ଚର୍ଚ୍ଚାରେ କ୍ରିକେଟର ବିରେନ୍ଦ୍ର ସେହୱାଗ।ବାହାଘରର ୨୦ବର୍ଷ ପରେ ଡିଭୋର୍ସକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା। ବୈବାହିକ ଜୀବନରେ ପଡିପାରେ ପୂର୍ଣ୍ଣଚ୍ଛେଦ। ବୀରେନ୍ଦ୍ର ସେହଓ୍ବାଗଙ୍କୁ ନେଇ ଏମିତି ଅନେକ ଖବର ଚର୍ଚ୍ଚାର କାରଣ ପାଲଟିଛି। ଖାସ୍ କରି ତାଙ୍କ ବୈବାହିକ ଜୀବନକୁ ନେଇ ଏବେ ଚର୍ଚ୍ଚା ଜୋର। ସୋସିବଲ ମିଡିଆରେ ଭାଇରାଲ୍ ହେଉଛି ଅଲଗା ହେବାକୁ ଯାଉଛନ୍ତି କ୍ରିକେଟର ବୀରେନ୍ଦ୍ର ସେହଓ୍ୱାଗ ଏବଂ ତାଙ୍କ ପତ୍ନୀ ଆରତୀ।

ବଳିଉଡ ପରି କ୍ରିକେଟ ଷ୍ଟାର ବି ଏବେ ଲାଇମ ଲାଇଟ୍ରେ ଅଛନ୍ତି।ନିଜର ପର୍ଫମାନ୍ସ ବ୍ୟତିତ ସେମାନଙ୍କ ପର୍ସନାଲ ଲାଇଫ୍କୁ ନେଇ ମଧ୍ୟ ସେମାନେ ଲାଇମ ଲାଇଟରେ।ଚହଲ, ଧନଶ୍ରୀଙ୍କ ପରେ ମନୀଷ ପାଣ୍ଡେ ଓ ତାଙ୍କ ପତ୍ନୀ ପର୍ସନାଲ ମ୍ୟାଟରକୁ ନେଇ ଚର୍ଚ୍ଚାରେ ଥଇଲେ।ଏ ଲିଷ୍ଟରେ ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଷ୍ଟାର ଖେଳାଳି ବିରେନ୍ଦ୍ର ସେହୱାଗଙ୍କ ଯୋଡି ହେଇଛନ୍ତି।ରିପୋର୍ଟ ଅନୁସାରେ , ବିରେନ୍ଦ୍ର ସେହୱାଗ ନିଜର ପତ୍ନୀ ଆରତୀ ଅହଲାୱତଙ୍କ ଠାରୁ ବିବାହର ୨୦ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି।

ସେହୱାଗ ଏବଂ ଆରତୀ ୨୦୦୪ ମସିହାରେ ବିବାହ କରିଥିଲେ।ଏବେ ଏପରି ଚର୍ଚ୍ଚା ହେଉଛି ଯେ ସେମାନେ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଦେଇଛନ୍ତି।ଯାହା ଜଣାପଡିଛି ଯେ ସେହୱାଗ ଏବଂ ଆରତୀ କିଛି ମାସ ଧରି ଅଲଗା ରହୁଛନ୍ତି।ଖୁବ୍ ଶୀଘ୍ର ସେମାନେ ପରସ୍ପରକୁ ଛାଡପତ୍ର ଦେଇପାରନ୍ତି। ବୀରେନ୍ଦ୍ର ସେହୱାଗ ବହୁ ବର୍ଷ ପୂର୍ବରୁ କ୍ରିକେଟକୁ ଅଲବିଦା କହିସାରିଛନ୍ତି।ଏବେ ବୈବାହିକ ଜୀବନରେ ବି ସମାନ ପରିସ୍ଥିତି।ବୀରେନ୍ଦ୍ର ସେହୱାଗ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବଢ଼ୁଥିବା ମତଭେଦ ବିଷୟରେ ଗୁଜବ ପ୍ରଥମେ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ସେହୱାଗ ଗତ ବର୍ଷ ଦୀପାବଳିରେ ତାଙ୍କ ମାଆ ଏବଂ ପୁଅମାନଙ୍କ ସହିତ ଏକ ଫଟୋ ସେୟାର କରିଥିଲେ।କିନ୍ତୁ ସେଥିରେ ତାଙ୍କ ପତ୍ନୀଙ୍କ ଫଟୋ କିମ୍ବା ନାମର କୌଣସି ଉଲ୍ଲେଖ ନଥିଲା।।ତେବେ ଧିରେଧିରେ ବଢୁଥିବା ଏ ମନମାଳିନ୍ୟ ଛାଡ଼ପତ୍ରର ରୁପ ନେବାକୁ ଯାଉଛି ବୋଲି ଚର୍ଚ୍ଚା।