Posts tagged Financial Fraud

୨୦ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବନ୍ଦ କରିଛି META

 ପିଗ୍ ବୁଚରିଂ ସ୍କାମ୍ ପାଇଁ କଠୋର ହେଇଛି ମେଟାଏହା ଏପରି ଏକ କୌଶଳ, ଯାହାର ବ୍ୟବହାର ସାଇବର ଠକମାନେ କରନ୍ତି। ପ୍ରଥମେ ଲୋକଙ୍କ ବିଶ୍ୱାସ ଜିତିବା ପରେ ଧୀରେ ଧୀରେ ଟଙ୍କା ଆଦାୟ କରିବା ପାଇଁ ଚେଷ୍ଟା କରନ୍ତି। ସୋସିଆଲ ମିଡିଆ, ଡେଟିଂ ଆପ୍ କିମ୍ବା ମେସେଜ୍ ମାଧ୍ୟମରେ ଏମାନେ ଲୋକଙ୍କ ସହ ଯୋଗାଯୋଗ କରନ୍ତି ଏବଂ ପରେ କିଛି ନକଲି ଯୋଜନାରେ ଟଙ୍କା ବିନିଯୋଗ କରିବାକୁ ପ୍ରଭାବିତ କରନ୍ତି। ବିଶ୍ୱାସ ଭାଜନ ହେବା ପାଇଁ ପ୍ରଥମେ କିଛି ଟଙ୍କା ଉଠାଇବାର ସୁଯୋଗ ଦିଅନ୍ତି, କିନ୍ତୁ ମୋଟା ଅଙ୍କର ଟଙ୍କା ପାଇବା ପରେ ଫେରାର ମାରନ୍ତି ସେହି ଲୋଭନୀୟ ଯୋଜନା ଗୁଡିକ ପ୍ରାୟତଃ କ୍ରିପ୍ଟୋକରେନ୍ସି ସହିତ ଜଡ଼ିତତେଣୁ ସୋସିଆଲ ମଡିଆର ଅଜଣା ପୁରୁଷ ବନ୍ଧୁ ବା ବାନ୍ଧବୀଙ୍କ ପ୍ରତି ସାବଧାନ

ପିଗ୍ ବୁଚରିଂ ସ୍କାମ୍ ଗୁଡିକ ବଡ ଅପରାଧିକ ଗ୍ୟାଙ୍ଗ ଦ୍ୱାରା ପରିଚାଳିତ କାମ୍ବୋଡିଆ, ଲାଓସ୍ ଏବଂ ମିଆଁମାର ଭଳି ଦେଶରେ ଲୋକଙ୍କୁ ଚାକିରି ଦେବାର ମିଥ୍ୟା ପ୍ରତିଶୃତି ଦେଇ ନିଜ ଦେଶକୁ ନେଇଯାଆନ୍ତି ସାଇବର ଠକ। ଆଉ ସେହି ଦେଶରେ ପହଞ୍ଚିବା ପରେ ସେମାନଙ୍କୁ ସେଠାରେ ଧମକାଇବା ସହ ଅନ୍ୟ ଲୋକଙ୍କୁ ଠକିବାକୁ ବାଧ୍ୟ କରନ୍ତି ୨୦୨୩ର ଏକ ରିପୋର୍ଟ ଅନୁଯାୟୀ ଏହି ଗ୍ୟାଙ୍ଗରେ ପ୍ରାୟ ୨୦ ଲକ୍ଷ ଲୋକ ଫସି ରହିଛନ୍ତି ଏବଂ ଏହି ଗ୍ୟାଙ୍ଗ ଗୁଡ଼ିକ ପ୍ରତିବର୍ଷ ପ୍ରାୟ ୭୫ ବିଲିୟନ ଡଲାର ଠକେଇ କରୁଛନ୍ତି।

ମେଟା ଗତ ଦୁଇ ବର୍ଷ ଧରି ଏହି ଅନଲାଇନ୍ ସ୍କାମ ବିରୋଧରେ ଲଢ଼େଇ ଲଢ଼ୁଛିଅନେକ ବେସରକାରୀ ସଂଗଠନ ଓ ପୋଲିସ ସହ ମିଶି ଏହି ସ୍ମାମରଙ୍କ ଯାଂଚ କରୁଥିଲା ଖାସ କରି ପିଗ୍ ବୁଚରିଂ ସ୍କାମ୍ ଦକ୍ଷିଣ ଏସିଆରେ ସକ୍ରିୟ ଥିଲା। ପ୍ରଥମେ କାମ୍ବୋଡିଆ ଉପରେ ନଜର ରଖାଯାଇଥିଲା, କିନ୍ତୁ ବର୍ତ୍ତମାନ ୟୁଏଇ ପରି ଅନ୍ୟ ଦେଶରେ ମଧ୍ୟ ଏହି ସାଇବର ଠକଙ୍କ ଲିଂଙ୍କର ଖୋଳତାଡ଼ ହେଉଛି। ସେଥିପାଇଁ ଲକ୍ଷାଧିକ ନକଲି ଆକାଉଣ୍ଟକୁ ବନ୍ଦ କରିଦେଇଛି ମେଟା, ଆଉ ସେହି ଆକାଉଣ୍ଟର ବିବରଣୀ ସର୍ବ-ସାଧାରଣରେ ପ୍ରକାଶ କରିଛି। ଯଦ୍ୱାରା ଲୋକମାନେ ଏହି ଠକମାନଙ୍କ ଜାଲରେ ପଡ଼ିବେ ନାହିଁ।

ଅନଲାଇନରେ ଅପରିଚିତ ବ୍ୟକ୍ତିଙ୍କ ମେସେଜ୍ କିମ୍ବା ଅଫର ଉପରେ ବିଶ୍ୱାସ କରନ୍ତୁ ନାହିଁ। ଯଦି କେହି ଆପଣଙ୍କ ସହ ଅନଲାଇନରେ କୌଣସି ଯୋଜନାରେ ଟଙ୍କା ବିନିଯୋଗ କରିବାକୁ ପରାମର୍ଶ ଦିଅନ୍ତି, ତେବେ ସତର୍କ ରୁହନ୍ତୁ।କୌଣସି ବିପଦ ଅନୁଭବ କଲେ ତୁରନ୍ତ ପୋଲିସ ସହ ଯୋଗାଯୋଗ କରନ୍ତୁ।