Category Sports

IPL ଢାଞ୍ଚାରେ ଖେଳିବ ଓଡ଼ିଶା

ଓଡ଼ିଶା ଖେଳିବ ମିନି IPL । ଦିନକ ପରେ ଆରମ୍ଭ ହେବ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ (OPTL)ବାରବାଟି ଷ୍ଟାଡ଼ିୟମରେ ହେବ କ୍ରିକେଟରଙ୍କ ମହାମିଳନ ।ଭାଗ ନେବେ 6 ଟି ଟିମ୍ । ସେପ୍ଟେମ୍ବର 17ରୁ 26 ପର୍ଯ୍ୟନ୍ତ ଚାଲିବ IPL ଢାଞ୍ଚାର ମ୍ୟାଚ୍ । ଓଡ଼ିଶାରେ ଟି-୨୦ ଲିଗ୍ ର ଆୟୋଜନ ହେବ। IPL ଭଳି ଓଡ଼ିଶାରେ ଟୁର୍ଣ୍ଣାମେଣ୍ଟ ହେବବାରବାଟୀ ଷ୍ଟାଡିୟମରେ ସେପ୍ଟେମ୍ୱର ୧୭ ତାରିଖରେ ଓଡ଼ିଶା ପ୍ରୋ ଟି-୨୦ ଲିଗ୍ ଖେଳାଯିବ ଓଡ଼ିଶା କ୍ରିକେଟ ଆସୋସିଏସନ ଏହି ଫ୍ରାଞ୍ଚାଇଜ ଭିତ୍ତିକ ଟି-୨୦ ଲିଗ୍ ଆୟୋଜନ କରୁଛି
ଏ ଖେଳକୁ ନେଇ ଅକ୍ସନ୍ ମଧ୍ୟ ହୋଇ ସାରିଛିଖେଳାଳିଙ୍କୁ A, B, C, D ରେ ଫ୍ରାଞ୍ଚାଇଜରେ ସାମିଲ କରିଛନ୍ତି । ମରକ୍ୟୁ ଖେଳାଳିଙ୍କ ମୂଲ୍ୟ ୧,୨୫,୦୦୦ ଟଙ୍କା, A ବର୍ଗର ଖେଳାଳିଙ୍କ ମୂଲ୍ୟ ୧,୦୦,୦୦୦ ଟଙ୍କା, B ବର୍ଗର ଖେଳାଳିଙ୍କ ମୂଲ୍ୟ ୭୫,୦୦୦ ଟଙ୍କା, C ବର୍ଗର ଖେଳାଳିଙ୍କ ମୂଲ୍ୟ ୫୦,୦୦୦ ଟଙ୍କା, D ବର୍ଗର ଖେଳାଳିଙ୍କ ମୂଲ୍ୟ ୪୦,୦୦୦ ଟଙ୍କା ରଖାଯାଇଛି

୬ଟି ଦଳ ଓ ଖେଳାଳିଙ୍କ ନାଁ ମଧ୍ୟ ଘୋଷଣା ସରିଛି । ପୁରୀ ଟାଇଟନ୍ସ, ରାଉରକେଲା ଷ୍ଟିଲର୍ସ, ସମ୍ୱଲପୁର ଓ୍ୱାରିୟର୍ସ, ଭୁବନେଶ୍ୱର ଟାଇଗର୍ସ, କଟକ ପାନ୍ଥର୍ସ, କେନ୍ଦୁଝର ମାଇନର୍ସ ଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ଏହି ଲିଗର ବ୍ରାଣ୍ଡ ଆମ୍ୱାସାଡର ରହିଛନ୍ତି ଅଷ୍ଟ୍ରେଲିଆର ଫେମସ୍ କ୍ରିକେଟର ବ୍ରେଟ ଲି ଏବଂ ପୂର୍ବତନ ଓଡ଼ିଶା କ୍ରିକେଟର ଦେବାଶିଷ ମହାନ୍ତି
ଓଡ଼ିଶାର ବଛା ବଛା ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେପ୍ରତି ଦଳରେ ୧୬ ଜଣ ଖେଳାଳି ରହିଛନ୍ତି। ତେବେ ପୁରୀର ଅଧିନାୟକ ସନ୍ଦୀପ ପଟ୍ଟନାୟକ,ରାଉରକେଲାର ଆଶୀର୍ବାଦ ସ୍ୱାଇଁ, ସମ୍ୱଲପୁରର ଶୁଭ୍ରାଶୁଂ ସେନାପତି, ଭୁବନେଶ୍ୱରର ସୂର୍ୟ୍ୟକାନ୍ତ ପ୍ରଧାନ, କଟକର ସ୍ୱସ୍ତିକ ସାମଲ, କେନ୍ଦୁଝରର ଗୋବିନ୍ଦ ପୋଦ୍ଦାରପ୍ରତିଦିନ ୨ଟି ଲେଖାଏଁ ମ୍ୟାଚ ଖେଳାଯିବ। ଏହି ଟି-୨୦ ଲିଗର ସବୁ ମ୍ୟାଚ ଡେ ନାଇଟ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ଓଡ଼ିଶା ଖେଳାଳିଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ହେବ ବୋଲି ଚର୍ଚ୍ଚା ହେଉଛି

ଇଣ୍ଡିଆ ଟିମରେ ଓଡ଼ିଆ କ୍ରିକେଟର

ହକି କ୍ଷେତ୍ରରେ ଯଥେଷ୍ଟ ଚର୍ଚ୍ଚାରେ ଅଛି ଓଡ଼ିଶା ଦୀଲିପ ତିର୍କୀ, ଅମିତ ରୋହି ଦାସ, ବୀରେନ୍ଦ୍ର ଲାକ୍ରାଙ୍କ ଭଳି ଖେଳାଳୀ ଅନ୍ତର୍ଜାତୀୟ ସ୍ତରରେ ଖୁବ୍ ନାଁ କରିଛନ୍ତି । ମାତ୍ର ଅନ୍ତର୍ଜାତୀୟ କ୍ରିକେଟରେ ଓଡ଼ିଶାରୁ ଖୁବ୍‌ କମ୍‌ ଖେଳାଳି ନାଁ କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଭଲ ଖେଳିଥିବା ଓଡ଼ିଆ ଖେଳାଳିଙ୍କ ସଂଖ୍ୟା ଖୁବ୍ କମ୍ଇଣ୍ଟରନ୍ୟାସନାଲ କ୍ରିକେଟରେ ଚମକ ଦେଖାଇଥିବା ଓଡ଼ିଆ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଦେବାଶିଷ ମହାନ୍ତି, ପ୍ରଜ୍ଞାନ ଓଝା, ରଞ୍ଜିବ ବିଶ୍ୱାଳ, ସଞ୍ଜୟ ରାଉଳ ଏବଂ ଶିବ ସୁନ୍ଦର ଦାସ । ଏମାନେ ଭାରତ ପାଇଁ ଟେଷ୍ଟ, (ODI) ଏବଂ  ଟି-୨୦ ମ୍ୟାଚ ଖେଳିଛନ୍ତି।

୧.ଦେବାଶିଷ ମହାନ୍ତି
ଦେବାଶିଷ ମହାନ୍ତି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସୁନାମ ଅର୍ଜନ କରିଥିଲେ। ୧୯୯୭ରୁ ୨୦୦୧ ପର୍ଯ୍ୟନ୍ତ ସେ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଛନ୍ତି ସେ ଭାରତ ପାଇଁ ୨ ଟେଷ୍ଟ ସହ ୪୫ଟି ୱାନ୍ ଡେ ମ୍ୟାଚ୍ ଖେଳିଛନ୍ତି। ସେ ଦିନିକିଆ ମ୍ୟାଚରେ ୫୭ଟି ଉଇକେଟ ନେଇଥିଲେ, ଯାହା ତାଙ୍କୁ ଓଡ଼ିଶାର ଅଗ୍ରଣୀ ଆନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ପରିଗଣିତ କରେ। ସବୁଠୁ ବଡ଼ କଥା ହେଉଛି ୧୯୯୯ ୱାର୍ଡକପରେ ସେ ସ୍ଥାନ ପାଇଥିଲେ।

