Date Archives April 2025

ରିଲରେ ହିରୋ,ରିୟଲରେ ମନି ଲଣ୍ଡର!

ରିଲ୍ ଓ ରିୟଲ ଲାଇଫ ଭିତରେ ଢେର୍ ତଫାତ୍ । ଅନ୍ ସ୍କ୍ରୀନରେ ରୋଲ୍ କରୁଥିବା ଆକ୍ଟର ଆକ୍ଟ୍ରେସଙ୍କ ଅଫ୍ ସ୍କ୍ରୀନର ବାସ୍ତବତା ଭିତର ଢେର୍ ତଫାତ୍ । ଅଭିନୟ ମାଧ୍ୟମରେ ବେଶ୍ ଲୋକପ୍ରିୟତା ପାଇଥିବା  ସୁରପଷ୍ଟାର ମହେଶ ବାବୁଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED )ର ସମନ ହୋଇଛି । ରିଲରେ ଆଦର୍ଶ ଚରିତ୍ରରେ ଅଭିନୟ କରୁଥିବା ମହେଶଙ୍କୁ ରିଅଲ-ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ସମନ କରାଯାଇଛି । ଏପ୍ରିଲ ୨୭ତାରିଖ ଦିନ ହାଇଦ୍ରାବାଦ ସ୍ଥିତି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ କିଛି ସ୍ଥାନରେ ଚଢ଼ାଉ ବି କରାଯାଇଛି । ତେବେ ଏହି ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ ଦୁଇଟି ରିଅଲ-ଇଷ୍ଟେଟ କମ୍ପାନୀ ସହ ଜଡ଼ିତ ମାମଲାରେ ଏହି ସମନ ହୋଇଛି ।

ମହେଶ ବାବୁଙ୍କୁ ସମନ, ୬କୋଟିର ଠକେଇ ଅଭିଯୋଗ

  • ମନି ଲଣ୍ଡ୍ରିଂ ମାମଲାରେ ମହେଶ ବାବୁଙ୍କୁ ସମନ ହୋଇଛି 
  • ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ ଜାରି କରିଛି
  • ଏପ୍ରିଲ ୨୭ରେ ହାଜର ହେବାକୁ ଇଡିର ନିର୍ଦ୍ଦେଶ
  • ରିଅଲ ଇଷ୍ଟେଟ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲା
  • ଠିକ୍ ସମୟରେ କାମ ସରିନଥିବା ସହ ଟଙ୍କା ହେରଫେର ଅଭିଯୋଗ
  • ସାଇ ସୂର୍ଯ୍ୟା ଡେଭଲପର୍ସସୁରାନା ଗ୍ରୁପ ଡେଭଲପର୍ସ ସହ ଜଡ଼ିତ ମାମଲା
  • ଗ୍ରାହକଙ୍କୁ ଠକିଥିବା ଅଭିଯୋଗ
  • ଏହି ୨ରିଅଲ ଇଷ୍ଟେଟ ଫାର୍ମର ବ୍ରାଣ୍ଡ ଆମ୍ବାସଡର ଥିଲେ ମହେଶ ବାବୁ
  • ନିର୍ଦ୍ଧାରିତ ସମୟରେ କାମ ଶେଷ କରିନଥିବାରୁ ମାମଲା ହୋଇଛି 
  • ‘ଗ୍ରୀନ ମିଡୋଜ’ ନାମକ ଯୋଜନାକୁ ନେଇ ତଦନ୍ତ ହେଉଛି 
  • ସାଇ ସୂର୍ଯ୍ୟା ଡେଭଲପର୍ସ ମାଲିକ ସତୀଶ ଚନ୍ଦ୍ର ଗୁପ୍ତାଙ୍କ ନାଁରେ ଅଭିଯୋଗ ରହିଛି
  • ସାଇ ସୂର୍ଯ୍ୟା ଡେଭଲପର୍ସଠାରୁ ମହେଶ ବାବୁ ପାଖାପାଖି ୬କୋଟି ଟଙ୍କା ନେଇଛନ୍ତି 
  • ବିଜ୍ଞାପନ ଚୁକ୍ତି ବାବଦରେ ଏହି ଟଙ୍କା ନେଇଥିବା ଅଭିଯୋଗ

