Category Sports

ରୋହିତଙ୍କ ନୂଆ ଇନିଂସ୍! କ୍ରିକେଟ୍ ପରେ ଟେଲି ପରଦାରେ ହିଟମ୍ୟାନ୍

କ୍ରିକେଟକୁ ବାଏ ବାଏ କହିବେ କି ରୋହିତ ଶର୍ମା? ଟେଲି ପରଦାରେ ହିଟମ୍ୟାନଙ୍କ ନୂଆ ଅବତାର, IPLକୁ ନେଇ ବଢୁଛି ସସପେନ୍ସ । କ୍ରିକେଟ୍ ପଡ଼ିଆରେ ନିଜ ନାଁରେ ‘ହିଟମ୍ୟାନ୍’ ଟ୍ୟାଗ୍ ଯୋଡ଼ିଥିବା ରୋହିତ ଏବେ ଏକଦମ୍ ନୂଆ ଅବତାରରେ ଆସୁଛନ୍ତି।  ଚଉକା-ଛକାରେ ଦର୍ଶକଙ୍କ ମନ ଜିତୁଥିବା ହିଟମ୍ୟାନ୍ ରୋହିତ ଶର୍ମା ଏବେ ଟେଲି ପରଦାରେ ଦେଖାଇବେ ନୂଆ ଜଲୱା। କିନ୍ତୁ ଏହା କ’ଣ ରୋହିତଙ୍କ କ୍ରିକେଟ୍ କ୍ୟାରିୟରର ଶେଷ ଆଡ଼କୁ ଇସାରା? ନା କ୍ରିକେଟ୍ ସହିତ ଟିଭିରେ ମଧ୍ୟ ଚାଲିବ ହିଟମ୍ୟାନଙ୍କ ଦ୍ୱିତୀୟ ଇନିଂସ୍? କ୍ରିକେଟ୍‌  ଛାଡ଼ିବେ କି ରୋହିତ? ନା ଜାରି ରଖିବେ କ୍ରିକେଟ୍ କ୍ୟାରିୟର? ଏଭଳି ଅନେକ ପ୍ରଶ୍ନ ମଧ୍ୟରେ ହିଟମ୍ୟାନଙ୍କ ନୂଆ ଅବତାରକୁ ନେଇ ବଢିଛି ଚର୍ଚ୍ଚା। ରୋହିତ ଶର୍ମା ଖୁବଶୀଘ୍ର ଟେଲିଭିଜନ ଏଣ୍ଟରଟେନମେଣ୍ଟ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଫ୍ୟାମିଲି ଫୁଲ୍ ହାଉସ୍ ୱିଥ୍ ରୋହିତ ଶର୍ମା ରିଆଲିଟି ଶୋ’ରେ ହୋଷ୍ଟ ଭାବେ ନଜର ଆସିବେ ହିଟମ୍ୟାନ୍। ସେପ୍ଟେମ୍ବର ୧୯ରୁ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ସହ ସୋନି ଲାଇଭ୍‌ରେ ଏହି ଶୋ’ ଟେଲିକାଷ୍ଟ ହେବ।

