Category Uncategorized

ସ୍କୁଲ୍ ଖୋଲିଲା, ବହି ନାହିଁ

ନୂଆ ଶିକ୍ଷାବର୍ଷକୁ ନେଇ ପିଲାଙ୍କ ଭିତରେ ଉତ୍ସାହ ବଢୁଛି । ଉଭୟ ସରକାରୀ ଓ ଘରୋଇ ସ୍କୁଲରେ ପ୍ରବେଶ ଉତ୍ସବର ପ୍ରସ୍ତୁତି ଚାଲିଛି। ଏପରିକି ଓଡ଼ିଆ ପକ୍ଷପାଳନ ଅବସରରେ ସରକାର ଏ ଦିଗକୁ ଧ୍ୟାନ ଦେଉଛନ୍ତି । କିନ୍ତୁ ପିଲାଙ୍କ ପାଖରେ ବହି ପହଞ୍ଚି ପାରୁନି ବିନା ବହିରେ ପିଲା କେମିତି ପାଠ ପଢିବେ ସେ ନେଇ ଅସନ୍ତୋଷ ସୃଷ୍ଟି ହେଉଛି । ନୂଆ ଶ୍ରେଣୀ, ନୂଆ ପାଠ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଥିଲେ ବି ସରକାରଙ୍କ ପ୍ରସ୍ତୁତି ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଭୟ ରାଜ୍ୟ ସରକାର ଏବଂ NCERT ପାଠ୍ୟପୁସ୍ତକ ଯୋଗାଇବାରେ ବିଫଳ ହୋଇଛନ୍ତି।
             ସିବିଏସ୍‌ଇ ସହ ଓଡ଼ିଆ  ମିଡିଅମ ଛାତ୍ରଛାତ୍ରୀଙ୍କ ପାଖରେ ମଧ୍ୟ ବହି ପହଞ୍ଚି ପାରିନାହିଁ। ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦେବାର ନିୟମ ରହିଛି। ମାତ୍ର ଆଜି ପର୍ଯ୍ୟନ୍ତ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ ଜିଲ୍ଲାର ଅଧିକାଂଶ ସରକାରୀ ସ୍କୁଲରେ ମାଗଣା ବହି ପହଞ୍ଚି ପାରିନାହିଁ। ସରକାରୀ ରିପୋର୍ଟ ଅନୁସାରେ ମାତ୍ର 30% ବହି ବଣ୍ଟା ହୋଇଛି। ଅର୍ଥାତ୍ 70 % ବହି ଏ ଯାଏଁ ପିଲାଙ୍କ ପାଖରେ ପହଞ୍ଚିନାହିଁ । NCERT ମଧ୍ୟ ଠିକ୍ ସମୟରେ ବହି ବଜାରକୁ ଛାଡ଼ି ନଥିବାରୁ ସିବିଏସ୍‌ଇ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି। ୯ମ ଓ ୧୦ମ ଶ୍ରେଣୀ  ବହିରେ ମଧ୍ୟ ସମାନ  ଅବ୍ୟବସ୍ଥାଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ବହି ଛପା ହୋଇନି, ତେଣୁ ବହି ମିଳୁନି ।

ଜିଲ୍ଲା ଶିକ୍ଷା ଅଧିକାରୀମାନେ ମଧ୍ୟ ବିଭାଗୀୟ ନିର୍ଦ୍ଦେଶ ଅଭାବରୁ କୌଣସି ସ୍ପଷ୍ଟ ନିଷ୍ପତ୍ତି ନେଇପାରୁ ନାହାନ୍ତି। କେତେକ ଜିଲ୍ଲାରେ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନିଆଯାଇ ପୁଣି ତାକୁ ବଦଳାଯାଇଛି। ବହି ଅଭାବରୁ ଖଡ଼ିଛୁଆଁପ୍ରବେଶ ଉତ୍ସବଘୁଞ୍ଚିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। କେବଳ ବହି ନୁହେଁ, ସକାଳୁଆ ସ୍କୁଲକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ। ଏପ୍ରିଲ୨ ରୁ ସକାଳୁଆ ସ୍କୁଲ ହେବାର ନିୟମ ରହିଛି। ମାତ୍ର ବହି ସମସ୍ୟା ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଶିକ୍ଷାବର୍ଷ ଆରମ୍ଭରୁ ଏଭଳି ଅବ୍ୟବସ୍ଥା ପ୍ରବଳ ଅସନ୍ତୋଷ ସୃଷ୍ଟି କରୁଛି  । ସବୁ ସ୍କୁଲରେ ବହି ପହଞ୍ଚିବାକୁ ଅତିକମରେ ୧୫ ଦିନ ଲାଗିବ। କିନ୍ତୁ ସେପର୍ଯ୍ୟନ୍ତ ପିଲାମାନେ ପଢ଼ିବେ କେମିତି? ବିନା ବହିରେ କେମିତି ଚାଲିବ ନୂଆ ଶିକ୍ଷାବର୍ଷ?

