିଷ୍ଟରରୁ ଆସି ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ । 1 ଜୁନ୍ 1996ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏଚ.ଡି ଦେବଗୌଡା। ମାତ୍ର ତାଙ୍କର ଏ ଖୁସି ବେଶୀ ଦିନ ରହି ନଥିଲା । ମାତ୍ର 10 ମାସରେ ହିଁ ଇସ୍ତଫା ଦେଇଥିଲେ ଦେବଗୌଡା । ଚୌଧୁରୀ ଚରଣ ସିଂହଙ୍କ ଦଶା ଭୋଗିଲେ ଦେବଗୌଡା । କଂଗ୍ରେସ ତାର ସମର୍ଥନ ପ୍ରତ୍ୟାହାର କରିବାରୁ ଆସନରୁ ହଟିଥିଲେ ଏହି ପ୍ରଧାନମନ୍ତ୍ରୀ। ପି ଭି ନରସିଂହ ରାଓଙ୍କ ବଦଳରେ ସିତାରାମ କେଶରୀଙ୍କୁ ଅଧ୍ୟକ୍ଷ କରି ଗେମ୍ ଷ୍ଟାର୍ଟ କରିଥିଲା କଂଗ୍ରେସ । ଗୋଟାଏ ବର୍ଷର କାର୍ଯ୍ୟକାଳ ନ ପୁରୁଣୁ କଂଗ୍ରେସର ଚାଲ ଆଗରେ ହାର ମାନିଥିଲେ ଦେବଗୌଡା । ଦେବଗୌଡାଙ୍କୁ 158 ମେମ୍ବର ସପୋର୍ଟ କରିଥିଲା ବେଳେ ତାଙ୍କ ବିରୁଦ୍ଧରେ ଭୋଟ ଦେଇଥିଲେ 292 ସାଂସଦ । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ। 21  ଏପ୍ରିଲ 1997ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ଇନ୍ଦର କୁମାର ଗୁଜୁରାଲ

ମାତ୍ର ଇନ୍ଦର କୁମାର ଗୁଜୁରାଲଙ୍କୁ ବି ଦେବଗୌଡାଙ୍କ ପରି ଆସନରୁ ହଟାଇଥିଲା କଂଗ୍ରେସ । 6 ମାସ ପରେ ସମର୍ଥନ ପ୍ରତ୍ୟାର କରି ପୁରୁଣା ଷ୍ଟାଇଲ ରିପିଟ୍ କରିଥିଲା କଂଗ୍ରେସ । 19 March 1998ରେ ପଦରୁ ବିଦା ହୋଇଥିଲେ ଗୁଜୁରାଲ । ଭାରତରେ ଗୋଟାଏ ବର୍ଷରେ ପ୍ରଧାନମନ୍ତ୍ରୀ ଆସନରେ ହୋଇଥିଲା ବାରମ୍ବାର ଅଦଳ ବଦଳ । ଏହିପରି ଭାବରେ 1996ରୁ 1997 ଭିତରେ ଭାରତ ଦେଖିଥିଲା 4 ଜଣ ପ୍ରଧାନମନ୍ତ୍ରୀ।

ରୋହିତଙ୍କ ପରେ ବିରାଟ, କ’ଣ ହେବ ଟେଷ୍ଟ ଟିମର ଭବିଷ୍ୟତ

ରୋହିତ ଶର୍ମାଙ୍କ ପରେ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏନେଇ କିଙ୍ଗ୍ କୋହଲି ସୂଚନା ଦେଇଛନ୍ତି। ଟେଷ୍ଟ୍ କ୍ରିକେଟରୁ ସେ ସନ୍ନ୍ୟାସ ନେଇଛନ୍ତି। ୩୬ ବର୍ଷୀୟ କୋହଲି ଅଷ୍ଟ୍ରେଲିଆ ଗସ୍ତରେ ବର୍ଡର-ଗାଭାସ୍କର ଟ୍ରଫି ଖେଳୁଥିବାର ନଜର ଆସିଥିଲେ। ଯେଉଁଠି ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୩ ସ୍କୋରରେ ହାରିଥିଲା। ବିରାଟଙ୍କ ଟେଷ୍ଟ୍ ଡେବ୍ୟୁ ଜୁନ୍ ୨୦୧୧ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କିଙ୍ଗ୍ସଟନରେ ହୋଇଥିଲା। ବିରାଟଙ୍କ ଟେଷ୍ଟ କ୍ୟାରିୟର ବେଶ୍ ଚମକପ୍ରଦ ମଧ୍ୟ ଥିଲା ।

କୋହଲି ସେତେବେଳେ ପ୍ରଥମ ପାଳିରେ ୪ ଏବଂ ଦ୍ୱିତୀୟ ପାଳିରେ ୧୫ ରନ୍ କରିଥିଲ । ଅନ୍ୟପକ୍ଷରେ କିଙ୍ଗ୍ କୋହଲିଙ୍କ ଅନ୍ତିମ ଟେଷ୍ଟ୍ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଖେଳାଯାଇଥିଲା। ଯାହା ୨୦୨୫ ଜାନୁଆରୀ ମାସରେ ଖେଳାଯାଇଥିଲା। ଏହି ଅନ୍ତିମ ମ୍ୟାଚରେ କୋହଲି ପ୍ରଥମ ପାଳିରେ ୧୭ ଏବଂ ଦ୍ୱିତୀୟ ପାଳିରେ ୬ ରନ୍ କରିଥିଲେ। ତେବେ ବର୍ତ୍ତମାନ ୧୪ ବର୍ଷର ଟେଷ୍ଟ କ୍ୟାରିୟରକୁ ବାଏ ବାଏ କହିଛନ୍ତି କିଙ୍ଗ୍ କୋହଲି। ଟେଷ୍ଟରେ ୧୨୩ ମ୍ୟାଚ୍ ଖେଳି ୯,୨୩୦ ରନ୍ କରିଛନ୍ତି ବିରାଟ। ରୋହିତଙ୍କ ପରେ ବିରାଟଙ୍କ ଅବସର ଇଣ୍ଡିଆର ଟେଷ୍ଟ ଟିମକୁ ପ୍ରଭାବିତ କରିବା ଆଶଙ୍କା କରାଯାଉଛି।

ଯୁଦ୍ଧ ବିରତି ପରେ ବି ପଛକୁ ହଟିବନି ଭାରତ

ଭାରତ-ପାକିସ୍ତାନ ମଧ୍ୟରେ ସିଜଫାୟାର୍ ପରେ ବି ଯୁଦ୍ଧ ଶେଷ ହୋଇନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ଭାରତୀୟ ବାୟୁସେନା।  ଇଣ୍ଡିଆନ୍ ଏୟାରଫୋର୍ସ ପକ୍ଷରୁ କୁହାଯାଇଛି ଯେ ଅପରେସନ୍ ସିନ୍ଦୂର ଏଯାଏଁ ଶେଷ ହୋଇନି । IAF ପକ୍ଷରୁ ଜାରି ହୋଇଥିବା ଏହି ବୟାନରେ କୁହାଯାଇଛି ଯେ ଭାରତୀୟ ବାୟୁ ସେନା ଅପରେସନ୍ ସିନ୍ଦୂରରେ ଦିଆଯାଇଥିବା କାର୍ଯ୍ୟକୁ ସଫଳତାପୂର୍ବକ ସମ୍ପୂର୍ଣ୍ଣ କରିଛି । ରାଷ୍ଟ୍ରୀୟ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ବିବେକପୂର୍ଣ୍ଣ ବିଚାର କରି ସଞ୍ଚାଳନ କରାଯାଉଛି । ଯେହେତୁ ଅପରେସନ ଜାରି ରହିଛି , ତେଣୁ ଆଗକୁ ଅପରେସନ ନେଇ ବିସ୍ତୃତ ସୂଚନା ଦିଆଯିବ । ଠିକ୍ ସମୟରେ ସଠିକ ତଥ୍ୟ ଦିଆଯିବ । ମିଛ , ଗୁଜବ ଖବର ଠାରୁ ଦୂରେଇ ରୁହନ୍ତୁ ।

ମେ୭ ତାରିଖରେ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରିଥିଲା ଭାରତୀୟ ସେନା । ଅପରେସନ ସିନ୍ଦୂର ଜରିଆରେ ପହଲଗାମ ପ୍ରତିଶୋଧ ନେଲା ଭାରତ। ଶତ୍ରୁ ଘରେ ପଶି ଆତଙ୍କୀ ଆଡ୍ଡା ଧ୍ୱଂସ କରାଯାଇଥିଲା। ୯ଟି ଆତଙ୍କୀ ଠିକଣାରେ ଏୟାରଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା । ଆକ୍ରମଣରେ ଧୂଳିସାତ ହୋଇଥିଲା ପାକିସ୍ତାନରେ ଥିବା ଆତଙ୍କୀ ହବ୍ । ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା, ହିଜ୍‌ବୁଲ ମୁଜାହିଦ୍ଦିନ ଆଡ୍ଡା ଧ୍ୱଂସ ହୋଇଥିଲା । ଏୟାରଷ୍ଟ୍ରାଇକରେ ସଫା ହୋଇଯାଇଥିଲା ଜୈଶ-ଏ-ମହମ୍ମଦ ମୁଖ୍ୟର ପୂରା ପରିବାର। ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ମସୁଦ ଅଜହରର ୧୦ ଜଣ ସମ୍ପର୍କୀୟ ନିହତ ହୋଇଥିଲେ। କାନ୍ଦାହାର ବିମାନ ଅପହରଣର ମାଷ୍ଟରମାଇଣ୍ଡ ଅବଦୁଲ ରୌଫ୍ ଅଜହର ପ୍ରାଣ ହରାଇଥିଲା। ପାଖାପାଖି ୧୦୦ରୁ ଅଧିକ ଆତଙ୍କୀଙ୍କୁ ମାରିଥିଲେ ଭାରତୀୟ ଯବାନ।