ଶୋ’ର ପ୍ରୋମୋ ସାମ୍ନାକୁ ଆସିବା ପରେ ରୋହିତଙ୍କ ନୂଆ ଅନ୍ଦାଜକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢିଛି। ଗାର୍ଡେନ୍ ସେ ରିପୋର୍ଟିଂ ଲାଇଭ୍, ଜର୍ସି ନମ୍ବର ୪୫ କହି ରୋହିତ ଶୋ’ର ଆରମ୍ଭ କରୁଥିବା ଦେଖିବାକୁ ମିଳିଛି। ସିନିୟର ଆକ୍ଟର ରାକେଶ ବେଦୀଙ୍କ ସହ ତାଙ୍କ  ଫନୀ ଡାଇଲଗ ଦର୍ଶକଙ୍କ ପାଖରେ ତାଙ୍କର ପବ୍ଲିସିଟି ବଢ଼ାଉଛି । ଜଣେ କ୍ରିକେଟରଙ୍କୁ ଅଲଗା ଅନ୍ଦାଜରେ ଦେଖି ବେଶ୍ ଏଞ୍ଜୟ କରୁଛନ୍ତି ଫ୍ୟାନ୍ସ । ତେବେ ଟେଲି ପରଦାରେ ରୋହିତଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ମଧ୍ୟରେ ତାଙ୍କ କ୍ରିକେଟ୍ କ୍ୟାରିୟରକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ବିଶେଷକରି IPL ଖେଳିବେ କି ନାହିଁ  ଏହାକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ବଢ଼ୁଛି ସସପେନ୍ସ । ରୋହିତଙ୍କ ରିଟାୟାର୍ଡମେଣ୍ଟ ଚର୍ଚ୍ଚାକୁ ବିସିସିଆଇ ପକ୍ଷରୁ ଖଣ୍ଡନ କରାଯାଇଛି। ବୋର୍ଡ  ସେକ୍ରେଟାରୀ ଦେବଜୀତ ସାଇକିଆ କହିଛନ୍ତି ଯେ ରୋହିତଙ୍କ  ରିଟାୟାର୍ହକୁ ନେଇ ଆସୁଥିବା ଖବର ଭିତ୍ତିହୀନ। ସେ ଏବେ ବି ଦଳର ଜଣେ ପ୍ରମୁଖ ଓ ବରିଷ୍ଠ ବ୍ୟାଟର ଏବଂ ତାଙ୍କ ଉପରେ ବୋର୍ଡର ଭରସା ରହିଛି। ଏହା ସହ ଆଗାମୀ ୱେଷ୍ଟଇଣ୍ଡିଜ୍ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ରୋହିତ ଭାରତୀୟ ଦଳ ପକ୍ଷରୁ ଖେଳିବେ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି। କ୍ରିକେଟ୍ ପଡ଼ିଆରୁ ଏବେ ଟେଲି ପରଦାକୁ ରୋହିତଙ୍କ ନୂଆ ଇନିଂସ୍ ଆରମ୍ଭ ହେବାକୁ ଯାଉଛି। ପଡ଼ିଆରେ ବ୍ୟାଟ୍‌ରେ ଧମାକା କରିଥିବା ହିଟମ୍ୟାନ୍ ଟିଭି ପରଦାରେ କେତେ ଧମାଲ୍ କରିବେ, ତାହା ଦେଖିବାକୁ ଏବେ ଦର୍ଶକଙ୍କ ଅପେକ୍ଷା। ତେବେ ଟେଲି ପରଦାରେ ହିଟମ୍ୟାନଙ୍କ ଧମାକା କେତେ ହିଟ୍ ହେବ? ଏହା ଉପରେ ଏବେ ସମସ୍ତଙ୍କ ନଜର।

ଅନୁଷ୍କାଙ୍କ ଜପରେ ସକ୍ସେସ୍ RCB

ବିରାଟ କୋହଲିଙ୍କ ପାଇଁ ରାଧା ନାମ ଜପ କରୁଛନ୍ତି ଅନୁଷ୍କା ଶର୍ମା । ସ୍ୱାମୀଙ୍କ ବିଜୟ ପାଇଁ ଅନୁଷ୍କାଙ୍କ ପ୍ରାର୍ଥନା ଭାଇରାଲ ହେବାରେ ଲାଗିଛି । IPL ୨୦୨୬ର କ୍ୱାଲିଫାୟର୍-୧ ମ୍ୟାଚ୍‌ରେ RCBର ବିଜୟ ପାଇଁ ଅଭିନେତ୍ରୀ ଅନୁଷ୍କା ଶର୍ମା  ‘ରାଧା’ ନାମ ଜପ କରି ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା। ଏହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

Royal Challengers Bengaluru ୨୬ ମେ’ରେ ଖେଳାଯାଇଥିବା କ୍ୱାଲିଫାୟର୍-୧ ମ୍ୟାଚ୍‌ରେ Gujarat Titans କୁ ପରାସ୍ତ କରିଛି। ଧର୍ମଶାଳାରେ ହୋଇଥିବା ଏହି ରୋମାଞ୍ଚକର ମ୍ୟାଚ୍‌ରେ ଆରସିବି ଜିତି IPL ୨୦୨୬ ଫାଇନାଲ୍‌ରେ ନିଜ ସ୍ଥାନ ପକ୍କା କରିଛି। ଏହି ସମୟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କୁ ସମର୍ଥନ କରିବା ପାଇଁ ଷ୍ଟାଡିୟମ୍‌ରେ ଉପସ୍ଥିତ ଥିଲେ। ଭାଇରାଲ୍ ହେଉଥିବା ଅନେକ ଫଟୋ ଓ ଭିଡିଓରେ ସେ ଆଗ ସିଟ୍‌ରେ ବସି ଟିମ୍‌କୁ ଉତ୍ସାହିତ କରିଥିଲେ । ମ୍ୟାଚ୍‌ ସମୟରେ ପ୍ରାର୍ଥନା କରୁଥିବା ତାଙ୍କ ଅନେକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।