ହାଇକୋର୍ଟ କ୍ଷୁବ୍‌ଧ : ହାଜିରା ଦେବେ ଉଷା ପାଢ଼ୀ

  • ହାଇକୋର୍ଟକୁ ମାନୁ ନାହାନ୍ତି ଉଷା ପାଢୀ
  • କୋର୍ଟଙ୍କୁ ମାନୁ ନାହାନ୍ତି IAS ଅଫିସର
  • ସଚିବ ଉଷା ପାଢୀଙ୍କୁ ହାଇକୋର୍ଟଙ୍କ ନୋଟିସ
  • ଜାନୁଆରୀ ୩୦’ରେ କୋର୍ଟରେ ଦେବେ ହାଜିରା
    IAS ଅଫିସର ମାନେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନିବା ଅବସ୍ଥାରେ ନାହାଁନ୍ତି । ସେଥିପାଇଁ ଭୀଷଣ ବିରକ୍ତ ହେଉଛନ୍ତି ଓଡ଼ିଶା ହାଇକୋର୍ଟ । ପ୍ରଥମେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରଓ୍ୱାଲଙ୍କୁ ଗିରଫ କରିବାକୁ କହିଲେ କୋର୍ଟ । ଡରି ମରି ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ୨୪ ଘଣ୍ଟାରେ କାର୍ଯ୍ୟକାରୀ କରି ଗିରଫ ହେବାରୁ ବଞ୍ଚିଲେ ଅରବିନ୍ଦ ଅଗ୍ରଓ୍ୱାଲ। ଆଉ ଚଳିତ ମାସ ୨୨ ତାରିଖରେ ହାଇକୋର୍ଟରେ ହାଜିରା ଦେଇ ଭୁଲ ମାଗିଲେ IAS ଅଫିସର ଅରବିନ୍ଦ ଅଗ୍ରଓ୍ୱାଲ ।

ଏବେ IAS ଉଷା ପାଢୀଙ୍କ ଟର୍ମ..

  • ଅଦାଲତ ଅବମାନନା ମାମଲାରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କୁ ହାଇକୋର୍ଟ ନୋଟିସ ହୋଇଛି
  • କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାରେ ବିଫଳ ଉଷା ପାଢୀ, ବ୍ୟକ୍ତିଗତ ଭାବେ ହାଜିରା ଦେବେ ହାଇକୋର୍ଟରେ
  • କେବଳ ଉଷା ପାଢୀ ନୁହନ୍ତି, ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ୱାଇଁ, ଟାଉନ ପ୍ଲାନିଂ ନିର୍ଦ୍ଦେଶକ ସଚିବ ସୁଶାନ୍ତ ମିଶ୍ର, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଦେ ଏବଂ ଆଠଗଡ଼ ସ୍ୱତନ୍ତ୍ର ପ୍ଲାନିଂ ଅଥରିଟିର କର୍ତ୍ତୃପକ୍ଷଙ୍କ ଉପରେ ହାଇକୋର୍ଟ ଭୀଷଣ ବିରକ୍ତ ।
  • ଜାନୁଆରି ୩୦ରେ ହାଇକୋର୍ଟରେ ହାଜର ହୋଇ କୋର୍ଟଙ୍କ ନିର୍ଦ୍ଦେଶ କାହିଁକି ପାଳନ କରାଯାଇ ନାହିଁ ତାହର ସ୍ପଷ୍ଟୀକରଣ ରଖିବେ ଉଷା ପାଢୀ।

