Posts tagged Kendrapara

ଓଡ଼ିଶାର ସୁରକ୍ଷା କବଚ ହେନ୍ତାଳ ବଣ

ବାତ୍ୟା ଦାନାକୁ ନେଇ ଧିରେଧିରେ ବୃଦ୍ଧି ପାଉଛି ବ୍ୟସ୍ତତା।ବାତ୍ୟାର ସମୟ ଯେତିକି ପାଖେଇ ଆସୁଛି,ବ୍ୟସ୍ତତା ମଧ୍ୟ ସେହି ପରିମାଣରେ ବଢିବାରେ ଲାଗିଛି।ଭିତରକନିକା  ଧାମରା ମଝିରେ ବାତ୍ୟାଦାନା ଲ୍ୟାଣ୍ଡଫଲ୍ କରିବା ନେଇ ଆଗୁଆ ସୂଚନା ଦିଆଯାଇଛିଯାହାକୁ ନେଇ ଚିନ୍ତାରେ ଅଛନ୍ତି ସ୍ଥାନୀୟ ବାସିନ୍ଦା। ଲ୍ୟାଣ୍ଡଫଲର ଟାଇମ୍ ଯେତିକି ପାଖୋଉଛି ସେତିକି ଭୟଭୀତ ହେଉଛନ୍ତି ଲୋକ।ଭିତରକନିକାରେ ଲ୍ୟାଣ୍ଡଫଲର କଥା ଶୁଣିବା ପରେ କେନ୍ଦ୍ରାପଡ଼ାବାସୀଙ୍କ ମନରେ ସୃଷ୍ଟି ହେଇଛି କୋକୁଆ ଭୟ। ଯଦି ବାତ୍ୟା ଭୟଙ୍କର ରୁପ ନିଏ,ତେବେ କଣ କରିବେ କେନ୍ଦ୍ରାପଡ଼ା ବାସୀ?ଏସବୁ ପ୍ରଶ୍ନ ମନରେ ଆସିଲେ ମନକୁ ଗୋଟାଏ  ଉତ୍ତର ଆସେସେ ଉତ୍ତର ହେଉଛି ହେନ୍ତାଳ ବଣଯାହା କେନ୍ଦ୍ରାପଡ଼ା ବାସୀଙ୍କ ପାଇଁ ସୁରକ୍ଷା କବଚ।ବିପର୍ଯ୍ୟୟ ବେଳେ ଆଶ୍ୱସ୍ତି ଦେଉଛି ହେନ୍ତାଳ ବଣ। ବାତ୍ୟାରୁ ରକ୍ଷା ପାଇବା ପାଇଁ ଲୁଣା ଜଙ୍ଗଲର ପରିକଳ୍ପନା ଆଜି ଯେମିତି ଅଭୟ ବର ପାଲଟିଛି

ଜନବସତି ଆଉ ସମୁଦ୍ର ଭିତରେ ପାଚେରୀ ହୋଇ ଛିଡ଼ା ହୋଇଛି ଲୁଣା ଜଙ୍ଗଲପ୍ରକୃତିର ଅନବଦ୍ୟ ଅବଦାନ ଏ ହେନ୍ତାଳ ବଣସମୁଦ୍ରର ଉଚ୍ଚ ଜୁଆରକୁ ପ୍ରତିହତ କରିବାର କ୍ଷମତା ରଖିଥିବା ଲୁଣା ଜଙ୍ଗଲ ଜୈବ ବିବିଧତାର ପ୍ରମୁଖ ଅଂଶୀଦାର।ହେନ୍ତାଳ ବଣ,ଉପକୂଳର ସୁରକ୍ଷା କବଚସାମୁଦ୍ରିକ ଝଡ଼ବାତ୍ୟା ସାଙ୍ଗକୁ ବାତ୍ୟା ପ୍ରକୋପରୁ ରକ୍ଷା କରୁଛି।ଭିତରକନିକା ଅଞ୍ଚଳରେ ପାଖାପାଖି 200 ବର୍ଗ କିଲୋମିଟର ହେନ୍ତାଳ ବଣ ରହିଛି।ବାତ୍ୟା ସମୟରେ ଦେଉଛି ସୁରକ୍ଷା।

ଯଦିଓ କେନ୍ଦ୍ରାପଡ଼ା ଜିଲ୍ଲାରେ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛିତଥାପି କେନ୍ଦ୍ରାପଡ଼ାବାସୀଙ୍କୁ ସୁରକ୍ଷା ପ୍ରସଙ୍ଗରେ ହେନ୍ତାଳ ବଣକୁ ନେଇ ଚର୍ଚ୍ଚା ।କେନ୍ଦ୍ରାପଡ଼ା ମାଟିର ଗର୍ବ ଏବଂ ଗୌରବ ଏହି ହେନ୍ତାଳ ବଣହେଉଛି ବିଶ୍ବର ଦ୍ବିତୀୟ ବୃହତ୍ତମ ଜୈବ ବିବିଧତାର ଜନନୀ। ଭିତରକନିକା, ପୂର୍ବତଟ ବଙ୍ଗୋପସାଗର କୂଳରେ ବିସ୍ତୃତ ବେଳାଭୂମିରେ ପ୍ରାୟତଃ ୪୦୫୦ କିଲୋମିଟର ବ୍ୟାପି ରହିଛିତାରି ମଧ୍ୟରେ ସଂଲଗ୍ନ ୨୫୩୦ କିମି ହେନ୍ତାଳ ବଣର ଲମ୍ବା ଲମ୍ବା ବୃକ୍ଷରାଶି ମଣିଷ ତଥା ଜନବସତିକୁ ସୁରକ୍ଷା ଦେବା ସହ ଭିତରକନିକାର ଅସଂଖ୍ୟ ଜୀବଜନ୍ତୁମାନଙ୍କ ବାସସ୍ଥାନ ପାଲଟିଛି।

୧୯୯୯ ମହାବାତ୍ୟାରେ ବି କେନ୍ଦ୍ରାପଡା ଜିଲ୍ଲାବାସୀମାନଙ୍କୁ ସୁରକ୍ଷା ଦେଇଥିଲା ହେନ୍ତାଳବଣ। ଜଗତସିଂହପୁରର ଅନେକ ଅଞ୍ଚଳ କ୍ଷତିଗ୍ରସ୍ଥ ହୋଇଯାଇଥିଲା ବେଳେ କେନ୍ଦ୍ରାପଡ଼ା ଏତେଟା କ୍ଷତିଗ୍ରସ୍ଥ ହୋଇ ନଥିଲା। ହେନ୍ତାଳବଣ ଦେଇଥିଲା ସୁରକ୍ଷା। ଭିତରକନିକା ଛାତି ଉପରେ ତାଣ୍ଡବ ରଚି ହେନ୍ତାଳ ବଣକୁ ଧରାଶାୟୀ କରିଦେଇଥିଲା ମହାବାତ୍ୟା। ତେବେ କେତେ ଯେ ବାତ୍ୟାର ମାଡ଼କୁ ସହି ଜିଲ୍ଲାବାସୀମାନଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଛି ତାର ହିସାବ ନାହିଁପରିବେଶବିତଙ୍କ ମତରେ ବଡ଼ ବଡ଼ ବିପଦ ଆସିଲେ ଲୁଣା ଜଙ୍ଗଲକୁ ଟପି ଜନବସତିକୁ କ୍ଷତି କରିପାରେ ନାହିଁ। ତେଣୁ ଉପକୂଳର ସୁରକ୍ଷା ପ୍ରାଚୀର ହେଉଛି ଲୁଣା ଜଙ୍ଗଲ।

ମାତ୍ର ନିଜେ ଛାତି ଦେଖାଇ ବାତ୍ୟାକକୁ ଅଟକୋଉଥିବା ଏ ଜଙ୍ଗଲ ଧିରେ ଧିରେ ତା ଅସ୍ତିତ୍ୱ ହରାଉଥିଲା ବେଳେ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଚନ୍ତି ପରିବେଶବିତ୍। ଆଗାମୀ ଦିନରେ ହେନ୍ତାଳ ବଣକୁ ନେଇ ଦୃଢ ପଦକ୍ଷେପ ନନେଲେ ହୁଏତ ବାତ୍ୟାର ଏ ସୁରକ୍ଷା କବଜ ହଟିଯାଇପାରେ।