ଓଡ଼ିଶାରେ ନାହାନ୍ତି ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ସମାସ୍କନ୍ଦ ନେତା

‘ଉଚ୍ଚକୂଳରେ ଜନ୍ମ ହେବା  ଦୈବର ଅଧିନ,କିନ୍ତୁ ପୁରୁଷକାର ମୋର ଅଧିନ’। ବେଣୀ ସଂହାରମର ସଂଳାପ ଥିଲା ତାଙ୍କ  ଜୀବନର ମୂଳମନ୍ତ୍ର ସାହିତ୍ୟ ଏବଂ ସାମ୍ବାଦିକତାରେ ରୁଚି ରଖିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଅର୍ଥାତ୍ ଜେବି ୧୯୭୦ ଦଶକରେ କରିଥିଲେ ରାଜନୈତିକ ଭାଗ୍ୟ ପରୀକ୍ଷା୧୯୭୧ରେ କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇ ପାର୍ଲିଆମେଣ୍ଟରେ ପାଦ ଥାପିଥିବା ଜେବି ନିଜର ବିଚକ୍ଷଣତା ବଳରେ ଇନ୍ଦିରାଗାନ୍ଧିଙ୍କ ଶାସନରେ ୧୯୭୩ରୁ ୭୫  ପ୍ରତିରକ୍ଷା ଉପମନ୍ତ୍ରୀ,୧୯୭୭ରେ ରାଷ୍ଟ୍ରମନ୍ତ୍ରୀ ହେବା ସହ ବେସାମରିକ ବିମାନ ଚଳାଚଳ,ପର୍ଯ୍ୟଟନ ଓ ଶ୍ରମ ବିଭାଗ କରି ଗୁରୁତ୍ତ୍ୱପୂଣ୍ଣ ବିଭାଗରେ ମନ୍ତ୍ରୀ ହୋଇଛନ୍ତି। ମାତ୍ର 25 ବର୍ଷରେ ସେ ଇଷ୍ଟର୍ଣ୍ଣ ଟାଇମସ୍ ଏବଂ ପ୍ରଜାତନ୍ତ୍ରର ସମ୍ପାଦକ ବି ହୋଇଛନ୍ତି।

ସାହିତ୍ୟ,ରାଜନୀତି ଓ ସାମ୍ବାଦିକତାର ତ୍ରୀବେଣୀ ସଙ୍ଗମ ଜେ.ବି

ସାହିତ୍ୟ,ସାମ୍ବାଦିକତା ଏବଂ ରାଜନୀତିର ଧୂରୀଣ ବିନ୍ଧାଣୀ ଜେବି ଓଡ଼ିଶା ରାଜନୀତିରେ ଅନିଶ୍ଚିନ୍ତତା ଏବଂ ଅସ୍ଥିରତାର ସରକାର ପ୍ରଥାରେ ଟାଣିଥିଲେ ପୁର୍ଣ୍ଣଛେଦ। ହରେକୃଷ୍ଣ ମହତାବ,ନବକୃଷ୍ଣ ଚୌଧୁରୀ,ନୀଳମଣୀ ରାଉତରାୟଙ୍କ ଭଳି ନେତା ସ୍ଥିର ସରକାର ଗଢିବାକୁ ହୋଇଥିଲେ ବିଫଳ। ସେ କିନ୍ତୁ ୧୯୮୦ରୁ ୯୦ ଦୁଇ ପାଳି ଏବଂ ୧୯୯୫ରୁ ୯୯ ଯାଏଁ ନିରବଛିନ ମୁଖ୍ୟମନ୍ତ୍ରୀ ହୋଇ ଗଢିଥିଲେ ସ୍ଥିର ସରକାରନବୀନ ପଟ୍ଟନାୟକ  ଯଦିଓ ସର୍ବାଧିକ ସମୟର ମୁଖ୍ୟମନ୍ତ୍ରୀ ଜେବିଙ୍କ କଣ୍ଟ୍ରୋଲ କିନ୍ତୁ ୩୧୪ ବ୍ଲକରେ ଥିଲା।
ଶିଳ୍ପର ସ୍ଥପତି ଜାନକି ବଲ୍ଲଭ ପଟ୍ଟନାୟକ ୧୦୦୦ ଦିନରେ ୧୦୦୦ ଶିଳ୍ପର ଆହ୍ୱାନ  ଦେଇ ଏକ ବିପ୍ଳବ ଆରମ୍ଭ କରିଥିଲେତାଙ୍କ ସମୟରେ ୧୯୮୦ରେ ଓମଫେଡ୍ ପ୍ରତିଷ୍ଠା ହେବା ସହ ଅଣ୍ଡା ଉତ୍ପାଦନ ପାଇଁ ମୁଣ୍ଡ ଟେକିଥିଲା ଓପୋଲୋଫେଡ୍। ଲୁଲୁ ମହାପାତ୍ରଙ୍କ ପରି ଛାତ୍ରନେତା ସୃଷ୍ଠିରେ ସେ ଥିଲେ ସଫଳ ବିନ୍ଧାଣୀ।

ଦାଦନର ବିରୋଧି ଜେବି କେନ୍ଦୁଝରରେ ସ୍ପଞ୍ଜ ଆଇରନ୍ ଫ୍ୟାକ୍ଟ୍ରି,ବାଲେଶ୍ୱରରେ ଟାୟାର ଶିଳ୍ପ ଏବଂ ଭଦ୍ରକରେ ଚାର୍ଜକ୍ରୋମ,ନାଲକୋ ପ୍ରତିଷ୍ଠା ସହ  ନୁଆହାଟରେ ଶ୍ରୀ ଜଗନ୍ନାଥ ସୁତାକଳର ସ୍ଥାପନ କରି ଶିଳ୍ପର ସ୍ଥାପନା କରିଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକ କଳିଙ୍ଗ ଷ୍ଟୁଡିଓ ସହ ପ୍ରତିଷ୍ଠା କରିଥିଲେ ଓଡିଶା ଚଳଚ୍ଚିତ୍ର ଉନ୍ନୟନ ସଂସ୍ଥା । କ୍ରୀଡ଼ାର ବିକାଶ ପାଇଁ ଛାତ୍ରାବାସ, ଜବାହର ଲାଲ୍ ଇନଡୋର ଷ୍ଟାଡ଼ିୟମ୍ ଆଦି ତାଙ୍କର ପରିକଳ୍ପନା । ହୋଟେଲକୁ ଶିଳ୍ପର ମାନ୍ୟତା ବି ତାଙ୍କରି ପ୍ରୟାସ।
ଓଡିଶାର ଚର୍ଚ୍ଚିତ ବ୍ୟକ୍ତିଙ୍କ ଗହଣରେ ଶ୍ରେଷ୍ଠରେ ସେ ରହି ଆସିଛନ୍ତି। ସେ ଏକାଧାରରେ ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଏବଂ ବିରୋଧିଦଳ ନେତା ହୋଇଛନ୍ତି ଯାହା ଓଡିଶାର କୌଣଷି ନେତାଙ୍କ ପାଖରେ ନାହିଁ । ବିଜୁପଟ୍ଟନାୟକ ଯଦିଓ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ କିନ୍ତୁ ରାଜ୍ୟପାଳ ହୋଇନାହାନ୍ତି। ସେହିପରି ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ହୋଇଥିଲେ ସୁଦ୍ଧା ବିରୋଧିଦଳ ନେତା ହୋଇ ପାରନାହାନ୍ତି। ସାହିତ୍ୟ ,ସଂସ୍କୃତି, ରାଜନୀତିରେ ଧୂରୀଣ ଏହି ନେତା ଙ୍କର ୨୦୧୫ ଅପ୍ରେଲ ୨୧ ରେ ଦେହାନ୍ତ ହେବା ପରେ ଏକ ଯୁଗର ଅବସାନ ହୋଇଛି।

