VRS ନେବେ ପାଣ୍ଡିଆନଙ୍କ ସ୍ତ୍ରୀ

ବିଜୁ ଜନତା ଦଳ କ୍ଷମତାରୁ ହଟିଲା ପରେ ହରଡ଼ଘଣାରେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନ୍।ବିଜୁ ଜନତା ଦଳର ସରକାର ସମୟରେ ଯିଏ ନେତା ମନ୍ତ୍ରୀଙ୍କୁ ଆଙ୍ଗୁଠି ଅଗରେ ନଚୋଉଥିଲେ,ସେ ଏବେ ନିଜେ ନାଚାର। ଯାହା  ପାଖରେ ମନ୍ତ୍ରୀ ଅଫିସରଙ୍କ ଭିଡ଼ ଜମୁଥିଲା,ତାଙ୍କୁ ଛୁଟି ଦେବାକୁ ନାରାଜ ବିଜେପି ସରକାର। ଅଫିସର ମନ୍ତ୍ରୀଙ୍କ ସହ ହ୍ୟାଲୋ ହାଏରେ କଥା ହେଉଥିବା ସୁଜାତା ଏବେ କରିବେ କଣ?ନା ସେ ସରକାର ଅଛି ନା ସେ ଅଫିସର ଆଉ ମନ୍ତ୍ରୀ ଅଛନ୍ତି। ସରକାର ବଦଳିଲା ପରେ ବଦଳିଯାଇଛି ଅନେକକିଛି। ପୂର୍ବ ସରକାରରେ ଅଖଣ୍ଡ କ୍ଷମତା ଉପଭୋଗ କରିଥିବା ସୁଜାତା ଯେ ଏ ସରକାରରେ ବହୁତ ଦିନ ତିଷ୍ଠିପାରିବେ ସେଭଳି ଅନୁମାନ କରିହେଉନି।

ନିଜ ଇସାରାରେ ସରକାର ଚଳେଇବାର ଇଛା ରଖିଥିବା ମିସେସ ପାଣ୍ଡିଆନ,ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାସ୍ୱତ ମିଶ୍ରଙ୍କ ଅଣ୍ଡରରେ କାମ କରିବେ, ସେକଥା ଆଶା କରାଯାଉନିଇଏତ ଆଉ ଶ୍ରୀକାନ୍ତ ଜେନା ନୁହନ୍ତି ଯିଏ ଏଚ୍ ଡି ଦେବଗୌଡାଙ୍କ ସମୟରେ କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀର କ୍ଷମତା ଉପଭୋଗ କରିସାରିଲା ପରେ ପୁଣି ମନମୋହନଙ୍କ ସରକାରରେ ରାଷ୍ଟ୍ରମନ୍ତ୍ରୀ ହେବା ଭଳି ନିଜ ଚେୟାରରୁ ତଳକୁ ଆସିବେ।ଇଏତ ବିଜୁ ଜନତା ଦଳ ସରକାରରେ ସର୍ବ ଶକ୍ତିମାନ ମହିଳା ଥିଲେ। ଯିଏ ଅଖଣ୍ଡ କ୍ଷମତା ଉପଭୋଗ କରିଛନ୍ତି ସିଏ ହୁଏତ ବିଜେଡି ବିରୋଧୀ ସରକାରରେ ଚାପଗ୍ରସ୍ଥ ହୋଇ କାମ କରି ନପାରନ୍ତି । ତେଣୁ ଖୁବ୍ ଶିଘ୍ର ସେ ଭିଆରଏସ ନେଇ ପାରନ୍ତି ବୋଲି ଚର୍ଚ୍ଚା।

