ଗୋଟାଏ ଲିଟର ତେଲରେ ୧୭୬ କିଲୋ ମିଟରର ମାଇଲେଜ୍। ମାତ୍ର ଗୋଟେ ଲିଟର ତେଲ ପକେଇ ଅନ୍ୟ ଗାଡ଼ି ତୁଳନାରେ ୪ ରୁ ୫ ଗୁଣ ଅଧିକ ଦୂର ଯାଇହେବାର ସମ୍ଭାବନା । ଯାହା ଏବେ ଅଟୋମୋବାଇଲ କ୍ଷେତ୍ରରେ ବିରାଟ ବଡ଼ ରିଭୋଲ୍ୟୁସନ୍ ଆଣିବାକୁ ଯାଉଛି । ତେଲ ଖର୍ଚ୍ଚରୁ ମୁକ୍ତି ପାଇବା ପାଇଁ ତିଆରି ହୋଇଛି ନିଆରା ବାଇକ୍ । ଯାହାକୁ ନେଇ ଅଟୋମୋବାଇଲ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ଚର୍ଚ୍ଚା ବଢିବାରେ ଲାଗିଛି ।ତେବେ ଏ ଗାଡ଼ିର ମାଇଲେଜ୍ ଏତେ ଯେ ଏହା ଯେ କୌଣସି 2 ହ୍ୱିଲରକୁ ପଛରେ ପକାଇଦେବ । ଇଲେକ୍ଟ୍ରିକ୍ ବାଇକରୁ ବି ଏଥିରେ କମ୍ ଖର୍ଚ୍ଚ ହେବ । ଏ ଗାଡ଼ି ମାର୍କେଟକୁ ଆସିଲେ ସମସ୍ତଙ୍କର ମାର୍କେଟ ଡାଉନ ହେବ । ଗାଡ଼ିର ଡ଼ିମାଣ୍ଡ ସମସ୍ତଙ୍କଠୁ ଅଧିକ ବି ରହିବ ।

ପ୍ରୟାଗରାଜରେ ଏ ଅସମ୍ଭବ କାମ ସମ୍ଭବ ହୋଇଛି। ସେଠାରେ ରହୁଥିବା ଶୈଳେନ୍ଦ୍ର ସିଂ ଗୌର ଏହାକୁ ସଫଳ କରି ଦେଖାଇଛନ୍ତି । ୧୮ ବର୍ଷ ଧରି ପରିଶ୍ରମ କରି ସେ ଏଥରେ ସଫଳ ହୋଇଛନ୍ତି । ଏହା କୌଣସି ଇଲେକ୍ଟ୍ରିକ୍ ଇଞ୍ଜିନ୍ ନୁହେଁ ବରଂ ଘରୋଇ ଗାଡ଼ିରୁ ସେ ଏହାକୁ ପ୍ରସ୍ତୁତି କରିଛନ୍ତି । ଗୋଟାଏ 4 ଷ୍ଟ୍ରୋକ୍ ଇଞ୍ଜିନକୁ 6 ଷ୍ଟ୍ରୋକ୍ ଇଞ୍ଜିନରେ ପରିଣତ କରିଛନ୍ତି ,ଏ ଇଞ୍ଜିନରେ କେବଳ ପେଟ୍ରୋଲ୍ ନୁହେଁ ଡିଜେଲ ସହ ସିଏନଜି ବି ବ୍ୟବହାର ହେଇପାରିବ। ସବୁ କ୍ଷେତ୍ରରେ ଏ ଇଞ୍ଜିନର ଚାହିଦା ରହିଛି ।
ତେବେ କେବଳ ବାଇକ୍ ନୁହେଁ,କାର୍ ଏବଂ ଟ୍ରକରେ ମଧ୍ୟ ଏ ଇଞ୍ଜିନ୍ ଫିଟ୍ କରିହେବ। କମ୍ ତେଲରେ ଅଧିକ ମାଇଲେଜ୍ ଦେଉଥିବା ଏ ଇଞ୍ଜିନ୍ ପରିବେଶ ପ୍ରଦୂଷଣ ହେବାକୁ ଦେବ ନାହିଁ। ତେବେ ସ୍ପିଡ଼, ମାଇଲେଜ ଏବଂ ପଲ୍ୟୁସନ୍ କଣ୍ଟ୍ରୋଲ ଦୃଷ୍ଟିରୁ ସବୁ କ୍ଷେତ୍ରରେ ଆଗରେ ଥିବା ଏ ଇଞ୍ଜିନ୍ ଏବେ ଅଟୋ ମୋବାଇଲ ଇଣ୍ଡଷ୍ଟ୍ରିରେ ବିରାଟ ରିଭୋଲ୍ୟୁସନ୍ ଆଣିବା ଥୟ।