Posts tagged RatnaBhandara

ନବୀନଙ୍କ ଦୋଷ ଲୁଚାଉଛନ୍ତି ସରକାର

ଶ୍ରୀମନ୍ଦିର ଚାବି ହଜିବାକୁ ନେଇ ତଥ୍ୟ ଦେଇ ପାରୁ ନାହାନ୍ତି ବିଜେପି ସରକାର। ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଧାନସଭାରେ ରିପୋର୍ଟ ଉପସ୍ଥାପନ କରୁ ନାହାନ୍ତି । ପୂର୍ବ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଥିବା ବିଜେପି ସରକାର, ତଥ୍ୟ ଲୁଚାଇବାକୁ ନେଇ ଭକ୍ତଙ୍କ ଭିତରେ ଅସନ୍ତୋଷ ବଢୁଛି । ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ଭୁଲ୍ ଘୋଡ଼ାଉଛନ୍ତି କି ସରକାର । ଯଦି ନୁହେଁ ତେବେ କାହିଁକି ଉପସ୍ଥାପିତ ହେଉନି ଚାବି ହଜିବାର ରିପୋର୍ଟ ? ରତ୍ନଭଣ୍ଡାର ଚାବି ତାମିଲନାଡ଼ୁ ପଳାଇଲା କହୁଥିବା ନେତା ଚାବି ହଜିବା ପ୍ରସଙ୍ଗରେ ଚୁପ୍ କାହିଁକି?

2018 ମସିହାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସରଗରମ ହୋଇଥିଲା ଓଡ଼ିଶା ରାଜନୀତି । ଜିଲ୍ଲା ରେକର୍ଡ ରୁମରୁ ଡୁପ୍ଲିକେଟ୍ଚାବିର ଆବିଷ୍କାର ମାମଲାକୁ ଆହୁରି ଜଟିଳ କରିଥିଲା । ସରକାରରେ ଥିବା ବିଜେଡିକୁ ଘେରିଥିଲେ ବିରୋଧୀ। ଅସନ୍ତୋଷ ଏତେ ତୀବ୍ର ହେଲା ଚାବି ହଜିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଜଷ୍ଟିସ ରଘୁବୀର ଦାସଙ୍କ ନେତୃତ୍ୱରେ ଏକ ନ୍ୟାୟିକ କମିଶନ ଗଠନ କରିଥିଲେ। ରାଜ୍ୟ ରାଜକୋଷରୁ ୨୨,୯୨,୦୦୦ ଟଙ୍କା ଖର୍ଚ୍ଚ ହେଲା। ଜଷ୍ଟିସ ରଘୁବୀର କମିଶନ ତଦନ୍ତ କରି ନଭେମ୍ବର ମାସରେ ପ୍ରାୟ ୩୨୯ ପୃଷ୍ଠାର ରିପୋର୍ଟ ସରକାରଙ୍କୁ ହସ୍ତାନ୍ତର କରିଥିଲେ। ମାତ୍ର ଆଶ୍ଚର୍ଯ୍ୟ କଥା ହେଉଛି 2018 ନଭେମ୍ବର ମାସରୁ ରିପୋର୍ଟ ଦାଖଲ ହୋଇଥିଲେ ସୁଦ୍ଧା ଆଜିଯାଏଁ ତାହା ସାର୍ବଜନୀନ ହୋଇ ପାରିଲା ନାହିଁ । ବିଜେଡି ସରକାର ହୁଏତ ନିଜର ଭୁଲ୍ ଲୁଚାଇବା ପାଇଁ ରିପୋର୍ଟ ଲୁଚାଇ ଥାଇପାରେ । ମାତ୍ର ସରକାର ବଦଳିଲା ପରେ ବି କ୍ଷମତାରେ ଥିବା ବିଜେପି ଜଷ୍ଟିସ ରଘୁବୀର ଦାସ କମିଶନ୍ ରିପୋର୍ଟ ସାର୍ବଜନୀନ କରୁନି କାହିଁକି? ଯେଉଁ ଚାବିକୁ ପ୍ରସଙ୍ଗ କରି ବିଜେପି ବାରମ୍ବାର ବିଜେଡିକୁ ଟାର୍ଗେଟ କରୁଥିଲା ସରକାରକୁ ଆସିବା ପରେ ପୁରା ଚୁପ୍ ।

 2026 ଜାନୁଆରୀ 27ରେ ହାଇକୋର୍ଟ ପୁଣିଥରେ ରିପୋର୍ଟ ସାର୍ବଜନୀନ କରିବାକୁ ନୂଆ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।  ବଜେଟ ଅଧିବେଶନ ସୁଦ୍ଧା ବିଧାନସଭାରେ ଉପସ୍ଥାପିତ କରିବାକୁ  ଅର୍ଡର ଦେିଥିଲେ। ମାତ୍ର ଏ ପର୍ଯ୍ୟନ୍ତ ରିପୋର୍ଟ ଉପସ୍ଥାପିତ ହୋଇ ପାରୁ ନାହିଁ। ଭକ୍ତଙ୍କ ମନରେ ପ୍ରଶ୍ନ, କାହା ସ୍ୱାର୍ଥରେ ହେଉନି ରିପୋର୍ଟ ଉପସ୍ଥାପନ,ନବୀନ ପାଣ୍ଡିଆନଙ୍କୁ ସୁରକ୍ଷା ଯୋଗାଉନାହାନ୍ତି ତ ବିଜେପି ସରକାର। ରତ୍ନଭଣ୍ଡାରର ଚାବି ମିଳିଛି ନା ଚୋରି ହୋଇଛି? ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ତାକୁ ନେଇ ମଧ୍ୟ ସନ୍ଦେହ। ଯଦି ରିପୋର୍ଟ ସାର୍ବଜନୀନ ହେବ ନାହିଁ କମିଶନ୍ ବସୁଥିଲା କାହିଁକି? ଏ ପ୍ରଶ୍ନକୁ ନେଇ ନବୀନଙ୍କୁ କାହିଁକି ଘେରୁ ନାହାନ୍ତି ସରକାର । ପାଣ୍ଡିଆନଙ୍କୁ ଅସୁବିଧାରେ ପକାଇବାକୁ ଚାହୁଁ ନାହାନ୍ତି ନା ନବୀନଙ୍କ ପାପ ଘୋଡ଼ାଉଛନ୍ତି? 4 ବର୍ଷ ହେଲାଣି  ରିପୋର୍ଟ ମଧ୍ୟ ସାର୍ବଜନୀନ ହେଇ ପାରୁ ନାହିଁ। ଏହା ସହ ରତ୍ନ ଗଣତି ପ୍ରକ୍ରିୟାରେ ବିଳମ୍ବକୁ ନେଇ  ଅସନ୍ତୋଷ ବଢୁଛି । ଯୋଉ ଜଗନ୍ନାଥଙ୍କୁ ଆଧାର କରି ବିଜେପି କ୍ଷମତାକୁ ଆସିଛି ତାଙ୍କୁ ନେଇ ନିଷ୍କ୍ରିୟତା ଶୀର୍ଷରେ।

ଚମକିବ ଶ୍ରୀମନ୍ଦିର ରତ୍ନଭଣ୍ଡାର,ଜଷ୍ଟିସ ରଥଙ୍କ ୱାରେଣ୍ଟି-୧୦୦ ବର୍ଷ

  • ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗକୁ ନେଇ ମତ ରଖିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ
  • ମାସେ ଭିତରେ ମରାମତି କାମ ସରିବା ନେଇ ସେ ପ୍ରତିକ୍ରିୟା ଦେଇଛନ୍ତି ।
  • ମରାମତି କାମ କ୍ଷୀପ୍ର ଗତିରେ ଚାଲିଥିବା ସେ ପ୍ରକାଶ କରିଛନ୍ତି ।
  • ଭିତର ପାଚେରୀ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ଓ ମରାମତିକୁ ଯତ୍ନ ସହକାରେ କରାଯାଉଥିବା ସେ କହିଛନ୍ତି
  • ୭୫ରୁ ୧୦୦ ବର୍ଷ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ କରାଯାଉଛି ବୋଲି ପ୍ରକାଶ କରିବା ସହ ଉଚିତ ଓ ଉନ୍ନତମାନର ମ୍ୟାଟେରିଆଲ୍ ବ୍ୟବହାର ନେଇ ମଧ୍ୟ ସୂଚନା ଦେଇଛନ୍ତି ।

