Category Uncategorized

ନ୍ୟାୟ ପାଇଁ ନିଆଁରେ ଜଳିଗଲେ କଲେଜ ଛାତ୍ରୀ

ନ୍ୟାୟ ପାଇଁ ଲଢିଲଢି ନିଆଁରେ ଜଳିଗଲେ ସୌମ୍ୟାଶ୍ରୀ ବିଶି । ବାଲେଶ୍ୱର ଏଫ୍ ଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ନ୍ୟାୟ ଦାବି କରି ହାରିଗଲା ପରେ ନିଜ ଦେହରେ ନିଆଁ ଲଗେଇ ଆତ୍ମାହୁତିର ଉଦ୍ୟମ କରିଥିଲେ । ଭୁବନେଶ୍ୱର ଏମ୍ସରେ ମରଣ ସହ ସଙ୍ଘର୍ଷ କରି ଶେଷରେ ହାରିଯାଇଛନ୍ତି । 14 ତାରିଖ ରାତି 11 ଟା 46ରେ ଏମ୍ସ କର୍ତ୍ତୃପକ୍ଷ ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୌମ୍ୟାଶ୍ରୀଙ୍କ ଗାଁ ଭୋଗରାଇ ପଳାସିଆରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସୌମ୍ୟଶ୍ରୀଙ୍କ ମୃତ୍ୟୁକୁ ନେଇ ଥମୁନି ରାଜନୀତି।ମୁଖ୍ୟମନ୍ତ୍ରୀ 20 ଲକ୍ଷର ଟଙ୍କାର ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ଡେଇଁ ଦେଶରେ ରି ଏ ଦୁର୍ଘଟଣାକୁ ନେଇ ଚର୍ଚ୍ଚା।ରାହୁଲ ଗାନ୍ଧି ମଧ୍ୟ ଏକ୍ସ ମାଧ୍ୟମରେ ଏ ଘଟଣାକୁ ନିନ୍ଦା କରିବା ସହ ବିଜେପି ଗଭମେଣ୍ଟକୁ ଟାର୍ଗେଟ କରିଛନ୍ତି । ଏହା ଆତ୍ମହତ୍ୟା ନୁହେଁ ସଂଗଠିତ ହତ୍ୟା ବୋଲି ମତ ରଖିଛନ୍ତି ରାହୁଲ।

ପୂର୍ବରୁ ନବୀନ ପଟ୍ଟନାୟକ ମଧ୍ୟ ଏ ଘଟଣାରେ ବିଜେପିକୁ ନିନ୍ଦା କରିବା ସହ ରାଜ୍ୟପାଳଙ୍କ ହସ୍ତକ୍ଷେପ ମଧ୍ୟ ଲୋଡ଼ିଥିଲେ। ରାଜ୍ୟପାଳ ମଧ୍ୟ ଏ ଘଟଣାରେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପଟେ ଚାପରେ  ଅଭିଯୁକ୍ତ ଅଧ୍ୟାପକ ଏବଂ ଅଧ୍ୟକ୍ଷଙ୍କୁ ଆରେଷ୍ଟ କରି ଉପଯୁକ୍ତ ପଦକ୍ଷେପ ନିଆଯାଇଛି ବୋଲି ଡିଣ୍ଡିମ୍ବ ପିଟୁଛି ବିଜେପି। କେସର ସରକାରଙ୍କ ସ୍ଟେପକୁ ଟାର୍ଗେଟ କରି 17 ରେ ବନ୍ଦ ଡାକରା ଦେଇଛି କଂଗ୍ରେସ।

