Date Archives April 2025

୨୦ କୋଟିର ବିଜ୍ଞାପନକୁ କାହିଁକି ନା କହିଥିଲେ ସଚିନ୍

ସଚିନ ତେନ୍ଦୁଲକରଙ୍କୁ ଖାଲିରେ କ୍ରିକେଟର ଗଡ୍ କୁହାଯାଏନି। ତାଙ୍କର ବ୍ୟକ୍ତିତ୍ୱ,ଚରିତ୍ର ସାଙ୍ଗକୁ ଖେଳିବାର ଶୈଳୀ ତାଙ୍କୁ ସବୁଦିନ ପାଇଁ ଚର୍ଚ୍ଚାରେ ରଖିଆସିଛି ।ତେବେ ଏପ୍ରିଲ 24 ହେଉଛି  ଗଡ୍‌ ଅଫ୍‌ କ୍ରିକେଟ୍‌’ ଅର୍ଥାତ ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ। ଏହି ଦିନଟିକୁ କେବଳ ଦେଶ ନୁହେଁ, ସାରା ବିଶ୍ୱ ପାଳନ କରେ। ଭାରତର ପ୍ରତ୍ୟେକ ଗଳିରେ କ୍ରିକେଟକୁ ପହଞ୍ଚାଇବାରେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ତାଙ୍କରି ପାଇଁ ଲକ୍ଷ ଲକ୍ଷ ଯୁବକ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ।ଯେତେ ବି କ୍ରିକେଟର କ୍ରିଜରେ ରାଜ୍ କରନ୍ତୁ ନା କାହିଁକି ସଚିନ କିନ୍ତୁ ଫ୍ୟାନ୍ସଙ୍କ ମନରେ ଖାସ୍ ଜାଗା ନେଇ ରହିବେ।

କ୍ରିକେଟକୁ ଏତେ ପ୍ରସିଦ୍ଧ କରିଥିବା ଏବଂ ଭାରତରେ ଏହି ଖେଳର ଭଗବାନ କୁହାଯାଉଥିବା ସଚିନ ୨୪ ଏପ୍ରିଲ ୨୦୨୫ ରେ ୫୨ ବର୍ଷ ବୟସରେ ପାଦ ଦେଇଛନ୍ତି। ମରାଠି ପରିବାରରେ ସଚିନଙ୍କ ଜନ୍ମ । ବାପା ଜଣେ ଲେଖକ ଏବଂ କବି। ଭାଇ ମଧ୍ୟ ଜଣେ ଚିତ୍ରକର। ଫେମସ ସଂଗୀତଜ୍ଞ ସଚିନ୍ ଦେବ ବର୍ମନଙ୍କ ନାମ ଅନୁସାରେ ସଚିନଙ୍କ ନାମକରଣ ହୋଇଛି।୧୪  ବର୍ଷ ବୟସରେ ୧୯୮୭ ମସିହାରେ ଭାରତ-ଜିମ୍ବାୱେ ମଧ୍ୟରେ ହେଉଥିବା ବିଶ୍ୱ କପ୍‌ରେ ସଚିନ ବଲ୍‌-ବଏ ଥିଲେ। ୧୯୯୭, ୧୯୯୯, ୨୦୦୧, ୨୦୦୨, ୨୦୦୮, ୨୦୧୦ ମସିହାରେ ୧୦୦୦ ଲେଖାଏଁ ଟେଷ୍ଟ୍‍ ରନ୍‌ କରିଥିବା ସଚିନଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ ‘ରନ୍‌ ମେସିନ୍‌’ ନାମରେ ଲୋକେ ଜାଣିଲେ।ସମୟକ୍ରମେ ସେ ପାଲଟିଗଲେ କ୍ରିକେଟର ଗଡ୍ ।
                   ତେବେ ବିଭିନ୍ନ ସମୟରେ କ୍ରିକେଟର ଓ ଆକ୍ଟର ଆଡ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରୁଥିଲା ବେଳେ ସଚିନ କିନ୍ତୁ ଏ କ୍ଷେତ୍ରରେ ନିଜ ନିଆରା ବ୍ୟକ୍ତିତ୍ୱର ପରିଚୟ ଦେଇଛନ୍ତି । ୨୦କୋଟି ଟଙ୍କା ପ୍ରତି ଲୋଭାଶକ୍ତ ନ ହୋଇ ନିଜ ବିବେକର ପରିଚୟ ଦେଇଛନ୍ତି । ୨୦୧୦ ମସିହାରେ ସଚିନଙ୍କୁ ଏକ ମଦ କମ୍ପାନୀର ବିଜ୍ଞାପନ କରିବାକୁ ୨୦ କୋଟି ଟଙ୍କାର ଅଫର୍‌ ଆସିଥିଲା। ମାତ୍ର ସେ ବାପାଙ୍କ ନିକଟରେ କରିଥିବା ଶପଥ ଯୋଗୁ ସେ  ବିଜ୍ଞାପନ ପାଇଁ ମନା କରିଦେଇଥିଲେ। ସଚିନ ତାଙ୍କ ବାପାଙ୍କୁ କଥା ଦେଇଥିଲେ କି ସେ କେବେ ବି ନିଶାଦ୍ରବ୍ୟର ବିଜ୍ଞାପନ କରିବେ ନାହିଁ ।ତେଣୁ ସେ ଏ ବିଜ୍ଞାପନରୁ ଦୂରେଇ ରହିଥିଲେ ।