BCCI ସେଣ୍ଟ୍ରାଲ କଣ୍ଟ୍ରାକ୍ଟ : ୩୪ ଖେଳାଳି,୪ଟି ଗ୍ରେଡ୍

  • BCCI କ୍ରିକେଟରଙ୍କ ବାର୍ଷିକ ଚୁକ୍ତିନାମା ଘୋଷଣା କରିଛି। ନୂତନ ଚୁକ୍ତିନାମାରେ ମୋଟ ୩୪ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି।
  • ଭାରତୀୟ ପୁରୁଷ କ୍ରିକେଟରଙ୍କ ଏହି କେନ୍ଦ୍ରୀୟ ଚୁକ୍ତିନାମା ୧ ଅକ୍ଟୋବର ୨୦୨୪ ରୁ ୩୦ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ରହିଛି।
    ୩୪ଖେଳାଳି,୪ଟି ଗ୍ରେଡ୍
  • BCCIର ବାର୍ଷିକ ଚୁକ୍ତିନାମାରେ, ୩୪ ଜଣ ଖେଳାଳିଙ୍କୁ ୪ଟି ଗ୍ରେଡରେ ବିଭକ୍ତ କରାଯାଇଛି।
  • ପ୍ରତ୍ୟେକ ଖେଳାଳିଙ୍କୁ ତାଙ୍କ ଗ୍ରେଡ୍ ଅନୁସାରେ BCCIର ବାର୍ଷିକ ଏକ ରାଶି ପ୍ରଦାନ କରିବ।
  • A+ ଗ୍ରେଡ୍ ଖେଳାଳିଙ୍କୁ ସର୍ବାଧିକ ୭ କୋଟି ଟଙ୍କା ପ୍ରଦାନ କରାଯାଏ। A ଗ୍ରେଡ୍ ୱାନରେ ୫ କୋଟି,B ଗ୍ରେଡ୍ ଖେଳାଳିମାନେ ୩ କୋଟି,C ଗ୍ରେଡରେ ଅନ୍ତର୍ଭୁକ୍ତ ଖେଳାଳିମାନେ ବାର୍ଷିକ ୧ କୋଟି ଟଙ୍କା ପାଆନ୍ତି।

 

କେଉଁ ଖେଳାଳିମାନେ A+ ଏବଂ A ଗ୍ରେଡରେ ସ୍ଥାନ ପାଇଛନ୍ତି?

