Posts tagged Odisha

କୁଆଡ଼େ ଯାଉଛି ବାରବାଟି ଷ୍ଟାଡ଼ିୟମର ଅଧା ଟିକେଟ

ଚୋରାରେ ବିକ୍ରି ହେଉଛି କି  ବାରବାଟି ଷ୍ଟାଡିୟମ୍ ଟିକେଟ?କାହିଁକି ଟିକେଟ ପାଉନାହାନ୍ତି ସାଧାରଣ ଜନତା?ଷ୍ଟାଡିୟମ ସିଟର କାପାସିଟି କେତେ?ଓସିଏର କହିବା ଅନୁଯାୟୀ ୪୪ ହଜାର ୫୭୪ ଜଣଙ୍କ ପାଇଁ ସିଟ୍ ଥିବାବେଳେ କାହିଁକି ବିକ୍ରି ହେଉଛି ଅଧା ଟିକେଟ?ବାକି ଟିକେଟ ସବୁ ଯାଉଛି କୁଆଡ଼େ?ହେଉନି ତ ବଡ଼ ଧରଣର କଳାବଜାରୀ?ଏସବୁ ପ୍ରଶ୍ନ ଏବେ ପ୍ରତିଟି କ୍ରିକେଟ ଲଭରଙ୍କ ମନରେ ଉଙ୍କି ମାରିବା ସ୍ବାଭାବିକ।

ବାରବାଟି ଷ୍ଟାଡିୟମରେ ଇଂଲଣ୍ଡ ଇଣ୍ଡିଆ ମ୍ୟାଚକୁ ନେଇ କ୍ରିକେଟ ଲଭରଙ୍କ ଭିତରେ ଉତ୍ସାହ ବଢିବାରେ ଲାଗିଛି।ଟିକେଟ ବିକ୍ରି ସମୟରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ଅନେକ ଜଣ ନିରାଶ ବି ହୋଇଛନ୍ତି।ନିର୍ଦ୍ଧାରିତ ସଂଖ୍ୟକ ଟିକେଟ ଠାରୁ ଅଧିକ ଲୋକଙ୍କ ଭିଡ଼ ହେତୁ ଅପ୍ରିତିକର ପରିସ୍ଥିତି ବି ସୃଷ୍ଟି ହୋଇଛି। ମାତ୍ର ଆପଣ ଜାଣନ୍ତି କି ବାରବାଟୀ ଷ୍ଟାଡିୟମରେ କେତେ ଲୋକ ବସିପାରିବେ?ମ୍ୟାଚ୍ ପାଇଁ କେତେ ଟିକେଟ ବିକ୍ରି ହେଉଛି?ବାକି ଜାଗା କ’ଣ ଖାଲି ପଡ଼ୁଛି? କ୍ରିକେଟ କଳାଜାରିକୁ ନେଇଯୋଉ ଅଭିଯୋଗ ହେଉଛି ତାହା ସତ କି?

କଟକ ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ୯ ତାରିଖରେ  ଭାରତ ଓ ଇଂଲଣ୍ଡ ମଧ୍ୟରେ ଓ୍ୱାନ ଡେ କ୍ରିକେଟ ମ୍ୟାଚ୍‌।ଏହି ମ୍ୟାଚ୍‌ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ତରଫରୁ ଟିକେଟ୍‌ ବିକ୍ରି ଓ ବଣ୍ଟନ ଚାଲିଛି। ତେବେ ଷ୍ଟାଡିୟମର ସିଟ ସଂଖ୍ୟାକୁ ନେଇ ଏବେବି ଅନେକ ଜଣ ଅନ୍ଧାରରେ ଅଛନ୍ତି।ସୂଚନା ଅନୁସାରେ ବାରବାଟୀ ଷ୍ଟାଡିୟମରେ ପ୍ରାୟ ୬୦ ହଜାର ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା ଅଛି। ଗ୍ୟାଲେରୀର ସିମେଣ୍ଟ ପାହାଚରେ ଜଣଙ୍କ ପାଇଁ ଚିହ୍ନିତ ଜାଗାରେ ଦୁଇରୁ ଅଧିକ ଲୋକ ବସିପାରିବେ।ଦର୍ଶକଙ୍କୁ ଆରାମ ଦେବା ପାଇଁ ଏପରି ହୋଇଥାଏ ବୋଲି କୁହାଯାଇଥାଏ।ମାତ୍ର ସେ ସିଟ ଭିନ୍ନ ପ୍ରୋସେସରେ ବିକ୍ରି ହେବାର ଅଭିଯୋଗ ହୁଏ। ତେବେ ଏହା ଉପରେ କୌଣସି କର୍ତ୍ତୃପକ୍ଷ ସରଜମିନ ତଦନ୍ତ କରି ନାହାନ୍ତି କି ଷ୍ଟାଡିୟମରେ ପ୍ରକୃତରେ କେତ ଲୋକଙ୍କ ବସିବା ପାଇଁ ସ୍ଥାନ ଅଛି ସେ ନେଇ ପୁଲିସ କିମ୍ବା ଅନ୍ୟ କୌଣସି କର୍ତ୍ତୃପକ୍ଷଙ୍କଠାରୁ ପ୍ରମାଣପତ୍ର ମିଳି ନାହିଁ।

ଆନୁମାନିକ ଭାବେ 60 ହଜାର ଆକଳନ କରାଯାଉଥିଲା ବେଳେ  ଓଡ଼ିଶା କ୍ରିକେଟ ଆସୋସିଏସନର ତଥ୍ୟ ଅନୁଯାୟୀ ଷ୍ଟାଡିୟମର କାପାସିଟି ୪୫ ହଜାର ।ଯଦିଓ ବାରବାଟୀ ଷ୍ଟ୍ରାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଦେଖି ଫେରିଥିବା ଅନେକ ଜାଣିବା ଶୁଣିବା ଦର୍ଶକ କହନ୍ତି ଯେ ୫୫ରୁ ୬୦ ହଜାର ଲୋକ ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିଥାନ୍ତି।ମାତ୍ର ଓସିଏର ତଥ୍ୟ କିନ୍ତୁ ଭିନ୍ନ କଥା କହେ।ଏମିତିରେ ଦେଖିବାକୁ ଗଲେ ଷ୍ଟାଡିୟମର କାପାସିଟି ନେଇ ପୂର୍ତ୍ତ ବିଭାଗ କୌଣସି ସାର୍ଟିଫିକେଟ ଦେଇନାହିଁ। ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ବାହିନୀ ମଧ୍ୟ ସିଟ ସଂଖ୍ୟାକୁ ନେଇ କେବେ ସାର୍ଟିଫିକେଟ ଦେଇନାହାଁନ୍ତି। ଓସିଏ ଯଦିଓ ସିଟ୍ ସଂଖ୍ୟା 45 ହଜାର ବୋଲି କହେ ମାତ୍ର ବିଭିନ୍ନ ସମୟରେ ଓସିଏର କାର୍ଯ୍ୟକଳାପରୁ ଇଣ୍ଟାନ୍ୟାସନାଲ୍ କ୍ରିକେଟ ମ୍ୟାଚ୍‌ରେ ଟିକଟ କଳାବଜାରୀ ହୁଏ ବୋଲି ପ୍ରତି ଥର ଅଭିଯୋଗ ହୋଇଥାଏ।

ସବୁଠୁ ସନ୍ଦେହଜନକ କଥା ହେଉଛି ଷ୍ଟାଡିୟମରେ ୪୪ ହଜାର ୫୭୪ ଜଣ ଦର୍ଶକ ବସିବେ ବୋଲି କୁହାଯାଏ। ମାତ୍ର ବିକ୍ରି ପାଇଁ ଟିକେଟ୍‌ ଥାଏ ୨୪ ହଜାର। ଉଭୟ ଅନ୍‌ ଲାଇନ୍‌ ଓ ଅଫ୍‌ ଲାଇନ୍‌ରେ ଏହି ଟିକେଟ ବିକ୍ରି ହୁଏ। ଅନେକ ଥର ଦେଖାଗଲାଣି ଯେ ଅନ୍‌ ଲାଇନ୍‌ ଟିକଟ ବିକ୍ରି ଆରମ୍ଭ ହେବାର କେଇ ମିନିଟ୍‌ ମଧ୍ୟରେ ତାହା ଶେଷ ହୋଇଯାଏ। ଏଥିରେ ବି ଘୋଟାଲା ହେବାର ଅଭିଯୋଗ ଆସେ ।ସେହିପରି ଅଫ୍‌ ଲାଇନ୍‌ ଟିକେଟ୍‌ ବିକ୍ରିକୁ ନେଇ ମଧ୍ୟ ପ୍ରତି ଥର ଅସନ୍ତୋଷ ପଦାକୁ ଆସେ। ଲୋକେ ରାତିରୁ ଲାଇନ୍‌ ଲଗେଇ ଠିଆ ହୋଇଥିବେ। ବିକ୍ରି ଝରକା ଖୋଲିବାର ଘଣ୍ଟେ ଭିତରେ ଟିକେଟ ସରିଯାଏ। ଏଭଳି ଘଟଣାରୁ ସନ୍ଦେହ ହୁଏ ଯେ ଓସିଏ କର୍ତ୍ତୃପକ୍ଷ ଟିକେଟ କଳାବଜାରୀ କରନ୍ତି।ଆଉ ଏମିତିରେ ବି ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ସହିତ ଅନୁବନ୍ଧିତ ଅନେକ ସଂସ୍ଥାଙ୍କ ମଧ୍ୟରେ ଟିକେଟ ବଣ୍ଟନ ହୋଇଥାଏ। ଓସିଏ ସହିତ ଏବେ ପ୍ରାୟ ୭୦ଟି ସଂସ୍ଥା ଅନୁବନ୍ଧିତ ରହିଛନ୍ତି। ଯେଉଁମାନେ ମୋଟ ଉପରେ ୧୦ ହଜାର ୬୫୦ ଟିକଟ ନିଅନ୍ତି।ବିକ୍ରି ହେବ ୨୪ ହଜାର ୬୯୨, ବଣ୍ଟାଯିବ ୧୦ ହଜାର ୬୫୦, ମିଶି ହେଲା ୩୫ ହଜାର ୩୪୨। ଏହାର ଅର୍ଥ ଘୋଷିତ କାପାସିଟିର ଆହୁରି ୧୦ ହଜାର ଉପରେ ଟିକଟ କାରବାର ଅନ୍ଧାରରେ ହେଉଥିବ।

ତେବେ କଥା ହେଉଛଇ ଏହି ୧୦ ହଜାର ଟିକଟ କ’ଣ ଭିଆଇପିଙ୍କୁ ଦିଆଯାଏ?ରାଜ୍ୟର ୧୪୭ ବିଧାୟକ, ରାଜ୍ୟସଭାର ୧୦ ଓ ଲୋକସଭାର ୨୧ ସାଂସଦ, ୩୦ରୁ କିଛି ଅଧିକ ବିଭାଗର ମୁଖ୍ୟ ବା ସଚିବ, ଉଚ୍ଚ ପଦସ୍ଥ ପୁଲିସ, ଡିଜି ଅଫିସର ବଡ଼ ପଦବୀଧାରୀ, ମହାଧିବକ୍ତା ବା ଏଜି ଅଫିସର ବଡ଼ ପଦବୀଧାରୀ, ହାଇକୋର୍ଟର ୨୨ ଜଣ ବିଚାରପତି ଓ ଏମାନଙ୍କର ପିଲାଝିଲାଙ୍କୁ ମିଶେଇଲେ ବି ୧୦ ହଜାର ହେବ ନାହିଁ। ସେହିଭଳି ମ୍ୟାଚ୍‌ ବିବରଣୀ ସଂଗ୍ରହ କରିବାକୁ କେତେ ସାମ୍ବାଦିକଙ୍କୁ ଏମିତି ପାସ୍‌ ଦିଆଯାଏ କି? ସେମାନଙ୍କ ସଂଖ୍ୟା ମଧ୍ୟ ୨୦୦ ଟପିବ ନାହିଁ। ତା’ ହେଲେ ସେସବୁ ଟିକଟ ହୁଏ କ’ଣ? ତେବେ କଳାବଜାରୀକୁ ନେଇ ହେଉଥିବ ଅଭିଯେୋଗ ଆଉ ସତ ନୁହେଁ ତ?

ସରକାରକୁ ୬ ମାସ ପୁରିନି, ଉପସ୍ଥାପନ କଲେଣି ୩ ବଜେଟ୍

ବିଧାନସଭାରେ ଉପସ୍ଥାପନ ହେଲା ୧୨ ହଜାର ୧୫୬ କୋଟିର ଅତିରିକ୍ତ ବଜେଟ୍। ସୁଭଦ୍ରା ଯୋଜନାରେ ଆହୁରି ୧୧୯୬ କୋଟି ଖର୍ଚ୍ଚ କରିବା ପାଇଁ ବ୍ୟବସ୍ଥା ହୋଇଛି। ନିଜ ସରକାରର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅନେକ ରେକର୍ଡ ସ୍ଥାପନ କରିବାକୁ ଉଦ୍ୟମ କରିଛନ୍ତି। ଓଡ଼ିଶା ଇତିହାସରେ ସର୍ବାଧିକ ଟଙ୍କାର ବଜେଟ୍ ପ୍ରସ୍ତୁତ କରିଛନ୍ତି ମୋହନ ସରକାର। ଓଡ଼ିଶାର ବିକାଶ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ୨ ଲକ୍ଷ ୭୭ ହଜାର ୧୫୬ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବଜେଟ୍ ପ୍ରସ୍ତୁତ ହୋଇଛି।

ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନାଁରେ ଏହି ରେକର୍ଡ ଥିଲା। ୨୦୨୩-୨୪ ଆର୍ଥିକ ବର୍ଷରେ ଅତିରିକ୍ତ ବଜେଟ୍ ସହ ୨,୫୮,୨୦୦ କୋଟିର ବଜେଟ୍ ପ୍ରସ୍ତୁତ କରିଥିଲା ବିଜୁ ଜନତା ଦଳ ସରକାର।ତେବେ ମୋହନ ସରକାରଙ୍କ ବଜେଟ୍ ଉପସ୍ଥାପନା କରିବାର ରେକର୍ଡ ନିଶା, ଅନେକ ସମାଲୋଚନାକୁ ଡାକି ଆଣିଛି। ପୂର୍ଣ୍ଣାଙ୍ଗ ବଜେଟର ମାତ୍ର ୪୫ ଦିନ ମଧ୍ୟରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବା, ଆଶ୍ଚର‌୍ୟ୍ୟ କଲା ଭଳି ପ୍ରସଙ୍ଗ। ତା ଠାରୁ ଅଧିକ ଆଶ୍ଚର‌୍ୟ୍ୟ କରୁଛି ଯେ, ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଅର୍ଥାତ ୨୦୨୪ ମସିହାରେ ଚାରି ଚାରିଟି ବଜେଟ୍।

ପ୍ରଥମେ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ସରକାର, ୮ ଫେବ୍ରୁଆରୀ ୨୦୨୪ରେ ୧ ଲକ୍ଷ ୧୮ ହଜାର କୋଟିର କାମଚଳା ବଜେଟ୍ ପାରିତ କରିଥିଲେନିର୍ବାଚନ ପରେ ମୋହନ ମାଝୀଙ୍କ ସରକାର ଜୁଲାଇ ୩୧ରେ ୯୫ ହଜାର କୋଟିର କାମଚଳା ବଜେଟ୍ ପାରିତ କଲେ।ପୁଣି ସେପ୍ଟମ୍ବର ୧୦ରେ ୨ ଲକ୍ଷ ୬୫ ହଜାର କୋଟିର ପୂର୍ଣ୍ଣାଙ୍ଗ ବଜେଟ୍ ପାରିତ କରିବାର ଶ୍ରେୟ ନେଲା ବିଜେପି ସରକାର।କିନ୍ତୁ ସେତିକିରେ ମନ ଭରିଲାନି । ରେକର୍ଡ ନିଶାରେ ମସଗୁଲ୍ ମୋହନ ସରକାର, ମାତ୍ର ୪୫ ଦିନ ପରେ ଅତିରିକ୍ତ ବଜେଟ୍ ଧରି ଆସିଲେ।ଆଉ ନଭେମ୍ବର ୨୬ରେ ୧୨ ହଜାର ୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଣିଲେ ।

ଶ୍ରୀମନ୍ଦିର ପରିକ୍ରମାର ବିସ୍ତୃତି ସୁବିଧା ବିକାଶ ପାଇଁ ୨୬ କୋଟି,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୬୪୪ କୋଟିର ବ୍ୟବସ୍ଥା କରିଛନ୍ତି।
ସେହିଭଳି ମଧୁବାବୁ ପେନସନ୍ ଯୋଜନାରେ ୩୩୮ କୋଟି,ପୋଲିସ ଷ୍ଟେସନ ଓ ଫାଣ୍ଡିରେ ସିସିଟିଭି ପାଇଁ ୫୧ କୋଟି,
ଅଗ୍ନିଶମ ସେବାର ଆଧୁନିକୀ କରଣ ଓ ସଂପ୍ରସାରଣ ପାଇଁ ୧୨୦ କୋଟି,ବନ୍ୟା ନିୟନ୍ତ୍ରଣ ଓ ଡ୍ରେନେଜ ପାଇଁ ୬୬ କୋଟି,ଭୁବନେଶ୍ୱରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି ଆବଣ୍ଟିତ କରିଛନ୍ତି।ଓଡ଼ିଶାରେ କେନ୍ଦ୍ରିୟ ଫୋର୍ସ ମୁତୟନ ପାଇଁ ୨୯୯ କୋଟି ଟଙ୍କା ବ୍ୟୟବରାଦ ବି ହୋଇଛି।
ଗୋଟିଏ ପଟେ ମୋଦୀ ସରକାର ବଜେଟ୍ ପ୍ରସ୍ତୁତରେ ଅଧିକ ଖର୍ଚ୍ଚ ହେଉଥିବାର ଦ୍ୱାହି ଦେଇ, ସ୍ୱତନ୍ତ୍ର ରେଲଓ୍ୱେ ବଜେଟକୁ ହଠାଇ ଦେଲେ। କିନ୍ତୁ ମୋହନ ମାଝୀ, ନିଜର ସାଢ଼େ ୫ ମାସର ମୁଖ୍ୟମନ୍ତ୍ରୀତ୍ୱ କାଳରେ ୩ଟି ବଜେଟ୍ ଉପସ୍ଥାପନ କରି ରେକର୍ଡ କରିବାରେ ଲାଗି ପଡିଛନ୍ତି।

ଓଡ଼ିଶାରୁ ଆରମ୍ଭ,ମିଥୁନଙ୍କ ଅଭିନୟ

ଦାଦା ସାହେବ ଫାଲକେ ପୁରସ୍କାର ପାଇବା ପରେ ମିଥୁନ ଚକ୍ରବର୍ତ୍ତୀଙ୍କ କ୍ରେଜ୍ ଆହୁରି ବଢ଼ିଛି। ମିଥୁନଙ୍କ ବିଷୟରେ ଗୋଟାଏ ପରେ ଗୋଟାଏ କଥା ଜାଣିବାକୁ ମିଳୁଛି।କେବେ ତାଙ୍କ ଫ୍ୟାମିଲି ଲାଇଫକୁ ନେଇ ଚର୍ଚ୍ଚା ଚାଲୁଛି, ତ ପୁଣି କେବେ ପ୍ରଫେସନାଲ୍ ଷ୍ଟ୍ରଗଲକୁ ନେଇ ଡିସକସନ୍ ହାର୍ଡକୋର କ୍ରିମିନାଲ୍ ଭାବେ ମିଥୁନ ଦାଙ୍କର ହିଷ୍ଟ୍ରୀକୁ ନେଇ କେବେ ଡିବେଟ ହେଉଛି ତ ପୁଣି କେବେ ଫିଲ୍ମ କ୍ୟାରୀୟରକୁ ନେଇ ଲମ୍ବା ଆଲୋଚନାତେବେ ଆପଣ ଜାଣିଛନ୍ତି କି, ଅନେକ ସଫଳତା ପାଇଥିବା ମିଥୁନ୍ ଚକ୍ରବର୍ତ୍ତୀଙ୍କ ଫିଲ୍ମ କ୍ୟାରୀୟର ଓଡ଼ିଶାରୁ ହିଁ ଷ୍ଟାର୍ଟ ହୋଇଛି?

ବଲିଉଡ ଆକ୍ଟର କମ୍ ପ୍ରଡ୍ୟୁସର ଭାବରେ ନାଁ କମାଇଥିବା ମିଥୁନଙ୍କ ଆକ୍ଟିଂ କ୍ୟାରୀୟରର ପ୍ରଥମ ଫିଲ୍ମ, ଓଡ଼ିଆ କାହାଣୀରୁ ହିଁ ତିଆରି ହୋଇଛି। କେବଳ କାହାଣୀ ଓଡ଼ିଆ ନୁହେଁ, ଓଡ଼ିଶା ମାଟିରେ ସୁଟିଂ ମଧ୍ୟ ହୋଇଛି। ଫେମସ୍ ଡିରେକ୍ଟର ମ୍ରିଣାଳ ସେନଙ୍କ ଡିରେକ୍ସନରେ ନିର୍ମିତ ମ୍ରିଗୟା ଥିଲା ମିଥୁନଙ୍କ ଫାଷ୍ଟ ପିକ୍ଚର।ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟର ଷ୍ଟୁଡେଣ୍ଟ ଥିବା ସମୟରେ ଚାନ୍ସ ପାଇଥିଲେ ମିଥୁନବିଶିଷ୍ଠ ବାମପନ୍ଥୀ ଲେଖକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଲେଖା- ଶିକାର ଆଧାରରେ ତିଆରି ହୋଇଥିବା ସେହି ଫିଲ୍ମ ଫେମସ୍ ହେଲା। ଆଉ ମିଥୁନଙ୍କୁ ମିଳିଲା ନ୍ୟାସନାଲ ଆୱାର୍ଡ। ତେଣୁ ମିଥୁନଙ୍କର ସକ୍ସେସ୍ ସହ ଓଡ଼ିଶାର ସ୍ପେଶାଲ୍ ଲିଙ୍କ୍ ରହିଛି।

ମ୍ରିଗୟାର ସଫଳତା ପରେ ହିନ୍ଦୀ ଏବଂ ବଙ୍ଗଳା ସିନେମାରେ ଆକ୍ଟିଂକୁ ମିଥୁନ ଇମ୍ପୋର୍ଟାନ୍ସ ଦେଇଥିଲେ ମଧ୍ୟ ଓଡ଼ିଆ ସିନେମାରେ ତାଙ୍କର ସ୍ୱତନ୍ତ୍ର ଛାପ ଛାଡିଛନ୍ତି। 2000 ମସିହାରେ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ସହର ଜଳୁଛିରେ ଗେଷ୍ଟ କ୍ୟାରେକ୍ଟର ଭାବରେ ନଜର ଆସିଥିଲେ ମିଥୁନ ଚକ୍ରବର୍ତ୍ତୀ। ବିଜୁ ଭାଇ ରୋଲରେ ସାଧାରଣ ଲୋକଙ୍କ ରୋଲ୍ ମଡ଼େଲ ଭାବେ ରିଲରେ ନଜର ଆସିଥିବା ମିଥୁନଙ୍କ ପାଇଁ ସହର ଜଳୁଛି ଫିଲ୍ମ ତିଆରି କରିଥିଲା ଅଲଗା ରେକର୍ଡ। ଏ ଫିଲ୍ମରେ ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଜ୍ୟୋତି ମିଶ୍ର, ଉତ୍ତମ ମହାନ୍ତି ଏବଂ ବିଜୟ ମହାନ୍ତିଙ୍କ ଭଳି ଅଭିନେତା ନଜର ଆସିଥିଲେ।

ହରପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏ ଯୁଗର କୃଷ୍ଣ ସୁଦାମା ଫିଲ୍ମରେ ମଧ୍ୟ ମିଥୁନ ଚକ୍ରବର୍ତ୍ତୀ ନଜର ଆସିଛନ୍ତି। ଦୁଇ ବନ୍ଧୁ ଭୂମିକାରେ ଉତ୍ତମ ମହାନ୍ତି ଏବଂ ମିଥୁନଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ବେଶ୍ ଛୁଇଁଥିଲା। ମିଥୁନଙ୍କ ଅଭିନୀତ ଅନେକ ବଙ୍ଗଳା ଫିଲ୍ମ ଓଡ଼ିଆରେ ଡବିଂ ମଧ୍ୟ ହୋଇଛି।

ଶୁଣିବାକୁ ମିଳେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ପ୍ରତି ବେଶ୍ ଦୁର୍ବଳତା ରହିଛି ମିଥୁନ ଦାଦାଙ୍କରସେଥିପାଇଁ କମ୍ ପାରିଶ୍ରମିକ ନେଇ ସହର ଜଳୁଛି ଫିଲ୍ମରେ ସେ ଅଭିନୟ କରିଛନ୍ତି। ଓଲିଉଡ୍ ଫିଲ୍ମ ପାଇଁ ଅଧିକ ଫି ଡିମାଣ୍ଡ ନକରିବା ସହ ଟିମ୍ ସହ ଖୁବ୍ ଭଲରେ ସେ କାମ କରିଛନ୍ତି।ଆଉ ହଁ, ମିଥୁନଙ୍କ ପ୍ରଥମ ଫିଲ୍ମ ଓଡ଼ିଆ କାହାଣୀ ଉପରେ ପର୍ଯ୍ୟବେଶିତ ହୋଇଥିବାରୁ ତାଙ୍କ ଫିଲ୍ମ କ୍ୟାରୀୟର ଓଡ଼ିଶାରୁ ହିଁ ଆରମ୍ଭ ହୋଇଛି ବୋଲି କୁହାଯାଇପାରେ ତେଣୁ ମିଥୁନଙ୍କ ସକ୍ସେସର ମେନ୍ ଲିଙ୍କ ଓଡ଼ିଶା।