ସଡ଼କ ପରିବହନ କ୍ଷେତ୍ରରେ ଆସିବ ବଡ଼ ଧରଣର ପରିବର୍ତ୍ତନ।ଅତ୍ୟାଧୁନୀକ ସୁବିଧା ସୁଯୋଗର ଲାଭ ଉଠେଇବେ ଜନ ସାଧାରଣ।ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ୱେଲ୍ ଡେଭଲପଡ ସର୍ଭିସର ଉଠେଇବେ ଫାଇଦା।ଅନେକ କ୍ଷେତ୍ରରେ ଡେଭଲପମେଣ୍ଟ କରି ସାରିଥିବା ଭାରତ ଏବେ ବସ୍ ସେବା କ୍ଷେତ୍ରରେ ଲେଖିବାକୁ ଯାଉଛି ନୂଆ ଅଧ୍ୟାୟ। ଗାଁ ଠୁ ଆରମ୍ଭ କରି ରାଜ୍ୟ ଓ ଦେଶରେ ହେଉଛି ପ୍ରଗତି । ସମୃଦ୍ଧିର ପଥ ଖୋଲୁଛି । ଗାଁ ଗାଁରେ ପକ୍କାଘର, ଘରେ ପାଇପରେ ପାଣି, ଉଜ୍ଜଳା ଗ୍ୟାସ୍ ସଂଯୋଗ, ବିଜୁଳି ସଂଯୋଗ, ଗାଁକୁ ରାସ୍ତା, ଚିକିତ୍ସାଳୟ ଆଦି ସହିତ ଦେଶରେ ଆଧୁନିକ ଭିତ୍ତିଭୂମି ଉପରେ କାର୍ଯ୍ୟ ହେଉଛି।ଏହି କ୍ରମରେ ଏବେ ପବ୍ଲିକ୍ ଟ୍ରାନ୍ସପୋର୍ଟ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ମୋଦି ସରକାର। ବସରେ ଯାତ୍ରା କରୁଥିବା ଲକ୍ଷାଧିକ ଲୋକଙ୍କ ସୁବିଧା ପାଇଁ ହୋଇଛି ମାଷ୍ଟର ପ୍ଲାନ୍।

ଯାହା ଫଳରେ ଏବେ ବସରେ ମିଳିବ ଫ୍ଲାଇଟ୍ ପରି ସର୍ଭିସ୍ । ଯାତ୍ରୀଙ୍କ ମନୋରଞ୍ଜନ ପାଇଁ ବସରେ ରହିବ ବଡ଼ ବଡ଼ ଏଲଇଡି ଟିଭି । ଏୟାର ହୋଷ୍ଟେସ୍ ପରି ବସ୍ ହୋଷ୍ଟେସ୍ ମଧ୍ୟ ରହିବେ । ଖୁବ ମଜାଦାର ହେବ ଗନ୍ତବ୍ୟର ଅନୁଭୂତି । ଠେଲି ପେଲି ହୋଇ କେହି ବସରେ ଛିଡ଼ା ହେବେନି, କି ଦୁଇ ଘଣ୍ଟା ରାସ୍ତାକୁ ପହଞ୍ଚିବା ପାଇଁ ୫ ଘଣ୍ଟା ଲାଗିବ ନାହିଁ ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ପରିବହନକୁ ପ୍ରାଥମିକତା ଦେଉଛନ୍ତି। ଏଥିପାଇଁ ୩୬୦ ରୋପ୍ ୱେ-କେବୁଲ୍ କାର୍ ଫନିକୁଲାର୍ ରେଳର ପ୍ରସ୍ତାବ ଉପରେ କାର୍ଯ୍ୟ କରାଯାଉଛି । ସେଥିମଧ୍ୟରୁ ୫ରୁ ୭ ଟି ପ୍ରକଳ୍ପ ଆଗାମୀ ମାସେ ଦୁଇମାସ ମାସ ମଧ୍ୟରେ ଆରମ୍ଭ ହୋଇପାରେ। ନାଗପୁରରେ ପ୍ରଥମ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହୋଇଛି, ଯାହା ଉପରେ ଜୋରସୋରରେ କାମ ଚାଲିଛି । ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ ଇଲେକ୍ଟ୍ରିକ୍ ବସ୍ ଲମ୍ବ ୧୮ ମିଟର ରହିବ, ଯାହା ଫ୍ଲାସ୍ ଚାର୍ଜିଂ ସିଷ୍ଟମ୍ ସହିତ ସଜ୍ଜିତ ରହିବ। ବସକୁ ୨୦ ସେକେଣ୍ଡ ଚାର୍ଜ କଲେ ୪୦ କିମି ଯାତ୍ରା କରିପାରିବ । ଏହି ବସରେ ୧୩୫ ଲୋକ ବସି ପାରିବେ, ବିମାନ ପରି ସମସ୍ତ ବିଳାସପୂର୍ଣ୍ଣ ସୁବିଧା ଯୋଗାଇ ଦିଆଯିବ । ଏଥିରେ ଟିଭି ସହିତ ଖାଦ୍ୟ-ପାନୀୟର ବ୍ୟବସ୍ଥା ଏବଂ ଚା-ସ୍ନାକ୍ସ ମଧ୍ୟ ଉପଲବ୍ଧ ହେବ ।

ଏହି ବସ୍ ଗୁଡିକ ପ୍ରଦୂଷଣ ମୁକ୍ତ ହେବା ସହ ନିୟମିତ ଡିଜେଲ ବସ୍ ଅପେକ୍ଷା ଆର୍ଥିକ ଦୃଷ୍ଟିରୁ ସୁଲଭ ହେବ। ଏତେ ସୁବିଧା ଉପଲବ୍ଧ ହେଉଥିବା ବସରେ ଭଡ଼ା ମଧ୍ୟ ଅଧିକ ଥିବ ବୋଲି ଆପଣ ଭାବୁଥିବେ । ହେଲେ ଚିନ୍ତା କରନ୍ତୁ ନାହିଁ, ଯେ କୌଣସି ଡିଜେଲ୍ ବସ୍ ତୁଳନାରେ ଏହି ବସ୍ ଭଡା ପ୍ରାୟ ୩୦ ପ୍ରତିଶତ ଶସ୍ତା ରହିବ । ବହୁତ ଜଲ୍ଦି ଏ ସୁବିଧା ସୁଯୋଗର ଲାଭ ଆପଣ ଉଠେଇ ପାରିବେ ।