ତେବେ ବିବାଦ ଆରମ୍ଭ ହୋଇଛି ୨୦୧୪ ମସିହାରେ ହାଇକୋର୍ଟଙ୍କ ଏକକ ଖଣ୍ଡପୀଠର ରାୟକୁ ନେଇ । ଗୃହ ଓ ନଗର ଉନ୍ନୟନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଚାକିରି ନିୟମିତ କରିବାକୁ ୨୦୧୪ ମସିହାରେ ହାଇକୋର୍ଟଙ୍କ ଏକକ ଖଣ୍ଡପୀଠ ଏହି ରାୟ ଦେଇଥିଲେ ଯାହାକୁ ୨୦୨୫ ଜୁଲାଇରେ ଦୁଇ ଜଣିଆ ଖଣ୍ଡପୀଠ ମଧ୍ୟ କାଏମ ରଖିଥିଲେ।

  • ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଥିଲା ଯେ ୮ ସପ୍ତାହ ମଧ୍ୟରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କର
  • ୨୨ ସପ୍ତାହ ବିତିଗଲା, କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।
  • ଆବେଦନକାରୀ ଧାଇଁଲେ ପୁଣି ହାଇକୋର୍ଟକୁ..
  • ଅମାନିଆ ଅଫିସର ମାନେ କିପରି ଅଦାଲତ ଅବମାନନା କରୁଛନ୍ତି, ସେ ନେଇ ଏକ ମାମଲା ଦାୟର କଲେ ।
  • ଯାହାକୁ ନେଇ ହାଇକୋର୍ଟ ଦେଲେ କଡ଼ା ଚେତାବନୀ
            ତେବେ ଜାନୁଆରି ୩୦ ପୂର୍ବରୁ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ଏବଂ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ମଗାଯିବ ତାହେଲେ ସେମାନଙ୍କ ଉପସ୍ଥିତି ଆବଶ୍ୟକ ହୋଇନପାରେ। ଆଉ ଯଦି ତାହା ନ ହୁଏ ତେବେ ଏ ମନମାନୀ ଉଷାପାଢୀଙ୍କୁ ଭାରି ପଡ଼ିପାରେ ।ପାୱାରର ଅପବ୍ୟବହାର କରି ଲୋକଙ୍କୁ ଅଡ଼ୁଆରେ ପକାଉଥିବା ଅଫିସର ମାନଙ୍କୁ ହାଇକୋର୍ଟ ହିଁ କେବଳ ସାବାଡ୍ କରିପାରିବେ।

ଏନ୍.ଭାସ୍କର ରାଓଙ୍କ ଇସ୍ତଫା,ରାୟଗଡ଼ାରେ ଦୁର୍ବଳ ହେବ BJD!

ରାୟଗଡ଼ା ରାଜନୀତିରେ ହଲଚଲ। BJDରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଏନ୍ ଭାସ୍କର ରାଓ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।ତାଙ୍କ ସହ ଲାଲ ବିହାରୀ ହିମରିକା ମଧ୍ୟ ଇସ୍ତଫା ଦେଇଛନ୍ତି । 2016 ରୁ 2022 ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ ଏନ୍ ଭାସ୍କର ରାଓଜିଲ୍ଲା ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିବାରୁ ସେ ଦଳ ଛାଡ଼ିଛନ୍ତି ।  ବିଜୁ ସ୍ୱାଭିମାନ ମଞ୍ଚ ଗଢି ରାୟଗଡ଼ାର ସେବା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏନ୍ ଭାସ୍କର ରାଓଙ୍କ ଇସ୍ତଫା ରାୟଗଡ଼ା ବିଜେଡିକୁ ପ୍ରଭାବିତ କରିବ ବୋଲି ଚର୍ଚ୍ଚା ହେଉଛି ।