୨-ପ୍ରଜ୍ଞାନ ଓଝା
ପ୍ରଜ୍ଞାନ ଓଝା, ବାମହାତୀ ସ୍ପିନ ବୋଲର। ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ଚାଲିଥିଲା। ସେ ଭାରତ ପକ୍ଷରୁ ୨୪ ଟେଷ୍ଟ, ୧୮ଟି ଦିନିକିଆ, ୬ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ପ୍ରଜ୍ଞାନ ଟେଷ୍ଟ ମ୍ୟାଚରେ ୧୧୩ ଉଇକେଟ ନେଇଥିଲେ। ସେ ଆଇପିଏଲରେ ନାଁ କରିବା ସହ ଏବଂ ୨୦୧୦ରେ ପର୍ପଲ କ୍ୟାପ ଜିତିଛନ୍ତି । ସେ ୨୦୧୧ ୱାର୍ଲ୍ଡକପରେ ପାର୍ଟିସିପେଟ କରିଛନ୍ତି ।
୩.ରଞ୍ଜିବ ବିଶ୍ୱାଳ
ରଞ୍ଜିବ ବିଶ୍ୱାଳ ଅଣ୍ଡର-୧୯ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। ରଞ୍ଜିବ ଓଡ଼ିଶା କ୍ରିକେଟ ଦଳର ଅଧିନାୟକ ଥିଲେ ଏବଂ ଭାରତୀୟ ଅଣ୍ଡର-୧୯ ଦଳକୁ ନେତୃତ୍ୱ ଦେଇଥିଲେ। ସେ ଅନ୍ତର୍ଜାତୀୟ ସିନିୟର ମ୍ୟାଚ ଖେଳି ନ ଥିଲେ, କିନ୍ତୁ ତାଙ୍କର ପ୍ରଶାସନିକ ଯୋଗଦାନ ଉଲ୍ଲେଖନୀୟ। ସେ ଆଇପିଏଲର ପୂର୍ବତନ ଅଧ୍ୟକ୍ଷ ଏବଂ ୨୦୧୧ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ମ୍ୟାନେଜର ଥିଲେ।

୪.ସଞ୍ଜୟ ରାଉଳ
ସଞ୍ଜୟ ଜଣେ ମିଡଲ-ଅର୍ଡର ବ୍ୟାଟ୍ସମ୍ୟାନ ଏବଂ ଅଫ-ସ୍ପିନ ବୋଲର। ସେ ୧୯୯୮ରେ ଶ୍ରୀଲଙ୍କା ବିପକ୍ଷରେ ଏକମାତ୍ର ଦିନିକିଆ ମ୍ୟାଚ ଖେଳିଥିଲେ। ଘରୋଇ କ୍ରିକେଟରେ ସେ ୧୯୯୬-୯୭ ସିଜନରେ ୬୪୪ ରନ ଏବଂ ୩୭ ୱିକେଟ ନେଇ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ୧୯୯୫/୯୬ରେ ଭାରତୀୟ ଅଣ୍ଡର-୧୯ ଦଳର ଅଧିନାୟକ ଥିଲେ ସଞ୍ଜୟ
୫. ଶିବ ସୁନ୍ଦର ଦାସ
ଶିବ ସୁନ୍ଦର ଦାସ ଜଣେ ଓପନିଂ ବ୍ୟାଟ୍ସମ୍ୟାନ, ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟର ୨୦୦୦-୨୦୦୨ ପର୍ଯ୍ୟନ୍ତ ଚାଲିଥିଲା। ସେ ୨୩ ଟେଷ୍ଟ, ୪ ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ସେ ଟେଷ୍ଟ ମ୍ୟାଚରେ ୧୩୨୬ ରନ ସଂଗ୍ରହ କରିଥିଲେ। ଏଥିରେ ୨ଟି ଶତକ ଏବଂ ୯ଟି ଅର୍ଦ୍ଧଶତକ ସାମିଲ ଥିଲା। ତାଙ୍କର ଟେକ୍ନିକାଲ ବ୍ୟାଟିଂ ଶୈଳୀ ତାଙ୍କୁ ଟେଷ୍ଟ ଫର୍ମାଟରେ ସଫଳ କରିଥିଲା। ୨୦୦୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଗୁରୁତ୍ୱପୂର୍ଣ ପ୍ରଦର୍ଶନ କରିଥିଲେ।

ଅଣ ଓଡ଼ିଆଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

  • ଓଡ଼ିଆ ଅସ୍ମିତାକୁ ଶକ୍ତ ଚାପୁଡ଼ା
  • ଓଡ଼ିଆ ଖେଳାଳୀଙ୍କୁ ଅଣଦେଖା
  • ଛତିଶଗଡ଼ ପ୍ରୀତିରେ ଅଣ ଓଡ଼ିଆ IAS ଅଫିସର
  • ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନକୁ ଶସ୍ତା କରିଦେଲେ କ୍ରୀଡ଼ାମନ୍ତ୍ରୀ
  • ଛତିଶଗଡ଼ ଖେଳାଳୀଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ
  • ବିଜୁ ଜନତା ଦଳର ତାମିଲ ପ୍ରୀତି, ଓଡ଼ିଶା ବିଜେପିର ଛତିଶଗଡ଼ ପ୍ରୀତି
  • ଓଡ଼ିଶାର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରକୁ ନେଇ ପୁଣି ବିବାଦ ଗତବର୍ଷ କ୍ରୀଡ଼ା ସମ୍ମାନରୁ ବିଜୁ ପଟ୍ଟନାୟକଙ୍କ ନାଁ ହଟାଇ ଦେଇଥିଲେ ଏବର୍ଷ ଛତିଶଗଡ଼ର ଅନିମେଷ କୁଜୁରଙ୍କୁ ପୁରସ୍କାର ଦେଇଦେଲେ। ଯାହାକୁ ନେଇ ତୁମ୍ବି ତୋଫାନ।

ଗତ ଅଗଷ୍ଟ 29 ତାରିଖ ଥିଲା ଜାତୀୟ କ୍ରୀଡ଼ା ଦିବସ ଓଡ଼ିଶା ସରକାରଙ୍କ ପକ୍ଷରୁ 2024 ବର୍ଷ ପାଇଁ 8ଟି ବିଭାଗ ନିମନ୍ତେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଗଲା, ଯାହାଙ୍କ ମଧ୍ୟରେ ଥିଲେ ଅନିମେଷ କୁଜୁରଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଥିବା ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ୍ ହାଇ ପର୍‌ଫରମାସ୍ ସେଣ୍ଟରରେ ରହୁଛନ୍ତି ଅନିମେଷ। ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ କରୁଛନ୍ତି । କିନ୍ତୁ ତାଙ୍କର ନିଜ ଘର ହେଉଛି ପଡ଼ୋଶୀ ରାଜ୍ୟ ଛତିଗଡ଼ର ଯଶପୁର ଜିଲ୍ଲା ଘୁଇଟାଙ୍ଗର ଗ୍ରାମରେ। ନିୟମ ଅନୁସାରେ କେବଳ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା କ୍ରୀଡ଼ାବିତ୍ ହିଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇବାକୁ ହକଦାର। ମାତ୍ର ଏଥର ଆୱାର୍ଡ ପାଇଛନ୍ତି ଅଣ ଓଡ଼ିଆ  ।

22 ବର୍ଷୀୟ ଅନିମେଷ ବର୍ତ୍ତମାନ ଦେଶର ଦ୍ରୁତତମ ଧାବକ ଭାବେ ଜଣାଶୁଣା। 100 ଏବଂ 200 ମିଟର ରନିଂ ରେସରେ ନ୍ୟାସନାଲ୍ ରେକର୍ଡର ଅଧିକାରୀଏପରିକି, ଚଳିତ ମାସ 13ରୁ ଟୋକିଓରେ ହେଉଥିବା ବିଶ୍ୱ ଆଥଲେଟିକ୍ସ ପ୍ରତିଯୋଗିତାରେ ସେ ଭାରତକୁ ପ୍ରତିନିଧିତ୍ୱ କରିବେ। ଅନିମେଷଙ୍କ ଟ୍ୟାଲେଣ୍ଟକୁ ନେଇ ସନ୍ଦେହ ନାହିଁକିନ୍ତୁ ତାଙ୍କୁ ପୁରସ୍କାର ଦେବା ଆଇନ ବିରୋଧୀ ।ନିୟମ ଅନୁସାରେ, ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପାଇବା ପାଇଁ ଜଣେ ପ୍ରାର୍ଥୀ, ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେନଚେତ୍ ଅତି କମରେ 7 ବର୍ଷ ହେବ ଓଡ଼ିଶାରେ ରହୁଥିବେସେହି ନିୟମ ଯୋଗୁ ମାଇକେଲ୍ କିଣ୍ଡୋଙ୍କ ଭଳି ମହାନ ହକି ଖେଳାଳି, ମରିଗଲେ ପଛେ, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇ ପାରିଲେ ନାହିଁ