ବିଜୁ ଜନତା ଦଳ ମଧ୍ୟ ନ୍ୟାୟ ଦାବିରେ ଏମ୍ସ ଆଗରେ ବିକ୍ଷୋଭ କରିଛି । ଆତ୍ମାହୁତି ଉଦ୍ୟମ ପରେ ସମସ୍ତେ ନ୍ୟାୟଦାବି କରିଥିଲେ ବି ଅଭିଯୁକ୍ତ ସମୀର ସାହୁ ଓ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଗିରଫ କରି ଅପରାଧୀଙ୍କ ପ୍ରତି ଜିରୋ ଟଲରାନ୍ସ ନୀତି ଆପଣେଇଥିବା ଆତ୍ମପ୍ରଚାର କରୁଛି ବିଜେପି । ତାରି ଭିତରେ ବାଜି ହାରିଯାଇଛି ଛାତ୍ରୀର ଜୀବନ । ଏପରିକି 14 ତାରିଖରେ ରାଷ୍ଟ୍ରପତିଙ୍କ ଏମ୍ସ କାର୍ଯ୍ୟକ୍ରମ ଥିବାରୁ ଜାଣିଶୁଣି ମୃତ ସୌମ୍ୟଶ୍ରୀଙ୍କ ଦେହାନ୍ତ ଖବର ଲୁଚାଯାଉଥିବା ଅଭିଯୋଗ ବି ହେଉଛି । ପଛଗେଟରେ ବିଳମ୍ବିତ ରାତିରେ ମୃତଦେହ ନେବାର ଭାଇରାଲ ଭିଡ଼ିଓ ବିରୋଧୀଙ୍କ ପ୍ରତି ସରକାରଙ୍କ ଅହେତୁକ ଭୟ ବୟାନ କରୁଛି ।ତେବେ ପ୍ରଶ୍ନ ଉଠୁଛି ସୌମ୍ୟଶ୍ରୀଙ୍କ ମୃତ୍ୟୁ ପରେ ଟ୍ୱିଟ କରି ସମବେଦନା ଦେଉଥିବା ନେତା ସେତେବେଳେ ଥିଲେ କୋଉଠି?ଏକ୍ସରେ ସମବେଦନା ଦେଉଥିବା ନେତା କାହିଁକି ସେତେବେଳେ ପୋଷ୍ଟକୁ ଗୁରୁତ୍ୱ ଦେଲେନି। ଜୁଲାଇ 1 ରୁ ସୌମ୍ୟଶ୍ରୀ ମୁଖ୍ୟମନ୍ତ୍ରୀ,ଉଚ୍ଚଶିକ୍ଷାମନ୍ତ୍ରୀ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନକୁ ଟ୍ୱିଟ କରିଥିଲେ ବି କାହିଁକି କେହି ବି ଧ୍ୟାନ ଦେଇ ନଥିଲେ । ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ସୌମ୍ୟାଶ୍ରୀ ଭେଟିକି କି ଲାଭ ପାଇଲେ?କୋଉ ନ୍ୟାୟ ଦେଲେ ସାଂସଦ ।

ଏବିଭିପିର ଛାତ୍ରୀଙ୍କୁ ସୁରକ୍ଷା ଦେବାପାଇଁ ବିଜେପି ସରକାରକୁ ଆଉ କେତେ ପାୱାରର ଆବଶ୍ୟକତା ରହିଛି?ନିଜ ଷ୍ଟୁଡେଣ୍ଟ ୱିଙ୍ଗକୁ ସୁରକ୍ଷା ଦେଇପାରିନଥିବା ବିଜେପି ଏବେ କୋଉ ଜିରୋ ଟଲରାନ୍ସର ଡିଣ୍ଡିମ୍ବ ପିଟୁଛି ।ମୁଖ୍ୟମନ୍ତ୍ରୀଙ୍କ ଉପଯୁକ୍ତ ପଦକ୍ଷେପର ଘୋଷଣା, ଉଚ୍ଚଶିକ୍ଷାମନ୍ତ୍ରୀଙ୍କ କଠୋର ପଦକ୍ଷେପର ମିଡିଆ ବାଇଟ, ବିରୋଧୀଙ୍କ ଗର୍ଜନ , ସୋସିଆଲ ମିଡ଼ିଆରେ ନ୍ୟାୟ ଦାବୀର ଚକିରେ ଶେଷରେ ହାରିଯାଇଥିବା ଜୀବନର ମୂଲ୍ୟ କଣ 20 ଲକ୍ଷ ଟଙ୍କା । ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା
 ପୂର୍ବରୁଅନେକ ଅପରାଧି ଖସିଯିବା ପରି ନିର୍ଦ୍ଦୋଷ ହେଇ ଯିବେନି ତ ଅପରାଧୀ?
ଏ ମାନଙ୍କୁ କି ଦଣ୍ଡ ଦେବେ ସରକାର?
ନା ରାଜନୀତିର ରୁଟି ସେକା ସରିଯିବା ପରେ ନୀରବ ହୋଇଯିବେ ସମସ୍ତେ
କେବଳ ବାଲେଶ୍ୱର କାହିଁକି କୋଣ ଅନୁକୋଣରେ ଘଟୁଥିବା ଏଭଳି ଘଟଣା ପାଇଁ କି କଡ଼ା ପଦକ୍ଷେପ ନେବେ ସରକାର

