Category Cinema

ଚା ବିକୁଥିଲେ KGF ହିରୋ..

କନ୍ନଡ ସୁପରଷ୍ଟାର ୟଶଙ୍କୁ କିଏ ବା ନଜାଣେ?ସେ ଏମିତି ଏକ ଷ୍ଟେଜରେ ପହଞ୍ଚିଛନ୍ତି ଯୋଉଥିପାଇଁ ତାଙ୍କର କୌଣସି ପ୍ରକାର ପରିଚୟର ଆବଶ୍ୟକତା ନାହିଁ ।ପାନ୍ ଇଣ୍ଡିଆ ସିନେମାକେଜିଏଫ୍ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ସାଉଥ୍ ଆକ୍ଟର ୟଶଙ୍କୁ ନୂଆ ପରିଚୟ ଦେଇଛି। ଏହି ସିନେମା ସହିତ ୟଶ ପାନ୍ ଇଣ୍ଡିଆ ଷ୍ଟାର ହୋଇଯାଇଛନ୍ତି। କେଜିଏଫ ଚାପ୍ଟର ୧ ଓ କେଜିଏଫ ଚାପ୍ଟର ୨ ପାଇଁ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। କହିବାକୁ ଗଲେ କେଜିଏଫ୍ପରେ ଏହାର ଚାପ୍ଟର 2 ୟଶଙ୍କ ପପୁଲାରିଟିକୁ ଆହୁରି ବଢ଼ାଇ ଦେଇଥିଲା ।ଉଭୟ ସିନେମା ମୋଟ ୧୫୦୦ କୋଟିରୁ ଅଧିକ ଆୟ କରିଥିଲା, ଯାହା ଏବେ ସୁଦ୍ଧା ସର୍ବକାଳୀନ ସର୍ବାଧିକ ଆୟ କରିଥିବା କନ୍ନଡ ସିନେମାରୁ ମଧ୍ୟରୁ ଏକ। ଏହି ସଫଳତା ୟଶଙ୍କୁ ଏକ ସୁପରଷ୍ଟାର ଭାବରେ ପ୍ରତିଷ୍ଠିତ କଲା । ତେବେ ୟଶଙ୍କ ପାଇଁ ଏହି  ସକ୍ସେସ ଆଚିଭ୍ କରିବା କୌଣସି ଚମତ୍କାର ଠାରୁ କମ ନୁହେଁ । ଜଣେ ସାଧାରଣ ବସ୍ ଡ୍ରାଇଭରଙ୍କ ପୁଅ ପାଇଁ ଏ ଯାତ୍ରା ଏତେ ସହଜ ନଥିଲ। ଏଥିପାଇଁ ତାଙ୍କୁ କମ୍ ପରିଶ୍ରମ କରିବା ପାଇଁ ପଡ଼ିନି।

ଅଳ୍ପ ବୟସରୁ ଆରମ୍ଭ ହୋଇଯାଇଥିଲା ୟଶଙ୍କ ସଂଘର୍ଷଘର ଛାଡ଼ି ସିନେମା ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ବାପାମାଙ୍କୁ ମନାଇଥିଲେ ୟଶ ।ମାତ୍ର ୧୬ ବର୍ଷ ବୟସରେ ସିନେମାରେ ନିଜ ନାଁ କରିବା ପାଇଁ ଘରୁ ଗୋଡ଼ କାଢ଼ିଥିଲେସୌଭାଗ୍ୟବଶତଃ ତାଙ୍କୁ କନ୍ନଡ ସିନେମାରେ ସହକାରୀ ନିର୍ଦ୍ଦେଶକ ଭାବରେ କାମ ମିଳିଯାଇଥିଲା।ତେବେ ବାଙ୍ଗାଲୋରରେ ପହଞ୍ଚିବାର ମାତ୍ର ଦୁଇ ଦିନ ପରେ ଏହି ପ୍ରୋଜେକ୍ଟ ବନ୍ଦ ହୋଇଯାଇଥିଲା। ସେତେବେଳେ ୟଶଙ୍କ ପାଖରେ କୌଣସି ରାସ୍ତା ନଥିଲା, ଆଉ ପକେଟରେ ମାତ୍ର ୩୦୦ ଟଙ୍କା ପଡ଼ିଥିଲା। ଘରକୁ ଫେରିଥିଲେ ବାପାମାଆଉ ହୁଏତ ସିନେ ଜଗତରେ କାମ କରିବା ପାଇଁ ଛାଡ଼ି ନଥାନ୍ତେ । ଠୋକର ପାଇବା ପରେ ମଧ୍ୟ ୟଶ ହାର ମାନି ନଥିଲେ କି ଘରକୁ ଫେରି ଯାଇନଥିଲେ।

ପାଖରେ ଥିବା ୩୦୦ ଟଙ୍କାରେ ସେ ଏକ ଡ୍ରାମା ଗ୍ରୁପରେ ଜଏନ କରିଥିଲେ।ସେଠାରେ ସେ ବ୍ୟାକଷ୍ଟେଜରେ କାମ କରିବା ଆରମ୍ଭ କରିଥିଲେ।ଚାବିକ୍ରି କରିବା ସହ ଛୋଟମୋଟ କାମ କରି ପ୍ରତିଦି ୫୦ ଟଙ୍କା ରୋଜଗାର କରୁଥିଲେ।ଦିନ ରାତି ପରିଶ୍ରମ କରୁଥିଲେ।ଥିଏଟରରେ ନିଜର କଳାକୁ ମାର୍ଜିତ କରିବା ସହ ୟଶ କଲେଜରେ ମଧ୍ୟ ନାମ ଲେଖାଇଲେଅନେକ ପରିଶ୍ରମ ପରେ ଶେଷରେ ଟିଭି ଧାରାବାହିକ ନନ୍ଦା ଗୋକୁଲାରେ ଅଭିନୟ କରିବାର ସୁଯୋଗ ପାଇଥିଲେ, ଆଉ ସେଇଠି ଅଭିନେତ୍ରୀ ରାଧିକା ପଣ୍ଡିତ ତଥା ତାଙ୍କ ପତ୍ନୀଙ୍କୁ ଭେଟିଥିଲେ।

୨୦୦୭ରେ ୟଶଙ୍କ ଭାଗ୍ୟ  ତାଙ୍କୁ  ସାଥ ଦେଇଥିଲା। ସିନେମା ରକିରେ ମୁଖ୍ୟ ଭୂମିକା ଅଭିନୟ କରିବାର ସୁଯୋଗ ମିଳିଥିଲାହେଲେ ପୂର୍ବରୁ  ସେ ସହ କଳାକାର ଭାବରେ ସିନେ ଦୁନିଆରେ ଏଣ୍ଟ୍ରି କରି ସାରିଥିଲେ। ଶେଷରେ ରୋମାଣ୍ଟିକ୍ କମେଡି ମୋଡାଲାସାଲା ସିନେମା ଜରିଆରେ ୟଶ ଷ୍ଟାରର ମାନ୍ୟତା ପାଇଥିଲେ । ତାପରେ ସିନେମା କିରାଟିକା ଜରିଆରେ ନିଜର ଅଭିନୟର ଯାଦୁଗରୀରେ ଦର୍ଶକଙ୍କ ମନ ଜିଣିପାରିଥିଲେ। ପରେ ପରେ  ଡ୍ରାମା, ଗୁଗଲି, ଶ୍ରୀ ଓ ମିଷ୍ଟର ଓ ମିସେସ ରାମଗଚାରୀ ଭଳି ଅନେକ ହିଟ ଫିଲ୍ମ ଦେଇଥିଲେ। 

୨୦୧୮ ରେ ୟଶ କେଜିଏଫ୍:ଚାପ୍ଟର ୧ରେ  ଅଭିନୟ କରିଥିଲେ, ଯାହା ୨୫୦ କୋଟି ଟଙ୍କା ରୋଜଗାର କରି ସମସ୍ତ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିଥିଲା। ଏହି ସିନେମା  ସର୍ବାଧିକ ଆୟ କରିଥିବା କନ୍ନଡ ଚଳଚ୍ଚିତ୍ର  ହୋଇଥିଲା।ଏହି ରେକର୍ଡ ଚାରି ବର୍ଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଥିଲା। ଏହା ପରେ କେଜିଏଫ୍:ଚାପ୍ଟର ୨ ମୋଟ ୧୨୫୦ କୋଟି ଟଙ୍କା ରୋଜଗାର କରି ପ୍ରଥମ ସିନେମାର ରେକର୍ଡକୁ ଭାଙ୍ଗିଥିଲାଏହି ସିନେମା ସର୍ବକାଳୀନ ସର୍ବାଧିକ ଆୟ କରିଥିବା ଭାରତୀୟ ସିନେମା ମଧ୍ୟରୁ ଗୋଟିଏ ଏବଂ ୧୦୦୦ କୋଟିରୁ ଅଧିକ ଆୟ କରିଥିବା ଏକମାତ୍ର କନ୍ନଡ ସିନେମା।

କେଜିଏଫରୁ ପାଇଥିବା ନ୍ୟାସନାଲ ଷ୍ଟାରଡମ୍ ୟଶଙ୍କୁ କନ୍ନଡ ସିନେମାରୁ ବାହାରିବାରେ ସାହାଯ୍ୟ କରିଥିଲା। ଏବେ ୟଶଙ୍କୁ ନୀତୀଶ ତିୱାରୀଙ୍କ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିଛି।  ରଣବୀର କପୁର ଏବଂ ସାଇ ପଲ୍ଲଭିଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଭାରତର ସବୁଠାରୁ ମହଙ୍ଗା ଫିଲ୍ମ ବୋଲି କୁହାଯାଉଛି। ୟଶ ଏହି ସିନେମାର କୋପ୍ରଡ୍ୟୁସର ହେବାସହ ସିନେମା ପାଇଁ ୨୦୦ କୋଟି ଚାର୍ଜ କରିଥିବା ଜଣାପଡ଼ିଛି। ଦିନେ ଚା ବିକି 50 ଟଙ୍କା ରୋଜଗାର କରୁଥିବା ୟସ୍ ଏବେ ଫିଲ୍ମ ପାଇଁ କୋଟିକୋଟି ଟଙ୍କା ଇନକମ୍ କରୁଛନ୍ତି।

କପୁର ପରିବାରରେ ଜଣେ ମାତ୍ର ଗ୍ରାଜୁଏଟ

କପୁର ପରିବାରର ରକ୍ତରେ ରହିଛି ନିଖୁଣ ଅଭିନୟର ଯାଦୁଗରୀ। ଅଭିନୟ ହେଉ କି ନିର୍ଦ୍ଦେଶନା କିମ୍ବା ସ୍କ୍ରିପ୍ଟ ରାଇଟିଂ,ସବୁଥିରେ କପୁର ପରିବାର ଆଗରେ।ବଲିଓଡରେ ଶତାଦ୍ଧୀ ଧରି ରହିଛି, କପୁର ପରିବାରର ଦବଦବା। ଏହି ପରିବାର ଭାରତୀୟ ସିନେମାକୁ ଅଗଣିତ ସୁପରଷ୍ଟାର ଭେଟି ଦେଇଛି। ହେଲେ ଏହି ପରିବାରର ଏପରି କିଛି ଅଜଣା କଥା ଅଛି, ଯାହା ଖୁବ କମ ଲୋକ ହିଁ ଜାଣନ୍ତି

କପୁର ପରିବାରର କୌଣସି ପୁଅ କେବେ ଉଚ୍ଚଶିକ୍ଷା ପ୍ରାପ୍ତ କରିନାହାନ୍ତିସିନେ ଦୁନିଆରେ ନାଁ କରିବା ନିଶାରେ ପାଠପଢ଼ା ପ୍ରତି ଅଧିକ ଧ୍ୟାନ ଦେଇନାହାନ୍ତି। ହେଲେ ଅନେକ ବର୍ଷ ପରେ ଏହି ପରମ୍ପରା ଭାଙ୍ଗି, ଉଦାହରଣ ସୃଷ୍ଟି କରିଛନ୍ତି, ପରିବାରର ଜଣେ ସଦସ୍ୟ। କପୁର ପରିବାରର ସେହି ସଦସ୍ୟ ଜଣକ ଆଉ କେହି ନୁହଁନ୍ତି, ସେ ହେଲେ ଶମି କପୁରଙ୍କ ପୁଅ ଆଦିତ୍ୟ ରାଜ କପୁର। ସେ କପୁର ପରିବାରର ଏକମାତ୍ର ସ୍ନାତକ ଡିଗ୍ରିଧାରୀ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଦିତ୍ୟ ୬୭ ବର୍ଷ ବୟସରେ ଏହି ଡିଗ୍ରୀ ହାସଲ କରିଛନ୍ତି। ୨୦୨୩ ମସିହାରେ ଆଦିତ୍ୟ, ଇନ୍ଦିରା ଗାନ୍ଧୀ ନ୍ୟାସନାଲ୍ ଓପନ୍ ୟୁନିଭରସିଟିରୁ ଦର୍ଶନ ଶାସ୍ତ୍ରରେ ଡିଗ୍ରୀ ହାସଲ କରିଛନ୍ତି। ଭାରତରେ ଏହି ଡିଗ୍ରୀ ହାସଲ କରିଥିବା ସବୁଠାରୁ ବୟସ୍କ ବ୍ୟକ୍ତି ହୋଇଛନ୍ତି ଆଦିତ୍ୟ ରାଜ କପୁର।ଏତିକିରେ ସେ ଥମି ଯାଇନାହାନ୍ତି। ପାଠପଢ଼ା ପରେ ଆଉ ପାଦେ ଆଗେଇ, ଅଗଷ୍ଟ ୨୦୨୪ରେ  ଶିକ୍ଷକତା ଜୀବନ ଆରମ୍ଭ କରିଛନ୍ତି। 