ରୋହିତଙ୍କୁ ନେଇ ଚିନ୍ତାରେ ସିଲେକ୍ସନ୍ ବୋର୍ଡ, ବିଶ୍ୱକପରୁ ବାଦ୍‌ ସମ୍ଭାବନା

ରୋହିତ ଶର୍ମାଙ୍କୁ ନେଇ ଚିନ୍ତାରେ BCCI 2027 ୱାର୍ଲ୍ଡ କପରେ ନଜର ଆସି ନ ପାରନ୍ତି ରୋହିତ ଶର୍ମା । ରୋହିତଙ୍କ ଫିଟନେସ୍‌କୁ ନେଇ ପ୍ରଶ୍ନବାଚୀ । ଏମିତିରେ ବି ଚଳିତ IPL ସିଜନରେ RCB ବିପକ୍ଷ ମ୍ୟାଚ୍‌ରେ ରୋହିତ ଆହତ ହୋଇଥିଲେ ଏବଂ କିଛି ମ୍ୟାଚ୍ ଖେଳି ପାରି ନଥିଲେ । ଏବେ ସେ ଜଣେ ଇମ୍ପାକ୍ଟ ପ୍ଲେୟାରଭାବରେ ଖେଳୁଛନ୍ତି, ଯାହା ତାଙ୍କ ଫିଟନେସକୁ ନେଇ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି।  ସିଲେକ୍ସନ୍ ବୋର୍ଡ ଆଗାମୀ ୱାର୍ଲ୍ଡ କପ୍‌ ପୂର୍ବରୁ  ରୋହିତ ଶର୍ମା ଫିଟ୍ ରହିବେ କି ନାହିଁ ସେ ନେଇ ଚିନ୍ତାରେ । ୱାର୍ଲ୍ଡକପ୍  ଖେଳିବାକୁ ହେଲେ ତାଙ୍କୁ ୫୦ ଓଭର ଫିଲ୍ଡିଂ କରିବାକୁ ହିଁ ପଡ଼ିବ, କାରଣ IPL ଭଳି ଏଠାରେ କୌଣସି ଇମ୍ପାକ୍ଟ ପ୍ଲେୟାରର ନିୟମ ନାହିଁ ରୋହିତଙ୍କ ସ୍ଥିତି ପରମିଟ କରିବ କି ନାହିଁ ସେ ନେଇ ପ୍ରଶ୍ନବାଚୀ ।