 

ଯୁଦ୍ଧ ବିରତି ପରେ ବି ପଛକୁ ହଟିବନି ଭାରତ

ଭାରତ-ପାକିସ୍ତାନ ମଧ୍ୟରେ ସିଜଫାୟାର୍ ପରେ ବି ଯୁଦ୍ଧ ଶେଷ ହୋଇନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ଭାରତୀୟ ବାୟୁସେନା।  ଇଣ୍ଡିଆନ୍ ଏୟାରଫୋର୍ସ ପକ୍ଷରୁ କୁହାଯାଇଛି ଯେ ଅପରେସନ୍ ସିନ୍ଦୂର ଏଯାଏଁ ଶେଷ ହୋଇନି । IAF ପକ୍ଷରୁ ଜାରି ହୋଇଥିବା ଏହି ବୟାନରେ କୁହାଯାଇଛି ଯେ ଭାରତୀୟ ବାୟୁ ସେନା ଅପରେସନ୍ ସିନ୍ଦୂରରେ ଦିଆଯାଇଥିବା କାର୍ଯ୍ୟକୁ ସଫଳତାପୂର୍ବକ ସମ୍ପୂର୍ଣ୍ଣ କରିଛି । ରାଷ୍ଟ୍ରୀୟ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ବିବେକପୂର୍ଣ୍ଣ ବିଚାର କରି ସଞ୍ଚାଳନ କରାଯାଉଛି । ଯେହେତୁ ଅପରେସନ ଜାରି ରହିଛି , ତେଣୁ ଆଗକୁ ଅପରେସନ ନେଇ ବିସ୍ତୃତ ସୂଚନା ଦିଆଯିବ । ଠିକ୍ ସମୟରେ ସଠିକ ତଥ୍ୟ ଦିଆଯିବ । ମିଛ , ଗୁଜବ ଖବର ଠାରୁ ଦୂରେଇ ରୁହନ୍ତୁ ।

ମେ୭ ତାରିଖରେ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରିଥିଲା ଭାରତୀୟ ସେନା । ଅପରେସନ ସିନ୍ଦୂର ଜରିଆରେ ପହଲଗାମ ପ୍ରତିଶୋଧ ନେଲା ଭାରତ। ଶତ୍ରୁ ଘରେ ପଶି ଆତଙ୍କୀ ଆଡ୍ଡା ଧ୍ୱଂସ କରାଯାଇଥିଲା। ୯ଟି ଆତଙ୍କୀ ଠିକଣାରେ ଏୟାରଷ୍ଟ୍ରାଇକ କରିଥିଲା ଭାରତୀୟ ବାୟୁସେନା । ଆକ୍ରମଣରେ ଧୂଳିସାତ ହୋଇଥିଲା ପାକିସ୍ତାନରେ ଥିବା ଆତଙ୍କୀ ହବ୍ । ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା, ହିଜ୍‌ବୁଲ ମୁଜାହିଦ୍ଦିନ ଆଡ୍ଡା ଧ୍ୱଂସ ହୋଇଥିଲା । ଏୟାରଷ୍ଟ୍ରାଇକରେ ସଫା ହୋଇଯାଇଥିଲା ଜୈଶ-ଏ-ମହମ୍ମଦ ମୁଖ୍ୟର ପୂରା ପରିବାର। ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀ ମସୁଦ ଅଜହରର ୧୦ ଜଣ ସମ୍ପର୍କୀୟ ନିହତ ହୋଇଥିଲେ। କାନ୍ଦାହାର ବିମାନ ଅପହରଣର ମାଷ୍ଟରମାଇଣ୍ଡ ଅବଦୁଲ ରୌଫ୍ ଅଜହର ପ୍ରାଣ ହରାଇଥିଲା। ପାଖାପାଖି ୧୦୦ରୁ ଅଧିକ ଆତଙ୍କୀଙ୍କୁ ମାରିଥିଲେ ଭାରତୀୟ ଯବାନ।