              ସୁରକ୍ଷିତ ହେବ ଅବହେଳିତ ରତ୍ନଭଣ୍ଡାର

  • ପୂର୍ବ ସରକାରରେ ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗଠାରୁ ନେଇ ରତ୍ନଭଣ୍ଡାରର ସୁରକ୍ଷା ଓ ଦୁରାବସ୍ଥା ଭକ୍ତମହଲକୁ ଅସନ୍ତୋଷ କରିଥିଲା ।
  • ଚାରିଦ୍ୱାର ନ ଖୋଲିବା,ରତ୍ନଭଣ୍ଡାରର ରତ୍ନ ସୁରକ୍ଷିତ ନ ରଖିବା ନେଇ ବିଜେଡିକୁ ଟ୍ରୋଲ୍ କରିଥିଲା ବିଜେପି ।
  • ୨୦୧୮ ମସିହାରୁ ଭିତର ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ରହିଥିବା ଜାଣି ମଧ୍ୟ ମରାମତି କରିବା ଦିଗରେ ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବା ବେଳେ ASI ତରଫରୁ ଅଗଷ୍ଟ ୨୦୨୨ରେ ରତ୍ନଭଣ୍ଡାର ମରାମତି କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିଲା।
  • ମାତ୍ର ପୂର୍ବ ସରକାରରେ କୌଣସି ବୈଠକରେ ରତ୍ନଭଣ୍ଡାର ମରାମତି କିମ୍ବା ଖୋଲିବା ଦିଗରେ ଆଲୋଚନା ହୋଇନଥିଲା
  • ଏପରିକି ରତ୍ନଭଣ୍ଡାର ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟକୁ ବାରମ୍ବାର ଭୂଆଁ ବୁଲାଇଥିବା ବେଳେ ନିର୍ଦ୍ଧାରିତ ତାରିଖରେ ସତ୍ୟପାଠ ଦାଖଲ ହୋଇ ପାରି ନଥିଲା
  • ବିଜେପି କ୍ଷମତାକୁ ଆସିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ତତ୍ପରତା ପ୍ରକାଶ କରିଥିଲା।
  • 14 ଜୁଲାଇ 2024 ରେ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ୧୧ଜଣିଆ ହାଇଲେବଲ କମିଟି ଭିତର ରତ୍ନ ଭଣ୍ଡାରକୁ ଖୋଲିଥିଲେ
  • ପ୍ରାୟ ୫ ଦଶନ୍ଧି ପରେ ଭିତର ରତ୍ନଭଣ୍ଡାରର ଦିବ୍ୟ ଅଳଙ୍କାରକୁ ବାହାର ଭିତର ରତ୍ନ ଭଣ୍ଡାର ଖୋଲି ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଟେକନିକାଲ୍ ଟିମ୍ ଏସବୁ ଅନୁଧ୍ୟାନ କରିଥିଲେ ।
  • ଓଡ୍ରାଫ୍ ଟିମ୍ , ଅଗ୍ନିଶମ ଏବଂ ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ ବି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଲାଇଟ୍, କଟର, ଜେନେରେଟର୍, ଫାୟାର୍ ମାସ୍କ, ମେଟାଲ୍ ଡିଟେକ୍ଟର ବ୍ୟବହାର କରଯାଇ ଜୁଲାଇ 14ରେ ବାହାର ରତ୍ନଭଣ୍ଡାର ଖୋଲି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାର ଗୁଡ଼ିକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରି ଭିତର ରତ୍ନଭଣ୍ଡାର ଖୋଲି ସ୍ଥିତି ଠିକ୍ ନଥିବା ଅନୁଧ୍ୟାନ କରିଥିଲେ ।
  • ଭିତର ଭଣ୍ଡାରକୁ ଆଲୋକିକରଣ କରାଯିବା ସହ ପୁରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିଲା । ASI ଦ୍ୱାରା ଲେଜର ସ୍କାନିଂ ପରେ ରତ୍ନଭଣ୍ଡାର ଅବସ୍ତା ଭଲ ନଥିବା ସ୍ପଷ୍ଟ ହୋଇଥିଲା । ଜୁଲାଇ 16 ରୁ ମରାମତି କାମ ଆରମ୍ଭ ହୋଇ ଯାଇଥିଲା ।
  • ଭିତର ରତ୍ନଭଣ୍ଡାର ମରାମତି କାମ ଖୁବ୍ ଜୋରରେ ଚାଲିଥିବା ବେଳେ ଚଳିତ ମାସ ଶେଷସୁଦ୍ଧା ମରାମତି ସରିବା ନେଇ ଜଷ୍ଟିଷ ରଥ ପ୍ରତିକ୍ରିୟା ଦେଇଛନ୍ତି ।
  • ରତ୍ନଭଣ୍ଡାରର ସ୍ଥାୟୀତ୍ୱକୁ ଆଖିରେ ରଖି ମଜବୁତ୍ କାମ ହେଉଥିବା ଜଷ୍ଟିସ ରଥ କହିଛନ୍ତି ।