ନବୀନଙ୍କୁ ଛାଡ଼ିଲେ, ବିଜୁଙ୍କ ନାଁରେ ଦଳ ଗଢିଲେ
‘ଆମେ ନବୀନ ବିରୋଧୀ ନୁହେଁ, କିନ୍ତୁ ବିଜୁ ପ୍ରେମୀ। କର୍ମୀ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ । କଂଗ୍ରେସ ବିରୋଧରେ ଆମେ ଲଢେଇ କରୁଥିଲୁ  । ହେଲେ ଏସବୁକୁ ଅଣଦେଖା କରାଗଲା । ରାଜନୀତି ପଛ ଜିଲ୍ଲା ଲୋକଙ୍କ କଥା ଆଗ ଏମିତି କିଛି କହି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି ଏନ୍ ଭାସ୍କର ରାଓ । ବିଜେଡିର କାର୍ଯ୍ୟକଳାପକୁ ନେଇ ଭାସ୍କର ରାଓ ଅସନ୍ତୁଷ୍ଟ ଥିଲେ । ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘‘ବିଜେଡିର ସଭାପତି ଚୟନ ସମସ୍ତଙ୍କ ମନରେ ଆଘାତ ଦେଇଛି  । ପରାଜିତ ବ୍ୟକ୍ତିଙ୍କୁ ସଭାପତି ପଦ ଦିଆଯାଇଛି  । ହେଲେ ଦକ୍ଷ ନେତାଙ୍କୁ ପଚରାଯାଉନି । ଏଭଳି ନିଷ୍ପତ୍ତି ନିଆଯିବ ବୋଲି କେହି ଭାବିନଥିଲେ ।’’

BJDରେ ମର୍ଯ୍ୟାଦା ମିଳିଲା ନାହିଁ
BJDରେ ମର୍ଯ୍ୟାଦା ମିଳି ନଥିବା ଏନ୍ ଭାସ୍କର ରାଓ ପ୍ରକାଶ କରିଛନ୍ତି । ଲୋକଙ୍କ ପାଇଁ ସେ ଯାହା ଚାହିଁଛନ୍ତି ତାହା କରିବାରେ ତାଙ୍କୁ ଦଳ ପୂର୍ଣ୍ଣ ସ୍ୱାଧିନତା ଦେଇ ନଥିବା କହିଛନ୍ତି । ବିଜୁ ଜନତା ଦଳ ତାଙ୍କର ସ୍ୱାଧିନତାକୁ ସଙ୍କୁଚିତ କରିଛି ବୋଲି ପ୍ରକାଶ କରିବା ସହିତ ଜିଲ୍ଲା ବିଜେଡିରେ ତାଙ୍କ ଗୁରୁତ୍ତ୍ୱ କମୁ ଥିବାରୁ ସେ ଇସ୍ତଫାର ନିଷ୍ପତ୍ତି ନେଇଛନ୍ତି । ତେବେ ନବୀନଙ୍କଠାରୁ ଅଲଗା ହୋଇ ବିଜୁ ପଟ୍ଟନାୟକଙ୍କ ନାଁ ରେ ଗଢିଥିବା ବିଜୁ ସ୍ୱାଭିମାନ ମଞ୍ଚ କେତେଦିନ ତିଷ୍ଠିବ?

ବଢୁଛି ଆତ୍ମାହୁତି ମାମଲା, ପୋଲିସର ହାତ ଖାଲି

4 ସପ୍ତାହରେ ଗଲାଣି 4 ଜୀବନ, ନା ତଦନ୍ତ ସରୁଛି, ନା ପୋଡି କମୁଛି । ନିଆଁର ଆଁ ରେ ବାଜି ଲାଗିଛି ଝିଅଙ୍କ ଜୀବନ।କୋଉଠି ଆତ୍ମଦାହ ତ, ପୁଣି କୋଉଠି ଷଡ଼ଯନ୍ତ୍ର ।ଛାତ୍ରୀ,ଯୁବତୀ, ନାବାଳିକା ସବୁ ବର୍ଗର ଝିଅଙ୍କ ଜୀବନ ନେଇଛି ନିଆଁ। ରାଜ୍ୟରେ ଦିନକୁ ଦିନ ବଢୁଛି  ଜଳିପୋଡ଼ି ଯିବା ଘଟଣା। ଯେମିତି ବାଲେଶ୍ୱର ଏଫ୍ ଏମ୍ କଲେଜ୍ ଛାତ୍ରୀ ପୋଡ଼ି ଘଟଣାରୁ ରାଜ୍ୟରେ ବ୍ୟାପିବାରେ ଲାଗିଛି  ଫାୟାର ଟ୍ରେଣ୍ଡ। ପୁରୀରୁ ପଟ୍ଟାମୁଣ୍ଡାଇ, ବରଗଡ଼ରୁ ବାଲେଶ୍ୱର ଯାଏଁ ସବୁଠି ବ୍ୟାପିବାରେ ଲାଗିଛି ଏମିତି କେସ୍। ବାଲେଶ୍ୱର, ବଳଙ୍ଗା, ପଟ୍ଟାମୁଣ୍ଡାଇ ପରେ ପୁଣି ବରଗଡ଼ ପଦ୍ମପୁରରେ ନାବାଳିକା ଛାତ୍ରୀ ପୋଡ଼ି ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।ଫିରିଙ୍ଗିମାଲରୁ ଗୁରୁତ୍ତର ଅବସ୍ଥାରେ ବୁର୍ଲା ମେଡ଼ିକାଲରେ ଭର୍ତ୍ତି ହେଲା ପରେ ଆଖି ବୁଜିଛନ୍ତି ନାବାଳିକା। ଗୋଟାଏ ମାସରେ ଯାଇଛି 4 ଜଣଙ୍କ ଜୀବନ।

ଜୁଲାଇ 12 ତାରିଖରେ ଏଫ୍ ଏମ୍ କଲେଜର ସୌମ୍ୟାଶ୍ରୀ ବିଶିଙ୍କ ପରେ ଠିକ୍ ଗୋଟାଏ ସପ୍ତାହ ପରେ ଜୁଲାଇ 19ରେ ସାମ୍ନାକୁ ଆସିଥିଲା ବଳଙ୍ଗା ପୀଡିତାଙ୍କ ଖବର। ଏୟାରଲିଫ୍ଟରେ ଯାଇ ଏମ୍ସରେ ଚିକିତ୍ସିତ ହେଉଥିବା ବଳଙ୍ଗା ପିଡ଼ିତା ମେଡିକାଲରେ ହିଁ ଆଖି ବୁଜିଥିଲେ।ଅଗଷ୍ଟ 6 ତାରିଖରେ ପଟ୍ଟାମୁଣ୍ଡାଇରେ ଯୁବତୀ ପୋଡ଼ି ହେଇଯିବା ଘଟଣା ସାମ୍ନାକୁ ଆସିଥିଲା। ଯଦିଓ ଏ କେଶରେ ଏଫାୟାର ନ ରଖିବା କାରଣରୁ ଥାନାଅଧିକାରୀ ସୈଳେନ୍ଦ୍ର ନାରାୟଣ  ପଲେଇଙ୍କୁ ବଦଳି କରାଯାଇଛି ତଦନ୍ତର ରେଜଲ୍ଟ କିନ୍ତୁ ଆଖିଦୃଶିଆ ନୁହେଁ। ବାଲେଶ୍ୱର କେସରେ ମଧ୍ୟ ଛାତ୍ରନେତାଙ୍କ ଗିରଫ ପରେ ବି ଅନେକ ଖିଅ ଅଟକିଲା ଭଳି ଲାଗୁଛି। ବଳଙ୍ଗା କେସରେ ତ ପୋଲିସର ବିଫଳତାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ସୌମ୍ୟାଶ୍ରିଙ୍କ ଘଟଣାକୁ ମାସେ ପୁରିବାକୁ ଆଉ ଗୋଟାଏ ଦିନ ବାକି ଥିଲା ବେଳେ ବରଗଡ଼ ଫିରିଙ୍ଗିମାଳରେ ଆଖି ବୁଜିଛି ନାବାଳିକା। ସକାଳୁ ଗାଇସିଲଟ ଥନା ଫିରିଙ୍ଗିମାଳ ଗାଁରେ ୧୩ ବର୍ଷର ନାବାଳିକାଙ୍କୁ ସକାଳେ କିଏ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲ। ନିଜ ଘର ପଛପଟ ପଡ଼ିଆରେ ନାବାଳିକା ଜଣଙ୍କ ଜଳୁଥିବାର ଦେଖିବାକୁ ପାଇଥିଲେ ପାଖ ପଡ଼ୋଶୀ। କେହି ଜଣେ ଝିଅ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିବା ନିଜ ବୟାନରେ କହିଥିଲେ ନାବାଳିକା। ବାଲେଶ୍ୱର, ବଳଙ୍ଗା, ପଟ୍ଟାମୁଣ୍ଡାଇ ପୋଡ଼ି ଘଟଣା ମନର ନ ଲିଭୁଣୁ ବରଗଡ଼ ଗାଇସିଲଟ ନାବାଳିକା ପୋଡ଼ିରେ ପ୍ରାଣ ହରେଇଛି। ବରଗଡ଼ ପୋଡ଼ି ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର  ଟିମ୍  ଗଠନ ହେଇଥିବା ସୂଚନା ଦେଇଛନ୍ତି  ବଲାଙ୍ଗୀର ଏସପି ଅଭିଳାଷ ଜି.।  ୩ ଜଣ ଆଇଆଇସିଙ୍କୁ ନେଇ ଟିମ୍ ଗଠନ  ହୋଇଛି। ତେବେ  ଗୋଟେ ପରେ ଗୋଟେ ଘଟଣା ଘଟିଯାଉଥିବା ବେଳେ ପୁଲିସ କିନ୍ତୁ ଘଟଣାର ଖିଅ ପାଉନି କି ପ୍ରକୃତି ଅଭିଯୁକ୍ତକୁ ଧରିପାରୁନି। ଖାଲି ଯାହା ତଦନ୍ତ ଆଉ ଜେରା ଚାଲିଛି। ଏ ପରି ଘଟଣାରେ  ଅଭିଯୁକ୍ତ କିଏ ସେକଥା ଯେମିତି ରହସ୍ୟରେ ରହିଯାଉଛି, ଯାହା ଏଭଳି ଘଟଣା ଘଟିବାକୁ ବଳ ଯୋଗାଉଛି ବୋଲି ଆଲୋଚନା ହେଉଛି ।

