Posts tagged Yash

ଚା ବିକୁଥିଲେ KGF ହିରୋ..

କନ୍ନଡ ସୁପରଷ୍ଟାର ୟଶଙ୍କୁ କିଏ ବା ନଜାଣେ?ସେ ଏମିତି ଏକ ଷ୍ଟେଜରେ ପହଞ୍ଚିଛନ୍ତି ଯୋଉଥିପାଇଁ ତାଙ୍କର କୌଣସି ପ୍ରକାର ପରିଚୟର ଆବଶ୍ୟକତା ନାହିଁ ।ପାନ୍ ଇଣ୍ଡିଆ ସିନେମାକେଜିଏଫ୍ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ସାଉଥ୍ ଆକ୍ଟର ୟଶଙ୍କୁ ନୂଆ ପରିଚୟ ଦେଇଛି। ଏହି ସିନେମା ସହିତ ୟଶ ପାନ୍ ଇଣ୍ଡିଆ ଷ୍ଟାର ହୋଇଯାଇଛନ୍ତି। କେଜିଏଫ ଚାପ୍ଟର ୧ ଓ କେଜିଏଫ ଚାପ୍ଟର ୨ ପାଇଁ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। କହିବାକୁ ଗଲେ କେଜିଏଫ୍ପରେ ଏହାର ଚାପ୍ଟର 2 ୟଶଙ୍କ ପପୁଲାରିଟିକୁ ଆହୁରି ବଢ଼ାଇ ଦେଇଥିଲା ।ଉଭୟ ସିନେମା ମୋଟ ୧୫୦୦ କୋଟିରୁ ଅଧିକ ଆୟ କରିଥିଲା, ଯାହା ଏବେ ସୁଦ୍ଧା ସର୍ବକାଳୀନ ସର୍ବାଧିକ ଆୟ କରିଥିବା କନ୍ନଡ ସିନେମାରୁ ମଧ୍ୟରୁ ଏକ। ଏହି ସଫଳତା ୟଶଙ୍କୁ ଏକ ସୁପରଷ୍ଟାର ଭାବରେ ପ୍ରତିଷ୍ଠିତ କଲା । ତେବେ ୟଶଙ୍କ ପାଇଁ ଏହି  ସକ୍ସେସ ଆଚିଭ୍ କରିବା କୌଣସି ଚମତ୍କାର ଠାରୁ କମ ନୁହେଁ । ଜଣେ ସାଧାରଣ ବସ୍ ଡ୍ରାଇଭରଙ୍କ ପୁଅ ପାଇଁ ଏ ଯାତ୍ରା ଏତେ ସହଜ ନଥିଲ। ଏଥିପାଇଁ ତାଙ୍କୁ କମ୍ ପରିଶ୍ରମ କରିବା ପାଇଁ ପଡ଼ିନି।

ଅଳ୍ପ ବୟସରୁ ଆରମ୍ଭ ହୋଇଯାଇଥିଲା ୟଶଙ୍କ ସଂଘର୍ଷଘର ଛାଡ଼ି ସିନେମା ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ବାପାମାଙ୍କୁ ମନାଇଥିଲେ ୟଶ ।ମାତ୍ର ୧୬ ବର୍ଷ ବୟସରେ ସିନେମାରେ ନିଜ ନାଁ କରିବା ପାଇଁ ଘରୁ ଗୋଡ଼ କାଢ଼ିଥିଲେସୌଭାଗ୍ୟବଶତଃ ତାଙ୍କୁ କନ୍ନଡ ସିନେମାରେ ସହକାରୀ ନିର୍ଦ୍ଦେଶକ ଭାବରେ କାମ ମିଳିଯାଇଥିଲା।ତେବେ ବାଙ୍ଗାଲୋରରେ ପହଞ୍ଚିବାର ମାତ୍ର ଦୁଇ ଦିନ ପରେ ଏହି ପ୍ରୋଜେକ୍ଟ ବନ୍ଦ ହୋଇଯାଇଥିଲା। ସେତେବେଳେ ୟଶଙ୍କ ପାଖରେ କୌଣସି ରାସ୍ତା ନଥିଲା, ଆଉ ପକେଟରେ ମାତ୍ର ୩୦୦ ଟଙ୍କା ପଡ଼ିଥିଲା। ଘରକୁ ଫେରିଥିଲେ ବାପାମାଆଉ ହୁଏତ ସିନେ ଜଗତରେ କାମ କରିବା ପାଇଁ ଛାଡ଼ି ନଥାନ୍ତେ । ଠୋକର ପାଇବା ପରେ ମଧ୍ୟ ୟଶ ହାର ମାନି ନଥିଲେ କି ଘରକୁ ଫେରି ଯାଇନଥିଲେ।

ପାଖରେ ଥିବା ୩୦୦ ଟଙ୍କାରେ ସେ ଏକ ଡ୍ରାମା ଗ୍ରୁପରେ ଜଏନ କରିଥିଲେ।ସେଠାରେ ସେ ବ୍ୟାକଷ୍ଟେଜରେ କାମ କରିବା ଆରମ୍ଭ କରିଥିଲେ।ଚାବିକ୍ରି କରିବା ସହ ଛୋଟମୋଟ କାମ କରି ପ୍ରତିଦି ୫୦ ଟଙ୍କା ରୋଜଗାର କରୁଥିଲେ।ଦିନ ରାତି ପରିଶ୍ରମ କରୁଥିଲେ।ଥିଏଟରରେ ନିଜର କଳାକୁ ମାର୍ଜିତ କରିବା ସହ ୟଶ କଲେଜରେ ମଧ୍ୟ ନାମ ଲେଖାଇଲେଅନେକ ପରିଶ୍ରମ ପରେ ଶେଷରେ ଟିଭି ଧାରାବାହିକ ନନ୍ଦା ଗୋକୁଲାରେ ଅଭିନୟ କରିବାର ସୁଯୋଗ ପାଇଥିଲେ, ଆଉ ସେଇଠି ଅଭିନେତ୍ରୀ ରାଧିକା ପଣ୍ଡିତ ତଥା ତାଙ୍କ ପତ୍ନୀଙ୍କୁ ଭେଟିଥିଲେ।

୨୦୦୭ରେ ୟଶଙ୍କ ଭାଗ୍ୟ  ତାଙ୍କୁ  ସାଥ ଦେଇଥିଲା। ସିନେମା ରକିରେ ମୁଖ୍ୟ ଭୂମିକା ଅଭିନୟ କରିବାର ସୁଯୋଗ ମିଳିଥିଲାହେଲେ ପୂର୍ବରୁ  ସେ ସହ କଳାକାର ଭାବରେ ସିନେ ଦୁନିଆରେ ଏଣ୍ଟ୍ରି କରି ସାରିଥିଲେ। ଶେଷରେ ରୋମାଣ୍ଟିକ୍ କମେଡି ମୋଡାଲାସାଲା ସିନେମା ଜରିଆରେ ୟଶ ଷ୍ଟାରର ମାନ୍ୟତା ପାଇଥିଲେ । ତାପରେ ସିନେମା କିରାଟିକା ଜରିଆରେ ନିଜର ଅଭିନୟର ଯାଦୁଗରୀରେ ଦର୍ଶକଙ୍କ ମନ ଜିଣିପାରିଥିଲେ। ପରେ ପରେ  ଡ୍ରାମା, ଗୁଗଲି, ଶ୍ରୀ ଓ ମିଷ୍ଟର ଓ ମିସେସ ରାମଗଚାରୀ ଭଳି ଅନେକ ହିଟ ଫିଲ୍ମ ଦେଇଥିଲେ। 

୨୦୧୮ ରେ ୟଶ କେଜିଏଫ୍:ଚାପ୍ଟର ୧ରେ  ଅଭିନୟ କରିଥିଲେ, ଯାହା ୨୫୦ କୋଟି ଟଙ୍କା ରୋଜଗାର କରି ସମସ୍ତ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିଥିଲା। ଏହି ସିନେମା  ସର୍ବାଧିକ ଆୟ କରିଥିବା କନ୍ନଡ ଚଳଚ୍ଚିତ୍ର  ହୋଇଥିଲା।ଏହି ରେକର୍ଡ ଚାରି ବର୍ଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଥିଲା। ଏହା ପରେ କେଜିଏଫ୍:ଚାପ୍ଟର ୨ ମୋଟ ୧୨୫୦ କୋଟି ଟଙ୍କା ରୋଜଗାର କରି ପ୍ରଥମ ସିନେମାର ରେକର୍ଡକୁ ଭାଙ୍ଗିଥିଲାଏହି ସିନେମା ସର୍ବକାଳୀନ ସର୍ବାଧିକ ଆୟ କରିଥିବା ଭାରତୀୟ ସିନେମା ମଧ୍ୟରୁ ଗୋଟିଏ ଏବଂ ୧୦୦୦ କୋଟିରୁ ଅଧିକ ଆୟ କରିଥିବା ଏକମାତ୍ର କନ୍ନଡ ସିନେମା।

କେଜିଏଫରୁ ପାଇଥିବା ନ୍ୟାସନାଲ ଷ୍ଟାରଡମ୍ ୟଶଙ୍କୁ କନ୍ନଡ ସିନେମାରୁ ବାହାରିବାରେ ସାହାଯ୍ୟ କରିଥିଲା। ଏବେ ୟଶଙ୍କୁ ନୀତୀଶ ତିୱାରୀଙ୍କ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିବାର ସୁଯୋଗ ମିଳିଛି।  ରଣବୀର କପୁର ଏବଂ ସାଇ ପଲ୍ଲଭିଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଭାରତର ସବୁଠାରୁ ମହଙ୍ଗା ଫିଲ୍ମ ବୋଲି କୁହାଯାଉଛି। ୟଶ ଏହି ସିନେମାର କୋପ୍ରଡ୍ୟୁସର ହେବାସହ ସିନେମା ପାଇଁ ୨୦୦ କୋଟି ଚାର୍ଜ କରିଥିବା ଜଣାପଡ଼ିଛି। ଦିନେ ଚା ବିକି 50 ଟଙ୍କା ରୋଜଗାର କରୁଥିବା ୟସ୍ ଏବେ ଫିଲ୍ମ ପାଇଁ କୋଟିକୋଟି ଟଙ୍କା ଇନକମ୍ କରୁଛନ୍ତି।