Posts tagged kidney vally

କିଡ୍‌ନୀ ଭ୍ୟାଲି-ଗୋଟିଏ କିଡ୍‌ନୀରେ ବଞ୍ଚୁଥିବା ଗାଁ

ଏମିତି ଏକ ଗାଁ ଅଛି ଯାହା କିଡନୀ ବିକିବାର ଗାଁ ଭାବେ ପ୍ରସିଦ୍ଧ ଯେଉଁଠି ଗୋଟାଏ କିଡନୀରେ ଲୋକେ ଜୀଇଁବାର ପରମ୍ପରା ପାଲଟିଛି। ନେପାଳର କାଠମାଣ୍ଡୁ ଠାରୁ ୨୦ କିଲୋମିଟର ଦୂରରେ ରହିଛି ସେହି ଗାଁଯାହାର ନାଁ କିଡ୍‌ନୀ ଭ୍ୟାଲିଏହା ଗୋଟିଏ କିଡନୀ ଗାଁଭାବେ ମଧ୍ୟ ପରିଚିତ ତେବେ କିଡ୍‌ନୀ ଭ୍ୟାଲିର ପ୍ରକୃତ ନାଁ ହେଉଛି ହୋକସେ୍

 ଏହି ଗାଁର ନାଁ କିଡ୍‌ନୀ ଭ୍ୟାଲି କାହିଁକି ଦିଆଯାଇଛି?
 ଏହି ଗାଁର ଅଧିକାଂଶ ଲୋକ ଗୋଟିଏ କିଡ୍‌ନୀରେ ହିଁ ବଞ୍ଚି ରହିଛନ୍ତି। ଆଉ ଗୋଟାଏ କିଡନୀକୁ ପ୍ରାୟ ସମସ୍ତେ ଏଠି ବିକ୍ରି କରି ଦିଅନ୍ତି। ଆପଣ ଭାବୁଥିବେ ଏମାନେ ବୋଧହୁଏ କୌଣସି ରୋଗରେ ପୀଡ଼ିତ ଥାଇପାରନ୍ତିନା ଆଜ୍ଞା ! ଏମାନେ ୨ଟି କିଡନୀ ସହ ଜନ୍ମ ନିଅନ୍ତି ସତ, କିନ୍ତୁ, ମୃତ୍ୟୁ ବେଳକୁ ଗୋଟିଏ କିଡ୍‌ନୀ ଥାଏ ଏମାନେ ଗୋଟିଏ କିଡ୍‌ନୀକୁ ବିକ୍ରି କରି ଦିଅନ୍ତି

୨୦୨୨ ଏପ୍ରିଲରେ ହେଇଥିବା ଭୂମିକମ୍ପ ହୋକସେ ଗାଁକୁ ଧୂଳିସାତ୍ କରିଦେଲାଘର ଭାଙ୍ଗିବା ସହ ଧନ-ସମ୍ପତ୍ତି ନଷ୍ଟ ହେଲା ଘର ଚଳେଇବାକୁ ଅସୁବିଧା ହେବାରୁ ଦଲାଲମାନେ କିଡ୍‌ନୀ ବିକ୍ରି ପାଇଁ ଅଫର୍ ଦେବା ମାତ୍ରେ, ସେମାନେ ତୁରନ୍ତ ରାଜି ହୋଇ ଯାଆନ୍ତି। ରିପୋର୍ଟ ଅନୁସାରେ, ଏହି ଗାଁରୁ ପ୍ରତିବର୍ଷ ୭ ହଜାରରୁ ଅଧିକ କିଡ୍‌ନୀ ବେଆଇନ୍ ଭାବେ ଚୋରା ଚାଲାଣ ହେଉଛି। ହୋକସେ ଗ୍ରାମବାସୀଙ୍କ ସହ ଏଭଳି ଘଟିବା ପଛରେ ୨ଟି କାରଣ ରହିଛିଗୋଟିଏ ହେଉଛି ଦାରିଦ୍ର୍ୟତା, ଅନ୍ୟଟି ସଚେତନତାର ଅଭାବ। ଯୋଉଥିପାଇଁ କିଡନୀ ବିକୁଥିବା ଏହି ଗାଁର ନାଁ କିଡ୍‌ନୀ ଭ୍ୟାଲି ବୋଲି ଲୋକ କହୁଛନ୍ତି ହୋକସେ ଗାଁର ଲୋକମାନେ ପରିବାର ଚଳାଇବା ଲାଗି ମାତ୍ର ୨ ହଜାର ଟଙ୍କାରେ ନିଜର କିଡ୍‌ନୀ ବିକ୍ରି କରି ଦେଇଥାନ୍ତି।

ଅନ୍ୟପଟେ ଲୋକଙ୍କ ଅଭାବର ସୁଯୋଗ ନେଇ କିଡିନ୍-ତସ୍କରୀ ରାକେଟ୍ ସକ୍ରିୟ ହୋଇଛନ୍ତିଟଙ୍କାର ଲୋଭ ଦେଖାଇ ହୋକସେ ଗ୍ରାମବାସୀଙ୍କୁ ଫସାଉଛନ୍ତି। ଟଙ୍କା ପାଇଁ ଏମାନେ ନିଜ ପରିବାର ସଦସ୍ୟଙ୍କର କିଡ୍‌ନୀ ବିକିବାକୁ ମଧ୍ୟ ପଛାନ୍ତି ନାହିଁ। ହୋକସେ ଗାଁ ଲୋକ କେବଳ ଗରିବ ନୁହଁନ୍ତି, ସରଳ ମଧ୍ୟ। ଦଲାଲର ନୂଆ କିଡ୍‌ନୀ ସୃଷ୍ଟି ଥିଓରୀକୁ ଭରସା କରନ୍ତି ଦଲାଲ ଏମାନଙ୍କୁ ବୁଝାଇ ଦିଏ ଯେ ଗୋଟିଏ କିଡ୍‌ନୀ ଦେବା ପରେ ସେମାନଙ୍କ ଶରୀରରେ ନୂଆ କିଡ୍‌ନୀ ଆପେ ଆପେ ତିଆରି ହୋଇଯାଏଗଛର ଫଳ ଭଳି କିଡ୍‌ନୀ ମଣିଷ ଦେହରେ ଏକ ଫଳ ବୋଲି ଦଲାଲ ମାନେ ଅପପ୍ରଚାର କରୁଛନ୍ତି