ନାସାର ଚେତାବନୀ,ଖ୍ରୀଷ୍ଟମାସ ପୂର୍ବଦିନ ହେବ ତାଣ୍ଡବ !କାରଣ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଆଷ୍ଟ୍ରୋଏଡ୍ ।ଖ୍ରୀଷ୍ଟମାସ ପୂର୍ବରୁ ଅର୍ଥାତ୍ ୨୪ ଡିସେମ୍ବରରେ ମହାକାଶରେ ଘଟିବ ଏକ ବିରଳ ଘଟଣା,୧୨୦ ଫୁଟ୍ ଲମ୍ବର ଆଷ୍ଟ୍ରୋଏଡ୍ ଆମ ପୃଥିବୀର ନିକଟତର ହେଉଛି,ବୈଜ୍ଞାନିକ ମାନେ ଏହି ଗ୍ରହର ନାମ ୨୦୨୪ XN1 ରଖିଛନ୍ତି ।ଆଷ୍ଟ୍ରୋଏଡ୍ ଘଣ୍ଟା ପ୍ରତି ୧୪, ୭୪୩ ମାଇଲ୍ ବେଗରେ ଗତି କରୁଛି, ଯାହା ପୃଥିବୀ ଠାରୁ ୪୪ ଲକ୍ଷ ୮୦ ହଜାର ମାଇଲ୍ ଦୂରତାରେ ଗତି କରିବ। ନାସାର ବୈଜ୍ଞାନିକଙ୍କ ଅନୁଯାୟୀ ଯଦିଓ ୧୨୦ ଫୁଟ ଲମ୍ବର ଆଷ୍ଟ୍ରୋଏଡ୍ ପୃଥିବୀର ଅତି ନିକଟବର୍ତ୍ତୀ ହୋଇପାରେ। ମହାକାଶରେ ଘଟୁଥିବା ଏହି ଅନନ୍ୟ ଘଟଣା ଉପରେ ନଜର ରଖାଯାଇଛି।

ମହାକାଶରେ ପୃଥିବୀ ନିକଟରେ ପାଖ ଦେଇ ଆଷ୍ଟ୍ରୋଏଡ ଯିବା ନୂଆ ନୁହେଁ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ୨୦୨୪ XN1 ପରି ଆଷ୍ଟ୍ରୋଏଡ୍ ଗୁଡିକ, ସୌରମଣ୍ଡଳର ଉତ୍ପତ୍ତି ବୁଝିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ସେଥିପାଇଁ ଏହି ଆଷ୍ଟ୍ରୋଏଡ୍ ଗତି ପଥ ସମ୍ପର୍କରେ ଜାଣିବା ପାଇଁ ନାସା ଅତ୍ୟାଧୁନିକ ଟ୍ରାକିଂ ଟେକ୍ନୋଲୋଜି ବ୍ୟବହାର କରୁଛି।

ପୃଥିବୀ ନିକଟରେ ଯାଉଥିବା ପରବର୍ତ୍ତୀ ପାଞ୍ଚଟି ଆଷ୍ଟ୍ରଏଡ ମଧ୍ୟରେ ୨୦୨୪ XN1 ଆଷ୍ଟ୍ରୋଏଡ ସର୍ବବୃହତ୍ ଅଟେ। ଏହା ସତ୍ତ୍ୱେ ବୈଜ୍ଞାନିକମାନେ ଆଶ୍ୱାସନା ଦେଇଛନ୍ତି, ପୃଥିବୀ ନିକଟ ଦେଇ ଏହାର ଗତିପଥ ହୋଇଥିଲେ ହେଁ ପୃଥିବୀ ପାଇଁ କୌଣସି ବିପଦ ହେବ ନାହିଁ। ନାସାର ଆଷ୍ଟ୍ରୋଏଡ ୱାଚ୍ ଡ୍ୟାସବୋର୍ଡ ସାହାଯ୍ୟରେ ଏହି ଆଷ୍ଟେରଏଡ ଉପରେ ନଜର ରଖାଯାଉଛି ।

ନାସାର ଡ୍ୟାସବୋର୍ଡ ସେହି ସମସ୍ତ ଆଷ୍ଟ୍ରୋଏଡ ଏବଂ ଧୂମକେତୂ ସମ୍ପର୍କରେ ସୂଚନା ଦେଇଥାଏ, ଯାହା ପୃଥିବୀ ନିକଟ ଦେଇ ଯାଏ କିମ୍ବା ପୃଥିବୀ ସହିତ ଧକ୍କା ହେବାକୁ ଯାଉଛି । ନାସାର ଏହି ପ୍ଲାଟଫର୍ମ ପୃଥିବୀରୁ ଆଷ୍ଟ୍ରଏଡର ନିକଟତମ ଦୂରତା, ସେମାନଙ୍କର ଆକାର ଏବଂ ଗତି ବିଷୟରେ ସୂଚନା ପ୍ରଦାନ କରିଥାଏ । ଯେଉଁ କାରଣରୁ ବୈଜ୍ଞାନିକ ମାନେ ମହାକାଶରୁ ପୃଥିବୀକୁ ଆସୁଥିବା ବିପଦକୁ ଅନୁମାନ କରିପାରନ୍ତି।