  • BCCI ବାର୍ଷିକ ଚୁକ୍ତିନାମାର A+ ଗ୍ରେଡରେ ୪ ଜଣ ଖେଳାଳିଙ୍କୁ ସ୍ଥାନ ଦେଇଛି।  ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରିତ ବୁମରାହ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଏହି ଗ୍ରେଡରେ ସ୍ଥାନ ପାଇଛନ୍ତି।
  • ସେହିପରି, ୬ ଜଣ ଖେଳାଳିଙ୍କୁ A ଗ୍ରେଡରେ ସାମିଲ କରାଯାଇଛି, ଯେଉଁଥିରେ ମହମ୍ମଦ ସିରାଜ, କେଏଲ ରାହୁଲ, ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମି ଏବଂ ରିଷଭ ପନ୍ତ ଅଛନ୍ତି।
  • ଶ୍ରେୟସ ଆୟର B ଗ୍ରେଡକୁ ଫେରିଲେ, ଈଶାନଙ୍କୁ C ଗ୍ରେଡରେ ସ୍ଥାନ ମିଳିଛି
  • ନୂତନ ବାର୍ଷିକ ଚୁକ୍ତିନାମାରେ ଶ୍ରେୟସ ଆୟରଙ୍କୁ B ଗ୍ରେଡରେ ପ୍ରତ୍ୟାବର୍ତ୍ତନ କରୁଥିବାର ଦେଖିବାକୁ ମିଳିଛି। ଶ୍ରେୟସଙ୍କ ବ୍ୟତୀତ, ଏହି ଗ୍ରେଡରେ ଅନ୍ତର୍ଭୁକ୍ତ ଅନ୍ୟ ଚାରି ଜଣ ଖେଳାଳି ହେଲେ ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ, କୁଲଦୀପ ଯାଦବ ଏବଂ ଯଶସ୍ୱୀ ଜୟୱାଲ।
  • ମୋଟ ୧୯ ଜଣ ଖେଳାଳିଙ୍କୁ C ଗ୍ରେଡରେ ସ୍ଥାନ ମିଳିଛି, ସେମାନଙ୍କ ମଧ୍ୟରେ ଇଶାନ କିଶନ,ରିଙ୍କୁ ସିଂ, ତିଲକ ଭର୍ମା, ରୁତୁରାଜ ଗାଇକୱାଡ, ଶିବମ ଦୁବେ, ରବି ବିଷ୍ଣୁ, ୱାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂ, ପ୍ରସାଦ କୃଷ୍ଣ, ରଜତ ପାଟିଦାର, ଧ୍ରୁବ ଜୁରେଲ, ସର୍ଫରାଜ ଖାନ୍ଧର, ବରୁଣ ଚକ୍ରବର୍ତ୍ତୀ ଏବଂ ହର୍ଷିତ ରାଣା ରହିଛନ୍ତି ।

୧୮ ମିନିଟରେ ସେଞ୍ଚୁରୀ,୩ ଓଭରରେ ବିସ୍ଫୋରକ ବ୍ୟାଟିଂ

୩ ଓଭରରେ ସେଞ୍ଚୁରୀ। ହୁଏତ ଏହା ଆପଣମାନଙ୍କୁ ଅବିଶ୍ୱସନୀୟ ଲାଗିପାରେ,କିନ୍ତୁ ଏକଥା ସମ୍ପୂର୍ଣ୍ଣ ସତ । ୧୯୩୧ ମସିହାରେ ବ୍ଲାକହିଥ୍ ଏବଂ ଲିଥ୍ଗୋ ମଧ୍ୟରେ ଏକ ମ୍ୟାଚ୍‌ରେ ସାର୍ ଡନ୍ ବ୍ରାଡମ୍ୟାନ୍ ମାତ୍ର ତିନି ଓଭରରେ ୧୦୦ ରନ୍ କରିଥିଲେ। ବ୍ଲାକହିଥ୍ ପାଇଁ ଖେଳି,ସେତେବେଳର ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ମାତ୍ର ୧୮ ମିନିଟ୍‌ରେ ତାଙ୍କର ବିସ୍ଫୋରକ ଶତକ ପୂରଣ କରିଥିଲେ। ଅବଶ୍ୟ ସେ ସମୟରେ ଗୋଟାଏ ଓଭରରେ ଆଠଟି ବଲ ଥିଲା।