ବିଶ୍ୱକପ ପୂର୍ବରୁ ଯଦି ରୋହିତ ସମ୍ପୂର୍ଣ୍ଣ ଭାବେ ଫିଟ୍ ନ ହୁଅନ୍ତି, ତେବେ ତାଙ୍କ ବଦଳରେ ୟଶସ୍ୱୀ ଜୟସ୍ୱାଲଙ୍କୁ ସୁଯୋଗ ମିଳିପାରେ । ଆଫଗାନିସ୍ତାନ ବିପକ୍ଷ ସିରିଜ୍‌ରେ ଇଶାନ କିଷନଙ୍କୁ ଏହି କାରଣରୁ ଚୟନ କରାଯାଇଛି, ଯେପରି ସେ ଓପନିଂ ବ୍ୟାଟ୍ସମ୍ୟାନ୍‌ ଭୂମିକା ତୁଲାଇ ପାରିବେ । ଯଦି ବିଶ୍ୱକପ୍‌ରେ ରୋହିତଙ୍କ ଖେଳିବା ନେଇ ଆଶଙ୍କା ଦେଖାଦିଏ, ତେବେ ଜୟସ୍ୱାଲ ତାଙ୍କ ସ୍ଥାନରେ ଇନିଂସ ଆରମ୍ଭ କରିପାରନ୍ତି । ଏଥିପାଇଁ ଚୟନକର୍ତ୍ତାମାନେ ତାଙ୍କୁ ଜଣେ ବ୍ୟାକଅପ୍ ଓପନର୍ ଭାବରେ ପ୍ରସ୍ତୁତ କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି।
ରୋହିତଙ୍କ ଉପରେ ଖୁସି ନାହାନ୍ତି ସିଲେକ୍ଟର
ଏମିତିରେ ବି ରୋହିତଙ୍କ ଉପରେ ଟିମ୍ ମ୍ୟାନେଜମେଣ୍ଟ ଖୁସି ନାହିଁ । ରୋହିତ ୨୦୨୩ ବିଶ୍ୱକପ୍‌ରେ ଆକ୍ରମଣାତ୍ମକ ଶୈଳୀରେ ଇନିଂସ ଆରମ୍ଭ କରୁଥିଲେ । ସେ ପ୍ରଥମ ବଲ୍‌ରୁ ହିଁ ବଡ଼ ସଟ୍ ଖେଳିବାକୁ ଚେଷ୍ଟା କରୁଥିଲେ । କିନ୍ତୁ, ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଯେତେବେଳେ ସେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟାଟିଂ କଲେ, ସେତେବେଳେ ତାଙ୍କ ବ୍ୟାଟିଂରେ ସେ ମନୋଭାବ ଦେଖିବାକୁ ମିଳିନଥିଲା। ଯାହାକୁ ନେଇ ମ୍ୟାନେଜମେଣ୍ଟ ଅସନ୍ତୁଷ୍ଟ । ସିଲେକ୍ସନ୍ ବୋର୍ଡ ମେମ୍ବରଙ୍କ ବିଶ୍ୱାସ ଜିତିବାକୁ ହେଲେ ହିଟ୍‌ମ୍ୟାନଙ୍କୁ ପୁଣି ଥରେ ତାଙ୍କର ସେହି ପୁରୁଣା ଫର୍ମକୁ ଫେରିବାକୁ ପଡ଼ିବ । ନଚେତ୍ ବାଦ୍ ପଡ଼ିବାର ଆଶଙ୍କା ଅଧିକ ।

୬ ବଲ୍‌ରେ ୬ ବ୍ୟାଟ୍ସମ୍ୟାନ ବିଦା !

କ୍ରିକେଟ୍‌ରେ ହ୍ୟାଟ୍ରିକ୍‌ ନେବାକୁ ସବୁଠୁ ବଡ଼ ସଫଳତା ବୋଲି କୁହାଯାଏ। ଏମିତି ରେକର୍ଡ କରିଥିବା କ୍ରିକେଟର ଖୁବ୍ ବିରଳ। କିନ୍ତୁ ଅଷ୍ଟ୍ରେଲିଆର ଦୁଇଜଣ କ୍ରିକେଟର ଏମିତି ରେକର୍ଡ କରିଛନ୍ତି, ଯାହାକୁ ଆଜିପର୍ଯ୍ୟନ୍ତ ବିଶ୍ୱ କ୍ରିକେଟରେ କେହି  ରିପିଟ୍ କରି ପାରିନାହାନ୍ତି। ଆଲେଡ୍ କେରି ଓ ଗାରେଥ୍ ମର୍ଗାନ୍ ଲଗାତାର ଛଅଟି ବଲ୍‌ରେ ଛଅଟି ୱିକେଟ୍ ନେଇ ଇତିହାସ ରଚିଛନ୍ତି।
ଆଲେଡ୍ କେରିଙ୍କ ଐତିହାସିକ ଡବଲ୍ ହ୍ୟାଟ୍ରିକ୍
୨୦୧୭ ଜାନୁଆରୀ ୨୧ରେ ଭିକ୍ଟୋରିଆର ଏକ କ୍ଲବ୍ ମ୍ୟାଚ୍‌ରେ ଗୋଲ୍ଡେନ୍ ପଏଣ୍ଟ କ୍ରିକେଟ୍ କ୍ଲବ୍ ପକ୍ଷରୁ ଖେଳୁଥିବା ଆଲେଡ୍ କେରି ପ୍ରଥମେ ଏହି ସଫଳତା ହାସଲ କରିଥିଲେ। ସେତେବେଳେ ବିପକ୍ଷ ଦଳ ୪୦/୨ରେ ମଜବୁତ ସ୍ଥିତିରେ ଥିଲା। କିନ୍ତୁ କେରି ଗୋଟେ ଓଭର୍‌ରେ ସମ୍ପୂର୍ଣ୍ଣ ମ୍ୟାଚ୍‌ର  ଚିତ୍ର ବଦଳାଇଦେଲେ । ଇନିଂସର ନବମ ଓଭର୍‌ରେ କେରି ଲଗତାର ଛଅଟି ବଲ୍‌ରେ ଛଅଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିଲେ। ପ୍ରଥମ ୱିକେଟ୍ ସ୍ଲିପ୍‌ରେ କ୍ୟାଚ୍, ଦ୍ୱିତୀୟଟି ୱିକେଟ୍‌କିପରଙ୍କ ହାତରେ କ୍ୟାଚ୍, ତୃତୀୟଟି ଏଲ୍‌ବିଡବ୍ଲ୍ୟୁ ଓ ପରବର୍ତ୍ତୀ ତିନିଜଣଙ୍କୁ ବୋଲ୍ଡ କରି ସେ ଅଦ୍ଭୁତ ରେକର୍ଡ କରିଥିଲେ।