ଅନ୍ୟପଟେ ଛତିଶଗଡ଼ର ଅନିମେଷ କୁଜୁର 2023ରେ ବର୍ଷେ ପାଇଁ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବା ଲାଗି ଅନୁମତି ପାଇଥିଲେ ଗୋଟିଏ ବର୍ଷ ପୂରଣ ପରେ ବିନା ଅନୁମତି ପତ୍ରରେ ଓଡ଼ିଶାର ପ୍ରତିନିଧିତ୍ୱ କରୁଛନ୍ତି ପ୍ରଶ୍ନ ଉଠୁଛି, 2002ରୁ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ସମ୍ମାନ ପାଇବା ପାଇଁ କଣ ଆମ ରାଜ୍ୟର କୌଣସି ଖେଳାଳି ଯୋଗ୍ୟ ନଥିଲେ ?
ତେବେ ରାଜ୍ୟ କ୍ରୀଡ଼ା ପୁରସ୍କାର ପାଇଁ ଯୋଗ୍ୟ ପ୍ରାର୍ଥୀ ବାଛିବା ଦାୟିତ୍ୱ ଏକ କମିଟିରଅଣଓଡ଼ିଆ IAS କ୍ରୀଡ଼ା ସଚିବ ସଚିନ୍ ରାମଚନ୍ଦ୍ର ଯାଦବ କମିଟିର ଅଧ୍ୟକ୍ଷ ଥିଲାବଳେ କ୍ରୀଡ଼ା ନିର୍ଦ୍ଦେଶକ ଯେଦୁରା ବିଜୟ ହେଉଛନ୍ତି ଆବାହକଏହା ବ୍ୟତୀତ ଜଣେ ଅଲିମ୍ପିଆନ୍, ଅର୍ଜୁନ ପୁରସ୍କାର ବିଜେତା, ବିଜୁ ପଟ୍ଟନାୟକ ପୁରସ୍କାର ବିଜୟୀ କ୍ରୀଡ଼ାବିତ୍ ଓ କ୍ରୀଡ଼ା ସାମ୍ବାଦିକ, ଓଡ଼ିଶା ଅଲମ୍ପିକ ସଂଘର ସମ୍ପାଦକ ଓ ଜଣେ ବେସରକାରୀ କ୍ରୀଡା ପ୍ରଶାସକ ସେହି କମିଟିର ସଦସ୍ୟI
ମନୋନୟନ କମିଟି ଯୋଗ୍ୟ ପ୍ରାର୍ଥୀ ସ୍ଥିର କରିବା ପରେ ଅନୁମୋଦନ ପାଇଁ ତାଲିକା, ଯାଇଥିଲା କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କ ପାଖକୁ। କିନ୍ତୁ ମନୋନୀତ ପ୍ରାର୍ଥୀଙ୍କ ତାଲିକା ପୁରସ୍କାର ପ୍ରଦାନ ଉତ୍ସବ ପର୍ଯ୍ୟନ୍ତ ଗୁପ୍ତ ରଖାଯାଇ ଥିଲା। ଶ୍ରେଷ୍ଠ କ୍ରୀଡ଼ାବିତ ପୁରସ୍କାର ପାଇଁ ଅନିମେଷ କୁଜୁରଙ୍କ ନାଁ ଆସିବା ବେଳେ ଏହାର ଦୃତ ପ୍ରତିବାଦ କରିଥିଲେ ଉପସ୍ଥିତ କ୍ରୀଡ଼ା ସାମ୍ବାଦିକ । କିନ୍ତୁ ଅନ୍ୟମାନେ ଅନିମେଷଙ୍କୁ ଓଡ଼ିଶାର ଗର୍ବ ଓ ଗୌରବ ଦର୍ଶାଇ ଛତିଶଗଡ଼ ହାତକୁ ଟେକିଦେଲେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

କ୍ରିକେଟରଙ୍କ ଫିଟନେସ୍ ମାପିବ BCCI

Board of Control for Cricket in India (BCCI) ଖେଳାଳିଙ୍କ ଫିଟନେସ ପରୀକ୍ଷା କରିବା ପାଇଁ ନୂଆ ନିୟମ ପ୍ରଚଳନ କରିଛି। ଯୋଉ ନିୟମର ନାଁ ହେଉଛି ବ୍ରୋଙ୍କୋ ଟେଷ୍ଟ। ରଗବି ଖେଳରେ ଏ ଟେଷ୍ଟ କରାଯାଏ । ଏ ଟେଷ୍ଟକୁ ଏବେ କ୍ରିକେଟରେ ପ୍ରୟୋଗ କରାଯାଇଛିଏହା ଖେଳାଳିଙ୍କ ଏରୋବିକ କ୍ଷମତା ଏବଂ ରନିଂ ଷ୍ଟାମିନା ପରୀକ୍ଷା କରିବ। କେବଳ ଏତିକି ନୁହେଁ କେତେ ସ୍ପିଡ଼ରେ ବୋଲରମାନେ ଦୌଡି ପାରୁଛନ୍ତି ଏ ଟେଷ୍ଟ ମଧ୍ୟ BCCI ଅବଜର୍ଭ କରିବ । ଏହି ପରୀକ୍ଷାରେ ପାସ କରିବା ପରେ ହିଁ ଖେଳାଳିଙ୍କୁ ଟିମ ଇଣ୍ଡିଆରେ ସାମିଲ କରାଯିବ। ଖେଳାଳିଙ୍କ ଷ୍ଟାମିନା ବୃଦ୍ଧି କରିବା ଏବଂ ସେମାନଙ୍କୁ ଦୀର୍ଘ ସମୟ ପାଇଁ ଫିଟ ରଖିବା ପାଇଁ ବ୍ରୋଙ୍କୋ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି।

ବ୍ରୋଙ୍କୋ ଟେଷ୍ଟରେ, ଖେଳାଳିଙ୍କୁ ଗୋଟିଏ ସେଟରେ ୨୦ ମିଟର, ୪୦ ମିଟର ଏବଂ ୬୦ ମିଟରର ସଟଲ ରନ କରିବାକୁ ପଡିବ। ଏହିପରି ମୋଟ ପାଞ୍ଚଟି ସେଟ ବିନା ବ୍ରେକରେ ଦୌଡ଼ିବାକୁ ପଡ଼ିବ। 1200 ମିଟରର ଏ ରନିଂ ଟେଷ୍ଟକୁ ସାରିବାକୁ ମାତ୍ର 6 ମିନିଟ ସମୟ ଦିଆଯିବ । ୬ ମିନିଟ ମଧ୍ୟରେ ବ୍ରୋଙ୍କୋ ପରୀକ୍ଷା ପାସ କରିବାକୁ ପଡ଼ିବ । ଇଣ୍ଡିଆନ ବୋଲର ଟେଷ୍ଟ କ୍ରିକେଟରେ ଲମ୍ବା ସ୍ପେଲ ବୋଲିଂ କରିବାରେ ବିଫଳ ହୋଇଛନ୍ତି। ଏବେକାର ରେକର୍ଡକୁ ଦେଖିଲେ ଇଂଲଣ୍ଡ ଗସ୍ତରେ, କେବଳ ମହମ୍ମଦ ସିରାଜ ପାଞ୍ଚଟି ଟେଷ୍ଟ ଖେଳିପାରିଥିଲେ, ଏବଂ ପ୍ରତ୍ୟେକ ସେସନରେ ସମାନ ଗତିରେ ବୋଲିଂ କରିଥିଲେ। ବାକି ବୋଲରମାନେ ଲମ୍ବା ସ୍ପେଲ ବୋଲିଂ କରି ପାରି ନଥିଲେ ।ସେଥିପାଇଁ ଏହି ନୂତନ ଫିଟନେସ ପରୀକ୍ଷା ପ୍ରଚଳନ କରାଯାଇଛି। ଏନର୍ଜି ଏବଂ କଣ୍ଡିସନିଂ ଟ୍ରେନର ଆଡ୍ରିଆନ ଲେ ରକ୍ସ ବ୍ରୋଙ୍କୋ ଟେଷ୍ଟ ପାଇଁ ସୁପାରିଶ କରିଥିଲା ବେଳେ ମେନ୍ କୋଚ୍  ଗୌତମ ଗମ୍ଭୀର ସହମତି ଦେଇଛନ୍ତି ।

ସୁନିଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗିଲେ ଗିଲ୍

ୟୁଥ୍ କ୍ରିକେଟର ଶୁବମନ୍ ଗିଲଙ୍କ ବଡ଼ ସଫଳତା । ଆଇସିସି ଟେଷ୍ଟ ରାକିଂରେ ଟପ୍ ଟେନରେ ସ୍ଥାନ ପାଇଛନ୍ତି ଶୁବମନ୍ ଗିଲ। ଟେଷ୍ଟ ରାକିଂରେ ହାଇ ଜମ୍ପ ମାରିବା ସହିତ  ୨୧ ନମ୍ବର ସ୍ଥାନରୁ ଉପରକୁ ଉଠିଛନ୍ତି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ପାରିରୁ ଏହି ସଫଳତା ମିଳିଛି।
ଦ୍ୱିତୀୟ ଟେଷ୍ଟର ପ୍ରଥମ ଇଂନିସରେ ଦ୍ୱିଶତକ ଓ ଦ୍ୱିତୀୟ ଇଂନିସରେ ଶତକ ମାରିଥିଲେ ଭାରତୀୟ କ୍ରିକେଟ ଟିମର ଟେଷ୍ଟ ଅଧିନାୟକ ଗିଲ୍। ଏହି ଇନିଂସ ବଳରେ ସେ ୧୫ ଜଣ ଖେଳାଳିଙ୍କୁ ପଛରେ ପକାଇଛନ୍ତି। ତେବେ ଇଂଲଣ୍ଡ ପ୍ରତିଭାବାନ ହ୍ୟାରୀ ବ୍ରୁକ ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ଟେଷ୍ଟ କ୍ରିକେଟରେ ଜୋ ରୁଟଙ୍କୁ ହଟାଇ ହ୍ୟାରି ବ୍ରୁକ୍ ଏକ ନମ୍ବର ସ୍ଥାନକୁ ଯାଇଛନ୍ତି । ରୁଟ୍ ଗୋଟିଏ ସ୍ଥାନ ତଳକୁ ଖସି ଦ୍ୱିତୀୟ ସ୍ଥାନକୁ ଆସିଛନ୍ତି । ଅନ୍ୟ ପକ୍ଷରେ ଭାରତର ନବ ନିଯୁକ୍ତ ଟେଷ୍ଟ ଅଧିନାୟକ ଗିଲ ସୁନିଲ ଗାଭାସ୍କରଙ୍କ ରେକର୍ଡ ଭାଙ୍ଗି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। 

ଇଂଲଣ୍ଡର ଏହି ଖେଳାଳି ପ୍ରଥମ ଟେଷ୍ଟର ପ୍ରଥମ ଇଂନିସରେ ୯୯ ଓ ଦ୍ୱିତୀୟ ଇଂନିସରେ ଶତକ ମାରିଥିଲେ। ଯାହା ତାଙ୍କୁ ଆଇସିସି ଟେଷ୍ଟ ରାକିଂର ଏକ ନମ୍ବର ସ୍ଥାନରେ ପହଞ୍ଚାଇଛି। ଦୁଇଟି ଟେଷ୍ଟରେ ଜୋ ରୁଟ୍ ଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। କେନ ଓ୍ବିଲିୟମସନ ତୃତୀୟ ସ୍ଥାନରେ ଥିବା ବେଳେ ୟଶସ୍ୱୀ ଜଶଓ୍ୱାଲ ଚତୁର୍ଥ ଏବଂ ଷ୍ଟିଭ ସ୍ମିଥ୍ ପଞ୍ଚମ ସ୍ଥାନରେ ରହିଛନ୍ତି। ଟେମ୍ବା ବାଭୁମା ୭ମ ସ୍ଥାନରେ ରହିଛନ୍ତି। ରିଷଭ ପନ୍ତ ତଳକୁ ଖସି ଅଷ୍ଟମ ସ୍ଥାନକୁ ଚାଲି ଆସିଛନ୍ତି । ନବମ ସ୍ଥାନରେ କାମିନ୍ଦୁ ମେଣ୍ଡିସ୍ ଓ ୧୦ମ ସ୍ଥାନରେ ଅଛନ୍ତି ଜେମି ସ୍ମିଥ।