ଶାହଙ୍କ ଚେତାବନୀ:ନଇଁବନି ଭାରତ

ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ରକ୍ତଚାଉଳ ଚୋବାଉଛି ସାରା ଭାରତ । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ନିଜର କଠୋର ଆଭିମୁଖ୍ୟର ପରିଚୟ ଦେଇଛନ୍ତି ଅମିତ ଶାହ। ଆତଙ୍କବାଦୀଙ୍କ ଆଗରେ ଭାରତ ନଇଁବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଗୃହମନ୍ତ୍ରୀ। “ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ବି ଛଡ଼ାଯିବନି । ଭାରତ ସବୁ ପରିସ୍ଥିତିକୁ ସାମ୍ନା କରିବ,କିନ୍ତୁ ଆତଙ୍କବାଦୀଙ୍କ ଆଗରେ ହାର ମାନିବ ନାହିଁ ।”

ଆହତଙ୍କ ପରିବାରକୁ ଭେଟି ଶାହ ଆଲୋଚନା କରିଛନ୍ତି । ଶାହଙ୍କ ସହ ଉପ ରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ। ଜମ୍ମୁକାଶ୍ମୀରରେ ସ୍ଥିତି ବୁଝିବା ପରେ ଅପରାହ୍ଣରେ ଦିଲ୍ଲୀ ଫେରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କ୍ୟାବିନେଟ୍ ସୁରକ୍ଷା ପରିଷଦ ବୈଠକରେ ଯୋଗଦେବେ।  ଏଥିସହ ଜମ୍ମୁ ପହଲଗାମ ଆତଙ୍କୀ ଆକ୍ରମଣରେ ୨୮ଜଣଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ କେନ୍ଦ୍ର ସରକାର।  ଦୁଇ ଦୁନିଆ ସାଉଦି ଆରବ ଗସ୍ତର ଅଧାରୁ ଭାରତ ଫେରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ଫେରିବା ପରେ ତୁରନ୍ତ ବିମାନ ବନ୍ଦରରେ ବୈଠକ କରିଛନ୍ତି ।
ସ୍ଥିତି ସମ୍ପର୍କର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର, ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଓ ଏନ୍‌ଏସ୍‌ଏ ଅଜିତ ଡୋଭାଲ । ଆଗକୁ ସରକାର କିଛି କଠୋର ପଦକ୍ଷେପ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଜମ୍ମୁ ପହଲଗାମରେ ଆତଙ୍କୀ ହମଲା ପରେ ସୀମାରେ ହାଇଆଲର୍ଟ ଜାରୀ ହୋଇଛି  । ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ଚାଲିଥିବା ବେଳେ ସେନାର ଯବାନ ମାନେ ପଇଁତରା ମାରୁଛନ୍ତି । ଆତଙ୍କୀଙ୍କୁ ଖୋଜି ସଫା କରିବାକୁ ସନ୍ଦିଗ୍ଧ ଅଂଚଳରେ ଜୋରଦାର ସର୍ଚ୍ଚ ଅପରେସନ ଚାଲିଛି। ଆତଙ୍କୀଙ୍କ ସ୍କେଚ୍ ଜରୀ ହୋଇ ସାରିଛି। ହେଲିକପ୍ଟର ଓ ଡ୍ରୋନ୍ ମାଧ୍ୟମରେ ଆତଙ୍କବାଦୀଙ୍କ ତଲାସି ଅଭିଯାନ ଜାରି ରହିଛି । ଗୃହମନ୍ତ୍ରୀ ଅମିତ ଶାହା ଶ୍ରୀନଗରରେ ଏଲଜି ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ବିଭିନ୍ନ ସୁରକ୍ଷା ଏଜେନ୍ସିର ମୁଖ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।

ପହଲଗାମ ଆକ୍ରମଣ ପଛରେ ମାଷ୍ଟରମାଇଣ୍ଡ କାହାର?ଆତଙ୍କୀଙ୍କ ନିପାତ ପାଇଁ ଚାଲିଛି ବ୍ଲୁପ୍ରୀଣ୍ଟ

ଜମ୍ମୁ-କାଶ୍ମୀର ପହଲଗାମରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଛି । ଏହି ଆକ୍ରମଣରେ ୨୭ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି ଯେଉଁଥିରେ ଜଣେ ଓଡ଼ିଆ ଅଛନ୍ତି। ଅନେକ ପର୍ଯ୍ୟଟକ ଆହତ ହୋଇ ପହଲଗାମ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଏ ଘଟଣା ପରେ ଏବେ ପୂରା ଭାରତ ରକ୍ତ ଚାଉଳ ଚୋବାଉଛି ।ସେନା ପୋଷାକ ପିନ୍ଧି ଆସିଥିବା ଆତଙ୍କୀ ମାନେ ପର୍ଯ୍ୟଟକଙ୍କ ନାଁ ଓ ଧର୍ମ ପଚାରି ଗୁଳି କରି ହିନ୍ଦୁଙ୍କୁ ମାରିବା ଘଯଣାକୁ ଦୃଢ ନିନ୍ଦା କରାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜରୁରୀକାଳୀନ ବୈଠକ ହୋଇଛି । ଏ ଘଟଣା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଉଛି । କିଛି ଆତଙ୍କୀଙ୍କ ସ୍କେଚ୍ ଜାରୀ କରାଯାଇଛି,ଆତଙ୍କୀଙ୍କ ନିପାତ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି ସରକାର ।

ଆକ୍ରମଣ ପଛରେ କିଏ?

ପହଲଗାମ ଆକ୍ରମଣ ପାଇଁ ନିଜକୁ ଦାୟି କରିଛି ଆତଙ୍କୀ ସଂଗଠନ TRFTRFର ଅମାନବୀୟ,ଅମାନୁଷିକ କାର୍ଯ୍ୟକୁ ଯେତେ ନିନ୍ଦା କଲେ ବି କମ୍ ପଡ଼ିଯିବ । ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଏମାନେ ଧର୍ମ ଆଧାରରେ ଯୋଉଭଳି ଭାବରେ ହିନ୍ଦୁଙ୍କୁ ହତ୍ୟା କରିଛନ୍ତି ସେଥିରୁ ଘୃଣ୍ୟ ମାନସିକତାର ପ୍ରମାଣ ମିଳିଛି ।ଖୁବ୍ ଶୀଘ୍‌ର ଆତଙ୍କୀଙ୍କ ନିପାତ ପାଇଁ ଚାଲିଛି ବ୍ଲୁପ୍ରୀଣ୍ଟ