୧୯୫୬ ମସିହାରେ ଜନ୍ମଗ୍ରହଣ କରିଥିଲେ ଶମି କପୁର ଓ ଗୀତା ବାଲିଙ୍କ ପୁଅ ଆଦିତ୍ୟ ଲରେନ୍ସ ସ୍କୁଲରୁ ପ୍ରାଥମିକ ଶିକ୍ଷା ହାସଲ ପରେ ସିନେମା ବବିରେ ବଡ଼ ବାପା ରାଜ କପୁରଙ୍କୁ ଆସିଷ୍ଟ୍ କରିଥିଲେ। ଧରମ୍ କରମ୍‘, ‘ସତ୍ୟମ୍ ଶିବମ୍ ସୁନ୍ଦରମ୍ ସିନେମାରେ ମଧ୍ୟ କାମ କରିଛନ୍ତି । ହେଲେ କପୁର ପରିବାରର ଅନ୍ୟ ସଦସ୍ୟଙ୍କ ପରି ଆଦିତ୍ୟଙ୍କୁ ଅଭିନୟରେ ଖାସ୍ ସଫଳତା ମିଳିଲା ନାହିଁ ପରେ ବ୍ୟବସାୟ ପାଇଁ ସେ ନିଜକୁ ସିନେ ଜଗତରୁ ଦୂରେଇ ରଖିଥିଲେ।

ସିନେମା ଚେସ୍ ଜରିଆରେ ୨୦୧୦ରେ ପୁଣି ଥରେ ବଲିଉଡକୁ କମ୍ ବ୍ୟାକ୍ କରିଥିଲେ । ୨୦୧୪ରେ ଟିଭି ଜଗତକୁ ଡେବ୍ୟୁ କରିଥିଲେ କିନ୍ତୁ ପାଠପଢ଼ା ପାଇଁ ପୁଣି ଅଭିନୟରୁ ସେ ନିଜକୁ ଦୂରେଇ ନେଇଥିଲେ। ସେହି ପାଠପଢ଼ା ନିଶା ପାଇଁ ଏବେ ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି  । ୯୦ ବର୍ଷରେ କପୁର ଫ୍ୟାମିଲିରେ କାହିଁକି ଗ୍ରାଜୁଏଟ୍ ବାହାରୁ ନଥିଲେ?୧୯୨୦ ଦଶକରେ ସିନେମା ଜଗତରେ ପୃଥିରାଜ କପୁରଙ୍କ ଏଣ୍ଟ୍ରି କରନ୍ତି । ବାପା ପୃଥିରାଜଙ୍କ ରାସ୍ତାରେ ରାଜ କପୁର ପିଲାଟି ଦିନରୁ ହିଁ ସିନେ ଜଗତକୁ ଏଣ୍ଟ୍ରି ମାରିଥିଲେ। ଅଭିନୟ ପାଇଁ ସେ ସ୍କୁଲ ବି ଶେଷ କରିପାରି ନଥିଲେ। ଆଉ ସେ ଆର.କେ ଷ୍ଟୁଡିଓ ପ୍ରତିଷ୍ଠା କରିଥିଲେ। ରାଜ କପୁର ‘ବଲିଉଡର ଶୋ-ମ୍ୟାନ୍’ ଭାବରେ ମଧ୍ୟ ଜଣାଶୁଣା।

ରାଜ କପୁର ଏକାଧାରରେ ଜଣେ ପ୍ରସିଦ୍ଧ ଅଭିନେତା, ନିର୍ମାତା ଏବଂ ନିର୍ଦ୍ଦେଶକ ଥିଲେ। ଖାଲି ସେ ନୁହଁନ୍ତି, ତାଙ୍କ ଭାଇ ଶମି ଏବଂ ଶଶିଙ୍କ ଠାରୁ ଆରମ୍ଭ କରି ପୁଅ ରଣଧୀର, ଋଷି ଏବଂ ରାଜୀବଙ୍କ ପର୍ଯ୍ୟନ୍ତ ସମସ୍ତେ ପାଠପଢ଼ା ଛାଡ଼ି ସିନେ ଜଗତରେ ପାଦ ଥାପିଥିଲେ ଅଳ୍ପ ବୟସର ହିଁ ସମସ୍ତେ ପାଠପଢ଼ା ଛାଡ଼ି ଅଭିନୟ ଆରମ୍ଭ କରି ଦେଇଥିଲେ। ତେବେ ରଣବୀର କପୁର ସ୍କୁଲ ଶିକ୍ଷା ଶେଷ କରି କଲେଜରେ ଆଡ଼ମିସନ୍ ନେଇଥିଲେ। ହେଲେ ଅଭିନୟ ପାଇଁ ରଣବୀର ବି ଅଧାରୁ କଲେଜ ଛାଡ଼ି ଦେଇଥିଲେ।

ED ଜାଲରେ ଶିଳ୍ପା ଶେଟ୍ଟିଙ୍କ ସ୍ୱାମୀ

ପର୍ଣ୍ଣୋଗ୍ରାଫି ମାମଲାରେ,ଛନ୍ଦି ହେବେ ରାଜ୍ କୁନ୍ଦ୍ରା। EDର କଡ଼ା ନଜର,ହେଇପାରେ କଡ଼ା ପଦକ୍ଷେପ।ତିନି ବର୍ଷ ପରେ ପୁଣି ହେଇପାରନ୍ତି ଗିରଫ।ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ  ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବେ ପୁଣି ଅଡୁଆରେ। ତାଙ୍କ ଘର ସହିତ  କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢାଉ କରିଛି ଇଡି। ଅଶ୍ଲୀଳ ମାମଲା ପାଇଁ ଇଡି ଏହି ପଦକ୍ଷେପ ନେଇଛି।ଅଶ୍ଳୀଳ ଭିଡିଓର ଏହି ମାମଲା ବହୁ ବର୍ଷ ପୁରୁଣା ହେଇଥିଲେ ବି ଏ ନେଇ ଖୋଳତାଡ଼ କରୁଛି ଏନଫୋର୍ସମେଣ୍ଟ ଡିରେକ୍ଟରେଟ।

ସୂଚନାନୁସାରେ,ଇଡି କେବଳ ରାଜ କୁନ୍ଦ୍ରାଙ୍କ ଘରେ ନୁହେଁ ବରଂ ପର୍ଣ୍ଣୋଗ୍ରାଫି ମାମଲାରେ ଥିବା ଅନ୍ୟ ଲୋକମାଙ୍କ ଘର ମଧ୍ୟ ଯାଞ୍ଜ କରୁଛି।ଏହି କାର୍ଯ୍ୟ ମୋବାଇଲ୍ ଆପ୍ ମାଧ୍ୟମରେ ଅଶ୍ଳୀଳ ବିଷୟବସ୍ତୁ ନିର୍ମାଣ ଏବଂ ପ୍ରଚାର ସହିତ ଜଡିତ।ଏହି ଅନୁସନ୍ଧାନ ମୁମ୍ବାଇ ପୋଲିସର ୨୦୨୧ ମାମଲା ଉପରେ ଆଧାରିତ।୨୦୨୧ରେ ରାଜ କୁନ୍ଦ୍ରାଙ୍କୁ ଗିରଫ ମଧ୍ୟ କରାଯାଇଥିଲା ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୨୦୨୧ରେ କ୍ରାଇମ ବ୍ରାଞ୍ଚ ଗିରଫ କରିଥିଲା।ଏହି ମାମଲାରେ ସିଟି କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ରାଜ କୁନ୍ଦ୍ରା ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଭୁଲ ବୋଲି କହିଥିଲେ।ଏହି ମାମଲାରେ ସେ ଦୁଇ ମାସ ଜେଲରେ ମଧ୍ୟ ରହିଥିଲେ।

ସୂଚନା ଅନୁଯାୟୀ, ଇଡି ଟିମ୍ ଏହି ମାମଲାରେ ମୋଟ ୧୫ଟି ସ୍ଥାନ ଉପରେ ଚଢାଉ କରିଛି। ଏହି ମାମଲାରେ, ଦେଶରେ ସଂଗ୍ରହ ହୋଇଥିବା ଟଙ୍କା ଏହି ଭିଡିଓ ମାଧ୍ୟମରେ ବିଦେଶକୁ ସ୍ଥାନାନ୍ତର କରାଯାଇଥିଲା।  ଏହିପରି, ବିପୁଳ ପରିମାଣର ଟଙ୍କା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିଲା ଏବଂ ବର୍ତ୍ତମାନ ଏନେଇ  ଇଡି ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି।ତେବେ ମାମଲାର ତିନି ବର୍ଷ ପରେ ଇଡିକୁ କି ସୁଚନା ମିଳୁଛି ତାହା ଦେଖିବା ବାକି।

 

କାହିଁକି ବଢୁଛି ଗ୍ରେ ଡିଭୋର୍ସ

ବିବାହ ଏକ ପବିତ୍ର ସଂପର୍କ। ହୋମ, ଅଗ୍ନି, ଘୃତ,ଦୀପ ଓ ଦଶ ଦିଗପାଳକୁ ସାକ୍ଷୀ ରଖି ଦୁଇ ଜଣ ଅତୁଟ ବନ୍ଧନରେ ବାନ୍ଧି ହୁଅନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ପାଇବା, ଥଟ୍ଟା-ମଜା ଓ ଝଗଡ଼ା ସାଧାରଣ କଥା। ହେଲେ ଛୋଟ ଝଗଡ଼ା କେବେ ଯେ ଛାଡ଼ପତ୍ରରେ ପହଞ୍ଚିଯାଏ ଜଣା ପଡ଼େନି। ଇଣ୍ଟରନେଟ ଯୁଗରେ ଛାଡପତ୍ର ବଦଳରେ ଗ୍ରେ ଡିଭୋର୍ସକୁ ନେଇ ଚର୍ଚ୍ଚା। Music Director ଏଆର ରେହମାନ ନିକଟରେ ଛାଡ଼ପତ୍ର ନେଇଛନ୍ତି। ଏହାକୁ ଗ୍ରେ ଡିଭୋର୍ସ, ବୋଲି କୁହାଯାଉଛି।

ଗ୍ରେ ଡିଭୋର୍ସକୁ ସିଲଭର ସ୍ପ୍ଲିଟର୍ସ କିମ୍ବା ଡାଇମଣ୍ଡ ଡିଭୋର୍ସ ମଧ୍ୟ କୁହାଯାଏ। ଏହାର ଅର୍ଥ, ଦମ୍ପତି ୫୦ବର୍ଷ ବୟସ କିମ୍ବା ତା’ଠାରୁ ଅଧିକ ବୟସ ପର୍ଯ୍ୟନ୍ତ ଏକାଠି ରହି, ହଠାତ୍ ଛାଡପତ୍ର ନିଅନ୍ତି। ଏହାକୁ ଗ୍ରେ ଡିଭୋର୍ସ କୁହାଯାଏ। ବିବାହର ୧୫-୨୦ ବର୍ଷ ପରେ ବିଚ୍ଛେଦକୁ ମଧ୍ୟ ଗ୍ରେ ଡିଭୋର୍ସ କୁହାଯାଏ। ଏହାର ଅର୍ଥ ହେଲା ପରିଣତ ବୟସ ବା କେଶ ଧଳା ହେବା ପରେ ଛାଡ଼ପତ୍ର ନେଇ ଅଲଗା ରହିବା।

ଅନେକ ସେଲିବ୍ରିଟି ଗ୍ରେ ଡିଭୋର୍ସ ନେଇଛନ୍ତି। ବଲିଉଡରେ ଅରବାଜ ଖାନ ଏବଂ ମଲାଇକା ଆରୋରାଙ୍କ ଛାଡପତ୍ରକୁ ଗ୍ରେ ଡିଭୋର୍ସ ମଧ୍ୟ କୁହାଯାଏ। କାରଣ ବିବାହର ୧୯ବର୍ଷ ପରେ ଉଭୟଙ୍କ ସମ୍ପର୍କରେ ପୂର୍ଣ୍ଣଛେଦ ପଡ଼ିଥିଲା। ଏହା ବ୍ୟତୀତ କିରଣ ରାଓ ଏବଂ ଆମୀର ଖାନ, ଫରହାନ ଅଖତର ଏବଂ ଅଧୁନା ଅଖତର, ଅର୍ଜୁନ ରାମପାଲ ଏବଂ ମେହେର ଜେସିଆ,ଏଆର ରେହମାନ ଓ ସାଇରା ବାନୋଙ୍କ ଛାଡ଼ପତ୍ର ଏହି କାଟାଗୋରୀରେ ଅନ୍ତର୍ଭୁକ୍ତ। ଆମୀରଙ୍କ ଛାଡପତ୍ର ୧୫ ବର୍ଷ ପରେ, ଫରହାନଙ୍କ ୧୬ ବର୍ଷ ପରେ, ଅର୍ଜୁନ ରାମପାଲଙ୍କ ୨୧ ବର୍ଷ ପରେ ହୋଇଥିଲା। ସେହିପରି ରେହମାନଙ୍କ ଛାଡପତ୍ର ୨୯ ବର୍ଷ ପରେ ହୋଇଛି।

ପାଶ୍ଚାତ୍ୟ ଦେଶରେ ସାଧାରଣତଃ ଗ୍ରେ ଡିଭୋର୍ସ ମାମଲା ଅଧିକ । ବିବାହର ଅନେକ ବର୍ଷ ପରେ ଛାଡ଼ପତ୍ରର ମୁଖ୍ୟ କାରଣ ହେଲା ଜୀବନରେ ଏକଲା ପଣ। ଉଭୟଙ୍କ ମଧ୍ୟରେ ଆକର୍ଷଣ ଶେଷ ହୋଇଗଲେ ପ୍ରାୟ ଛାଡ଼ପତ୍ର ହୋଇଥାଏ। ଏପରି ସ୍ଥିତିରେ କଥା କଥାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ଛାଡ଼ପତ୍ରର ଆଉ ଏକ କାରଣ ହେଲା ଅବୈଧ ସମ୍ପର୍କ। ସୋସିଆଲ ମିଡିଆ ଯୁଗରେ ନୂଆ ନୂଆ ସମ୍ପର୍କ ଗଢ଼ିବା ଅତି ସହଜ ଏଥିପାଇଁ ଛାଡ଼ପତ୍ର ପରି ଘଟଣା ବୃଦ୍ଧି ପାଉଛି।

କୁହାଯାଏ ଛାଡପତ୍ର ହେବାର ବହୁ ପୂର୍ବରୁ ମାନସିକ ସ୍ତରରେ ପ୍ରଥମ ଛାଡପତ୍ର ହୋଇସାରିଥାଏ। ଡିଭୋର୍ସ ହେଉ କିମ୍ବା ଗ୍ରେ ଡିଭୋର୍ସ, ସଙ୍କେତ ପୂର୍ବରୁ ମିଳିବା ଆରମ୍ଭ ହୋଇଯାଏ। କମ୍ୟୁନିକେସନ୍ ଗ୍ୟାପ୍, ଦୀର୍ଘ ସମୟ ଧରି ପରସ୍ପର ମଧ୍ୟରେ ଦୂରତା, ପାରସ୍ପରିକ ସମନ୍ୱୟର ଅଭାବ, ପିଲାମାନେ ଘରୁ ବାହାରିବା ପରେ ଏକାକୀ ଅନୁଭବ କରିବା ଆଦି ଏହାର ସଙ୍କେତ। ଏହି ସଙ୍କେତ ଧୀରେ ଧୀରେ ସ୍ୱାମୀ-ସ୍ତ୍ରୀଙ୍କୁ ଛାଡପତ୍ର ଭଳି ସଙ୍ଗୀନ ସ୍ଥିତିକୁ ଟାଣିନିଏ।

ଓଡ଼ିଶାରୁ ଆରମ୍ଭ,ମିଥୁନଙ୍କ ଅଭିନୟ

ଦାଦା ସାହେବ ଫାଲକେ ପୁରସ୍କାର ପାଇବା ପରେ ମିଥୁନ ଚକ୍ରବର୍ତ୍ତୀଙ୍କ କ୍ରେଜ୍ ଆହୁରି ବଢ଼ିଛି। ମିଥୁନଙ୍କ ବିଷୟରେ ଗୋଟାଏ ପରେ ଗୋଟାଏ କଥା ଜାଣିବାକୁ ମିଳୁଛି।କେବେ ତାଙ୍କ ଫ୍ୟାମିଲି ଲାଇଫକୁ ନେଇ ଚର୍ଚ୍ଚା ଚାଲୁଛି, ତ ପୁଣି କେବେ ପ୍ରଫେସନାଲ୍ ଷ୍ଟ୍ରଗଲକୁ ନେଇ ଡିସକସନ୍ ହାର୍ଡକୋର କ୍ରିମିନାଲ୍ ଭାବେ ମିଥୁନ ଦାଙ୍କର ହିଷ୍ଟ୍ରୀକୁ ନେଇ କେବେ ଡିବେଟ ହେଉଛି ତ ପୁଣି କେବେ ଫିଲ୍ମ କ୍ୟାରୀୟରକୁ ନେଇ ଲମ୍ବା ଆଲୋଚନାତେବେ ଆପଣ ଜାଣିଛନ୍ତି କି, ଅନେକ ସଫଳତା ପାଇଥିବା ମିଥୁନ୍ ଚକ୍ରବର୍ତ୍ତୀଙ୍କ ଫିଲ୍ମ କ୍ୟାରୀୟର ଓଡ଼ିଶାରୁ ହିଁ ଷ୍ଟାର୍ଟ ହୋଇଛି?

ବଲିଉଡ ଆକ୍ଟର କମ୍ ପ୍ରଡ୍ୟୁସର ଭାବରେ ନାଁ କମାଇଥିବା ମିଥୁନଙ୍କ ଆକ୍ଟିଂ କ୍ୟାରୀୟରର ପ୍ରଥମ ଫିଲ୍ମ, ଓଡ଼ିଆ କାହାଣୀରୁ ହିଁ ତିଆରି ହୋଇଛି। କେବଳ କାହାଣୀ ଓଡ଼ିଆ ନୁହେଁ, ଓଡ଼ିଶା ମାଟିରେ ସୁଟିଂ ମଧ୍ୟ ହୋଇଛି। ଫେମସ୍ ଡିରେକ୍ଟର ମ୍ରିଣାଳ ସେନଙ୍କ ଡିରେକ୍ସନରେ ନିର୍ମିତ ମ୍ରିଗୟା ଥିଲା ମିଥୁନଙ୍କ ଫାଷ୍ଟ ପିକ୍ଚର।ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟର ଷ୍ଟୁଡେଣ୍ଟ ଥିବା ସମୟରେ ଚାନ୍ସ ପାଇଥିଲେ ମିଥୁନବିଶିଷ୍ଠ ବାମପନ୍ଥୀ ଲେଖକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଲେଖା- ଶିକାର ଆଧାରରେ ତିଆରି ହୋଇଥିବା ସେହି ଫିଲ୍ମ ଫେମସ୍ ହେଲା। ଆଉ ମିଥୁନଙ୍କୁ ମିଳିଲା ନ୍ୟାସନାଲ ଆୱାର୍ଡ। ତେଣୁ ମିଥୁନଙ୍କର ସକ୍ସେସ୍ ସହ ଓଡ଼ିଶାର ସ୍ପେଶାଲ୍ ଲିଙ୍କ୍ ରହିଛି।

ମ୍ରିଗୟାର ସଫଳତା ପରେ ହିନ୍ଦୀ ଏବଂ ବଙ୍ଗଳା ସିନେମାରେ ଆକ୍ଟିଂକୁ ମିଥୁନ ଇମ୍ପୋର୍ଟାନ୍ସ ଦେଇଥିଲେ ମଧ୍ୟ ଓଡ଼ିଆ ସିନେମାରେ ତାଙ୍କର ସ୍ୱତନ୍ତ୍ର ଛାପ ଛାଡିଛନ୍ତି। 2000 ମସିହାରେ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ସହର ଜଳୁଛିରେ ଗେଷ୍ଟ କ୍ୟାରେକ୍ଟର ଭାବରେ ନଜର ଆସିଥିଲେ ମିଥୁନ ଚକ୍ରବର୍ତ୍ତୀ। ବିଜୁ ଭାଇ ରୋଲରେ ସାଧାରଣ ଲୋକଙ୍କ ରୋଲ୍ ମଡ଼େଲ ଭାବେ ରିଲରେ ନଜର ଆସିଥିବା ମିଥୁନଙ୍କ ପାଇଁ ସହର ଜଳୁଛି ଫିଲ୍ମ ତିଆରି କରିଥିଲା ଅଲଗା ରେକର୍ଡ। ଏ ଫିଲ୍ମରେ ସିଦ୍ଧାନ୍ତ ମହାପାତ୍ର, ମିହିର ଦାସ, ଜ୍ୟୋତି ମିଶ୍ର, ଉତ୍ତମ ମହାନ୍ତି ଏବଂ ବିଜୟ ମହାନ୍ତିଙ୍କ ଭଳି ଅଭିନେତା ନଜର ଆସିଥିଲେ।

ହରପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏ ଯୁଗର କୃଷ୍ଣ ସୁଦାମା ଫିଲ୍ମରେ ମଧ୍ୟ ମିଥୁନ ଚକ୍ରବର୍ତ୍ତୀ ନଜର ଆସିଛନ୍ତି। ଦୁଇ ବନ୍ଧୁ ଭୂମିକାରେ ଉତ୍ତମ ମହାନ୍ତି ଏବଂ ମିଥୁନଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କୁ ବେଶ୍ ଛୁଇଁଥିଲା। ମିଥୁନଙ୍କ ଅଭିନୀତ ଅନେକ ବଙ୍ଗଳା ଫିଲ୍ମ ଓଡ଼ିଆରେ ଡବିଂ ମଧ୍ୟ ହୋଇଛି।

ଶୁଣିବାକୁ ମିଳେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ପ୍ରତି ବେଶ୍ ଦୁର୍ବଳତା ରହିଛି ମିଥୁନ ଦାଦାଙ୍କରସେଥିପାଇଁ କମ୍ ପାରିଶ୍ରମିକ ନେଇ ସହର ଜଳୁଛି ଫିଲ୍ମରେ ସେ ଅଭିନୟ କରିଛନ୍ତି। ଓଲିଉଡ୍ ଫିଲ୍ମ ପାଇଁ ଅଧିକ ଫି ଡିମାଣ୍ଡ ନକରିବା ସହ ଟିମ୍ ସହ ଖୁବ୍ ଭଲରେ ସେ କାମ କରିଛନ୍ତି।ଆଉ ହଁ, ମିଥୁନଙ୍କ ପ୍ରଥମ ଫିଲ୍ମ ଓଡ଼ିଆ କାହାଣୀ ଉପରେ ପର୍ଯ୍ୟବେଶିତ ହୋଇଥିବାରୁ ତାଙ୍କ ଫିଲ୍ମ କ୍ୟାରୀୟର ଓଡ଼ିଶାରୁ ହିଁ ଆରମ୍ଭ ହୋଇଛି ବୋଲି କୁହାଯାଇପାରେ ତେଣୁ ମିଥୁନଙ୍କ ସକ୍ସେସର ମେନ୍ ଲିଙ୍କ ଓଡ଼ିଶା।

ହିନ୍ଦୁଙ୍କୁ ଗାଳି,ମୁସଲମାନଙ୍କୁ ଗ୍ଲୋରିଫାଏ କରିବା ବଲିଓଡ୍ କଲ୍ଚର

ହିନ୍ଦୁ ବିରୋଧୀଙ୍କ ଆଡ୍ଡା ପାଲଟିଛି ବଲିଉଡ। ସନାତନ ଧର୍ମ ବିରୋଧରେ ହେଉଛି  ସାଙ୍ଘାତିକ ଷଡ଼ଯନ୍ତ୍ର।ଲୋକଙ୍କ ମନରେ ବିଷ ଭରୁଛି ହିନ୍ଦୁ ବିରୋଧୀ ବଲିଉଡ। ଅନେକ ସିନେମାରେ ହିନ୍ଦୁମାନଙ୍କ ସଂସ୍କୃତି ଏବଂ ପରମ୍ପରାକୁ ଅପମାନିତ କରିବା ଯେମିତି ବଲିଉଡର ଏକ କଲଚରରେ ପରିଣତ ହୋଇସାରିଛି। ଜାଣିଶୁଣି ହିନ୍ଦୁ ବିରୋଧୀ ସିନେମା ତିଆରି କରାଯାଇ ଦର୍ଶକଙ୍କ ସାମ୍ନାରେ ଉପସ୍ଥାନ କରାଯାଉଛି।ହିନ୍ଦୁ ଚରିତ୍ରକୁ ଅପମାନ ଢଙ୍ଗରେ ଚିତ୍ରଣ କରାଯାଉଛି। ହିନ୍ଦୁଙ୍କ ବିଶ୍ୱାସକୁ ମଜାକରେ ପରିଣତ କରିଛି ବଲିଉଡ। ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଦୁର୍ବଳତା ବୋଲି ବି ଅନେକ ସ୍ଥାନରେ ବଲିଉଡରେ ଦେଖେଇବାକୁ ଚେଷ୍ଟା କରାଯାଇଛି।ଓ ମାଇଁ ଗଡ୍ ହେଉ ବା ପିକେ ସବୁଠି ଯେମିତି ହିନ୍ଦୁଙ୍କ ଦେବାଦେବୀଙ୍କୁ ଅପମାନିତ କରାଯିବା ସହ ହିନ୍ଦୁଙ୍କ ଆସ୍ଥା ବିରୋଧୀ ସ୍କ୍ରିପ୍ଟ ତିଆରି କରି ବଲିଉଡ ମାର୍କେଟକୁ ଓହ୍ଲାଉଛି।

ହାବସ କି ପୁଜାରୀ ଫିଲ୍ମ ତ ଅଛି କିନ୍ତୁ ହାବସ୍ କି ମୌଲାନା ଫିଲ୍ମ କାଇଁ ନାହିଁ। ପିକେ ଫିଲ୍ମରେ ହିନ୍ଦୁ ଦେବାଦେବୀଙ୍କ ଲାପତା ବା ମିସିଙ୍ଗ ପୋଷ୍ଟରର କଣ୍ଟେଣ୍ଟ କାହିଁକି,କାହିଁକି ସେ ସିନରେ ଅନ୍ୟ କୌଣଷି ଧର୍ମର ଇଷ୍ଟଙ୍କ ଲାପତା ପୋଷ୍ଟର ରାଇଟରଙ୍କ ମନକୁ ଆସିଲାନି। ଓ ମାଇଁ ଗଡ଼ ଫିଲ୍ମରେ ଶିବଲିଙ୍ଗ ପାଖରେ କ୍ଷୀର ଢାଳିବାର ବିରୋଧ କରିବାକୁ ସ୍କ୍ରିପ୍ଟ ବଦୂରେ କାହିଁକି ମସଜିଦରେ ଚାଦର ଚଢେଇବାର ପ୍ରଥା ଯାହାକୁ କୁ ୱେଷ୍ଟ ଅଫ ମନି ସେନ୍ସରେ ଦେଖାଯାଇଛି ସେସିନ ମୁସଲମାନଙ୍କ ଇଷ୍ଟକୁ ନେଇକି କାହିଁକି ନୁହେଁ।କଣ ପାଇଁ କେବଳ ହିନ୍ଦୁଙ୍କ ଠାକୁରଙ୍କୁ ହିଁ ସମାଲୋଚନା?କାହିଁକି ହିନ୍ଦୁ ଭିଲେନ୍ ଆଉ ମୁସଲମାନଙ୍କୁ ହିରୋ କରୁଛି ବଲିଉଡ।ହିନ୍ଦୁ ଧର୍ମକୁ ନୀଚ୍ଚା ଦେଖାଇବା ପାଇଁ ଇଏ ବିରାଟ ଷଡ଼ଯନ୍ତ୍ର ନୁହେଁ ତ?

ବଲିଉଡର ଏପରି ଡବଲ ଷ୍ଟାଣ୍ଡାର୍ଡକୁ ଟାର୍ଗେଟ କରିବା ସହ ସିନେ ଦୁନିଆକୁ ଆଇନା ଦେଖାଇଛନ୍ତି ଭେଟେରାନ ଅଭିନେତା ଅନୁ କପୁରବର୍ତ୍ତମାନ ବଲିଉଡ ସିନେମାରେ ହିନ୍ଦୁଙ୍କୁ ଭିଲେନ ଆଉ ମୁସଲମାନଙ୍କୁ ହିରୋ ରୂପରେ ଦେଖାଇବା ଅତି ସାଧାରଣ କଥା ହୋଇଗଲାଣି ବୋଲି ସେ କହିଛନ୍ତିNews Agency ANI ଏଡିଡର ସ୍ମିତା ପ୍ରକାଶଙ୍କ ସହ ଆଲୋଚନା ବେଳେ ହିନ୍ଦୁ ବିରୋଧୀ ଭାବନା ବଜାୟ ରଖିଥିବା ବଲିଉଡ ସମ୍ପର୍କରେ ଆଲୋଚନା କରିଛନ୍ତି ଅନୁ କପୁର। ଏଥିରେ ଉଠିଛି ଶାହାରୁଖ ଖାନଙ୍କ ଅଭିନୀତ ଚକ୍‌ ଦେ ଇଣ୍ଡିଆ ସିନେମା କଥା। ସିନେମାର କାହାଣୀ ହିରୋ କବିର ଖାନ୍ କିପରି ନିଜ ବିରୋଧରେ ଲାଗିଥିବା ଦେଶଦ୍ରୋହୀ ଦାଗକୁ ହଟାଇଛନ୍ତି, ତାହାକୁ ନେଇ ତିଆରି ହୋଇଛି ସିନେମା। ଫିଲ୍ମ ରିଲିଜ ହେବା ପରେ ହିଟ୍‌ ହେବା ସହ ଲୋକେ ଏହାକୁ ଖୁବ ପସନ୍ଦ ମଧ୍ୟ କରିଥିଲେ। ହେଲେ ଅନେକ ହୁଏତ ଜାଣିନଥିବେ ଏହି ସିନେମା କାହାଣୀ ଜଣେ ହିନ୍ଦୁଙ୍କ ଉପରେ ଆଧାରିତ।

ପୂର୍ବତନ ହକି ଖେଳାଳି ତଥା କୋଚ ମୀର ରଞ୍ଜନ ନେଗି ହେଲେ କାହାଣୀର ଅସଲ ନାୟକ। ୧୯୮୨ ଏସିଆନ ଗେମ୍ସରେ ଜାତୀୟ ହକି ଦଳର ଗୋଲକିପର ଥିଲେ ମୀର ରଞ୍ଜନ ନେଗି।ଆଉ ଏଥିରେ ପାକିସ୍ତାନ ଠାରୁ ଶୋଚନୀୟ ଭାବରେ ପରାଜିତ ହୋଇଥିଲା ଭାରତ ହକି ଦଳ।ଏହି ପରାଜୟ ପାଇଁ ମୀର ରଞ୍ଜନ ନେଗିଙ୍କୁ ଦାୟୀ କରାଯାଇଥିଲା। ଟଙ୍କା ନେଇ ପାକିସ୍ତାନକୁ ଜିତାଇବା ସହ ତାଙ୍କ ଉପରେ ଲାଗିଥିଲା ଦେଶଦ୍ରୋହୀର ମୋହର। ସେହି ଘଟଣା ନେଗିଙ୍କ ଜୀବନ ଓଲଟ ପାଲଟ କରିଦେଇଥିଲା ଆଉ ସେ ଅନେକ ବର୍ଷ ଧରି ଖେଳ ଛାଡ଼ି ଦେଇଥିଲେ। ତେବେ ୧୯୯୮ ଏସିଆନ ଗେମ୍ସରେ ଜାତୀୟ ପୁରୁଷ ହକି ଦଳର ଗୋଲିକିପର କୋଚ ଭାବରେ ପୁଣି ପଡ଼ିଆକୁ ଓହ୍ଲାଇଥିଲେ ମୀର ରଞ୍ଜନ ନେଗିଆଉ ସେହି ବର୍ଷ ଦେଶ ପାଇଁ ସୁନା ଜିତିଥିଲା ଦଳ। ତା’ର ୪ ବର୍ଷ ପରେ ମହିଳା ହକି ଦଳର ଗୋଲକିପର କୋଚ ହୋଇଥିଲେ ନେଗି। ଆଉ ୨୦୦୨ କମନୱେଲ୍‌ଥ ଗେମରେ ମଧ୍ୟ ଦେଶ ପାଇଁ ସୁନା ଆଣିଥିଲା ମହିଳା ଦଳ।

ତେବେ ଚକ୍‌ ଦେ ଇଣ୍ଡିଆରେ ମିର ରଞ୍ଜନ ନେଗିଙ୍ଗ ବଦଳରେ ଜାତୀୟ ମହିଳା କମି ଟିମର ହେଡ କୋଚ ମହାରାଜ କ୍ରିଷ୍ଣ କୌଶିକଙ୍କୁ କ୍ରେଡିଟ ଦିଆଯାଇ ପାରି ଥାଆନ୍ତା। କାରଣ ସିନେମାର କାହାଣୀ ମହାରାଜ କ୍ରିଷ୍ଣ କୌଶିକଙ୍କୁ ନେଇ ଲେଖାଯାଇଥିଲା। ୨୦୦୨ କମନ ୱେଲ୍‌ଥ ଗେମରେ ସୁନା ଜିତିଥିବା ମହିଳା ଦଳର ହେଡ କୋଚ ଥିଲେ କ୍ରିଷ୍ଣ କୌଶିକ। ଖବର କାଗଜରୁ ଏସମ୍ପର୍କରେ ଜାଣିବା ପରେ କାହାଣୀ ଲେଖିଥିଲେ ସ୍କ୍ରିନ ରାଇଟର ଜୟଦୀ ଶାନୀ। ହେଲେ କାହାଣୀ ଶୁଣିବା ପରେ ଏ କାହାଣୀ ମୀର ରଞ୍ଜନଙ୍କର ବୋଲି କହିଥିଲେ କ୍ରିଷ୍ଣ କୌଶିକ। ସିନେମାରେ ଦୁଇ ଦୁଇ ଜଣ ହିନ୍ଦୁଙ୍କ ନାମ ଛାଡ଼ି ହିରୋକୁ ମୁସଲମାନ ରୂପରେ ଚିତ୍ରଣ କରାଯାଇଥିଲା।ଆଉ ସେଥିରେ ମୁସଲମାନର ଦେଶପ୍ରେମକୁ ଦର୍ଶକଙ୍କ ସାମ୍ନାରେ ପରିବେଷଣ କରାଯାଉଥିଲା।ଯାହା ହିନ୍ଦୁବିରୋଧୀ ମାନସିକତାର ପରିଚୟ ଦେଉଛି।

ଲଭ୍ ଜିହାଦ୍ ଭଳି ବଲିଉଡ ଜିହାଦ ଯେମିତି ହିନ୍ଦୁଙ୍କୁ ନୀଚ୍ଚା ଦେଖାଇବା ପାଇଁ ଜାଲ ବୁଣିଛି। ସେମିତି IC814 ଦ କାନ୍ଦାହାର ହାଇଜାକ୍ ଫିଲ୍ମରେ ଗୋଟାଏ ଆତଙ୍କବାଦୀର ନାଁ ଭୋଲା ବୋଲି ଚିତ୍ରଣ ହୋଇଛି। ଯେତେବେଳେ କି ପ୍ରକୃତ ଆତଙ୍କବାଦି ହିନ୍ଦୁ ନୁହେଁ ବରଂ ମୁସଲମାନ୍ ଥିଲା। ପ୍ରକୃତ ଆତଙ୍କବାଦୀ ଥିଲେ ଇମ୍ରାନ୍,ସାହିଦ୍ ଇକବାଲ। କିନ୍ତୁ ଫିଲ୍ମରେ ଆତଙ୍କବାଦୀ ଭାବେ ହିନ୍ଦୁ ଚରିତ୍ରକୁ ଦେଖେଇଛି ବଲିଉଡ।

ଠିକ୍ ସେମିତି ଗୋଟାଏ ସାଉଥ୍ ମୁଭି ରିଲିଜ୍ ହେଇଥିଲା ଯାର ନାଁ ଥିଲା ଅନ୍ନପୁଣ୍ଣି ଅର୍ଥାତ୍ ଅନ୍ନ କି ଦେବୀ।ସେଥିରେ ହିରେୁ ଫ୍ୟାମିଲିରୁ ବିଲଙ୍ଗସ କରୁଛନ୍ତି ଆଉ ହିରୋଇନ୍ ମୁସଲମାନଆଉ ସେ ଫିଲ୍ମରେ ଏମିତି ସିନ୍ ଥିଲା ଯୋଉଥିରେ ରାମ,ଲକ୍ଷ୍ମଣ ସୀତା ସାଂସ ଖାଇଥିବାର ହିରୋ ହିରୋଇନକୁ ବୁଝୋଉଛି ।ଏମିତି କହି ହିନ୍ଦୁ ଦେବାଦେବୀଙ୍କୁ ନୀଚ୍ଚ କରି ଦେଖାଉଛି ଫିଲ୍ମ ଇଣ୍ଡଷ୍ଟ୍ରୀ। କେବଳ ସେତିକି ନୁହେଁ ଆଉ ଗୋଟାଏ ସିନରେ ତ ଏମିତି ଥିଲା କି ହିରୋଇନ୍ ନମାଜ ପଡ଼ିକି ବିରିୟାନି ତିଆରି କଲା ପରେ ଗୋଟାଏ କମ୍ପିଟିସନ୍ ଜିତୁଛି। ତେବେ ମନରେ ପ୍ରଶ୍ନ ଉଠେ ଯଦି ହିନ୍ଦୁ ଧର୍ମରେ ବିବାହ ପରେ ଝିଅ ହିନ୍ଦୁ ଗୋତ୍ରର ହୁଏ ତେବେ ପୁଜା କିମ୍ବା ପ୍ରାର୍ଥନା ବଦଳରେ ନମାଜର ସିନ୍ କାହିଁକି। ଜାଣିଶୁଣି ହିନ୍ଦୁ ଠାକୁରଙ୍କୁ ପାଓ୍ବାରଲେସ୍ ବୋଲି ଦେଖେଇ କି ବାର୍ତା ହେଉଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରୀ ।? ରାମ କୃଷ୍ଷ ଯୋଉମାନେ ହିନ୍ଦୁଙ୍କ ରୋଲ ମଡେଲ ତାଙ୍କୁ କାହିଁକି ନୀଚ୍ଚା ଦେଖାଉଛି ବଲିଉଡ।

ସେମିତି ଅମିତାଭ୍ ବଚ୍ଚନଙ୍କ ଗୋଟାଏ ଫିଲ୍ମ ଥିଲା ବେମିସାଲ। ଯୋଉଥିରେ ଅମିତାଭ୍ ବଚ୍ଚ୍ଚନ କହିଛନ୍ତି କି କାଶ୍ମୀରକୁ ମୋଗଲ ମାନେ ଆବିଷ୍କାର କରଇଚନ୍ତି ତାହେଲେ କଣ ଭାରତରୁ ଏହା ବିଲୁପ୍ତ ହେଇ ଯାଇଥିଲା କି? ଅମିତାଭଙ୍କ କୋ ଆକ୍ଟରଙ୍କ ସ୍କ୍ରିପ୍ଟରେ ମୋଗଲଙ୍କ ପେଣ୍ଟିଂ ,ଆର୍କିଟେକ୍ଚର, ସଙ୍ଗୀତକୁ ନେଇ ଭରପୁର ପ୍ରଶଂସା ବି କରାଯାଇଥିଲାତାହେଲେ ଶଙ୍କରାଚାର୍ଯ୍ୟଙ୍କୁ ସେ ଫିଲ୍ମରେ ଦେଖାଗଲାନି? କାହିଁକି ଆମ ବେଦପୁରାଣର ଆବିସ୍କାରକୁ ନେଇ ଚର୍ଚ୍ଚା ହେଲାନି । କାହିଁକି କାଶ୍ମିର ପଣ୍ଡିତଙ୍କ କଥା ସ୍କରିଫ୍ଟରେ ଆସିଲାନି?

ତେବେ କେବଳ ଏତିକି ନୁହେଁ ଆହୁରି ଅନେକ ଫିଲ୍ମ ଅଛି ଯୋଉଠି ହିନ୍ଦୁ ଦେବାଦେବୀ,ହିନ୍ଦୁଙ୍କ ଆସ୍ଥା ଏବଂ ବିଶ୍ୱାସକୁ ନେଇ ଥଟ୍ଟାମଜା ଚାଲୁଛି। ହିନ୍ଦୁଙ୍କ ଜାଣିଶୁଣି ଏ ସମାଜ ଆଗରେ ଭିଲେନ୍ ମୁସଲମାନଙ୍କୁ ହିରୋ ଭଳି ପ୍ରଦର୍ଶନ କରାଯାଉଛି। ଫିଲ୍ମ କେବଳ ଏଣ୍ଟରଟେନମେଣ୍ଟର ଏକ ମାଧ୍ୟମ ନୁହେଁ ସମାଜର ଆଇନା ।ବିଶେଷକରି ବଲିଉଡ ଭାରତର ବିବିଧ କାହାଣୀ ଓ ସଂସ୍କୃତିକୁ ପ୍ରତିଫଳିତ କରୁଥିବା ଦର୍ପଣ। ହେଲେ ଜାଣିଶୁଣି ହିନ୍ଦୁ ବିରୋଧୀ ଏଜେଣ୍ଡା ସୃଷ୍ଟି କରୁଥିବାରୁ ଏହା ପଛରେ ଥିବା ଗମ୍ଭୀର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠୁଛି। କାରଣ ଲଗାତାର ଭାବରେ ହିନ୍ଦୁମାନଙ୍କୁ ଭିଲେନ ଭାବରେ ଚିତ୍ରଣର ସାମାଜିକ ପ୍ରଭାବ ରହିଛି। ତେବେ ମନରେ ପ୍ରଶ୍ନ କେବେ ଏସବୁରେ ପୂଣ୍ଣଛେଦ ପଡ଼ିବ ବଉ କିଏ ପକେଇବ? କଣ ହିନ୍ଦୁ ଲେଖକଙ୍କର ଆଉ ଆକ୍ଟରଙ୍କର ଏ କର୍ତ୍ତବ୍ୟ ନୁହେଁ କି ଯେ କୌଣଷି ଫିଲ୍ମ କରିବା ପୁର୍ବରୁ କାହାଣୀର ଚରିତ୍ରକୁ ଅନୁଧ୍ୟାନ କରିବା। ଦର୍ଶକଙ୍କର କଣ ଏ ଦା୍ରିତ୍ୱ ନୁହେଁ ହିନ୍ଦୁ ଧର୍ମକୁ ନୀଚ୍ଚା ଦେଖାଇବାକୁ ବିରୋଧ କରିବା? ଆଉ ଫିଲ୍ମକୁ ସାର୍ଟିଫିକେଟ ଦେଉଥିବା ଅଧିକାରୀ ବି ଏଥିପ୍ରତି ସଚେତନ ରହିବା ଜରୁରୀ।ନହେଲେ ଏ ବଲିଉଡ ସମସ୍ତଙ୍କ ଅଜାଣତରେ ଏମିତି ଗୋଟେ ହିନ୍ଦୁ ବିରୋଧି ବାତାବରଣ ସୃଷ୍ଟି କରିଦେବ ଯୋଉଥିରୁ ହୁଏତ ମୁକୁଳି ହବନି।