ମ୍ୟାଚ୍‌ଟି ନ୍ୟୁ ସାଉଥ୍ ୱେଲ୍ସର ବ୍ଲୁ ମାଉଣ୍ଟେନ୍ସରେ ହୋଇଥିଲା । ସେହି ମ୍ୟାଚ୍‌ରେ, ବ୍ରାଡମ୍ୟାନ୍ ପ୍ରଥମ ଓଭରରେ ୩୮ରନ୍ ମାରିଥିଲେ । ପରବର୍ତ୍ତୀ ଓଭରଟି ହୋରି ବେକରଙ୍କ ଦ୍ୱାରା ବୋଲ୍ କରାଯାଇଥିଲା ଏବଂ ଅଷ୍ଟ୍ରେଲିଆର ତୃତୀୟ ନମ୍ବର ଖେଳାଳି ପୁଣି ଷ୍ଟ୍ରାଇକ୍‌ରେ ଥିଲେ କାରଣ ସେ ପୂର୍ବ ଓଭରର ଶେଷ ବଲ୍‌ରେ ଗୋଟିଏ ସିଙ୍ଗଲ୍ ସ୍କୋର କରିଥିଲେ। ବ୍ରାଡମ୍ୟାନ୍ ବ୍ଲାକ୍‌ ଦ୍ୱିତୀୟ ଓଭରରେ 40 ରନ (6, 4, 4, 6, 6, 4,6,4) କରିଥିଲେ। ତୃତୀୟ ଓଭରରେ 24 ରନ୍ ସଂଗ୍ରହ କରି ତିନି ଓଭରରୁ ମୋଟ ୧୦୨ ରନ୍ ହୋଇଥିଲା । ତାଙ୍କୁ କ୍ରିଜରେ ମାତ୍ର ୧୮ ମିନିଟ ସମୟ ଅତିବାହିତ କରିବାକୁ ପଡିଥିଲା । ଏହି ମୁକାବିଲାରେ ସାର ଡନ ବ୍ରଡମ୍ୟାନ ୨୫୬ ରନର ଧୂଆଁଧାର ପାରି ଖେଳିଥିଲେ । ଯେଉଁଥିରେ ଥିଲା ୨୯ ଚୌକା ଓ ୧୪ ଛକା ।

ସଂଗଠନ ନୁହେଁ,  ସୋସିଆଲ ମିଡିଆ ଭରସାରେ ନବୀନ

BJD ସଭାପତି ଭାବେ ନବମ ଇନିଂସ ଆରମ୍ଭ କରି BJPକୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ । ଯଦିଓ BJPର ନାଁ ନେଇ ନାହାଁନ୍ତି, କିନ୍ତୁ 2024 ନିର୍ବାଚନରେ BJDର ପରାଜୟ ପାଇଁ ବିରୋଧିଙ୍କ ଅପପ୍ରଚାରକୁ ଦାୟୀ କରି ନବୀନ କହିଛନ୍ତି….

  • ସୋସିଆଲ ମିଡିଆରେ ବିରୋଧିଙ୍କ ଅପପ୍ରଚାରକୁ BJD କାଉଣ୍ଟର କରିପାରିଲା ନାହିଁ।
  • ଏପରିକି ବର୍ତ୍ତମାନ ମଧ୍ୟ BJD ବିରୋଧରେ ଅପପ୍ରଚାର ହେଉଛି।
  • ସୋସିଆଲ ମିଡିଆରେ ଏହାର ଦୃଢ଼ ଜବାବ ଦେବ ବିଜୁ ଜନତା ଦଳ।
  • ଟେକ୍ନୋଲୋଜିର ସଦୁପଯୋଗ କରି ସୋସିଆଲ ମିଡିଆରେ BJDର ଉପସ୍ଥିତିକୁ ସୁଦୃଢ଼ କରାଯିବ।
  • BJDର କର୍ମୀ, ଭାଇଭଉଣୀଙ୍କ ଉପରେ ମୋର ପୁରା ଭରସା ଅଛି ସେମାନେ ହିଁ ମିଛ ପ୍ରଚାରର ଉଚିତ୍ ଜବାବ ଦେବେ

ନବୀନଙ୍କୁ ଭେଟି ପାରୁନଥିଲେ, BJDର ମନ୍ତ୍ରୀ

ଅନ୍ୟପଟେ ନବୀନଙ୍କୁ କାଉଣ୍ଟର କରିଛନ୍ତି, BJP ସଭାପତି ମନମୋହନ ସାମଲ । BJP କଣ ମିଛ ପ୍ରଚାର କରିଛି, ସେ ତଥ୍ୟ ନବୀନ ରଖିବା ଉଚିତ ବୋଲି ମନମୋହନ ସାମଲ କହିଛନ୍ତି..

  • “BJP କଣ ଫଲ୍ସ ନ୍ୟାରେଟିଭ୍ କରିଛି, ତାହା ଓଡ଼ିଶାବାସୀଙ୍କୁ କୁହନ୍ତୁ,
  • ଆମେ କହିଥିଲୁ-ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ନାହିଁ, BJDର ନେତା-ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନାହାଁନ୍ତିକିନ୍ତୁ ତାହର ଉତ୍ତର ନବୀନ ଦେଲେନି,
  • BJD ସରକାର ସମୟରେ କୌଣସି ବିଷୟ କ୍ୟାବିନେଟରେ ଆଲୋଚନା ହେଉନଥିଲା,
  • ଉତ୍ତର ନଦେବା ନବୀନ ପଟ୍ଟନାୟକଙ୍କ ଅପାରଗତାତେଣୁ BJDକୁ ଲୋକେ ପ୍ରତ୍ୟାଖାନ କଲେ

ନବୀନ ଜଣେ ମିଥ୍ୟାବାଦୀ

କେବଳ ମନମୋହନ ସାମଲ କାହିଁକି, BJDର ପ୍ରତିଷ୍ଠାତା ସଭ୍ୟ ପ୍ରଭାତ ତ୍ରିପାଠୀ ମଧ୍ୟ କହିଛନ୍ତି, ନବୀନ ପଟ୍ଟନାୟକ ଜଣେ ମିଥ୍ୟାବାଦୀ 9 ଏପ୍ରିଲ 2025ରେ ତାଙ୍କ ବିରୁଦ୍ଧରେ ନବୀନ ପଟ୍ଟନାୟକ ଦେଇଥିବା ବିବୃତିକୁ କାଉଣ୍ଟର କରି ପ୍ରଭାତ ତ୍ରିପାଠୀ କହିଥିଲେ.. 

  • “ନବୀନ ପଟ୍ଟନାୟକ, ମୋ ନାଁ ଯୋଡି ବିବୃତି ଦେଲେ ଯେ ମୁଁBJDରେ ନାହିଁ,
  • ଗୋଟେ ଚିଟଫଣ୍ଡ କେସରେ ମୋତେ BJDରୁ ନିଲମ୍ବନ କରା ଯାଇଥିଲା,
  • କିନ୍ତୁ ଚିଟଫଣ୍ଡ ମାମଲା ବିଚାରାଧୀନ ଥିବାରୁ2017ରେ ମୋ ଉପରୁ ନିଲମ୍ବନ ଆଦେଶ ଉଠିଯାଇଛି,
  • ଯଦି ସେ 2017ରେBJDରୁ ନିଲମ୍ବିତ ହୋଇଛନ୍ତି, ତାହେଲେ 2019ର ଏକ ନିର୍ବାଚନ ସଭାରେ ସେ ଭାଷଣ ଦେବା ସମୟରେ ନବୀନ ବାବୁ କାହିଁକି ସେଠାରେ ବସିଥିଲେ?
  • ମୁଁ ଦଳରେ ନାହିଁ ବୋଲି ମିଥ୍ୟା କଥା ନବୀନ ପଟ୍ଟନାୟକ କହିବା ଆଶା ନଥିଲା

ତେବେ ଏକଥା ସ୍ପଷ୍ଟ ଯେ 2024 ନିର୍ବାଚନରେ, ନବୀନ ପଟ୍ଟନାୟକଙ୍କ କଥାକୁ ବିଶ୍ୱାସ କରିପାରିଲେ ନାହିଁ ଓଡ଼ିଶା ଭୋଟର । ଆଉ ସେହି ଭୋଟରଙ୍କ ମନ ଜିଣିବା ପାଇଁ ନବୀନ ଏବେ BJD ସଂଗଠନ ଅପେକ୍ଷା ସୋସିଆଲ ମିଡିଆକୁ ଭରସା କରିଛନ୍ତି !