କେମିତି ଗଠନ ହୋଇଥିଲା TRF
୨୦୧୯ରେ ଧାରା ୩୭୦ ହଟାଯିବା ପରେ ଜମ୍ମୁ-କାଶ୍ମୀରକୁ ପ୍ରବେଶ କରିବା ପାକିସ୍ତାନୀ  ଆତଙ୍କୀଙ୍କ   ପକ୍ଷେ ଅସମ୍ଭବ ହୋଇପଡିଥିଲା ।ସେଥିପାଇଁ ହାଫିଜ୍ ସଇଦର ଲସ୍କର-ଏ-ତୋଏବା ଏବଂ ଇଣ୍ଡିଆନ ମୁଜାହିଦ୍ଦିନ୍ ମିଶି ଟିଆରଏଫ୍ ଗଠନ କରିଥିଲେ । ଏହି ଆତଙ୍କୀ ସଂଗଠନ ଗଠନରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ଏକ ବଡ଼ ଭୂମିକା ରହିଛି । ଟିଆରଏଫ୍ ପ୍ରଥମ ଆତଙ୍କୀ ସଂଗଠନ , ଯାହାର ନାଁ ଇଂରାଜୀରେ ରହିଛି  । ନଜରରୁ ବଞ୍ଚିବା ପାଇଁ ପାକିସ୍ତାନ ଗୁଇନ୍ଦା ଏଜେନ୍ସିର ଅଧିକାରୀମାନେ ଇଂରାଜୀ ଶବ୍ଦ ବ୍ୟବହାର କରିଥିଲେ  । ଏହି ସଂଗଠନର ସବୁ ଆତଙ୍କବାଦୀ ପାକିସ୍ତାନର ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶରେ କାମ କରନ୍ତି ।
କେମିତି କାମ କରେ TRF ?
ସଂଗଠନରେ ସାମିଲ ହେବା ପରେ ଆତଙ୍କବାଦୀଙ୍କୁ ପ୍ରଥମେ ସୀମାପାର କରି ପରେ ତାଲିମ ଦିଆଯାଇଥାଏ ଟିଆରଏଫ୍ ଆତଙ୍କବାଦୀମାନେ ସନ୍ଦେଶ ପାଇବା ପରେ ଆତଙ୍କୀ ଗ୍ୟାଙ୍ଗରେ ସାମିଲ ହୁଅନ୍ତି ଏବଂ ପରେ ଆକ୍ରମଣ କରନ୍ତି ।ଆକ୍ରମଣ କରିବା ପରେ ଧରାପଡ଼ିବା ଭୟରେ ଦୂରଦୂରାନ୍ତକୁ ଚାଲିଯାଆନ୍ତି ।ଟିଆରଏଫର ସବୁ କମାଣ୍ଡରକୁ ପାକିସ୍ତାନରୁ ନିର୍ଦ୍ଦେଶ ମିଳିଥାଏ ।
TRFର ଆକ୍ରମଣ ଚିଠା
ମାନବିକତା ନାଁରେ କଳଙ୍କ TRF ବର୍ବରତାର ସବୁ ସୀମା ଡେଇଁ ସାରିଛି । ବିଭିନ୍ନ ସମୟରେ ଆକ୍ରମଣ କରି ଅନେକଙ୍କର ଜୀବନ ନେଇଛି ।
୨୦୨୪, ନଭେମ୍ବର ୪,  ଶ୍ରୀନଗର ଲାଲ ଚୌକରେ ଗ୍ରେନେଡ ଆକ୍ରମଣ, ୧୪ ଆହତ
୨୦୨୪, ଜୁଲାଇ ୯, କାଠୁଆରେ ଆର୍ମି କନଭେ ଉପରେ ଆକ୍ରମଣ, ୫ ମୃତ
୨୦୨୪, ଜୁନ ୯, ରଷେଇରେ ଯାତ୍ରୀବାହୀ ବସ ଉପରେ ଆକ୍ରମଣ, ୯ ମୃତ
୨୦୨୩, ଡିସେମ୍ବର ୨୧, ରାଜୌରୀରେ ଆଇଡି ବ୍ଲାଷ୍ଟ , ୫ ମୃତ
୨୦୨୩, ମେ ୫, ଲୁଚିକରି ଆର୍ମି ଗାଡି ଉପରେ ଆକ୍ରମଣ, ୫ ମୃତ
୨୦୨୩, ଏପ୍ରିଲ ୨୦, ଲୁଚିକରି ଆର୍ମି ଗାଡି ଉପରେ ଆକ୍ରମଣ, ୫ ମୃତ
୨୦୨୩, ଜାନୁଆରୀ ୧, ରାଜୌରୀରେ ସାଧାରଣ ଲୋକଙ୍କୁ ଆକ୍ରମଣ, ୪ ମୃତ
୨୦୨୨, ଅଗଷ୍ଟ ୧୧, ରାଜୌରୀରେ ଆତ୍ମଘାତୀ ବିସ୍ଫୋରଣ, ୫ ମୃତ
୨୦୨୧, ଡିସେମ୍ବର ୧୨, ଶ୍ରୀନଗରରେ ପୁଲିସ ଗାଡି ଉପରେ ଆକ୍ରମଣ, ୩ ମୃତ
୨୦୨୦, ଅକ୍ଟୋବର ୨୯, ବିଜେପି କର୍ମୀଙ୍କୁ ଆକ୍ରମଣ, ୩ ମୃତ
୨୦୨୦, ଜୁଲାଇ ୮ , ବିଜେପି ନେତାଙ୍କ ଉପରେ ଆକ୍ରମଣ, ୩ ମୃତ
୨୦୨୦, ମେ ୪, ସିଆରପିଏଫ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ, ୩ ମୃତ
୨୦୧୯, ଫେବୃଆରୀ ୧୪, ପୁଲୱାମାରେ ଯବାନଙ୍କ ଗାଡି ବିସ୍ଫୋରଣ, ୪୧ ମୃତ
ଏଭଳି ଅନେକ ଆକ୍ରମଣ କରିଥିବା ଆତଙ୍କବାଦୀ ସଂସ୍ଥା TRFର ଅମାନବୀୟ କାର୍ଯ୍ୟକଳାପକୁ ଯେତେ କଡ଼ା ଭାଷାରେ ନିନ୍ଦା କଲେ ବି କମ୍ ହେବ । ପହଲଗାମରେ ଆକ୍ରମଣ ପାଇଁ ସରକାରଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।ସର୍ଜିକାଲ୍ ଷ୍ଟ୍ରାଇକ୍ ପରି ବଡ଼ଧରଣର ପଦକ୍ଷେପ ନେବାକୁ ଦାବି ।