ବିପଦରେ ମହିଳା, ନାବାଳିକାଙ୍କୁ ଜାଳିଦେଲେ

ଏଫ୍ ଏମ୍ କଲେଜର ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ରାଜନୀତି ଥମିନି। ୟାରି ଭିତରେ ପୁରୀ ଜିଲ୍ଲା ପିପିଲିର ବଳଙ୍ଗାରେ ଅଭାବନୀୟ ଘଟଣା ଘଟିଛି। ନାବାଳିକାଙ୍କୁ ନିଆଁ ଲଗେଇ ଦେଇଛନ୍ତି ଦୁର୍ବୃର୍ତ୍ତ। ସୂଚନା ମୁତାବକ, ସକାଳୁ ସାଙ୍ଗ ଘରକୁ ଯାଉଥିଲା ବାଟରେ ନାବାଳିକାକୁ ୩ ଦୁର୍ବୃତ୍ତ ଉଠାଇ ନେଇଥିଲେ । ମୁହଁରେ କପଡ଼ା ବାନ୍ଧି ଭାର୍ଗବୀ ନଦୀ ପଠାକୁ ନେଇଯାଇ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜାଳିଦେଇଛନ୍ତି। କିଛି ସ୍ଥାନୀୟ ଲୋକ ନିଆଁ ଲିଭାଇବା ସହ ନାବାଳିକାକୁ ଉଦ୍ଧାର କରିଛନ୍ତି । ପିପିଲି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ପୀଡ଼ିତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ନାବାଳିକାଙ୍କର ଶରିରର 70% ପୋଡ଼ିଯାଇଛି । ଗୁରୁତର ଅବସ୍ଥାରେ ସେ ଏମ୍ସରେ ଚିକିତ୍ସିତ ହେଉଛନ୍ତି।

ଘଟଣାସ୍ଥଳରେ ପହଞ୍ଚି ପୁରୀ ଏସପି ପିନାକ ମିଶ୍ର ତଦନ୍ତ କରୁଛନ୍ତି। ନାବାଳିକାଙ୍କର ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି। ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମଦାହ ଘଟଣାକୁ ବେଶୀ ଦିନ ବିତି ନଥିଲା ବେଳେ ରାସ୍ତା ମଝିରେ ଦିନ ଆଲୁଅରେ ଏଭଳି ଅଘଟଣକୁ ନେଇ ଚର୍ଚ୍ଚା ହେଉଛି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବିରୋଧୀ ଅଭିଯୋଗ କରୁଥିଲା ବେଳେ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି।