ଚର୍ଚ୍ଚାରେ ଉର୍ବଶୀ ରାଉତେଲା,ମିନିଟକୁ ରୋଜଗାର କୋଟିଏ

ବଲିଉଡ ଅଭିନେତ୍ରୀ ଉର୍ବଣୀ ରାଉତେଲା, ନିକଟରେ ତାଙ୍କର ରିଲିଜ ହୋଇଥିବା ମୁଭି  ଡାକୁ ମହାରାଜ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି।ତାଙ୍କ ଏହି ସିନେମା ଗତ ମାସରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ଏହା ନେଟଫ୍ଲିକ୍ସରେ ମଧ୍ୟ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ଉର୍ବଶୀଙ୍କର ଗୋଟିଏ ଗୀତ ବହୁତ ଭାଇରାଲ ହୋଇଛି, ଯାହାର ମୁଭ୍ସକୁ ନେଇ ଖୁବ ବିବାଦ ହୋଇଥିଲା। ତେବେ ଗୀତକୁ ନେଇ ଅନେକ ସାକ୍ଷାତକାରରେ ଅଭିନେତ୍ରୀ ସଫେଇ ମଧ୍ୟ ଦେଇଥିଲେ। ସିନେମାର କାହାଣୀ ଡିମାଣ୍ଡ କରୁଥିବାରୁ ଏପରି ମୁଭ୍ସ ଅଛି ବୋଲି କହିଥିଲେ ଅଭିନେତ୍ରୀତଥାପି ରିପୋର୍ଟ ଅନୁସାରେ ଓଟିଟିରେ ରିଲିଜ ହେବାପୂର୍ବରୁ ବିବାଦୀୟ ହୋଇ ପଡ଼ିଥିବା ଦୃଶ୍ୟକୁ ସିନେମାରୁ ହଟାଇ ଦିଆଯାଇଛି। ଏହାରି ମଧ୍ୟରେ ଅଭିନେତ୍ରୀଙ୍କ ଫି ସମ୍ପର୍କରେ ଖବର ସାମ୍ନାକୁ ଆସୁଛି। 

ଉର୍ବଶୀ ରାଉତେଲାଙ୍କ ପ୍ରାୟ ସିନେମା ବକ୍ସ ଅଫିସରେ ସଫଳ ହୋଇପାରେ ନାହିଁ, ତଥାପି ସେ ଫିଲ୍ମ ପାଇଁ ବହୁତ ଫି ଆଦାୟ କରନ୍ତି। ନିର୍ମାତାମାନେ ମଧ୍ୟ  ତାଙ୍କର ଦାବି ମୁତାବକ ପାରିଶ୍ରମିକ ଦିଅନ୍ତି। ଏହି କାରଣରୁ ତାଙ୍କର ନେଟୱର୍ଥ ଅଳ୍ପ ସମୟ ମଧ୍ୟରେ ବଢ଼ିଯାଇଛି। ରିପୋର୍ଟ ଅନୁସାରେ ଉର୍ବଶୀ ଏହି ଫିଲ୍ମରେ ୩ ମିନିଟ୍ ପରଫରମାନ୍ସ ପାଇଁ ୩ କୋଟି ଟଙ୍କା ନେଇଛନ୍ତି। ଅର୍ଥାତ୍ ପ୍ରତି ମିନିଟ ପାଇଁ ୧ କୋଟି ଟଙ୍କା ଚାର୍ଜ କରିଛନ୍ତି। ଏହି ଫିଲ୍ମରେ ଉର୍ବଶୀ ମୋଟା ଅଙ୍କର ପାରିଶ୍ରମିକ ପାଇଥିବା କୁହାଯାଉଛି।

ସିନେମା ଡାକୁ ମହାରାଜରେ ନନ୍ଦମୁରୀ ବାଲକ୍ରିଷ୍ଣା ନାୟକ ଥିବାବେଳେ ଏକ ଦମଦାର  ଭୂମିକାରେ ନଜର ଆସିଛନ୍ତି। ଯେଉଁଥିରେ ସେ ଜଣେ ଏପରି ଅଧିକାରୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି ଯିଏ ତାଙ୍କ ପତ୍ନୀଙ୍କ ସହ ଅନ୍ୟାୟ ବିରୁଦ୍ଧରେ ଠିଆ ହୋଇଛନ୍ତି। ନାୟକ ଜଣେ ନିର୍ଭୀକ ଡାକୁରେ ପରିଣତ ହେବା ଉପରେ ସିନେମାର କାହାଣୀ ଆଧାରିତ। ଲୋକଙ୍କୁ ନ୍ୟାୟ ଦେବା ପାଇଁ ଏକ ପ୍ରଭାବଶାଳୀ ପରିବାର ବିରୁଦ୍ଧରେ ଲଢ଼େଇ କରିବାର ବିଷୟବସ୍ତୁ ସିନେମାରେ ରହିଛି

ଜାନୁଆରୀ ୧୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ଏହି ସିନେମା। ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିଛି ଡାକୁ ମହାରାଜ । ବର୍ତ୍ତମାନ ଫ୍ୟାନ୍ସମାନେ ଓଟିଟିରେ ମଧ୍ୟ ଏହି ଫିଲ୍ମ  ଦେଖିବାର ସୁଯୋଗ ପାଇବେ

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *