Posts tagged Vaibhav Suryavanshi

୧୩ ବର୍ଷରେ କୋଟିପତି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଇତିହାସରେ ରିଷଭ ପନ୍ତ ସବୁଠାରୁ ମହଙ୍ଗା ଖେଳାଳି ଭାବରେ ରେକର୍ଡ କରିଥିଲା ବେଳେ ତାଙ୍କଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି ବିହାରର ସୁନାପୁଅ। କେବଳ ବିହାର କାହିଁକି ବିହାର ବାହାରେ ବି ସାରା ଦେଶରେ ଏବେ ତାଙ୍କୁ ନେଇ ଚର୍ଚ୍ଚାକ୍ରିକେଟ ଲଭରଙ୍କ ପାଇଁ ପାଲଟିଛନ୍ତି ଡିସକସନର ମେନ୍ ଟପିକ୍ଏତେ କମ୍ ବୟସରେ ଆକାଶଛୁଆଁ ସଫଳତା ପାଇଁ ଏବେ ଚର୍ଚ୍ଚାରେ ବିହାର  ହିରୋତେବେ ଯାହାକୁ ନେଇ ଏତେ ଚର୍ଚ୍ଚା ସେ ହେଉଛନ୍ତି ବିହାରର ବୈଭବ ସୁର୍ଯ୍ୟବଂଶୀ। ମାତ୍ର ୧୩ ବର୍ଷ ବୟସରେ କ୍ରିକେଟର ବୈଭବ ସୁର୍ଯ୍ୟବଂଶୀ IPL ନିଲାମରେ ସାମିଲ୍ ହୋଇଛନ୍ତିକେବଳ ସାମିଲ୍ ନୁହେଁ ନିଜ ଡିମାଣ୍ଡ ପ୍ରାଇଜଠୁ ଅଧିକ ରେଟରେ ବି ତାଙ୍କୁ କିଣାଯାଇଛି। ତେବେ ଏକ୍ସପେରିଏନ୍ସ ଥିବା ଅନେକ କ୍ରିକେଟର ଅକ୍ସନରୁ ବାଦ୍ ପଡିଥିଲା ବେଳେ ୧୩ ବର୍ଷର ବୈଭବ ସୁର୍ଯ୍ୟବଂଶୀ ଅନ୍ୟମାନଙ୍କୁ ଚକମା ଦେଖାଇ ଅକ୍ସନରେ ସାମିଲ୍ ହୋଇ ସକ୍ସେସ ପାଇଛନ୍ତି ଆଇପିଏଲ୍ ନିଲାମରେ କିଣାଯାଇଥିବା ସର୍ବକନିଷ୍ଠ ଖେଳାଳି ହୋଇଥିବାରୁ ଚର୍ଚ୍ଚାରେ ଅଛନ୍ତି ବୈଭବ ସୁର୍ଯ୍ୟବଂଶୀ

ସାଉଦି ଆରବର ୟେଦାଠାରେ ଅନୁଷ୍ଠିତ ଆଇପିଏଲ୍ 2025 ମେଗା ନିଲାମର ଦ୍ୱିତୀୟ ଦିନରେ ରାଜସ୍ଥାନ ରୟାଲ୍ସ  ବୈଭବ ସୁର୍ଯ୍ୟବଂଶୀଙ୍କୁ ୧ କୋଟି ୧୦ ଲକ୍ଷ ଟଙ୍କାରେ କିଣିଛିତେବେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ କି ବୈଭବ ତାଙ୍କ ଫିକ୍ସ ରେଟରୁ ତିନି ଗୁଣ ଅଧିକ ରେଟରେ ସେଲ୍ ହୋଇଛନ୍ତି। ବୈଭବଙ୍କୁ କିଣିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଟକ୍କର ଦେଖିବାକୁ ମିଳିଥିଲା।  ମାତ୍ର ଅକ୍ସନରେ ରାଜସ୍ଥାନ ରୟାଲ୍ସ ହିଁ ବୈଭବ ସୁର୍ଯ୍ୟବଂଶୀଙ୍କୁ କିଣିବାରେ ସଫଳ ହୋଇଛି। ବିହାରର ସମାସ୍ତିପୁରରେ ଜନ୍ମଗ୍ରହଣ କରି ମାତ୍ର 4 ବର୍ଷ ବୟସରୁ ନିଜର କ୍ରିକେଟ୍ ଯାତ୍ରା ଆରମ୍ଭ କରିଥିଲେ। ବିହାରର ରଣଜୀ ଟ୍ରଫି ଦଳରେ ସର୍ବ କନିଷ୍ଠ ଖେଳାଳି ହେବା ଏବଂ ଜାତୀୟ ସ୍ତରର ଯୁବ ଟୁର୍ନାମେଣ୍ଟରେ କ୍ରମାଗତ ଭାବେ ସ୍କୋର କରିବା ସହିତ ବୈଭବ ସୁର୍ଯ୍ୟବଂଶୀ ଅନେକ ସଫଳତା ହାସଲ କରିସାରିଛନ୍ତି।

ଚେନ୍ନାଇରେ ଚାରି ଦିନିଆ ଖେଳରେ ଅଷ୍ଟ୍ରେଲୀୟ UNDER 19 ଦଳ ବିପକ୍ଷରେ ବିହାର ପାଇଁ ଡେବ୍ୟୁ କରିଥିବା ବୈଭବ 12 ବର୍ଷ ବୟସରେ ବି  ଡେବ୍ୟୁ କରିଥିଲେ। ଚଳିତ ବର୍ଷ ଜାନୁଆରୀରେ ପାଟନାରେ ମୁମ୍ବାଇ ବିପକ୍ଷରେ ବିହାରର ରଣଜୀ ଟ୍ରଫି 2023-24 ଏଲିଟ୍ ଗ୍ରୁପ୍ ବି ମୁକାବିଲାରେ ବୈଭବ ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିଥିଲେ।ରଣଜୀ ଏବଂ IPL ରେ ବି ଡେବ୍ୟୁ କରିଛନ୍ତି ବୈଭବ ସୁର୍ଯ୍ୟବଂଶୀ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ 58 ବଲରେ 104 ରନ୍ କରିଥିଲେ ବୈଭବ ।ତେବେ ଆଉ ଗୋଟାଏ କଥା ହେଉଛି 2011 ମସିହାରେ ଇଣ୍ଡିଆ  ଓ୍ୱାର୍ଲ୍ଡକପ ଜିତିଲା ବେଳକୁ ମାତ୍ର କିଛି ଦିନର ହୋଇଥିବା ବୈଭବ ସୁର୍ଯ୍ୟବଂଶୀ କ୍ରିକେଟରେ ଯେଉଁଭଳି ଡେଭଲପ୍ କରୁଛନ୍ତି ଆଗକୁ ହୁଏତ ସେ ଅନେକଙ୍କ ରେକର୍ଡ ବ୍ରେକ୍ କରି ପାରନ୍ତି ।
-ରଶ୍ମିତା ବେହେରା