  ଏ ସବୁକୁ ନେଇ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍‌ ସୁଜାତା କାର୍ତ୍ତିକେୟନ ଚର୍ଚ୍ଚାରେ୬ ମାସ ଛୁଟିରୁ ଫେରିବା ପରେ ସେ ବାଧ୍ୟ ହୋଇ  କାର୍ଯ୍ୟରେ ଯୋଗ ଦେଇଛନ୍ତି। ସୁଜାତାଙ୍କ ସାନି ଛୁଟି ଆବେଦନ ଅଗ୍ରାହ୍ୟ କରିଛି ବିଜେପି ସରକାର।୬  ମାସ ଛୁଟି ନେଲା ପରେ ଆଉ ୬ ମାସ ଛୁଟିରେ ରହିବାକୁ ଆବେଦନ କରିଥିଲେ ସୁଜାତା। ମେ୩୧ରୁ ୬ ମାସ ଛୁଟିରେ ପଳାଇଥିଲେ ସୁଜାତା। ନଭେମ୍ବର 26 ରେ ଛୁଟିର ସମୟସୀମା ସରିଲା ପରେ ପୁଣି ଥରେ ନଭେମ୍ବର 27 ରୁ ଛୁଟି ପାଇଁ ଆବେଦନ କରିଥିଲେ।ହେଲେ ରାଜ୍ୟ ସରକାର ସୁଜାତା କରିଥିବା ଆବେଦନକୁ ଖାରଜ କରିଥିଲେ। ତେବେ ବାଧ୍ୟ ହୋଇ ଜଏନ୍ କରିଥିବା ସୁଜାତା ଖୁବ୍ ଶିଘ୍ର ଭି ଆର ଏସ୍ ନେଇପାରନ୍ତି। ଏମିତିରେ ବି ଦେଖିବାକୁ ଗଲେ ବିଜୁ ଜନତା ଦଳର ସରକାରରେ ସୁଜାତାଙ୍କ ଟ୍ରାକ୍ ରେକର୍ଡ ଭଲ ନାହିଁ ।

ମୁଖ୍ୟ  ଶାସନ ସଚିବଙ୍କୁ ଅମାନ୍ୟ କରିବା ସହ ବିଜୁ ଜନତା ଦଳର ନିର୍ବାଚନ ପରିଚାଳନା କରି, ବିଜେଡି ଭୋଟ ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇ ମିଶନଶକ୍ତି ଦାୟିତ୍ୱରୁ ତାଙ୍କୁ ନିର୍ବାଚନ କମିଶନର ବିଦା କରିଥିଲେ। ଯଦିଓ ବିଜେଡି ପାୱାରରେ ସେ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ପାଇଥିଲେ କିନ୍ତୁ ତାଙ୍କର ବିଜୁ ଜନତା ଦଳ ପ୍ରିତି ପାଇଁ ଅନେକ ଅନର୍ଥ ହୋଇପାରେ। ଏବେ ତ ଆଉ ସ୍ୱାମୀ ପାଣ୍ଡିଆନ କ୍ଷମତାରେ ନାହାନ୍ତି ତେଣୁ ଆଗଭଳି ତାଙ୍କୁ ଅନଲିମିଟେଡ ପାୱାର ମିଳି ନପାରେ।

ଅଖଣ୍ଡ କ୍ଷମତା ଉପଭୋଗ କରିଥିବା ସୁଜାତାଙ୍କ ପାଇଁ ଭି ଆର ଏସ୍ ଶେଷ ରାସ୍ତା ହୋଇପାରେ।ତେବେ ଯଦି ସୁଜାତା ଏ ରାସ୍ତା ବାଛନ୍ତି ତାଙ୍କୁ କେବେ ଭିଆରଏସ୍ ମିଳୁଛି ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହେଇଗଲାଣି। କାରଣ ଯଦିଓ ପୁର୍ବ ସରକାରରେ ସୁଜାତାଙ୍କ ହଜବାଣ୍ଡ ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନଙ୍କୁ ମାତ୍ର ଗୋଟାଏ ଦିନରେ ଭିଆରଏସ୍ ମିଳିଯାଇଥିଲା ଏବେ କିନ୍ତୁ ରାଜ୍ୟରେ ସେ ଅବସ୍ଥା ଆଉ ନାହିଁ । କେନ୍ଦ୍ରରେ ସମାନ ସରକାର ଥିଲେ ବି ରାଜ୍ୟରେ ପାଣିପାଗ ବଦଳିଛିକ୍ଷମତାରେ ଅଛି ଭାରତୀୟ ଜନତା ପାର୍ଟି। ତେବେ ହଜବ୍ୟାଣ୍ଡଙ୍କ ପାଣ୍ଡିଆନଙ୍କୁ ଦିନକରେ ଭି ଆର ଏସ୍ ମିଲିଥିଲା ବେଳେ ସୁଜାତାଙ୍କ କ୍ଷେତ୍ରରେ କଣ ଘଟୁଛି ତାହା ଦେଖିବା ବାକି।

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *