ପାକିସ୍ତାନକୁ କାଳ,ଡେଞ୍ଜର ବର୍ଡର ଡୁରାଣ୍ଡ ଲାଇନ୍

ଆତଙ୍କର ଭୂସ୍ୱର୍ଗ ପାକିସ୍ତାନ, ଏବେ ନିଜ ପାପର ଫଳ ଭୋଗୁଛି। ତାଲିବାନୀଙ୍କୁ ଦିନେ ଅସ୍ତ୍ର କରିଥିବା ପାକ୍, ଆଜି ନିଜେ ଜଳେଇଥିବା ନିଆଁରେ ଜଳୁଛି ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମା, ଡୁରାଣ୍ଡ ଲାଇନରେ ସ୍ଥିତି ଠିକ ନାହିଁ । ଡୁରାଣ୍ଡ ଲାଇନ ପାର କରି ତାଲିବାନୀ ସୈନ୍ୟ, ପାକିସ୍ତାନ ପୋଷ୍ଟ ଉପରେ ଆକ୍ରମଣ କରୁଛନ୍ତି। ତେହେରିକ-ଇ-ତାଲିବାନ ପାକିସ୍ତାନ ବା ଟିଟିପି, ପାକିସ୍ତାନର ଅନେକ ସୈନ୍ୟ-ଚୌକି କବଜା କରିଛି।   ଆଫଗାନିସ୍ତାନ ସେନା ଆକ୍ରମଣରେ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳ ଗୁଡ଼ିକ ହେଉଛି ୱଜିରିସ୍ତାନ ଏବଂ ଖାଇବର ପଖ୍‌ତୁନ୍‌ଖ୍ୱା, ଯେଉଁ ଠାରେ ସାଧାରଣ ଲୋକ ଜୀବନ ହରାଉଛନ୍ତି।

ତେବେ ଆସନ୍ତୁ ଜାଣିବା, ଡୁରାଣ୍ଡ ବର୍ଡର କାହିଁକି ବିପଦ ଜ୍ଜନକ ?

ଆଫଗାନିସ୍ତାନ ଏବଂ ପାକିସ୍ଥାନ ମଧ୍ୟରେ ୨୬୪୦ କିମି ଲମ୍ୱର ଆନ୍ତର୍ଜାତୀୟ ସୀମାର ନାଁ ହେଉଛି ଡୁରାଣ୍ଡ ଲାଇନ ଦୁଇଟି ପ୍ରମୁଖ ଆଦିବାସୀ ଗୋଷ୍ଠୀ, ଡୁରାଣ୍ଡ ଲାଇନ ନିକଟରେ ବସବାସ କରନ୍ତିଏହି ଗୋଷ୍ଠୀ ଗୁଡ଼ିକ ହେଉଛନ୍ତି ପଞ୍ଜାବୀ ଏବଂ ପଶ୍ଚୁନ। ଅଧିକାଂଶ ପଞ୍ଜାବୀ ଓ ପଶ୍ଚୁନ ହେଉଛନ୍ତି ସୁନ୍ନି ମୁସଲିମ୍।  ପଞ୍ଜାବୀମାନେ ପାକିସ୍ତାନର ସବୁଠାରୁ ବଡ ଗୋଷ୍ଠୀସେହିଭଳି ଆଫଗାନିସ୍ତାନର ସର୍ବବୃହତ ଆଦିବାସୀ ଗୋଷ୍ଠୀ ହେଉଛନ୍ତି ପଶ୍ଚୁନ

ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମା ନିକଟରେ ରହୁଥିବା ପଶ୍ଚୁନ ମାନଙ୍କର ଅଭିଯୋଗ ଯେ ଡୁରାଣ୍ଡ ଲାଇନ ସେମାନଙ୍କ ଘରକୁ ବିଭକ୍ତ କରିଛିସେମାନେ ନିଜ ପରିବାର ସହିତ ସେହି ଅଞ୍ଚଳରେ ଦଶନ୍ଧି ଧରି ରହୁଥିଲେ, କିନ୍ତୁ ବ୍ରିଟିଶ ସରକାରଙ୍କ କାଳରେ ପଶ୍ଚୁନ ବହୁଳ ଅଞ୍ଚଳରେ ଏକ ରେଖା ଟାଣି ଦିଆଯାଇ ଥିଲା, ଯେଉଁ କାରଣରୁ ପଶ୍ଚୁନ ଦୁଇ ଦେଶ ମଧ୍ୟରେ ବିଭକ୍ତ ହୋଇଥିଲେ।ବ୍ରିଟିଶ ଶାସନ ସମୟରେ ତିଆରି ହୋଇଥିବା ସୀମା ହେଉଛି ଡୁରଣ୍ଡ ଲାଇନ।ଯାହା ୧୮୯୩ ମସିହାରେ ଏମିରେଟ୍ସ ଅଫ୍ ଆଫଗାନିସ୍ତାନ ମଝିରେ ତିଆରି ହୋଇଥିଲା। ଏହି ବର୍ଡର ନାମ ସାର୍ ହେନେରୀ ଡୁରଣ୍ଡଙ୍କ ନାମ ଅନୁଯାୟୀ ରଖାଯାଇ ଥିଲା। ସେ ସମୟରେ  ପରାଧୀନ ଭାରତର  ବୈଦେଶିକ ସଚିବ ଥିଲେ ଡୁରଣ୍ଡ। ଇଂରେଜ ଏବଂ ଆଫଗାନ ଶାସକ ଅବଦୂର ରେହମାନ ସହ ମିଶି ଏହି ସୀମା ନିର୍ଦ୍ଧାରଣ କରିଥିଲେ। ଆଉ ନିଜ ହିତକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନର ଶାସନ ଭାର ଅବଦୂର ରେହମାନକୁ ଦେଇଥିଲେ ବ୍ରିଟିଶ ସରକାର। ଡୁରଣ୍ଡର ଏକ ବଡ଼ ଅଂଶ ପିଓକେ ଦେଇ ଯାଇଛି।

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ନିର୍ଣ୍ଣୟ ସମୟରେ ଏହି ରେଖା ଅଙ୍କିତ କରାଯାଇଥିଲା। ସେତେବେଳେ ପାକିସ୍ତାନ ଭାରତ ବିଭାଜନ ହୋଇନଥିଲା।  ରୁଷର ବିସ୍ତାରବାଦୀ ନୀତି ଠାରୁ ଦୂରେଇ ରହିବା ପାଇଁ ବ୍ରିଟିଶ୍ ସାମ୍ରାଜ୍ୟ ଆଫଗାନିସ୍ତାନକୁ ବ୍ୟବହାର କରିଥିଲା। ସୀମା ନିର୍ଦ୍ଧାରଣ ସମୟରେ ସ୍ଥାନୀୟ ଆଦିବାସୀ  ଏବଂ ଭୌଗଳିକ ପରସ୍ଥିତିକୁ ବିଚାରକୁ ନିଆଯାଇ ନଥିଲା, ଯେଉଁ କାରଣରୁ ଏହା ବିବାଦ ଘରେକୁ ଆସିଥିଲାଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଡୁରାଣ୍ଡ ଲାଇନରେ ଉତ୍ତେଜନା ବୃଦ୍ଧି ପାଇଛି। ତାଲିବାନ ଏହି ଲାଇନକୁ ଆଫଗାନିସ୍ତାନର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି ବିବେଚନା କରେ ଉଭୟ ପାକିସ୍ତାନ ଏବଂ ଆଫଗାନିସ୍ତାନ ନିଜ ନିଜ ସୀମା ନେଇ ଦାବି କରୁଛନ୍ତି। ଏଠାରୁ ହିଁ ତାଲିବାନ ଦ୍ୱାରା ସମର୍ଥିତ ଆତଙ୍କବାଦୀ ସଂଗଠନ ଟିଟିପି ପାକିସ୍ତାନରେ ଆକ୍ରମଣ ଜାରି ରଖିଛି, ଯେଉଁଥିପାଇଁ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ି ଚାଲିଛି । ତାଲିବାନର କହିବା ଅନୁସାରେ ଡୁରାଣ୍ଡ ଲାଇନ ଏକ କଳ୍ପନା ସୀମାଏବଂ ଏହି ଅଞ୍ଚଳ ଆଫଗାନିସ୍ତାନର। କେବଳ ଏତିକି ନୁହେଁ ପାକିସ୍ତାନର ପେଶୱାର ମଧ୍ୟ ଆମର ବୋଲି ଦାବି କରୁଛି, ତାଲିବାନ।

Visited 1 times, 1 visit(s) today

Leave A Comment

Your email address will not be published. Required fields are marked *