Posts tagged Shree Naveen Patnaik

ରାଜନୀତିକୁ ଫେରିବେ ପାଣ୍ଡିଆନ

ରାଜନୀତିକୁ ଫେରିବେ ଭିକେ ପାଣ୍ଡିଆନ୍।ପୂର୍ବପରି ପୁଣି ଫିଲ୍ଡରେ ଆକ୍ଟିଭ୍ ହେବେ  ନବୀନଙ୍କ ଫେଭରାଇଟ୍ ପାଣ୍ଡିଆନ୍।ପୁଣିଥରେ ପ୍ରତ୍ୟକ୍ଷ ଭାବେ ନେବେ ବିଜୁ ଜନତା ଦଳର ଭାର ।ସନ୍ୟାସ ନେବା କଥା କହି ଓଡ଼ିଶାବାସୀଙ୍କ ମନରେ ସୃଷ୍ଟି କରିଥିବା ଭ୍ରମ ଖୁବ୍ ଶିଘ୍ର ସ୍ପଷ୍ଟ ହେବ।ପୁଣି ଚାଲିବ ପାଣ୍ଡିଆନ୍ ଥିୟୋରୀ ।ମିଛ ହେବ ପାଣ୍ଡିଆନଙ୍କ ସନ୍ୟାସ ବାଣୀ,ସନ୍ୟାସ ନୁହେଁ ବରଂ ପୁଣିଥରେ ରାଜନୀତିରେ ରାଜଯୋଗ ଖୋଜୁଛନ୍ତି ପାଣ୍ଡିଆନ୍।ଏ କଥା ଗୁଜବ କି ଅନୁମାନ ନୁହେଁ,ବରଂ ପାଣ୍ଡିଆନଙ୍କ ସୋସିଆଲ ମିଡିଆ ପୋଷ୍ଟର ମର୍ମାର୍ଥ।ସୋସିଆଲ୍ ମିଡିଆ ଏକ୍ସ ରେ ବଡ଼ଦିନ ଅବସରରେ ପାଣ୍ଡିଆନ୍ କରିଥିବା ଏ ପୋଷ୍ଟଙ୍କୁ ଦେଖନ୍ତୁ । ଯୋଉଠି ଅଲଗା କିଛଇ ସୁଚନା ଦେଉଛନ୍ତି ପାଣ୍ଡିଆନ।

ଭୁଲ ସମସ୍ତଙ୍କ ଜୀବନରେ ହୋଇଥାଏ,ଯଦି କାହାର କିଛି ଅସୁବିଧା ହେଇଛି ସେଥିପାଇଁ ସମସ୍ତ ଓଡିଶା ବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା ଓଡ଼ିଶାରେ ଜନ୍ମ ହେବା ଯେତିକି ଜରୁରୀ ନୁହେଁ ଓଡିଆ କହିବା ଏବଂ ଓଡ଼ିଆଙ୍କ ସୁଖ ଦୁଃଖର ସାଥି ହେବା ଆବଶ୍ୟକ। ଏମିତି କିଛି ପୋଷ୍ଟ କରି ପଲିଟିକାଲ ଝଡ ସୃଷ୍ଟି କରିଛନ୍ତି ପାଣ୍ଡିଆନତେବେ କୋଉ ଭୁଲ୍ କଥା କହୁଛନ୍ତି ପାଣ୍ଡିଆନ୍। ଏ ଭୁଲ୍ ଆଉ  ଅଧିକ ଏକ୍ସାଇଟେଡ୍ ହେଇ ସନ୍ୟାସ ନେବା କଥା କହିଥିବା ଭୁଲ୍ ନୁହେଁ ତ?  

ସେ ସମୟରେ ବିଜୁ ଜନତା ଦଳକୁ ଆଙ୍ଗୁଠିରେ ନଚଉଥିବା ପାଣ୍ଡିଆନ୍ କୋଉ ଜାଣିଥିଲେ ଯେ ବିଜେଡି ଏଥର ମାଟି କାମୁଡିବ। ଯଦି ଜାଣି ଥାଆନ୍ତେ ହୁଏତ ସନ୍ୟାସ ନେବା କଥା କହି ନଥାଆନ୍ତେ। ଏମିତିରେ ବି ଯଦି ଆପଣ ସେ ପୋଷ୍ଟକୁ ଟିକେ ଧ୍ୟାନ ଦେଇ ଦେଖିବେ ସେ ପୋଷ୍ଟ ପଛରେ ଯୋଉ ଫଟ ଅଛି ତାହା କାଞ୍ଚି ଅଭିଯାନର ଫଟ।  ଯାହାର ପ୍ରତିଶୋଧ ନବାକୁ ତାମିଲ୍ ଅପେକ୍ଷା କରିଥିବା କଥା ବି ଅନେକ ଥର ଓଡ଼ିଶା ରାଜନୀତିର ପ୍ରସଙ୍ଗ ପାଲଟିଛି । ହୁଏତ ପାଣ୍ଡିଆନ୍ ଏ ବାର୍ତ୍ତା ବି ଦେଉଥାଇପାରନ୍ତି।

ତେବେ କେବଳ ଏତିକି ନୁହେଁ ଡବଲ୍ ଇଞ୍ଜିନର ଡବଲ୍ ଧୋକା, ବୋଲି ଡିସେମ୍ବର 23 ରେ ପୋଷ୍ଟ କରିବା ସହିତ ସମଗ୍ର ଜୀବନ ଓଡିଶାବାସୀଙ୍କ ସେବାରେ ଉତ୍ସର୍ଗ କରିବା ପାଇଁ ଆଗେଇ ଆସିବା ଏବଂ ସଦାସର୍ବଦା ତାଙ୍କ ପାଇଁ ଏକ ନୂଆ ଓ ସମୃଦ୍ଧ ଓଡ଼ିଶାର ସ୍ବପ୍ନ ଦେଖିବା କଥା ପୋଷ୍ଟ କରିଛନ୍ତି ପାଣ୍ଡିଆନ୍।

ଯଦି ଟିକେ ଗଭୀର ଭାବେ ଚିନ୍ତା କରିବେ ତେବେ ଏ ପୋଷ୍ଟରେ ଅନେକ କିଛି ତଥ୍ୟ ଅଛି। ପ୍ରଥମେ ପାଣ୍ଡିଆନ୍ ଏ କଥା କହିଲେ କି ।ଓଡ଼ିଶାରେ ଜନ୍ମ ହେବା ଯେତିକି ଜରୁରୀ ନୁହେଁ ଓଡିଆ କହିବା ଏବଂ ଓଡ଼ିଆଙ୍କ ସୁଖ ଦୁଃଖର ସାଥି ହେବା ଆବଶ୍ୟକ ଏକଥା କହି ତାମିଲ୍ ବାଲା ଯେ ସଡ଼ିଶା ର ଦୁଖ ସୁଖର ସାଥି ହୋଇପାରିବେ ବୋଲି କହିଛନ୍ତି। ସେ ପୋଷ୍ଟର ସମୃଦ୍ଧ ଓଡ଼ିଶାର ସ୍ୱପ୍ନ କିନ୍ତୁ ରାଜନୀତି ଆଡ଼କୁ ଇସାରା କରୁଛି। ଯଦିଓ ସେ ନିଜର  ପଲିଟିକାଲ ଇଣ୍ଟ୍ରେଷ୍ଟ ଦେଖାଉଛନ୍ତି ତଥାପି ନବୀନଙ୍କ କାନ୍ଧରେ ବନ୍ଧୁକ ରଖୁଛନ୍ତି ପାଣ୍ଡିଆନ୍। ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱରେ ବିଜେଡି ଲଢ଼ିବ ଓଡ଼ିଶା ହକର ଲଢ଼େଇ। କହି ପାଣ୍ଡିଆନ୍ ନବୀନଙ୍କ ଜମାପୁଞ୍ଜିକୁ ଆଶ୍ରା କରୁଥିବା ବି ସ୍ପଷ୍ଟ ହେଉଛି।

ଆଉ ଏମିତିରେ ବି ଦେଖିବାକୁ ଗଲେ ପାଣ୍ଡିଆନଙ୍କୁ ନେଇ ଯୋଉ ବିଜେପି ଅଯଥା ହୋହାଲ୍ଲା କରୁଥିଲା ନିର୍ବାଚନ ପରେ ପାଣ୍ଡିଆନଙ୍କର କିଛି ବି କରିପାରିନାହିଁ। ଓଲଟା ଡି ଏସ୍ କୁଟ୍ଟେଙ୍କୁ ସେଣ୍ଟ୍ରାଲ୍ ଡେପୁଟେସନରେ ପଠେଇଛି ବିଜେପି।ନୁଆ କରି ସରକାରକୁ ଆସିଥିବା ବିଜେପି ନିର୍ବାଚନ ପୁର୍ବରୁ ଯୋଉ ବାହାସ୍ଫୋଟ ମାରୁଥିଲା ସେମିତି କିଛି ବି କରି ପାରି ନାହିଁ। ତେଣୁ ଏ କଥା ସ୍ପଷ୍ଟ କରୁଛି କି ପୁଣିଥରେ ପାଣ୍ଡିଆନ୍ ପଲିଟିକ୍ସକୁ ରିଟଣ୍ଣ କଲେ ବିଜେପି ବି ସେମିତି କିଛି ଷ୍ଟେପ୍ ନେଇ ନପାରେ। ରାଜନୀତିରେ ନଥାଇ ବି ନବୀନଙ୍କ ନିବାସରେ ରହୁଥିବା ପାଣ୍ଡିଆନଙ୍କ ପ୍ରତି ନବୀନଙ୍କ ଯୋଉ ଆନୁଗତ୍ୟ ରହିଛି ତାକୁ ଅସ୍ତ୍ର କରୁଛିନ୍ତି ପାଣ୍ଡିଆନ୍। ନବୀନଙ୍କ କାନ୍ଧରେ ବନ୍ଧୁକ ରଖି ପାଣ୍ଡିଆନ୍ ଗୁଳି ଫୁଟାଇଲେ ହୁଏତ ରାଜନୀତିରେ ଯେ କେହି ଶିକାର ହେବାର ସମ୍ଭାବନା ଅଛି।ତେବେ ପାଣ୍ଡିଆନଙ୍କ ରିଟଣ୍ଣ ପଲିସି ପଲିଟିକ୍ସରେ କି ରଙ୍ଗ ଆଣୁଛି ତାହା ଦେଖିବା ବାକି।

କେମିତି ତିଆରି ହୋଇଥିଲା BJD

ପ୍ରତିଷ୍ଠା ଦିବସ ପାଳୁଛି ବିଜୁ ଜନତା ଦଳ।ପ୍ରଥମ ଥର ପାଇଁ କ୍ଷମତାରୁ ହଟିଥିବା ଦଳ ପାଳୁଥିବା ପ୍ରତିଷ୍ଠା ଦିବସ ଉପରେ ସମସ୍ତଙ୍କ ନଜର।ପରାଜୟର ମାତ୍ର କେଇଟା ଦିନ ଭିତରେ ବଦଳିଗଲାଣି ପାଣିପାଗ।ନିର୍ବାଚନ ପୂର୍ବରୁ କିଛି ନେତା ଦଳ ଛାଡିଥିଲେ ଆଉ କିଛି ଦଳଡିଆଁରେ ସାମିଲ୍ ହେଲେ। ତଥାପି କମିନି ନବୀନ କି ବିଜୁ ଜନତା ଦଳର ଆନୁଗତ୍ୟଙ୍କ ସଂଖ୍ୟା।ଏବେ ବି ଅନେକ ନେତା ବିଜୁ ଜନତା ଦଳରେ ପଡ଼ି ରହିଛନ୍ତି।ତେବେ ଯଦିଓ ବିଜୁ ଜନତା ଦଳ ଆଜି କ୍ଷମତା ରେ ନାହିଁ ତଥାପି ଦୀର୍ଘ 24 ବର୍ଷ ଧରି ଶାସନ ଡୋରୀ  ଧରିଥିଲା ବିଜେଡି।ଯାହାର ମୁଳଦୁଆ ଆଜିର ତାରିଖରେ ପଡିଥିଲା।

1997 ମସିହାରେ ବଡ଼ ଦିନପରେ ଓଡ଼ିଶା ରାଜନୀତିରେ ଘଟିଥିଲା ବଡ଼ ପରିବର୍ତ୍ତନ।ବିଜୁ ପଟ୍ଟନାୟକଙ୍କ ନାଁରେ ତିଆରି ହୋଇଥିଲା ବିଜୁ ଜନତା ଦଳ। ଯାହା ଆଶ୍ଚର୍ଯ୍ଅଜନକ ଭାବେ ସଫଳତା ହାସଲ କରିଥିଲା। ତେବେ ବିଜୁ ଜନତା ଦଳର ସକ୍ସେସ୍ ଷ୍ଟୋରୀ ଯେମିତି ଇମ୍ପ୍ରେସିଭ୍ ଡାଉନଫଲ ତାଠୁ ଅଧିକ ପାଥେଟିକ୍।

୧୭ ଏପ୍ରିଲ ୧୯୯୭ରେ ଜନପ୍ରିୟ ନେତା ବିଜୁବାବୁଙ୍କ ବିୟୋଗ ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିଲା ବିରାଟ ଶୂନ୍ୟସ୍ଥାନ।ବିଜୁଙ୍କ ବିରୋଧି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଚେକ୍ ଦେବାକୁ ବାଟ ଖୋଜୁଥାଆନ୍ତି ବିଜୁଙ୍କ ଅନୁଗତ।ବିଜୟ ମହାପାତ୍ର, ,ରାମକୃଷ୍ଣ ପଟ୍ଟନାୟକ ଆଦି ଜାନକୀଙ୍କ ବିରୁଦ୍ଧରେ ଜନସମର୍ଥନ ଯୋଗାଡ କରିବାକୁ ତିଆରି କରିଥିଲେ ନୁଆ ଚାଲ୍।ଯୋଉଠୁ ଆରମ୍ଭ ହୋଇଥିଲା  ବିଜୁ ବ୍ରାଣ୍ଡ ପଲିଟିକ୍ସର ପଲିଟିକାଲ ପ୍ଲାନିଂ।

ଅନୁକମ୍ପାକୁ ଆଶ୍ରା କରିବାକୁ  ବିଜୁଙ୍କ ପରିବାର ସଦସ୍ୟଙ୍କୁ ଅନୁରୋଧ କରାଯାଇଥିଲା।ମାତ୍ର ପଟ୍ଟନାୟକଙ୍କ ବଡ ପୁଅ ,ଝିଅ ଗୀତା ମେହେତା ଏବଂ ପତ୍ନୀ ପ୍ରସ୍ତାବକୁ ଗ୍ରହଣ ନ କରିବାରୁ ନବୀନ ପଟ୍ଟନାୟକ ସାଜିଥିଲେ ଶେଷ ସାହାରା। ବିଜୁ ପଟ୍ଟନାୟକଙ୍କ ଅନୁଗାମୀ ଓ ସମର୍ଥକଙ୍କ କଥା ଭାଙ୍ଗି ନପାରି ନବୀନ ରାଜନୀତିକୁ ଏଣ୍ଟ୍ରି କରିଥିଲେ।1997 ଜୁନରେ ବିଧିବଦ୍ଧ ଭାବେ  ଜନତା ଦଳରେ ସାମିଲ୍ ହେଇଥିଲେ। NDA  ସହ ହାତ ନ ମିଳାଇ ଦଳର ସ୍ୱତନ୍ତ୍ରତା ବଜାୟ ରଖିବା ସହିତ ନବାଗତ ନବୀନ ଜନତା ଦଳ ପୂର୍ବରୁ ବାପାଙ୍କ ନାଁ ଯୋଡି ପ୍ରତିଷ୍ଠା କରିଥିଲେ ବିଜୁ ଜନତା ଦଳ।

26 ଡିସେମ୍ବର 1997ରେ ଦଳରେ ଲାଗିଥିଲା ବିଜୁ ବ୍ରାଣ୍ଡ୍। ଯୋଉଥିରେ ମୁଖ୍ୟ ସହଯୋଗୀ ସାଜିଥିଲେ ବିଜୟ ମହାପାତ୍ର,ରାମକୃଷ୍ଣ ପଟ୍ଟନାୟକ,ଦୀଲିପ ରାୟଙ୍କଭଳି ଭଳି ପୃଷ୍ଠପୋଷକ। ନୁଆ ଦଳ ଗଢିବାକୁ ଫଣ୍ଡିଂ କରିଥିଲେ ଅଟଳ ବିହାରୀ ବାଜପେୟୀ।ଓଡ଼ିଶାରୁ ଦିଲିପ ରାୟଙ୍କର ମଧ୍ୟ ଏଥିରେ କମ୍ ସହଯୋଗ ନଥିଲା।

ଆଉ ସେଇଠୁ ଆରମ୍ଭ ହୁଏ ବିଜୁ ଜନତା ଦଳର ଯାତ୍ରା।ଭାରତୀୟ ଜନତା ପାର୍ଟି ସହ ମିଶି ମେଣ୍ଟ ରାଜନୀତିରେ ସମଝୋତା କରି 2000 ମସିହା ନିର୍ବାଚନ ବେତରଣୀକୁ ଓହ୍ଲାଇଲା ବିଜେଡି।ବିଜେଡିର ମଙ୍ଗ ଧରିବା ପୁର୍ବରୁ ୧୯୯୭ରୁ ଆସ୍କା ଲୋକସଭା ଆସନରୁ ସାଂସଦ ଏବଂ ୧୯୯୮ ଏନଡିଏ ସରକାରରେ ଖଣିମନ୍ତ୍ରୀ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ।1999ରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ହଟି ସାରିଥିଲା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଚଉକି। ଜେବିଙ୍କୁ ରିପ୍ଲେସ କରି ମୁଖ୍ୟମନ୍ତ୍ରୀ ହେଇଥିଲେ   ଗିରିଧର ଗମାଙ୍ଗ। ମାତ୍ର ଅଞ୍ଜନା ମିଶ୍ର କେସ ରାଜନୀତିରେ କଂଗ୍ରେକୁ ଢେର୍ ପଛକୁ ଠେଲିଦେଲା। ଅଞ୍ଜନାକୁ ମୁଦ୍ଧା କରି ରାଜନୀତିକୁ ଓହ୍ଲାଏ ବିଜୁ ଜନତା ଦଳ। BJD ଓ BJPର ଗଠବନ୍ଧନରେ ଚିତପଟାଙ୍ଗ ମାରେ।

2000 ନିର୍ବାଚନରେ BJD ଏକାକି 71 ସିଟ ହାତେଇବା ସହ BJP 38ଟି ଆସନ ହାସଲ କରିଥିଲା। କଂଗ୍ରେସ ମାତ୍ର 26ଟି ଆସନରେ ସୀମିତ ରୁହେ।ସେଇଠୁ ହିଁ ଆରମ୍ଭ ହୋଇଥିଲା  ବିଜୁ ଜନତା ଦଳର ସଫଳତାର ଯାତ୍ରା। BJD ସୁପ୍ରିମୋ ନବୀନ ପଟ୍ଟନାୟକ ସେବେଠୁ କ୍ରମାଗତ ସାଜିତିଲେ   ସାଜନ୍ତି ମୁଖ୍ୟମନ୍ତ୍ରୀ। ନିରବଚ୍ଛିନ ଭାବେ ଆଞ୍ଚଳିକ ଦଳ ବିଜେଡି ଲଗାତର ବିଜୟ ହାସଲ କରିଥିଲା । ମାତ୍ର ବିଡମ୍ବନା ଯେ ସେ ସମୟରେ ଦଳ ତିଆରି କରିଥିବା ଅନେକ ନେତା  ଧିରେ ଧିରେ ଦଳ ପାଇଁ ଅଲୋଡା ହେଲେ ।

ବିଜୟ ମହାପାତ୍ର,ଦିଲିପ ରାୟ ଆଦି ନେତା ରାସ୍ତାରୁ  ହଟାଇବା ସହ ମିଡ୍ ନାଇଟ୍ ଅପରେସନ ନାଁରେ ମାର୍ଗଦର୍ଶକ ତଥା ଚାଣକ୍ୟ ପ୍ୟାରୀମୋହନ ମହାପାତ୍ରଙ୍କୁ ମଧ୍ୟ ବହିଷ୍କାର କରିଥିବା ନବୀନ ଏବେ ନିଜେ କ୍ଷମତାରେ ନାହାନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ବିଜେପି ସରକାର କରିବା ସହିତ ଶାାନଗାନୀ ହରାଇଛି ବିଜେଡି।ଏପରିକି ନବୀନ ପଟ୍ଟନାଅକ ନୀଜେ ମଧ୍ଅ କଣ୍ଟାବାଞ୍ଜିରୁ ପରାଜୟର ସ୍ୱାଦ ଚାଖିଝଛନ୍ତି।ତେବେ ଯାହାବି କୁହନ୍ତୁ ଅମାପ ସଫଳତା ପାଇବା ସହ ଅକସ୍ମାତ୍ ଭୁଷୁଡିପଡ଼ିବାର ଦଳ ବିଜୁ ଜନତା ଦଳ।

ମୋହନ ମାଝୀଙ୍କ ୬ ମାସର ରିପୋର୍ଟ କାର୍ଡ

ମୋହନ ସରକାରକୁ ପୁରିଗଲା ୬ ମାସ। ମାତ୍ର କଣ ରହିଛି ରିପୋର୍ଟ କାର୍ଡ?କଣ କରୁଛନ୍ତି ସରକାର?ରଙ୍ଗ ବଦଳାଇବାରେ ଅଟକି ଯାଇଛି କି  ନୂଆ ସରକାରର ରଙ୍ଗ?କୁଆଡ଼େ ଗଲା ଚିଟ୍ ଫଣ୍ଡ ପଇସା?କେତେ ଜଣଙ୍କୁ ବାନ୍ଧିଲାଣି ଇଡି ସିବିଆଇ?ଯୋଉ ପାଣ୍ଡିଆନଙ୍କୁ ନେଇ ଏତେ କଥା କୁହାଯାଉଥିଲେ ,ତାଙ୍କୁ ନେଇ କାହିଁକି ଚୁପ୍ ବସିଛି ବିଜେପି?ଅସ୍ମିତାର ଡେଙ୍ଗୁରା ପିଟୁଥିବା ବିଜେପି କେମିତି କଲା ଜଣେ ଅଣ ଓଡ଼ିଆଙ୍କୁ ମୁଖ୍ୟ ଶାସନ ସଚିବ?ଯୋଉ କୁଟ୍ଟେଙ୍କ ନାଁ ରେ ଗଦାଗଦା ଅଭିଯୋଗ କରୁଥିଲା ସେ ପୁଣି କେମିତି ହେଲେ bsf ig?ଏସବୁ କଥା ତ ଏବେ ଏମିତି ବ୍ୟାପିବାରେ ଲାଗିଛି କି, ଅନେକ ଲୋକ କୁହାକୁହି ହେଲେଣି ଭଲ ଥିଲା ବିଜୁ ଜନତା ଦଳର ସରକାର? ବିଜେପିର ଡବଲ ଇଞ୍ଜିନ୍ ସାଙ୍ଗକୁ ଡବଲ ଗେମ୍ ଅନେକ ଲୋକଙ୍କ ମୁଣ୍ଡରେ ପଶୁନି।

ତେବେ ଜୁନ୍ 12 ତାରିଖରେ ଶପଥ ନେଇଥିବା ଓଡ଼ିଶାର ନୁଆ ସରକାର ଅର୍ଥାତ୍ ଭାରତୀୟ ଜନତା ପାର୍ଟିର ସରକାରକୁ ୬ ମାସ ପୁରିଛି। ମାତ୍ର କଥା ଉଠୁଛି ଏ 6 ମାସରେ କେତେ ସଫଳ ନୁଆ ସରକାର?ପ୍ରତିଶ୍ରୁତି ପୂରଣରେ କେତେ ଆଗରେ ଅଛି ବିଜେପି। ନା କେବଳ ପୂର୍ବ ସରକାରକୁ ଗାଳି କରି ନିଜ ଦାୟିତ୍ୱ ଭୁଲି ଯାଉଛି।ଏମିତିରେ ବି ବିଜେପିର ଅନେକ ନେତାମନ୍ତ୍ରୀଙ୍କ କଥାରେ ତାଳ ମେଳ ରହୁନି। ଆଳୁକୁ ନେଇ ଯୋଗାଣ ମନ୍ତ୍ରୀ ମନଇଛା କଥାବାର୍ତ୍ତା କରୁଛନ୍ତି ତ ପୁଣି କେତେବେଳେ କ୍ରୀଡା ବିଭାଗରେ ବିଜୁ ପଟ୍ଟନାୟକଙ୍କ ନାଁ ରେ ଦିଆଯାଇଥିବା ପୁରସ୍କାରର ନାଁ ବଦଳିବାକୁ ନେଇ ଅବଗତ ନଥିବା କହିଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ।ତେବେ ଆଉ ଯାହା ହେଉ କି ନ ହେଉ ରଙ୍ଗ ବଦଳେଇବାରେ କିନ୍ତୁ ସରକାରଙ୍କର ଭାରି ଫୋକସ୍। ଯୋଉଥିପାଇଁ ଅନେକ ଲୋକ ଏହାକୁ ରଙ୍ଗ ବଦଳା ସରକାର କହିଲେଣି।

ତେବେ ମୋହନ ସରକାରଙ୍କ ଉପରେ ଅଧିକାଂଶ ଲୋକ  ଖୁସି ନାହାନ୍ତି। ଯଦିଓ 24 ବର୍ଷର ସରକାରକୁ ବଦଳାଇ ଲୋକ ବିଜେପିକୁ ବାଛିଥିଲେ ତଥାପି ଏଇ କିଛି ଦିନର କାର୍ଯ୍ୟକଳାପ ଭିତରେ ସମସ୍ତଙ୍କର ଭାବନା ପ୍ରାୟ ବଦଳିଗଲାଣି। ସମସ୍ତଙ୍କର ଗୋଟିଏ ମତ- ଯେମିତି ସରକାର ଚାହୁଁଥିଲୁ,ସେମିତି ପାଇନୁ ।ନବୀନ ସରକାରଙ୍କଠାରୁ ମୋହନ ସରକାର ଯେ ଭଲ ଏକଥା କେହି ବି ଯେମିତି ମାନିବାକୁ ପ୍ରସ୍ତୁତ ନୁହେଁ। ଦଳମତ ନିର୍ବିଶେଷରେ ମୋହନ ସରକାରଙ୍କ ସହ ସେମାନଙ୍କର ଆବେଗ ଯୋଡି ହୋଇପାରିନି। ଓଲଟି ମୋହନ ସରକାରଙ୍କ ସହ ତୁଳନା କରି ସେମାନେ ନବୀନ ପଟ୍ଟନାୟକଙ୍କୁ ଝୁରୁଛନ୍ତି। ୨୪ ବର୍ଷର ବିଜେଡି ସରକାରଙ୍କ ଗର୍ବ ଓ ଅହଂକାରରେ ସେମାନେ ଅତିଷ୍ଠ ଥିଲେ ମଧ୍ୟ ନବୀନଙ୍କ ପ୍ରତି ଭଲ ପାଇବା ଲୋକଙ୍କର ତୁଟିନି, ବରଂ ସେହି ଭଲପାଇବା ଆହୁରି ବଢ଼ିଛି।

ଯଦି ମୋହନଙ୍କ ରିପୋର୍ଟ କାର୍ଡ ଦେଖାଯାଏ ତେବେ 6 ମାସ ଭିତରେ ମାତ୍ର 4 ଟି ପ୍ରତିଶ୍ରୁତି ପୂରଣ କରିଛନ୍ତି। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା,ରତ୍ନଭଣ୍ଡାର ଖୋଲିବା ସହ 5 ଶହ କୋଟିର କର୍ପସ ଫଣ୍ଡ ବି ଗଠନ ହୋଇଛି । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଆର୍ଥିକ ସହାୟତା ଦେବା ସହ ଧାନର msp ବଢାଇଛନ୍ତି। ମାତ୍ର ଏଇ ଚାରୋଟିକୁ ଛାଡିଦେଲେ ସେମିତି କିଛି ଆଖିଦୃଶିଆ କାମ କରିନି ବିଜେପି।ବିଜୁ ଜନତା ଦଳର ସରକାର ସମୟରେ ଯୋଉ ଆଇନ୍ ବ୍ୟବସ୍ଥାକୁ ନେଇ ବିଜେପି ହୋ ହାଲ୍ଲା କରୁଥିଲା ନିଜେ ସରକାରକୁ ଆସିଲା ପରେ ସେମିତି କିଛି ବି ସୁଧୁରୁନି। ଏମିତିକି ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାରିବା ଘଟଣାରେ ବିଜେପିର ଆଭିମୁଖ୍ୟ କୁ ନେଇ ପ୍ରଶ୍ନବାଚୀ ଉଠିଛି।ପ୍ରଶାସନିକ ବ୍ୟବସ୍ଥାରେ  ବି ସ୍ଥାଣୁତା। ନୂଆ ସରକାର ଯେମିତି ଚଳଚଞ୍ଚଳ ହେବା କଥା ତାହା ହୋଇପାରିନାହିଁ। ବ୍ଲକ୍ ଅଫିସଠାରୁ ଲୋକସେବା ଭବନ ସବୁଠି ସମାନ ଅବସ୍ଥା। ରଙ୍ଗ ଓ ନାଁ ବଦଳେଇବା,ସୁଭଦ୍ରା ଯୋଜନାର ପ୍ରଚାର ଏବଂ କାର୍ଯ୍ୟକାରିତା ବ୍ୟସ୍ତତା ଛଡ଼ା ଅନ୍ୟ କୌଣସି ଯୋଜନା ବା ଉନ୍ନୟନ କାର୍ଯ୍ୟରେ ସେଭଳି ଆଗଭର ଥିବା  ଦେଖିବାକୁ ମିଳିନି। ଖୋଦ୍ ତୃତୀୟ ମହଲାରେ ଫାଇଲ୍ କାମରେ ଶିଥିଳତା ଦେଖିବାକୁ ମିଳୁଛି। ବିଜେପି ନେତା ଏବେ କେବଳ ଟ୍ରାନ୍ସଫର ପୋଷ୍ଟିଂରେ ବ୍ୟସ୍ତ। ସେମିତି ନ ହେଇଥିଲେ ଖୋଦ୍ ପ୍ରଧାନମନ୍ତ୍ରୀ ଏ ପ୍ରସଙ୍ଗ ଉଠେଇ ନ ଥାଆନ୍ତେ।

ପୂର୍ବ ସରକାରରେ ଚାଲିଥିବା କୁଶାସନ ବ୍ୟବସ୍ଥା ଭଙ୍ଗାଯିବ ବୋଲି ଭାଷଣବାଜି କରାଯାଉଥିଲେ ମଧ୍ୟ ତାହା ଭାଷଣରେ ସୀମିତ ରହିଛି। ଓଡ଼ିଆ ଅସ୍ମିତା ପ୍ରଚାର ଧୂଆଁବାଣ ସାଜିଛି।ଗୁରୁତ୍ୱପୂଣ୍ଣ ପଦରେ ଅଛନ୍ତି ଅଣ ଓଡ଼ିଆ। କେବଳ ଫଟ ଉଠାଇବାରେ ବ୍ୟସ୍ତ ରହୁଛନ୍ତି ଅନେକ ନେତା। ମନ୍ତ୍ରୀଙ୍କର ତ କଥାରେ ତାଳମେଳ ବି ରହୁନି।ସବୁଠୁ ବଡ଼ କଥା ହେଉଛି ଚିଟ୍ ଫଣ୍ଡ ଭଳି ପ୍ରସଙ୍ଗ ଯାହାକୁ ବିଜେପି ପ୍ରସଙ୍ଗ କରିତିଲା ସେଥିରେ ବି ଚିଟିଂ କରିଛି ବିଜେପି।କେବଳ ରଙ୍ଗ ବଦଳାଇବା ଏବଂ  ପୂର୍ବ ସରକାରକୁ ଗାଳି କରିବାରେ ବ୍ୟସ୍ତ ଥିବା ବିଜେପି ଆଗକୁ କି ରଙ୍ଗ ରାଜନୀତିରେ ଆଣିଛି ତହା ଦେଖିବା ବାକି।