IPLରେ ମ୍ୟାଚ୍ ଫିକ୍ସିଂ

  • Lucknow Super Giants ବିପକ୍ଷରେ ଜିତିବାକୁ ଯାଉଥିବା ମ୍ୟାଚ୍ ହାରିବା ପରେ Rajasthan Royals ଉପରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ।
  • ଏହି ମ୍ୟାଚରେ ରାଜସ୍ଥାନକୁ ବିଜୟ ପାଇଁ ଶେଷ ଓଭରରେ ୯ ରନର ଆବଶ୍ୟକ ଥିଲା । ମାତ୍ର ବୋଲର ଓବେଶ ଖାନଙ୍କ ସୁନ୍ଦର ବୋଲିଂ ଫଳରେ LSG ୨ ରନରେ ମ୍ୟାଚ ଜିତି ନେଇଥିଲା ।
  • ଏହି ମ୍ୟାଚରେ ରାଜସ୍ଥାନକୁ ବିଜୟ ପାଇଁ ଶେଷ ଓଭରରେ ୯ ରନର ଆବଶ୍ୟକ ଥିଲା ।
  • ମାତ୍ର ବୋଲର ଓବେଶ ଖାନଙ୍କ ସୁନ୍ଦର ବୋଲିଂ ଫଳରେ ଏଲଏସ୍ ୨ ରନରେ ମ୍ୟାଚ ଜିତି ନେଇଥିଲା ।
  • ଏହା ଗୋଟିଏ ଘଟଣା ନୁହେଁ, ଅନ୍ୟ ଏକ ମ୍ୟାଚରେ ମଧ୍ୟ ରାଜସ୍ଥାନ ଜିତିବା ମ୍ୟାଚ ହାରି ଯାଇଥିଲା । ଯାହାକୁ ନେଇ ରାଜସ୍ଥାନ କ୍ରିକେଟ ଆସୋସିଏସନର ଏଡ୍-ହକ୍ କମିଟିର ସଂଯୋଜକ ଜୟଦୀପ ବିହାନୀ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଖେଳୁଥିବା ରାଜସ୍ଥାନ ରୟାଲ୍ସ ଟିମ୍ ଉପରେ ମ୍ୟାଚ୍ ଫିକ୍ସିଂର ଅଭିଯୋଗ ଆଣିଛନ୍ତି । 
  • ଜୟଦୀପ ବିହାନୀଙ୍କ ଅଭିଯୋଗ ପରେ ଏବେ ଆଇପିଏଲରେ ମ୍ୟାଚ ଫିକ୍ସିଂକୁ ନେଇ ଚାରିଆଡେ ଚର୍ଚ୍ଚା ।

BJDକୁ ବୁଡ଼ାଇବେ ୫ ନେତା!

  • ବରିଷ୍ଠ ନେତା ବିଜୁ ଜନତା ଦଳର ଦୋଳାୟମାନ ସ୍ଥିତିକୁ ନେଇ ଜଣଙ୍କ ପରେ ଜଣେ ଟାର୍ଗେଟ୍ କରି ଆସୁଥିଲା ବେଳେ ଏଥିରୁ ବାଦ୍ ପଡ଼ୁନାହାନ୍ତି ଯୁବନେତା ।
  • ପୂର୍ବରୁ ବିଧାୟକ ଅରବିନ୍ଦ ମହାପାତ୍ର,ପୂର୍ବତନ ବିଧାୟକ ସମ୍ବିତ୍ ରାଉତରାୟ ମୁହଁ ଖୋଲିସାରିଥିଲା ବେଳେ ଏବେ ସାମ୍ନାକୁ ଆସିଛନ୍ତି ଭୁବନେଶ୍ୱର କର୍ପୋରେଟର,ଅମରେଶ ଜେନା ଓରଫ୍ ବାଇଁଆ ।
  • ବାଇଁଆଙ୍କ କହିବା କଥା,ଦଳ କାଳେ ଏବେ ଷଡ଼ଯନ୍ତ୍ରକାରୀଙ୍କ କବଳରେ ।
  • ଯେଉଁମାନେ ପ୍ୟାରୀମୋହନ ମହାପାତ୍ରଙ୍କ କ୍ଲୋଜ୍ ଥିଲେ ସେମାନେ ଏବେ ନବୀନ ପଟ୍ଟନାୟକଙ୍କ କ୍ଲୋଜ୍ ।
  • ଯେମିତି ସେମାନେ ପ୍ୟାରୀଙ୍କୁ ବୁଡ଼ାଇଛନ୍ତି ନବୀନଙ୍କୁ ବି ବୁଡ଼ାଇଦେବେ ।
  • ଯଦିଓ ବାଇଁଆ ନାଁ ନେଇ ନାହାନ୍ତି,ତଥାପି 5 ନେତାଙ୍କ ପାଇଁ ବିଜେଡି ବଦନାମ୍ ହେଉଥିବା କହିଛନ୍ତି ।
  • ଯଦିଓ ବାକି 4 ନେତାଙ୍କୁ ଚିହ୍ନଟ କରିବାରେ ଅନୁମାନଗତ ତ୍ରୁଟିର ସମ୍ଭାବନା ଅଛି, ସଞ୍ଜୟ ଦାସ ବର୍ମାଙ୍କ ନାଁ କନଫର୍ମ । ବାଇଁଆଙ୍କ ସମର୍ଥକ ସଞ୍ଜୟ ଦାସ ବର୍ମାଙ୍କୁ ଘେରିଲା ପରେ ଏ କଥା ସ୍ପଷ୍ଟ ହୋଇ ସାରିଛି ।

ଏରିଆରେ ହାରିଥିବା ନେତାଙ୍କ କବଳରେ ଭୁବନେଶ୍ୱର ରାଜନୀତି
ଅମରେଶ ଜେନା ବିଜୁ ଜନତା ଦଳର କିଛି ବରିଷ୍ଠ ନେତାଙ୍କ ବିରୁଦ୍ଧରେ ବିଷୋଦ୍ଗାର କରିଛନ୍ତି ।

ଅମରେଶଙ୍କ କହିବା କଥା-

  • ପ୍ୟାରୀମୋହନ ମହାପାତ୍ରଙ୍କର ଯିଏ କ୍ଲୋଜ୍ ଥିଲେ ସିଏ ନବୀନ ପଟ୍ଟନାୟକଙ୍କ କ୍ଲୋଜ୍,
  • ସେମାନେ ପ୍ୟାରୀଙ୍କୁ ବୁନେଇଥିଲେ ନବୀନବାବୁଙ୍କୁ ବି ବୁଡେଇଦେବେ,
  • ଯୋଉ ବରିଷ୍ଠ ନେତା ମେଳି କରିଥିଲେ, ତାଙ୍କ ନିର୍ଦ୍ଦେଶରେ କାମ ହେଉଛି
  • ଏରିଆରେ ହାରିକି କିଛି ନେତା ଜିଲ୍ଲା ସାରା ମୁଣ୍ଡ ପୁରୋଉଛନ୍ତି
  • ହାରିବା ନେତା ସେମାନଙ୍କ ଜିଲ୍ଲାରେ ରହିବା କଥା, ଏଠି କଣ କାମ?
  • ମୂଷା ହୋଇ ବିଜେଡିର ଚେର କାଟି ଚାଲିଛନ୍ତି
  • ଗୋଟିଏ ଲୋକ ମୁଣ୍ଡରେ ଦୋଷ ଲଦି ଖସିଯିବାକୁ ଚାହୁଁଛନ୍ତି
  • ୨୪ ବର୍ଷର ଶାସନରେ ନିଜ ନିର୍ବାଚନ କ୍ଷେତ୍ରରେ କାହିଁକି ବହୁ ଭୋଟରେ ହାରିଲେ
  • ଅହଂକାର ବଢ଼ିଲା, ଭୁବନେଶ୍ବରରେ ରାଜନୀତି କରିବାରୁ ହାରିଲେ
  • ପାଣ୍ଡିଆନଙ୍କ ଜାଗା ନେବାକୁ ପାଣିକୁ ଗୋଳିଆ କରୁଛନ୍ତି
  • ଏବେ ବିଜେଡି ୪ ଫାଳ ହୋଇଯାଇଛି
  •  ଷଡ଼ଯନ୍ତ୍ରକାରୀଙ୍କ କବଳରେ ଦଳ ଅଛି, ଏମାନେ ବିଜେଡିକୁ ବୁଡେଇଦେବେ
  • ଏବେ ବି ଷଡ଼ଯନ୍ତ୍ରକାରୀ ନିଜକୁ ପାଓ୍ୱାରଫୁଲ୍ ଭାବୁଛନ୍ତି
  • ବିଜେଡିକୁ ୫ ନେତା ବୁଡ଼େଇଦେବେ’