କଳା ରଙ୍ଗ ପାଇଁ ଅପମାନିତ ହେଉଥିଲେ ସୁପରଷ୍ଟାର

ଦିନେ ନିଜର କଳାରଙ୍ଗ ପାଇଁ ଅପମାନିତ ହେଉଥିଲେ,କିନ୍ତୁ ସମୟ ସୁଅରେ ପାଲଟିଗଲେ ସୁପରଷ୍ଟାର।ଯୋଉ କଳାରଙ୍ଗ ପାଇଁ ଅନେକ ଜାଗାରେ ଅବହେଳାର ଶିକାର ହେଇଥିଲେ ଦିନେ ସେହି କଳାରଙ୍ଗ ହିଁ ତାଙ୍କୁ ଆଟ୍ରାକ୍ସନର ଫୋକସ୍ ପଏଣ୍ଟ ସଜେଇଥିଲା। ଯଦିଓ ଏ ଆକ୍ଟର ଜଣଙ୍କ ଅଧିକ ଫିଲ୍ମରେ କାମ କରି ନାହାନ୍ତି ତଥାପି ନିଜର ଲାଇଫ୍ ଷ୍ଟାଇଲକୁ ନେଇ ସେ ଖୁବ୍ ଚର୍ଚ୍ଚାରେ। ଚର୍ଚ୍ଚାରେ ଥିବା ସେହି ଫେମସ୍ ପର୍ସନାଲିଟି ହେଉଛନ୍ତି  ବିପାଶା ବସୁ । ଯିଏକି ବଲିଉଡର ବ୍ଲାକ୍ ବିୟୁଟି ଅଭିନେତ୍ରୀ ଭାବେ ପରିଚିତ।

ବିପାଶା ହୁଏତ ଅନେକ ବର୍ଷ ଧରି ଚଳଚ୍ଚିତ୍ରରେ କାମ କରି ନାହାନ୍ତି, କିନ୍ତୁ ଜୀବନଶୈଳୀ ଦୃଷ୍ଟିରୁ ସେ କାହାଠାରୁ କମ୍‌ରେ ନାହାନ୍ତି। ସେ ମାତ୍ର ୧୭ ବର୍ଷ ବୟସରେ ନିଜର ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ ବିପାଶା। ବିପାଶା ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ। ଯିଏ ତାଙ୍କ ଅଭିନୟ ଆଧାରରେ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ହାସଲ କରିଥିଲେ।କିନ୍ତୁ ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କୁ ତାଙ୍କ ରଙ୍ଗକୁ ନେଇ ତାଙ୍କୁ ଅନେକ ଅପମାନର ସମ୍ମୁଖୀନ ହେବାକୁ ପଡିଲା। 

ଦୁଇ ଦଶନ୍ଧି ଧରି ଚାଲିଥିବା କ୍ୟାରିଅରରେ ବିପାଶା ଅନେକ ଫିଲ୍ମରେ କାମ କରିଛନ୍ତି। ଯେଉଁଥିରେ ତାଙ୍କ ଭୂମିକାକୁ ବହୁ ପ୍ରଶଂସା କରାଯାଇଛି।କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଲାଦିନେ ତାଙ୍କୁ କେହି ପସନ୍ଦ କରୁ ନଥିଲେ କାରଣ ସେ ଖୁବ କଳା ଥିଲେ।ତାଙ୍କର କଳା ରଙ୍ଗ ପାଇଁ ତାଙ୍କୁ ବହୁତ ଅପମାନ ବି ସହିବାକୁ ପଡ଼ିଛି।ଏପରିକି ତାଙ୍କର ବିଜୟ ପରିବର୍ତ୍ତେ ତାଙ୍କ ରଙ୍ଗକୁ ନେଇ ଚର୍ଚ୍ଚା ହେଇଥିଲା ଯାହା ବିପାଶା ବସୁଙ୍କୁ ଅନେକ ଅପମାନ ଦେଇଥିଲେ। ଯେତେବେଳେ ବିପାଶା ସୁପର୍‌ମଡେଲ୍‌ ପ୍ରତିଯୋଗିତାରେ ଜିତିଥିଲେ।ସେତେବେଳେ ପ୍ରତ୍ୟେକ ଖବରକାଗଜରେ ଖବର ପ୍ରକାଶ ପାଇଲା ଯେ କୋଲକାତାର ଶ୍ୟାମଳୀ ଝିଅ ବିଜେତା ହେଲେ।

ସେତେବେଳେ ଖବର କାଗଜର ଶୀର୍ଶକ ବିପାଶାଙ୍କୁ ଢେର୍ କଷ୍ଟ ଦେଇଥିଲା ବିପାଶାଙ୍କ ପ୍ରତିଭା ବଦଳରେ  ରଙ୍ଗକୁ ନେଇ ଚର୍ଚ୍ଚା ହେଉଥିଲା। ଏପରିକି କଳାରଙ୍ଗ ପାଇଁ ବିପାଶାଙ୍କୁ ଅନ୍ୟ ଅଭିନେତ୍ରୀମାନଙ୍କଠାରୁ ଭିନ୍ନ ଦର୍ଶାଇବା ସହ ପରିହାସ ମଧ୍ୟ କରାଯାଉଥିଲା।୨୦୦୧ ରେ ଥ୍ରୀଲର ଫିଲ୍ମ ‘ଅଜନବୀ’ ସହିତ ବିପାଶା ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେ ଏହି ଫିଲ୍ମ ପାଇଁ ଫିଲ୍ମଫେୟାର ଆୱାର୍ଡ ପାଇଥିଲେ।ଏହା ପରେ ସେ ସୁପରହିଟ୍ ହରର୍ ଫିଲ ‘ରାଜ୍’ରେ କାମ କରିଥିଲେ। ଏହି ଫିଲ୍ମ ତାଙ୍କ କ୍ୟାରିୟରର ମୋଡ଼ ବଦଳାଇଥିଲା। ଏହା ପରେ ବିପାଶାଙ୍କୁ ଅନେକ ଫିଲ୍ମ ଅଫର ହୋଇଥିଲା। ଆଜି ବି ବିପାଶା ହରର ଚଳଚ୍ଚିତ୍ର ପାଇଁ ପ୍ରଥମ ପସନ୍ଦ।

ବିପାଶା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଖୁବ୍ ଚର୍ଚ୍ଚାରେ ରୁହନ୍ତି।ପୂର୍ବରୁ ତାଙ୍କର ଅଭିନେତା ଡିନୋ ମୋରିଆଙ୍କ ସହ ସମ୍ପର୍କ ଥିଲା,ପରେ ସେ ଜନ୍ ଆବ୍ରାହମ୍‌ଙ୍କ ସହ ଦୀର୍ଘ ସମୟ ଧରି ସମ୍ପର୍କ ରଖିଥିଲେ। ପ୍ରାୟ ୯ ବର୍ଷ ପରେ ସେମାନଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା।କିଛି ବର୍ଷ ପରେ, ସେ ହରମାନ ବାୱେଜାଙ୍କୁ ଡେଟ୍‌ କରିଥିଲେ ଏବଂ ଶେଷରେ ଟିଭି ଅଭିନେତା କରଣ ସିଂହ ଗ୍ରୋଭରଙ୍କୁ ବିବାହ କରିଥିଲେ। ତେବେ ବ୍ଲାକ୍ ବିୟୁଟି ବିପାଶା ପ୍ରାଥମତକ ସ୍ତରରେ ନିଜର ରଙ୍ଗ ପାଇଁ ଅବହେଳାର ଶିକାର ହୋଇଥିଲେ ସୁଦ୍ଧା ପରବର୍ତ୍ତୀ ସମ୍ରରେ ତାଙ୍କର ସଙ୍ଘର୍ଷ ଓ ସଫଳତା ସମାଜ ପାଇଁ ଏକ ପ୍ରେରଣା ବୋଲି କୁହାଯାଇପାରେ।

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *