Posts tagged Sambhal

୧୯୭୮ ସମ୍ଭଲ ଦଙ୍ଗା, ୧୮୪ ହିନ୍ଦୁଙ୍କୁ ପୋଡି ମାରିଲେ

ଦଙ୍ଗାର ଦାଗରେ କ୍ଷତବିକ୍ଷତ ଉତ୍ତର ପ୍ରଦେଶର ସମ୍ଭଲ ମାଟି। ଅଧିକାର ଓ ଆଧିପତ୍ୟର ଏ ଯୁଦ୍ଧ, ସତରେ ଖୁବ ଭୟଙ୍କର ! ମୁଷ୍ଟିମେୟଙ୍କ ସୈତାନୀ ବୁଦ୍ଧିରେ ସମ୍ଭଲ, ଅସମ୍ଭାଳ ହୋଇ ଉଠିଥିଲା। ଆଉ ଏବେ ସମ୍ଭଲର ହିଂସାକୁ ନେଇ ଉଠୁଛି- ପଡ଼ୁଛି ନ୍ୟାସନାଲ ପଲିଟିକ୍ସସମ୍ଭଲରେ ସିରିଏଲ ଦଙ୍ଗାର ଅନେକ ରେକର୍ଡ ରହିଛି।

ସମ୍ଭଲ ଦଙ୍ଗାର ରେକର୍ଡ ପାଞ୍ଚ ଦଶକ ପୁରୁଣା। ସେତେବେଳେ ଜିଲ୍ଲା ନଥିଲା ଏ ଅଞ୍ଚଳ, ହେଲେ ମୋରାଦାବାଦ ଡିଭିଜନ ଅଧୀନସ୍ଥ ସମ୍ଭଲର,ନିଜସ୍ୱ ଇତିହାସ ରହିଛିଆମର ବେଦ ଏବଂ ପୁରାଣରେ ଏହି ସହରକୁ ସମ୍ଭଲ ନଗର ଭାବରେ ଉଲ୍ଲେଖ କରାଯାଇଛି୬୮ଟି ତୀର୍ଥସ୍ଥାନର ସହର, ଯେଉଁଠି ପୂର୍ବରେ ଚନ୍ଦ୍ରଶେଖର, ଉତ୍ତରରେ ଭୁବନେଶ୍ୱର ଏବଂ ଦକ୍ଷିଣରେ ସମ୍ମଲେଶ୍ୱର ଶିବଲିଙ୍ଗ ଅବସ୍ଥିତପୌରାଣିକ ମାନ୍ୟତା ଅନୁସାରେ ଧରାପୃଷ୍ଟରେ ପାପ ଓ ଅତ୍ୟାଚାରର ଭାର ବଢ଼ିଗଲା ପରେ ପ୍ରାଣ ବିକଳରେ ଯେତେବେଳେ ଜୀବଜଗତ ତ୍ରାହି ତ୍ରାହି ଡାକ ଛାଡ଼ିବେ,ସେତେବେଳେ ଏଠାରେ ଭଗବାନ ବିଷ୍ଣୁ, କଳକୀ ରୂପରେ ଜନ୍ମ ନେବେପୁରାଣ ବର୍ଣ୍ଣିତ ସମ୍ଭଲ ହେଉଛି ସେହି ସହର,ଯେଉଁଠାରେ ଭଗବାନ ବିଷ୍ଣୁ ଅବତାର ନେବେ।

କିନ୍ତୁ ଦେଖନ୍ତୁ ଆଜି ସମ୍ଭଲ ମାଟିରେ କ’ଣ ଘଟୁଛି ! ଦଙ୍ଗାର ନିଆଁ ସବୁ କିଛି ଛାରଖାର କରି ପକାଉଛି ! ଏହି ପ୍ରାଚୀନ ସନାତନ ସହରର,ଐତିହ୍ୟକୁ ଜାଣିଶୁଣି ନଷ୍ଟ କରିବାକୁ ଉଦ୍ୟମ କରାଯାଉଛି କି ? ଏ ପ୍ରଶ୍ନର ଉତ୍ତର ୧୯୭୮ ମସିହା ଭୟଙ୍କର ଦଙ୍ଗାରେ ଲୁଚି ରହିଛି !୨୫ମାର୍ଚ୍ଚ ୧୯୭୮, ସେଦିନ ଥାଏ ହୋଲି… ସମ୍ଭଲ ଆକାଶ ଫଗୁର ରଙ୍ଗରେ ରଙ୍ଗେଇ ହୋଇ ଯାଇଥିଲା। ଉପରୁ ସବୁ ଠିକ ଦିଶୁଥିଲେ ସୁଦ୍ଧା ନିଆଁ ଭିତରେ ଭିତରେ ଜଳୁଥିଲା। ଘୃଣ୍ୟ ଉଦ୍ଦେଶ୍ୟ ଥିବା ଏକ ଗୋଷ୍ଠୀ ଗୁଜବ ପ୍ରଘଟ କରି ନିଆଁରେ ଘିଅ ଢ଼ାଳିବା ପରି କାମ କରୁଥିଲେ । ଶେଷରେ ହୋଲିର ଚାରି ଦିନ ପରେ ୨୯ ମାର୍ଚ୍ଚ ୧୯୭୮ରେ ସମ୍ଭଲ ରାସ୍ତାରେ ଘୃଣାର ଏପରି ନିଆଁ ଲାଗିଥିଲା। ଗୁଜବକୁ ବିଶ୍ୱାସ କରି ସମ୍ଭଲ ସହରରେ ଆରମ୍ଭ ହୋଇଥିଲା ଭୟଙ୍କର ଦଙ୍ଗା। ଦଙ୍ଗାକାରୀ ୪୦ରୁ ଅଧିକ ଦୋକାନ ପୋଡ଼ି ପାଉଁଶ କରିଦେଲେ। ଗୋଟିଏ ସ୍ଥାନରେ ୨୪ ଜଣରୁ ଅଧିକ ହିନ୍ଦୁ ଦୋକାନୀଙ୍କୁ ଜୀବନ୍ତ ପୋଡ଼ି ହତ୍ୟା କରାଗଲା। ରେକର୍ଡ ଅନୁଯାୟୀ ୧୯୭୮ ଦଙ୍ଗାରେ ୧୮୪ ଜଣଙ୍କର ମୃତ୍ୟୁ ଘଟିଥିଲା।