ଆମେରିକାର ନ୍ୟୁୟର୍କ କୋର୍ଟରେ, ଆଦାନୀ ଗ୍ରୁପ୍ ବିରୋଧରେ ଲାଞ୍ଚ କାରବାରର ଅଭିଯୋଗ ଆଣିଛି ୟୁଏସ୍ ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ କମିସନ୍। ଅକ୍ଷୟ ଶକ୍ତି ଯୋଗାଣ ଚୁକ୍ତି ପାଇବା ଲାଗି ଆଦାନୀ ଗ୍ରୁପ୍, ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟକୁ ୨୧ ଶହ କୋଟି ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଡିପ୍ ଷ୍ଟେଟ୍ ଶବ୍ଦ ପୁଣି ଚର୍ଚ୍ଚାକୁ ଆସିଛି। ଆଫଗାନିସ୍ତାନ, ପାକିସ୍ଥାନ, ଶ୍ରୀଲଙ୍କା, ନେପାଳ ଏବଂ ବାଂଲାଦେଶରେ ସଫଳ, କିନ୍ତୁ ଭାରତରେ ବିଫଳ ହୋଇଥିବା ଡିପ୍ ଷ୍ଟେଟ୍, ପୁଣିଥରେ ଆଦାନୀ ବାହାନରେ ଆମ ଦେଶକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରୁଛି।
ଋଷୀୟ ମିଡିଆ ସଂଗଠନ ସ୍ପୁଟନିକ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଆଦାନୀ ଗ୍ରୁପ୍ ବିରୋଧରେ ହୋଇଥିବା ବିବାଦକୁ ‘ଡିପ ଷ୍ଟେଟ୍‘ର ଷଡଯନ୍ତ୍ର। ଭାରତକୁ ବଦନାମ କରିବା, ଇଣ୍ଡିଆନ୍ ଇକୋନମିକକୁ ଦୋହଲାଇବା ଏବଂ ମୋଦୀ ସରକାରକୁ ଅସ୍ଥିର କରିବାକୁ ଏପରି କରାଯାଉଛି।SEBI ବିରୋଧରେ ଆମେରିକାର ହିନ୍ଦେନବର୍ଗ ରିସର୍ଚ୍ଚର ରିପୋର୍ଟ ମଧ୍ୟ ଡିପ୍ ଷ୍ଟେଟର ଏକ ଲିଙ୍କ୍ ବୋଲି କୁହାଯାଉଛି।ଭାରତ ସରକାର ଏବଂ ଭାରତୀୟ ବ୍ୟବସାୟୀଙ୍କ ଉପରେ ଜନସାଧାରଣଙ୍କ ବିଶ୍ୱାସକୁ ଦୁର୍ବଳ କରିବା ପାଇଁ ଡିପ୍ ଷ୍ଟେଟର ମୂଳ ଲକ୍ଷ୍ୟ। ବାଂଲାଦେଶ ସମେତ ଦକ୍ଷିଣ ଏସିଆର ଅନେକ ଦେଶ ବ୍ୟତୀତ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ସମୟରେ ଡିପ୍ ଷ୍ଟେଟର ଭୂମିକା ଥିଲା। ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପଙ୍କ, ପ୍ରଚାର ସମୟରେ ମରଣାନ୍ତକ ଆକ୍ରମଣ ପଛରେ ଡିପ ଷ୍ଟେଟ୍ ଥିଲା।
ଆସନ୍ତୁ ଜାଣିବା, ଡିପ୍ ଷ୍ଟେଟ କ’ଣ ଏବଂ ଏହା ଭାରତକୁ କାହିଁକି ଦୁର୍ବଳ କରିବାକୁ ଚାହୁଁଛି ?
କେମ୍ବ୍ରିଜ୍ ଡିକ୍ସନାରୀ ଅନୁଯାୟୀ ଡିପ୍ ଷ୍ଟେଟ୍ ଏପରି ଏକ ଗୋଷ୍ଠୀ, ଯେଉଁମାନେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ନହୋଇ ମଧ୍ୟ ଶାସନ କରିବାକୁ ଗୁପ୍ତ ଭାବରେ କାର୍ଯ୍ୟ କରିଥାନ୍ତି। ଡିପ୍ ଷ୍ଟେଟ୍ ଶବ୍ଦ ତୁର୍କୀ Derin Devlet ଶବ୍ଦର ଅନୁବାଦ। ରାଜନୈତିକ ଭାଷାରେ କହିବାକୁ ଗଲେ,ଏହାକୁ ଏକ ସମାନ୍ତରାଳ ସରକାର ବୋଲି କୁହାଯାଏ। ଡିପ୍ ଷ୍ଟେଟ୍ କୌଣସି ବି ରାଜ୍ୟର ରାଜନୈତିକ ନେତୃତ୍ୱ ଠାରୁ ଭିନ୍ନ ହୋଇ, ନିଜର ଏଜେଣ୍ଡା ପୂରଣ କରିବାକୁ ଚାହେଁ। ଏହି ଶବ୍ଦର ନକାରାତ୍ମକ ସମ୍ବନ୍ଧ ରହିଛି, ଯାହା ପ୍ରାୟତଃ ଷଡ଼ଯନ୍ତ୍ର ଥିଓରୀ ସହିତ ଜଡିତ। ଆମେରିକାକୁ ଟ୍ରମ୍ପ ଯୁଗର ଲେଉଟାଣି ପରେ ଡିପ୍ ଷ୍ଟେଟ୍ ଶବ୍ଦ ଚର୍ଚ୍ଚାର ବିଷୟ ପାଲଟିଛି। ଡିପ୍ ଷ୍ଟେଟରେ ମିଲିଟ୍ରି, ଇଣ୍ଟିଲିଜେନ୍ସ ଓ ବ୍ୟୁରୋକ୍ରାସିର ଲୋକ ସାମିଲ ଏବଂ ସରକାରଙ୍କ ଠାରୁ ଭିନ୍ନ ନୀତିରେ କାର୍ଯ୍ୟ କରିଥାନ୍ତି।
ଡିପ୍ ଷ୍ଟେଟ୍ ଭାରତରେ ପୂର୍ବରୁ ଅନେକ ଥର ଚର୍ଚ୍ଚାକୁ ଆସିଛି। କୃଷକ ଆନ୍ଦୋଳନ, CAA ବିରୋଧୀ ଆନ୍ଦୋଳନ, ଜାତି ଜନଗଣନା ଆନ୍ଦୋଳନ ସମ୍ପର୍କରେ ଖବର ରଖୁଥିବା ବିଶେଷଜ୍ଞଙ୍କ ମତରେ ଏସବୁ ଡିପ୍ ଷ୍ଟେଟର ଷଡ଼ଯନ୍ତ୍ର। ସାଧାରଣ ଭାଷାରେ କହିବାକୁ ଗଲେ ଭାରତର ଉନ୍ନତିକୁ ଡିପ୍ ଷ୍ଟେଟ୍ ସହ୍ୟ କରିପାରୁନି। ନିଜର ଏଜେଣ୍ଟ ମାନଙ୍କ ଦ୍ୱାରା ଭାରତରେ ଅରାଜକତା ସୃଷ୍ଟି ପାଇଁ ଚେଷ୍ଟା ଚଳାଇଛି ଡିପ୍ ଷ୍ଟେଟ୍। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ୨୦୨୨ରେ ଏକ ସାକ୍ଷାତକାରରେ କହିଥିଲେ, ଭାରତୀରେ ଡିପ୍ ଷ୍ଟେଟର ପ୍ରଭାବ ରହିଛି। ଅନ୍ୟପକ୍ଷରେ ଡିପ୍ ଷ୍ଟେଟର ଲୋକମାନେ ମଧ୍ୟ କିଛି ଭାରତୀୟଙ୍କ ସମର୍ଥନ ହାସଲ କରୁଛନ୍ତି। ଏଥିରେ ବିରୋଧୀ ଦଳର ନେତା, ପ୍ରତିଦ୍ୱନ୍ଦ୍ୱୀ ବ୍ୟବସାୟୀ ଏବଂ ସରକାରଙ୍କ କିଛି ଲୋକ ଅଛନ୍ତି।
ସ୍ପୁଟନିକ୍ ଇଣ୍ଡିଆ ଅନୁସାରେ, ରାଜନୈତିକ କିମ୍ବା ଅର୍ଥନୈତିକ ଲାଭ ପାଇଁ ବହୁ ଭାରତୀୟ ଅନୁଷ୍ଠାନ ବ୍ୟାପକ ଭୌଗୋଳିକ ପ୍ରସଙ୍ଗକୁ ଅଣଦେଖା କରୁଛନ୍ତି। ‘ହିଣ୍ଡେନବର୍ଗର ବିଭ୍ରାନ୍ତିକାରୀ ରିପୋର୍ଟ, ଭାରତୀୟଙ୍କ ସାହାଯ୍ୟ ବିନା ସମ୍ଭବ ନୁହେଁ ବୋଲି କୁହାଯାଉଛି। ‘ଡିପ୍ ଷ୍ଟେଟ୍‘ରେ ଆମେରିକୀୟ ପ୍ରତିଷ୍ଠାନର ଏକ ଗୋଷ୍ଠୀ ଓ ଜର୍ଜ ସରୋସଙ୍କ ପରି ବିଲିୟନେୟାର ଅନ୍ତର୍ଭୁକ୍ତ। ଭାରତରେ ମଧ୍ୟ ସେମାନଙ୍କର ଅନେକ ମୋର୍ଚ୍ଚା ରହିଛି। କାରଣ ହିଣ୍ଡେନବର୍ଗ ରିପୋର୍ଟ ପରେ SEBI ମୁଖ୍ୟ ମାଧବୀଙ୍କ ଇସ୍ତଫା ଏବଂ ଆଦାନୀଙ୍କୁ ଗିରଫ ଦାବି ତୀବ୍ର ହୋଇଥିଲା। ପରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ବୟାନବାଜି ହେଇଥିଲା।
ଭାରତର ମଜଭୁତ ବୈଦେଶିକ ନୀତିକୁ ମଧ୍ୟ ଦୋହଲାଇବାକୁ ଚେଷ୍ଟା ହେଉଛି। ଏଥିପାଇଁ SEBI, LIC ଏବଂ SBI ଭଳି ସରକାରୀ ଅନୁଷ୍ଠାନରେ ଆତଙ୍କ ସୃଷ୍ଟି କରାଯାଉଛି। ଭାରତ ବଜାରରେ ଉତ୍ତେଜନା ଏବଂ ଲକ୍ଷାଧିକ ନିବେଶକଙ୍କ ଉପରେ ପ୍ରଭାବ ପକାଇବା, ଷଡ଼ଯନ୍ତ୍ରକାରୀଙ୍କ ଗେମ୍-ପ୍ଲାନ। କିନ୍ତୁ ସେମାନଙ୍କର ସବୁ ଗେମ୍, ଫ୍ଲପ୍ ହେଉଛି । ଭାରତୀୟ ବଜାର ଅତି ସହଜରେ ଏହି ଉତଥାନ ଓ ପତନକୁ ଅତିକ୍ରମ କରିଯାଉଛି।