 ଗାରେଥ୍ ମର୍ଗାନ୍‌ଙ୍କ ଅବିଶ୍ୱସନୀୟ ପରଫମାନ୍ସ
୨୦୨୩ରେ ମାଜିରାବା ନେରାଙ୍ଗ କ୍ରିକେଟ୍ କ୍ଲବ୍ ପକ୍ଷରୁ ଖେଳୁଥିବା ଗାରେଥ୍ ମର୍ଗାନ୍ ମଧ୍ୟ ସେହି ଅସମ୍ଭବ ରେକର୍ଡ ହାତେଇଥିଲେ । ତାଙ୍କ ଦଳ ପାଇଁ ସ୍ଥିତି ନିରାଶାଜନକ ଥିଲା, କାରଣ ବିପକ୍ଷ ଦଳକୁ ଜିତିବା ପାଇଁ ଶେଷ ଓଭର୍‌ରେ କେବଳ ୪ ରନ୍ ଦରକାର ଥିଲା। କିନ୍ତୁ ମର୍ଗାନ୍ ମ୍ୟଜିକ ଦେଖାଇଲେ । ପ୍ରଥମ ଚାରିଟି ୱିକେଟ୍ କ୍ୟାଚ୍‌ରେ ଆଉଟ୍ ହୋଇଥିବାବେଳେ, ଶେଷ ଦୁଇଜଣ ବ୍ୟାଟ୍ସ ମ୍ୟାନଙ୍କୁ ସେ ବୋଲ୍ଡ କରିଥିଲେ। ଏହି ଲଗାତାର ଛଅଟି ୱିକେଟ୍ ନେଇ କେବଳ ଇତିହାସ ସୃଷ୍ଟି କରିନଥିଲା, ତାଙ୍କ ଦଳକୁ ରୋମାଞ୍ଚକର ଭାବେ ୪ ରନ୍‌ରେ ଜିତାଇଥିଲେ ।

ଆନ୍ତର୍ଜାତୀୟ କ୍ରିକେଟ୍‌ରେ ଏଯାଏଁ ଅସମ୍ଭବ
ଆଲେଡ୍ କେରି ଓ ଗାରେଥ୍ ମର୍ଗାନଙ୍କ ପରି ଆଜିପର୍ଯ୍ୟନ୍ତ ଆନ୍ତର୍ଜାତୀୟ କ୍ରିକେଟ୍‌ରେ କୌଣସି ବୋଲର୍ ଲଗାତାର ଛଅଟି ବଲ୍‌ରେ ଛଅଟି ୱିକେଟ୍ ନେଇପାରିନାହାନ୍ତି। ନିଲ୍ ୱାଗନର୍, ଅଲ୍-ଆମିନ୍ ହୋସେନ୍ ଅଭିମନ୍ୟୁ ମିଥୁନ୍ ଗୋଟେ ଓଭର୍‌ରେ ପାଞ୍ଚଟି ୱିକେଟ୍ ନେଇ ଏହାର ନିକଟକୁ ପହଞ୍ଚିଛନ୍ତି । ଆଲେଡ୍ କେରି ଓ ଗାରେଥ୍ ମର୍ଗାନ୍‌ଙ୍କ ଏହି ଅବିଶ୍ୱସନୀୟ ସଫଳତା କ୍ରିକେଟ୍ ଇତିହାସର ସବୁଠାରୁ ଦୁର୍ଲଭ ଓ ସ୍ମରଣୀୟ ମୁହୂର୍ତ୍ତମାନଙ୍କ ମଧ୍ୟରେ ଗଣାଯାଏ।

IPL ପାଇଁ ପରୀକ୍ଷା ଦେବେ ଧୋନି

ଧୋନିଙ୍କ କମ୍ ବ୍ୟାକକୁ ନେଇ ଫ୍ୟାନ୍ସ ଉତ୍ସାହିତ । ଆଇପିଏଲ୍‌ର ଏଇ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସର ଖରାପ ପ୍ରଦର୍ଶନ ଲାଗି ରହିଥିବାବେଳେ ଟିମ୍ ଲଭର୍ସ ମାନେ ଯଥାଶୀଘ୍ର ମହେନ୍ଦ୍ର ସିଂ ଧୋନିଙ୍କୁ ଦଳରେ ଦେଖିବାକୁ ଚାହୁଁଛନ୍ତି। ଆଘାତ କାରଣରୁ ଫିଲ୍ଡକୁ ଆସୁନଥିବା ଧୋନି ନିଜର ଫିଟନେସ ପ୍ରୁଫ୍ କଲାପରେ ହିଁ ଖେଳିବା ନେଇ ଚର୍ଚ୍ଚା । ଖୁବ୍ ଶୀଘ୍ର ତାଙ୍କ ଫିଟ୍‌ନେସ୍‌ ପରୀକ୍ଷା ହେବ। ଏହି ପରୀକ୍ଷାରେ ସକ୍ସେସ ହେଲେ ଧୋନିଙ୍କୁ ଆସନ୍ତା ଶନିବାର ହେବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ମିଳିପାରେ। ଫିଟ୍‌ନେସ୍‌କୁ ନେଇ ସୁନିଶ୍ଚିତ ହେବା ପରେ ହିଁ ଧୋନିଙ୍କୁ ଖେଳିବାକୁ ଅନୁମତି ଦିଆଯିବ । ଚେନ୍ନାଇ ସୁପର କିଙ୍ଗସର ଚର୍ଚ୍ଚିତ ଖେଳାଳୀ ଧୋନିଙ୍କର ମାଂସପେଶୀରେ ଆଘାତ (calf strain) ଯୋଗୁଁ ସେ ଦଳରୁ ବାହାରେ ଥିଲେ ।

ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗସ (CSK) ମୋଟ ୫ ଥର ଆଇପିଏଲ୍ (IPL) ଟ୍ରଫି ଜିତିଛି। ଏହା ବ୍ୟତୀତ ତାଙ୍କ ଅଧିନାୟକତ୍ୱରେ ଦଳ ୨ ଥର ଚାମ୍ପିଅନ୍ସ ଲିଗ୍ ଟି-୨୦ (CLT20) ମଧ୍ୟ ଜିତିଛି। ସିଏସକେ ଟିମକୁ ସକ୍ସେସ ଦେଇଥିବା ଧୋନି ସିଜିନର ପ୍ରଥମ ତିନୋଟି ମ୍ୟାଚ୍‌ ମିସ୍ କରିଛନ୍ତି। ତାଙ୍କର ଫେରିବା ଏବେ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ।
ଧୋନି କାହିଁକି IPL 2026 ର ପ୍ରାରମ୍ଭିକ ମ୍ୟାଚ୍‌ଗୁଡିକ ଖେଳି ନଥିଲେ?
ନିକଟରେ ଅଭ୍ୟାସ ସମୟରେ ଧୋନିଙ୍କୁ ନେଟ୍ସରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲେ ମଧ୍ୟ, ରିକଭରି ପ୍ରୋଟୋକଲ୍ ଯୋଗୁଁ ସେ ଆରମ୍ଭରେ ଦଳ ସହିତ ନଥିଲେ। ଫ୍ରାଞ୍ଚାଇଜ୍ ଏକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି, ଯାହାଦ୍ୱାରା ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବା ପୂର୍ବରୁ ସେ ସମ୍ପୂର୍ଣ୍ଣ ରୂପେ ଫିଟ୍ ହୋଇପାରିବେ। ତେବେ ଗୁଡ ନ୍ୟୁଜଟି ହେଉଛି ଫିଟ ଥିଲେ ଖେଳିବେ ଧୋନି।