କାହା ପାଇଁ ରାଜଧାନୀ ହୋଇଛି ଭୁବନେଶ୍ୱର

  • ପ୍ରତିଷ୍ଠା ଦିବସ ପାଳୁଛି ଭୁବନେଶ୍ୱର।ରାଜଧାନୀର ଏ ରାଜକୀୟ ଉତ୍ସବକୁ ନେଇ ରହିଛି ଢେର୍ ଉତ୍ସାହ।77 ତମ ପ୍ରତିଷ୍ଠା ଦିବସକୁ ନେଇ ବେଶ୍ ଚଳଚଞ୍ଚଳ ଭୁବନେଶ୍ୱର।
  • ଏପ୍ରିଲ 13,1948ରେ ଭୁବନେଶ୍ୱର ରାଜଧାନୀର ଶିଳାନ୍ୟାସ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ,ଯେଉଁ ଘଟଣାକୁ ବିତିଗଲାଣି ଅନେକ ବର୍ଷ।
  • ଭୁବନେଶ୍ୱରକୁ ରାଜଧାନୀ କରାଇବା ପଛରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ ସମୟରେ ମୁଖ୍ୟମନ୍ତ୍ରୀ ଥିବା ଡକ୍ଟର ହରେକୃଷ୍ଣ ମହତାବ।
  • ମହତାବଙ୍କ ନିମନ୍ତ୍ରଣ କ୍ରମେ ଶିଳାନ୍ୟାସ କରିଥିଲେ ସେ ସମୟର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ।
  • ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ହେବା ପୂର୍ବରୁ କଟକ ହିଁ ଓଡ଼ିଶାର ରାଜଧାନୀ ଥିଲା
  • କଟକରେ ବିଭିନ୍ନ କାର୍ଯ୍ୟାଳୟ ପାଇଁ ଜାଗାର ଅଭାବ ହିଁ ଭୁବନେଶ୍ୱରକୁ ରାଜଧାନୀ କରାଇବାର ବାଟ ଫିଟେଇଥିଲା ।
  • କଟକରେ ଅଫିସ୍ ପରିଚାଳନା ଗତ ଅସୁବିଧା ସାଙ୍ଗକୁ ନୂଆ ଅଫିସ ଖୋଲିବାର ପ୍ରତିବନ୍ଧକ ରାଜଧାନୀ ନିଷ୍ପତ୍ତିକୁ ପ୍ରଶ୍ନଘେରକୁ ଆଣିଥିଲା ।
  • ରାଜଧାନୀ ସ୍ଥାନାନ୍ତରିକରଣ ସେ ସମୟରେ ପ୍ରମୁଖ ଆବଶ୍ୟତା ପାଲଟିଥିବା ବେଳେ ବିଭିନ୍ନ ଅଞ୍ଚଳକୁ ନେଇ ଭିନ୍ନ ଭିନ୍ନ ପ୍ରସ୍ତାବ ଆସିଥିଲା ।
  • ପାଇକମାଟି ଖୋର୍ଦ୍ଧାକୁ କିଛି ନେତା ତାର ଐତିହାସିକ ଗୁରୁତ୍ତ୍ୱ ଦର୍ଶାଇ ରାଜଧାନୀ କରାଇବାକୁ ପ୍ରସ୍ତାବ ଦେଇଥିଲା ବେଳେ ଆଉ କିଛି ନେତା କଟକରେ ହିଁ ରାଜଧାନୀ ରହିବାକୁ ଦିଆଯାଉ କହି ଯୁକ୍ତି ବାଢିଥିଲେ ।
  • ସେ ସମୟରେ ରାଜଧାନୀ ପାଇଁ ସ୍ଥାନ ଚୟନ ଗୁରୁ ଗମ୍ଭୀର ସମସ୍ୟା ପାଲଟି ସାରିଥିଲା,ଯେଉଁ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଏତେଟା ସହଜସାଧ୍ୟ ନ ଥିଲା।
  • ମାତ୍ର ସେ ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରି ସମସ୍ତ ପ୍ରସ୍ତାବକଙ୍କୁ ନିଜ ଯୁକ୍ତିରେ ନୀରବ କରାଇ ପାରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡ ହରେକୃଷ୍ଣ ମହତାବ ।
  • ସର୍ବସମ୍ମତି କ୍ରମେ ଭୁବନେଶ୍ୱରକୁ ହିଁ ଓଡ଼ିଶାର ରାଜଧାନୀ ସ୍ଥାନାନ୍ତରିତ ହୋଇଥିଲା ।
  • 1948 ଏପ୍ରିଲ 13 ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ଏହାର ଶୁଭ ଶିଳାନ୍ୟାସ କରିଥିଲେ ।